14.04.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଏହି
ସୁଖ ଏବଂ ଦୁଃଖର ଖେଳକୁ ତୁମେମାନେ ହିଁ ଜାଣୁଛ, ଅଧାକଳ୍ପ ସୁଖ ଏବଂ ଅଧାକଳ୍ପ ଦୁଃଖ, ବାବା ଦୁଃଖ
ହରଣ କରି ସୁଖ ଦେବାକୁ ଆସିଛନ୍ତି ।”
ପ୍ରଶ୍ନ:-
କେହି କେହି
ପିଲାମାନେ କେଉଁ କଥାରେ ନିଜର ମନକୁ ଖୁସି କରି ଦେଉଛନ୍ତି ଏବଂ ନିଜକୁ ମିୟାଁ ମିଠୁ ଅର୍ଥାତ୍
ବହୁତ ଜ୍ଞାନୀ ମନେ କରୁଛନ୍ତି?
ଉତ୍ତର:-
କେହି କେହି ଭାବୁଛନ୍ତି ଆମେ ସମ୍ପୂର୍ଣ୍ଣ ହୋଇଗଲୁ, ସ୍ୱର୍ଗ ଦୁନିଆ ପାଇଁ ପ୍ରସ୍ତୁତ ହୋଇଗଲୁ ।
ଏପରି ଭାବି ନିଜର ମନକୁ ଖୁସି କରିଦେଉଛନ୍ତି । ଏହାକୁ ହିଁ କୁହାଯାଉଛି ମିୟାଁ ମିଠୁ ହେବା । ବାବା
କହୁଛନ୍ତି ମଧୁର ସନ୍ତାନମାନେ ଏବେ ତୁମକୁ ବହୁତ ପୁରୁଷାର୍ଥ କରିବାକୁ ହେବ । ଯେତେବେଳେ ତୁମେମାନେ
ପବିତ୍ର ହୋଇଯିବ, ସେତେବେଳେ ତୁମମାନଙ୍କ ପାଇଁ ପବିତ୍ର ଦୁନିଆ ଆବଶ୍ୟକ ହେବ । ଯେହେତୁ ଭବିଷ୍ୟତ
ରାଜଧାନୀର ସ୍ଥାପନା ହେଉଛି, ତେବେ ସେଠାକୁ କେହି ଏକା ଏକା ତ ଯାଇପାରିବେ ନାହିଁ ।
ଗୀତ:-
ତୁହ୍ମି ହୋ ମାତା,
ତୁହ୍ମି ପିତା ହୋ...
ଓମ୍ ଶାନ୍ତି ।
ବର୍ତ୍ତମାନ
ତୁମମାନଙ୍କୁ ନିଜର ପରିଚୟ ମିଳୁଛି । ବାବା ମଧ୍ୟ କହୁଛନ୍ତି, ଆମେ ସମସ୍ତେ ଆତ୍ମା ଏବଂ ସମସ୍ତେ
ମନୁଷ୍ୟ ହିଁ ଅଟୁ । ବଡ ହୁଅନ୍ତୁ ବା ଛୋଟ, ପ୍ରେସିଡେଣ୍ଟ ହୁଅନ୍ତୁ ବା ରାଜା-ରାଣୀ ସମସ୍ତେ
ମନୁଷ୍ୟ ଅଟନ୍ତି । କିନ୍ତୁ ଏବେ ବାବା କହୁଛନ୍ତି - ତୁମେ ସମସ୍ତେ ଆତ୍ମା ଅଟ, ମୁଁ ସମସ୍ତ
ଆତ୍ମାମାନଙ୍କର ପିତା ସେଥିପାଇଁ ମୋତେ କହୁଛନ୍ତି ପରମପିତା ପରମ ଆତ୍ମା ଅର୍ଥାତ୍ ସୁପ୍ରିମ ।
ପିଲାମାନେ ଜାଣିଛନ୍ତି ଆମ ଆତ୍ମାମାନଙ୍କର ସିଏ ହେଲେ ପିତା, ତେଣୁ ଆମେ ସମସ୍ତେ ପରସ୍ପର ଭାଇ-ଭାଇ
। ପୁଣି ବ୍ରହ୍ମାଙ୍କ ଦ୍ୱାରା ଆମେ ପରସ୍ପର ଭାଇ-ଭଉଣୀ ହେଉଛୁ ଯାହାଙ୍କର ଉଚ୍ଚ ନୀଚ କୁଳ ହୋଇଥାଏ
। ଆତ୍ମାମାନେ ତ ସବୁ ଆତ୍ମା ହିଁ ଅଟନ୍ତି । ଏକଥା ମଧ୍ୟ ତୁମେମାନେ ଏବେ ବୁଝୁଛ । ଏହି କଥାକୁ
ମନୁଷ୍ୟମାନେ କିଛି ହେଲେ ବୁଝି ନାହାଁନ୍ତି । ତୁମକୁ ବାବା ବୁଝାଉଛନ୍ତି - କିନ୍ତୁ ସେହି
ବାବାଙ୍କୁ କେହି ଜାଣିନାହାଁନ୍ତି । ମନୁଷ୍ୟମାନେ ଗାୟନ କରୁଛନ୍ତି - ହେ ଭଗବାନ, ହେ ମାତା-ପିତା,
କାହିଁକି ନା ଉଚ୍ଚରୁ ଉଚ୍ଚ ତ’ କେବଳ ଜଣେ ହିଁ ଅଟନ୍ତି ନା । ସେ ହେଉଛନ୍ତି ସମସ୍ତଙ୍କର ପିତା,
