06.02.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ପୁରୁଣା ଦୁନିଆର କଣ୍ଟାଗୁଡିକୁ ନୂଆ ଦୁନିଆର ଫୁଲରେ ପରିଣତ କରିବା - ଏହା ହେଉଛି ତୁମ ଭଳି ଦକ୍ଷ ମାଳିମାନଙ୍କର କାମ ।’’

ପ୍ରଶ୍ନ:-
ସଙ୍ଗମ ଯୁଗରେ ତୁମେ ପିଲାମାନେ ନିଜର କେଉଁ ଶ୍ରେଷ୍ଠ ଭାଗ୍ୟ ନିର୍ମାଣ କରୁଛ?

ଉତ୍ତର:-
ଦୁଃଖଦାୟୀ କଣ୍ଟାରୁ ସୁଗନ୍ଧଯୁକ୍ତ ଫୁଲ ହେବା - ଏହା ହେଉଛି ସବୁଠାରୁ ଶ୍ରେଷ୍ଠ ଭାଗ୍ୟ । ଯଦି କୌଣସି ଗୋଟିଏ ବି ବିକାର ରହିଥିବ ତେବେ କଣ୍ଟା କୁହାଯିବ । କଣ୍ଟାରୁ ଫୁଲ ହେଲେ ହିଁ ସତ୍ତ୍ୱପ୍ରଧାନ ଦେବୀ-ଦେବତା ହୋଇପାରିବ । ତୁମେ ପିଲାମାନେ ଏବେ ୨୧ ପିଢି ପର୍ଯ୍ୟନ୍ତ ନିଜର ସୂର୍ଯ୍ୟବଂଶୀ ଭାଗ୍ୟ ଗଢିବାକୁ ଆସିଛ ।

ଗୀତ:-
ତକଦୀର ଜଗାକର ଆୟି ହୁଁ ...

ଓମ୍ ଶାନ୍ତି ।
ପିଲାମାନେ ଗୀତ ଶୁଣିଲେ । ଏହା ତ ସାଧାରଣ ଗୀତ କାହିଁକିନା ତୁମେମାନେ ହେଉଛ ମାଳୀ, ବାବା ବଗିଚାର ମାଲିକ । ଏବେ ମାଳୀମାନଙ୍କୁ କଣ୍ଟାରୁ ଫୁଲ କରିବାର ସେବା କରିବାକୁ ପଡ଼ିବ । ଏହି ଅକ୍ଷର ବହୁତ ସ୍ପଷ୍ଟ । ଭକ୍ତମାନେ ଆସିଛନ୍ତି ଭଗବାନଙ୍କ ପାଖକୁ । ଏମାନେ ସମସ୍ତେ ଭକ୍ତିନୀ ଅଟନ୍ତି ନା । ଏବେ ତୁମେ ଜ୍ଞାନର ପାଠ ପଢିବାକୁ ବାବାଙ୍କ ପାଖକୁ ଆସିଛ । ତୁମେମାନେ ଏହି ରାଜଯୋଗର ପାଠପଢି ହିଁ ନୂଆ ଦୁନିଆର ମାଲିକ ହେଉଛ । ତେଣୁ ଭକ୍ତିନୀମାନେ କହୁଛନ୍ତି - ଆମେ ଭାଗ୍ୟକୁ ତିଆରି କରି ଆସିଛୁ, ନୂଆ ଦୁନିଆକୁ ହୃଦୟରେ ସାଇତି ରଖି ଆସିଛୁ । ବାବା ମଧ୍ୟ କହୁଛନ୍ତି ଯେ ସୁଇଟ୍ ହୋମ୍ ଏବଂ ସୁଇଟ୍ ରାଜତ୍ୱକୁ ମନେ ପକାଅ । ଆତ୍ମାକୁ ହିଁ ମନେ ପକାଇବାକୁ ପଡ଼ିବ । ପ୍ରତ୍ୟେକ ସେଣ୍ଟରରେ ପାଠ ପଢୁଥିବା ଆତ୍ମାମାନେ କଣ୍ଟାରୁ ଫୁଲ ହେଉଛନ୍ତି । ଫୁଲ ଭିତରେ ମଧ୍ୟ କ୍ରମାନୁସାରେ ରହିଛନ୍ତି ନା । ଶିବଙ୍କ ଉପରେ ଫୁଲ ଚଢାଇଥା’ନ୍ତି । କିଏ କେଉଁ ଫୁଲ ଚଢାଇଥା’ନ୍ତି ତ କିଏ ଆଉ କେଉଁ ଫୁଲ ଚଢାଇଥା’ନ୍ତି । ଗୋଲାପ ଫୁଲ ଏବଂ ଅରଖ ଫୁଲ ମଧ୍ୟରେ ରାତି-ଦିନର ଫରକ ରହିଛି । ଏହା ମଧ୍ୟ ବଗିଚା ଅଟେ । କେହି ମୋତି, କେହି ଚମ୍ପା, କେହି ହେଉଛନ୍ତି ରତନ ଜ୍ୟୋତିର ଫୁଲ । କେହି ଅରଖ ଫୁଲ ମଧ୍ୟ ଅଛନ୍ତି । ପିଲାମାନେ ଜାଣିଛନ୍ତି ବର୍ତ୍ତମାନ ସମସ୍ତେ କଣ୍ଟା ଅଟନ୍ତି । ଏହି ଦୁନିଆ ହିଁ କଣ୍ଟାର ଜଙ୍ଗଲ, ଏହାକୁ ନୂଆ ଫୁଲ ବଗିଚା କରିବାକୁ ହେବ । ଏହି ପୁରୁଣା ଦୁନିଆରେ କଣ୍ଟା ରହିଛନ୍ତି, ତେଣୁ ଗୀତରେ ମଧ୍ୟ କହୁଛନ୍ତି ଯେଉଁ ବାବା ନୂଆ ଦୁନିଆ ସ୍ଥାପନ କରୁଛନ୍ତି ଆମେ ସେହି ବାବାଙ୍କ ପାଖକୁ ଆସିଛୁ ପୁରୁଣା ଦୁନିଆର କଣ୍ଟାରୁ ନୂଆ ଦୁନିଆର ଫୁଲ ହେବା ପାଇଁ । ଏବେ କଣ୍ଟାରୁ ଫୁଲ ଅର୍ଥାତ୍ ଦେବୀ-ଦେବତା ହେବାକୁ ପଡିବ । ଗୀତର ଅର୍ଥ କେତେ ସହଜ । ଆମେ ଆସିଛୁ ନୂଆ ଦୁନିଆର ଭାଗ୍ୟକୁ ଜାଗ୍ରତ କରିବା ପାଇଁ । ସତ୍ୟଯୁଗ ହେଉଛି ନୂଆ ଦୁନିଆ । କାହାର ଭାଗ୍ୟ ସତ୍ତ୍ୱପ୍ରଧାନ, କାହାର ରଜଃ, କାହାର ତମଃ ରହିଛି । କେହି ସୂର୍ଯ୍ୟବଂଶୀ ରାଜା ହେଉଛନ୍ତି, କେହି ପ୍ରଜା ହେଉଛନ୍ତି, କେହି ପ୍ରଜାର ମଧ୍ୟ ନୌକର ଚାକର ହେଉଛନ୍ତି । ଏବେ ନୂଆ ଦୁନିଆର ରାଜତ୍ତ୍ୱ ସ୍ଥାପନ ହେଉଛି । ସ୍କୁଲକୁ ଭାଗ୍ୟ ଜାଗ୍ରତ କରିବାକୁ ଯାଇଥା’ନ୍ତି ନା । ଏଠାରେ ତ ନୂଆ ଦୁନିଆର କଥା ରହିଛି । ଏହି ପୁରୁଣା ଦୁନିଆରେ କି ଭାଗ୍ୟ ଗଢିବ । ତୁମେ ଭବିଷ୍ୟ ନୂଆ ଦୁନିଆରେ ଦେବତା ହେବା ପାଇଁ ଭାଗ୍ୟ ଗଢୁଛ, ଯେଉଁ ଦେବତାମାନଙ୍କୁ ସମସ୍ତେ ନମସ୍କାର କରି ଆସିଛନ୍ତି । ଆମେ ହିଁ ସେହି ଦେବତା ପୂଜ୍ୟ ଥିଲୁ ପୁଣି ଆମେ ହିଁ ପୂଜାରୀ ହୋଇଛୁ । ୨୧ ଜନ୍ମର ବର୍ସା ବାବାଙ୍କଠାରୁ ମିଳୁଛି, ଯାହାକୁ ୨୧ ପିଢି କୁହାଯାଉଛି । ବୃଦ୍ଧ ଅବସ୍ଥା ପର୍ଯ୍ୟନ୍ତ ପହଞ୍ଚିବାକୁ ପିଢି କୁହାଯାଏ । ବାବା ୨୧ ପିଢିର ବର୍ସା ଦେଉଛନ୍ତି କାହିଁକିନା ସତ୍ୟଯୁଗରେ ଯୁବା ଅବସ୍ଥାରେ ଅଥବା ଶୈଶବ ଅବସ୍ଥାରେ ଅକାଳମୃତ୍ୟୁ ହୁଏ ନାହିଁ । ସେଥିପାଇଁ ତାକୁ ଅମରଲୋକ କୁହାଯାଏ । ଏହା ହେଉଛି