03.04.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ତୁମର
ଏହି ନୂଆ ବୃକ୍ଷ ବହୁତ ମିଠା, ଏହି ମିଠା ବୃକ୍ଷରେ ହିଁ ପୋକ ଲାଗିଥାନ୍ତି, ପୋକକୁ ମାରିବାର ଔଷଧ
ହେଲା ମନମନାଭବ ।
ପ୍ରଶ୍ନ:-
ସମ୍ମାନର ସହିତ
ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରମାନଙ୍କର ଲକ୍ଷଣ କ’ଣ ହୋଇଥିବ?
ଉତ୍ତର:-
ସେମାନେ କେବଳ ଗୋଟିଏ ବିଷୟରେ ନୁହେଁ କିନ୍ତୁ ସବୁ ବିଷୟ ପ୍ରତି ପୂରା-ପୂରା ଧ୍ୟାନ ଦେବେ ।
ସ୍ଥୂଳ ସେବା କରିବାର ବିଷୟ ମଧ୍ୟ ବହୁତ ଭଲ, ଯାହାଦ୍ୱାରା ବହୁତଙ୍କୁ ସୁଖ ମିଳିଥାଏ, ଏହାଦ୍ୱାରା
ନମ୍ବର ମଧ୍ୟ ଜମା ହୋଇଥାଏ କିନ୍ତୁ ତା ସହିତ ଜ୍ଞାନ ମଧ୍ୟ ଦରକାର ଏବଂ ଚାଲିଚଳଣୀ ମଧ୍ୟ ଉତ୍ତମ
ହେବା ଦରକାର । ଦୈବୀ ଗୁଣ ଉପରେ ପୂରା ଧ୍ୟାନ ଦେବା ଦରକାର । ଜ୍ଞାନ ଯୋଗ ଉପରେ ପୂରା ଧ୍ୟାନ
ରହିଲେ ସମ୍ମାନର ସହିତ ପାସ୍ ହୋଇପାରିବ ।
ଗୀତ:-
ନ ୱହ ହମସେ ଜୁଦା
ହୋଙ୍ଗେ...
ଓମ୍ ଶାନ୍ତି ।
ପିଲାମାନେ କ’ଣ
ଶୁଣିଲ? ପିଲାମାନଙ୍କର ମନ କାହା ସହିତ ଲାଗିଛି? ଗାଇଡ୍ ସହିତ । ଗାଇଡ୍ ଅର୍ଥାତ୍ ପଥପ୍ରଦର୍ଶକ
ତୁମମାନଙ୍କୁ କ’ଣ-କ’ଣ ସବୁ ଦେଖାଉଛନ୍ତି? ସ୍ୱର୍ଗକୁ ଯିବାର ଦ୍ୱାର ଦେଖାଉଛନ୍ତି । ନାମ ମଧ୍ୟ
ଦିଆଯାଇଛି ସ୍ୱର୍ଗକୁ ଯିବାର ରାସ୍ତା । ସ୍ୱର୍ଗର ଫାଟକ କେବେ ଖୋଲୁଛି? ଏବେ ତ ନର୍କ ହୋଇଯାଇଛି
ନା । ସ୍ୱର୍ଗର ଫାଟକ କିଏ ଏବଂ କେବେ ଖୋଲୁଛନ୍ତି? ଏକଥା ତୁମେ ପିଲାମାନେ ହିଁ ଜାଣିଛ । ତେଣୁ
ତୁମେମାନେ ସର୍ବଦା ଖୁସିରେ ରହୁଛ । ସ୍ୱର୍ଗକୁ ଯିବାର ରାସ୍ତା ତୁମେମାନେ ହିଁ ଜାଣିଛ । ମେଳା
ପ୍ରଦର୍ଶନୀ ଦ୍ୱାରା ତୁମେ ଏ କଥା ଦେଖାଉଛ କି ମନୁଷ୍ୟ ସ୍ୱର୍ଗର ଦ୍ୱାରକୁ କିପରି ଯାଇପାରିବ ।
ଚିତ୍ର ତ ତୁମେ ବହୁତ ତିଆରି କରିଛ । ବାବା ପଚାରୁଛନ୍ତି, ଏହି ସବୁ ଚିତ୍ରରେ କେଉଁଟି ଏଭଳି
ଚିତ୍ର ଅଛି ଯାହା ଦ୍ୱାରା ଆମେ କାହାକୁ ବି ବୁଝାଇ ପାରିବା ଯେ ଏହା ହେଉଛି ସ୍ୱର୍ଗକୁ ଯିବାର
ଦ୍ୱାର? ଗୋଲକ ଅର୍ଥାତ୍ ସୃଷ୍ଟିଚକ୍ରର ଚିତ୍ରରେ ସ୍ୱର୍ଗକୁ ଯିବାର ଦ୍ୱାର ପ୍ରମାଣିତ ହେଉଛି । ଏହା
ହିଁ ସଠିକ୍ ଚିତ୍ର ଅଟେ । ଉପରେ ସେପଟେ ରହିଛି ନର୍କର ଦ୍ୱାର ଏବଂ ଏପଟେ ରହିଛି ସ୍ୱର୍ଗର ଦ୍ୱାର
। ସେହି ଚିତ୍ରରେ ଏକଥା ବିଲ୍କୁଲ୍ ସ୍ପଷ୍ଟ ଭାବରେ ରହିଛି । ଏଠାରୁ ସବୁ ଆତ୍ମାମାନେ
ଶାନ୍ତିଧାମକୁ ଯାଇ ପୁଣି ସ୍ୱର୍ଗକୁ ଆସିଥା’ନ୍ତି । ଏହା ଦ୍ୱାର ଅଟେ । ସାରା ଚକ୍ରକୁ ବି ଦ୍ୱାର
ବୋଲି କୁହାଯିବ ନାହିଁ । ଉପରେ ଯେଉଁଠାରେ ସଂଗମ ଦେଖାଯାଇଛି ତାହା ହିଁ ସଂପୂର୍ଣ୍ଣ ଦ୍ୱାର ଅଟେ ।
ଯେଉଁବାଟେ ଆତ୍ମାମାନେ ନର୍କରୁ ବାହାରିଯାଉଛନ୍ତି, ପୁଣି ନୂଆ ଦୁନିଆକୁ ଆସୁଛନ୍ତି । ବାକି ସମସ୍ତେ
ଶାନ୍ତିଧାମରେ ରହିଥା’ନ୍ତି । ସୃଷ୍ଟିଚକ୍ରରେ ଥିବା ସମୟର କଣ୍ଟା ଦେଖାଇ ଦେଉଛି ଯେ - ଏହା ହେଉଛି
ନର୍କ ଏବଂ ତାହା ସ୍ୱର୍ଗ । ବୁଝାଇବା ନିମନ୍ତେ ଏହା ସବୁଠାରୁ ଭଲ ଫାଷ୍ଟକ୍ଲାସ୍ ଚିତ୍ର । ବିଲ୍କୁଲ୍
ସ୍ପଷ୍ଟ ଭାବରେ ରହିଛି, ଏହା ସ୍ୱର୍ଗକୁ ଯିବାର ରାସ୍ତା । ଏ କଥା ବୁଦ୍ଧି ଦ୍ୱାରା ବୁଝିବାର କଥା
ନା । ଅନେକ ଧର୍ମର ବିନାଶ ଏବଂ ଗୋଟିଏ ଧର୍ମର ସ୍ଥାପନା ହେଉଛି । ତୁମେ ଜାଣିଛ ଆମେ ସୁଖଧାମକୁ
ଯିବୁ, ବାକି ସମସ୍ତେ ଶାନ୍ତିଧାମକୁ ଚାଲିଯିବେ । ଦ୍ୱାର ତ ବହୁତ ପରିଷ୍କାର ଭାବରେ ରହିଛି । ଏହି
ଗୋଲା (ସୃଷ୍ଟିଚକ୍ର) ଚିତ୍ର ହିଁ ମୁଖ୍ୟ ଚିତ୍ର । ଏଥିରେ ନର୍କ ଏବଂ ସ୍ୱର୍ଗର ଦ୍ୱାର ବିଲ୍କୁଲ
ସ୍ପଷ୍ଟ ଭାବରେ ରହିଛି । ସ୍ୱର୍ଗର ଦ୍ୱାରକୁ ଯେଉଁମାନେ କଳ୍ପ ପୂର୍ବରୁ ଯାଇଥିଲେ ସେହିମାନେ ହିଁ
ଯିବେ, ବାକି ସମସ୍ତେ ଶାନ୍ତିର ଦ୍ୱାରକୁ ଚାଲିଯିବେ । ଏବେ ନର୍କର ଦ୍ୱାର ବନ୍ଦ ହୋଇ ଶାନ୍ତି ଏବଂ
ସୁଖର ଦ୍ୱାର ଖୋଲୁଛି । ଏହା ସବୁଠାରୁ ଫାଷ୍ଟ କ୍ଲାସ ଚିତ୍ର ଅଟେ । ବାବା ସବୁବେଳେ କହୁଛନ୍ତି
ତ୍ରିମୂର୍ତ୍ତି ଏବଂ ଗୋଲା ଚିତ୍ର ଏହି ଦୁଇଟି ଫାଷ୍ଟକ୍ଲାସ୍ ଚିତ୍ର ଅଟେ । ଯେ କେହି ବି ଆସୁଛନ୍ତି
ପ୍ରଥମେ ତାଙ୍କୁ ଏହି ଚିତ୍ରକୁ ଦେଖାଅ କି ସ୍ୱର୍ଗକୁ ଯିବାର ଏହା ଦ୍ୱାର ଅଟେ । ଏହା ନର୍କ, ଏହା
ସ୍ୱର୍ଗ ଅଟେ । ନର୍କର ଏବେ ବିନାଶ ହେବାକୁ ଯାଉଛି । ମୁକ୍ତିର ଦ୍ୱାର ଖୋଲୁଛି । ବର୍ତ୍ତମାନ ଆମେ
ସ୍ୱର୍ଗକୁ ଯିବା, ବାକି ସମସ୍ତେ ଶାନ୍ତିଧାମକୁ ଯିବେ । ଏହା କେତେ ସହଜ କଥା । ସ୍ୱର୍ଗର ଦ୍ୱାରକୁ
ସମସ୍ତେ ତ ଯିବେ ନାହିଁ । ସେଠାରେ ତ କେବଳ ଏହି ଦେବୀ-ଦେବତାମାନଙ୍କର ହିଁ ରାଜ୍ୟ ଥିଲା ।
ତୁମମାନଙ୍କ ବୁଦ୍ଧିରେ ଅଛି ଯେ ସ୍ୱର୍ଗର ଦ୍ୱାରକୁ ଯିବା ପାଇଁ ଏବେ ଆମେ ଯୋଗ୍ୟ ହେଉଛୁ । ଯେତେ
ଯେତେ ଲେଖାପଢା କରିବ ତେବେ ଯାଇ ନବାବ ଅର୍ଥାତ୍ ରାଜା ହେବ, ଖେଲେଙ୍ଗେ ପିଲେଙ୍ଗେ ତୋ ହୋଙ୍ଗେ
ଖରାବ ଅର୍ଥାତ୍ ଖେଳିଲେ ବୁଲିଲେ ନିଜର ହିଁ କ୍ଷତି କରିବ । ଏହି ଗୋଲକ ଚିତ୍ର ସବୁଠାରୁ ଭଲ ଯାହାକୁ