ସମସ୍ତଙ୍କର ସୁଖଦାତା । ସୁଖ ଏବଂ ଦୁଃଖର ଖେଳକୁ ମଧ୍ୟ ତୁମେ ଜାଣିଛ । କିନ୍ତୁ ମନୁଷ୍ୟମାନେ
ଭାବୁଛନ୍ତି ଯେ, ଏବେ ଏବେ ସୁଖ ଅଛି ଏବେ ଏବେ ପୁଣି ଦୁଃଖ ହେଉଛି । ମନୁଷ୍ୟମାନେ ଏକଥା
ବୁଝିପାରୁନାହାଁନ୍ତି ଯେ ଅଧାକଳ୍ପ ସୁଖ, ଅଧାକଳ୍ପ ଦୁଃଖ ରହିଛି । ବୁଦ୍ଧି ସତ୍ତ୍ୱପ୍ରଧାନ ସତ୍ତ୍ୱ,
ରଜୋ, ତମୋ ହେଉଛି ନା । ଶାନ୍ତିଧାମରେ ଆତ୍ମାମାନେ ସଚ୍ଚା ସୁନା ହୋଇ ରହିଥାନ୍ତି । ସେଠାରେ
ଆତ୍ମାରେ କୌଣସି ଖାଦ ନଥାଏ । ଯଦିଓ ଆତ୍ମାରେ ନିଜ ନିଜର ପାର୍ଟ ଭରି ରହିଥାଏ କିନ୍ତୁ ଆତ୍ମାମାନେ
ସବୁ ପବିତ୍ର ଥାଆନ୍ତି । ଅପବିତ୍ର ଆତ୍ମା ସେଠାରେ ରହିପାରିବେ ନାହିଁ । ବର୍ତ୍ତମାନ କୌଣସି
ପବିତ୍ର ଆତ୍ମା ଏଠାରେ ରହିପାରିବେ ନାହିଁ । ତୁମେ ବ୍ରାହ୍ମଣ କୁଳ ଭୂଷଣ ମଧ୍ୟ ଏବେ ପବିତ୍ର ହେଉଛ
। ତେଣୁ ତୁମେ ଏବେ ନିଜକୁ ଦେବତା କହିପାରିବ ନାହିଁ । ସେମାନେ (ଦେବୀ ଦେବତାମାନେ) ହେଲେ
ସମ୍ପୂର୍ଣ୍ଣ ନିର୍ବିକାରୀ । କିନ୍ତୁ ତୁମକୁ ସମ୍ପୂର୍ଣ୍ଣ ନିର୍ବିକାରୀ କୁହାଯିବ ନାହିଁ ।
ଶଙ୍କରାଚାର୍ଯ୍ୟ ହୁଅନ୍ତୁ ଅଥବା ଯେ କେହି ବି ହୁଅନ୍ତୁ ଦେବତାମାନଙ୍କ ବ୍ୟତୀତ ଆଉ କାହାକୁ
ସମ୍ପୂର୍ଣ୍ଣ ନିର୍ବିକାରୀ କୁହାଯାଇପାରିବ ନାହିଁ । ଏହି କଥା କେବଳ ଜ୍ଞାନ ସାଗରଙ୍କ ମୁଖରୁ
ତୁମେମାନେ ହିଁ ଶୁଣୁଛ । ଏକଥା ମଧ୍ୟ ଜାଣିଛ ଜ୍ଞାନ ସାଗର ଥରେ ମାତ୍ର ସୃଷ୍ଟିକୁ ଆସୁଛନ୍ତି ।
କିନ୍ତୁ ମନୁଷ୍ୟମାନେ ପୁନର୍ଜନ୍ମ ନେଇ ନେଇ ଆସୁଛନ୍ତି । କେହି ଜ୍ଞାନ ଶୁଣି, ସଂସ୍କାର ନେଇ
ଯାଉଛନ୍ତି, ପୁଣି ଆସି ଏଠାରେ ଜ୍ଞାନ ଶୁଣୁଛନ୍ତି । ଧରିନିଅ କେହି କେହି ୬-୮ ବର୍ଷର ଜ୍ଞାନୀ
ହୋଇଥିଲେ ମଧ୍ୟ ତାଙ୍କ ଭିତରେ ବହୁତ ଭଲ ଜ୍ଞାନ ଆସିଯାଏ । ଆତ୍ମା ତ ଗୋଟିଏ ନା! ତେଣୁ ଜ୍ଞାନ
ଶୁଣିବାକୁ ତାଙ୍କୁ ଭଲ ଲାଗିଥାଏ । ଆତ୍ମା ବୁଝିପାରେ ଯେ ମୋତେ ପୁନର୍ବାର ବାବାଙ୍କର ଜ୍ଞାନ
ମିଳୁଛି । ତା ଭିତରେ ଖୁସି ରହିଥାଏ, ଅନ୍ୟକୁ ମଧ୍ୟ ଶିଖାଇବାରେ ଲାଗିପଡନ୍ତି । ସେମାନେ ବହୁତ
ଫୁର୍ତ୍ତି ହୋଇଯାଆନ୍ତି । ଯେପରି ସୈନିକମାନଙ୍କର ଯୁଦ୍ଧର ସଂସ୍କାର ଥାଏ ତେଣୁ ଛୋଟ ବୟସରୁ ସେହି
କାମରେ ଖୁସିରେ ଲାଗିଯା’ନ୍ତି । ଏବେ ତୁମମାନଙ୍କୁ ମଧ୍ୟ ପୁରୁଷାର୍ଥ କରି ନୂଆ ଦୁନିଆର ମାଲିକ
ହେବାକୁ ପଡିବ । ସମସ୍ତଙ୍କୁ ବୁଝାଇପାରିବ ଯେ ତୁମେମାନେ ମଧ୍ୟ ନୂଆ ଦୁନିଆର ମାଲିକ ହୋଇପାରିବ