ମୃତ୍ୟୁ ଲୋକ, ରାବଣ ରାଜ୍ୟ । ଏଠାରେ ପ୍ରତ୍ୟେକଙ୍କ ଭିତରେ ବିକାରର ପ୍ରବେଶତା ହୋଇଛି, ଯାହାଙ୍କ ଭିତରେ ଗୋଟିଏ ମଧ୍ୟ ବିକାର ଥିବ ସେ କଣ୍ଟା ହେଲେ ନା । ବାବା ଜାଣିଯିବେ ଏହି ମାଳି ରାଜକୀୟ ସୁଗନ୍ଧଯୁକ୍ତ ଫୁଲ ତିଆରି କରିବା ଜାଣିନାହାଁନ୍ତି । ମାଳି ଭଲ ହୋଇଥିଲେ ଭଲ-ଭଲ ଫୁଲ ପ୍ରସ୍ତୁତ କରିବେ ଯେଉଁ ଫୁଲମାନେ ବିଜୟମାଳାରେ ଗୁନ୍ଥା ହେବେ । ତେଣୁ ଯୋଗ୍ୟ ଫୁଲ ଆବଶ୍ୟକ । ଦେବତାମାନଙ୍କ ପାଖକୁ ଭଲ-ଭଲ ଫୁଲ ନେଇଯାଇଥା’ନ୍ତି ନା । ମନେକର ରାଣୀ ଏଲିଜାବେଥ୍ ଆସିବେ ତେବେ ଏକଦମ୍ ଫାଷ୍ଟକ୍ଲାସ୍ ଫୁଲର ମାଳା ତିଆରି କରି ନେଇଯିବେ । ଏଠାକାର ମନୁଷ୍ୟମାନେ ପୁରା ତମଃପ୍ରଧାନ ହୋଇଛନ୍ତି । ଶିବଙ୍କ ମନ୍ଦିରକୁ ମଧ୍ୟ ଯାଇଥା’ନ୍ତି, ଭାବନ୍ତି ଯେ ଇଏ ହେଉଛନ୍ତି ଭଗବାନ । ବ୍ରହ୍ମା, ବିଷ୍ଣୁ, ଶଙ୍କରଙ୍କୁ ତ ଦେବତା କହିଥା’ନ୍ତି । ଶିବଙ୍କୁ ଭଗବାନ ବୋଲି କହୁଛନ୍ତି । ତେଣୁ ସେ ଉଚ୍ଚରୁ ଉଚ୍ଚ ହେଲେ ନା । ବାସ୍ତବରେ ଶିବଙ୍କ ପାଇଁ କୁହନ୍ତି ଧାତୁରା ଖାଉଥିଲେ, ଭାଙ୍ଗ ପିଉଥିଲେ । କେତେ ଗ୍ଳାନି କରୁଛନ୍ତି । ଅରଖ ଫୁଲ ମଧ୍ୟ ନେଇଯାଇଥା’ନ୍ତି । ଦେଖ ପରମପିତା ପରମାତ୍ମାଙ୍କ ପାଖକୁ କ’ଣ ନେଇଯାଉଛନ୍ତି । ତମଃପ୍ରଧାନ କଣ୍ଟାଙ୍କ ପାଖକୁ ତ ଫାଷ୍ଟ କ୍ଲାସ ଫୁଲ ନେଇଯାଉଛନ୍ତି, କିନ୍ତୁ ଶିବଙ୍କ ମନ୍ଦିରକୁ କ’ଣ ନେଇଯାଉଛନ୍ତି । କ୍ଷୀର ମଧ୍ୟ କିପରି ଚଢାନ୍ତି? ୫ ପ୍ରତିଶତ କ୍ଷୀର ବାକି ୯୫ ପ୍ରତିଶତ ପାଣି । ଭଗବାନଙ୍କ ପାଖରେ କିପରି କ୍ଷୀର ଢାଳିବା ଉଚିତ୍‌ - କିଛି ହେଲେ ବି ଜାଣିନାହାଁନ୍ତି । ଏବେ ତୁମେମାନେ ଭଲ ଭାବରେ ଜାଣିଛ । ତୁମମାନଙ୍କ ଭିତରେ ମଧ୍ୟ କ୍ରମାନ୍ୱୟରେ ରହିଛନ୍ତି । ଯିଏ ଜ୍ଞାନ ଯୋଗରେ ପରିପକ୍ୱ ଥା’ନ୍ତି ତାଙ୍କୁ ସେଣ୍ଟରର ମୁଖ୍ୟ କରାଯାଇଥାଏ । ସମସ୍ତେ ତ ସମାନ ନୁହଁନ୍ତି । ଯଦିଓ ପାଠ ଗୋଟିଏ, ମନୁଷ୍ୟରୁ ଦେବତା ହେବାର ଲକ୍ଷ୍ୟ ମଧ୍ୟ ଏକ କିନ୍ତୁ ଶିକ୍ଷକ ତ କ୍ରମାନୁସାରେ ରହିଛନ୍ତି ନା । ବିଜୟ ମାଳାରେ ଆସିବାର ମୁଖ୍ୟ ଆଧାର ପାଠପଢା । ପାଠପଢା ତ ଛାତ୍ରମାନଙ୍କ ପାଇଁ ଗୋଟିଏ ପ୍ରକାରର ହୋଇଥାଏ କିନ୍ତୁ କ୍ରମାନ୍ୱୟରେ ପାସ୍ ହୋଇଥା’ନ୍ତି ନା । ତେବେ ସବୁର ଆଧାର ପାଠପଢା ଉପରେ ନିର୍ଭର କରେ । କେହି ତ ବିଜୟ ମାଳାର ୮ ଦାନାରେ ଆସୁଛନ୍ତି, କେହି ୧୦୮ ରେ, କେହି ପୁଣି ୧୬୧୦୮ରେ ଆସୁଛନ୍ତି । କ୍ରମାନ୍ୱୟରେ ବଂଶାବଳୀ ତିଆରି ହୋଇଥାଏ । ଯେପରି ବୃକ୍ଷ ମଧ୍ୟ କ୍ରମାନ୍ୱୟରେ ବଢିଥାଏ, ପ୍ରଥମେ ଗୋଟିଏ ପତ୍ର ପୁଣି ଦୁଇଟି ପତ୍ର, ପରେ ବଢି ଚାଲେ । ଏହା ମଧ୍ୟ ବୃକ୍ଷ । ବଂଶାବଳୀ ମଧ୍ୟ ରହିଛି ଯେପରି କୃପାଳିନୀ ବଂଶାବଳୀ ଆଦି-ଆଦି । ସେ ସବୁ ହେଉଛି ହଦର ବଂଶାବଳୀ, ଏହା ହେଉଛି ବେହଦର ବଂଶାବଳୀ ଏଥିରେ ପ୍ରଥମେ କିଏ ଅଛନ୍ତି? ପ୍ରଜାପିତା ବ୍ରହ୍ମା । ତାଙ୍କୁ ଗ୍ରେଟ୍‌-ଗ୍ରେଟ୍ ଗ୍ରାଣ୍ଡ୍‌ ଫାଦର ଅର୍ଥାତ୍ ଆଦିପିତା କୁହାଯିବ । କିନ୍ତୁ ଏକଥା କେହି ଜାଣିନାହାଁନ୍ତି । ମନୁଷ୍ୟ ଟିକେ ବି ଜାଣି ନାହାଁନ୍ତି ଯେ, ସୃଷ୍ଟିର ରଚୟିତା କିଏ? ବିଲ୍‌କୁଲ୍ ଅହଲ୍ୟା ସଦୃଶ ପଥରବୁଦ୍ଧି ହୋଇଯାଇଛନ୍ତି । ଯେବେ ଏପରି ପଥର ବୁଦ୍ଧି ହୋଇଯାଆନ୍ତି ସେତେବେଳେ ବାବା ଆସିଥାଆନ୍ତି ।

ତୁମେମାନେ ଏଠାକୁ ଆସିଛ ଅହଲ୍ୟା ବୁଦ୍ଧି ଅର୍ଥାତ୍ ପଥର ବୁଦ୍ଧିରୁ ପାରସବୁଦ୍ଧି ହେବା ପାଇଁ । ତେଣୁ ଜ୍ଞାନ ମଧ୍ୟ ଧାରଣ କରିବା ଉଚିତ୍ ନା । ବାବାଙ୍କୁ ଚିହ୍ନିବା ଦରକାର ଏବଂ ଏହି ପାଠପଢାର ଖିଆଲ ମଧ୍ୟ କରିବା ଦରକାର । ମନେକର ଆଜି ଆସିଛ, କାଲି ଅଚାନକ ଶରୀର ଛାଡ଼ିଦେଲ ତେବେ କେଉଁ ପଦ ପାଇବ । ଜ୍ଞାନ ତ କିଛି ହେଲେ ଧାରଣ କରିଲ ନାହିଁ, କିଛି ହେଲେ ଶିଖିଲ ନାହିଁ ତେଣୁ କେଉଁ ପଦ ପାଇବ । ଯିଏ ଯେତେ ଡ଼େରିରେ ଶରୀର ଛାଡ଼ୁଛନ୍ତି, ତାଙ୍କ ପାଇଁ ସମୟ ତ କମ୍ ହୋଇଯାଉଛି, ତେବେ ସେମାନେ, ଜନ୍ମ ନେଇ କ’ଣ କରି ପାରିବେ । ହଁ ତୁମ ମଧ୍ୟରୁ କେହି ଶରୀର ତ୍ୟାଗ କଲେ ସେ ଯାଇ କୌଣସି ଭଲ ଘରେ ଜନ୍ମ ନେବେ । ଆତ୍ମାରେ ଜ୍ଞାନର ସଂସ୍କାର ଅଛି, ତେଣୁ ତାହା ଥିବାରୁ ସେ ଆତ୍ମା ତୁରନ୍ତ ଜାଗ୍ରତ ହୋଇଯିବ, ଶିବବାବାଙ୍କୁ ମନେ ପକାଇବାକୁ ଲାଗି ପଡିବ । ସଂସ୍କାର ଭରି ନ ଥିଲେ କିଛି ବି କରିପାରିବ ନାହିଁ । ଏହାକୁ ବହୁତ ସୂକ୍ଷ୍ମତାର ସହିତ ବୁଝିବାକୁ ହେବ । ଯଦି ମାଳି ଭଲ ଭଲ ଫୁଲକୁ ଆଣୁଛନ୍ତି ତେବେ ତାଙ୍କର ମହିମାର ମଧ୍ୟ ଗାୟନ କରାଯାଉଛି, ଫୁଲ ତିଆରି କରିବା ତ ମାଳିର କାମ ନା । ଏହିପରି ବହୁତ ସନ୍ତାନ ରହିଛନ୍ତି, ଯେଉଁମାନେ ବାବାଙ୍କୁ କିପରି ମନେ ପକାଇବେ ଜାଣି ହିଁ ନାହାଁନ୍ତି । ତେବେ ସବୁ କିଛି ଭାଗ୍ୟ ଉପରେ ନିର୍ଭର ରହିଛି ନା । ଭାଗ୍ୟରେ ନ ଥିଲେ କିଛି ହେଲେ ବୁଝିବେ ନାହିଁ । ଭାଗ୍ୟବାନ ସନ୍ତାନ ତ ବାବାଙ୍କୁ ଯଥାର୍ଥ ରୀତି ଚିହ୍ନି ତାଙ୍କୁ ସମ୍ପୂର୍ଣ୍ଣ ଭାବରେ ମନେ ପକାଇବେ । ବାବାଙ୍କ ସହିତ ନୂଆ ଦୁନିଆକୁ ମଧ୍ୟ ମନେ ପକାଇବେ । ଗୀତରେ ମଧ୍ୟ କହୁଛନ୍ତି ନା - ଆମେ ନୂଆ ଦୁନିଆ ପାଇଁ ନୂଆ ଭାଗ୍ୟ ଗଢିବାକୁ ଆସିଛୁ । ୨୧ ଜନ୍ମ ପାଇଁ ବାବାଙ୍କଠାରୁ ରାଜ୍ୟ ଭାଗ୍ୟ ନେବାକୁ ହେବ । ଏହି ନିଶା ଏବଂ ଖୁସୀରେ ରହିଲେ ଗୀତର ଅର୍ଥକୁ ବୁଝିପାରିବେ । ସ୍କୁଲରେ ମଧ୍ୟ କାହା ଭାଗ୍ୟରେ ନ ଥିଲେ ଫେଲ୍ ହୋଇଯାଇଥା’ନ୍ତି । ଏହା ତ ବହୁତ ବଡ଼ ପରୀକ୍ଷା । ଭଗବାନ୍ ନିଜେ ଆସି ପାଠ ପଢାଉଛନ୍ତି । ଏହି ଜ୍ଞାନ ସମସ୍ତ ଧର୍ମାବଲମ୍ବୀମାନଙ୍କ ପାଇଁ ଉଦ୍ଦିଷ୍ଟ । ବାବା କହୁଛନ୍ତି ନିଜକୁ ଆତ୍ମା ଭାବି ମୋତେ ଅର୍ଥାତ୍ ବାବାଙ୍କୁ ମନେ ପକାଅ । ତୁମେମାନେ ଜାଣିଛ, କୌଣସି ବି ଦେହଧାରୀ ମନୁଷ୍ୟକୁ ଭଗବାନ କୁହାଯାଇପାରିବ ନାହିଁ । ବ୍ରହ୍ମା-ବିଷ୍ଣୁ-ଶଙ୍କରଙ୍କୁ ମଧ୍ୟ ଭଗବାନ୍ କୁହାଯିବ ନାହିଁ । ସେମାନେ ମଧ୍ୟ ସୂକ୍ଷ୍ମଲୋକ ନିବାସୀ ଦେବତା ଅଟନ୍ତି । ଏଠାରେ ତ ମନୁଷ୍ୟମାନେ ରହିଛନ୍ତି । ଦେବତାମାନେ ନାହାଁନ୍ତି । ଏହା ହେଉଛି ମନୁଷ୍ୟ ଲୋକ । ଏହି ଲକ୍ଷ୍ମୀ-ନାରାୟଣ ଆଦି ଦୈବୀ ଗୁଣଧାରୀ ମନୁଷ୍ୟ, ଯାହାକୁ ଡ଼ିଟିଜିମ୍ ଅର୍ଥାତ୍ ଦୈବୀଧର୍ମ କୁହାଯାଉଛି । ସତ୍ୟଯୁଗରେ ଦେବୀ-ଦେବତାମାନେ ଥା’ନ୍ତି । ସୂକ୍ଷ୍ମଲୋକରେ କେବଳ ବ୍ରହ୍ମା-ବିଷ୍ଣୁ-ଶଙ୍କର ରହିଛନ୍ତି । ଗାୟନ କରୁଛନ୍ତି ବ୍ରହ୍ମା ଦେବତାୟ ନମଃ, ବିଷ୍ଣୁ ଦେବତାୟ ନମଃ... ପୁଣି କହୁଛନ୍ତି ଶିବ ପରମାତ୍ମାୟ ନମଃ । ଶିବଙ୍କୁ ଦେବତା କୁହାଯିବ ନାହିଁ । ଅନ୍ୟ ମନୁଷ୍ୟମାନଙ୍କୁ ପୁଣି ଭଗବାନ କୁହାଯାଇ ପାରିବ ନାହିଁ । ତିନୋଟି ଫ୍ଲୋର ଅର୍ଥାତ୍ ମହଲା ରହିଛି ନା । ଆମେ ତୃତୀୟ ଫ୍ଲୋରରେ ଅଛୁ । ସତ୍ୟଯୁଗରେ ଯେଉଁ ଦୈବୀ ଗୁଣଧାରୀ ମନୁଷ୍ୟ ଥିଲେ ସେଇମାନେ ପୁଣି ଆସୁରୀ ଗୁଣଧାରୀ ହୋଇଯାଇଛନ୍ତି । ମାୟାର ଗ୍ରହଣ ଲାଗିବା ଦ୍ୱାରା କଳା ହୋଇଯାଇଛନ୍ତି । ଯେପରି ଚନ୍ଦ୍ରମାରେ ମଧ୍ୟ ଗ୍ରହଣ ଲାଗିଥାଏ ନା । ତାହା ହେଲା ହଦର, ଏହା ବେହଦର କଥା । ବେହଦର ଦିନ ଏବଂ ରାତି । ଗାୟନ ମଧ୍ୟ କରନ୍ତି ବ୍ରହ୍ମାଙ୍କର ଦିନ ଏବଂ ରାତି । ତୁମମାନଙ୍କୁ ଏବେ କେବଳ ବାବାଙ୍କଠାରୁ ହିଁ ପଢିବାକୁ ପଡ଼ିବ ବାକି ସବୁ କିଛି ଭୁଲିଯିବାକୁ ହେବ । ବାବାଙ୍କ ଠାରୁ ପଢିଲେ ତୁମେ ନୂଆ ଦୁନିଆର ମାଲିକ ହୋଇଯିବ । ଏହା ସତ୍ୟ- ସତ୍ୟ ଗୀତା ପାଠଶାଳା । ପାଠଶାଳାରେ ସର୍ବଦା ରହନ୍ତି ନାହିଁ । ମନୁଷ୍ୟମାନେ ଭାବନ୍ତି ଯେ ଭକ୍ତିମାର୍ଗ ହେଉଛି ଭଗବାନଙ୍କ ସହିତ ମିଶିବାର ମାର୍ଗ, ଯେତେ ବହୁତ ଭକ୍ତି କରିବ ତେବେ ଭଗବାନ ପ୍ରସନ୍ନ ହେବେ ଏବଂ ଆସି ତା’ର ଫଳ ଦେବେ । ଏ ସବୁ କଥା ତୁମେମାନେ ହିଁ ଏବେ ବୁଝୁଛ । ଭଗବାନ ହେଉଛନ୍ତି ଜଣେ ଯିଏକି ଏବେ ଭକ୍ତିର ଫଳ ଦେଉଛନ୍ତି । ଯେଉଁମାନେ ପ୍ରଥମେ-ପ୍ରଥମେ ସୂର୍ଯ୍ୟବଂଶୀ ପୂଜ୍ୟ ଥିଲେ, ସେହିମାନେ ହିଁ ସବୁଠାରୁ ଅଧିକ ଭକ୍ତି କରିଛନ୍ତି ଏବଂ ସେହିମାନେ ଏଠାକୁ ଆସିବେ । ତୁମେମାନେ ହିଁ ପ୍ରଥମେ ପ୍ରଥମେ ଶିବବାବାଙ୍କର ଅବ୍ୟଭୀଚାରୀ ଭକ୍ତି କରିଛ ତେଣୁ ନିଶ୍ଚିତ ତୁମେମାନେ ହିଁ ପ୍ରଥମ ଭକ୍ତ ଅଟ । ପୁଣି ତଳକୁ ଖସି-ଖସି ତମଃପ୍ରଧାନ ହୋଇଯାଉଛ । ଅଧାକଳ୍ପ ହେବ ତୁମେମାନେ ଭକ୍ତି କରିଆସିଛ, ସେଥିପାଇଁ ତୁମମାନଙ୍କୁ ପ୍ରଥମେ ଜ୍ଞାନ ଦେଉଛନ୍ତି । ତୁମମାନଙ୍କ ଭିତରେ ମଧ୍ୟ କ୍ରମାନ୍ୱୟରେ ଅଛନ୍ତି ।

‌ ତୁମର ଏହି ପାଠପଢାରେ କୌଣସି ବାହାନା ଚଳିବ ନାହିଁ ଯେ ଆମେ ଦୂରରେ ରହୁଛୁ ସେଥିପାଇଁ ପ୍ରତିଦିନ ପଢିପାରିବୁ ନାହଁ । କେହି କେହି କହୁଛନ୍ତି ମୁଁ ୧୦ ମାଇଲ୍ ଦୂରରେ ରହୁଛି । ଆରେ, ବାବାଙ୍କ ସ୍ମୃତିରେ ତୁମେମାନେ ୧୦ ମାଇଲ୍ ଚାଲି ଚାଲି ଆସିଲେ ମଧ୍ୟ ଥକ୍କା ଲାଗିବ ନାହିଁ । କେତେ ବଡ଼ ସମ୍ପତ୍ତି ନେବାକୁ ଯାଉଛ । ତୀର୍ଥକୁ ମନୁଷ୍ୟ ଦର୍ଶନ କରିବା ପାଇଁ ପାଦରେ ଯାଇଥା’ନ୍ତି, କେତେ ଧକ୍କା ଖାଆନ୍ତି । ଏହା ତ ଗୋଟିଏ ସହରର କଥା । ବାବା କହୁଛନ୍ତି - ମୁଁ ଏତେ ଦୂରରୁ ଆସିଛି । ତୁମେମାନେ କହୁଛ ଘର ୫ ମାଇଲ୍ ଦୂର ... ବାଃ! ସମ୍ପତ୍ତି ନେବା ପାଇଁ ତ ଦୌଡି଼ ଦୌଡି ଆସିବା ଦରକାର । ଅମରନାଥକୁ କେବଳ ଦର୍ଶନ କରିବା ପାଇଁ କେଉଁ-କେଉଁଠାରୁ ଯାଉଛନ୍ତି । ଏଠାରେ ତ ଅମରନାଥ ବାବା ସ୍ୱୟଂ ପାଠ ପଢାଇବାକୁ ଆସିଛନ୍ତି । ମୁଁ ତୁମମାନଙ୍କୁ ବିଶ୍ୱର ମାଲିକ କରିବାକୁ ଯାଉଛି । କିନ୍ତୁ ତୁମେମାନେ ପୁଣି ବାହାନା କରୁଛ । ସକାଳୁ ଅମୃତ ବେଳାରେ କେହି ବି ଆସିପାରିବେ । ସେ ସମୟରେ କୌଣସି ଡ଼ର ନାହିଁ । କେହି ତୁମକୁ ଲୁଟିବେ ମଧ୍ୟ ନାହିଁ । ଯଦି କୌଣସି ଅଳଙ୍କାର ଆଦି ଥିବ ତେବେ ଛଡ଼ାଇ ନେବେ । ଚୋରମାନଙ୍କୁ ଦରକାର ଧନ, ପଦାର୍ଥ । କିନ୍ତୁ କାହାର ଭାଗ୍ୟରେ ନ ଥିଲେ ବହୁତ ବାହାନା କରିଥା’ନ୍ତି । ଯିଏ ନ ପଢିବ ନିଜର ପଦ ହରାଇବ । ବାବା ଭରତକୁ ହିଁ ଆସୁଛନ୍ତି । ଭାରତକୁ ହିଁ ସ୍ୱର୍ଗ କରୁଛନ୍ତି । ଗୋଟିଏ ସେକେଣ୍ଡରେ ଜୀବନମୁକ୍ତିର ରାସ୍ତା ବତାଉଛନ୍ତି । କିନ୍ତୁ ସେହିଭଳି ପୁରୁଷାର୍ଥ କରିବା ଦରକାର ନା । ପାଦ ହିଁ ଯଦି ନ ଉଠାଇବ ତେବେ ପହଞ୍ଚିବ କିପରି ।
