13.11.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ: - ଏହି ଡ୍ରାମାରେ ତୁମେ ହିରୋ ହିରୋଇନ୍ ପାର୍ଟଧାରୀ ଅଟ, ସାରା କଳ୍ପରେ ତୁମଭଳି ହିରୋ ପାର୍ଟ ଆଉ କାହାର ବି ନାହିଁ ।”

ପ୍ରଶ୍ନ:-
ମନୁଷ୍ୟରୁ ଦେବତା ହେବାର ପରୀକ୍ଷାରେ କିଏ ପାସ୍ କରିପାରିବ?

ଉତ୍ତର:-
ଯେଉଁମାନେ ବାବାଙ୍କୁ ଅନୁସରଣ କରି ବାବାଙ୍କ ସମାନ ପବିତ୍ର ହେଉଛନ୍ତି, ସେହିମାନେ ହିଁ ଏହି ପରୀକ୍ଷାରେ ପାସ୍ କରିପାରିବେ । ବର୍ତ୍ତମାନ ୨୧ ଜନ୍ମର ଅବିନାଶୀ ସମ୍ପତ୍ତି ମିଳୁଛି, ତେବେ ନିଶ୍ଚିତ ଟିକେ ପରିଶ୍ରମ କରିବାକୁ ପଡିବ । ଯଦି ବର୍ତ୍ତମାନ ପରିଶ୍ରମ ନ କରିଲ ତେବେ କଳ୍ପ-କଳ୍ପାନ୍ତର କରିପାରିବ ନାହିଁ, ପୁଣି ଉଚ୍ଚ ପଦ କିପରି ପାଇବ! ଯଦି ପବିତ୍ର ହେବ ତେବେ ଭଲ ପଦ ପାଇବ, ନଚେତ୍ ଦଣ୍ଡ ଭୋଗ କରିବାକୁ ପଡିବ ।

ଓମ୍ ଶାନ୍ତି ।
ମିଠା ମିଠା ଆତ୍ମିକ ସନ୍ତାନମାନଙ୍କ ସହିତ ବାବା ସମ୍ମୁଖରେ କଥା ହେଉଛନ୍ତି । ପିଲାମାନେ ବୁଝୁଛନ୍ତି ଯେ ଆମ ସାଥିରେ ଅବିନାଶୀ ବାବା କଥା ହେଉଛନ୍ତି, ଯିଏ ସବୁଠାରୁ ଅତି ମିଠା ଅଟନ୍ତି । ପିତା ମଧ୍ୟ ମିଠା ହୋଇଥାନ୍ତି, ଶିକ୍ଷକ ମଧ୍ୟ ମିଠା ହୋଇଥାନ୍ତି କାହିଁକି ନା ଉଭୟଙ୍କଠାରୁ ସମ୍ପତ୍ତି ମିଳିଥାଏ । ଗୁରୁଙ୍କଠାରୁ ଭକ୍ତିର ଅଧିକାର ମିଳିଥାଏ । ଏଠାରେ ତ ଜଣଙ୍କଠାରୁ ହିଁ ତିନୋଟିଯାକ ଅଧିକାର ମିଳିଯାଉଛି । ସେଥିପାଇଁ ଖୁସି ବି ଲାଗୁଛି । ତୁମେ ତାଙ୍କ ସମ୍ମୁଖରେ ବସିଛ । ତୁମେମାନେ ଜାଣିଛ ଯେ ଅବିନାଶୀ ବାବା ଯାହାଙ୍କୁ ପତିତ-ପାବନ କୁହାଯାଉଛି, ସିଏ ହିଁ ମନୁଷ୍ୟ ସୃଷ୍ଟିର ବୀଜରୂପ ଅଟନ୍ତି । ଗଛର ବୀଜ ଜଡ ହୋଇଥାଏ । ଇଏ ଚୈତନ୍ୟ ଅଟନ୍ତି । ଏହାଙ୍କୁ ସତ୍ ଚିତ୍ ଆନନ୍ଦ ସ୍ୱରୂପ କୁହାଯାଉଛି ପୁଣି ତାଙ୍କର ମହିମା ମଧ୍ୟ ରହିଛି । ସିଏ ଜ୍ଞାନର ସାଗର ଅଟନ୍ତି କିନ୍ତୁ ତାଙ୍କଠାରୁ କେଉଁ ଜ୍ଞାନ ମିଳୁଛି, ଏକଥା କେହି ଜାଣି ନାହାଁନ୍ତି । ତୁମ୍ଭେମାନେ ଜାଣିଛ ଯେଉଁମାନଙ୍କୁ ବାବା ଜ୍ଞାନ ଦେଉଛନ୍ତି, ସେହିମାନେ ଭକ୍ତିମାର୍ଗରେ ତାଙ୍କର ମନ୍ଦିର, ଶାସ୍ତ୍ର ଆଦି ତିଆରି କରୁଛନ୍ତି । ଏକଥା ବି ତୁମ୍ଭେମାନେ ଜାଣିଛ ଯେ ବାସ୍ତବରେ ପ୍ରତ୍ୟେକ ୫ ହଜାର ବର୍ଷ ପରେ ଏହି କଳ୍ପର ସଂଗମ ସମୟ ଆସିଥାଏ । ଏହାକୁ କୁହାଯାଉଛି ଆତ୍ମିକ ଅବିନାଶୀ ପୁରୁଷୋତ୍ତମ ସଂଗମଯୁଗ । ଏମିତି ତ ଉତ୍ତମ ପୁରୁଷ ବହୁତ ଅଛନ୍ତି । କିନ୍ତୁ ସେମାନେ ଗୋଟିଏ ଜନ୍ମରେ ଉତ୍ତମ ପୁରୁଷ ହୋଇଥାନ୍ତି ପୁଣି ମଧ୍ୟମ କନିଷ୍ଠ ହୋଇଯାଇଥା’ନ୍ତି । ଏହି ଲକ୍ଷ୍ମୀ-ନାରାୟଣଙ୍କୁ ଦେଖ, କେତେ ଉତ୍ତମ ପୁରୁଷ ଅଟନ୍ତି । ଏମାନେ ହେଉଛନ୍ତି ପୁରୁଷୋତ୍ତମ ଏବଂ ପୁରୁଷୋତ୍ତମଣି । ଉଭୟଙ୍କୁ ଏହିପରି ଉତ୍ତମ କିଏ କରିଲା? ଗାୟନ କରାଯାଏ ଉଚ୍ଚରୁ ଉଚ୍ଚ ଭଗବାନ ଅଟନ୍ତି, ସିଏ ଉପରେ ରହୁଛନ୍ତି । ମନୁଷ୍ୟ ସୃଷ୍ଟିରେ ଉଚ୍ଚରୁ ଉଚ୍ଚ ଏହି ବିଶ୍ୱ ମହାରାଜା ମହାରାଣୀ ଅଟନ୍ତି । ସେମାନେ ଉଚ୍ଚରୁ ଉଚ୍ଚ ଭାରତରେ ରାଜତ୍ୱ କରୁଥିଲେ । ଏବେ ଏହି ରାଜ୍ୟ ସେମାନେ କିପରି ପ୍ରାପ୍ତ କଲେ! ଏକଥା କେହି ଜାଣିନାହାଁନ୍ତି । ଏପରି ବାବା ଯିଏକି ତୁମକୁ ଏତେ ଉଚ୍ଚ କରୁଛନ୍ତି, ସିଏ କେତେ ମଧୁର ଲାଗିବା ଦରକାର । ସେଥିପାଇଁ ତାଙ୍କ ମତରେ ଚାଲିବା ଉଚିତ୍ । ଏହିପରି ଉଚ୍ଚ ବିଶ୍ୱର ମାଲିକ କରିଲାବାଲା ବାବା କେତେ ସାଧାରଣ ରୀତିରେ ପାଠ ପଢାଉଛନ୍ତି । ଏକଥା ବି ତୁମେମାନେ ଜାଣିଛ ଯେ ଅବିନାଶୀ ବାବା ଭାରତକୁ ଆସିଛନ୍ତି । ସେଥିପାଇଁ ଶିବଜୟନ୍ତୀ ମଧ୍ୟ ପାଳନ କରୁଛନ୍ତି । ବାବା ଭାରତକୁ ଆସି ସ୍ୱର୍ଗ କରୁଛନ୍ତି । ଏବେ ତୁମର ସ୍ମୃତି ଆସିଯାଇଛି ଯେ ଆମେ ସ୍ୱର୍ଗବାସୀ ୮୪ ଜନ୍ମ ଭୋଗି ନର୍କବାସୀ ହୋଇଛୁ । ପୁଣି ବାବା ଆସିଛନ୍ତି ସ୍ୱର୍ଗବାସୀ କରିବା ପାଇଁ । ବର୍ତ୍ତମାନ ବାବା କହୁଛନ୍ତି ମୋତେ ମନେ ପକାଇଲେ ତୁମର ଆତ୍ମା ତମୋପ୍ରଧାନରୁ ସତୋପ୍ରଧାନ ହୋଇଯିବ । ସତୋପ୍ରଧାନ ହେବା ବିନା ଘରକୁ କେହି ଯାଇପାରିବେ ନାହିଁ । ନଚେତ୍ ଦଣ୍ଡ ଭୋଗ କରିବାକୁ ପଡିବ । ଆତ୍ମାକୁ ହିଁ ଦଣ୍ଡ ମିଳିଥାଏ ନା । ଗର୍ଭ ଜେଲରେ ଶରୀର ଧାରଣ କରାଇ ପୁଣି ଦଣ୍ଡ ଦେଇଥାନ୍ତି । ପିଲାମାନଙ୍କୁ ବହୁତ ଦୁଃଖ ଭୋଗ କରିବାକୁ ପଡିଥାଏ । ତ୍ରାହି ତ୍ରାହି କରୁଛନ୍ତି । କହୁଛନ୍ତି ଆଉ ପାପ କର୍ମ କରିବି ନାହିଁ । ତୁମମାନଙ୍କୁ ତ ଗର୍ଭଜେଲକୁ ଆଉ ଯିବାର ନାହିଁ । ସେଠାରେ (ସତ୍ୟଯୁଗରେ) ଗର୍ଭମହଲ ରହିଛି କାହିଁକି ନା ସେଠି କୌଣସି ପାପ ହୋଇ ନ ଥାଏ । ଏହି ରାବଣ ରାଜ୍ୟରେ ପାପ ହେଉଛି ସେଥିପାଇଁ ତ ରାମରାଜ୍ୟ ଚାହୁଁଛନ୍ତି । କିନ୍ତୁ ଏକଥା ଜାଣି ନାହାଁନ୍ତି ଯେ ରାବଣ ରାଜ୍ୟ କେଉଁ ପ୍ରକାରର ଅଟେ । ଯଦି ରାବଣକୁ ଜଳାଉଛନ୍ତି ତେବେ ତାହା ଶେଷ ହୋଇଯିବା ଦରକାର । କିନ୍ତୁ ତାକୁ ପ୍ରତିବର୍ଷ ଜଳାଉଛନ୍ତି, ଅର୍ଥାତ୍ ରାବଣ ମରିନାହିଁ । ତେବେ ଏସବୁ କରିବା ଦ୍ୱାରା ଲାଭ କ’ଣ? ସେମାନେ ପୁଣି ଯାଇ ଲଙ୍କାକୁ ଲୁଟିଥାନ୍ତି । ଜଙ୍ଗଲରେ ଗୋଟିଏ ଜରାଜୀର୍ଣ୍ଣ ଗଛ ଥାଏ, ସେମାନେ ତାକୁ ସୁନାର ବୃକ୍ଷ ମନେକରି ନେଇ ଆସିଥା’ନ୍ତି । ବାସ୍ତବରେ ତୁମେ ବର୍ତ୍ତମାନ ସମୟରେ ରାବଣ ଉପରେ ବିଜୟ ପାଉଛ ଏବଂ ସ୍ୱର୍ଣ୍ଣିମଯୁଗର ମାଲିକ ହେଉଛ । ଆଜମେରରେ ବୈକୁଣ୍ଠର ମଡେଲ୍ ତିଆରି କରାଯାଇଛି । ଏବେ ତୁମେମାନେ ଜାଣୁଛ ଯେ ବାବା ଆସିଛନ୍ତି ପିଲାମାନଙ୍କୁ ପୁଣି ଥରେ ସ୍ୱର୍ଗର ମାଲିକ କରିବା ପାଇଁ । ଆମେ ହୀରା-ନୀଳାର ମହଲମାନଙ୍କରେ ରାଜ୍ୟ କରିବୁ ।

ଏବେ ତୁମେମାନେ ଯୋଗବଳ ଦ୍ୱାରା ନିର୍ବିକାରୀ ସତୋପ୍ରଧାନ ହେଉଛ । ଆତ୍ମା ସମ୍ପୂର୍ଣ୍ଣ ନିର୍ବିକାରୀ ହୋଇ ପୁଣି ଶାନ୍ତିଧାମ ଚାଲିଯିବ, ସେଠାରେ ଦୁଃଖର କୌଣସି କଥା ନାହିଁ । ବାବା ବୁଝାଉଛନ୍ତି ଏହି ନାଟକରେ ତୁମମାନଙ୍କର ମୁଖ୍ୟ ଅଭିନୟ ରହିଛି ହିରୋ ହିରୋଇନ୍‌ର । ରାଜ୍ୟ ନେବା ଏବଂ ହରାଇବା ଏହା ଖେଳ ଅଟେ । ତୁମେମାନେ ହିରୋ ହିରୋଇନ୍ ଅଟ । ହିରୋର ଅର୍ଥ ହେଉଛି ମୁଖ୍ୟ ଅଭିନେତା । ତୁମେ ସ୍ୱର୍ଣ୍ଣିମ ଯୁଗରେ ପବିତ୍ର ଗୃହସ୍ଥ ଆଶ୍ରମରେ ରହୁଥିଲ । ଏହି ଲୌହଯୁଗରେ ଅପବିତ୍ର ଗୃହସ୍ଥ ବ୍ୟବହାର ହୋଇଯାଇଛି । ଏବେ ବାବା ଆମକୁ ସ୍ୱର୍ଣ୍ଣିମଯୁଗକୁ ନେଇଯିବେ । ସେଠାରେ ଲକ୍ଷ୍ମୀ-ନାରାୟଣ ସୂର୍ଯ୍ୟବଂଶୀମାନଙ୍କର ରାଜ୍ୟ ହେବ । ସେମାନେ ପୁଣି ପୁନର୍ଜନ୍ମ ନେଇ ଚନ୍ଦ୍ରବଂଶୀ କୁଳରେ ଆସିବେ । ଏହିପରି ବୃଦ୍ଧି ହୋଇ ଚାଲିବ । ଏବେ କେତେ କୋଟି କୋଟି ମନୁଷ୍ୟ ହୋଇଗଲେଣି । ବର୍ତ୍ତମାନ କହୁଛନ୍ତି ଜନ୍ମ ନିୟନ୍ତ୍ରଣ ହେଉ । ଯାହାଙ୍କର ଗୋଟିଏ ଦୁଇଟି ପିଲା ହେବ ସେମାନେ କ’ଣ ନିୟନ୍ତ୍ରଣ କରିବେ । ଏବେ ତୁମ୍ଭେମାନେ ସମସ୍ତଙ୍କୁ ଜଣାଇପାରିବ ଯେ ଜନସଂଖ୍ୟା କମ କରିବା ଏହା ତ ବାବାଙ୍କ ହାତରେ । ବାବା ଜାଣିଛନ୍ତି ଅଧିକ ମନୁଷ୍ୟ ହେବେ ତ ମରିବେ । ମୁଁ ଆସିଛି ସମସ୍ତଙ୍କୁ ଏଠାରୁ ହଟାଇ ଗୋଟିଏ ଧର୍ମର ସ୍ଥାପନା କରିବା ପାଇଁ । ସେଠାରେ ତ ୯ ଲକ୍ଷ ଲୋକ ରହିବେ । ଏହା ଯେପରି ଛୁ ମନ୍ତ୍ର ହୋଇଗଲା ନା । ପୁଣି କଳିଯୁଗୀ ରାତି ଶେଷ ହୋଇ ଦିନ ଆରମ୍ଭ ହୋଇଯିବ । ଜନ୍ମ ନିୟନ୍ତ୍ରଣ କରିବା ପାଇଁ କେତେ ପଇସା ଖର୍ଚ୍ଚ କରୁଛନ୍ତି । ବାବାଙ୍କର କୌଣସି ଖର୍ଚ୍ଚ ହେଉନାହିଁ । ପ୍ରାକୃତିକ ବିପର୍ଯ୍ୟୟ ହେବ, ସବୁ କିଛି ବିନାଶ ହୋଇଯିବ, ଏସବୁ ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି । ଦୁନିଆରେ ଲୋକମାନେ ଯେଉଁ ଯୋଜନା କରୁଛନ୍ତି, ତାହା ବି ଡ୍ରାମାରେ ନିର୍ଦ୍ଧାରିତ ଅଛି । ୟୁରୋପବାସୀ ଯାଦବ, ଭାରତବାସୀ କୌରବ ଏବଂ ପାଣ୍ଡବ ଅଟନ୍ତି । ସମସ୍ତେ ଗୋଟିଏ ପଟେ ଅଛନ୍ତି, ଏପଟେ ଦୁଇପକ୍ଷ ଭାଇ-ଭାଇ ରହିଛନ୍ତି । ଭାରତରେ କୌରବ-ପାଣ୍ଡବ ଭାଇ-ଭାଇ ଅଟନ୍ତି । ତୁମେ ଏବେ କଳିଯୁଗୀ ଭାଇ-ଭାଇରୁ ବାହାରି ସଂଗମଯୁଗକୁ ଆସିଯାଇଛ । କୌରବ ଏବଂ ପାଣ୍ଡବ ଗୋଟିଏ ଘରର ଥିଲେ । ଅସଲରେ ଆତ୍ମା ଭାଇ ଭାଇ ଅଟେ । ତୁମେ ଆତ୍ମାମାନଙ୍କ ସହିତ ହିଁ ପ୍ରଥମେ-ପ୍ରଥମେ ବାବା ମିଶୁଛନ୍ତି । ଦୌଡ ପ୍ରତିଯୋଗିତାରେ ଯିଏ ପ୍ରଥମ ହୋଇଥାନ୍ତି ସିଏ ପୁରସ୍କାର ନେଇଥାନ୍ତି । ତୁମର ଏହା ଯୋଗର ଦୌଡ ପ୍ରତିଯୋଗିତା ଅଟେ । ଏକଥା କୌଣସି ଶାସ୍ତ୍ରରେ ନାହିଁ । ବାବା କହୁଛନ୍ତି ମୋ ସହିତ ଯୋଗ ଲଗାଅ । ଏହି ଯୋଗର ଯାତ୍ରା ବର୍ତ୍ତମାନ ସମୟରେ ହିଁ ହୋଇଥାଏ । ଏହି ଯାତ୍ରା ଆଉ କେହି ଶିଖାଇ ପାରିବେ ନାହିଁ । ସତ୍ୟଯୁଗରେ ନା ଆତ୍ମିକ ଯୋଗ, ନା ଶାରୀରିକ ଯୋଗ ହୋଇଥାଏ - ସେଠାରେ କିଛି ଦରକାର ହିଁ ନାହିଁ । ଏହା ଏହି ସମୟରେ ତୁମମାନଙ୍କର ବୁଦ୍ଧିରେ ଆସୁଛି । ଡ୍ରାମାରେ ଗୋଟିଏ-ଗୋଟିଏ ସେକେଣ୍ଡର ଅଭିନୟର ଜ୍ଞାନ ବୁଝାଇ ଦିଆଯାଇଛି, ଏହାକୁ ସ୍ୱଦର୍ଶନ ଚକ୍ର କୁହାଯାଉଛି । ବାସ୍ତବରେ ବର୍ତ୍ତମାନ ତୁମେମାନେ ସ୍ୱଦର୍ଶନ ଚକ୍ରଧାରୀ ହେଉଛ । ତୁମମାନଙ୍କ ପାଖରେ ୮୪ ଜନ୍ମର ଅଥବା ସୃଷ୍ଟିଚକ୍ରର ଜ୍ଞାନ ରହିଛି । ସ୍ୱ ଅର୍ଥାତ୍ ଆତ୍ମା । ଆତ୍ମାଠାରେ ଏହି ଜ୍ଞାନ ଅଛି ଯେ ଏବେ ତୁମେମାନେ ସ୍ୱଦର୍ଶନ ଚକ୍ରଧାରୀ ହୋଇଛ । ମୁଁ ତୁମକୁ ଆତ୍ମିକ ସନ୍ତାନ, ସ୍ୱଦର୍ଶନ ଚକ୍ରଧାରୀ ବ୍ରାହ୍ମଣ କୁଳ ଭୁଷଣ କହିବି । ନୂଆ କେହି ଏ ଅକ୍ଷରର ଅର୍ଥ ବୁଝି ପାରିବେ ନାହିଁ । ଏହି ଅଳଙ୍କାର ତୁମକୁ ଦିଆଯାଉନାହିଁ କାହିଁକି ନା ତୁମମାନଙ୍କ ଭିତରୁ କେହି କେହି ପୁଣି ଛାଡି ଚାଲିଯାଉଛନ୍ତି । ଏବେ ତୁମ୍ଭ ବୁଦ୍ଧିରେ ୮୪ ଜନ୍ମର ଚକ୍ର ରହିଛି । ଏବେ ତୁମେ ଏକ ନମ୍ବରରେ ଯିବ । ପ୍ରଥମେ ଘରକୁ ଯାଇ ପୁଣି ଦେବତା ହେବ । ପୁଣି କ୍ଷତ୍ରିୟ, ବୈଶ୍ୟ, ଶୁଦ୍ର ହେବ । କେତେ ବୁଦ୍ଧିର କଥା ଅଟେ । ଏତିକି କଥା ମଧ୍ୟ କେହି ମନେ ପକାଇଲେ ଅହୋ ସୌଭାଗ୍ୟ । ଆଉ ଅଳ୍ପ ସମୟ ଅଛି ପୁଣି ଆମେ ସ୍ୱର୍ଗକୁ ଚାଲିଯିବୁ । ଶାସ୍ତ୍ରରେ ତ ବହୁତ ମିଥ୍ୟା କାହାଣୀମାନ ଲେଖିଦେଇଛନ୍ତି । କୃଷ୍ଣ ଯିଏକି ସମସ୍ତଙ୍କର ପ୍ରିୟ ଅଟନ୍ତି, ତାଙ୍କ ପାଇଁ ମଧ୍ୟ ଲେଖି ଦେଇଛନ୍ତି ଯେ ସର୍ପ ଦଂଶନ କଲା, ଏହା ହେଲା.... । କୃଷ୍ଣ ରାଧାଙ୍କଠାରୁ ମଧ୍ୟ ସମସ୍ତଙ୍କର ଅଧିକ ପ୍ରିୟ, କାହିଁକି ନା ସିଏ ମୁରଲୀ ବଜାଉଛନ୍ତି । ବାସ୍ତବରେ ଏହା ଜ୍ଞାନର କଥା । ତୁମେ ବର୍ତ୍ତମାନ ସମୟରେ ଜ୍ଞାନ-ଜ୍ଞାନେଶ୍ୱରୀ ହେଉଛ । ପୁଣି ପାଠ ପଢି