04.02.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ବାବା
ତୁମକୁ ଅବିନାଶୀ ଜ୍ଞାନ ରତ୍ନର ଦାନ ଦେଉଛନ୍ତି, ତେଣୁ ତୁମେମାନେ ମଧ୍ୟ ଅନ୍ୟମାନଙ୍କୁ ଦାନ
ଦେଇଚାଲ, ଏହି ଦାନ ଦ୍ୱାରା ହିଁ ସଦ୍ଗତି ହୋଇଯିବ ।”
ପ୍ରଶ୍ନ:-
କେଉଁ ପ୍ରକାରର
ନୂଆ ରାସ୍ତା ତୁମମାନଙ୍କ ବ୍ୟତୀତ ଅନ୍ୟ କେହି ବି ଜାଣିନାହାଁନ୍ତି?
ଉତ୍ତର:-
ଘରକୁ ଯିବାର ରାସ୍ତା ବା ସ୍ୱର୍ଗକୁ ଯିବାର ରାସ୍ତା ଏବେ ବାବାଙ୍କ ଦ୍ୱାରା ତୁମକୁ ମିଳିଛି ।
ତୁମେମାନେ ଜାଣିଛ ଶାନ୍ତିଧାମ ହେଉଛି ଆମ ଆତ୍ମାମାନଙ୍କର ଘର, ସ୍ୱର୍ଗ ଅଲଗା, ଶାନ୍ତିଧାମ ଅଲଗା
ଅଟେ । ଏହି ନୂଆ ରାସ୍ତା ତୁମମାନଙ୍କ ବ୍ୟତୀତ ଅନ୍ୟ କେହି ବି ଜାଣିନାହାଁନ୍ତି । ତୁମେ କହୁଛ ଏବେ
କୁମ୍ଭକର୍ଣ୍ଣ ନିଦ୍ରାକୁ ଛାଡ, ଆଖି ଖୋଲ, ପବିତ୍ର ହୁଅ । ପବିତ୍ର ହେଲେ ହିଁ ଘରକୁ ଯାଇପାରିବ ।
ଗୀତ:-
ଜାଗ ସଜନିଆଁ
ଜାଗ....
ଓମ୍ ଶାନ୍ତି ।
ଭଗବାନୁବାଚ ।
ଏକଥା ତ ବାବା ବୁଝାଇଛନ୍ତି ଯେ ମନୁଷ୍ୟ ଅଥବା ଦେବତାମାନଙ୍କୁ ଭଗବାନ କୁହାଯାଇ ପାରିବ ନାହିଁ
କାରଣ ଏମାନଙ୍କର ସାକାର ରୂପ ରହିଛି । ବାକି ପରମପିତା ପରମାତ୍ମାଙ୍କର ନା ଆକାରୀ, ନା ସାକାରୀ
ରୂପ ଅଛି ସେଥିପାଇଁ ତାଙ୍କୁ ଶିବ ପରମାତ୍ମାୟେ ନମଃ କୁହାଯାଉଛି । ସିଏ କେବଳ ଜଣେ ଯିଏକି ଜ୍ଞାନର
ସାଗର ଅଟନ୍ତି । କୌଣସି ମନୁଷ୍ୟମାନଙ୍କଠାରେ ଏହି ଜ୍ଞାନ ରହିପାରିବ ନାହିଁ । କେଉଁ ଜ୍ଞାନ?
ରଚୟିତା ଏବଂ ରଚନାର ଆଦି-ମଧ୍ୟ-ଅନ୍ତର ଜ୍ଞାନ ଅଥବା ଆତ୍ମା ଏବଂ ପରମାତ୍ମାଙ୍କର ଜ୍ଞାନ କାହା
ପାଖରେ ନାହିଁ । ତେଣୁ ବାବା ଆସି ତୁମମାନଙ୍କୁ ଜାଗ୍ରତ କରୁଛନ୍ତି - ହେ ସଜନୀମାନେ, ହେ
ଭକ୍ତିନୀମାନେ ଜାଗ୍ରତ ହୁଅ । ପୁରୁଷ ଅଥବା ମହିଳା ସମସ୍ତେ ଭକ୍ତ ଅଟନ୍ତି । ସମସ୍ତେ ଭଗବାନଙ୍କୁ
ମନେ ପକାଉଛନ୍ତି । ସବୁ ବ୍ରାଇଡସ୍ମାନେ (କନ୍ୟାମାନେ) ଏକମାତ୍ର ବ୍ରାଇଡ୍ଗ୍ରୁମ (ବର)ଙ୍କୁ
ମନେପକାଉଛନ୍ତି । ସବୁ ପ୍ରେମିକା ଆତ୍ମାମାନେ ପରମପିତା ପରମାତ୍ମା ପ୍ରେମିକଙ୍କୁ ମନେ ପକାଉଛନ୍ତି
। ସମସ୍ତେ ହେଉଛନ୍ତି ସୀତା, ରାମ ହେଉଛନ୍ତି ଏକମାତ୍ର ପରମପିତା ପରମାତ୍ମା । ରାମ ଅକ୍ଷର କାହିଁକି
କୁହାଯାଉଛି? କାରଣ ଏବେ ରାବଣ ରାଜ୍ୟ ଚାଲିଛି, ତେଣୁ ତା ତୁଳନାରେ ରାମରାଜ୍ୟ କୁହାଯାଉଛି । ରାମ
ହେଉଛନ୍ତି ପିତା, ଯାହାକୁ ଈଶ୍ୱର ମଧ୍ୟ କୁହାଯାଏ, ଭଗବାନ ମଧ୍ୟ କୁହାଯାଏ କିନ୍ତୁ ତାଙ୍କର ଅସଲି
ନାମ ହେଉଛି ଶିବ । ଯିଏକି କହୁଛନ୍ତି ଜାଗ୍ରତ ହୁଅ, ଏବେ ନବଯୁଗ ଆସୁଛି । ପୁରୁଣା ଦୁନିଆ ସମାପ୍ତ
ହେବାକୁ ଯାଉଛି । ଏହି ମହାଭାରତ ଲଢେଇ ପରେ ସତ୍ୟଯୁଗ ସ୍ଥାପନ ହେବ, ଯେଉଁଠାରେ ଏହି
ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ହେବ । ପୁରୁଣା କଳିଯୁଗ ସମାପ୍ତ ହେବାକୁ ଯାଉଛି ସେଥିପାଇଁ ବାବା
କହୁଛନ୍ତି ପିଲାମାନେ, କୁମ୍ଭକର୍ଣ୍ଣ ରୂପି ନିଦ୍ରାକୁ ଛାଡ । ଏବେ ଆଖି ଖୋଲ । ନୂଆ ଦୁନିଆ ଆସୁଛି
