31.07.26 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ଶିବବାବାଙ୍କର ଏହି କାମନା ମଧ୍ୟ ନାହିଁ ଯେ ପିଲାମାନେ ବଡ ହେଲେ ମୋର ସେବା କରିବେ, ସିଏ କେବେ
ବୁଢା ହୁଅନ୍ତି ନାହିଁ, ବାବା ହିଁ ନିଷ୍କାମ ସେବାଧାରୀ ଅଟନ୍ତି ।”
ପ୍ରଶ୍ନ:-
ଭୋଳାନାଥ
ଶିବବାବା ଆମ ସମସ୍ତ ପିଲାମାନଙ୍କର ବହୁତ ବଡ ଗ୍ରାହକ ଅଟନ୍ତି - କିପରି?
ଉତ୍ତର:-
ବାବା କହୁଛନ୍ତି, ମୁଁ ଏତେ ଭୋଳା ଗ୍ରାହକ ଅଟେ, ଯେ ତୁମର ସବୁ ପୁରୁଣା ଜିନିଷକୁ କିଣି ନେଉଛି ଏବଂ
ତା’ର ପ୍ରତିବଦଳରେ ସବୁ ନୂଆ ନୂଆ ଜିନିଷ ଦେଇ ଦେଉଛି । ତୁମେ କହୁଛ ବାବା ଏହି ଶରୀର-ମନ-ଧନ ସବୁ
ଆପଣଙ୍କର ତେଣୁ ତା’ର ପ୍ରତି ବଦଳରେ ତୁମକୁ ସୁନ୍ଦର ଶରୀର ମିଳିଯାଉଛି, ଅପାର ଧନ ମିଳିଯାଉଛି ।
ଗୀତ:-
ଭୋଳାନାଥ ସେ
ନିରାଲା ... ...
ଓମ୍ ଶାନ୍ତି ।
ଏହି ଗୀତ ଭକ୍ତିମାର୍ଗରେ ଗାୟନ କରିଥା’ନ୍ତି । ଯାହା ବି ଗୀତ ସବୁ ଅଛି ଭକ୍ତିମାର୍ଗର ଅଟେ,
ସେଗୁଡିକର ଅର୍ଥ ମଧ୍ୟ ବାବା ବୁଝାଉଛନ୍ତି । ପିଲାମାନେ ମଧ୍ୟ ବୁଝିଯାଉଛନ୍ତି ଯେ ଭୋଳାନାଥ
କାହାଙ୍କୁ କୁହାଯାଉଛି । ଦେବତାମାନଙ୍କୁ ଭୋଳାନାଥ କୁହାଯିବ ନାହିଁ । ଗାୟନ ଅଛି, ସୁଦାମା ଦୁଇ
ମୁଠା ଅନ୍ନ ଦେଇଥିଲେ, ତେଣୁ ତାଙ୍କୁ ମହଲ ମିଳିଗଲା । ତାହା ମଧ୍ୟ କେତେ ସମୟ ପାଇଁ? ୨୧ ଜନ୍ମ
ପାଇଁ । ଏବେ ପିଲାମାନେ ଜାଣିଗଲେଣି ଯେ ବାବା ଆସି ଭାରତବାସୀଙ୍କୁ ନିଶ୍ଚିତ ଭାବରେ ହୀରା-ନୀଳାର
ମହଲ ଦେଉଛନ୍ତି । କାହା ବିନିମୟରେ ଦେଉଛନ୍ତି? ପିଲାମାନେ କହୁଛନ୍ତି ବାବା ଏହି ଶରୀର-ମନ-ଧନ ସବୁ
ଆପଣଙ୍କର ଅଟେ । ଆପଣଙ୍କଠାରୁ ହିଁ ମିଳିଛି । ଯଦି କାହାର ସନ୍ତାନଟିଏ ଜନ୍ମ ହୁଏ, ତେବେ କହନ୍ତି
ଭଗବାନ ଦେଲେ । ଧନ ପାଇଁ ମଧ୍ୟ କହୁଛନ୍ତି ଭଗବାନ ଦେଇଛନ୍ତି । ତେବେ କହିଲାବାଲା କିଏ? ଆତ୍ମା ।
ଭଗବାନ ଅର୍ଥାତ୍ ପିତା ହିଁ ଦେଇଛନ୍ତି । ତେବେ ବାବା କହୁଛନ୍ତି - ପୁରୁଣା ସବୁକିଛି ଏବେ ତୁମକୁ
ମୋତେ ଦେବାକୁ ହେବ । ତାହାର ପ୍ରତିବଦଳରେ ମୁଁ ତୁମକୁ ବହୁତ ସୁନ୍ଦର ଶରୀର ଟ୍ରାନ୍ସଫର କରିଦେବି,
ଅପାର ଧନ ମଧ୍ୟ ଦେବି । କିନ୍ତୁ କାହାକୁ ଦେବି? ନିଶ୍ଚିତ ପିଲାମାନଙ୍କୁ ହିଁ ଦେବି । ଲୌକିକ
ପିତାଙ୍କଠାରୁ ଅଳ୍ପକାଳ ପାଇଁ ଧନ ମିଳିଛି । ଅବିନାଶୀ ପିତା ଆମକୁ ଅବିନାଶୀ ବର୍ସା ଦେବେ । ବାବା
ବୁଝାଉଛନ୍ତି ଜ୍ଞାନ ଏବଂ ଭକ୍ତି ମଧ୍ୟରେ ରାତି ଦିନର ପାର୍ଥକ୍ୟ ରହିଛି । ଭକ୍ତିରେ ଅଳ୍ପକାଳ ପାଇଁ
ପ୍ରାପ୍ତି ହୋଇଥାଏ । ଯଦି ଧନ ଅଛି ତେବେ ସୁଖ ଅଛି । ଧନ ଅଭାବରେ ମନୁଷ୍ୟ କେତେ ଦୁଃଖୀ ହେଉଛନ୍ତି
। ପିଲାମାନେ ଜାଣିଛନ୍ତି ଯେ ବାବା ଆମକୁ ଅସରନ୍ତି ଜ୍ଞାନ ଧନ ଦେଉଛନ୍ତି, ସେଥିପାଇଁ ଖୁସି ଲାଗୁଛି
। ସୁଖଧାମରେ ସୁଖର କୌଣସି ଅଭାବ ନାହିଁ । ପ୍ରତ୍ୟେକଙ୍କର ନିଜ ନିଜର ରାଜଧାନୀ ରହିବ । ତାକୁ
ପବିତ୍ର ଗୃହସ୍ଥ ଆଶ୍ରମ କୁହାଯାଏ । ତେଣୁ ବାବା କେତେ ଭୋଳା ଅଟନ୍ତି, କ’ଣ ନେଉଛନ୍ତି ଏବଂ
ପ୍ରତିବଦଳରେ କ’ଣ ଦେଉଛନ୍ତି! ବାବା କେତେ ଭଲ ଗ୍ରାହକ ଅଟନ୍ତି! ଏମିତିରେ ବି ପିତା,
ସନ୍ତାନମାନଙ୍କର ଗ୍ରାହକ ହିଁ ହୋଇଥାନ୍ତି । ସନ୍ତାନ ଜନ୍ମ ହେଲା ସାରା ସମ୍ପତ୍ତି ତା’ର ହୋଇଗଲା
। ସେମାନେ ଅର୍ଥାତ୍ ଲୌକିକ ପିତାମାନେ ହେଲେ ଅଳ୍ପ କେତେ ସନ୍ତାନମାନଙ୍କର ଗ୍ରାହକ, ଇଏ ହେଲେ
ବେହଦର ଭୋଳାନାଥ । ଅଗଣିତ ପିଲାମାନଙ୍କର ଗ୍ରାହକ । ବାବା କହୁଛନ୍ତି - ମୁଁ ପରମଧାମରୁ ଆସିଛି ।
ତୁମଠାରୁ ସବୁକିଛି ପୁରୁଣା ନେଇ ନୂଆ ଦୁନିଆରେ ତୁମକୁ ସବୁକିଛି ନୂତନ କରିଦେଉଛି, ସେଥିପାଇଁ ମୋତେ
ଦାତା କୁହାଯାଉଛି । ଦାତା ମଧ୍ୟ ୟାଙ୍କ ଭଳି ଆଉ କେହି ନାହାଁନ୍ତି । ସମସ୍ତଙ୍କର ନିଷ୍କାମ ସେବା
କରୁଛନ୍ତି । ବାବା କହୁଛନ୍ତି - ମୁଁ ନିଷ୍କାମୀ ଅଟେ । ମୋର କିଛି ପାଇବାର ଲାଳସା ନାହିଁ । ମୁଁ
ପିତା ଏପରି ମଧ୍ୟ କହୁ ନାହିଁ ଯେ ପିଲାମାନଙ୍କର କର୍ତ୍ତବ୍ୟ ହେଲା -ବୁଢା ବାପାର ଯତ୍ନ ନେବା,
କାହିଁକିନା ମୁଁ ତୁମମାନଙ୍କର ପାଳନା କରିଛି । ନା, ଏହା ତ ନିୟମ ରହିଛି ଯେ - ବାପା ବୁଢା ହୋଇଗଲେ
ସନ୍ତାନ ତାଙ୍କର ଯତ୍ନ ନେବେ । କିନ୍ତୁ ଏହି ବାବା ତ କେବେ ବୁଢା ହୁଅନ୍ତି ନାହିଁ, ସଦା ଯୁବକ
ଅଟନ୍ତି । ଆତ୍ମା କେବେ ବୁଢୀ ହୋଇ ନ ଥାଏ । ଏହି କଥା ତ ଜାଣିଛ, ଲୌକିକ ପିତା ପିଲାମାନଙ୍କଠାରୁ
ଆଶା ରଖିଥାନ୍ତି ଯେ ମୁଁ ବୁଢା ହୋଇଗଲେ ପିଲାମାନେ ମୋର ସେବା କରିବେ । ଯଦିଓ ସବୁକିଛି
ପିଲାମାନଙ୍କୁ ଦେଇ ଦେଇଥାନ୍ତି, ତଥାପି ତାଙ୍କର ସେବା ତ ହୋଇଥାଏ ନା । ଏହି ଶିବବାବା କହୁଛନ୍ତି,
ମୁଁ ହିଁ ଅଭୋକ୍ତା ଅଟେ । ମୁଁ କେବେ କିଛି ଭୋଜନ ଗ୍ରହଣ କରେ ନାହିଁ । ମୁଁ କେବଳ ପିଲାମାନଙ୍କୁ