ରାଜ-ରାଜେଶ୍ୱରୀ ହେଉଛ । ଏହା ହିଁ ତୁମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ଅଟେ । ଯଦି ତୁମକୁ କେହି ପଚାରୁଛନ୍ତି ଯେ ଏଠାକାର ଉଦ୍ଦେଶ୍ୟ କ’ଣ? ତାଙ୍କୁ କୁହ, ମନୁଷ୍ୟରୁ ଦେବତା ହେବା । ଆମେମାନେ ଦେବତା ଥିଲୁ । ୮୪ ଜନ୍ମ ପରେ ଶୂଦ୍ର ହେଲୁ, ଏବେ ପୁଣି ବ୍ରାହ୍ମଣ ହୋଇଛୁ, ପୁନର୍ବାର ଦେବତା ହେବୁ । ଆମକୁ ପଢାଇଲାବାଲା ଜ୍ଞାନର ସାଗର ପରମାତ୍ମା ଅଟନ୍ତି, ନା କି ଶ୍ରୀକୃଷ୍ଣ । ଏହି ରାଜଯୋଗ ଆଉ କେହି ବି ଶିଖାଇ ପାରିବେ ନାହିଁ । ତୁମେ କହୁଛ ବାବା ଆମେ କଳ୍ପ-କଳ୍ପ ଆସି ଆପଣଙ୍କଠାରୁ ରାଜ୍ୟ-ଭାଗ୍ୟ ନେଉଛୁ । ଏକଥା ମଧ୍ୟ ତୁମେମାନେ ହିଁ ଜାଣିଛ । ଏହି ମହାଭାରୀ ଲଢେଇ ଦ୍ୱାରା ହିଁ ସ୍ୱର୍ଗର ଦ୍ୱାର ଖୋଲିବ । ବାବା ଆସି ରାଜଯୋଗ ଶିଖାଉଛନ୍ତି, ତେବେ ନିଶ୍ଚୟ ସ୍ୱର୍ଗ ଦରକାର ନା । ସେଥିପାଇଁ ନର୍କ ସମାପ୍ତ ହେବା ଆବଶ୍ୟକ । ଏହି ମହାଭାରୀ ଲଢେଇ ଶାସ୍ତ୍ରରେ ଅଛି ।

(ବାବାଙ୍କର କାଶ ହେଲା) ଏହି କାଶ କାହାର ହେଉଛି? ଶିବବାବାଙ୍କର ନା ବ୍ରହ୍ମାବାବାଙ୍କର? (ବ୍ରହ୍ମାଙ୍କର) ଏହା କର୍ମଭୋଗ ଅଟେ । ଏହା ଅନ୍ତିମ ସମୟ ପର୍ଯ୍ୟନ୍ତ ରହିବ । ଯେତେବେଳେ ସମ୍ପୂର୍ଣ୍ଣ ହୋଇଯିବେ ପୁଣି ଏହି ଶରୀର ମଧ୍ୟ ରହିବ ନାହିଁ । ସେ ପର୍ଯ୍ୟନ୍ତ କିଛି ନା କିଛି ହୋଇ ଚାଲିବ, ଏହାକୁ କର୍ମଭୋଗ କୁହାଯାଏ । ସତ୍ୟଯୁଗରେ କର୍ମଭୋଗ ହୋଇ ନ ଥାଏ । ସେଠାରେ କୌଣସି ରୋଗ-ବ୍ୟାଧି ଆଦି ହୁଏ ନାହିଁ । ସଦା ସୁସ୍ଥ ଏବଂ ସମ୍ପତ୍ତିବାନ ହୋଇଥାଆନ୍ତି । ସର୍ବଦା ହର୍ଷିତ ରହିଥାଆନ୍ତି କାହିଁକି ନା ଏହି ସମ୍ପତ୍ତି ଅବିନାଶୀ ବାବାଙ୍କଠାରୁ ମିଳିଛି । ପୁଣି ଅଧାକଳ୍ପ ପରେ ଦୁଃଖ ଆରମ୍ଭ ହୋଇଥାଏ । ଯେତେବେଳେ ଭକ୍ତି ବ୍ୟଭିଚାରୀ ହୋଇଯାଇଥାଏ, ସେତେବେଳେ ଅଧିକ ଦୁଃଖ ମିଳିଥାଏ, ପୁଣି ତ୍ରାହି-ତ୍ରାହି କରିଥାନ୍ତି ଏବଂ ତା’ପରେ ବିନାଶ ହୋଇଥାଏ । ଏବେ ତୁମ୍ଭେମାନେ ସମ୍ମୁଖରେ ଶୁଣୁଛ, ତେଣୁ କେତେ ମଜା ଲାଗୁଛି । ଜାଣିଛ ଯେ ଇଏ ଆମର ସତ୍ୟ ପିତା, ସତ୍ୟ ଶିକ୍ଷକ ଓ ସତ୍ୟ ସଦ୍‌ଗୁରୁ ଅଟନ୍ତି । ଏହି ମହିମା ଏକମାତ୍ର ନିରାକାର ବାବାଙ୍କର ହିଁ ଅଟେ । ସିଏ ହେଉଛନ୍ତି ସର୍ବୋଚ୍ଚ ଭଗବାନ । ତୁମେ ସେହି ବାବାଙ୍କୁ ମନେ ପକାଅ ତେବେ ଉଚ୍ଚ ପଦ ପାଇ ପାରିବ । ଏଠାରେ କୌଣସି ସାଧୁ-ସନ୍ଥ, ମହାତ୍ମା ସିଂହାସନ ଉପରେ ବସୁ ନାହାଁନ୍ତି ବା ନିଜର ପାଦ ତଳେ କାହାକୁ ପଡିବାକୁ ଦେଉ ନାହାଁନ୍ତି । ବାବା କହୁଛନ୍ତି - ମୁଁ ତୁମର ଆଜ୍ଞାଧୀନ ସେବାଧାରୀ ଅଟେ । ମୋର ପାଦ କାହିଁ? ତୁମେ କାହା ପାଖରେ ମୁଣ୍ଡ ନୁଆଁଇବ? ବହୁତ ଗୁରୁଙ୍କ ନିକଟରେ ମୁଣ୍ଡ ନୁଆଁଇ ନୁଆଇଁ ତୁମର କପାଳ ଘୋରି ହୋଇଯାଇଛି । ଯାହା ସବୁ ଭକ୍ତିମାର୍ଗରେ ହୋଇଥାଏ, ତାହା ଜ୍ଞାନମାର୍ଗରେ ହୋଇପାରିବ ନାହିଁ । ଭକ୍ତିମାର୍ଗରେ କହିଥାନ୍ତି ହେ ରାମ... ବାବା କହୁଛନ୍ତି ଏଠାରେ କୌଣସି ଆକୁଳ ଚିତ୍କାର କରିବାର ନାହିଁ । ନିଜକୁ ଆତ୍ମା ଭାବି ଗୁପ୍ତ ବାବାଙ୍କୁ ମନେ ପକାଇବାକୁ ହେବ । ହେ ଶିବ.... ମଧ୍ୟ କହିବାର ନାହିଁ । ତୁମକୁ ବାଣୀରୁ ଉର୍ଦ୍ଧ୍ୱକୁ ଯିବାକୁ ହେବ । ପିଲାମାନଙ୍କ ବୁଦ୍ଧିରେ ବାବାଙ୍କର ୟାଦ ରହିଥାଏ । ଆତ୍ମା ଜାଣିଛି ଯେ ଇଏ ଆମର ବାବା ଅଟନ୍ତି । ତୁମେମାନଙ୍କୁ ଗୁପ୍ତରେ ବାବାଙ୍କୁ ମନେ ପକାଇବାକୁ ହେବ, ଏହାକୁ ଅଜପା ୟାଦ କୁହାଯାଇଥାଏ । ଏଥିରେ କୌଣସି ଜପ କରିବାର ନାହିଁ । ମାଳାକୁ ଭିତରେ ଭିତରେ ଗଡାଅ ବା ବାହାରେ ଗଡାଅ । ଏକା କଥା । ଭିତରେ ଅର୍ଥାତ୍ (କୋଥଳି ଭିତରେ) ମାଳା ଗଡାଇବା କୌଣସି ଗୁପ୍ତ କଥା ନୁହେଁ । ଗୁପ୍ତ କଥା ହେଉଛି - ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଇବା । ସିଏ ହେଉଛନ୍ତି ଶିବବାବା ଇଏ ପ୍ରଜାପିତା ବ୍ରହ୍ମା । ତୁମକୁ ଦୁଇଟି ଇଞ୍ଜିନ ମିଳିଛି, ଶୃଙ୍ଗାର କରିବା ପାଇଁ । ଏହାଙ୍କର ଆତ୍ମା ମଧ୍ୟ ଶୃଙ୍ଗାରିତ ହେଉଛି । ପୁଣି ସମସ୍ତେ ନିଜର ବାପାଙ୍କ ଘରକୁ ଚାଲିଯିବେ । ସେଠାରୁ ପୁଣି ଶ୍ୱଶୁର ଘର ବିଷ୍ଣୁପୁରୀକୁ ଆସିବେ । ଏହା ହେଉଛି ଡବଲ ବାପଘର, ଅଲୌକିକ ଓ ଲୌକିକ, ତାହା ହେଲା ପାରଲୌକିକ । ଦୁନିଆରେ ହେଲା ଲୌକିକ ଏବଂ ପରମଧାମ ହେଲା ପାରଲୌକିକ ଘର । ଏହି ଅଲୌକିକ ପିତାଙ୍କୁ କେହି ଜାଣିନାହାଁନ୍ତି ତେଣୁ ପଚାରିଥା’ନ୍ତି ଯେ ଏହି ଦାଦାଙ୍କୁ କାହିଁକି ଏଠାରେ ବସାଇଛ । ଏକଥା କାହାକୁ ଜଣା ନାହିଁ ଯେ ଏହି ଶରୀର ଦ୍ୱାରା ପରମାତ୍ମା ପାଠ ପଢାଉଛନ୍ତି । ଇଏ ବହୁତ ଜନ୍ମର ଶେଷ ସମୟରେ ପୂଜ୍ୟରୁ ପୂଜାରୀ ହୋଇଛନ୍ତି । ରାଜାରୁ ରଙ୍କ ଅର୍ଥାତ୍ ଦରିଦ୍ର ହୋଇଯାଇଛନ୍ତି । ବାବା ବୁଝାଉଛନ୍ତି - ଏହି ଶରୀରରେ ମୁଁ ପ୍ରବେଶ କରୁଛି । ତଥାପି କାହାରି ବୁଦ୍ଧିରେ ରହୁନାହିଁ । ମନ୍ଦିରରେ ବୃଷଭ ରଖି ଦେଇଛନ୍ତି । ଶଙ୍କର ତ ସୂକ୍ଷ୍ମବତନବାସୀ ଅଟନ୍ତି । ସୂକ୍ଷ୍ମବତନରେ ବୃଷଭ ଆଦି ତ ନ ଥାଏ । ବୃଷଭ ଅର୍ଥାତ୍ ମେଲ୍ ଅଥବା ପୁରୁଷ । ଭାଗୀରଥଙ୍କୁ ମେଲ୍ ଅର୍ଥାତ୍ ପୁରୁଷ ଦେଖାଇଛନ୍ତି । ମନୁଷ୍ୟମାନେ ତ ସମ୍ପୂର୍ଣ୍ଣ ଅଜ୍ଞାନୀ ହୋଇ ଯାଇଛନ୍ତି । ବାବା କହୁଛନ୍ତି - ରାବଣ ଅଜ୍ଞାନୀ କରିଦେଇଛି । ନିଜେ କହୁଛନ୍ତି ଯେ ଆମକୁ ରାମରାଜ୍ୟ ଦରକାର । ଏତେ ରାମରାଜ୍ୟ ତ ସତ୍ୟଯୁଗରେ ହେବ । କଳିଯୁଗରେ ହେଉଛି ରାବଣ ରାଜ୍ୟ । ରାମ ଏବଂ ରାବଣ ଭାରତରେ ହୋଇଥା’ନ୍ତି । ଶିବଜୟନ୍ତୀ ମଧ୍ୟ ଭାରତରେ ପାଳନ କରୁଛନ୍ତି, ରାବଣ ଜୟନ୍ତୀ କେବେ ହେଲେ ପାଳନ କରୁନାହାଁନ୍ତି କାରଣ ରାବଣ ଶତ୍ରୁ ଅଟେ । ଯେଉଁମାନେ ସୁଖ ଦେଇଥାନ୍ତି ତାଙ୍କର ଜୟନ୍ତୀ ପାଳନ କରାଯାଇଥାଏ । ଏବେ ଶିବବାବା ଆସି ଜ୍ଞାନ ଶୁଣାଇ ରାବଣ ଉପରେ ବିଜୟ ପ୍ରାପ୍ତ କରାଉଛନ୍ତି । ଏବେ ତୁମେମାନେ ଜାଣିଛ ଯେ ରାବଣ କିଏ ! କେବେ ଆସିଥାଏ? ସଠିକ୍ ହିସାବ କୁହାଯାଉଛି । ଏହି କଥାକୁ ଭଲ ଭାବରେ ଧାରଣ କର । ଭୁଲିଯାଅ ନାହିଁ । ତୁମେମାନେ ଜ୍ଞାନ ସାଗରଙ୍କ ପାଖକୁ ବାଦଲ ରୂପେ ଆସିଛ । ତେଣୁ ଜ୍ଞାନ ଭରିକରି ବର୍ଷା କରିବାକୁ ହେବ, ଧାରଣା ମଧ୍ୟ ବହୁତ ଭଲ ହେବା ଦରକାର । ଏଠାରେ ତୁମେ ସମ୍ମୁଖରେ ବସିଛ । ଅନୁଭବ ହେଉଛି ଯେ ଆମେ ଅବିନାଶୀ ବାବାଙ୍କ ସମ୍ମୁଖରେ, ଘରେ ବସିଛୁ । ଏଠାରେ ବ୍ରାହ୍ମଣ କୁଳ ଭୁଷଣ ମଧ୍ୟ ଅଛନ୍ତି । ମମ୍ମା ବାବା ମଧ୍ୟ ଅଛନ୍ତି । ବାବା ଆମକୁ ଶିକ୍ଷକ ରୂପରେ ପାଠ ପଢାଉଛନ୍ତି । ପୁଣି ସତଗୁରୁ ରୂପରେ ସାଥିରେ ନେଇଯିବେ । ହଦର ଗୁରୁମାନେ ସାଥିରେ ଘରକୁ ନେଇପାରିବେ ନାହିଁ । ଗୁରୁଙ୍କର କାମ ହେଉଛି ଅନୁଗାମୀମାନଙ୍କୁ ସାଥିରେ ନେଇଯିବା । ବାସ୍ତବରେ ସେମାନେ ଅନୁଗାମୀ ମଧ୍ୟ ନୁହଁନ୍ତି । ସେମାନେ ସନ୍ନ୍ୟାସୀ, ଏମାନେ ଗୃହସ୍ଥୀ ତେବେ ଅନୁଗାମୀ କିପରି ହେଲେ । ତୁମେ ଶିବବାବାଙ୍କୁ ଅନୁସରଣ କରୁଛ, ପୁଣି ବ୍ରହ୍ମାବାବାଙ୍କୁ ମଧ୍ୟ ଅନୁସରଣ କରୁଛ । ଯେପରି ଇଏ ପ୍ରସ୍ତୁତ ହେଉଛନ୍ତି, ସେହିପରି ତୁମେ ମଧ୍ୟ ହେଉଛ । ଆମେ ଆତ୍ମାମାନେ ପବିତ୍ର ହୋଇ ବାବାଙ୍କ ନିକଟକୁ ଚାଲିଯିବୁ । ବାବା କହୁଛନ୍ତି ମୋତେ ହିଁ କେବଳ ମନେ ପକାଅ । ବାସ୍ତବରେ ତୁମେମାନେ ସତ୍ୟ ଅନୁଗାମୀ ଅଟ ।

ବାବା କହୁଛନ୍ତି - ମୁଁ ଆସିଛି ତୁମକୁ ନେଇଯିବା ପାଇଁ । ଏବେ ତୁମେ ଜ୍ଞାନ-ଚିତାରେ ବସ, ତେବେ ତୁମକୁ ନେଇଯିବି । ସତ୍ୟଯୁଗରେ ଲକ୍ଷ୍ମୀ-ନାରାୟଣଙ୍କର ରାଜ୍ୟ ଥିଲା, ସେହି ସମୟରେ ଅନ୍ୟ ସବୁ ଧର୍ମର ଆତ୍ମା ଶାନ୍ତିଧାମରେ ଥିଲେ । ଏହି କଥା ବହୁତ ସହଜ ଅଟେ । ବର୍ତ୍ତମାନ ବାବାଙ୍କର ଅନୁଗାମୀ ହୁଅ । ତୁମେ ଯେତେ ପବିତ୍ର ହେବ, ସେତେ ଭଲ ପଦ ପାଇବ, ନଚେତ୍ ଦଣ୍ଡ ଭୋଗ କରିବାକୁ ପଡିବ । ଯିବାକୁ ତ ନିଶ୍ଚୟ ପଡିବ କାହିଁକି ନା ୨୧ ଜନ୍ମର ସମ୍ପତ୍ତି ମିଳୁଛି, ତେବେ କାହିଁକି ପରିଶ୍ରମ ନ କରିବ । ଯଦି ଏବେ ପରିଶ୍ରମ ନ କରିବ ତେବେ କଳ୍ପ-କଳ୍ପାନ୍ତର କରିପାରିବ ନାହିଁ । ପୁଣି ଉଚ୍ଚ ପଦ କିପରି ପାଇବ । ଏହା ବହୁତ ବଡ ବେହଦ ଶ୍ରେଣୀର ପାଠପଢା ଅଟେ । ଏଠାରେ ଗୋଟିଏ ପରୀକ୍ଷା ହେବ । ମନୁଷ୍ୟରୁ ଦେବତା ହେବାକୁ ପଡିବ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ଏକମାତ୍ର ବାବାଙ୍କର ବାସ୍ତବ ଓ ସତ୍ୟ ଅନୁଗାମୀ ହୋଇ ସମ୍ପୂର୍ଣ୍ଣ ପବିତ୍ର ହେବାକୁ ପଡିବ । ୨୧ ଜନ୍ମର ସମ୍ପତ୍ତି ପାଇବା ପାଇଁ ପୁରୁଷାର୍ଥ କରିବାକୁ ହେବ ।

(୨) ମୁଖରେ “ହେ ଶିବବାବା” ମଧ୍ୟ କହିବାର ନାହିଁ । ବାଣୀରୁ ଉର୍ଦ୍ଧ୍ୱକୁ ଯିବାକୁ ହେବ । ନିଜକୁ ଆତ୍ମା ମନେ କରି ଅନ୍ତରର ସହିତ ବାବାଙ୍କୁ ମନେ ପକାଇବାକୁ ହେବ ।

ବରଦାନ:-
ସର୍ବଦା ନିଜର ରାଜକୀୟ କୁଳର ସ୍ମୃତି ଦ୍ୱାରା ଉଚ୍ଚ ସ୍ଥିତିରେ ରହୁଥିବା ଗୁଣମୂରତ ଭବ ।

ଯେଉଁମାନେ ରାଜକୀୟ କୁଳର ଆତ୍ମା ହୋଇଥାଆନ୍ତି ସେମାନେ କେବେ ବି ମାଟି ଉପରେ ବା ତଳେ ପାଦ ରଖନ୍ତି ନାହିଁ । ଏଠାରେ ଦେହ-ଅଭିମାନ ମାଟି ସଦୃଶ ଅଟେ, ଏହି ମାଟିଠାରୁ ସର୍ବଦା ଦୂରେଇ ରୁହ, ତଳକୁ ଆସ ନାହିଁ । ସର୍ବଦା ସ୍ମୃତିରେ ରହୁ ଯେ ମୁଁ ଉଚ୍ଚରୁ ଉଚ୍ଚ ପିତାଙ୍କର ରାଜକୀୟ କୁଳର, ଉଚ୍ଚ ସ୍ଥିତିବାଲା ସନ୍ତାନ ଅଟେ, ଯାହାଦ୍ୱାରା ଦୃଷ୍ଟି ତଳକୁ ଯିବ ନାହିଁ । ସର୍ବଦା ନିଜକୁ ଗୁଣମୂରତ ରୂପରେ ଦେଖିବା ସହିତ ଉଚ୍ଚ ସ୍ଥିତିରେ ସ୍ଥିତ ହୋଇ ରୁହ । ନିଜର ଦୁର୍ବଳତାଗୁଡିକୁ ଦେଖିବା ସହିତ ସେଗୁଡିକୁ ସମାପ୍ତ କରିଚାଲ । ଯଦି ତା’କୁ ବାରମ୍ବାର ଚିନ୍ତା କରିବ, ତେବେ ତାହା ସ୍ଥାୟୀ ହୋଇଯିବ ।

ସ୍ଲୋଗାନ:-
ରାଜକୀୟ ଆତ୍ମା ସିଏ ଯିଏ ନିଜର ହର୍ଷିତମୁଖ ଦ୍ୱାରା ପବିତ୍ରତା ରୂପକ ରାଜକୀୟତାର ଅନୁଭବ କରାଉଥିବ ।

ଅବ୍ୟକ୍ତ ଈଶାରା:- ବ୍ରହ୍ମାବାବାଙ୍କ ସମାନ ସମ୍ପନ୍ନ ଏବଂ ସମ୍ପୂର୍ଣ୍ଣ ସ୍ଥିତିର ଅନୁଭବ କର ।

ଯେତେବେଳେ ସ୍ଥୂଳ ଏବଂ ସୂକ୍ଷ୍ମ ଦୁଇଟିଯାକର ଅନ୍ତର ସମାପ୍ତ ହୋଇଯିବ ସେତେବେଳେ ଯାଇ ସମ୍ପୂର୍ଣ୍ଣ ସ୍ଥିତିର ନିକଟକୁ ଆସିବ । ଏହି ବ୍ୟକ୍ତ ଦେଶ ଅବ୍ୟକ୍ତ ଦେଶ ହୋଇଯିବ । ଯେପରି ବାପଦାଦା ବ୍ୟକ୍ତକୁ ଆସୁଛନ୍ତି ପୁଣି ବି ଅବ୍ୟକ୍ତ ସ୍ୱରୂପର, ଅବ୍ୟକ୍ତ ଦେଶର ଅବ୍ୟକ୍ତ ପ୍ରବାହରେ ରହୁଛନ୍ତି । ତାହା ହିଁ ପିଲାମାନଙ୍କୁ ଅନୁଭବ କରାଉଛନ୍ତି, ତେଣୁ ତୁମେମାନେ ମଧ୍ୟ ନିଜର ଅବ୍ୟକ୍ତ ସ୍ଥିତିର ଅନୁଭବ ଅନ୍ୟମାନଙ୍କୁ କରାଅ ।