। ନୁଆ ଦୁନିଆକୁ ସ୍ୱର୍ଗ, ସତ୍ୟଯୁଗ କୁହାଯାଉଛି । ଏହା ନୂଆ ରାସ୍ତା । ଏହି ଘର ଅଥବା ସ୍ୱର୍ଗକୁ
ଯିବାର ରାସ୍ତା କେହି ବି ଜାଣିନାହାଁନ୍ତି । ସ୍ୱର୍ଗ ଅଲଗା, ଶାନ୍ତିଧାମ ଯେଉଁଠି ଆତ୍ମାମାନେ
ରହୁଛନ୍ତି, ତାହା ଅଲଗା । ଏବେ ବାବା କହୁଛନ୍ତି ଜାଗ୍ରତ ହୁଅ, ତୁମେମାନେ ରାବଣର ରାଜ୍ୟରେ ପତିତ
ହୋଇଯାଇଛ । ଏହି ସମୟରେ ଜଣେ ହେଲେ ବି ପବିତ୍ର ଆତ୍ମା ରହିପାରିବେ ନାହିଁ । ଏମାନଙ୍କୁ ପୁଣ୍ୟ
ଆତ୍ମା କୁହାଯିବ ନାହିଁ । ଯଦିଓ ମନୁଷ୍ୟ ଦାନ-ପୁଣ୍ୟ କରୁଛନ୍ତି, କିନ୍ତୁ ପବିତ୍ର ଆତ୍ମା ତ ଜଣେ
ହେଲେ ନାହାଁନ୍ତି । ଏଠାରେ ଅର୍ଥାତ୍ କଳିଯୁଗରେ ପତିତ ଆତ୍ମାମାନେ ରହିଛନ୍ତି, ସତ୍ୟଯୁଗରେ ପାବନ
ଆତ୍ମାମାନେ ଥା’ନ୍ତି, ସେଥିପାଇଁ କହୁଛନ୍ତି - ହେ ଶିବବାବା ଆସ, ଆସି ଆମକୁ ପବିତ୍ର ଆତ୍ମା କର ।
ଏହା ହେଉଛି ପବିତ୍ରତାର କଥା । ଏହି ସମୟରେ ବାବା ଆସି ସବୁ ପିଲାମାନଙ୍କୁ ଅବିନାଶୀ ଜ୍ଞାନ ରତ୍ନର
ଦାନ ଦେଉଛନ୍ତି । କହୁଛନ୍ତି ତୁମେ ମଧ୍ୟ ଅନ୍ୟମାନଙ୍କୁ ଦାନ ଦେଇ ଚାଲ, ତେବେ ୫ ବିକାରର ଗ୍ରହଣ
ଛାଡିଯିବ । ୫ ବିକାରକୁ ଦାନ ଦେଲେ ଦୁଃଖର ଗ୍ରହଣ ଛାଡିଯିବ । ପବିତ୍ର ହୋଇ ସୁଖଧାମକୁ ଚାଲିଯିବ ।
୫ ବିକାର ମଧ୍ୟରେ ନମ୍ବରୱାନ ବିକାର ହେଉଛି କାମ, ତାକୁ ଛାଡି ଏବେ ପବିତ୍ର ହୁଅ । ନିଜେ ମଧ୍ୟ
କହୁଛନ୍ତି - ହେ ପତିତ-ପାବନ, ଆମକୁ ପବିତ୍ର କର । ତେବେ ପତିତ ବିକାରୀମାନଙ୍କୁ ହିଁ କୁହାଯାଇଥାଏ
। ଏହି ସୁଖ ଏବଂ ଦୁଃଖର ଖେଳ ଭାରତରେ ହିଁ ଚାଲେ । ବାବା ଏହି ଭାରତରେ ହିଁ ଆସିଥା’ନ୍ତି ଏବଂ ଏହି
ସାଧାରଣ ଶରୀରରେ ପ୍ରବେଶ କରି ଏହାଙ୍କର ମଧ୍ୟ ଜୀବନକାହାଣୀ ଶୁଣାଇଥା’ନ୍ତି । ଏମାନେ ସମସ୍ତେ
ବ୍ରାହ୍ମଣ-ବ୍ରାହ୍ମଣୀ, ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ । ତୁମେ ସମସ୍ତଙ୍କୁ ଏବେ ପବିତ୍ର
ହେବାର ଉପାୟ ଶିଖାଉଛ । ତୁମେ ବ୍ରହ୍ମାକୁମାର ଏବଂ କୁମାରୀମାନେ ବିକାରୀ ହୋଇପାରିବ ନାହିଁ । ଏହି
ଗୋଟିଏ ଜନ୍ମରେ ହିଁ ତୁମେମାନେ ବ୍ରାହ୍ମଣ ହେଉଛ ପୁଣି ଦେବତା ବର୍ଣ୍ଣରେ ତୁମେମାନେ ୨୦ ଜନ୍ମ
ନେଉଛ, ବୈଶ୍ୟ, ଶୁଦ୍ର ବର୍ଣ୍ଣରେ ୬୩ ଜନ୍ମ ନେଉଛ । ବ୍ରାହ୍ମଣ ବର୍ଣ୍ଣର ଏହା କେବଳ ଗୋଟିଏ
ଅନ୍ତିମ ଜନ୍ମ, ଯେଉଁ ଜନ୍ମରେ ତୁମମାନଙ୍କୁ ପବିତ୍ର ହେବାକୁ ପଡିବ । ବାବା କହୁଛନ୍ତି ପବିତ୍ର
ହୁଅ । ବାବାଙ୍କର ସ୍ମୃତି ଅଥବା ଯୋଗବଳ ଦ୍ୱାରା ବିକର୍ମ ଭସ୍ମ ହେବ । ତେଣୁ ଏହି ଗୋଟିଏ ଜନ୍ମ
ପବିତ୍ର ହେବାକୁ ପଡିବ । ସତ୍ୟଯୁଗରେ ତ କେହି ପତିତ ହେବେ ନାହିଁ । ବର୍ତ୍ତମାନ ଏହି ଅନ୍ତିମ
ଜନ୍ମରେ ପବିତ୍ର ହେଲେ ହିଁ ୨୧ ଜନ୍ମ ପବିତ୍ର ରହିବ । ତୁମେମାନେ ସମସ୍ତେ ପବିତ୍ର ଥିଲ ଏବେ ପତିତ
ହୋଇଯାଇଛ । ସମସ୍ତେ ପତିତ ହୋଇଯାଇଛ ସେଥିପାଇଁ ତ ଡାକୁଛ । ତେବେ ସମସ୍ତଙ୍କୁ ପତିତ କିଏ କରିଛି?
ରାବଣର ଆସୁରୀ ମତ । ମୋ ବିନା ତୁମମାନଙ୍କୁ ରାବଣ ରାଜ୍ୟରୁ, ଅଥବା ଏହି ଦୁଃଖରୁ କେହି ହେଲେ
ମୁକ୍ତ କରିପାରିବେ ନାହିଁ । ସମସ୍ତେ କାମ ରୂପକ ଚିତାରେ ବସି ଭସ୍ମ ହୋଇଯାଇଛନ୍ତି । ମୋତେ ଆସି
ଜ୍ଞାନ ଚିତାରେ ବସାଇବାକୁ ପଡୁଛି । ଜ୍ଞାନ ଜଳ ଢାଳିବାକୁ ପଡୁଛି । ସମସ୍ତଙ୍କର ସଦ୍ଗତି କରିବାକୁ
ପଡୁଛି । ଯେଉଁମାନେ ଭଲ ଭାବରେ ପାଠ ପଢିଥା’ନ୍ତି ସେହିମାନଙ୍କର ହିଁ ସଦ୍ଗତି ହୋଇଥାଏ । ବାକି
ସମସ୍ତେ ଶାନ୍ତିଧାମକୁ ଚାଲିଯିବେ । ସତ୍ୟଯୁଗରେ କେବଳ ଦେବୀ-ଦେବତାମାନେ ହିଁ ରହିବେ,
ସେହିମାନଙ୍କୁ ହିଁ ସଦ୍ଗତି ମିଳୁଛି । ବାକି ସମସ୍ତଙ୍କୁ ଗତି ଅଥବା ମୁକ୍ତି ମିଳୁଛି । ୫ ହଜାର
ବର୍ଷ ପୂର୍ବେ ଏହି ଦେବୀ-ଦେବତାମାନଙ୍କର ରାଜ୍ୟ ଥିଲା । ଲକ୍ଷ-ଲକ୍ଷ ବର୍ଷର କଥା ନୁହେଁ । ଏବେ
ବାବା କହୁଛନ୍ତି ମିଠା-ମିଠା ପିଲାମାନେ, ମୁଁ ତୁମର ପିତା, ତୁମେମାନେ ମୋତେ ମନେ ପକାଅ ।
ମନମନାଭବ ଅକ୍ଷର ତ ପ୍ରସିଦ୍ଧ ଅଟେ । ଭଗବାନୁବାଚ - କୌଣସି ବି ଦେହଧାରୀକୁ ଭଗବାନ କୁହାଯିବ ନାହିଁ
। ଆତ୍ମାମାନେ ତ ଗୋଟିଏ ଶରୀର ଛାଡି ଅନ୍ୟ ଏକ ନେଇଥା’ନ୍ତି । କେବେ ସ୍ତ୍ରୀ, ତ କେବେ ପୁରୁଷ
ହୋଇଥା’ନ୍ତି । ଭଗବାନ କେବେ ହେଲେ ଜନ୍ମ-ମରଣର ଖେଳରେ ଆସନ୍ତି ନାହିଁ । ସବୁ ଡ୍ରାମାରେ
ନିର୍ଦ୍ଧାରିତ ହୋଇ ରହିଛି । ଗୋଟିଏ ଜନ୍ମ ଅନ୍ୟ ଜନ୍ମ ସହିତ ମିଶିପାରିବ ନାହିଁ । ତୁମର ଏହି
ଜନ୍ମର ପୁନରାବୃତ୍ତି ହେଲେ ଏହି ଅଭିନୟ, ଏହି ଚେହେରା ମଧ୍ୟ ପୁନର୍ବାର ନେବ । ଏହି ଡ୍ରାମା ହେଉଛି
ଅନାଦି ପୂର୍ବ-ପ୍ରସ୍ତୁତ । ଏହା କେବେ ବଦଳିପାରିବ ନାହିଁ । ସତ୍ୟଯୁଗରେ ଶ୍ରୀକୃଷ୍ଣଙ୍କର ଯେଉଁ
ଶରୀର ଥିଲା ତାହା ହିଁ ପୁଣି ସେଠାରେ ମିଳିବ । ସେହି ଆତ୍ମା ତ ବର୍ତ୍ତମାନ ଏଠାରେ ଅଛନ୍ତି ।
ତୁମେମାନେ ମଧ୍ୟ ଏବେ ଜାଣୁଛ ଯେ ଆମେ ସେହିପରି ହେବୁ । ଭକ୍ତିରେ ଯେଉଁ ଲକ୍ଷ୍ମୀ-ନାରାୟଣଙ୍କର
ଚିତ୍ର ଦେଖାଇଛନ୍ତି ତାହା ଅବିକଳ ନୁହେଁ । ତାଙ୍କର ଯେଉଁ ଚେହେରା ଥିଲା ସେହି ଚେହେରା ହିଁ ପୁଣି
ନେବେ । ଏହି କଥା ନୂଆମାନେ କେହି ବୁଝିପାରିବେ ନାହିଁ । ଅନ୍ୟମାନଙ୍କୁ ଭଲ ଭାବରେ ବୁଝାଇଲେ ହିଁ
୮୪ ଜନ୍ମର ଚକ୍ରକୁ ଜାଣି ପାରିବେ ଏବଂ ବୁଝିପାରିବେ ଯେ ବାସ୍ତବରେ ପ୍ରତ୍ୟେକ ଜନ୍ମର ନାମ, ରୂପ,
ଚରିତ୍ର ଆଦି ଅଲଗା-ଅଲଗା । ଏବେ ଏହାଙ୍କର ଅନ୍ତିମ ୮୪ତମ ଜନ୍ମର ଚେହେରା ଏହିପରି ଅଟେ । ସେଥିପାଇଁ