ବୁଦ୍ଧି ଦ୍ୱାରା ବୁଝିପାରିବ । ଥରେ ଚିତ୍ର ଦେଖିଲ ପୁଣି ବୁଦ୍ଧି ଦ୍ୱାରା କାମ କରିବାକୁ ପଡିଥାଏ
। ତୁମ ପିଲାମାନଙ୍କର ସାରା ଦିନ ଏହି ଖିଆଲ ଚାଲିବା ଦରକାର ଯେ, କେଉଁ ଚିତ୍ରକୁ ମୁଖ୍ୟ ରୂପେ
ରଖାଯିବ ଯାହା ଉପରେ ଆମେ ଭଲ ଭାବରେ ବୁଝାଇପାରିବୁ । ଗେଟ୍ ୱେ ଟୁ ହେଭେନ୍ (ସ୍ୱର୍ଗକୁ ଯିବାର
ରାସ୍ତା) - ଏହି ଇଂରାଜୀ ଅକ୍ଷର ବହୁତ ଭଲ । ଏବେ ତ ଅନେକ ଭାଷା ହୋଇଗଲାଣି । ହିନ୍ଦି ଶବ୍ଦ
ହିନ୍ଦୁ ସ୍ଥାନରୁ ବାହାରିଛି । ହିନ୍ଦୁସ୍ଥାନ ଶବ୍ଦ କିଛି ଠିକ୍ ନୁହେଁ । ଏହାର ଅସଲ ନାମ ତ ଭାରତ
ଅଟେ । ଭାରତଖଣ୍ଡ ବୋଲି ମଧ୍ୟ କହୁଛନ୍ତି । ଏପରି ତ ଗଳି, ସଡକ ଇତ୍ୟାଦିର ନାମ ବଦଳିଯାଇଥାଏ ।
ଖଣ୍ଡର ଅର୍ଥାତ୍ ରାଷ୍ଟ୍ରର ନାମ ବଦଳି ନ ଥାଏ । ମହାଭାରତ ଶବ୍ଦ ତ’ ଅଛି ନା । ସବୁଥିରେ ଭାରତ
ହିଁ ମନେ ପଡୁଛି । ଗାୟନ ମଧ୍ୟ କରୁଛନ୍ତି ଭାରତ ଆମର ଦେଶ । ହିନ୍ଦୁ ଧର୍ମ କହିବା ଦ୍ୱାରା ଭାଷା
ମଧ୍ୟ ହିନ୍ଦୀ କରିଦେଇଛନ୍ତି । ଏହା ଭୁଲ୍ ଅଟେ । ସତ୍ୟଯୁଗରେ କେବଳ ସତ୍ୟ ହିଁ ସତ୍ୟ ଥିଲା ।
ସତ୍ୟ ପିନ୍ଧିବା, ସତ୍ୟ ଖାଇବା, ସତ୍ୟ କହିବା । ଏଠାରେ ସବୁ ମିଥ୍ୟା ହୋଇଗଲାଣି । ତେଣୁ ଏହି
“ସ୍ୱର୍ଗକୁ ଯିବାର ରାସ୍ତା”, ଏହି ଶବ୍ଦ ବହୁତ ଭଲ । ଚାଲ ଆମେ ତୁମକୁ ସ୍ୱର୍ଗକୁ ଯିବାର ରାସ୍ତା
ଦେଖାଇବୁ । ଏବେ ତ’ କେତେ ଭାଷା ହୋଇଗଲାଣି । ବାବା ତୁମ ପିଲାମାନଙ୍କୁ ସଦ୍ଗତିର ଶ୍ରେଷ୍ଠ ମତ
ଦେଉଛନ୍ତି । ବାବାଙ୍କ ମତର ଗାୟନ ମଧ୍ୟ ରହିଛି ତାଙ୍କର ଗତି ଓ ମତି ଅଲଗା ଅଟେ । ବାବା
ତୁମମାନଙ୍କୁ କେତେ ସହଜ ମତ ଦେଉଛନ୍ତି । ତେଣୁ ଭଗବାନଙ୍କ ଶ୍ରୀମତରେ ହିଁ ତୁମକୁ ଚାଲିବାକୁ ହେବ
। ଡାକ୍ତରଙ୍କ ମତରେ ଚାଲିଲେ ଡାକ୍ତର ହେବ । ଭଗବାନଙ୍କର ମତରେ ଚାଲିଲେ ଭଗବାନ ଭଗବତୀ ହେବ ।
ଭଗବାନୁବାଚ ମଧ୍ୟ ଅଛି ସେଥିପାଇଁ ବାବା କହୁଛନ୍ତି ପ୍ରଥମେ ତ ଏକଥା ପ୍ରମାଣ କର ଯେ ଭଗବାନ କାହାକୁ
କୁହାଯାଉଛି । ସ୍ୱର୍ଗର ମାଲିକ ତ ନିଶ୍ଚିତ ଭଗବାନ ଭଗବତୀ ହିଁ ହେବେ । ବ୍ରହ୍ମଲୋକରେ ତ କିଛି ବି
ନାହିଁ । ସ୍ୱର୍ଗ ଏବଂ ନର୍କ ମଧ୍ୟ ଏହିଠାରେ ହିଁ ହେଉଛି । ସ୍ୱର୍ଗ-ନର୍କ ଉଭୟ ବିଲ୍କୁଲ୍ ଅଲଗା
। ବର୍ତ୍ତମାନ ମନୁଷ୍ୟମାନଙ୍କର ବୁଦ୍ଧି ବିଲ୍କୁଲ୍ ତମଃପ୍ରଧାନ ହୋଇଯାଇଛି, ସେଥିପାଇଁ କିଛି ହେଲେ