ଜ୍ଞାନ ଦେବା ପାଇଁ ଆସିଥାଏ । ପରମ ଆତ୍ମା, ଆତ୍ମାମାନଙ୍କୁ ଆସି ବୁଝାଉଛନ୍ତି । ରୁହ ଅର୍ଥାତ୍
ଆତ୍ମା ହିଁ ଶୁଣୁଛି, ପ୍ରତ୍ୟେକ କଥା ଆତ୍ମା ହିଁ କରୁଛି । ସଂସ୍କାର ମଧ୍ୟ ଆତ୍ମା ସାଥୀରେ
ନେଇଯାଉଛି, ୟାଦର ଆଧାରରେ ନୂଆ ଶରୀର ମିଳୁଛି । ଏଠାରେ ମନୁଷ୍ୟମାନଙ୍କର ଅନେକ ମତ ରହିଛି । କେହି
କହୁଛନ୍ତି ଆତ୍ମା ହିଁ ପରମାତ୍ମା ଅଟେ । ଆତ୍ମା ଉପରେ କୌଣସି ପାପ-ପୁଣ୍ୟର ପ୍ରଭାବ ପଡେ ନାହିଁ ।
ଆତ୍ମାକୁ ନିର୍ଲେପ କହି ଦେଉଛନ୍ତି । ଯଦି ଆତ୍ମା ନିର୍ଲେପ ହୋଇଥାନ୍ତା, ତେବେ କାହିଁକି କହୁଛନ୍ତି
ପାପାତ୍ମା, ପୁଣ୍ୟାତ୍ମା । ଯଦି ଆତ୍ମା ନିର୍ଲେପ ତେବେ କହିବା ଦରକାର - ପାପ ଶରୀର, ପୁଣ୍ୟ ଶରୀର
।
ଏବେ ତୁମେ ଜାଣିଛ ଯେ, ସବୁ ଆତ୍ମାମାନଙ୍କର ଆତ୍ମିକ ପିତା ଆମ ଆତ୍ମାମାନଙ୍କୁ ପାଠ ପଢାଉଛନ୍ତି,
ଏହି ଶରୀର ଦ୍ୱାରା । ଆତ୍ମାକୁ ଆହ୍ୱାନ କରିଥାନ୍ତି ନା । କୁହନ୍ତି ଆମର ପିତାଙ୍କର ଆତ୍ମା
ଆସିଥିଲା, ଭୋଜନର ସ୍ୱାଦ ଗ୍ରହଣ କଲା । ଆତ୍ମା ହିଁ ସ୍ୱାଦକୁ ଗ୍ରହଣ କରିଥାଏ । ବାବା ତ ଏଭଳି
କହିବେ ନାହିଁ, ସିଏ ତ ଅଭୋକ୍ତା ଅଟନ୍ତି । ବ୍ରାହ୍ମଣମାନଙ୍କୁ ଭୋଜନ କରାଇଥାନ୍ତି, ଆତ୍ମା
ଆସିଥାଏ । କେଉଁଠି ତ ଆସି ବିରାଜମାନ କରିବ ନା । ବ୍ରାହ୍ମଣ ଆଦିଙ୍କୁ ଖୁଆଇବା ଭାରତରେ ଏକ
ସାଧାରଣ ପ୍ରଥା । ଆତ୍ମାକୁ ଡାକିଥାନ୍ତି, ତାଙ୍କୁ ପଚରା ଉଚରା କରିଥାନ୍ତି, ତେବେ କେତେଟା କଥା
ତାଙ୍କର ସତ ବି ହୋଇଯାଏ । ଏହି ପିତ୍ର ଆଦିଙ୍କୁ ଭୋଜନ କରାଇବା - ଏହା ମଧ୍ୟ ଡ୍ରାମାରେ
ନିଧାର୍ଯ୍ୟ ଅଛି । ଏଥିରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ । ବାବା ସଂକ୍ଷିପ୍ତରେ ଡ୍ରାମାର
ରହସ୍ୟକୁ ଶୁଣାଉଛନ୍ତି । ଏହାର ବିସ୍ତାର ଏତେ ରହିଛି ଯେ ଯାହାକି ସମ୍ପୂର୍ଣ୍ଣ ଡ୍ରାମାର ଜ୍ଞାନ
ଶୁଣାଇବା ସମ୍ଭବ ନୁହଁ । ଗୋଟିଏ ଗୋଟିଏ କଥାକୁ ବୁଝାଇବାରେ ବର୍ଷ ବର୍ଷ ଲାଗିଯିବ । ତୁମ
ପିଲାମାନଙ୍କୁ ବହୁତ ସହଜ ଶିକ୍ଷା ମିଳୁଛି । ଗାୟନ ମଧ୍ୟ କରୁଛନ୍ତି ହେ ପତିତ-ପାବନ ଆସ, ଏଠାକୁ
ଆସି ଆମକୁ ପାବନ କର । ତାଙ୍କର ନାମ ହିଁ ପତିତ-ପାବନ ଅଟେ । ବ୍ରହ୍ମା-ବିଷ୍ଣୁ-ଶଙ୍କରଙ୍କୁ
ପତିତ-ପାବନ କହିପାରିବା ନାହିଁ । ବାବାଙ୍କୁ ହିଁ ପତିତ-ପାବନ ମୁକ୍ତିଦାତା କୁହାଯାଏ ।