ନାରାୟଣଙ୍କ ରୂପର ସାମଞ୍ଜସ୍ୟ ବ୍ରହ୍ମାଙ୍କ ରୂପ ସହିତ ଥିବାର ଦେଖାଇଥା’ନ୍ତି । ନଚେତ୍ ମନୁଷ୍ୟ
ବୁଝିପାରିବେ ନାହିଁ ।
ତୁମେ ପିଲାମାନେ ଜାଣିଛ
- ମମ୍ମା-ବାବା ହିଁ ଲକ୍ଷ୍ମୀ-ନାରାୟଣ ହେଉଛନ୍ତି । ଏଠାରେ ତ ୫ ତତ୍ତ୍ୱ ମଧ୍ୟ ପବିତ୍ର ନାହିଁ ।
ଏବେ ଏହି ଶରୀର ମଧ୍ୟ ପତିତ । ସତ୍ୟଯୁଗରେ ଶରୀର ମଧ୍ୟ ପବିତ୍ର ହୋଇଥାଏ । ଶ୍ରୀକୃଷ୍ଣଙ୍କୁ ଅତି
ସୁନ୍ଦର ବୋଲି କୁହାଯାଇଥାଏ । ସେଠାରେ ପ୍ରାକୃତିକ ସୌନ୍ଦର୍ଯ୍ୟ ରହିଥାଏ । ଏବେ ବିଦେଶରେ ଯଦିଓ
ଗୋରା ମନୁଷ୍ୟ ଅଛନ୍ତି କିନ୍ତୁ ତାଙ୍କୁ କ’ଣ ଦେବତା କୁହାଯିବ କି । ତାଙ୍କ ପାଖରେ ଦୈବୀଗୁଣ ତ
ନାହିଁ ନା । ତେଣୁ ବାବା କେତେ ଭଲ ଭାବରେ ବୁଝାଉଛନ୍ତି । ଏହା ହେଉଛି ସବୁଠାରୁ ଉଚ୍ଚ ପାଠପଢା,
ଯାହା ଦ୍ୱାରା ତୁମର କେତେ ଉଚ୍ଚ ରୋଜଗାର ଜମା ହୋଇଯାଉଛି । ସେଠାରେ ଅଗଣିତ ହୀରା ନୀଳା, ଧନ ରହିଛି
। ସେଠାରେ ତ ହୀରାନୀଳାର ମହଲ ଥିଲା । ଏବେ ସେ ସବୁ ଲୋପ ପାଇଯାଇଛି । ପୁଣି କେତେ ଧନବାନ୍ ହେଉଛ
। ତୁମର ୨୧ ଜନ୍ମ ପାଇଁ ଅପରମ ଅପାର ରୋଜଗାର ହେଉଛି, ଏଥିପାଇଁ ବହୁତ ମେହନତ କରିବାକୁ ହେବ,
ଦେହୀ-ଅଭିମାନୀ ହେବାକୁ ପଡିବ, ମୁଁ ଆତ୍ମା ଏହି ପୁରୁଣା ଶରୀରକୁ ଛାଡି ଏବେ ନିଜ ଘରକୁ ଫେରି ଯିବି
। ବାବା ଏବେ ନେବା ପାଇଁ ଆସିଛନ୍ତି । ମୁଁ ଆତ୍ମା ଏବେ ୮୪ ଜନ୍ମ ପୂରା କରିଲି, ଏବେ ପୁଣି ପାବନ
ହେବାକୁ ପଡିବ, ସେଥିପାଇଁ ବାବାଙ୍କୁ ସ୍ମରଣ କରିବାକୁ ହେବ । ନଚେତ୍ ଏହା ବିନାଶର ସମୟ । ତେଣୁ
ଦଣ୍ଡ ଭୋଗ କରି ଘରକୁ ଫେରି ଯିବାକୁ ହେବ । ହିସାବ-କିତାବ ତ ସମସ୍ତଙ୍କୁ ଚୁକ୍ତ କରିବାକୁ ହିଁ
ହେବ । ଭକ୍ତିମାର୍ଗରେ କାଶୀରେ ଥିବା ଯେଉଁ କୂପରେ ଝାସ ଦେଇ ନିଜକୁ ଶିବଙ୍କ ଉପରେ ବଳି
ଚଢାଇଥା’ନ୍ତି ସେଥିରେ ମଧ୍ୟ କେହି ମୁକ୍ତି ପ୍ରାପ୍ତ କରୁ ନ ଥିଲେ, ତାହା ହେଉଛି ଭକ୍ତିମାର୍ଗ ।
ଏହା ଜ୍ଞାନମାର୍ଗ । ଏଥିରେ ଜୀବଘାତ କରିବାର କୌଣସି ଆବଶ୍ୟକତା ନାହିଁ । ତାହା ହେଲା ଜୀବଘାତ ।
ତଥାପି ଭାବନା ରହିଥାଏ କି ମୁକ୍ତି ପ୍ରାପ୍ତ କରିବୁ ସେଥିପାଇଁ ପାପର ହିସାବ-କିତାବ ଚୁକ୍ତ ହୋଇ
ପୁନର୍ବାର ଆରମ୍ଭ ହୋଇଥାଏ । ଏବେ ତ କାଶୀରେ ଥିବା କୂପରେ ନିଜକୁ ଝାସ ଦେବା ପାଇଁ ମୁସ୍କିଲରେ
କେହି କେହି ସାହସ ରଖିଥା’ନ୍ତି ବାକି ଏହାଦ୍ୱାରା କାହାକୁ ହେଲେ ମୁକ୍ତି ଅଥବା ଜୀବନମୁକ୍ତି
ମିଳିପାରିବ ନାହିଁ । ତେବେ ବାବାଙ୍କ ବିନା ଜୀବନମୁକ୍ତି କେହି ଦେଇପାରିବେ ନାହିଁ । ଆତ୍ମାମାନେ
ଏଠାକୁ ଆସିବାରେ ଲାଗିଛନ୍ତି ପୁଣି ଫେରିବେ କିପରି? ବାବା ହିଁ ଆସି ସମସ୍ତଙ୍କର ସଦ୍ଗତି କରି
ଫେରେଇ ନେଇଯିବେ । ସତ୍ୟଯୁଗରେ ବହୁତ କମ୍ ମନୁଷ୍ୟ ରହିବେ । ଆତ୍ମା ତ କେବେ ବିନାଶ ହେଉ ନାହିଁ ।
ଆତ୍ମା ଅବିନାଶୀ, ଶରୀର ବିନାଶୀ । ସତ୍ୟଯୁଗରେ ଦୀର୍ଘାୟୁ ହୁଅନ୍ତି । ସେଠାରେ ଦୁଃଖର କୌଣସି କଥା
ରହିବ ନାହିଁ । ବାକି ଗୋଟିଏ ଶରୀର ଛାଡି ଅନ୍ୟ ଏକ ଧାରଣ କରିଥା’ନ୍ତି । ଯେପରି ସର୍ପର ଉଦାହରଣ
ରହିଛି, ତାକୁ ମୃତ୍ୟୁ ବୋଲି କୁହାଯାଏ ନାହିଁ । ସେହିପରି ସେଠାରେ ମଧ୍ୟ ଦୁଃଖର କୌଣସି କଥା ନାହିଁ
। ଜାଣିଯା’ନ୍ତି ଯେ ଏବେ ସମୟ ପୁରା ହୋଇଗଲା, ଏହି ଶରୀରକୁ ଛାଡି ଅନ୍ୟ ଏକ ଶରୀର ଧାରଣ କରିବୁ ।
ତୁମ ପିଲାମାନଙ୍କୁ ଶରୀରରୁ ଅଲଗା ହେବାର ଅଭ୍ୟାସ ଏହିଠାରେ ହିଁ କରିବାକୁ ହେବ । ମୁଁ ଆତ୍ମା, ଏବେ
ମୋତେ ଆମ ଘରକୁ ଯିବାକୁ ହେବ ପୁଣି ନୂଆ ଦୁନିଆକୁ ଆସିବି, ନୂଆ ଶରୀର ନେବି, ଏହି ଅଭ୍ୟାସ କର ।
ତୁମେମାନେ ଜାଣିଛ ଆତ୍ମା ୮୪ ଟି ଶରୀର ନେଉଛି । କିନ୍ତୁ ମନୁଷ୍ୟମାନେ ୮୪ ଲକ୍ଷ କହିଦେଇଛନ୍ତି ।
ବାବାଙ୍କ ପାଇଁ ତ ଅଗଣିତ ମାଟି ଗୋଡି ଆଦିରେ ଅଛନ୍ତି ବୋଲି କହିଦେଉଛନ୍ତି । ଏହାକୁ ହିଁ କୁହାଯାଏ
ଧର୍ମର ଗ୍ଲାନି । ମନୁଷ୍ୟ ସ୍ୱଚ୍ଛ ବୁଦ୍ଧିରୁ ପୁଣି ବିଲ୍କୁଲ୍ ତୁଚ୍ଛ ବୁଦ୍ଧି ହୋଇଯାଉଛନ୍ତି ।
ଏବେ ବାବା ତୁମକୁ ସ୍ୱଚ୍ଛ ବୁଦ୍ଧି କରୁଛନ୍ତି । ଯୋଗବଳ ଦ୍ୱାରା ହିଁ ତୁମେମାନେ ସ୍ୱଚ୍ଛ ହେଉଛ ।
ବାବା କହୁଛନ୍ତି, ଏବେ ନବଯୁଗ ଆସୁଛି, ତାର ଚିହ୍ନ ହେଲା ଏହି ମହାଭାରତ ଲଢେଇ । ଏହା ସେହି ମୁଶଳ
ଦ୍ୱାରା ହୋଇଥିବା ଲଢେଇ, ଯାହାଦ୍ୱାରା ଅନେକ ଧର୍ମର ବିନାଶ, ଗୋଟିଏ ଧର୍ମର ସ୍ଥାପନା ହୋଇଥିଲା,
ତେବେ ନିଶ୍ଚିତ ଭଗବାନ ଥିବେ ନା । କୃଷ୍ଣ ଏଠାକୁ କିପରି ଆସିପାରିବେ? ଜ୍ଞାନର ସାଗର ନିରାକାର
ଶିବବାବା ନା କି ଶ୍ରୀକୃଷ୍ଣ? କୃଷ୍ଣଙ୍କଠାରେ ଏହି ଜ୍ଞାନ ହିଁ ରହିବ ନାହିଁ । କାରଣ ଏହି ଜ୍ଞାନ
ହିଁ ଲୋପ ହୋଇଯାଇଥାଏ । ତୁମର ମଧ୍ୟ ଭକ୍ତିମାର୍ଗରେ ପୁଣି ଚିତ୍ର ତିଆରି ହେବ । ତୁମେମାନେ ପୂଜ୍ୟ
ଥିଲ, ପୁଣି ତୁମେମାନେ ହିଁ ପୂଜାରୀ ହେଉଛ । କାରଣ କଳା କମି କମି ଯାଉଛି, ଆୟୁଷ ମଧ୍ୟ କମ୍
ହୋଇଯାଉଛି କାହିଁକି ନା ଯୋଗୀରୁ ଭୋଗୀ ହୋଇଯାଉଛ । ସତ୍ୟଯୁଗରେ ତୁମେମାନେ ଯୋଗୀ ଅବସ୍ଥାରେ ରହୁଛ