ବୁଝୁନାହାଁନ୍ତି । ସତ୍ୟଯୁଗକୁ ଲକ୍ଷ-ଲକ୍ଷ ବର୍ଷ କହିଦେଉଛନ୍ତି । କଳିଯୁଗକୁ କହୁଛନ୍ତି ଯେ ଆହୁରି
୪୦ ହଜାର ବର୍ଷ ବାକି ଅଛି । ସମସ୍ତେ ବିଲ୍କୁଲ୍ ହିଁ ଘୋର ଅନ୍ଧକାରରେ ଅଛନ୍ତି ।
ଏବେ ତୁମେ ସନ୍ତାନମାନେ
ଜାଣୁଛ ବାବା ଆମକୁ ସ୍ୱର୍ଗକୁ ନେଇଯିବା ପାଇଁ ଏପରି ଗୁଣବାନ୍ କରାଉଛନ୍ତି । ତେଣୁ ମୁଖ୍ୟ ଏହି
ଚିନ୍ତା ରଖିବାକୁ ହେବ ଯେ ଆମେ ସତ୍ତ୍ୱପ୍ରଧାନ କିପରି ହେବୁ? ସେଥିପାଇଁ ବାବା କହୁଛନ୍ତି କେବଳ
ମୋତେ ମନେପକାଅ । ଚାଲିବା, ବୁଲିବା, କାମ କରିବା ସମୟରେ ବୁଦ୍ଧିରେ ଏହି କଥା ମନେ ରହୁ ।
ପ୍ରେମିକ-ପ୍ରେମିକା ମଧ୍ୟ କର୍ମ ତ କରିଥା’ନ୍ତି ନା । ଭକ୍ତିରେ ମଧ୍ୟ କର୍ମ ତ କରିଥାନ୍ତି ନା ।
କିନ୍ତୁ ବୁଦ୍ଧିରେ ସେମାନଙ୍କ କଥା ମନେ ରହିଥାଏ । ସେମାନଙ୍କୁ ମନେପକାଇବା ପାଇଁ ମାଳା
ଗଡାଇଥା’ନ୍ତି । ବାବା ମଧ୍ୟ ବାରମ୍ବାର କହୁଛନ୍ତି ଯେ ମୋତେ ମନେ ପକାଅ । ସେମାନେ ସର୍ବବ୍ୟାପୀ
କହିଦେଉଛନ୍ତି ତେବେ ପୁଣି ମନେ କାହାକୁ ପକାଇବେ? ବାବା ବୁଝାଉଛନ୍ତି ତୁମେ କେତେ ନାସ୍ତିକ
ହୋଇଯାଇଛ । ବାବାଙ୍କୁ ହିଁ ଜାଣିନାହଁ । କହୁଛନ୍ତି ମଧ୍ୟ ହେ ଈଶ୍ୱର ପିତା । କିନ୍ତୁ ସେ କିଏ, ଏ
କଥା ଟିକେ ହେଲେ ବି ଜାଣିନାହାଁନ୍ତି । ଆତ୍ମା କହୁଛି ହେ ଈଶ୍ୱର ପିତା । କିନ୍ତୁ ଆତ୍ମା କ’ଣ ।
ଆତ୍ମା ଅଲଗା, ତାଙ୍କୁ କୁହାଯାଉଛି ପରମ ଆତ୍ମା ଅର୍ଥାତ୍ ସୁପ୍ରିମ, ଉଚ୍ଚରୁ ଉଚ୍ଚ ସୁପ୍ରିମ ସୋଲ,
ପରମଆତ୍ମା । ଏମିତି ଜଣେ ହେଲେ ମନୁଷ୍ୟ ନାହାଁନ୍ତି ଯାହାଙ୍କୁ ନିଜ ଆତ୍ମାର ଜ୍ଞାନ ଜଣା ଥିବ ।
ମୁଁ ଆତ୍ମା, ଏହା ମୋର ଶରୀର । ଦୁଇଟି ଜିନିଷ ଅଛି ନା । ଏହି ଶରୀର ୫ ତତ୍ତ୍ୱରେ ତିଆରି ହୋଇଛି ।
ଆତ୍ମା ତ ଅବିନାଶୀ ଏକ ସୁକ୍ଷ୍ମ ବିନ୍ଦୁ ଅଟେ । ତାହା କେଉଁ ଜିନିଷରେ ତିଆରି ହେବ । ଏତେ ଛୋଟ
ବିନ୍ଦୁ, ଯାହାକୁ ସାଧୁ-ସନ୍ଥ ଆଦି କେହି ହେଲେ ବି ଜାଣିନାହାଁନ୍ତି । ଇଏ ତ ବହୁତ ଗୁରୁ କରିଥିଲେ
କିନ୍ତୁ କେହି ଏ କଥା ଶୁଣାଇ ନ ଥିଲେ କି ଆତ୍ମା କ’ଣ? ପରମପିତା ପରାମାତ୍ମା କ’ଣ? ଏପରି ନୁହେଁ
ଯେ କେବଳ ପରମାତ୍ମାଙ୍କୁ ଜାଣିନାହାଁନ୍ତି, କିନ୍ତୁ ଆତ୍ମାକୁ ମଧ୍ୟ ଜାଣିନାହାଁନ୍ତି । ଆତ୍ମାକୁ
ଜାଣିଗଲେ ପରମାତ୍ମାଙ୍କୁ ମଧ୍ୟ ତୁରନ୍ତ ଜାଣିଯିବେ । ପିଲା ନିଜକୁ ଜାଣିବ କିନ୍ତୁ ପିତାଙ୍କୁ
ଜାଣିବ ନାହିଁ ତେବେ କିପରି ଚାଲିପାରିବ? ତୁମେ ତ ଏବେ ଜାଣୁଛ ଆତ୍ମା କ’ଣ, କେଉଁଠି ରହୁଛି?
ଡାକ୍ତରମାନେ ମଧ୍ୟ ଏକଥା ଜାଣୁଛନ୍ତି ଯେ - ତାହା ବହୁତ ସୂକ୍ଷ୍ମ ଅଟେ, ଏହି ଆଖି ଦ୍ୱାରା
ଦେଖାଯିବ ନାହିଁ ପୁଣି କାଚ ଭିତରେ ବନ୍ଦ କଲେ ମଧ୍ୟ କିପରି ଦେଖିପାରିବେ? ଦୁନିଆରେ ତୁମ ଭଳି
ଜ୍ଞାନ ଆଉ କାହା ପାଖରେ ନାହିଁ । ତୁମେ ଜାଣିଛ ଆତ୍ମା ବିନ୍ଦୁ ଅଟେ, ପରମାତ୍ମା ମଧ୍ୟ ବିନ୍ଦୁ
ଅଟନ୍ତି । ବାକି ଆମେ ଆତ୍ମାମାନେ ପତିତରୁ ପବିତ୍ର, ପବିତ୍ରରୁ ପତିତ ହେଉଛୁ । ସେଠାରେ ତ ପତିତ
ଆତ୍ମା ରହିପାରିବ ନାହିଁ । ସେଠାରୁ ସମସ୍ତେ ପବିତ୍ର ହୋଇ ଏଠାକୁ ଆସୁଛନ୍ତି ପୁଣି ପତିତ ହେଉଛନ୍ତି
। ପୁଣି ବାବା ଆସି ପବିତ୍ର କରୁଛନ୍ତି, ଏହା ବହୁତ ସହଜରୁ ସହଜ କଥା ଅଟେ । ତୁମେ ଜାଣିଛ ଆମର
ଆତ୍ମା ୮୪ ଜନ୍ମର ଚକ୍ର ଲଗାଇ ଏବେ ତମଃପ୍ରଧାନ ହୋଇଯାଇଛି । ଆମେ ହିଁ ୮୪ ଜନ୍ମ ନେଉଛୁ । ଏହା
କୌଣସି ଜଣଙ୍କର କଥା ନୁହେଁ । ବାବା କହୁଛନ୍ତି ମୁଁ ଯେତେବେଳେ ଏହାଙ୍କୁ ବୁଝାଉଛି, ସେତେବେଳେ
ତୁମେ ମଧ୍ୟ ଶୁଣୁଛ । ମୁଁ ଏହାଙ୍କ ଶରୀରରେ ପ୍ରବେଶ କରିଛି, ଯେତେବେଳେ ଏହାଙ୍କୁ ଶୁଣାଉଛି
ତୁମେମାନେ ମଧ୍ୟ ଶୁଣି ନେଉଛ । ଇଏ ହେଉଛନ୍ତି ମୋର ରଥ । ବାବା ବୁଝାଉଛନ୍ତି - ନାମ ରଖିବା ଦରକାର
ଗେଟ୍ ୱେ ଟୁ ହେଭେନ୍ । କିନ୍ତୁ ଏଥିରେ ମଧ୍ୟ ବୁଝାଇବାକୁ ପଡିବ ଯେ ସତ୍ୟଯୁଗରେ ଯେଉଁ ଦେବୀ-ଦେବତା
ଧର୍ମ ଥିଲା ତାହା ଏବେ ପ୍ରାୟ ଲୋପ ହୋଇଯାଇଛି । ସେହି ଧର୍ମକୁ କେହି ମଧ୍ୟ ଜାଣି ନାହାଁନ୍ତି ।
ଖ୍ରୀଷ୍ଟିୟାନ୍ମାନେ ମଧ୍ୟ ପ୍ରଥମେ ସତ୍ତ୍ୱପ୍ରଧାନ ଥିଲେ ପୁଣି ପୁନର୍ଜନ୍ମ ନେଇ-ନେଇ ତମଃପ୍ରଧାନ
ହୋଇଯାଇଛନ୍ତି । ସୃଷ୍ଟି ରୂପୀ ବୃକ୍ଷ ମଧ୍ୟ ନିଶ୍ଚିତ ପୁରୁଣା ହେବ । ଏହା ଭିନ୍ନ ଭିନ୍ନ ଧର୍ମର
ବୃକ୍ଷ ଅଟେ । ବୃକ୍ଷ ହିସାବରେ ଅନ୍ୟ ସବୁ ଧର୍ମାବଲମ୍ବୀ ପଛରେ ଆସୁଛନ୍ତି । ଏହି ଡ୍ରାମା
ପୂର୍ବ-ପ୍ରସ୍ତୁତ ଅଟେ । ଏମିତି ବି ନୁହେଁ ସତ୍ୟଯୁଗକୁ ଯିବା ପାଇଁ କାହାକୁ ସୁଯୋଗ ମିଳିଯିବ ।
ନାଁ । ଏହି ଖେଳ ତ ଅନାଦି କାଳରୁ ତିଆରି ହୋଇଛି । ସତ୍ୟଯୁଗରେ ଏକମାତ୍ର ଆଦି ସନାତନ ପ୍ରାଚୀନ
ଦେବୀ-ଦେବତା ଧର୍ମ ଥିଲା । ଏବେ ତୁମ ପିଲାମାନଙ୍କ ବୁଦ୍ଧିରେ ରହିଛି ଯେ ଆମେ ସ୍ୱର୍ଗକୁ ଯାଉଛୁ ।
ଆତ୍ମା କହୁଛି ମୁଁ ତମଃପ୍ରଧାନ ହୋଇଯାଇଛି, ତେଣୁ ଘରକୁ ଅଥବା ସ୍ୱର୍ଗକୁ କିପରି ଯିବି? ସେଥିପାଇଁ
ସତ୍ତ୍ୱପ୍ରଧାନ ହେବାର ଉପାୟ ମଧ୍ୟ ବାବା ବତାଉଛନ୍ତି । ବାବା କହୁଛନ୍ତି ମୋତେ ହିଁ ପତିତ-ପାବନ