ଅଥବା ଶାନ୍ତିଧାମର ମାଲିକ ହୋଇପାରିବ । ଶାନ୍ତିଧାମ ହେଉଛି ତୁମ ଆତ୍ମାମାନଙ୍କ ଘର । ଯେଉଁଠାରୁ
ତୁମେ ସବୁ ଏଠାକୁ ଅଭିନୟ କରିବାକୁ ଆସିଛ । ଏକଥା ମଧ୍ୟ କେହି ଜାଣି ନାହାଁନ୍ତି କାହଁକି ନା ଆତ୍ମା
ବିଷୟରେ କାହାକୁ କିଛି ଜଣା ନାହିଁ । ତୁମେମାନେ ମଧ୍ୟ ପୂର୍ବରୁ ଏକଥା ଜାଣିନଥିଲ ଯେ, ଆମେ
ନିରାକାରୀ ଦୁନିଆରୁ ଏଠାକୁ ଆସିଛୁ । ଆମେ ଆତ୍ମାମାନେ ସୂକ୍ଷ୍ମ ବିନ୍ଦୁ ଅଟୁ । ଯଦିଓ
ସନ୍ନ୍ୟାସୀମାନେ କହୁଛନ୍ତି ଭ୍ରୁକୁଟୀ ମଧ୍ୟରେ ଆତ୍ମା ତାରା ରହୁଛି ତଥାପି ବୁଦ୍ଧିରେ ବଡ ରୂପ
ଆସିଯାଉଛି । ଶାଳଗ୍ରାମ କହିବା ଦ୍ୱାରା ବଡ ରୂପ ବୋଲି ଭାବି ନେଇଛନ୍ତି । ଆତ୍ମା ଶାଳଗ୍ରାମ ଅଟେ
। ଯଜ୍ଞ ରଚନା କଲେ ସେଥିରେ ମଧ୍ୟ ବଡ-ବଡ ଶାଳଗ୍ରାମ ତିଆରି କରି ରଖିଥା’ନ୍ତି । ତେଣୁ ପୂଜା ସମୟରେ
ଶାଳଗ୍ରାମର ବଡ ରୂପ ହିଁ ବୁଦ୍ଧିରେ ରହିଥାଏ । ବାବା କହୁଛନ୍ତି ଏସବୁ ହେଲା ଅଜ୍ଞାନ । ଏହି
ଜ୍ଞାନ କେବଳ ମୁଁ ହିଁ ଶୁଣାଉଛି, ସାରା ଦୁନିଆରେ ଅନ୍ୟ କେହି ବି ଏହି ଜ୍ଞାନ ଶୁଣାଇପାରିବେ ନାହିଁ
। ଏକଥା କେହି ବୁଝାଉ ନାହାଁନ୍ତି ଯେ ଆତ୍ମା ସଦୃଶ ପରମାତ୍ମା ମଧ୍ୟ ବିନ୍ଦୁ ଅଟନ୍ତି । ସେମାନେ
ଅଖଣ୍ଡ ଜ୍ୟୋତି ସ୍ୱରୂପ, ବ୍ରହ୍ମ ବୋଲି କହିଦେଉଛନ୍ତି । ବ୍ରହ୍ମକୁ ଭଗବାନ ଭାବି ନେଉଛନ୍ତି, ପୁଣି
ନିଜକୁ ମଧ୍ୟ ଭଗବାନ ବୋଲି କହିଦେଉଛନ୍ତି, କହୁଛନ୍ତି ଆମେ ଏଠାରେ ଅଭିନୟ କରିବା ପାଇଁ ଛୋଟ
ଆତ୍ମାର ରୂପ ଧାରଣ କରୁଛୁ । ପୁଣି ବଡ ଜ୍ୟୋତିରେ ଲୀନ ହୋଇଯିବୁ । ଲୀନ ହୋଇଗଲେ ପୁଣି କ’ଣ ହେବ!
ତେବେ ପୁଣି ପାର୍ଟ ମଧ୍ୟ ବିନାଶ ହୋଇଯିବ । ଏହା କେତେ ବଡ ଭୁଲ୍ ହୋଇଯାଉଛି ।
ଏବେ ବାବା ଆସି
ସେକେଣ୍ଡରେ ପିଲାମାନଙ୍କୁ ଜୀବନମୁକ୍ତି ଦେଉଛନ୍ତି ପୁଣି ଅଧାକଳ୍ପ ପରେ ସିଡିରେ ତଳକୁ ଖସି ଖସି
ଜୀବନ ବନ୍ଧନରେ ଆସୁଛନ୍ତି । ପୁଣି ବାବା ବର୍ତ୍ତମାନ ଆସି ଜୀବନମୁକ୍ତ କରୁଛନ୍ତି, ସେଥିପାଇଁ
ତାଙ୍କୁ ସମସ୍ତଙ୍କର ସଦ୍ଗତି ଦାତା କୁହାଯାଉଛି । ତେଣୁ ଯିଏ ପତିତ-ପାବନ ତାଙ୍କୁ ମନେପକାଇବାକୁ
ହେବ, କାରଣ ତାଙ୍କ ଦ୍ୱାରା ହିଁ ତୁମେ ପବିତ୍ର ହେବ । ନଚେତ୍ ପବିତ୍ର ହୋଇପାରିବ ନାହିଁ । ଉଚ୍ଚରୁ
ଉଚ୍ଚ ହେଉଛନ୍ତି ଏକମାତ୍ର ବାବା । କେତେକ ସନ୍ତାନ ଭାବୁଛନ୍ତି ଆମେ ସମ୍ପୂର୍ଣ୍ଣ ହୋଇଗଲୁ । ଆମେ
ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଗଲୁ । ଏପରି ଭାବି ନିଜର ମନକୁ ଖୁସି କରୁଛନ୍ତି । ଏହା ମଧ୍ୟ