। ଏପରି ନୁହେଁ ଯେ ସେଠାରେ କାହାକୁ ମନେ ପକାଇ ଯୋଗ କରୁଛ । ସେଠାରେ ସମସ୍ତେ ପବିତ୍ର ଥା’ନ୍ତି ।
କୃଷ୍ଣଙ୍କୁ ମଧ୍ୟ ଯୋଗେଶ୍ୱର କହିଥା’ନ୍ତି । ଏହି ସମୟରେ କୃଷ୍ଣଙ୍କର ଆତ୍ମା ମଧ୍ୟ ବାବାଙ୍କ
ସାଥିରେ ଯୋଗ ଲଗାଉଛନ୍ତି । କୃଷ୍ଣଙ୍କର ଆତ୍ମା ମଧ୍ୟ ଏହି ସମୟରେ ଯୋଗେଶ୍ୱର ଅଟନ୍ତି । ସତ୍ୟଯୁଗରେ
ଯୋଗେଶ୍ୱର କୁହାଯିବ ନାହିଁ । ସେଠାରେ ତ ରାଜକୁମାର ହେଉଛନ୍ତି । ତେବେ ଶେଷ ସମୟରେ ତୁମର ଅବସ୍ଥା
ଏପରି ରହିବା ଦରକାର,ଏକମାତ୍ର ବାବାଙ୍କ ବିନା ଆଉ କାହା ଶରୀର ଯେପରି ମନେ ନ ପଡୁ । ଏହି ଶରୀରରୁ
ଏବଂ ପୁରୁଣା ଦୁନିଆରୁ ମମତ୍ୱ ତୁଟିଯାଉ । ସନ୍ନ୍ୟାସୀ ତ ପୁରୁଣା ଦୁନିଆରେ ରହିଥା’ନ୍ତି କିନ୍ତୁ
ଘରଦ୍ୱାରରୁ ମମତା ତୁଟାଇ ଦେଇଥା’ନ୍ତି । ବ୍ରହ୍ମକୁ ଈଶ୍ୱର ଭାବି ତା ସହିତ ଯୋଗ ଲଗାଇଥା’ନ୍ତି ।
ନିଜକୁ ବ୍ରହ୍ମଜ୍ଞାନୀ, ତତ୍ୱଜ୍ଞାନୀ ବୋଲି କହିଥା’ନ୍ତି । ଭାବନ୍ତି ଯେ, ଆମେ ବ୍ରହ୍ମରେ ଲୀନ
ହୋଇଯିବୁ । ବାବା କହୁଛନ୍ତି ଏସବୁ ଭୁଲ୍ । ମୁଁ ହେଉଛି ସତ୍ୟ, ମୋତେ ହିଁ ସତ୍ୟ ବୋଲି କୁହାଯାଏ ।
ବାବା ବୁଝାଉଛନ୍ତି -
ଯୋଗର ଯାତ୍ରାରେ ବହୁତ ପକ୍କା ହେବା ଉଚିତ୍ । ଜ୍ଞାନ ତ ବହୁତ ସହଜ । ତେବେ ଦେହୀ-ଅଭିମାନୀ ହୋଇ
ରହିବାରେ ହିଁ ମେହନତ ଲାଗିଥାଏ । ବାବା କହୁଛନ୍ତି - କାହାର ବି ଦେହ ଯେପରି ମନେ ନ ପଡୁ, ଏହା
ହେଉଛି ଭୂତର ସ୍ମୃତି, ଭୂତ ପୂଜା । ମୁଁ ତ ଅଶରୀର, ତୁମକୁ ମୋତେ ହିଁ ସ୍ମରଣ କରିବାକୁ ପଡିବ ।
ଏହି ଆଖିରେ ସବୁ କିଛି ଦେଖୁଥିଲେ ମଧ୍ୟ ବୁଦ୍ଧିରେ ବାବାଙ୍କୁ ମନେ ପକାଅ । ବାବାଙ୍କ ନିର୍ଦ୍ଦେଶ
ଅନୁଯାୟୀ ଚାଲ ତେବେ ଧର୍ମରାଜଙ୍କ ଦଣ୍ଡରୁ ମୁକ୍ତ ହୋଇଯିବ । ପବିତ୍ର ହେଲେ ଦଣ୍ଡ ସମାପ୍ତ ହୋଇଯିବ,
ଏହା ବହୁତ ଉଚ୍ଚ ଲକ୍ଷ୍ୟ ଅଟେ । ପ୍ରଜା ହେବା ତ ବହୁତ ସହଜ, ସେଥିରେ ମଧ୍ୟ ସାହୁକାର ପ୍ରଜା,
ଗରୀବ ପ୍ରଜା କେଉଁ କେଉଁମାନେ ହୋଇପାରିବେ, ସବୁ କଥା ବାବା ବୁଝାଉଛନ୍ତି । ଶେଷ ସମୟରେ ତୁମ
ବୁଦ୍ଧିର ଯୋଗ ବାବା ଏବଂ ଘର ସହିତ ରହିବା ଉଚିତ୍ । ଯେପରି ନାଟକରେ ଅଭିନେତାମାନଙ୍କର ପାର୍ଟ ପୂରା
ହୋଇଗଲେ ବୁଦ୍ଧି ଘର ଆଡକୁ ଚାଲିଯାଇଥାଏ । ଏହା ହେଉଛି ବେହଦର କଥା । ତାହା ହଦର ଆମଦାନୀ ଏହା
ବେହଦର ଆମଦାନୀ । ଭଲ ଭଲ ଅଭିନେତାମାନଙ୍କର ଆମଦାନୀ ମଧ୍ୟ ବହୁତ ହୋଇଥାଏ ନା । ତେଣୁ ବାବା