ଦୁଃଖହର୍ତ୍ତା-ସୁଖକର୍ତ୍ତା ମଧ୍ୟ ତାଙ୍କୁ ହିଁ କୁହାଯାଏ । ସିଏ ହେଲେ ନିରାକାର । ଶିବଙ୍କର
ମନ୍ଦିରକୁ ଯାଇ ଦେଖ, ସେଠାରେ ଲିଙ୍ଗ ରଖିଛନ୍ତି । ନିଶ୍ଚିତ ଚୈତନ୍ୟରୂପରେ ଥିଲେ, ସେଥିପାଇଁ ତ
ପୂଜା କରୁଛନ୍ତି । ଏହି ଦେବତାମାନେ ମଧ୍ୟ କେବେ ଚୈତନ୍ୟ ରୂପରେ ଥିଲେ ସେଥିପାଇଁ ତ ସେମାନଙ୍କର
ମହିମା ହେଉଛି । ନେହେରୁ ଚୈତନ୍ୟରେ ଥିଲେ ସେଥିପାଇଁ ତ ତାଙ୍କର ଚିତ୍ର ରଖି ମହିମା କରୁଛନ୍ତି ।
କେହି ଯଦି ଭଲ କାମ କରି ଚାଲିଯାଆନ୍ତି, ତେବେ ତାଙ୍କର ଜଡ ଚିତ୍ର ତିଆରି କରି ମହିମା କରିଥାନ୍ତି
। ପବିତ୍ର ଆତ୍ମାଙ୍କର ହିଁ ପୂଜା କରିଥାନ୍ତି । କୌଣସି ମନୁଷ୍ୟଙ୍କର ପୂଜା କରିପାରିବେ ନାହିଁ ।
ମନୁଷ୍ୟ ବିକାରରୁ ଜନ୍ମ ନେଇଥାନ୍ତି, ତେଣୁ ସେମାନଙ୍କର ପୂଜା ହୋଇପାରିବ ନାହିଁ । ପୂଜା
ଦେବତାମାନଙ୍କର ହୁଏ ଯିଏକି ସର୍ବଦା ପବିତ୍ର ଅଟନ୍ତି । ତୁମେ ଜାଣିଛ ବାବା ପୂର୍ବରୁ ମଧ୍ୟ
ଆସିଥିଲେ ପୁଣି ଏବେ ସଂଗମଯୁଗରେ ଆସିଛନ୍ତି - ସ୍ୱର୍ଗର ସ୍ଥାପନା କରିବା ପାଇଁ । ପୁଣି ଦ୍ୱାପର
ଯୁଗ ଠାରୁ ରାବଣ ରାଜ୍ୟ ଆରମ୍ଭ ହେବ । ରାବଣ ରାଜ୍ୟ ଆରମ୍ଭ ହେବା ପରେ ପରେ ତୁରନ୍ତ ଶିବଙ୍କର
ମନ୍ଦିର ତିଆରି କରିଥାନ୍ତି । ଏବେ ତ ଶିବବାବା ଚୈତନ୍ୟରେ ଜ୍ଞାନ ଶୁଣାଉଛନ୍ତି । ସିଏ ସତ୍ୟ
ଅଟନ୍ତି, ଚୈତନ୍ୟ ଅଟନ୍ତି । ତାଙ୍କର ହିଁ ମହିମା ଗାନ କରୁଛନ୍ତି - ନିରାକାରଙ୍କୁ ଶରୀର ତ ଦରକାର
ନା । ତେବେ ବାବା ହିଁ ଆସି ବିଶ୍ୱକୁ ସ୍ୱର୍ଗରେ ପରିଣତ କରୁଛନ୍ତି, ସେହି ସ୍ୱର୍ଗ ଦୁନିଆରେ ରାଜତ୍ୱ
କରିବା ପାଇଁ ତୁମେ ପୁରୁଷାର୍ଥ କରୁଛ । ସ୍ୱର୍ଗବାସୀ ତୁମେ ହେଉଛ । ନିରାକାର ପରମପିତା ପରମାତ୍ମା
ଜ୍ଞାନର ସାଗର ଅଟନ୍ତି । କିନ୍ତୁ ଜ୍ଞାନ ଶୁଣାଇବେ କିପରି? କହୁଛନ୍ତି ମୁଁ ଏହି ଶରୀରରେ ଆସିଛି,
ମୋର ଡ୍ରାମାରେ ଏହିଭଳି ଅଭିନୟ ରହିଛି । ମୁଁ ପ୍ରକୃତିର ଆଧାର ନେଉଛି । ଇଏ ବ୍ରହ୍ମା, ଯିଏକି
ପ୍ରଥମ ନମ୍ବରର ଆତ୍ମା, ତାଙ୍କର ହିଁ ଅନେକ ଜନ୍ମର ଶେଷରେ ମୁଁ ଆସି ପ୍ରବେଶ କରୁଛି ଏବଂ ତାଙ୍କର
ନାମ ବ୍ରହ୍ମା ରଖୁଛି । ପ୍ରଥମେ ଏମାନେ ସମସ୍ତେ ଭଟ୍ଟୀରେ ଥିଲେ, ତେଣୁ ବହୁତ ପିଲାଙ୍କର ଅଲୌକିକ
ନାମ ଦିଆଯାଇଥିଲା । କିନ୍ତୁ ବହୁତ ପିଲା ଜ୍ଞାନକୁ ଛାଡି ଦେଲେ, ସେଥିପାଇଁ ନାମ ରଖିବାରେ ଲାଭ କଣ?