କହିଥା’ନ୍ତି । ସେଥିପାଇଁ ନିଜକୁ ଆତ୍ମା ନିଶ୍ଚୟ କରି ବାବାଙ୍କୁ ମନେ ପକାଅ । ଭଗବାନୁବାଚ ମଧ୍ୟ
ଲେଖାଯାଇଛି । ଏକଥା ମଧ୍ୟ ସମସ୍ତେ କହୁଛନ୍ତି - ଖ୍ରୀଷ୍ଟ ଆସିବାର ଏତେ ବର୍ଷ ପୂର୍ବରୁ ଭାରତ
ସ୍ୱର୍ଗ ଥିଲା । କିନ୍ତୁ କିପରି ହୋଇଥିଲା ପୁଣି କୁଆଡେ ଗଲା, ଏକଥା କେହି ଜାଣିନାହାଁନ୍ତି । ତୁମେ
ତ ଭଲ ଭାବରେ ଜାଣିଛ । ତୁମମାନଙ୍କୁ ଆଗରୁ ଏ ସବୁ କଥା କ’ଣ ଜଣାଥିଲା! ଦୁନିଆରେ ଏକଥା କେହି ବି
ଜାଣିନାହାଁନ୍ତି ଯେ ଆତ୍ମା ହିଁ ଭଲ ଅଥବା ମନ୍ଦ ହେଉଛି । ସବୁ ଆତ୍ମାମାନେ ବାବାଙ୍କର ସନ୍ତାନ
ଅଟନ୍ତି । ବାବାଙ୍କୁ ମନେ ପକାଉଛନ୍ତି । ବାବା ସମସ୍ତଙ୍କର ପ୍ରେମିକ ଏବଂ ସମସ୍ତେ ତାଙ୍କର
ପ୍ରେମିକା ଅଟନ୍ତି । ଏବେ ତୁମେ ସନ୍ତାନମାନେ ଜାଣିଛ ସେହି ପ୍ରେମିକ ଆସିଛନ୍ତି ଯିଏକି ବହୁତ ମିଠା
ପ୍ରେମିକ । ନଚେତ୍ ସମସ୍ତେ ତାଙ୍କୁ କାହିଁକି ମନେପକାଉଛନ୍ତି? ଏପରି କୌଣସି ମନୁଷ୍ୟ ନ ଥିବେ
ଯାହାଙ୍କ ମୁଖରୁ ପରମାତ୍ମାଙ୍କର ନାମ ନ ବାହାରୁଥିବ । କେବଳ ତାଙ୍କୁ ଜାଣିନାହାଁନ୍ତି । ତୁମେ
ଜାଣିଛ ଆତ୍ମା ଅଶରୀରୀ ଅଟେ । ଆତ୍ମାମାନଙ୍କର ମଧ୍ୟ ପୂଜା ହେଉଛି ନା । ଆମେ ଯିଏକି ପୂଜ୍ୟ ଥିଲେ
ପୁଣି ନିଜର ଆତ୍ମାକୁ ପୂଜା କରିବାରେ ଲାଗି ପଡିଲେ । ହୋଇପାରେ ପୂର୍ବ ଜନ୍ମରେ ବ୍ରାହ୍ମଣ କୁଳରେ
ଜନ୍ମ ନେଇଥିବ । ଶ୍ରୀନାଥଙ୍କୁ ଭୋଗ ଲାଗୁଛି, କିନ୍ତୁ ଖାଉଛନ୍ତି ତ ପୂଜାରୀମାନେ । ଏ ସବୁ ହେଉଛି
ଭକ୍ତିମାର୍ଗ ।
ତୁମ ସନ୍ତାନମାନଙ୍କୁ
ବୁଝାଇବାକୁ ହେବ - ସ୍ୱର୍ଗର ଫାଟକ ବାବା ହିଁ ଖୋଲିଥା’ନ୍ତି । କିନ୍ତୁ କିପରି ଖୋଲିବେ, ବୁଝାଇବେ
କିପରି? ଗୀତାରେ ଭଗବାନୁବାଚ ଲିଖିତ ଅଛି ତେବେ ନିଶ୍ଚିତ ଶରୀର ଦ୍ୱାରା କହିବେ ନା । ତେବେ ଆତ୍ମା
ହିଁ ଶରୀର ଦ୍ୱାରା କହିଥାଏ ବା ଶୁଣିଥାଏ । ଏ ସବୁ କଥା ବାବା ବିସ୍ତାରରେ ବୁଝାଉଛନ୍ତି । ବୀଜ ଏବଂ
ବୃକ୍ଷ ରହିଛି । ତୁମେ ପିଲାମାନେ ଜାଣିଛ ଏହା ହେଉଛି ନୂଆ ବୃକ୍ଷ । ଧିରେ-ଧିରେ ପୁଣି ବୃଦ୍ଧି
ହୋଇ ଚାଲିଛି । ତୁମର ଏହି ନୂଆ ବୃକ୍ଷରେ କୀଟ ମଧ୍ୟ ବହୁତ ଲାଗୁଛନ୍ତି କାହିଁକି ନା ଏହି ନୂଆ
ବୃକ୍ଷ ବହୁତ ମିଠା ଅଟେ । ମିଠା ବୃକ୍ଷକୁ ହିଁ କୀଟ ଇତ୍ୟାଦି କିଛି ନା କିଛି ଲାଗିଥା’ନ୍ତି ପୁଣି
ସେଥିରେ ଔଷଧ ପକାଯାଇଥାଏ । ବାବା ମଧ୍ୟ ମନମନାଭବର ବହୁତ ଭଲ ଔଷଧ ଦେଇଛନ୍ତି । ମନମନାଭବ ନ ହେବା
ଦ୍ୱାରା କୀଟ ଖାଇଯାଉଛନ୍ତି । ପୋକ ଲାଗିଥିବା ଜିନିଷ କେଉଁ କାମରେ ଆସିବ । ତାହା ତ ଫୋପଡା