ହେଉଛି ମିୟାଁ ମିଠୁ (ନିଜର ବଡେଇ କରିବା) ହେବା । ବାବା କହୁଛନ୍ତି ମଧୁରସନ୍ତାନମାନେ, ଏବେ
ତୁମମାନଙ୍କୁ ବହୁତ ପୁରୁଷାର୍ଥ କରିବାକୁ ବେହ । ପବିତ୍ର ହୋଇଗଲେ ପୁଣି ତୁମମାନଙ୍କ ପାଇଁ ଦୁନିଆ
ମଧ୍ୟ ପବିତ୍ର ଆବଶ୍ୟକ । ବର୍ତ୍ତମାନ କେହି ଜଣେ ହେଲେ ସେଠାକୁ ଯାଇପାରିବେ ନାହିଁ । କେହି କେତେ
ବି ଚେଷ୍ଟା କରନ୍ତୁ ଯେ ଆମେ ଶୀଘ୍ର କର୍ମାତୀତ ହୋଇଯିବୁ - କିନ୍ତୁ ହେବେ ନାହିଁ । ଏବେ ରାଜଧାନୀ
ସ୍ଥାପନ ହେଉଛି । କୌଣସି ବି ବିଦ୍ୟାର୍ଥୀ ପାଠପଢାରେ ଯେତେ ଯୋଗ୍ୟ ହେଲେ ମଧ୍ୟ ପରୀକ୍ଷା ଉଚିତ୍
ସମୟରେ ହେବ ନା । ପରୀକ୍ଷା ତ’ ଜଲ୍ଦି ହୋଇପାରିବ ନାହିଁ । ଏହା ମଧ୍ୟ ସେହିପରି ଅଟେ । ଯେତେବେଳେ
ସମୟ ଆସିବ ସେତେବେଳେ ତୁମମାନଙ୍କର ପାଠପଢାର ଫଳାଫଳ ବାହାରିବ । ଯେତେ ଭଲ ପୁରୁଷାର୍ଥ ହେଲେ ମଧ୍ୟ,
ଏପରି କେହି କହିପାରିବେ ନାହିଁ ଯେ - ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ । ନାଁ, ୧୬ କଳା
ସମ୍ପୂର୍ଣ୍ଣ ଏବେ କେହି ହୋଇପାରିବେ ନାହିଁ । ସେଥିପାଇଁ ବହୁତ ପୁରୁଷାର୍ଥ କରିବାକୁ ହେବ । ନିଜ
ମନକୁ କେବଳ ଖୁସି କର ନାହିଁ ଯେ ଆମେ ସମ୍ପୂର୍ଣ୍ଣ ହୋଇଗଲୁ । ନା । ତୁମମାନଙ୍କୁ ଶେଷ ସମୟରେ ହିଁ
ସମ୍ପୂର୍ଣ୍ଣ ହେବାକୁ ପଡିବ । ତେଣୁ ମିୟାଁ ମିଠୁ ହେବା ଉଚିତ୍ ନୁହେଁ । ଏହିଠାରେ ହିଁ ସାରା
ରାଜଧାନୀ ସ୍ଥାପନ ହେବ । ହଁ ଏତିକି ବୁଝୁଛନ୍ତି ବାକି ଅଳ୍ପ ସମୟ ରହିଛି । ମୁସଳ (କ୍ଷେପଣାସ୍ତ୍ର)
ମଧ୍ୟ ବାହାରିଗଲାଣି । ଏହାକୁ ତିଆରି କରିବା ପାଇଁ ପ୍ରଥମେ ସମୟ ଲାଗିଥାଏ ପୁଣି ଅଭ୍ୟାସ ହୋଇଗଲେ
ତୁରନ୍ତ ତିଆରି କରିଥା’ନ୍ତି । ଏସବୁ ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ ରହିଛି । ବିନାଶ ନିମନ୍ତେ ବୋମା
ତିଆରି କରୁଛନ୍ତି । ଗୀତାରେ ମଧ୍ୟ ମୁସଳ ଶବ୍ଦ ରହିଛି । ଶାସ୍ତ୍ରରେ ପୁଣି ଲେଖି ଦେଇଛନ୍ତି ପେଟରୁ
ଲୁହା ବାହାରିଲା, ଏପରି ହେଲା, ଏସବୁ ମିଛ କଥା । ବାବା ଆସି ବୁଝାଉଛନ୍ତି - ଏହାକୁ ହିଁ ମିସାଇଲସ୍
କୁହାଯାଉଛି । ବର୍ତ୍ତମାନ ବିନାଶ ପୂର୍ବରୁ ଆମକୁ ତମୋପ୍ରଧାନରୁ ସତ୍ତ୍ୱପ୍ରଧାନ ହେବାକୁ ପଡିବ ।
ପିଲାମାନେ ଜାଣିଛନ୍ତି ଆମେ ଆଦି ସନାତନ ଦେବୀ ଦେବତା ଧର୍ମର ଥିଲୁ । ଖାଣ୍ଟି ସୁନା ଥିଲୁ ।
ଭାରତକୁ ସତ୍ୟ ଖଣ୍ଡ କୁହାଯାଉଥିଲା । ଏବେ ମିଥ୍ୟାଖଣ୍ଡ ହୋଇଗଲାଣି । ସୁନା ମଧ୍ୟ ଅସଲି ଏବଂ ନକଲି
ହୋଇଥାଏ ନା । ଏବେ ତୁମେ ଜାଣିଗଲଣି - ବାବାଙ୍କର ମହିମା କ’ଣ! ସେ ମନୁଷ୍ୟ ସୃଷ୍ଟିର ବୀଜରୂପ,
ସତ୍ୟ, ଚୈତନ୍ୟ ଅଟନ୍ତି । ଆଗରୁ କେବଳ ଗାୟନ କରୁଥିଲେ । ଏବେ ତୁମେ ଜାଣୁଛ ଯେ, ବାବା ତାଙ୍କର
ସମସ୍ତ ଗୁଣ ଆମଠାରେ ଭରୁଛନ୍ତି । ବାବା କହୁଛନ୍ତି ପ୍ରଥମେ ପ୍ରଥମେ ଯୋଗର ଯାତ୍ରା କର, ମୋତେ
ମନେପକାଇଲେ ତୁମର ବିକର୍ମ ବିନାଶ ହୋଇଯିବ । ମୋର ନାମ ହେଉଛି ପତିତ-ପାବନ । ଗାୟନ ମଧ୍ୟ
କରିଥାନ୍ତି ଯେ, ହେ ପତିତପାବନ ଆସ କିନ୍ତୁ ସେ ଏଠାକୁ ଆସି କ’ଣ କରିବେ! ଏକଥା କେହି
ଜାଣିନାହାଁନ୍ତି ଜଣେ ସୀତା ତ ନଥିଲେ । ତୁମେ ସମସ୍ତେ ହେଉଛ ଏ ସମୟରେ ସୀତା ।
ବାବା ତୁମମାନଙ୍କୁ
ବେହଦକୁ ନେଇଯିବା ପାଇଁ ବେହଦର କଥା ଶୁଣାଉଛନ୍ତି । ତୁମେମାନେ ବେହଦ ବୁଦ୍ଧି ଦ୍ୱାରା ଏବେ ଜାଣୁଛ
ଯେ, ପୁରୁଷ ଏବଂ ସ୍ତ୍ରୀ ସମସ୍ତେ ସୀତା ଅଟନ୍ତି । ସମସ୍ତେ ବର୍ତ୍ତମାନ ରାବଣର ଜେଲ୍ରେ ଅଛନ୍ତି
। ଶିବବାବା (ରାମ) ଆସି ସମସ୍ତଙ୍କୁ ରାବଣର ବନ୍ଧନରୁ ମୁକ୍ତ କରୁଛନ୍ତି । କାରଣ ରାବଣ କୌଣସି ଜଣେ
ମନୁଷ୍ୟ ନୁହେଁ । ଏକଥା ବୁଝାଯାଉଛି - ଏବେ ସମସ୍ତଙ୍କ ଭିତରେ ୫ ବିକାର ରହିଛି, ସେଥିପାଇଁ ରାବଣ
ରାଜ୍ୟ କୁହାଯାଉଛି । ଏହାର ନାମ ହେଉଛି ବିକାରୀ, ପତିତ ଦୁନିଆ, ତାହା (ସ୍ୱର୍ଗ) ହେଲା
ନିର୍ବିକାରୀ ଦୁନିଆ । ଉଭୟର ନାମ ଅଲଗା । ଏହା ବେଶ୍ୟାଳୟ ତାହା ଶିବାଳୟ । ଏହି ଲକ୍ଷ୍ମୀ-ନାରାୟଣ
ନିର୍ବିକାରୀ ଦୁନିଆର ମାଲିକ ଥିଲେ । ଏମାନଙ୍କ ସମ୍ମୁଖରେ ବିକାରୀ ମନୁଷ୍ୟ ଯାଇ ମୁଣ୍ଡ
ନୁଆଉଁଛନ୍ତି । ବିକାରୀ ରାଜାମାନେ ସେହି ନିର୍ବିକାରୀ ରାଜାଙ୍କ ଆଗରେ ମୁଣ୍ଡ ନୁଆଁଉଛନ୍ତି । ଏକଥା
ମଧ୍ୟ ତୁମେମାନେ ଏବେ ଜାଣୁଛ । କିନ୍ତୁ ମନୁଷ୍ୟମାନଙ୍କୁ କଳ୍ପର ଆୟୁଷ ବିଷୟରେ ହିଁ ଜଣାନାହିଁ
ତେଣୁ ସେମାନେ କିପରି ବୁଝିପାରିବେ ଯେ ରାବଣ ରାଜ୍ୟ କେବେ ଆରମ୍ଭ ହେଉଛି । ଅଧା ଅଧା ହେବା ଦରକାର
ନା । ରାମରାଜ୍ୟ, କେବେଠାରୁ ଆରମ୍ଭ ଏବଂ ରାବଣ ରାଜ୍ୟ କେବେଠାରୁ ଆରମ୍ଭ, ଦ୍ୱନ୍ଦରେ ପଡୁଛନ୍ତି ।
ଏବେ ବାବା ବୁଝାଉଛନ୍ତି
ଏହି ୫ ହଜାର ବର୍ଷର ଚକ୍ର ଘୂରି ଚାଲିଛି । ଏବେ ତୁମେ ଜାଣୁଛ ଯେ ଆମେ ୮୪ ଜନ୍ମର ଅଭିନୟ କରୁଛୁ ।
ପୁଣି ଆମେ ଘରକୁ ଯିବୁ । ସତ୍ୟଯୁଗ ତ୍ରେତା ଯୁଗରେ ମଧ୍ୟ ପୁନର୍ଜନ୍ମ ନେବେ । ତାହା ହେଉଛି
ରାମରାଜ୍ୟ ପୁଣି ରାବଣ ରାଜ୍ୟରେ ଆସିବାକୁ ହେବ । ଏହା ଜୟ-ପରାଜୟର ଖେଳ ଅଟେ । ତୁମେ ଏଠାରେ ବିଜୟ