ତୁମେ ସେହି ସବୁ ନାମକୁ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବ । ଏକାବେଳେ ସମସ୍ତଙ୍କର ଏକାଠି କେତେ
ସୁନ୍ଦର ସୁନ୍ଦର ନାମ ଆସିଥିଲା । ସନ୍ଦେଶୀ ସୂକ୍ଷ୍ମବତନରୁ ନାମଗୁଡିକୁ ନେଇ ଆସୁଥିଲେ । ସେହି
ଲିଷ୍ଟ ମଧ୍ୟ ନିଶ୍ଚିତ ରଖିବା ଉଚିତ୍ । ସନ୍ନ୍ୟାସୀମାନେ ମଧ୍ୟ ଯେତେବେଳେ ସନ୍ନ୍ୟାସ ବ୍ରତ
ନିଅନ୍ତି, ସେତେବେଳେ ତାଙ୍କର ନାମ ମଧ୍ୟ ବଦଳିଯାଏ । ଘରଦ୍ୱାର ଛାଡି ଦିଅନ୍ତି । ତୁମେ ଘରଦ୍ୱାର
ଛାଡୁନାହଁ । ତୁମେ ଆସି ବ୍ରହ୍ମାଙ୍କର ସନ୍ତାନ ହୋଇଛ । ଶିବଙ୍କର ସନ୍ତାନ ତ ସର୍ବଦା ଅଟ ହିଁ ।
ସେଥିପାଇଁ ତୁମେମାନେ କହୁଛ ବାପଦାଦା । ସନ୍ନ୍ୟାସୀମାନଙ୍କର ଏଭଳି ହୋଇ ନ ଥାଏ । ଯଦିଓ ନାମ
ପରିବର୍ତ୍ତନ କରିଥାନ୍ତି କିନ୍ତୁ ସେମାନଙ୍କୁ ବାପଦାଦା ମିଳି ନ ଥା’ନ୍ତି । ସେମାନଙ୍କୁ କେବଳ
ଗୁରୁ ମିଳିଥାନ୍ତି । ହଠଯୋଗୀମାନେ ହେଲେ ହଦର ସନ୍ନ୍ୟାସୀ ଏବଂ ରାଜଯୋଗୀ ହେଲେ ବେହଦର ସନ୍ନ୍ୟାସୀ
। ସେମାନଙ୍କ ଭିତରେ ରାତି ଦିନର ପାର୍ଥକ୍ୟ ରହିଛି । ଗାୟନ ମଧ୍ୟ କରାଯାଏ - ଜ୍ଞାନ, ଭକ୍ତି ଏବଂ
ବୈରାଗ୍ୟ । ସେମାନଙ୍କର ମଧ୍ୟ ବୈରାଗ୍ୟ ରହିଛି । କିନ୍ତୁ ସେମାନଙ୍କର ହେଲା ଘର ସଂସାରଠାରୁ
ବୈରାଗ୍ୟ । ତୁମର ସାରା ପୁରୁଣା ଦୁନିଆରୁ ବୈରାଗ୍ୟ ରହିଛି । ସେମାନଙ୍କୁ ଜଣା ହିଁ ନାହିଁ ଯେ
ସୃଷ୍ଟିର ପରିବର୍ତ୍ତନ ହୋଇଥାଏ । ତୁମର ହେଲା ବେହଦର ବୈରାଗ୍ୟ । ଏହି ସୃଷ୍ଟି ବିନାଶ ହେବାକୁ
ଯାଉଛି । ତୁମ ପାଇଁ ନୂଆ ଦୁନିଆ ତିଆରି ହେଉଛି । ସେଠାକୁ ତ ଯିବାକୁ ହେବ, କିନ୍ତୁ ପବିତ୍ର ନ
ହୋଇ ସେଠାକୁ ଯାଇପାରିବେନାହିଁ । ମନରେ ଆସୁଛି ନିଶ୍ଚିତ ଭାବରେ ନୂଆ ଦୁନିଆରେ ଦେବୀ ଦେବତାଙ୍କର
ରାଜ୍ୟ ଥିଲା, ଯାହାକୁ ବାବା ଏବେ ସ୍ଥାପନ କରୁଛନ୍ତି । ତୁମେ ଜାଣିଛ ଶିବବାବାଙ୍କୁ ମନେ ପକାଇଲେ
ଆମେ ପୁଣ୍ୟ ଆତ୍ମା ହୋଇଯିବା । ବହୁତ ସହଜ ଅଟେ, କିନ୍ତୁ ବାବାଙ୍କର ସ୍ମୃତି ଭୁଲି ହୋଇଯାଉଛି ।
ଭକ୍ତିମାର୍ଗରେ ନୀତି-ନିୟମ ସମ୍ପୂର୍ଣ୍ଣ ଅଲଗା । ନିଜର ଘରକୁ ତ କେହି ଫେରି ଯାଇପାରିବନାହିଁ ।
ପୁନର୍ଜନ୍ମ ସମସ୍ତଙ୍କୁ ନିଶ୍ଚିତ ନେବାକୁ ହେବ । ଘରକୁ ଯିବାର ସମୟ ଗୋଟିଏ ହିଁ ଅଟେ । ଅମୁକ
ମୋକ୍ଷ ପ୍ରାପ୍ତ ହେଲେ, ଏହାସବୁ ମନଗଢା କଥା । ବାବା କହୁଛନ୍ତି - କୌଣସି ଆତ୍ମା ଡ୍ରାମାର ମଝିରୁ
ଫେରିଯାଇପାରିବେ ନାହିଁ । ନଚେତ୍ ସାରା ଖେଳ ହିଁ ବିଗିଡିଯିବ । ପ୍ରତ୍ୟେକଙ୍କୁ ସତ୍ତ୍ୱ, ରଜୋ,
