12.11.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଏବେ ତୁମେମାନେ ସଂଗମଯୁଗରେ ଅଛ, ତୁମକୁ ଏହି ପୁରୁଣା କଳିଯୁଗୀ ଦୁନିଆର କୌଣସି ପ୍ରକାରର ଚିନ୍ତା କରିବା ଉଚିତ୍ ନୁହେଁ ।”

ପ୍ରଶ୍ନ:-
ବାବା ପିଲାମାନଙ୍କୁ ଶ୍ରେଷ୍ଠ କର୍ମ କରିବା ପାଇଁ ଅଥବା କର୍ମକୁ ସୁଧାରିବା ପାଇଁ କେଉଁ ବିଧି ବତାଉଛନ୍ତି?

ଉତ୍ତର:-
ନିଜର କର୍ମକୁ ସୁଧାରିବା ପାଇଁ ସତ୍ୟ ବାବାଙ୍କ ନିକଟରେ ସର୍ବଦା ସତ୍ୟ ହୋଇ ରୁହ, ଯଦି କେବେ ଭୁଲ୍‌ରେ ବି କୌଣସି ଓଲଟା କର୍ମ ହୋଇଯାଉଛି ତେବେ ତୁରନ୍ତ ବାବାଙ୍କ ପାଖକୁ ପତ୍ର ଲେଖି ଜଣାଅ । ଯଦି ସତ୍ୟତାର ସହିତ ବାବାଙ୍କୁ ଶୁଣାଇବ ତେବେ ତା’ର ପ୍ରଭାବ କମ୍ ହୋଇଯିବ । ନଚେତ୍ ତାହା ବୃଦ୍ଧି ହୋଇ ଚାଲିବ । ଯଦି ବାବାଙ୍କ ପାଖକୁ ସମାଚାର ଆସିବ ତେବେ ବାବା ତା’କୁ ସୁଧାରିବାର ଶ୍ରୀମତ ମଧ୍ୟ ଦେବେ ।

ଓମ୍ ଶାନ୍ତି ।
ଶିବବାବା ବ୍ରହ୍ମାଙ୍କ ଦ୍ୱାରା ପିଲାମାନଙ୍କୁ ପଚାରୁଛନ୍ତି ଯେ ପିଲାମାନେ ତୁମେ ଏଠାରେ ସକାଳୁ ବସି କ’ଣ କରୁଛ? ତୁମେମାନେ ତ ଷ୍ଟୁଡେଣ୍ଟ ଅର୍ଥାତ୍ ବିଦ୍ୟାର୍ଥୀ ଅଟ । ତେବେ ନିଶ୍ଚୟ ଏଠାରେ ବସି ଏହି ଖିଆଲ କରୁଥିବ ଯେ ଆମମାନଙ୍କୁ ଶିବବାବା ପାଠ ପଢାଇବାକୁ ଆସିଛନ୍ତି । ଏହି ପାଠପଢା ଦ୍ୱାରା ଆମେ ସୂର୍ଯ୍ୟବଂଶୀ ହେବୁ । ବିଷ୍ଣୁପୁରୀର ମାଲିକ ହେବା ପାଇଁ ଏବେ ତୁମେମାନେ ରାଜଯୋଗ ଶିଖୁଛ, ଏହି ଚିନ୍ତାରେ ବସିଛ ନା କାହାର କିଛି ଦାୟିତ୍ୱର କଥା, ପିଲା-ଛୁଆ, କର୍ମଧନ୍ଦା ଆଦି ମନେ ପଡୁଛି? ତୁମ ବୁଦ୍ଧିରେ ଏହି କଥା ମନେ ରହିବା ଆବଶ୍ୟକ ଯେ ଏହା ହେଉଛି ଗୀତା ପାଠଶାଳା, ଆମକୁ ଭଗବାନ ପାଠ ପଢାଉଛନ୍ତି ଏବଂ ଆମେ ଲକ୍ଷ୍ମୀ-ନାରାୟଣ ଅଥବା ତାଙ୍କ ପରିବାରର ସଦସ୍ୟ ହେବୁ । ଏହା ହେଉଛି ରାଜଯୋଗ । ପିଲାମାନଙ୍କ ବୁଦ୍ଧିରେ ଏହି କଥା ସର୍ବଦା ରହିବା ଦରକାର ଯେ ଆମେ ବାବାଙ୍କ ଠାରୁ ଜ୍ଞାନ ଶୁଣି ସୂର୍ଯ୍ୟବଂଶୀ କୁଳର ସଦସ୍ୟ ହେବୁ । ଏହି ଲକ୍ଷ୍ମୀ-ନାରାୟଣଙ୍କର ଚିତ୍ର ସମ୍ମୁଖରେ ଅଛି, ସେଠାରେ ଆମର ରାଜ୍ୟ ହେବ । ଦୁନିଆରେ କାହାକୁ ମଧ୍ୟ ଜଣା ନାହିଁ ଯେ ସ୍ୱର୍ଗ କାହାକୁ କୁହାଯାଉଛି । ତୁମେମାନେ କହୁଛ ଯେ ଆମେ ବାବାଙ୍କଠାରୁ ସ୍ୱର୍ଗରେ ରାଜ୍ୟ ପ୍ରାପ୍ତ କରିବାର ବିଦ୍ୟା ଶିଖୁଛୁ । ଆମେମାନେ ହିଁ ସ୍ୱର୍ଗର ମାଲିକ ହେବୁ । ଏହି କଥା ମନରେ ସ୍ମରଣ କରିବାକୁ ହେବ । ଯେପରି ସ୍କୁଲରେ ବିଦ୍ୟାର୍ଥୀଙ୍କର ବୁଦ୍ଧିରେ ଏହି କଥା ରହିଥାଏ ଯେ ଆମେ ବାରିଷ୍ଟର-ଇଞ୍ଜିନିୟର ଆଦି ହେବା ପାଇଁ ପାଠ ପଢୁଛୁ । ତୁମର ଏତିକି କଥା ବି ମନେ ରହୁଛି ନା ଭୁଲିଯାଉଛ? ତୁମେମାନେ ସର୍ବୋଚ୍ଚ ଭଗବାନଙ୍କର ବିଦ୍ୟାର୍ଥୀ ଅଟ । ତୁମମାନଙ୍କୁ ଉଚ୍ଚରୁ ଉଚ୍ଚ ଦେବତା କରିବା ପାଇଁ ବାବା ପାଠ ପଢାଉଛନ୍ତି, ତୁମେମାନେ ତାଙ୍କର ସନ୍ତାନ । ଆତ୍ମାମାନେ ଏହି ଶରୀର ଦ୍ୱାରା ନିଜର ଭବିଷ୍ୟତ ଶ୍ରେଷ୍ଠ ପଦକୁ ମନେ ପକାଉଛନ୍ତି ନା ଶରୀରର ସମ୍ବନ୍ଧୀ, ସ୍ଥୂଳ ସମ୍ପତ୍ତି, କର୍ମ-ଧନ୍ଦା ଆଦି ମନେ ପକାଉଛନ୍ତି? ତୁମେମାନେ ଏଠାକୁ ଯେବେ ଆସୁଛ ତେବେ ଏହି କଥା ବୁଝିବା ଦରକାର ଯେ ଆମକୁ ବିଶ୍ୱର ମାଲିକ କରିବା ପାଇଁ ଅବିନାଶୀ ବାବା ପାଠ ପଢାଇବାକୁ ଆସୁଛନ୍ତି । ତା’ପରେ ତୁମେ ରାଜା-ରାଣୀ ହୁଅ ଅଥବା ପ୍ରଜା! ମାଲିକ ତ ହେଉଛ ନା । ନୂଆ ଦୁନିଆରେ ସୂର୍ଯ୍ୟବଂଶୀ କୁଳ ହିଁ ହେବ । ଏହି କଥା ତ ବୁଝୁଛ ନା ଯେ ଆମେମାନେ ନିଜେ ରାଜ୍ୟ କରିବୁ ।

ବାବା ଜାଣିଛନ୍ତି ଯେ ପିଲାମାନେ ବାହାରେ ରହି, ଘରଦ୍ୱାର, ଚାଷ-ବାସ କରି ଏତେ ସମୟ ବାବାଙ୍କର ସ୍ମୃତିରେ ରହିପାରିବେ ନାହିଁ । ତେଣୁ ଏଠାକୁ ଯେବେ ଆସୁଛ ତେବେ ସବୁ ପ୍ରକାରର ଚିନ୍ତା ଛାଡି କରି ଆସ । ତୁମେ ଏବେ ସେହି କଳିଯୁଗୀ ଦୁନିଆରେ ହିଁ ନାହଁ, ତୁମେ ସଂଗମଯୁଗରେ ଅଛ । କଳିଯୁଗକୁ ଛାଡି ଦେଇଛ, ବାହାରେ ହେଉଛି କଳିଯୁଗ । ମଧୁବନ ଯାହାକି ବିଶେଷ ସ୍ଥାନ ଅଟେ, ଏହା ହେଉଛି ସଂଗମଯୁଗ ସେଥିପାଇଁ ମଧୁବନର ଗାୟନ ରହିଛି । ଏଠାରେ ରହି ମୁରଲୀକୁ ହିଁ ସ୍ମରଣ କରିବାକୁ ହେବ । ଯାହା ଶୁଣୁଛ ତାକୁ ପୁନଃ ସ୍ମରଣ କର ଏବଂ ବିଚାର ସାଗର ମନ୍ଥନ କର । ଯେତିକି ସମୟ ମିଳୁଛି ଚିତ୍ର ଗୁଡିକ ଆଗରେ ଆସି ବସିଯାଅ । ଚିତ୍ରକୁ ଦେଖ ଏବଂ ପଢ । ଯେଉଁ ବ୍ରାହ୍ମଣୀମାନେ ତୁମକୁ ଏଠାକୁ ଆଣିଛନ୍ତି ସେମାନଙ୍କ ଉପରେ ବହୁତ ଦାୟିତ୍ୱ ରହିଛି । ସେଥିପାଇଁ ମର୍ଯ୍ୟାଦା ରଖିବା ଦରକାର । ଯେପରି ସ୍କୁଲରେ ଶିକ୍ଷକଙ୍କର ଚିନ୍ତା ରହିଥାଏ - ଯଦି ଆମ ସ୍କୁଲରୁ କମ ପାସ୍ ହେବେ ତେବେ ଆମର ସମ୍ମାନ ଚାଲିଯିବ । ପରୀକ୍ଷାରେ ଯଦି ସ୍କୁଲରେ ବହୁତ ସଂଖ୍ୟାରେ ପିଲା ପାସ୍ କରିଥାନ୍ତି ତେବେ ସେହି ଶିକ୍ଷକଙ୍କୁ ଉତ୍ତମ ଶିକ୍ଷକ ବୋଲି ମନେ କରାଯାଇଥାଏ । ତେଣୁ ଏଠାରେ ମଧ୍ୟ ବ୍ରାହ୍ମଣୀମାନେ ବିଦ୍ୟାର୍ଥୀମାନଙ୍କ ଉପରେ ଧ୍ୟାନ ଦେବା ଉଚିତ୍ । ତୁମେମାନେ ଏଠାକୁ ଯେପରି ସଂଗମସ୍ଥଳକୁ ଆସିଛ, ଯେଉଁଠାରେ ବାବା ଆସି ସମ୍ମୁଖରେ ଜ୍ଞାନ ଶୁଣାଉଛନ୍ତି । ଏଠାକାର ପ୍ରଭାବ ବହୁତ ଭଲ । ଯଦି ଏଠାରେ ମଧ୍ୟ ଘରଦ୍ୱାର, କର୍ମଧନ୍ଦା ଆଦି ମନେପଡିବ ତେବେ ବାବା ବୁଝିବେ ଯେ ଇଏ ସାଧାରଣ ପ୍ରଜା ହେବେ । ଆସିଥିଲେ ରାଜା ହେବା ପାଇଁ କିନ୍ତୁ..... ନଚେତ୍ ପିଲାମାନଙ୍କୁ ଆନ୍ତରିକ ଖୁସି ବହୁତ ରହିବା ଦରକାର । ଚିତ୍ର ମଧ୍ୟ ତୁମକୁ ବହୁତ ସାହାଯ୍ୟ କରିଥାଏ । ଲୋକମାନେ ଅଷ୍ଟ ଦେବତାମାନଙ୍କର ଏବଂ ଗୁରୁମାନଙ୍କର ଚିତ୍ର ନିଜ ଘରେ ରଖିଥାନ୍ତି, ସେମାନଙ୍କୁ ସ୍ମରଣ କରିବା ପାଇଁ । କିନ୍ତୁ ସେମାନଙ୍କୁ ମନେ ପକାଇବା ଦ୍ୱାରା କିଛି ହେଲେ ପ୍ରାପ୍ତି ହୋଇ ନ ଥାଏ । ଭକ୍ତିମାର୍ଗରେ ଯାହା କିଛି କରୁଛନ୍ତି, ତଳକୁ ହିଁ ଖସି ଆସୁଛନ୍ତି । ତୁମମାନଙ୍କୁ ଉଚ୍ଚକୁ ଯିବା ପାଇଁ ପୁରୁଷାର୍ଥ କରିବାକୁ ହେବ । ଘରେ ଶିବବାବାଙ୍କ ଚିତ୍ର ରଖିଦିଅ, ତେବେ ପ୍ରତି ମୁହୂର୍ତ୍ତରେ ମନେ ପଡିବ । ଆଗରୁ ତୁମେ ହନୁମାନଙ୍କୁ, କୃଷ୍ଣଙ୍କୁ, ରାମଙ୍କୁ ସ୍ମରଣ କରୁଥିଲ । ଏବେ ଶିବବାବା ସମ୍ମୁଖରେ କହୁଛନ୍ତି ଯେ ମୋତେ ମନେ ପକାଅ । ତ୍ରିମୂର୍ତ୍ତିର ଚିତ୍ର ବହୁତ ଭଲ, ଏହି ଚିତ୍ରକୁ ସର୍ବଦା ପକେଟ୍‌ରେ ରଖିଦିଅ । ବାରମ୍ବାର ଦେଖୁଥାଅ ତେବେ ତୁମର ମନେ ରହିବ । ଯେତେବେଳେ ବ୍ରହ୍ମାବାବା ଭକ୍ତ ଥିଲେ ଲକ୍ଷ୍ମୀ-ନାରାୟଣଙ୍କର ଚିତ୍ର ନିଜର ପକେଟ୍‌ରେ ରଖୁଥିଲେ । ତକିଆ ତଳେ ନିଜ ପାଖରେ ରଖୁଥିଲେ, କିନ୍ତୁ ଏହା ଦ୍ୱାରା ତାଙ୍କୁ କିଛି ମିଳିଲା ନାହିଁ । ଏବେ ବାବାଙ୍କଠାରୁ ଆମକୁ ବହୁତ ପ୍ରାପ୍ତି ହେଉଛି, ତେଣୁ ତାଙ୍କୁ ହିଁ ମନେ ପକାଇବାକୁ ପଡିବ, ଏଥିରେ ମାୟାର ସମ୍ମୁଖୀନ ହେବାକୁ ପଡିଥାଏ । ଜ୍ଞାନ ତ ଭଲେ ବହୁତ ଶୁଣୁଛନ୍ତି ଏବଂ ଶୁଣାଉଛନ୍ତି, ଏଥିରେ ତୀବ୍ର ବେଗରେ ଆଗକୁ ଯାଉଛନ୍ତି, ଏପରି କହୁ ନାହାଁନ୍ତି ଯେ ଆମେ ୮୪ ଜନ୍ମର ଚକ୍ରକୁ ଭୁଲିଯାଉଛୁ । ଏମତି ବି ନୁହେଁ ଯେ ଏଠାରେ ରହିଲାବାଲା ଅଧିକ ମନେ ପକାଉଛନ୍ତି । ନା, ଏଠାରେ ରହି ମଧ୍ୟ ଅନେକ ଏପରି ଅଛନ୍ତି ଯେଉଁମାନେ କି ମୂଲ୍ୟହୀନ କଥା ସବୁ ମନେ ପକାଉଛନ୍ତି । ଯେଉଁ ବାବାଙ୍କ ପାଖକୁ ଆମେ ଗୋରା ଅର୍ଥାତ୍ ପବିତ୍ର ହେବା ପାଇଁ ଆସିଛୁ ତାଙ୍କୁ ଜାଣି ହିଁ ନାହାଁନ୍ତି । କାରଣ ସେମାନଙ୍କ ଉପରେ ମାୟାର ବହୁତ ପ୍ରଭାବ ପଡୁଛି । ମୂଳକଥା ହେଉଛି ବାବାଙ୍କୁ ମନେ ପକାଇବା । ବାବା ଜାଣିଛନ୍ତି ବହୁତ ଭଲ ଭଲ ପିଲାମାନେ ମଧ୍ୟ ବାବାଙ୍କ ସ୍ମୃତିରେ ରହୁ ନାହାଁନ୍ତି । ଯୋଗରେ ରହିଲେ ହିଁ ଦେହ-ଅଭିମାନ କମିଯିବ, ବହୁତ ମିଠା ହୋଇଯିବ । ଦେହ-ଅଭିମାନ ଆସିବା ଦ୍ୱାରା ମିଠା ହୋଇପାରୁ ନାହାଁନ୍ତି, ବିଗିଡି ଯାଉଛନ୍ତି । ବାବା ସମସ୍ତଙ୍କ ପାଇଁ କହୁନାହାଁନ୍ତି । କେହି କେହି ସୁପୁତ୍ର ମଧ୍ୟ ଅଛନ୍ତି, ସୁପୁତ୍ର ସେମାନଙ୍କୁ କୁହାଯାଏ ଯେଉଁମାନେ ଯୋଗରେ ରହିଥାନ୍ତି । ସେମାନଙ୍କ ଦ୍ୱାରା କୌଣସି ଓଲଟା-ସିଧା କଥା ହେବ ନାହିଁ । ମିତ୍ର ସମ୍ବନ୍ଧୀ ଆଦି ସମସ୍ତଙ୍କୁ ଭୁଲିଯିବେ । ଆମେମାନେ ସମସ୍ତେ ଅଶରୀରୀ ଆସିଥିଲୁ, ଏବେ ଅଶରୀରୀ ହୋଇ ଘରକୁ ଯିବାକୁ ହେବ । ଏବେ ତୁମ୍ଭମାନଙ୍କୁ ଜ୍ଞାନର ତୃତୀୟ ନେତ୍ର ମିଳିଛି, ଯାହାଦ୍ୱାରା ତୁମେ ନିଜ ଘରକୁ ଜାଣୁଛ, ରାଜଧାନୀକୁ ମଧ୍ୟ ଜାଣୁଛ । ଏକଥା ମଧ୍ୟ ଜାଣୁଛ ଯେ ଶିବବାବା କୌଣସି କଳା ବର୍ଣ୍ଣର ଲିଙ୍ଗ ନୁହଁନ୍ତି, ଯେପରି ସେମାନେ ଦେଖାଉଛନ୍ତି । ସିଏ ତ ବିନ୍ଦୁ ସଦୃଶ ଅଟନ୍ତି । ଏକଥା ମଧ୍ୟ ଆମେମାନେ ଜାଣିଛୁ । ଏବେ ଆମେ ଘରକୁ ଯିବା, ସେଠାରେ ଆମେ ଅଶରୀରୀ ହୋଇ ରହିଥାଉ । ଏବେ ଆମକୁ ଅଶରୀରୀ ହେବାକୁ ପଡିବ । ସେଥିପାଇଁ ନିଜକୁ ଆତ୍ମା ମନେ କରି ପତିତ-ପାବନ ବାବାଙ୍କୁ ମନେ ପକାଇବାକୁ ହେବ । ଏହା ବୁଝାଇ ଦିଆଯାଉଛି ଯେ ଆତ୍ମା ଅବିନାଶୀ ଅଟେ । ଏଥିରେ ୮୪ ଜନ୍ମର ଅଭିନୟ ନିହିତ ଅଛି, ଏହାର ଅନ୍ତ ହୁଏ ନାହିଁ । ଅଳ୍ପ ସମୟ ମୁକ୍ତିଧାମରେ ରହି ପୁଣି ଅଭିନୟ କରିବା ପାଇଁ ଆସିବାକୁ ପଡିବ । ତୁମେ ସମସ୍ତ ପ୍ରକାରର ଅଭିନୟ କରୁଛ, ଏକଥା ସର୍ବଦା ମନେ ରହିବା ଦରକାର । ଏବେ ଆମକୁ ଘରକୁ ଯିବାକୁ ହେବ । ବାବାଙ୍କୁ ମନେ ପକାଇବା ଦ୍ୱାରା ଆମେମାନେ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହୋଇଯିବା । ଏଠାରେ କର୍ମ-ଧନ୍ଦାକୁ ସ୍ମରଣ କରିବାର ନାହିଁ ।

ଏଠାରେ ତୁମେମାନେ ସମ୍ପୂର୍ଣ୍ଣ ରୂପେ ସଂଗମଯୁଗରେ ଅଛ । ଏବେ ତୁମେମାନେ ବୋଟ ଅର୍ଥାତ୍ ଡଙ୍ଗାରେ ବସିଛ । ଯଦି କେହି ମଝି ଦରିଆରେ ଓହ୍ଲାଇ ଯାଇଥା’ନ୍ତି, ତେବେ ବୁଡି ମରିଯାଆନ୍ତି । ଏହି କଥା ଉପରେ ମଧ୍ୟ ଶାସ୍ତ୍ରରେ ଏକ କାହାଣୀ ରହିଛି । ଏବେ ତୁମେମାନେ ଜାଣୁଛ ଯେ ଆମେ ଆରପାରିକୁ ଯାଉଛୁ, ଆମର ନାଉରି ଶିବବାବା ଅଟନ୍ତି । କୃଷ୍ଣଙ୍କୁ ନାଉରିଆ ଅଥବା ବଗିଚାର ମାଳୀ କୁହାଯିବ ନାହିଁ । ଏହା ଶିବ ଭଗବାନୁବାଚ ଅଟେ । ପତିତ-ପାବନ ଶିବବାବା ହିଁ ଅଟନ୍ତି । ତେଣୁ କୃଷ୍ଣଙ୍କ ଆଡକୁ ବୁଦ୍ଧି ଯାଇପାରିବ ନାହିଁ । ମନୁଷ୍ୟମାନଙ୍କର ବୁଦ୍ଧି ତ ଏଣେ ତେଣେ ଦୌଡୁଛି, ବାବା ଆସି ଆମକୁ ଏଭଳି ଭଟକିଯିବାରୁ ମୁକ୍ତ କରୁଛନ୍ତି । କେବଳ କହୁଛନ୍ତି - ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ ୟାଦ କର ତେବେ ଯାଇ ହିଁ ତୁମେମାନେ ସ୍ୱର୍ଗର ମାଲିକ ହେବ । ଏହି କଥା ଭୁଲିବା ଉଚିତ୍ ନୁହେଁ । ଏଠାରୁ ତୁମେମାନେ ବହୁତ ସତେଜ ବା ତୃପ୍ତ ହୋଇଯାଉଛ । ତୁମେ ନିଜର ଅନୁଭବ ମଧ୍ୟ ଶୁଣାଉଛ ଯେ, ବାବା, ଆମେ ପୁଣି ପୂର୍ବ ପରି ହୋଇଯାଉଛୁ । ମିତ୍ର ସମ୍ବନ୍ଧୀ ଆଦିଙ୍କର ମୁହଁ ଦେଖୁଛନ୍ତି, ତେବେ ତାଙ୍କ ପ୍ରତି ଆକର୍ଷିତ ହୋଇଯାଉଛନ୍ତି । ତୁମେମାନେ ପ୍ରେମିକା ଅଟ, କର୍ମଧନ୍ଦା କରି ମଧ୍ୟ ପ୍ରେମିକଙ୍କୁ ଅର୍ଥାତ୍ ବାବାଙ୍କୁ ମନେ ପକାଇଲେ ଉଚ୍ଚ ପଦ ପାଇବ । ଯଦି ବର୍ତ୍ତମାନ ପୁରୁଷାର୍ଥ କରିବ ନାହିଁ ତେବେ ତୁମକୁ ଗୋଟିଏ ମୁକୁଟ ବି ମିଳିବ ନାହିଁ । ଏଠାକୁ ଅର୍ଥାତ୍ ମଧୁବନକୁ ଯେବେ ପିଲାମାନେ ଆସୁଛନ୍ତି ତେବେ ସମୟ ନଷ୍ଟ କରିବା ଉଚିତ୍ ନୁହେଁ । ଆଉ ତ କିଛି ଏଠାରେ ନାହିଁ । କେବଳ ଦିଲୱାଡା ମନ୍ଦିର ତୁମମାନଙ୍କର ସ୍ମୃତିଚିହ୍ନ ଅଟେ, ତାହା ତୁମେ ଦେଖିପାରିବ । ଏଥିରେ ଉପରେ ବୈକୁଣ୍ଠ ରହିଛି । କଳ୍ପ ବୃକ୍ଷରେ ମଧ୍ୟ ତୁମର ଏହି ଚିତ୍ର ସ୍ପଷ୍ଟ ରୂପେ ରହିଛି । ତୁମେମାନେ ତଳେ ରାଜଯୋଗରେ ବସିଛ, ଉପରେ ରାଜତ୍ୱର ପ୍ରତୀକ ରହିଛି । ଠିକ୍ ଯେପରି ଦିଲୱାଡା ମନ୍ଦିର ତିଆରି ହୋଇଛି । ତୁମେମାନେ ଜାଣିଛ ଯେ ଶିବବାବା ଆମକୁ ପୁନର୍ବାର ଜ୍ଞାନ ଦେଇ ସ୍ୱର୍ଗର ମାଲିକ କରୁଛନ୍ତି । ଏହି କଳିଯୁଗର ବିନାଶ ହେବାର ଅଛି । ଏହି ଆଦିଦେବ, ଆଦି ନାଥ କିଏ ଅଟନ୍ତି । ତୁମେମାନେ ସମସ୍ତଙ୍କର କର୍ତ୍ତବ୍ୟକୁ ଜାଣିଛ ନା । ଏହି ସମୟର ଦୃଷ୍ଟାନ୍ତ ପୁଣି ଭକ୍ତି ମାର୍ଗରେ ଚାଲିଥାଏ । ପର୍ବ-ପର୍ବାଣୀ, ବ୍ରତ ସବୁ ବର୍ତ୍ତମାନ ସମୟର ହିଁ ଦୃଷ୍ଟାନ୍ତ ଅଟେ । ବାସ୍ତବ ଏବଂ ସଚ୍ଚାବ୍ରତ ହେଉଛି ମନମନାଭବ । ବାକି ନିର୍ଜଳା ରହିବା, ଖାଦ୍ୟ ନ ଖାଇବା ଏହା କୌଣସି ବ୍ରତ ନୁହେଁ । ଦୁନିଆରେ ବର୍ତ୍ତମାନ ସମୟରେ ମାୟାର ବହୁତ ଆକର୍ଷଣ ରହିଛି । ଆଗରୁ ଏହି ବିଜୁଳି, ଗ୍ୟାସ୍ ଆଦି କିଛି ନ ଥିଲା, ପରେ ଏସବୁ ବାହାରିଛି । ଏସବୁ ବାହାରିବାର ୧୦୦ ବର୍ଷ ହୋଇଛି, ଏଥିରେ ମନୁଷ୍ୟମାନେ ଫସି ଯାଉଛନ୍ତି । କହୁଛନ୍ତି ଯେ ଆମ ପାଇଁ ଏହିଠାରେ ହିଁ ସ୍ୱର୍ଗ ରହିଛି । ମାୟାର ଏତେ ପ୍ରଭାବ ରହିଛି ଯେ ବାବାଙ୍କୁ ଆଦୌ ମନେ ପକାଉ ନାହାଁନ୍ତି, କହୁଛନ୍ତି ତୁମେ ଆସି କରି ଦେଖ - ଆମେ କିପରି ସ୍ୱର୍ଗରେ ବସିଛୁ । ସ୍ୱର୍ଗ ଆଗରେ ତ ଏସବୁ କିଛି ନୁହେଁ । କେଉଁଠି ସ୍ୱର୍ଗ, ଆଉ କେଉଁଠି ନର୍କ । ସ୍ୱର୍ଗର ଗୋଟିଏ ହେଲେ ବସ୍ତୁ ଏଠାରେ ରହିପାରିବ ନାହିଁ । ସେଠାରେ ପ୍ରତ୍ୟେକ ଜିନିଷ ସତ୍ତ୍ୱପ୍ରଧାନ ହେବ । ଗାଈମାନେ ମଧ୍ୟ ବହୁତ ସୁନ୍ଦର ହେବେ । ତୁମେମାନେ ମଧ୍ୟ ବହୁତ ସୁନ୍ଦର ହେଉଛ, ତେଣୁ ତୁମମାନଙ୍କର ଆସବାବପତ୍ର, ଖାଦ୍ୟ-ପାନୀୟ ଆଦି ସବୁ ଏକ ନମ୍ବର ହୋଇଥାଏ । ତୁମେ ସୂକ୍ଷ୍ମବତନରେ ଫଳ ଆଦି ଦେଖିକରି ଆସୁଛ ନା । ତାର ନାମ ହିଁ ଶୁବିରସ ରଖିଛନ୍ତି । ଦୁନିଆବାଲା ଏକଥା ଜାଣିନାହାଁନ୍ତି ଯେ ସ୍ୱର୍ଗ କେଉଁଠି ଅଛି? ସେଠାରେ ସବୁ କିଛି ସତ୍ତ୍ୱପ୍ରଧାନ ହୋଇଥାଏ । ଏଠିକାର ମାଟି ପରି ସେଠାରେ ଧୂଳି, ମାଟି ଉଡିବ ନାହିଁ । ସେଠାରେ ଦୁଃଖର କୌଣସି କଥା ହିଁ ନାହିଁ । କିନ୍ତୁ ପିଲାମାନଙ୍କର ଏହି ନିଶା ଚଢୁନାହିଁ ଯେ ବାବା ଆମମାନଙ୍କୁ ସ୍ୱର୍ଗର ମାଲିକ କରିବା ପାଇଁ ଏହି ପାଠ ପଢାଉଛନ୍ତି । ଏହି ଚିତ୍ର କେତେ ସ୍ପଷ୍ଟ ଅଟେ । ଚିତ୍ର ତିଆରି କରିବାରେ ସମୟ ତ ଲାଗିଥାଏ । ବାବା ଏହି ସବୁ କିଛି ସେବା ଅର୍ଥେ ହିଁ ତିଆରି କରାଉଛନ୍ତି । କିନ୍ତୁ କେହି କେହି ତ ନିଜର କର୍ମ-ଧନ୍ଦାରେ ଏପରି ବୁଡି ରହିଛନ୍ତି ଯେ ବାବାଙ୍କୁ ମନେ ପକାଉ ନାହାଁନ୍ତି । ପ୍ରଦର୍ଶନୀ ଚିତ୍ରଗୁଡିକର ପତ୍ରିକା ମଧ୍ୟ ରହିଛି, ତାକୁ ମଧ୍ୟ ପଢିବା ଦରକାର । ଯେଉଁମାନେ ନିୟମିତ ଗୀତା ପାଠ କରିଥାନ୍ତି, ସିଏ ଯେଉଁ ସ୍ଥାନକୁ ବି ଯିବେ ଗୀତା ନିଶ୍ଚିତ ପଢିବେ । ଏବେ ତୁମମାନଙ୍କୁ ପ୍ରକୃତ ଗୀତା ଚିତ୍ର ସହିତ ମଳିଛି । ତେଣୁ ଭଲ ଭାବରେ ପରିଶ୍ରମ କରିବା ଉଚିତ୍ । ନଚେତ୍ ଉଚ୍ଚ ପଦ ପାଇପାରିବ ନାହିଁ । ଯେବେ ସାକ୍ଷାତ୍‌କାର ହେବ, ତେବେ ହାୟ-ହାୟ କରିବାକୁ ପଡିବ । ପରୀକ୍ଷା ଶେଷ ହେଲା ପରେ ପୁଣି ଅନ୍ୟ ଶ୍ରେଣୀରେ କ୍ରମାନୁସାରେ ବସିଥାନ୍ତି । ଏଠାରେ ମଧ୍ୟ ଯେତେ ବେଳେ ଦିବ୍ୟ ସାକ୍ଷାତ୍‌କାର ହୋଇଯିବ, ତେବେ କ୍ରମାନୁସାରେ ରୁଦ୍ରମାଳା ତଥା ବିଜୟ ମାଳାରେ ସ୍ଥାନ ପାଇବ । ସ୍କୁଲରେ କୌଣସି ପିଲା ଫେଲ୍ ହୋଇ ଗଲେ କେତେ ଦୁଃଖୀ ହୋଇଯାଇଥା’ନ୍ତି । ଏହା ହେଉଛି ତୁମ୍ଭମାନଙ୍କର କଳ୍ପ-କଳ୍ପାନ୍ତରର ବାଜି ।

କେହି-କେହି ସନ୍ତାନମାନେ ପତ୍ରିକାକୁ ସମ୍ପୂର୍ଣ୍ଣ ରୂପେ ପଢୁ ନାହାଁନ୍ତି । ପିଲାମାନଙ୍କୁ ପତ୍ରିକା ପଢି ସେବା କରିବାକୁ ହେବ । ଲେଖୁଛନ୍ତି ବାବା ଅମୁକକୁ ବଦଳି କରିଦିଅ । ଭଲ ବ୍ରାହ୍ମଣୀ ପଠାଇଦିଅ । କାହା-କାହାର ବ୍ରାହ୍ମଣୀଙ୍କ ସହିତ ଏତେ ସ୍ନେହ ବଢିଯାଇଥାଏ ଯେ, ବ୍ରାହ୍ମଣୀ ବଦଳି ହୋଇଗଲେ, ସେମାନେ ଦୁଃଖୀ ହୋଇଯାଇଥାନ୍ତି । ସେଣ୍ଟରକୁ ଆସିବା ହିଁ ଛାଡି ଦେଇଥାନ୍ତି । ଯଦି କୌଣସି କର୍ମ ଭୁଲ୍ ହୋଇଯାଏ ତେବେ ସତ୍ୟତାର ସହିତ ତୁରନ୍ତ ବାବାଙ୍କୁ ଲେଖି କରି ଦେବା ଉଚିତ୍, ତେବେ ପାପର ପ୍ରଭାବ କମିଯିବ । ନଚେତ୍ ପାପ ବୃଦ୍ଧି ହୋଇ ଚାଲିବ । ବାବା ସୁଧାରିବା ପାଇଁ କହୁଛନ୍ତି କିନ୍ତୁ ଯଦି କାହାର ସୁଧୁରିବାର ନାହିଁ, ତେବେ ପାପ କର୍ମ କରିବା ହିଁ ଛାଡୁ ନାହାଁନ୍ତି । ସେମାନଙ୍କର ଭାଗ୍ୟରେ ନାହିଁ, ତେଣୁ ବାବାଙ୍କୁ ସତ୍ୟ ସମାଚାର ଦେଉ ନାହାଁନ୍ତି । ବାବାଙ୍କ ପାଖକୁ ସମାଚାର ଆସିଲେ ସୁଧାରିବାକୁ ଚେଷ୍ଟା କରିବେ । ଆଚ୍ଛା!