ତୁମେମାନେ ଜାଣିଛ ଯେ, ଏହା ଆତ୍ମା ଏବଂ ପରମାତ୍ମାଙ୍କ ମେଳା । ବାବାଙ୍କ ପାଖକୁ ସ୍ୱର୍ଗର ସମ୍ପତ୍ତି ନେବାକୁ ଆସିଛ, ନୂଆ ଦୁନିଆର ସ୍ଥାପନା ହେଉଛି । ସ୍ଥାପନା କାର୍ଯ୍ୟ ପୂର୍ଣ୍ଣ ହେଲେ ବିନାଶ ଆରମ୍ଭ ହୋଇଯିବ । ଏହା ସେହି ମହାଭାରତ ଲଢେଇ ନା । ଆଚ୍ଛା —

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ବାବା ଯେଉଁ ଜ୍ଞାନର ସମ୍ପତ୍ତି ଦେଉଛନ୍ତି, ତାକୁ ନେବା ପାଇଁ ଦୌଡ଼ି ଦୌଡି ଆସିବା ଉଚିତ୍ । ଏଥିରେ କୌଣସି ପ୍ରକାରର ବାହାନା କରିବା ଉଚିତ୍ ନୁହେଁ । ବାବାଙ୍କ ସ୍ମୃତିରେ ୧୦ ମାଇଲ ପାଦରେ ଚାଲିଲେ ମଧ୍ୟ ଥକି ଯିବେ ନାହିଁ ।

(୨) ବିଜୟ ମାଳାରେ ଆସିବାର ଆଧାର ହେଉଛି ପାଠପଢା । ତେଣୁ ପାଠପଢା ଉପରେ ପୂରା ଧ୍ୟାନ ଦେବାକୁ ପଡ଼ିବ । କଣ୍ଟାକୁ ଫୁଲ କରିବାର ସେବା କରିବାକୁ ପଡ଼ିବ । ମିଠା ଘର ଏବଂ ରାଜଧାନୀକୁ ମନେ ପକାଇବାକୁ ହେବ ।

ବରଦାନ:-
ସଂଗମଯୁଗର ମହତ୍ୱକୁ ଜାଣି ଗୋଟିଏର ଅଗଣିତ ଥର ଫଳ ପ୍ରାପ୍ତି କରୁଥିବା ସର୍ବପ୍ରାପ୍ତି ସମ୍ପନ୍ନ ଭବ ।

ସଂଗମଯୁଗରେ ବାପଦାଦାଙ୍କର ପ୍ରତିଶୃତି ହେଲା ଗୋଟିଏ ଦେଇ ଲକ୍ଷେ ନିଅ । ଯେପରି ସର୍ବଶ୍ରେଷ୍ଠ ସମୟ, ସର୍ବଶ୍ରେଷ୍ଠ ଜନ୍ମ, ସର୍ବଶ୍ରେଷ୍ଠ ଉପାଧି ଏହି ସମୟର ଅଟେ ସେହିପରି ସର୍ବ ପ୍ରାପ୍ତିର ଅନୁଭବ ମଧ୍ୟ ଏବେ ହିଁ ହୋଇଥାଏ । ଏବେ ତ ଗୋଟିଏର କେବଳ ଲକ୍ଷେ ଗୁଣା ମିଳୁ ନାହିଁ କିନ୍ତୁ ଯେତେବେଳେ ଚାହିଁବ, ଯେପରି ଚାହିଁବ, ଯାହା ଚାହିଁବ ବାବା ତୁମମାନଙ୍କର ସେବକ ରୂପରେ ବନ୍ଧା ହୋଇଛନ୍ତି ଅର୍ଥାତ୍ ଗୋଟିଏ ସେବାର ଫଳ ଅଗଣିତ ଥର ମିଳିଯାଉଛି କାହିଁକି ନା ବର୍ତ୍ତମାନ ସମୟରେ ବରଦାତା ହିଁ ତୁମର ଅଟନ୍ତି । ଯେବେକି ବୀଜ ହିଁ ତୁମ ହାତରେ ଅଛନ୍ତି, ତେଣୁ ବୀଜ ଦ୍ୱାରା ଯାହା ଚାହିଁବ ତାହା ଗୋଟିଏ ସେକେଣ୍ଡ ଭିତରେ ପ୍ରାପ୍ତ କରି ସର୍ବ ପ୍ରାପ୍ତିରେ ସମ୍ପନ୍ନ ହୋଇପାରିବ ।

ସ୍ଲୋଗାନ:-
ପରିସ୍ଥିତି ଯେପରି ହେଉ ନା କାହିଁକି, ପରିସ୍ଥିତି ହଟିଯାଉ କିନ୍ତୁ ତୁମର ଖୁସି ନ ଯାଉ ।