ତମୋରେ ନିଶ୍ଚିତ ଆସିବାକୁ ହେବ । ମୋକ୍ଷ ପାଇବା ଆଶାରେ ବହୁତ ଆସୁଛନ୍ତି, ସେମାନଙ୍କୁ ବୁଝାଯାଉଛି
ମୋକ୍ଷ କେବେ ହୋଇ ନ ଥାଏ । ଏହା ତ ଅନାଦି ପୂର୍ବ ପ୍ରସ୍ତୁତ ଡ୍ରାମା ଅଟେ । ତାହା କେବେ
ପରିବର୍ତ୍ତନ ହୋଇପାରିବ ନାହିଁ । ଯଦି ମାଛିଟିଏ ମଧ୍ୟ ଏଠାରେ ଉଡିଗଲା, ତେବେ ୫ ହଜାର ବର୍ଷ ପରେ
ମଧ୍ୟ ଏହିଭଳି ଉଡିଯିବ । ଏକଥା ତ ଜାଣିଛ ଯେ ବାବା କେତେ ଭୋଳା ଅଟନ୍ତି । ପତିତ-ପାବନ ବାବା ନିଜର
ପରମଧାମରୁ ଏଠାକୁ ଅଭିନୟ କରିବା ପାଇଁ ଆସୁଛନ୍ତି । ସିଏ ହିଁ ଆସି ବୁଝାଉଛନ୍ତି ଯେ ଏହି ଡ୍ରାମା
କିପରି ତିଆରି ହୋଇଛି, ଏଥିରେ କିଏ-କିଏ ମୁଖ୍ୟ ଅଟନ୍ତି । ଯେପରି କହିଥାନ୍ତି ନା ଏହି ଦୁନିଆରେ
ସବୁଠାରୁ ଧନୀ କିଏ? ସେଥିରେ କ୍ରମଅନୁସାରେ ନାମ ବାହାର କରିଥାନ୍ତି । ତୁମେ ଜାଣିଛ, ସବୁଠାରୁ ଧନୀ
କିଏ? ସେମାନେ କହିବେ ଆମେରିକା, କିନ୍ତୁ ତୁମେ ଜାଣିଛ ସ୍ୱର୍ଗ ଦୁନିଆରେ ସବୁଠାରୁ ଧନୀ ଏହି
ଲକ୍ଷ୍ମୀ-ନାରାୟଣ ହୋଇଥାନ୍ତି । ତୁମେମାନେ ଭବିଷ୍ୟତ ପାଇଁ ପୁରୁଷାର୍ଥ କରୁଛ, ସବୁଠାରୁ ଧନୀ ହେବା
ପାଇଁ । ଏହା ପ୍ରତିଯୋଗିତା ଅଟେ । ଏହି ଲକ୍ଷ୍ମୀ-ନାରାୟଣଙ୍କ ଭଳି ଧନୀ କେହି ଥିବେ?
ଆଲ୍ଲା-ଅବଲଦ୍ଦୀନଙ୍କର ମଧ୍ୟ କାହାଣୀ ଅଛି । ଠକ୍ ଠକ୍ କରିବା ଦ୍ୱାରା କୁବେରର ସମ୍ପତ୍ତି ବାହାରି
ଆସିଲା । ଅନେକ ପ୍ରକାରର ନାଟକ ତିଆରି କରୁଛନ୍ତି ।
ଏବେ ତୁମ ବୁଦ୍ଧିରେ ରହିଛି - ଆମେ ଏହି ଶରୀର ତ୍ୟାଗ କରି ସ୍ୱର୍ଗକୁ ଯିବୁ । ଆମକୁ କୁବେରର
ସମ୍ପତ୍ତି ମିଳିବ । ବାବା କହୁଛନ୍ତି - ମୋତେ ମନେ ପକାଇବା ଦ୍ୱାରା ମାୟା ସବୁ ଦିନ ପାଇଁ
ପଳାଇଯିବ । ବାବାଙ୍କୁ ମନେ ନ ପକାଇବା କାରଣରୁ ମାୟା ପୁଣି ହଇରାଣ କରୁଛି । କହୁଛନ୍ତି ବାବା ମୋତେ
ମାୟାର ତୋଫାନ ବହୁତ ଆସୁଛି । ଆଚ୍ଛା, ବାବାଙ୍କୁ ବହୁତ ସ୍ନେହର ସହିତ ମନେପକାଅ, ତେବେ ତୋଫାନ
ଉଡିଯିବ । ବାକି ଅନେକ ଗୁଡିଏ ନାଟକ ଆଦି ତିଆରି କରିଦେଇଛନ୍ତି; କିନ୍ତୁ ବାସ୍ତବରେ କଥାବସ୍ତୁ
କିଛି ବି ନାହିଁ । ବାବା କେତେ ସହଜ କରି ବୁଝାଉଛନ୍ତି - କେବଳ ବାବାଙ୍କୁ ମନେପକାଅ ତେବେ ତୁମ
ଭିତରେ ଯେଉଁ ମଇଳା ରହିଛି ତାହା ବାହାରିଯିବ ଏବଂ ଆଉ କୌଣସି କଷ୍ଟ ଦେଉ ନାହାଁନ୍ତି । ଆତ୍ମା
ଯିଏକି ପବିତ୍ର ଅସଲି ସୁନା ଥିଲା, ତାହା ଏବେ ନକଲି ହୋଇଯାଇଛି । ପୁଣି ଏହି ଯୋଗ ଅଗ୍ନି ଦ୍ୱାରା
ସଚ୍ଚା ସୁନା ହୋଇଯିବ । ନିଆଁରେ ପୋଡିବା ବ୍ୟତୀତ ସୁନା ପବିତ୍ର ହୋଇପାରିବ ନାହିଁ । ଏହାକୁ ମଧ୍ୟ
ଯୋଗ ଅଗ୍ନି କୁହାଯାଉଛି । କିନ୍ତୁ ଏହା ୟାଦର ହିଁ କଥା । ସେମାନେ ତ ଅନେକ ପ୍ରକାରର ହଠଯୋଗ
ଶିଖାଉଛନ୍ତି । ତୁମକୁ ତ ବାବା କହୁଛନ୍ତି - ଉଠିବା, ବସିବା ସମୟରେ ୟାଦ କର । ତୁମେମାନେ ଆସନ
ପ୍ରାଣାୟାମ ଆଦି କେତେ ବା କରିପାରିବ । ଏଥିରେ ତ ଚାଲିବୁଲି, କର୍ମଧନ୍ଦା କରି ସ୍ମୃତିରେ ରହିବାର
ଅଛି । ରୋଗଶଯ୍ୟାରେ ଥାଇ ମଧ୍ୟ ଶୋଇ ଶୋଇ ବାବାଙ୍କୁ ମନେପକାଇପାରିବ । ଶିବବାବାଙ୍କୁ ମନେପକାଅ ଏବଂ
ସ୍ୱଦର୍ଶନଚକ୍ର ବୁଦ୍ଧିରେ ଘୂରାଅ । ସେମାନେ ପୁଣି ଲେଖିଦେଇଛନ୍ତି ଗଙ୍ଗାର କୂଳ ହୋଇଥିବ, ମୁଖରେ
ଅମୃତ ଥିବ । ଗଙ୍ଗାକୂଳରେ ତ ଗଙ୍ଗାଜଳ ହିଁ ମିଳିଥାଏ, ସେଥିପାଇଁ ମନୁଷ୍ୟ ହରିଦ୍ୱାରରେ ଯାଇ
ରହୁଛନ୍ତି । ବାବା ତ କହୁଛନ୍ତି ତୁମେ କେଉଁଠି ବି ରୁହ, ଯଦିଓ ରୋଗୀ ବି ହୋଇଥାଅ, କେବଳ ବାବାଙ୍କୁ
ମନେପକାଅ । ସ୍ୱଦର୍ଶନଚକ୍ର ଘୂରାଉଥାଅ, ତେବେ ଶରୀରରୁ ପ୍ରାଣ ବାହାରିଯାଉ । ଏହିଭଳି ଅଭ୍ୟାସ
କରିବାକୁ ପଡିବ । ସେହି ଭକ୍ତିମାର୍ଗର ରୀତିନିତି ଏବଂ ଏହି ଜ୍ଞାନମାର୍ଗର କଥାରେ, କେତେ
ରାତି-ଦିନର ପାର୍ଥକ୍ୟ ରହିଛି । ବାବାଙ୍କର ସ୍ମୃତି ଦ୍ୱାରା ତୁମେ ସ୍ୱର୍ଗର ମାଲିକ ହୋଇଯିବ ।
ସେମାନେ ତ ସୈନ୍ୟମାନଙ୍କୁ କହିଥାନ୍ତି, ଯିଏ ଯୁଦ୍ଧକ୍ଷେତ୍ରରେ ଦେହତ୍ୟାଗ କରିବ ସିଏ ସ୍ୱର୍ଗକୁ
ଯିବ । ବାସ୍ତବରେ ଏହା ହିଁ ଯୁଦ୍ଧ ଅଟେ । ସେମାନେ କୌରବ-ପାଣ୍ଡବମାନଙ୍କର ସୈନ୍ୟବାହିନୀ
ଦେଖାଇଛନ୍ତି । ମହାଭାରତ ଲଢେଇ ହେଲା ପୁଣି କ’ଣ ହେଲା? ପରିଣାମ ତ କିଛି ନାହିଁ । ସମ୍ପୂର୍ଣ୍ଣ
ଘୋର ଅନ୍ଧକାର ଭିତରେ ଅଛନ୍ତି, କିଛି ବି ବୁଝିନାହାଁନ୍ତି, ସେଥିପାଇଁ ଅଜ୍ଞାନ ଅନ୍ଧକାର
କୁହାଯାଉଛି । ବାବା ପୁନର୍ବାର ଆଲୋକ ପ୍ରଦାନ କରିବା ପାଇଁ ଆସିଛନ୍ତି । ତାଙ୍କୁ ଜ୍ଞାନର ସାଗର,
ଜ୍ଞାନର ଭଣ୍ଡାର ବୋଲି କୁହାଯାଏ । ଏବେ ତୁମକୁ ମଧ୍ୟ ସମ୍ପୂର୍ଣ୍ଣ ଜ୍ଞାନ ମିଳିଯାଇଛି । ତାହା
ହେଲା ମୂଳବତନ ଶାନ୍ତିଧାମ, ଯେଉଁଠି ତୁମେ ଆତ୍ମାମାନେ ବାସ କରୁଛ, ତାକୁ ବ୍ରହ୍ମାଣ୍ଡ ମଧ୍ୟ
କୁହାଯାଏ । ଏଠାରେ ରୁଦ୍ର ଯଜ୍ଞ ରଚନା କଲେ ବାବାଙ୍କ ସାଥୀରେ ତୁମ ଆତ୍ମାମାନଙ୍କର ମଧ୍ୟ ପୂଜା
କରିଥାନ୍ତି, କାହିଁକି ନା ତୁମେ ଅନେକଙ୍କର କଲ୍ୟାଣ କରୁଛ । ବାବାଙ୍କ ସାଥୀରେ ତୁମେ ବିଶେଷ କରି
ଭାରତର ଏବଂ ସାଧାରଣ ଭାବରେ ସାରା ଦୁନିଆର ଆତ୍ମିକ ସେବା କରୁଛ, ସେଇଥିପାଇଁ ବାବାଙ୍କ ସାଥୀରେ
ତୁମ ପିଲାମାନଙ୍କର ମଧ୍ୟ ପୂଜନ ହେଉଛି । ଆଚ୍ଛା —
ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ
ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ମାୟାର
ତୋଫାନକୁ ବିତାଡିତ କରିବା ପାଇଁ ବାବାଙ୍କୁ ବହୁତ ବହୁତ ସ୍ନେହରେ ୟାଦ କରିବାକୁ ହେବ । ଆତ୍ମାକୁ
ଯୋଗ ଅଗ୍ନି ଦ୍ୱାରା ଅସଲି ସୁନା ତୁଲ୍ୟ କରିବାକୁ ହେବ ।
(୨) ବେହଦର ବୈରାଗୀ ହୋଇ
ଏହି ପୁରୁଣା ଦୁନିଆକୁ ଭୁଲିଯିବାକୁ ହେବ । ଦୁନିଆ ପରିବର୍ତ୍ତନ ହେଉଛି, ନୂଆ ଦୁନିଆକୁ ଯିବାକୁ
ହେବ, ସେଥିପାଇଁ ଏହାଠାରୁ ସନ୍ନ୍ୟାସ କରି ନେବାକୁ ହେବ ।
ବରଦାନ:-
ପ୍ରତି ପାଦରେ
ସାବଧାନତା ଅବଲମ୍ବନ କରି ପଦ୍ମର ରୋଜଗାର ଜମା କରୁଥିବା ପଦ୍ମପତି ଭବ ।
ବାବା ପିଲାମାନଙ୍କୁ
ବହୁତ ଉଚ୍ଚ ସ୍ଥିତିରେ ରହିବାର ସାବଧାନୀ ଦେଉଛନ୍ତି ସେଥିପାଇଁ ଏବେ ଟିକିଏ ବି ଭୁଲ କରିବାର ସମୟ
ନାହିଁ, ଏବେ ତ ପ୍ରତି ପାଦରେ ସାବଧାନତା ଅବଲମ୍ବନ କରି, କଦମରେ ପଦମର ରୋଜଗାର ଜମା କରି ପଦ୍ମପତି
ହୁଅ । ଯେପରି ତୁମର ନାମ ପଦ୍ମାପଦ୍ମ ଭାଗ୍ୟଶାଳୀ ଅଟେ, ସେହିପରି କର୍ମ ମଧ୍ୟ ହେବା ଦରକାର ।
ଗୋଟିଏ ପାଦ ମଧ୍ୟ ପଦ୍ମର ରୋଜଗାର ବିନା ନ ପଡୁ । ତେଣୁ ବହୁତ ଭାବିଚିନ୍ତି ଶ୍ରୀମତ ଅନୁସାରେ
ପ୍ରତ୍ୟେକ ପାଦ ଉଠାଅ । ଶ୍ରୀମତରେ ମନମତ ମିଶାଅ ନାହିଁ ।
ସ୍ଲୋଗାନ:-
ଯଦି ମନକୁ ନିଜର
ଆଦେଶ ଅନୁସାରେ ଚଲାଇବ, ତେବେ ମନମନାଭବର ସ୍ଥିତି ଆପେ ଆପେ ହୋଇଯିବ ।
ଅବ୍ୟକ୍ତ ଈଶାରା:-
ଜ୍ୱାଳା ସ୍ୱରୂପ ସ୍ଥିତିରେ ରହି ଶକ୍ତିଶାଳୀ ଯୋଗର ଅନୁଭବ କର ।
ଯୋଗକୁ ଶକ୍ତିଶାଳୀ କରିବା
ପାଇଁ ବିସ୍ତାର ଭିତରକୁ ଯାଉଥିଲେ ମଧ୍ୟ ସାର ସ୍ୱରୂପର ସ୍ଥିତିର ଅଭ୍ୟାସ କମ୍ ନ ହେଉ । ବିସ୍ତାର
ଭିତରେ ସାର ଭୁଲି ହୋଇ ନ ଯାଉ । ଖାଅ-ପିଅ, ସେବା କର କିନ୍ତୁ ନିଆରା ପଣିଆକୁ ଭୁଲ ନାହିଁ ।
ସାଧନାର ଅର୍ଥ ହେଲା ଶାକ୍ତିଶାଳୀ ଯୋଗ । ନିରନ୍ତର ବାବାଙ୍କ ସହିତ ଦିଲ୍ର ସମ୍ବନ୍ଧ ଯୋଡି ହୋଇ
ରହିଥିବ । କେବଳ ଯୋଗରେ ବସିଯିବାକୁ ସାଧନା କୁହାଯାଏ ନାହିଁ କିନ୍ତୁ ଶରୀର ଦ୍ୱାରା ଯେପରି ବସି
ପଡୁଛ, ସେହିପରି ମନ-ବୁଦ୍ଧି ହୃଦୟ ଏକ ମାତ୍ର ବାବାଙ୍କ ଆଡେ ଲାଗି ରହିଥିବ ଏବଂ ବାବାଙ୍କ ସାଥୀରେ
ବସିଥିବ । ଏହିଭଳି ଏକାଗ୍ରତା ହିଁ ଜ୍ୱାଳାକୁ ପ୍ରଜ୍ୱଳିତ କରିବ ।