03.02.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଆତ୍ମା ରୂପକ ଜ୍ୟୋତିରେ ଜ୍ଞାନ-ଯୋଗର ଘିଅ ଢାଳ ତେବେ ଆତ୍ମ ଜ୍ୟୋତି ସର୍ବଦା ଜାଗ୍ରତ ରହିବ, ତା’ ସହିତ ଜ୍ଞାନ ଏବଂ ଯୋଗର ପ୍ରଭେଦକୁ ଭଲ ଭାବରେ ବୁଝିବାକୁ ହେବ । ”

ପ୍ରଶ୍ନ:-
ବାବାଙ୍କର କାର୍ଯ୍ୟ ପ୍ରେରଣା ଦ୍ୱାରା ଚାଲିପାରିବ ନାହିଁ, ତାଙ୍କୁ ଏଠାକୁ ଆସିବାକୁ ହିଁ ପଡିବ କାହିଁକି?

ଉତ୍ତର:-
କାହିଁକି ନା ମନୁଷ୍ୟମାନଙ୍କର ବୁଦ୍ଧି ବିଲ୍‌କୁଲ୍ ତମଃପ୍ରଧାନ ହୋଇଯାଇଛି । ତମଃପ୍ରଧାନ ବୁଦ୍ଧି ପ୍ରେରଣାକୁ ଗ୍ରହଣ କରିପାରିବ ନାହିଁ । ବାବା ଏଠାକୁ ଆସୁଛନ୍ତି ବୋଲି ତ କୁହାଯାଉଛି ଛୋଡ ଭି ଦେ ଆକାଶ ସିଂହାସନ... ଅର୍ଥାତ୍ ଆକାଶ ସିଂହାସନ ଛାଡି ଆସ.... ।

ଗୀତ:-
ଛୋଡ ଭି ଦେ ଆକାଶ ସିଂହାସନ...

ଓମ୍ ଶାନ୍ତି ।
ଭକ୍ତମାନେ ଏହି ଗୀତକୁ ରଚନା କରିଛନ୍ତି । ଏହାର ଅର୍ଥ କେତେ ସୁନ୍ଦର । କହୁଛନ୍ତି ଆକାଶର ସିଂହାସନକୁ ଛାଡି ଏଠାକୁ ଆସ । ବାସ୍ତବରେ ଏହି ଦୁନିଆକୁ ଆକାଶ ତତ୍ତ୍ୱ କୁହାଯିବ ଅର୍ଥାତ୍ ଆକାଶ ତତ୍ତ୍ୱରେ ହିଁ ପୃଥିବୀ ରହିଛି । ଏହା ହେଉଛି ରହିବାର ସ୍ଥାନ । ଆକାଶରୁ ତ କୌଣସି ଜିନିଷ ଆସୁ ନାହିଁ । ତେବେ ଆକାଶ ସିଂହାସନ କେଉଁଠୁ ଆସିଲା । ଆକାଶ ତତ୍ତ୍ୱରେ ତ ତୁମେମାନେ ରହୁଛ କିନ୍ତୁ ବାବା ରହୁଛନ୍ତି ବ୍ରହ୍ମ ମହତତ୍ତ୍ୱରେ । ତାକୁ ବ୍ରହ୍ମ ଅଥବା ମହତତ୍ତ୍ୱ କୁହାଯାଏ, ଯେଉଁଠାରେ ଆତ୍ମାମାନେ ମଧ୍ୟ ନିବାସ କରିଥା’ନ୍ତି । ବାବା ସେଠାରୁ ନିଶ୍ଚିତ ଆସିବେ । କହୁଛନ୍ତି ଏଠାକୁ ଆସି ଆମର ଜ୍ୟୋତିକୁ ଜାଗ୍ରତ କର । ମହାଭାରତରେ ମଧ୍ୟ ଗାୟନ ରହିଛି - ଅନ୍ଧ ପିତାର ସନ୍ତାନ ଅନ୍ଧ ଏବଂ ଦୃଷ୍ଟିଶକ୍ତି ସମ୍ପନ୍ନ ପିତାର ସନ୍ତାନ ଦୃଷ୍ଟିଶକ୍ତି ସମ୍ପନ୍ନ । ଧୃତରାଷ୍ଟ୍ର ଏବଂ ଯୁଧିଷ୍ଠିରଙ୍କ ନାମ ଦେଖାଇଛନ୍ତି । ବାସ୍ତବରେ ଏମାନେ ତ ରାବଣର ସନ୍ତାନ । ମାୟା ରୂପକ ରାବଣ ରହିଛି ନା । ବର୍ତ୍ତମାନ ସମସ୍ତଙ୍କର ରାବଣ ବୁଦ୍ଧି ହୋଇଯାଇଛି, ଏବେ ତୁମର ହେଉଛି ଈଶ୍ୱରୀୟ ବୁଦ୍ଧି । ବାବା ଏବେ ତୁମର ବୁଦ୍ଧିର ତାଲା ଖୋଲୁଛନ୍ତି । ରାବଣ ତାଲା ବନ୍ଦ କରିଦେଉଛି । କେହି ଯଦି କୌଣସି କଥାକୁ ବୁଝି ପାରନ୍ତି ନାହିଁ ତେବେ କହନ୍ତି ଇଏ ତ ପଥରବୁଦ୍ଧି ଅଟନ୍ତି । ତେବେ ବାବା ଏଠାକୁ ଆସି ସମସ୍ତଙ୍କର ଜ୍ୟୋତିକୁ ଜାଗ୍ରତ କରିବେ ନା । ପ୍ରେରଣା ଦ୍ୱାରା କ’ଣ କିଛି କାମ ହୁଏ କି! ଆତ୍ମା ସତ୍ତ୍ୱପ୍ରଧାନ ଥିଲା, ଏବେ ତାକତ କମ୍ ହୋଇଯାଇଛି । ଆତ୍ମା ତମଃପ୍ରଧାନ ହୋଇଯାଇଛି । ଏକଦମ କ୍ଷୀଣ ହୋଇଯାଇଛି । ଯଦି କୌଣସି ମନୁଷ୍ୟର ମୃତ୍ୟୁ ହୁଏ ତେବେ ତାଙ୍କ ପାଇଁ ଦୀପ ଜଳାଇଥା’ନ୍ତି । ବାସ୍ତବରେ ଦୀପ କାହିଁକି ଜଳାନ୍ତି? ଭାବନ୍ତି ଜ୍ୟୋତି ଲିଭି ଗଲେ କାଳେ ଅନ୍ଧାର ହୋଇଯିବ । ସେଥିପାଇଁ ଜ୍ୟୋତି ଜଳାଇଥା’ନ୍ତି । ତେବେ ଏଠାରେ ଜ୍ୟୋତି ଜଳାଇଲେ ସେଠାରେ କିପରି ଆଲୋକିତ ହେବ? କିଛି ବି ବୁଝିପାରୁନାହାଁନ୍ତି । ଏବେ ତୁମମାନେ ବୁଦ୍ଧିମାନ ହେଉଛ । ବାବା କହୁଛନ୍ତି - ମୁଁ ତୁମର ବୁଦ୍ଧିକୁ ସ୍ୱଚ୍ଛ କରୁଛି । ଆତ୍ମା ରୂପି ଦୀପକରେ ଜ୍ଞାନ ରୂପକ ଘୃତ ଢାଳୁଛି । ଏ କଥା ସମସ୍ତଙ୍କୁ ବୁଝାଇବା ଦରକାର । ଜ୍ଞାନ ଓ ଯୋଗ ଦୁଇଟି ଅଲଗା ଅଲଗା ବିଷୟ ବସ୍ତୁ ଅଟେ । ଯୋଗକୁ ଜ୍ଞାନ କୁହାଯିବ ନାହିଁ । କେହି କେହି ଭାବନ୍ତି ଭଗବାନ ଆସି ଏହି ଜ୍ଞାନ ମଧ୍ୟ ଦେଇଛନ୍ତି ନା ମୋତେ ମନେ ପକାଅ । କିନ୍ତୁ ଏହାକୁ ଜ୍ଞାନ କୁହାଯିବ ନାହିଁ । ଏହା ତ ପିତା ଏବଂ ପୁତ୍ରର ପରିଚୟ । ପିଲାମାନେ ଜାଣିଛନ୍ତି ଯେ, ଇଏ ହେଉଛନ୍ତି ଆମର ବାବା, ଏହାକୁ ଜ୍ଞାନର କଥା କୁହାଯିବ ନାହିଁ । ଜ୍ଞାନର ବିସ୍ତାର ତ ବହୁତ ରହିଛି । ଏହା ତ କେବଳ ଯୋଗ ଅଟେ । ବାବା କହୁଛନ୍ତି ମୋତେ ମନେ ପକାଅ । ବହୁତ ସାଧାରଣ କଥା । ଏହାକୁ ଜ୍ଞାନ କୁହାଯାଏ ନାହିଁ । ପିଲା ଜନ୍ମ ନେଲା ପରେ ନିଶ୍ଚିତ ବାପାକୁ ତ ମନେ ପକାଇବ ନା । କିନ୍ତୁ ଜ୍ଞାନର ବିସ୍ତାର ବହୁତ ରହିଛି । ବାବା କହୁଛନ୍ତି ମୋତେ ମନେ ପକାଅ - ଏହା ଜ୍ଞାନ ନୁହେଁ । ତୁମେମାନେ ନିଜେ ଜାଣିଛ, ଆମେ ଆତ୍ମା ମୋର ପିତା ହେଉଛନ୍ତି ପରମ ଆତ୍ମା, ପରମାତ୍ମା । ଏହାକୁ କ’ଣ ଜ୍ଞାନ କୁହାଯିବ କି? ବାବାଙ୍କୁ ଡାକୁଛନ୍ତି । ଜ୍ଞାନ ତ ହେଉଛି ନଲେଜ, ଯେପରି କେହି ଏମ୍‌.ଏ. ପଢୁଛନ୍ତି, କେହି ବି.