ପ୍ରାପ୍ତ କଲେ ସ୍ୱର୍ଗର ମାଲିକ ହେବ । ଯଦି ମାୟାଠାରୁ ହାରିଲ ତେବେ ନର୍କର ମାଲିକ ହେବ । ସ୍ୱର୍ଗ
ଅଲଗା, ଦୁନିଆରେ କେହି ମରିଗଲେ କହନ୍ତି ସ୍ୱର୍ଗକୁ ଗଲା । ଏବେ ତୁମେ ଏପରି କଥା ତ କହିବ ନାହିଁ,
କାହିଁକି ନା ତୁମେମାନେ ଜାଣିଛ ସ୍ୱର୍ଗ କେବେ ହେବ । ସେମାନେ କହିଦେଉଛନ୍ତି ଜ୍ୟୋତି ଜ୍ୟୋତିରେ
ମିଶିଗଲା ଅଥବା ନିର୍ବାଣ ପ୍ରାପ୍ତ କଲା । ତୁମେମାନେ କହୁଛ ଜ୍ୟୋତିରେ କେହି ମିଶିପାରିବେ ନାହିଁ
। ସମସ୍ତଙ୍କର ସଦ୍ଗତି ଦାତା ଏକ ବୋଲି ଗାୟନ କରାଯାଇଛି । ସତ୍ୟଯୁଗକୁ ହିଁ ସ୍ୱର୍ଗ କୁହାଯାଉଛି
। ବର୍ତ୍ତମାନ ଏହା ହେଲା ନର୍କ । ଏସବୁ ଭାରତର ହିଁ କଥା । ବାକି ଉପରେ (ଆକାଶରେ) କିଛି ନଥାଏ ।
ଦିଲୱାଡା ମନ୍ଦିର ର ଉପରେ ସ୍ୱର୍ଗ ଦେଖାଇଛନ୍ତି ତେଣୁ ମନୁଷ୍ୟ ଭାବୁଛନ୍ତି ବାସ୍ତବରେ ଉପରେ
ସ୍ୱର୍ଗ ରହିଛି । ଆରେ ଛାତ ଉପରେ ମନୁଷ୍ୟ କିପରି ରହିବେ, ବର୍ତ୍ତମାନ ମନୁଷ୍ୟମାନେ ସମ୍ପୂର୍ଣ୍ଣ
ବୁଦ୍ଧିହୀନ ହୋଇଯାଇଛନ୍ତି । ଏବେ ତୁମେ ସ୍ପଷ୍ଟ ଭାବରେ ବୁଝାଉଛ । ତୁମେ ଜାଣିଛ ଏହିଠାରେ ହିଁ
ଦିନେ ହିଁ ସ୍ୱର୍ଗବାସୀ ଥିଲେ, ଏହିଠାରେ ହିଁ ପୁଣି ନର୍କବାସୀ ହେଉଛନ୍ତି । ଏବେ ପୁଣି
ସ୍ୱର୍ଗବାସୀ ହେବାକୁ ପଡିବ । ଏହି ଜ୍ଞାନ ହିଁ ହେଉଛି ନରରୁ ନାରାୟଣ ହେବା ପାଇଁ । କଥା ମଧ୍ୟ
ସତ୍ୟ ନାରାୟଣ ହେବା ପାଇଁ ଶୁଣାଇଥା’ନ୍ତି । ରାମ ସୀତାଙ୍କର କଥା କହୁନାହାଁନ୍ତି । ଏହା ହେଉଛି
ନରରୁ ନାରାୟଣ ହେବାର କଥା । ସର୍ବୋଚ୍ଚ ପଦ ହେଉଛି ଲକ୍ଷ୍ମୀ ନାରାୟଣଙ୍କର । ତାଙ୍କର ତଥାପି
ଦୁଇକଳା କମ୍ ହୋଇଯାଉଛି । ଉଚ୍ଚ ପଦ ପାଇବା ପାଇଁ ପୁରୁଷାର୍ଥ କରିବାକୁ ପଡିବ ତଥାପି ଯଦି ନ
କରିପାରିବେ ତେବେ ଯାଇ ଚନ୍ଦ୍ରବଂଶୀ ହେବ । ଭାରତବାସୀ ଏବେ ପତିତ ହୋଇଯାଇଛନ୍ତି ତେଣୁ ନିଜର
ଧର୍ମକୁ ଭୁଲିଯାଉଛନ୍ତି । ଖ୍ରୀଷ୍ଟିୟାନ୍ମାନେ ଯଦିଓ ସତ୍ତ୍ୱପ୍ରଧାନରୁ ତମୋପ୍ରଧାନ ହେଉଛନ୍ତି
ତଥାପି ଖ୍ରୀଷ୍ଟିୟାନ୍ ସମ୍ପ୍ରଦାୟର ହୋଇ ତ ରହିଛନ୍ତି ନା । କିନ୍ତୁ ଆଦି ସନାତନ ଦେବୀ-ଦେବତା
ସମ୍ପ୍ରଦାୟବାଲା ନିଜକୁ ହିନ୍ଦୁ କହିଦେଉଛନ୍ତି । ଏକଥା ମଧ୍ୟ ବୁଝିପାରୁ ନାହାଁନ୍ତି ଯେ ଆମେ
ବାସ୍ତବରେ ଦେବୀ ଦେବତା ଧର୍ମର ଅଟୁ । କେତେ ଆଶ୍ଚର୍ଯ୍ୟ କଥା ନା । ତୁମେମାନେ ପଚାରୁଛ ହିନ୍ଦୁ
ଧର୍ମ କିଏ ସ୍ଥାପନ କରିଥିଲେ? ତେବେ ଦ୍ୱନ୍ଦରେ ପଡୁଛନ୍ତି । ଯଦି ଦେବତାମାନଙ୍କର ପୂଜା କରୁଛନ୍ତି
ତେବେ ଦେବତା ଧର୍ମର ଅଟନ୍ତି ନା । କିନ୍ତୁ କିଛି ବୁଝୁନାହାଁନ୍ତି । ଏହା ମଧ୍ୟ ଡ୍ରାମାରେ
ନିଧାର୍ଯ୍ୟ ଅଛି । ତୁମ ବୁଦ୍ଧିରେ ଏବେ ସମସ୍ତ ଜ୍ଞାନ ରହିଛି । ତୁମେ ଜାଣିଛ ଆମେ ପ୍ରଥମେ
ସୂର୍ଯ୍ୟବଂଶୀ ଥିଲୁ ପରେ ପୁଣି ଅନ୍ୟ ଧର୍ମ ସବୁ ଆସିଥାଏ । ଆମେ ପୁନର୍ଜନ୍ମ ନେଇ ନେଇ ଆସୁଛୁ ।
ଏକଥା ତୁମମାନଙ୍କ ଭିତରେ ମଧ୍ୟ ଯଥାର୍ଥ ଭାବରେ କେହି କେହି ହିଁ ଜାଣିଛନ୍ତି । ସ୍କୁଲରେ ମଧ୍ୟ
କୌଣସି ଛାତ୍ରର ବୁଦ୍ଧିରେ ଭଲ ଜ୍ଞାନ ଥାଏ ତ କାହା ବୁଦ୍ଧିରେ ଜ୍ଞାନ କମ୍ ରହିଥାଏ । ଏଠାରେ ମଧ୍ୟ
ଯେଉଁମାନେ ଫେଲ୍ ହେଉଛନ୍ତି ତାଙ୍କୁ କ୍ଷତ୍ରୀୟ କୁହାଯାଉଛି । ସେମାନେ ଚନ୍ଦ୍ରବଂଶକୁ ଚାଲିଯିବେ ।
ଦୁଇକଳା କମ୍ ହୋଇଗଲା ନା । ତେଣୁ ସମ୍ପୂର୍ଣ୍ଣ ହୋଇପାରିବେ ନାହିଁ । ତୁମ ବୁଦ୍ଧିରେ ଏବେ ବେହଦର
ଇତିହାସ ଭୂଗୋଳ ରହିଛି । ସେ ସ୍କୁଲରେ ହଦର ଇତିହାସ ଭୂଗୋଳ ପଢିଥା’ନ୍ତି । ସେମାନେ ବ୍ରହ୍ମଲୋକ
ଏବଂ ସୂକ୍ଷ୍ମଲୋକକୁ ଜାଣିନାହାଁନ୍ତି । ସାଧୁ ସନ୍ଥ ଆଦି କାହା ବୁଦ୍ଧିରେ ଏସବୁ କଥା ନାହିଁ ।
ତୁମ ବୁଦ୍ଧିରେ ଅଛି - ବ୍ରହ୍ମଲୋକରେ ଆତ୍ମାମାନେ ରହୁଛନ୍ତି । ଏହା ହେଉଛି ସ୍ଥୂଳଲୋକ । ତୁମ
ବୁଦ୍ଧିରେ ଏବେ ସମସ୍ତ ଜ୍ଞାନ ରହିଛି । ଏବେ ଏଠାରେ ସ୍ୱଦର୍ଶନ ଚକ୍ରଧାରୀ ସେନା ବସିଛନ୍ତି ।
ଯେଉଁମାନେ ବାବା ଏବଂ ଚକ୍ରକୁ ମନେପକାଉଛନ୍ତି । ତୁମ ବୁଦ୍ଧିରେ ଜ୍ଞାନ ଅଛି । ବାକି କୌଣସି
ହତିଆର ଆଦି ନାହିଁ । ଜ୍ଞାନ ଦ୍ୱାରା ନିଜର (ଆତ୍ମାର) ଦର୍ଶନ ହେଉଛି । ବାବା, ରଚୟିତା ଏବଂ
ରଚନାର ଆଦି ମଧ୍ୟ ଅନ୍ତର ଜ୍ଞାନ ଦେଉଛନ୍ତି । ଏବେ ବାବାଙ୍କର ଆଦେଶ ହେଉଛି ରଚୟିତାଙ୍କୁ ମନେପକାଅ
ତେବେ ବିକର୍ମ ବିନାଶ ହେବ । ଏବେ ଯିଏ ଯେତେ ସ୍ୱଦର୍ଶନ ଚକ୍ରଧାରୀ ହେଉଛନ୍ତି ଏବଂ ଅନ୍ୟମାନଙ୍କୁ
କରାଉଛନ୍ତି, ଯିଏ ଅଧିକ ସେବା କରୁଛନ୍ତି ତାଙ୍କୁ ଅଧିକ ପଦ ମିଳିବ, ଏହା ତ’ ସାଧାରଣ କଥା ।
ଗୀତାରେ ଶ୍ରୀକୃଷ୍ଣଙ୍କର ନାମ ରଖି ଦେଇଥିବାରୁ ବାବାଙ୍କୁ ଭୁଲିଯାଉଛନ୍ତି । ତେବେ ଶ୍ରୀକୃଷ୍ଣଙ୍କୁ
ଭଗବାନ କୁହାଯାଇପାରିବ ନାହିଁ । କାରଣ ତାଙ୍କୁ ପିତା ବୋଲି କୁହାଯିବ ନାହିଁ । ବର୍ସା
ବାବାଙ୍କଠାରୁ ମିଳୁଛି । ପତିତ-ପାବନ ବାବାଙ୍କୁ କୁହାଯାଉଛି, ସେ ଯେତେବେଳେ ଏଠାକୁ ଆସିବେ ତେବେ
ଯାଇ ଶାନ୍ତିଧାମକୁ ଯାଇପାରିବ । ମନୁଷ୍ୟ ମୁକ୍ତି ନିମନ୍ତେ କେତେ ମୁଣ୍ଡ ପିଟୁଛନ୍ତି । ତୁମେ କେତେ
ସହଜରେ ବୁଝାଉଛ । କୁହ - ପତିତ-ପାବନ ହେଉଛନ୍ତି ଏକମାତ୍ର ପରମାତ୍ମା ପୁଣି ଗଙ୍ଗାକୁ କାହିଁକି
ସ୍ନାନ କରିବାକୁ ଯାଉଛ! ଗଙ୍ଗା କୂଳରେ ଯାଇ ବସୁଛନ୍ତି ଯେ ଆମେ ଏହିଠାରେ ମରିବୁ । ବଙ୍ଗାଳୀ ଲୋକ
ମୃତ୍ୟୁ ପୂର୍ବରୁ ଗଙ୍ଗାରେ ଯାଇ ହରିବୋଲ କରିଥା’ନ୍ତି । ଭାବନ୍ତି ଯେ ଇଏ ମୁକ୍ତି ହୋଇଗଲା । ଏବେ
ଆତ୍ମା ତ ବାହାରିଗଲା । ହେଲେ ସେ ପବିତ୍ର ହୋଇପାରିଲା ନାହିଁ । ଆତ୍ମାକୁ କେବଳ ବାବା ହିଁ
ପବିତ୍ର କରାଇବେ । ସେଥିପାଇଁ ତାଙ୍କୁ ହିଁ ସମସ୍ତେ ଡାକୁଛନ୍ତି । ଏବେ ବାବା କହୁଛନ୍ତି ମୋତେ
ମନେପକାଇଲେ ବିକର୍ମ ବିନାଶ ହେବ । ବାବା ଆସି ପୁରୁଣା ଦୁନିଆକୁ ନୂଆ କରୁଛନ୍ତି । ବାକି ନୂଆ କିଛି
ରଚନା କରୁନାହାଁନ୍ତି । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ବାବାଙ୍କ
ନିକଟରେ ଥିବା ଗୁଣକୁ ନିଜ ଭିତରେ ଭରିବାକୁ ହେବ । ଅନ୍ତିମ ପରୀକ୍ଷା ପୂର୍ବରୁ ଭଲ ଭାବରେ
ପୁରୁଷାର୍ଥ କରି ନିଜକୁ ସମ୍ପୂର୍ଣ୍ଣ ରୂପେ ପବିତ୍ର କରିବାକୁ ହେବ, ଏଥିରେ ନିଜକୁ ମିଆଁ ମିଠୁ
ଭାବିବା ଉଚିତ୍ ନୁହେଁ ।
(୨) ନିଜେ ସ୍ୱଦର୍ଶନ
ଚକ୍ରଧାରୀ ହୋଇ ଅନ୍ୟମାନଙ୍କୁ ମଧ୍ୟ କରାଇବାକୁ ହେବ । ବାବାଙ୍କୁ ଏବଂ ସୃଷ୍ଟିଚକ୍ରକୁ
ମନେପକାଇବାକୁ ହେବ । ବେହଦ ବାବାଙ୍କ ଦ୍ୱାରା ବେହଦର ଜ୍ଞାନକୁ ଶୁଣି ନିଜର ବୁଦ୍ଧିକୁ ବେହଦରେ
ରଖିବାକୁ ହେବ । ହଦ ଅର୍ଥାତ୍ ବିନାଶୀ ଦୁନିଆଠାରୁ ଦୂରେଇ ରହିବାକୁ ହେବ ।
ବରଦାନ:-
ସ୍ୱ ସ୍ଥିତି
ଦ୍ୱାରା ପରିସ୍ଥିତି ଗୁଡିକ ଉପରେ ବିଜୟ ପ୍ରାପ୍ତ କରୁଥିବା ସଂଗମଯୁଗୀ ବିଜୟୀ ରତ୍ନ ଭବ ।
ପରିସ୍ଥିତି ଉପରେ ବିଜୟ
ପ୍ରାପ୍ତ କରିବାର ସାଧନ ବା ଆଧାର ହେଉଛି ସ୍ୱସ୍ଥିତି । ଏହି ଦେହ ମଧ୍ୟ ପର ଅଟେ, ସ୍ୱ ନୁହେଁ ।
ସ୍ୱ ସ୍ଥିତି ବା ସ୍ୱ ଧର୍ମ ସର୍ବଦା ସୁଖର ଅନୁଭବ କରାଇଥାଏ ଏବଂ ପ୍ରକୃତିର ଧର୍ମ ଅର୍ଥାତ୍
ପରଧର୍ମ ବା ଦେହର ସ୍ମୃତି କୌଣସି ନା କୌଣସି ପ୍ରକାରରେ ଦୁଃଖର ଅନୁଭବ କରାଇଥାଏ । ତେଣୁ ଯିଏ
ସର୍ବଦା ସ୍ୱ ସ୍ଥିତିରେ ସ୍ଥିତ ରହିଥାଏ, ସିଏ ସର୍ବଦା ସୁଖର ଅନୁଭବ କରିଥାଏ, ତା’ ନିକଟକୁ ଦୁଃଖର
ଢେଉ କେବେ ବି ଆସିପାରେ ନାହିଁ, ସେ ସଂଗମଯୁଗୀ ବିଜୟୀ ରତ୍ନ ହୋଇଯାଏ ।
ସ୍ଲୋଗାନ:-
ପରିବର୍ତ୍ତନର
ଶକ୍ତି ଦ୍ୱାରା ବ୍ୟର୍ଥ ସଂକଳ୍ପର ପ୍ରବାହର ଶକ୍ତିକୁ ସମାପ୍ତ କର ।