କହୁଛନ୍ତି ଗୃହସ୍ଥ ବ୍ୟବହାରରେ ରହି ମଧ୍ୟ ବୁଦ୍ଧିଯୋଗ ସେଠାରେ ଲଗାଇବାକୁ ହେବ । ସେମାନେ
ଜଣେ-ଅନ୍ୟଜଣଙ୍କର ପ୍ରେମିକ-ପ୍ରେମିକା ହୋଇଥା’ନ୍ତି । ଏଠାରେ ତ ସମସ୍ତେ ଏକମାତ୍ର ପ୍ରେମିକଙ୍କର
ପ୍ରେମିକା । ତାଙ୍କୁ ହିଁ ସମସ୍ତେ ମନେ ପକାଉଛନ୍ତି । ସେ ଏକ ବିଚିତ୍ର ଯାତ୍ରୀ ଅଟନ୍ତି । ଏହି
ବାବା ଏବେ ଆସିଛନ୍ତି ସବୁ ଦୁଃଖରୁ ମୁକ୍ତ କରି ସଦ୍ଗତିକୁ ନେଇଯିବା ପାଇଁ । ତାଙ୍କୁ ହିଁ
ସଚ୍ଚା-ସଚ୍ଚା ପ୍ରେମିକ କୁହାଯାଏ । ଏହି ଦୁନିଆର ପ୍ରେମିକ ପ୍ରେମିକାମାନେ ତ ପରସ୍ପରର ଶରୀର
ପ୍ରତି ଆକୃଷ୍ଟ ହୋଇଥା’ନ୍ତି, ବିକାରର କୌଣସି କଥା ନ ଥାଏ । ତାକୁ କୁହାଯାଏ ଦେହ-ଅଭିମାନର ଯୋଗ ।
ତେବେ ତାହା ମଧ୍ୟ ଭୂତର ସ୍ମରଣ ହୋଇଗଲା । ମନୁଷ୍ୟକୁ ମନେ ପକାଇବା ଅର୍ଥାତ୍ ୫ ଭୂତକୁ, ପ୍ରକୃତିକୁ
ମନେ ପକାଇବା । ବାବା କହୁଛନ୍ତି, ପ୍ରକୃତିକୁ ଭୁଲି ମୋତେ ମନେ ପକାଅ । ଏଥିରେ ମେହନତ ରହିଛି ନା
ଏବଂ ଦୈବୀଗୁଣ ମଧ୍ୟ ଧାରଣ କରିବା ଦରକାର । କାହା ପ୍ରତି ପ୍ରତିଶୋଧ ପରାୟଣ ହେବା, ଏହା ମଧ୍ୟ
ଆସୁରୀ ଗୁଣ ଅଟେ । ସତ୍ୟଯୁଗରେ ଗୋଟିଏ ଧର୍ମ ରହିବ, ପ୍ରତିଶୋଧର କୌଣସି କଥା ରହିବ ନାହିଁ । ତାହା
ହେଉଛି ହିଁ ଅଦ୍ୱୈତ ଦେବତା ଧର୍ମ ଯାହା ଶିବବାବାଙ୍କ ବିନା କେହି ସ୍ଥାପନ କରିପାରିବେ ନାହିଁ ।
ସୂକ୍ଷ୍ମଲୋକ ନିବାସୀ ଦେବତାମାନଙ୍କୁ ଫରିସ୍ତା କୁହାଯିବ । ଏହି ସମୟରେ ତୁମେ ହେଉଛ ବ୍ରାହ୍ମଣ ପରେ
ପୁଣି ଫରିସ୍ତା ହେବ । ପୁଣି ଘରକୁ ଫେରିଯିବ, ପୁନର୍ବାର ନୂଆ ଦୁନିଆକୁ ଆସି ଦୈବୀଗୁଣଯୁକ୍ତ
ମନୁଷ୍ୟ ଅର୍ଥାତ୍ ଦେବତା ହେବ । ଏବେ ଶୂଦ୍ରରୁ ବ୍ରାହ୍ମଣ ହେଉଛ । ପ୍ରଜାପିତା ବ୍ରହ୍ମାଙ୍କର
ସନ୍ତାନ ନ ହେଲେ ବର୍ସା ଅର୍ଥାତ୍ ସମ୍ପତ୍ତି କିପରି ନେବ । ଏହି ପ୍ରଜାପିତା ବ୍ରହ୍ମା ଏବଂ ମମ୍ମା,
ଏଇମାନେ ପୁଣି ଲକ୍ଷ୍ମୀ-ନାରାୟଣ ହେଉଛନ୍ତି । ଏବେ ଦେଖ ତୁମକୁ ଜୈନମାନେ କହୁଛନ୍ତି ଆମର ଜୈନଧର୍ମ
ସବୁଠାରୁ ପୁରୁଣା । ବାସ୍ତବରେ ମହାବୀର ତ ଆଦିଦେବ ବ୍ରହ୍ମାଙ୍କୁ ହିଁ କୁହାଯାଏ । ବାସ୍ତବରେ ସିଏ
ହେଉଛନ୍ତି ବ୍ରହ୍ମା, କିନ୍ତୁ କୌଣସି ଜୈନମୁନୀ ଆସି ମହାବୀର ନାମ ରଖିଦେଲେ । ଏବେ ତୁମେ ସମସ୍ତେ
ମହାବୀର ନା । ତୁମେମାନେ ମାୟା ଉପରେ ବିଜୟ ପ୍ରାପ୍ତ କରୁଛ । ତୁମେ ସମସ୍ତେ ବାହାଦୁର ହେଉଛ ।
ତୁମେମାନେ ସଚ୍ଚା ସଚ୍ଚା ମହାବୀର-ମହାବୀରତା । ତୁମର ନାମ ହେଉଛି ଶିବଶକ୍ତି, ସେଥିପାଇଁ ତୁମକୁ