ଯାଇଥାଏ । ତେବେ କେଉଁଠି ଉଚ୍ଚ ପଦ, କେଉଁଠି ନୀଚ୍ଚ ପଦ । ଫରକ ତ ଅଛି ନା । ମିଠା ମିଠା
ପିଲାମାନଙ୍କୁ ବାବା ବୁଝାଉଛନ୍ତି ବହୁତ ମିଠା ହୁଅ । କାହା ସହିତ ମଧ୍ୟ ଲୁଣ ପାଣି ହୁଅ ନାହିଁ
ଅର୍ଥାତ୍ ତୀକ୍ତତାର ସମ୍ପର୍କ ରଖନାହିଁ, କ୍ଷୀରଖଣ୍ଡ ହୁଅ ଅର୍ଥାତ୍ ସୁସମ୍ପର୍କ ରଖ । ସେଠାରେ (ସତ୍ୟଯୁଗରେ)
ବାଘ-ଛେଳି ମଧ୍ୟ କ୍ଷୀରଖଣ୍ଡ ହୋଇ ରହିବେ । ତେଣୁ ପିଲାମାନଙ୍କୁ ମଧ୍ୟ କ୍ଷୀରଖଣ୍ଡ ହେବା ଉଚିତ୍ ।
କିନ୍ତୁ ଯାହାର ଭାଗ୍ୟରେ ହିଁ ନାହିଁ ତ ପୁରୁଷାର୍ଥ ମଧ୍ୟ କ’ଣ କରିବେ! ଫେଲ୍ ହୋଇଯାଉଛନ୍ତି ।
ଶିକ୍ଷକ ତ ଭାଗ୍ୟ ଉଚ୍ଚ କରିବା ପାଇଁ ପାଠ ପଢାଉଛନ୍ତି ଏବଂ ସମସ୍ତଙ୍କୁ ପଢାଉଛନ୍ତି । ତେବେ
ପାଠପଢ଼ାରେ ଫରକ ମଧ୍ୟ ତୁମେମାନେ ଦେଖୁଛ । ଛାତ୍ରମାନେ ମଧ୍ୟ ଶ୍ରେଣୀରେ ଜାଣିପାରନ୍ତି, କିଏ କେଉଁ
ବିଷୟରେ ପ୍ରବୀଣ ଅଟନ୍ତି । ଏଠାରେ ମଧ୍ୟ ସେହିପରି ହେଉଛି । ସ୍ଥୂଳ ସେବାର ମଧ୍ୟ ବିଷୟ ରହିଛି ନା
। ଯେପରି ଭଣ୍ଡାରୀର ସେବାଧାରୀ (ରୋଷେଇ କଲାବାଲା) ଅଛନ୍ତି, ତାଙ୍କଠାରୁ ବହୁତଙ୍କୁ ସୁଖ ମିଳୁଛି,
ସମସ୍ତେ କେତେ ମନେ ପକାଉଛନ୍ତି । ଏ କଥା ତ ଠିକ୍ ଅଛି, ଏହି ବିଷୟରେ ମଧ୍ୟ ନମ୍ବର ମିଳୁଛି ।
କିନ୍ତୁ ସମ୍ମାନର ସହିତ ଉତୀର୍ଣ୍ଣ ହେବା ପାଇଁ ହେଲେ କେବଳ ଗୋଟିଏ ବିଷୟରେ ନୁହେଁ, ସବୁ ବିଷୟ
ପ୍ରତି ପୂରା ଧ୍ୟାନ ଦେବାକୁ ହେବ । ଜ୍ଞାନ ବି ଦରକାର, ଚଳଣି ମଧ୍ୟ ସେହିପରି ହେବା ଦରକାର, ଦୈବୀ
ଗୁଣ ମଧ୍ୟ ଆବଶ୍ୟକ । ସବୁ ବିଷୟ ପ୍ରତି ଧ୍ୟାନ ରଖିବା ଭଲ । ରୋଷେଇକଲାବାଲାଙ୍କ ପାଖକୁ ଯଦି କେହି
ଆସୁଛନ୍ତି, ତେବେ ତାଙ୍କୁ କୁହ ମନମନାଭବ । ଶିବବାବାଙ୍କୁ ମନେ ପକାଅ ତେବେ ବିକର୍ମ ବିନାଶ ହେବ
ଏବଂ ତୁମେ ସ୍ୱର୍ଗର ମାଲିକ ହୋଇଯିବ । ବାବାଙ୍କୁ ସ୍ମରଣ କରି ଅନ୍ୟମାନଙ୍କୁ ମଧ୍ୟ ବାବାଙ୍କର
ପରିଚୟ ଦେଇଚାଲ । ସେଥିପାଇଁ ଜ୍ଞାନ ଏବଂ ଯୋଗ ଆବଶ୍ୟକ । ଏହା ତ’ ବହୁତ ସହଜ ଅଟେ । ଏହା ହିଁ
ହେଉଛି ମୁଖ୍ୟ କଥା । ତୁମମାନଙ୍କୁ ଅନ୍ଧମାନଙ୍କର ବାଡି ହେବାକୁ ପଡିବ । ପ୍ରଦର୍ଶନୀକୁ ମଧ୍ୟ
କାହାକୁ ନେଇଯାଅ, ଚାଲ ଆମେ ତୁମକୁ ସ୍ୱର୍ଗର ଦ୍ୱାର ଦେଖାଇବୁ । ଏହା ହେଉଛି ନର୍କ, ତାହା ସ୍ୱର୍ଗ
ଅଟେ । ବାବା କହୁଛନ୍ତି ମୋତେ ମନେପକାଅ, ପବିତ୍ର ହୁଅ ତେବେ ତୁମେ ପବିତ୍ର ଦୁନିଆର ମାଲିକ
ହୋଇଯିବ । ମନମନାଭବ । କଳ୍ପ ପୂର୍ବ ଭଳି ତୁମକୁ ଗୀତା ଶୁଣାଉଛନ୍ତି ସେଥିପାଇଁ ବାବା ଚିତ୍ର ତିଆରି
କରାଇଛନ୍ତି - ଗୀତାର ଭଗବାନ କିଏ? ସ୍ୱର୍ଗର ଦ୍ୱାର କିଏ ଖୋଲୁଛନ୍ତି? ଶିବବାବା ହିଁ ଖୋଲୁଛନ୍ତି