ଏ. ପଢୁଛନ୍ତି, ତେବେ ବହି ପଢିବାକୁ ପଡିଥାଏ । ଏବେ ବାବା ତ କହୁଛନ୍ତି ତୁମେମାନେ ମୋର ସନ୍ତାନ, ମୁଁ ତୁମର ପିତା । ତୁମେମାନେ ମୋ ସହିତ ହିଁ ଯୋଗ ଲଗାଅ ଅର୍ଥାତ୍ ମୋତେ ମନେ ପକାଅ । ଏହାକୁ ଜ୍ଞାନ କୁହାଯିବ ନାହିଁ । ତୁମେ ତ ମୋର ସନ୍ତାନ । ତୁମେ ଆତ୍ମାମାନେ କେବେ ବିନାଶ ହେଉ ନାହିଁ । କେହି ମରିଗଲେ ତାଙ୍କର ଆତ୍ମାକୁ ଡାକୁଛନ୍ତି, ବାସ୍ତବରେ ସେହି ଶରୀର ତ ସମାପ୍ତ ହୋଇଗଲା । ତେବେ ଆତ୍ମା ଭୋଜନ କିପରି କରିବ? ଭୋଜନ ତ ବ୍ରାହ୍ମଣମାନେ ହିଁ ଖାଇବେ । କିନ୍ତୁ ଏ ସବୁ ହେଉଛି ଭକ୍ତିମାର୍ଗର ପ୍ରଥା । ଏପରି ନୁହେଁ ଯେ ଆମେ କହିଲେ ଭକ୍ତିମାର୍ଗ ବନ୍ଦ ହୋଇଯିବ । ତାହା ତ ପ୍ରଚଳିତ ହୋଇ ଆସୁଛି । ଆତ୍ମା ତ ଗୋଟିଏ ଶରୀର ଛାଡି ଅନ୍ୟ ଏକ ଶରୀର ନେଇଥାଏ ।

ପିଲାମାନଙ୍କ ବୁଦ୍ଧିରେ ଜ୍ଞାନ ଏବଂ ଯୋଗର ପ୍ରଭେଦ ସ୍ପଷ୍ଟ ଭାବରେ ରହିବା ଉଚିତ୍ । ବାବା କହୁଛନ୍ତି ଯେ, ମୋତେ ମନେ ପକାଅ, ଏହା ଜ୍ଞାନ ନୁହେଁ । ଏହା ତ ବାବା ନିର୍ଦ୍ଦେଶ ଦେଉଛନ୍ତି, ଏହାକୁ ଯୋଗ କୁହାଯାଏ । ଜ୍ଞାନ ହେଲା ସୃଷ୍ଟିଚକ୍ର କିପରି ଘୂରୁଛି - ତାର ନଲେଜ । ଯୋଗ ଅର୍ଥାତ୍ ମନେ ପକାଇବା । ତେବେ ପିଲାଙ୍କର କର୍ତ୍ତବ୍ୟ ହେଲା ବାବାଙ୍କୁ ମନେ ପକାଇବା । ସେ ହେଲେ ଲୌକିକ, ଇଏ ହେଉଛନ୍ତି ପାରଲୌକିକ । ବାବା କହୁଛନ୍ତି ମୋତେ ମନେ ପକାଅ । ତେଣୁ ଜ୍ଞାନ ଅଲଗା ଜିନିଷ ହୋଇଗଲା । ପିଲାଙ୍କୁ କ’ଣ କହିବାକୁ ପଡେ କି ତୁମେ ତୁମ ପିତାଙ୍କୁ ମନେ ପକାଅ । ଲୌକିକ ପିତା ତ ଜନ୍ମରୁ ହିଁ ମନେ ରହିଯାଆନ୍ତି । କିନ୍ତୁ ଏଠାରେ ବାବାଙ୍କୁ ମନେ ପକାଅ ବୋଲି କହିବାକୁ ପଡୁଛି । ଏଥିପାଇଁ ମେହନତ ଲାଗୁଛି । ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ - ଏହା ବହୁତ ମେହନତର କାମ । ସେଥିପାଇଁ ବାବା କହୁଛନ୍ତି ଯୋଗରେ ରହି ପାରୁନାହଁ । ପିଲାମାନେ ଲେଖୁଛନ୍ତି - ବାବା ଆପଣଙ୍କର ସ୍ମୃତି ଭୁଲି ହୋଇଯାଉଛି । ଏପରି କହୁନାହାଁନ୍ତି ଯେ ଜ୍ଞାନକୁ ଭୁଲିଯାଉଛୁ । ଜ୍ଞାନ ତ ବହୁତ ସହଜ । ଯୋଗକୁ ଜ୍ଞାନ କୁହାଯାଏ ନାହିଁ, ଯୋଗରେ ମାୟାର ତୁଫାନ ବହୁତ ଆସେ । ଯଦିଓ ଜ୍ଞାନରେ କେହି ବହୁତ ପ୍ରବୀଣ ଅଛନ୍ତି, ବହୁତ ଭଲ ମୁରଲୀ ଚଲାଉଛନ୍ତି କିନ୍ତୁ ବାବା ପଚାରୁଛନ୍ତି - ଯୋଗର ଚାର୍ଟ ବାହାର କର, କେତେ ସମୟ ଯୋଗ କରୁଛ? ଯୋଗର ଚାର୍ଟ ଯଥାର୍ଥ ରୂପେ ପ୍ରସ୍ତୁତ କରି ବାବାଙ୍କୁ ଦେଖାଅ । ମୁଖ୍ୟ କଥା ହେଉଛି ଯୋଗ । ପତିତମାନେ ହିଁ ବାବାଙ୍କୁ ଡାକୁଛନ୍ତି - ହେ ପତିତ-ପାବନ ବାବା ଆସ, ଏଠାକୁ ଆସି ପାବନ କର । ମୁଖ୍ୟ କଥା ହେଲା ପାବନ ହେବା । ଏଥିରେ ହିଁ ମାୟାର ବିଘ୍ନ ପଡିଥାଏ । ଶିବ ଭଗବାନୁବାଚ - ଯୋଗରେ ସମସ୍ତେ ବହୁତ ଦୁର୍ବଳ ଅଛନ୍ତି ଅର୍ଥାତ୍ ଶକ୍ତିଶାଳୀ ଯୋଗ କେହି କରୁନାହାଁନ୍ତି । ଭଲ-ଭଲ ସନ୍ତାନମାନେ ଯେଉଁମାନେ କି ବହୁତ ଭଲ ମୁରଲୀ ଚଲାଉଛନ୍ତି, ସେମାନେ ମଧ୍ୟ ଯୋଗରେ ବିଲ୍‌କୁଲ୍ କମଜୋର୍ ଅଛନ୍ତି । ଯୋଗ ଦ୍ୱାରା ହିଁ ବିକର୍ମର ବିନାଶ ହୋଇଥାଏ । ଯୋଗ ଦ୍ୱାରା ହିଁ କର୍ମେନ୍ଦ୍ରିୟ ବିଲ୍‌କୁଲ୍ ଶାନ୍ତ ହୋଇପାରିବ । ଏକମାତ୍ର ବାବାଙ୍କ ବିନା ଆଉ କେହି ମନେ ନ ପଡନ୍ତୁ, କାହାର ଦେହ ମଧ୍ୟ ମନେ ନ ପଡୁ । ଆତ୍ମା ଜାଣିଛି ଏହି ଦୁନିଆ ସମାପ୍ତ ହୋଇଯିବ । ଏବେ ଆମେ ନିଜର ଘରକୁ ଯାଉଛୁ । ପୁଣି ରାଜଧାନୀକୁ ଆସିବୁ । ଏକଥା ସର୍ବଦା ବୁଦ୍ଧିରେ ରହିବା ଉଚିତ୍ । ଯେଉଁ ଜ୍ଞାନ ମିଳୁଛି ତାହା ଆତ୍ମାରେ ରହିବା ଦରକାର । ବାବା ତ ଯୋଗେଶ୍ୱର, ଯିଏକି ଯୋଗ ଶିଖାଉଛନ୍ତି । ବାସ୍ତବରେ ଈଶ୍ୱରଙ୍କୁ ଯୋଗେଶ୍ୱର କୁହାଯିବ ନାହିଁ । ତୁମେ ହେଉଛ ଯୋଗେଶ୍ୱର । ଈଶ୍ୱର ପିତା କହୁଛନ୍ତି ମୋତେ ମନେ ପକାଅ । ଈଶ୍ୱର ପିତା ହିଁ ଏହି ଯୋଗ ଶିଖାଉଛନ୍ତି । ସେହି ନିରାକାର ପିତା ଏହି ଶରୀର ମାଧ୍ୟମରେ ଶୁଣାଉଛନ୍ତି । ପିଲାମାନେ ମଧ୍ୟ ଶରୀର ଦ୍ୱାରା ଶୁଣୁଛନ୍ତି । କେହି ତ ଯୋଗରେ ବହୁତ କମଜୋର୍ ଅଛନ୍ତି । ବିଲ୍‌କୁଲ୍ ଯୋଗ କରୁ ହିଁ ନାହାଁନ୍ତି । ସେମାନଙ୍କର ଜନ୍ମ-ଜନ୍ମାନ୍ତରର ଯାହା ବି ପାପ ରହିଛି, ସବୁର ଦଣ୍ଡ ଭୋଗ କରିବେ । ଏଠାକୁ ଆସି ମଧ୍ୟ ଯେଉଁମାନେ ପାପ କରୁଛନ୍ତି ସେମାନେ ତ ଆହୁରି ଶହେଗୁଣା ଦଣ୍ଡ ପାଇବେ । ଜ୍ଞାନର ତିକ୍‌-ତିକ୍ ତ ବହୁତ କରୁଛନ୍ତି, କିନ୍ତୁ ଯୋଗ ବିଲ୍‌କୁଲ୍ ହିଁ ନାହିଁ । ଯେଉଁ କାରଣରୁ ପାପ ଭସ୍ମ ହୋଇ ନ ଥାଏ ଦୁର୍ବଳ ହିଁ ରହିଯାଉଛନ୍ତି । ସେଥିପାଇଁ ସଚ୍ଚା-ସଚ୍ଚା ୮ର ମାଳା ତିଆରି ହୋଇ ଯାଇଛି । ୯ ରତ୍ନର ଗାୟନ ରହିଛି । ୧୦୮ ରତ୍ନ କେବେ ଶୁଣିଛ? ୧୦୮ ରତ୍ନର କୌଣସି ଜିନିଷ ତିଆରି କରାଯାଇ ନଥାଏ । ଅନେକ ଅଛନ୍ତି ଯେଉଁମାନେ ଏହି କଥାକୁ ପୁରା ବୁଝିପାରୁନାହାଁନ୍ତି । ତେବେ ଯୋଗକୁ ଜ୍ଞାନ କୁହାଯାଏ ନାହିଁ । ଜ୍ଞାନ ସୃଷ୍ଟିଚକ୍ରକୁ କୁହାଯାଏ ଯେଉଁ ଜ୍ଞାନ ଶାସ୍ତ୍ରରେ ନାହିଁ, ସେହି ଶାସ୍ତ୍ର ହେଉଛି ଭକ୍ତିମାର୍ଗର । ବାବା ନିଜେ କହୁଛନ୍ତି, ଏ ସବୁ ଦ୍ୱାରା ମୁଁ ମିଳେ ନାହିଁ । ସାଧୁ ଆଦି ସମସ୍ତଙ୍କର ଉଦ୍ଧାର କରିବାକୁ ମୁଁ ଆସୁଛି । ସେମାନେ ଭାବୁଛନ୍ତି ବ୍ରହ୍ମରେ ଲୀନ ହୋଇଯିବୁ । ସେଥିପାଇଁ ପାଣି ଫୋଟକାର ଉଦାହରଣ ଦେଇଥା’ନ୍ତି । ଏବେ ତୁମେମାନେ ଏଭଳି କହୁନାହିଁ । ତୁମେମାନେ ତ ଜାଣିଛ ଆମେ ଆତ୍ମାମାନେ ବାବାଙ୍କର ସନ୍ତାନ । “ମାମେକମ୍ ୟାଦ କର” ଏହି ଶବ୍ଦ ମଧ୍ୟ କହିଥା’ନ୍ତି କିନ୍ତୁ ଏହାର ଅର୍ଥକୁ ବୁଝିପାରନ୍ତି ନାହିଁ । ଯଦିଓ କହିଦିଅନ୍ତି ମୁଁ ଆତ୍ମା କିନ୍ତୁ ଆତ୍ମା କ’ଣ, ପରମାତ୍ମା କ’ଣ - ଏହି ଜ୍ଞାନ ସେମାନଙ୍କ ପାଖରେ ବିଲ୍‌କୁଲ୍ ନାହିଁ । ଏ କଥା ବାବା ହିଁ ଆସି ଶୁଣାଉଛନ୍ତି । ଏବେ ତୁମେ ଜାଣୁଛ ତାହା ହେଉଛି ଆମ ଆତ୍ମାମାନଙ୍କର ଘର । ସେଠାରେ ସାରା ବଂଶାବଳୀ ରହିଛି । ପ୍ରତ୍ୟେକ ଆତ୍ମାଙ୍କୁ ନିଜ-ନିଜର ପାର୍ଟ ମିଳିଛି । ସୁଖ କିଏ ଦେଉଛନ୍ତି, ଦୁଃଖ କିଏ ଦେଉଛି - ଏ କଥା ମଧ୍ୟ କାହାକୁ ଜଣା ନାହିଁ ।

ଭକ୍ତି ହେଲା ରାତି, ଜ୍ଞାନ ଦିନ । ୬୩ ଜନ୍ମ ହେବ ତୁମେମାନେ ଧକ୍କା ଖାଇ ଖାଇ ଆସିଛ । ତା’ ପରେ ମୁଁ ଏଠାକୁ ଆସି ଜ୍ଞାନ ଦେଉଛି ତେବେ ଜ୍ଞାନ ଦେବାକୁ କେତେ ସମୟ ଲାଗୁଛି? ଗୋଟିଏ ସେକେଣ୍ଡ । ଏହାର ମଧ୍ୟ ଗାୟନ ରହିଛି ଯେ ସେକେଣ୍ଡରେ ଜୀବନମୁକ୍ତି । ଇଏ ତୁମର ବାପା ନା, ସେ ହିଁ ପତିତ-ପାବନ ଅଟନ୍ତି । ତାଙ୍କୁ ମନେ ପକାଇଲେ ତୁମେମାନେ ପବିତ୍ର ହୋଇଯିବ । ସତ୍ୟଯୁଗ, ତ୍ରେତାଯୁଗ, ଦ୍ୱାପର ଏବଂ କଳିଯୁଗ ଏହିଭଳି ଚକ୍ର ଘୁରି ଚାଲିଛି । ନାମ ମଧ୍ୟ ଜାଣିଛନ୍ତି କିନ୍ତୁ ଏପରି ପଥରବୁଦ୍ଧି ହୋଇଯାଇଛନ୍ତି ଯେ ସୃଷ୍ଟିଚକ୍ରର ଅବଧି ବିଷୟରେ କେହି ଜାଣିପାରୁନାହାଁନ୍ତି । ଏକଥା ମଧ୍ୟ କହୁଛନ୍ତି ଯେ ଏହା ଘୋର କଳିକାଳ । ଯଦି ଏବେ କି କଳିଯୁଗ ଚାଲିବ ତେବେ ଆହୁରି ଘୋର ଅନ୍ଧକାର ହୋଇଯିବ ସେଥିପାଇଁ ଗାୟନ ରହିଛି - କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିଥିଲେ ଏବଂ ବିନାଶ ହୋଇଗଲା । ଯଦି ସାମାନ୍ୟ କିଛି ବି ଜ୍ଞାନ ଶୁଣିବେ ତେବେ ମଧ୍ୟ ସେଠାରେ ପ୍ରଜା ହେବେ । କେଉଁଠି ଏହି ଲକ୍ଷ୍ମୀ-ନାରାୟଣ ଏବଂ କେଉଁଠି ଏହି ପ୍ରଜା! ପାଠ ତ ଜଣେ ଶିବବାବା ହିଁ ପଢାଉଛନ୍ତି ନା । ତେବେ ପ୍ରତ୍ୟେକଙ୍କର ନିଜ-ନିଜର ଭାଗ୍ୟ ରହିଛି । କେହି ତ ବୃତ୍ତି ନେଇଯାଉଛନ୍ତି, କେହି ପୁଣି ଫେଲ୍ ହୋଇଯାଉଛନ୍ତି । ରାମଙ୍କୁ ଧନୁ ତୀର ଧରିଥିବାର ଚିହ୍ନ କାହିଁକି ଦିଆଯାଇଛି? କାହିଁକି ନା ଉତ୍ତୀର୍ଣ୍ଣ ହୋଇପାରି ନାହାଁନ୍ତି । ଏହା ହେଉଛି ଗୀତାପାଠଶାଳା, ଏଠାରେ କେହି କେହି ତ କିଛି ବି ନମ୍ବର ନେବାକୁ ଯୋଗ୍ୟ ହୋଇ ନାହାଁନ୍ତି । ମୁଁ ଆତ୍ମା ବିନ୍ଦୁ ଅଟେ, ବାବା ମଧ୍ୟ ବିନ୍ଦୁ ଅଟନ୍ତି, ଏହିପରି ତାଙ୍କୁ ମନେ ପକାଇବାକୁ ପଡିବ । ଯେଉଁମାନେ ଏହି କଥାକୁ ବୁଝି ପାରୁନାହାଁନ୍ତି, ସେମାନେ କି ପଦ ପାଇବେ! ଯୋଗ କରୁ ନାହାଁନ୍ତି ତେଣୁ ବହୁତ କ୍ଷତି ହୋଇଯାଉଛି । ଯୋଗ ବଳ ବହୁତ ଚମତ୍କାର କରିଥାଏ, କର୍ମେନ୍ଦ୍ରିୟ ବିଲ୍‌କୁଲ୍ ଶାନ୍ତ, ଶୀତଳ ହୋଇଯାଏ । ଜ୍ଞାନ ଦ୍ୱାରା ଶାନ୍ତ ହେବ ନାହିଁ, ଯୋଗବଳ ଦ୍ୱାରା ଶାନ୍ତ ହେବ । ଭାରତବାସୀ ଡାକୁଛନ୍ତି ଯେ ଆସି ଆମକୁ ସେହି ଗୀତାର ଜ୍ଞାନ ଶୁଣାଅ, ତେବେ କିଏ ଆସିବ? ଶ୍ରୀକୃଷ୍ଣଙ୍କ ଆତ୍ମା ତ ଏଠାରେ ଅଛନ୍ତି । ସେ କ’ଣ କୌଣସି ସିଂହାସନ ଉପରେ ବସିଛନ୍ତି କି! ଯାହାଙ୍କୁ ଡାକୁଛନ୍ତି । ଯଦି କେହି କହନ୍ତି ଯେ ମୁଁ ଖ୍ରୀଷ୍ଟଙ୍କ ଆତ୍ମାକୁ ମନେ ପକାଉଛି । ଆରେ ସିଏ ତ ଏହିଠାରେ ହିଁ ଅଛନ୍ତି, ସେମାନଙ୍କୁ କ’ଣ ଜଣା ଯେ ଖ୍ରୀଷ୍ଟଙ୍କର ଆତ୍ମା ଏହିଠାରେ ହିଁ ଅଛନ୍ତି, ମଝିରେ କେହି ବି ଫେରି ଯାଇପାରିବେ ନାହିଁ । ଲକ୍ଷ୍ମୀ-ନାରାୟଣ, ଯିଏକି ପ୍ରଥମ ନମ୍ବର ଆତ୍ମା ତାଙ୍କୁ ମଧ୍ୟ ପୂରା ୮୪ ଜନ୍ମ ନେବାକୁ ପଡୁଛି, ତେବେ ଅନ୍ୟମାନେ କିପରି ଫେରି ଯାଇପାରିବ । ସବୁର ହିସାବ ରହିଛି ନା । ମନୁଷ୍ୟ ତ ଯାହା କିଛି କହୁଛନ୍ତି ସେ ସବୁ ମିଥ୍ୟା । ତେଣୁ ଅଧାକଳ୍ପ ମିଥ୍ୟାଖଣ୍ଡ ରହୁଛି, ଅଧାକଳ୍ପ ସତ୍ୟଖଣ୍ଡ ରହୁଛି । ଏବେ ତ ସମସ୍ତଙ୍କୁ ବୁଝାଇବା ଦରକାର - ଏହି ସମୟରେ ସମସ୍ତେ ନର୍କବାସୀ ଅଟନ୍ତି ପୁଣି ସ୍ୱର୍ଗବାସୀ ମଧ୍ୟ ଭାରତବାସୀ ହିଁ ହେଉଛନ୍ତି । ମନୁଷ୍ୟ କେତେ ବେଦ, ଶାସ୍ତ୍ର, ଉପନିଷଦ ଆଦି ପଢୁଛନ୍ତି, କ’ଣ ଏହା ଦ୍ୱାରା ମୁକ୍ତି ପ୍ରାପ୍ତ କରି ପାରିବେ? ତଳକୁ ତ ନିଶ୍ଚିତ ଓହ୍ଲାଇବାକୁ ପଡିବ । ପ୍ରତ୍ୟେକ ଜିନିଷ ସତ୍ତ୍ୱ, ରଜଃ, ତମଃରେ ନିଶ୍ଚିତ ଆସିଥାଏ । ନୂଆ ଦୁନିଆ କାହାକୁ କୁହାଯାଏ, କାହା ପାଖରେ ମଧ୍ୟ ଏହି ଜ୍ଞାନ ନାହିଁ । ଏହିସବୁ କଥା ବାବା ସମ୍ମୁଖରେ ବସି ବୁଝାଉଛନ୍ତି । ଦେବୀ-ଦେବତା ଧର୍ମ କେବେ, କିଏ ସ୍ଥାପନ କରିଥିଲେ - ଭାରତବାସୀମାନଙ୍କୁ କିଛି ହେଲେ ଜଣା ନାହିଁ । ତେଣୁ ବାବା ବୁଝାଉଛନ୍ତି - ଜ୍ଞାନରେ କେତେ ବି ଭଲ ହୋଇଥାନ୍ତୁ ନା କାହିଁକି କିନ୍ତୁ ଯୋଗରେ କେତେକ ପିଲା ଫେଲ୍ ଅଛନ୍ତି । ଯୋଗ ନ କରିଲେ ବିକର୍ମ ବିନାଶ ହେବ ନାହିଁ ଏବଂ ସେମାନେ ଉଚ୍ଚ ପଦ ମଧ୍ୟ ପାଇବେ ନାହିଁ । ଯେଉଁମାନେ ଯୋଗରେ ମସ୍ତ ଅଛନ୍ତି ସେହିମାନେ ହିଁ ଉଚ୍ଚପଦ ପାଇବେ । ତାଙ୍କର କର୍ମେନ୍ଦ୍ରିୟ ବିଲ୍‌କୁଲ୍ ଶୀତଳ ହୋଇଯାଏ । ଦେହ ସହିତ ସବୁ କିଛି ଭୁଲି ଦେହୀ-ଅଭିମାନୀ ହୋଇଯାଆନ୍ତି । ମୁଁ ଅଶରିରୀ, ଏବେ ଘରକୁ ଯାଉଛି । ଉଠିବା-ବସିବା ସମୟରେ ମଧ୍ୟ ଏହିଭଳି ମନେ ପକାଅ - ଏବେ ତ ଏହି ଶରୀର ଛାଡିବାକୁ ପଡିବ । ମୁଁ ଅଭିନୟ କରିସାରିଲି, ଏବେ ନିଜ ଘରକୁ ଯିବି । ଜ୍ଞାନ ତ ମିଳିଛି, ଯେପରି ବାବାଙ୍କ ପାଖରେ ଜ୍ଞାନ ଅଛି, ତାଙ୍କୁ ତ କାହାକୁ ୟାଦ କରିବାର ନାହିଁ । ଯୋଗ ତ ତୁମ ପିଲାମାନଙ୍କୁ ହିଁ କରିବାକୁ ହେବ । ବାବାଙ୍କୁ ଜ୍ଞାନର ସାଗର କୁହାଯାଏ । ଯୋଗର ସାଗର ତ କୁହାଯିବ ନାହିଁ ନା । ବାସ୍ ଏହି ସୃଷ୍ଟିଚକ୍ରର ଜ୍ଞାନ ଶୁଣାଉଛନ୍ତି ଏବଂ ନିଜର ମଧ୍ୟ ପରିଚୟ ଦେଉଛନ୍ତି । ଯୋଗକୁ ଜ୍ଞାନ କୁହାଯିବ ନାହିଁ । ପିଲାମାନଙ୍କର ତ ସ୍ୱତଃ ମନେ ପଡିବ । ମନେ ତ ନିଶ୍ଚିତ ପକାଇବାକୁ ହିଁ ପଡିବ, ନଚେତ୍ ବର୍ସା କିପରି ମିଳିବ? ବାବା ଆସିଛନ୍ତି ତେଣୁ ବର୍ସା ନିଶ୍ଚିତ ମିଳିବ । ବାକି ସବୁ ହେଉଛି ଜ୍ଞାନ । ଆମେ ୮୪ ଜନ୍ମ କିପରି ନେଉଛୁ, ତମଃପ୍ରଧାନରୁ ସତ୍ତ୍ୱପ୍ରଧାନ, ସତ୍ତ୍ୱପ୍ରଧାନରୁ ତମଃପ୍ରଧାନ କିପରି ହେଉଛୁ, ଏ କଥା ବାବା ବୁଝାଉଛନ୍ତି, ଏବେ ବାବାଙ୍କ ସ୍ମୃତି ଦ୍ୱାରା ସତ୍ତ୍ୱପ୍ରଧାନ ହେବାକୁ ପଡିବ । ତୁମେ ଆତ୍ମିକ ସନ୍ତାନମାନେ ଆତ୍ମିକ ବାବାଙ୍କ ପାଖକୁ ଆସିଛ, ତେବେ ତାଙ୍କୁ ଶରୀରର ଆଧାର ତ ଦରକାର ନା । କହୁଛନ୍ତି, ମୁଁ ବୃଦ୍ଧ ଶରୀରରେ ପ୍ରବେଶ କରୁଛି । ତାହା ମଧ୍ୟ ବାନପ୍ରସ୍ଥ ଅବସ୍ଥାରେ । ଏବେ ବାବା ଆସୁଛନ୍ତି ତେବେ ଯାଇ ସାରା ସୃଷ୍ଟିର କଲ୍ୟାଣ ହେଉଛି । ଇଏ ହେଉଛନ୍ତି ଭାଗ୍ୟଶାଳୀ ରଥ, ଏହାଙ୍କ ଦ୍ୱାରା କେତେ ସେବା ହେଉଛି । ତେଣୁ ଏହି ଶରୀରର ଅଭିମାନ ଛାଡିବା ପାଇଁ ଯୋଗ କରିବା ଆବଶ୍ୟକ । ଏଥିରେ ଜ୍ଞାନର କୌଣସି କଥା ନାହିଁ । ଯୋଗ ଅଧିକ ଶିଖାଇବାକୁ ହେବ । ଜ୍ଞାନ ତ ସହଜ । ଛୋଟ ପିଲା ମଧ୍ୟ ଜ୍ଞାନ ଶୁଣାଇଦେବ । ବାକି ଯୋଗରେ ହିଁ ମେହନତ ରହିଛି । କେବଳ ଜଣଙ୍କର ହିଁ ସ୍ମୃତି ରହୁ, ଏହାକୁ ହିଁ ଅବ୍ୟଭିଚାରୀ ୟାଦ କୁହାଯାଉଛି । କାହାର ଶରୀରକୁ ମନେ ପକାଇବା - ତାହା ହେଉଛି ବ୍ୟଭିଚାରୀ ୟାଦ । ୟାଦ ଦ୍ୱାରା ହିଁ ସମସ୍ତଙ୍କୁ ଭୁଲି ଅଶରୀରୀ ହେବାକୁ ପଡିବ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ୍ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଯୋଗ ବଳ ଦ୍ୱାରା ନିଜର କର୍ମେନ୍ଦ୍ରିୟକୁ ଶାନ୍ତ ଏବଂ ଶୀତଳ କରିବାକୁ ପଡିବ । ଫୁଲ ପାସ୍ ହେବା ପାଇଁ ଯଥାର୍ଥ ରୂପରେ ବାବାଙ୍କୁ ଯୋଗ କରି ପବିତ୍ର ହେବାକୁ ପଡିବ ।

(୨) ଉଠିବା-ବସିବା ସମୟରେ ବୁଦ୍ଧିରେ ରହୁ ଯେ ଏବେ ମୁଁ ଏହି ପୁରୁଣା ଶରୀର ଛାଡି ଘରକୁ ଫେରିଯିବି । ଯେପରି ବାବାଙ୍କ ଭିତରେ ସମସ୍ତ ଜ୍ଞାନ ଭରି ହୋଇ ରହିଛି, ସେହିପରି ମାଷ୍ଟର ଜ୍ଞାନର ସାଗର ହେବାକୁ ପଡିବ ।

ବରଦାନ:-
ଯୁଗଳ ସ୍ୱରୂପର ସ୍ମୃତି ଦ୍ୱାରା ଶ୍ରେଷ୍ଠ ସ୍ଥିତି ରୂପୀ ଆସନ ଉପରେ ସ୍ଥିତ ରହୁଥିବା ସଦା ସମ୍ପନ୍ନ ଆତ୍ମା ହୁଅ ।

ସଂଗମଯୁଗରେ ଶିବ ଶକ୍ତିର ଯୁଗଳ ସ୍ୱରୂପର ସ୍ମୃତିରେ ରହିବା ଦ୍ୱାରା ସବୁ ପ୍ରକାରର ଅସମ୍ଭବ କାର୍ଯ୍ୟ ସମ୍ଭବ ହୋଇଥାଏ । ଏହା ହିଁ ସର୍ବଶ୍ରେଷ୍ଠ ସ୍ୱରୂପ ଅଟେ । ଏହି ସ୍ୱରୂପରେ ସ୍ଥିତ ରହିବା ଦ୍ୱାରା ସମ୍ପନ୍ନ ଭବର ବରଦାନ ମିଳିଯାଏ । ବାପଦାଦା ମଧ୍ୟ ସବୁ ପିଲାଙ୍କୁ ସର୍ବଦା ସୁଖଦାୟୀ ସ୍ଥିତିର ଆସନ ଦେଉଛନ୍ତି । ଯଦି ସଦାସର୍ବଦା ଏହି ଆସନ ଉପରେ ସ୍ଥିତ ହୋଇଯିବ ତେବେ ଅତିନ୍ଦ୍ରିୟ ସୁଖର ଝୁଲଣାରେ ଝୁଲିବାକୁ ଲାଗିବ । ସେଥିପାଇଁ କେବଳ ବିସ୍ମୃତିର ସଂସ୍କାରକୁ ସମାପ୍ତ କରିଦିଅ ।

ସ୍ଲୋଗାନ:-
ନିଜର ଶକ୍ତିଶାଳୀ ମନୋବୃତ୍ତି ଦ୍ୱାରା ଆତ୍ମାମାନଙ୍କୁ ଯୋଗ୍ୟ ଏବଂ ଯୋଗୀ କର ।