ସିଂହ ଉପରେ ବସିବାର ଏବଂ ମହାରଥୀମାନଙ୍କୁ ହାତୀ ଉପରେ ବସିବାର ଦେଖାଇଥା’ନ୍ତି । ତଥାପି ବାବା
କହୁଛନ୍ତି ଏହା ବହୁତ ଉଚ୍ଚ ଲକ୍ଷ୍ୟ ଅଟେ । ତେଣୁ ଏକମାତ୍ର ବାବାଙ୍କୁ ହିଁ ମନେ ପକାଇବାକୁ ହେବ
ତେବେ ବିକର୍ମ ବିନାଶ ହୋଇଯିବ, ଆଉ କୌଣସି ରାସ୍ତା ନାହିଁ । ଯୋଗବଳ ଦ୍ୱାରା ତୁମେ ସାରା ବିଶ୍ୱ
ଉପରେ ରାଜତ୍ୱ କରୁଛ । ଆତ୍ମା କହୁଛି, ଏବେ ମୋତେ ଘରକୁ ଯିବାକୁ ହେବ, ଏହା ପୁରୁଣା ଦୁନିଆ, ଏହାକୁ
ହିଁ ବେହଦର ସନ୍ନ୍ୟାସ କୁହାଯାଏ । ଗୃହସ୍ଥ ବ୍ୟବହାରରେ ରହି ପବିତ୍ର ହେବାକୁ ପଡିବ ଏବଂ ଚକ୍ରକୁ
ବୁଝିଲେ ଚକ୍ରବର୍ତ୍ତୀ ରାଜା ହୋଇଯିବ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧)
ଧର୍ମରାଜଙ୍କ ଦଣ୍ଡରୁ ମୁକ୍ତ ହେବା ପାଇଁ କାହାର ବି ଦେହକୁ ମନେ ପକାଇବାର ନାହିଁ, ଏହି ଆଖି
ଦ୍ୱାରା ସବୁ କିଛି ଦେଖୁଥିଲେ ମଧ୍ୟ ଏକମାତ୍ର ବାବାଙ୍କୁ ହିଁ ମନେ ପକାଇବାକୁ ହେବ, ଅଶରୀରୀ
ହେବାର ଅଭ୍ୟାସ କରିବାକୁ ହେବ । ପବିତ୍ର ହେବାକୁ ପଡିବ ।
(୨) ମୁକ୍ତି ଏବଂ
ଜୀବନମୁକ୍ତିର ରାସ୍ତା ସମସ୍ତଙ୍କୁ ବତାଇବାକୁ ପଡିବ । ଏବେ ନାଟକ ଶେଷ ହେଲା, ଆମକୁ ଘରକୁ ଯିବାକୁ
ହେବ - ଏହି ସ୍ମୃତି ଦ୍ୱାରା ବେହଦର ଆମଦାନୀ ଅର୍ଥାତ୍ ପ୍ରାରବ୍ଧ ଜମା କରିବାକୁ ହେବ ।
ବରଦାନ:-
ଗୋଟିଏ
ସେକେଣ୍ଡର ବାଜି ଦ୍ୱାରା ସାରା କଳ୍ପ ପାଇଁ ଭାଗ୍ୟ ଜମା କରୁଥିବା ଶ୍ରେଷ୍ଠ ଭାଗ୍ୟବାନ ହୁଅ ।
ଏହି ସଂଗମଯୁଗକୁ ବରଦାନ
ମିଳିଛି ଯାହା ଚାହିଁବ, ଯେପରି ଚାହିଁବ ଏବଂ ଯେତେ ଚାହିଁବ ସେତେ ନିଜର ଭାଗ୍ୟ ଗଢିପାରିବ କାହିଁକି
ନା ଭାଗ୍ୟବିଧାତା ବାବା ଭାଗ୍ୟ ଗଢିବାର ଚାବି ପିଲାମାନଙ୍କ ହାତରେ ଦେଇ ଦେଇଛନ୍ତି । ଶେଷରେ
ଆସିଥିବା ପିଲା ମଧ୍ୟ ତୀବ୍ରଗତିରେ ପୁରୁଷାର୍ଥ କରି ପ୍ରଥମ ସ୍ଥାନ ଅଧିକାର କରିପାରିବେ । କେବଳ
ସେବାର ବିସ୍ତାର ଭିତରେ ନିଜର ସ୍ଥିତିକୁ ଗୋଟିଏ ସେକେଣ୍ଡ ଭିତରେ ସାର ସ୍ୱରୂପ ଅର୍ଥାତ୍ ଆତ୍ମିକ
ସ୍ୱରୂପରେ ସ୍ଥିତ କରିବାର ଅଭ୍ୟାସ କର । ଯଦି ଏବେ ଏବେ ନିର୍ଦ୍ଦେଶ ମିଳିବ ଯେ ଗୋଟିଏ ସେକେଣ୍ଡ
ଭିତରେ ମାଷ୍ଟର ବୀଜରୂପ ହୋଇଯାଅ ତେବେ ଏଥିପାଇଁ ସମୟ ନ ଲାଗୁ । ତେଣୁ ଏହି ଗୋଟିଏ ସେକେଣ୍ଡର
ବାଜିକୁ ଜିତି ସାରା କଳ୍ପ ପାଇଁ ଭାଗ୍ୟ ଜମା କରିପାରିବ ।
ସ୍ଲୋଗାନ:-
ଡବଲ ସେବା
ଦ୍ୱାରା ଯଦି ଶକ୍ତିଶାଳୀ ବାତାବରଣ ସୃଷ୍ଟି କରିପାରିବ ତେବେ ପ୍ରକୃତି ଦାସୀ ହୋଇଯିବ ।