। ଶ୍ରୀକୃଷ୍ଣ ତ ସେହି ଦ୍ୱାର ଦେଇ ଅତିକ୍ରମ କରୁଛନ୍ତି । ଦୁଇଟି ହିଁ ମୁଖ୍ୟ ଚିତ୍ର ରହିଛି ।
ବାକି ତ ସବୁ ବିସ୍ତାର ଅଟେ । ପିଲାମାନଙ୍କୁ ବହୁତ ମିଠା ହେବାକୁ ପଡିବ । ସମସ୍ତଙ୍କ ସହିତ ବହୁତ
ସ୍ନେହର ସହିତ କଥାବାର୍ତ୍ତା ହେବାକୁ ପଡିବ । ମନ, ବଚନ, କର୍ମରେ ସମସ୍ତଙ୍କୁ ସୁଖ ଦେବାକୁ ହେବ ।
ଦେଖ ଭଣ୍ଡାରୀ ସମସ୍ତଙ୍କୁ ଖୁସି କରୁଛନ୍ତି ତେଣୁ ତାଙ୍କ ପାଇଁ ଉପହାର ନେଇ ଆସୁଛନ୍ତି । ଏହା
ମଧ୍ୟ ଏକ ବିଷୟ ଅଟେ ନା । ଉପହାର ଆଣି ଦେଉଛନ୍ତି, ସେ କହୁଛନ୍ତି ମୁଁ ତୁମଠାରୁ କାହିଁକି ନେବି,
ପୁଣି ତୁମ କଥା ମନେ ପଡିବ । ଶିବବାବାଙ୍କ ଭଣ୍ଡାରରୁ ମିଳିବ ତ ମୋର ଶିବବାବାଙ୍କ କଥା ମନେ ରହିବ
। ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ନିଜର
ଶ୍ରେଷ୍ଠ ଭାଗ୍ୟ ଗଢ଼ିବା ପାଇଁ ପରସ୍ପର ସହିତ ବହୁତ-ବହୁତ ସ୍ନେହପୂର୍ଣ୍ଣ ସମ୍ପର୍କ ରଖିବାକୁ ହେବ
ଏବଂ ମଧୁରତା ପୂର୍ଣ୍ଣ ବ୍ୟବହାର କରିବାକୁ ହେବ । କେବେ ବି କାହା ସହିତ ଲୁଣ-ପାଣି ହୋଇ
ତିକ୍ତତାପୂର୍ଣ୍ଣ ବ୍ୟବହାର କରିବାର ନାହିଁ । ସବୁ ବିଷୟ ଉପରେ ପୂରା ଧ୍ୟାନ ଦେବାକୁ ହେବ ।
(୨) ସଦ୍ଗତି ପ୍ରାପ୍ତ
କରିବା ପାଇଁ ବାବାଙ୍କର ଯେଉଁ ଶ୍ରେଷ୍ଠ ମତ ମିଳିଛି, ସେଥିରେ ଚାଲିବାକୁ ହେବ ଏବଂ ସମସ୍ତଙ୍କୁ
ସେହି ଶ୍ରେଷ୍ଠ ମତ ହିଁ ଶୁଣାଇବାକୁ ପଡିବ । ସ୍ୱର୍ଗକୁ ଯିବାର ରାସ୍ତା ଦେଖାଇବାକୁ ହେବ ।
ବରଦାନ:-
ପ୍ରତ୍ୟେକ
ଆତ୍ମାକୁ ସାହାସ ଏବଂ ଉତ୍ସାହ ପ୍ରଦାନ କରୁଥିବା ଦୟାଳୁ ବିଶ୍ୱ କଲ୍ୟାଣକାରୀ ହୁଅ ।
ବ୍ରାହ୍ମଣ ପରିବାରରେ
କେବେ ବି କୌଣସି ଦୁର୍ବଳ ଆତ୍ମାକୁ, ତୁମେ ଦୁର୍ବଳ ଅଟ - ଏଭଳି କହିବ ନାହିଁ । ତୁମ ଭଳି ଦୟାଳୁ
ବିଶ୍ୱ କଲ୍ୟାଣକାରୀ ପିଲାମାନଙ୍କ ମୁଖରୁ ସର୍ବଦା ସର୍ବ ଆତ୍ମାଙ୍କ ପ୍ରତି ଶୁଭ ବାଣୀ ବାହାରିବା
ଦରକାର, ନିରାଶ କରିବା ଭଳି ବାଣୀ ନୁହେଁ । ଯିଏ ଯେତେ ଦୁର୍ବଳ ହୋଇଥାଉ, ଯଦି ତାକୁ ଶିକ୍ଷା ମଧ୍ୟ
ଦେବାକୁ ପଡିବ ତେବେ ପ୍ରଥମେ ତା’କୁ ସମର୍ଥ କର ତା’ପରେ ଶିକ୍ଷା ଦିଅ । ପ୍ରଥମେ ତା’ର ବୁଦ୍ଧି
ରୂପୀ ଧରଣୀ ଉପରେ ସାହସ ଏବଂ ଉତ୍ସାହର ହଳ କର ତା’ପରେ ଶିକ୍ଷା ରୂପକ ମଞ୍ଜି ବୁଣ ତାହା ହେଲେ
ସହଜରେ ପ୍ରତ୍ୟେକ ମଞ୍ଜି ଫଳପ୍ରଦ ହେବ । ଏହା ଦ୍ୱାରା ବିଶ୍ୱ କଲ୍ୟାଣର ସେବା ତୀବ୍ର ହୋଇଯିବ ।
ସ୍ଲୋଗାନ:-
ବାବାଙ୍କର
ଆଶୀର୍ବାଦ ନେବା ସହିତ ସର୍ବଦା ଭରପୂରତାର ଅନୁଭବ କର ।