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଅଶରୀରୀ ହେବାର ପୂରା ପୂରା ଅଭ୍ୟାସ କରିବାକୁ ହେବ । କୌଣସି ଓଲଟା-ସିଧା କଥାବାର୍ତ୍ତା କରିବାର ନାହିଁ । ବହୁତ ମିଠା ସ୍ୱଭାବଯୁକ୍ତ ହେବାକୁ ପଡିବ । କୌଣସି କଥାରେ ମଧ୍ୟ ବିରକ୍ତ ହେବାର ନାହିଁ ।

(୨) ମୁରଲୀକୁ ସର୍ବଦା ସ୍ମରଣ କରିବାକୁ ହେବ । ଯାହା ଶୁଣୁଛ ତା ଉପରେ ବିଚାର ସାଗର ମନ୍ଥନ କରିବାକୁ ହେବ, ମନମନାଭବର ବ୍ରତ ରଖିବାକୁ ହେବ ।

ବରଦାନ:-
ସର୍ବଦା ଦେହ ଅଭିମାନ ବା ଦେହର ଦୁର୍ଗନ୍ଧଠାରୁ ଦୂରରେ ରହୁଥିବା ଇନ୍ଦ୍ରପ୍ରସ୍ଥ ନିବାସୀ ଭବ ।

କଥାରେ ଅଛି ଇନ୍ଦ୍ରପ୍ରସ୍ଥରେ ପରିମାନଙ୍କ ବ୍ୟତୀତ ଅନ୍ୟ କୌଣସି ମନୁଷ୍ୟ ନିବାସ କରିପାରିବେ ନାହିଁ । ମନୁଷ୍ୟ ଅର୍ଥାତ୍ ଯେଉଁମାନେ ନିଜକୁ ଆତ୍ମା ମନେ ନ କରି ଦେହ ମନେ କରିଥାଆନ୍ତି । ତେଣୁ ଦେହ-ଅଭିମାନ ଏବଂ ଦେହର ପୁରୁଣା ଦୁନିଆ, ପୁରୁଣା ସମ୍ବନ୍ଧ ଗୁଡିକଠାରୁ ସର୍ବଦା ଉପରେ ଉଡୁଥାଅ । ଟିକିଏ ବି ମନୁଷ୍ୟ ପଣିଆର ଦୁର୍ଗନ୍ଧ ନ ରହୁ । ଯଦି ସବୁବେଳେ ଦେହୀ-ଅଭିମାନୀ ସ୍ଥିତିରେ ରହି ଜ୍ଞାନ ଏବଂ ଯୋଗର ଡେଣା ମଜବୁତ ଥିବ, ତେବେ କୁହାଯିବ ଇନ୍ଦ୍ରପ୍ରସ୍ଥ ନିବାସୀ ।

ସ୍ଲୋଗାନ:-
ନିଜର ଶରୀର-ମନ-ଧନକୁ ସଫଳ କରୁଥିବା ବା ସର୍ବ ସମ୍ପତ୍ତିକୁ ବୃଦ୍ଧି କରାଉଥିବା ଆତ୍ମା ହିଁ ବୁଦ୍ଧିମାନ ଅଟେ ।

ଅବ୍ୟକ୍ତ ଈଶାରା:- ବ୍ରହ୍ମାବାବାଙ୍କ ସମାନ ସମ୍ପନ୍ନ ଏବଂ ସମ୍ପୂର୍ଣ୍ଣ ସ୍ଥିତିର ଅନୁଭବ କର ।

ସମ୍ପୂର୍ଣ୍ଣତା କ୍ରମଅନୁସାରେ ହେବ । ମାଳାରେ ୧୦୮ଟି ଦାନା ରହିଛି, ସେଥି ମଧ୍ୟରେ ପ୍ରଥମ ନମ୍ବରର ଦାନା ଏବଂ ୧୦୮ ନମ୍ବରର ଦାନା ଉଭୟଙ୍କୁ ସମ୍ପୂର୍ଣ୍ଣ ବା ବିଜୟୀ ରତ୍ନ ତ କୁହାଯିବ । ତେବେ ବିଜୟୀ ରତ୍ନର ଅର୍ଥ ହେଲା ନିଜର ନମ୍ବର ବା କ୍ରମିକ ସଂଖ୍ୟା ଅନୁସାରେ ସମ୍ପୂର୍ଣ୍ଣତାକୁ ପ୍ରାପ୍ତ ହୋଇଥିବା ଆତ୍ମା, ସେମାନଙ୍କ ପାଇଁ ସାରା ଡ୍ରାମା ଭିତରେ ସେତିକି ହିଁ ସମ୍ପୂର୍ଣ୍ଣତାର ପ୍ରଥମ ନମ୍ବରର ସ୍ଥିତି ବା ସର୍ବୋଚ୍ଚ ସ୍ଥିତି ।