14.11.26          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ସକାଳୁ-ସକାଳୁ ଉଠି ବାବାଙ୍କୁ ମନେ ପକାଅ, ତେବେ ସତ୍ତ୍ୱପ୍ରଧାନ ହୋଇଯିବ, ଅମୃତବେଳାର ସମୟ ବହୁତ ମୂଲ୍ୟବାନ ଅଟେ ।”

ପ୍ରଶ୍ନ:-
ଆଜ୍ଞାକାରୀ ପିଲାମାନଙ୍କର ଲକ୍ଷଣ ସବୁ କ’ଣ ହୋଇଥିବ?

ଉତ୍ତର:-
ଆଜ୍ଞାକାରୀ ପିଲାମାନେ - ସର୍ବୋଚ୍ଚ ବାବାଙ୍କର ମହାବାକ୍ୟ ଗୁଡିକୁ ମଥା ଉପରେ ରଖିବେ ଅର୍ଥାତ୍ ନିଜ ଜୀବନରେ ଧାରଣ କରିବେ । ସେମାନଙ୍କର ଚାଲି-ଚଳଣ ବହୁତ ରାଜକୀୟ ହୋଇଥିବ । ସେମାନେ ବହୁତ ଧୈର୍ଯ୍ୟଶୀଳ ହୋଇଥିବେ । ସେମାନଙ୍କ ଭିତରେ ବିଶ୍ୱର ମାଲିକ ହେବାର ଗୁପ୍ତ ନିଶା ରହିଥିବ । ଆଜ୍ଞାକାରୀ ପିଲାମାନେ ନିଜର କୌଣସି କର୍ମ ଦ୍ୱାରା ବାପଦାଦାଙ୍କର ଅପମାନ ହେବାକୁ ଦେବେ ନାହିଁ । ବାବାଙ୍କୁ ଅପମାନିତ କରୁଥିବା ଅର୍ଥାତ୍ ଅବଜ୍ଞା କରୁଥିବା ସନ୍ତାନମାନେ ବହୁତ ଅପସେବା କରିଥାନ୍ତି । ଆଜ୍ଞାକାରୀ ପିଲାମାନେ ସର୍ବଦା ପିତାଙ୍କୁ ଅନୁକରଣ କରିଥାନ୍ତି, କେବେ ବି ଓଲଟା କାମ କରି ନ ଥାନ୍ତି ।

ଗୀତ:-
ଛୋଡ ଭି ଦେ ଆକାଶ ସିଂହାସନ....

ଓମ୍ ଶାନ୍ତି ।
ମିଠା ମିଠା ଆତ୍ମିକ ପିଲାମାନେ ଦୁଇଟି ଅକ୍ଷର ଶୁଣିଲେ । ଏବେ ପିଲାମାନେ ତ ଏହାର ଅର୍ଥ ବୁଝିଗଲେଣି ଯେ ବାବା ଏଠାରେ ଅଛନ୍ତି । ବାବା ଆସି ସଠିକ୍ କଥା ବୁଝାଉଛନ୍ତି । ମନୁଷ୍ୟମାନେ ଜ୍ଞାନ ବିଷୟରେ ଅଥବା ଈଶ୍ୱରଙ୍କ ବିଷୟରେ ଯାହା କହୁଛନ୍ତି ସେସବୁ ହେଉଛି ଭୁଲ୍ । ଏବେ ତୁମେମାନେ ଗୀତର ଅକ୍ଷର ଶୁଣିଲ - ଛୋଡ ଭି ଦେ ଆକାଶ ସିଂହାସନ.... କିନ୍ତୁ ଆକାଶ ସିଂହାସନ କ’ଣ, ଏକଥା କେହି ଜାଣିନାହାଁନ୍ତି । ପତିତ-ପାବନଙ୍କୁ ତ ଆସିବାକୁ ହିଁ ହେବ । କେହି କେହି କହୁଛନ୍ତି ଭଗବାନ ନାହାଁନ୍ତି । ଆଉ କେହି କହୁଛନ୍ତି ସମସ୍ତେ ଭଗବାନ ହିଁ ଭଗବାନ ଅଟନ୍ତି । ସିଏ ଆସିବେ କାହିଁକି? ଏକଥା ତ ତୁମେମାନେ ଜାଣିଛ ଯେ ବାବା ଆସିଛନ୍ତି, ତେଣୁ ଏହି ଭକ୍ତିମାର୍ଗର ଗାୟନ ଆଦି ଶୁଣିବାକୁ ଭଲ ଲାଗୁନାହିଁ । ପତିତ-ପାବନ ବାବା ଆସି ନିଜର ପରିଚୟ ଦେଇ, ରଚନାର ଆଦି-ମଧ୍ୟ-ଅନ୍ତର ରହସ୍ୟ ବୁଝାଉଛନ୍ତି । ଆଉ ଦୁନିଆରେ ଏହି କଥା କେହି ବୁଝିପାରିବେ ନାହିଁ । ଏଠାରେ ମଧ୍ୟ ବିଭିନ୍ନ ମତର ଲୋକ ଅଛନ୍ତି । କହୁଛନ୍ତି ମନୁଷ୍ୟମାନେ ପବିତ୍ର ରହିବା ସମ୍ଭବ ନୁହେଁ । ତେବେ ନିଶ୍ଚିତ ଯେ ପର୍ଯ୍ୟନ୍ତ ଭଗବାନ ନ ଆସିଛନ୍ତି ସେ ପର୍ଯ୍ୟନ୍ତ ପବିତ୍ର କିପରି ହୋଇପାରିବେ । ପରମାତ୍ମା ହିଁ ଆସି ଆମକୁ ଶିକ୍ଷା ଦେଉଛନ୍ତି ଏବଂ ପ୍ରଲୋଭନ ମଧ୍ୟ ଦେଖାଉଛନ୍ତି ଯେ ଏହାଦ୍ୱାରା କେତେ ଶ୍ରେଷ୍ଠ ପ୍ରାପ୍ତି ହେଉଛି । ତୁମେମାନେ ଜାଣିଛ ଯେ ବାବା କହୁଛନ୍ତି - ଯଦି ମୋର ହୋଇ ଶ୍ରୀମତରେ ନ ଚାଲିବ ତେବେ ଦଣ୍ଡ ଭୋଗ କରିବାକୁ ପଡିବ । ଯେପରି ପିତା ନିଜ ପିଲାମାନଙ୍କର ଖରାପ ଚଳଣି ଦେଖିଲେ ଥାପଡ ମାରିଥାନ୍ତି, କିନ୍ତୁ ଏହି ବାବା ଚାପୁଡା ତ ମାରୁନାହାଁନ୍ତି । କେବଳ ବୁଝାଉଛନ୍ତି - ବହୁତ ପିଲା ରକ୍ତରେ ମଧ୍ୟ ପ୍ରତିଜ୍ଞା ପତ୍ର ଲେଖିକରି ଦେଉଛନ୍ତି, ତଥାପି ହାରିଯାଉଛନ୍ତି । ମନୁଷ୍ୟମାନେ ଜାଣିନାହାଁନ୍ତି ଯେ ପବିତ୍ର ହେବା ଦ୍ୱାରା କ’ଣ ମିଳିଥାଏ । ପତିତ କାହାକୁ କୁହାଯାଏ । ବାବା ବୁଝାଉଛନ୍ତି ଯେଉଁମାନେ ବିକାରର ବଶୀଭୂତ ହୋଇଯାଉଛନ୍ତି - ସେମାନେ ହେଉଛନ୍ତି ପତିତ । ମନୁଷ୍ୟମାନେ ଭାବୁଛନ୍ତି ବିକାର ଛାଡିବା ଅସମ୍ଭବ ଅଟେ । ତେବେ ସେମାନଙ୍କୁ କୁହ, ଦେବୀ-ଦେବତାମାନେ ତ ସମ୍ପୂର୍ଣ୍ଣ ନିର୍ବିକାରୀ ଥିଲେ । ତାଙ୍କର ଚିତ୍ର ଦେଖାଇବା ଦରକାର । ତାହା ନିର୍ବିକାରୀ ଦୁନିଆ ଥିଲା ନା । ଯେତେବେଳେ ପବିତ୍ରତା ଥିଲା ସେତେବେଳେ ଭାରତ କେତେ ସାହୁକାର ଥିଲା, ଶିବାଳୟ ଥିଲା । ମନୁଷ୍ୟମାନଙ୍କର ଏହି ଚିନ୍ତା ରହୁଛି ଯେ ବିକାର ବିନା ଦୁନିଆ କିପରି ବଢିବ । ଏବେ ସରକାର ବିରକ୍ତ ହୋଇଗଲେଣି ଯେ ଦୁନିଆ ଆଉ ନ ବଢୁ ତଥାପି ବି ପ୍ରତ୍ୟେକ ବର୍ଷ କେତେ ଜନ ସଂଖ୍ୟା ବଢି ଚାଲିଛି । ଜନସଂଖ୍ୟା କମ୍ ହେବା ତ ବହୁତ ମୁସକିଲ୍ ଅଟେ । ଏଠାରେ ଅବିନାଶୀ ବାବା କହୁଛନ୍ତି ଯଦି ତୁମେ ପବିତ୍ର ହେବ ତେବେ ମୁଁ ତୁମକୁ ସ୍ୱର୍ଗର ମାଲିକ କରିଦେବି । ଏଠାରେ ଆମଦାନୀ ବହୁତ ଶ୍ରେଷ୍ଠ ଅଟେ । ପିଲାମାନେ ଜାଣିଛନ୍ତି ଯେ ବାସ୍ତବରେ ମାୟାଜିତ୍ ହେଲେ ଆମେ ଜଗତଜିତ୍ ହୋଇପାରିବା । ରାବଣକୁ ଜିତି ରାମରାଜ୍ୟ ପାଇବା । ସେଠାରେ ଏହି ବିକାର ରହିବ ନାହିଁ । ବିକାରକୁ ତୁମେ ଜିତିଯାଇଛ । ଏହି କଥାକୁ କେହି କେହି ଅତି ମୁସ୍‌କିଲ୍ ବୋଲି ବୁଝୁଛନ୍ତି, କହୁଛନ୍ତି ଏହା ବିନା ଦୁନିଆ କିପରି ଚାଲିବ! ଯେଉଁମାନେ ଏପରି କଥା କହିବେ ତେବେ ବୁଝିଯିବା ଦରକାର ଏମାନେ ଆଦି ସନାତନ ଦେବୀ-ଦେବତା ଧର୍ମର ନୁହଁନ୍ତି । ଯେଉଁଠାରେ ତୁମେମାନେ ଭାଷଣ କରୁଛ - କୁହ ଭଗବାନୁବାଚ, ଭଗବାନ କହୁଛନ୍ତି କାମ ବିକାର ମହାଶତ୍ରୁ ଅଟେ, ଏହା ଉପରେ ବିଜୟୀ ହେବା ଦ୍ୱାରା ତୁମେ ଜଗତ୍‌ଜିତ୍ ହୋଇଯିବ । ବହୁତ ସରଳ ଭାବରେ ବୁଝାଇ ଦିଆଯାଉଛି । କିନ୍ତୁ ତଥାପି ସେମାନେ ବୁଝୁନାହାଁନ୍ତି, ଅଥବା ବୁଝାଇଲାବାଲାଙ୍କ ପାଖରେ ବୁଦ୍ଧି ନାହିଁ । ବାବା ତ ବୁଝୁଛନ୍ତି ଯେ ପିଲାମାନେ ଟଙ୍କାକରୁ ୫ ଅଣା ବି ବହୁତ କଷ୍ଟରେ ଶିଖିଛନ୍ତି ଅଥବା ନିଜେ ସମ୍ପୂର୍ଣ୍ଣ ଯୋଗୀ ହୋଇନାହାଁନ୍ତି ତେଣୁ ସେହି ଶକ୍ତି ମିଳୁନାହିଁ । ଯୋଗ ଦ୍ୱାରା ହିଁ ଶକ୍ତି ମିଳିଥାଏ, ବାବା ସର୍ବଶକ୍ତିମାନ, ସର୍ବ ଶକ୍ତିର ଅଧିକାରୀ ଅଟନ୍ତି ନା । ଯଦି ଯୋଗଯୁକ୍ତ ଅଛ, ତେବେ ଶକ୍ତି ମଧ୍ୟ ମିଳିବ । ଯୋଗ ବିଷୟରେ ବହୁତ ପିଲାମାନଙ୍କର କମ୍ ନମ୍ବର ରହିଛି । ସତ୍ୟ କଥା ମଧ୍ୟ ଲେଖୁନାହାଁନ୍ତି । ଯୋଗର ହିସାବ ଲେଖ ତାହା ବି ମୁସ୍‌କିଲ୍ ଅଟେ । ଯଦି ଟିଚରମାନେ ହିଁ ଚାର୍ଟ ରଖୁନାହାଁନ୍ତି ତେବେ ବିଦ୍ୟାର୍ଥୀମାନେ କିପରି ରଖିବେ । ବହୁତ ଛାତ୍ର ଯୋଗରେ ବହୁତ ତୀବ୍ର ହୋଇଥାନ୍ତି । ମୁଖ୍ୟ କଥା ହେଉଛି ବାବାଙ୍କୁ ମନେ ପକାଇବାକୁ ହେବ । ଯୋଗ ଅକ୍ଷର ଶାସ୍ତ୍ରର ଅଟେ । ଏ କଥା ମନୁଷ୍ୟମାନେ ଶୁଣି ଦ୍ୱନ୍ଦ୍ୱରେ ପଡିଯାଉଛନ୍ତି । କହୁଛନ୍ତି ଆମକୁ ଯୋଗ ଶିଖାଅ । ଆରେ ଯୋଗ କ’ଣ ଶିଖାଯାଇ ପାରିବ । ସକାଳୁ-ସକାଳୁ ଉଠି ସ୍ୱତଃ ବାବାଙ୍କୁ ମନେ ପକାଇବାକୁ ହେବ, ଏଥିରେ ଟିଚରଙ୍କର କ’ଣ ଆବଶ୍ୟକତା ଅଛି, ଯିଏକି ବସି ଶିଖାଇବେ । ସେଥିପାଇଁ ୟାଦ ଅକ୍ଷର ଠିକ୍ । ଯୋଗ ତ ଶିଖିବାର କଥା ନୁହେଁ । କେହି ସମ୍ମୁଖରେ ଯୋଗ ଶିଖାଉ ଏହି ଅଭ୍ୟାସ ରଖିବା ଉଚିତ୍ ନୁହେଁ । ବାବା କହୁଛନ୍ତି - ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ ତେବେ ସତ୍ତ୍ୱପ୍ରଧାନ ହୋଇଯିବ । ଅମୃତବେଳାର ସମୟ ବହୁତ ଭଲ । ଭକ୍ତି ମଧ୍ୟ ସକାଳୁ ଉଠି କରିଥାନ୍ତି । ଇଏ (ବ୍ରହ୍ମା) ବି ତ ବାବାଙ୍କୁ ମନେ ପକାଉଛନ୍ତି । କାହିଁକି ମନେ ପକାଉଛନ୍ତି? କାହିଁକି ନା ବାବାଙ୍କଠାରୁ ସମ୍ପତ୍ତି ମିଳିବ । ଯଦିଓ ଭକ୍ତିମାର୍ଗରେ ଶିବଙ୍କୁ ସ୍ମରଣ କରୁଛନ୍ତି କିନ୍ତୁ ଜାଣିନାହାଁନ୍ତି ଯେ ଶିବଙ୍କଠାରୁ କ’ଣ ମିଳିବ । ଏକଥା କେବଳ ତୁମ୍ଭେମାନେ ହିଁ ଜାଣିଛ । ବର୍ତ୍ତମାନ ବାବା ଶ୍ରୀମତ ଦେଉଛନ୍ତି ଯେ ନିଜର କଲ୍ୟାଣ କରିବା ପାଇଁ ମୋତେ ମନେ ପକାଅ । ମନେ ପକାଇବା ଦ୍ୱାରା ହିଁ ଶକ୍ତି ଆସିଥାଏ । ଶକ୍ତି ଦ୍ୱାରା ବିକର୍ମ ବିନାଶ ହେବ । ଜ୍ଞାନ ଦ୍ୱାରା ବିକର୍ମ ବିନାଶ ହେବ ନାହିଁ । ଜ୍ଞାନ ଦ୍ୱାରା ଶ୍ରେଷ୍ଠ ପଦ ମିଳିବ । ବାବାଙ୍କ ସ୍ମୃତି ଦ୍ୱାରା ପତିତରୁ ପାବନ ହେବ । ବହୁତ ପିଲାମାନେ ଏଥିରେ ଫେଲ୍ ହୋଇଯାଉଛନ୍ତି । ବହୁତ ଭଲ-ଭଲ ମହାରଥୀ ୫ ଅଣା ମଧ୍ୟ ମୁସକିଲ୍‌ରେ ୟାଦ କରୁଛନ୍ତି । କେହି କେହି ତ ଗୋଟିଏ ପଇସାର ବି ବାବାଙ୍କୁ ମନେ ପକାଉ ନାହାଁନ୍ତି, ଏଥିରେ ବହୁତ ପରିଶ୍ରମ କରିବାକୁ ହେବ । ଜ୍ଞାନକୁ ତ ତୁରନ୍ତ ବୁଝିଯାଉଛନ୍ତି କିନ୍ତୁ ଡଙ୍ଗା ପାର ସେତେବେଳେ ହେବ ଯେବେ ବାବାଙ୍କ ସ୍ମୃତିରେ ରହିବ । ତେବେ ଯାଇ ହିଁ ଜନ୍ମ-ଜନ୍ମାନ୍ତରର ବିକର୍ମ ବିନାଶ ହେବ, ପୁଣି ତୁମେ ପୁଣ୍ୟ ଆତ୍ମା ହୋଇଯିବ । ବାବାଙ୍କୁ ଡାକୁଛନ୍ତି - ଆମକୁ ପତିତରୁ ପାବନ କର । ପବିତ୍ର ତ ଅନେକ ହେଉଛନ୍ତି କିନ୍ତୁ ସେହିମାନେ ଉଚ୍ଚ ସମ୍ପତ୍ତି ପାଇବେ ଯେଉଁମାନେ ବାବାଙ୍କ ୟାଦରେ ଭଲ ଭାବରେ ରହିବେ । ତୁମ୍ଭମାନଙ୍କ ମଧ୍ୟରେ, ଯେଉଁମାନେ ବନ୍ଧନରେ ଅଛନ୍ତି ସେମାନେ ଅଧିକ ମନେ ପକାଉଛନ୍ତି । ମନେ ପକାଇବା ଦ୍ୱାରା ହିଁ ବିକର୍ମ ବିନାଶ ହୋଇପାରିବ । ତେଣୁ ଯଦି କେହି କହୁଛନ୍ତି ଯେ ପବିତ୍ର ରହିବା ଅସମ୍ଭବ ତେବେ ସେମାନଙ୍କ ସହିତ କଥା ହେବା ମଧ୍ୟ ଅନୁଚିତ୍ । ଯେବେ ଭାରତ ନିର୍ବିକାରୀ ଥିଲା ତେବେ ସତ୍ତ୍ୱପ୍ରଧାନ ଥିଲା, କିନ୍ତୁ ସାହୁକାରମାନଙ୍କର ବୁଦ୍ଧିରେ ଏହି ଜ୍ଞାନ ରହିବା ହିଁ ମୁସ୍‌କିଲ୍‌, କାହିଁକିନା ବାବାଙ୍କୁ ମନେ ପକାଇବାର ହିଁ ପରିଶ୍ରମ ରହିଛି ।

ବାବା କହୁଛନ୍ତି - ଗୃହସ୍ଥ ବ୍ୟବହାରରେ ରହି ସେମାନଙ୍କ ସହିତ ବି ସମ୍ପର୍କ ରଖିବାକୁ ହେବ । ବାସ୍ତବରେ ଏହି ନିୟମ ବହୁତ କଡା ଅଟେ । ତୁମ୍ଭେମାନେ ଜନ୍ମ-ଜନ୍ମାନ୍ତର ପାପାତ୍ମାମାନଙ୍କୁ ଦାନ ଦେଇ ଦେଇ ପାପାତ୍ମା ହୋଇଯାଇଛ । ଏବେ ତୁମେ ପାପାତ୍ମାମାନଙ୍କୁ ପଇସା ଦେଇପାରିବ ନାହିଁ, କିନ୍ତୁ ଯଦି ଜେଜେ ବାପାଙ୍କର ସମ୍ପତ୍ତି ଅଛି, ତେବେ ଦେବାକୁ ପଡିଥାଏ ସେଥିପାଇଁ ବାବା କହୁଛନ୍ତି ଯେ ପ୍ରଥମେ ଲୌକିକରେ ସମସ୍ତ କର୍ମ ସାରି ପୁଣି ସମର୍ପଣ ହୋଇଯାଅ । ଏହିପରି ମଧ୍ୟ କୋଟିକରେ କେହି ଗୋଟିଏ ବାହାରୁଛନ୍ତି । ଏହା ବହୁତ ଉଚ୍ଚ ଲକ୍ଷ୍ୟ ଅଟେ । ତେଣୁ ପିତାଙ୍କୁ ଅନୁକରଣ କରିବାକୁ ହେବ । ନଷ୍ଟୋମୋହା ହେବା କୌଣସି ମାଉସୀ ଘର କଥା ନୁହେଁ, ଏଥିରେ ବହୁତ ପରିଶ୍ରମ ରହିଛି । ବିଶ୍ୱର ମାଲିକ ହେବା, ଏହି ପ୍ରାପ୍ତି କେତେ ଉଚ୍ଚ ଅଟେ । କଳ୍ପ କଳ୍ପ ଯେଉଁମାନେ ବିଶ୍ୱର ମାଲିକ ହୋଇଥିଲେ, ସେମାନେ ପୁନର୍ବାର ହେଉଛନ୍ତି । ଡ୍ରାମାର ରହସ୍ୟ ମଧ୍ୟ ଅଳ୍ପ କେତେ ଜଣଙ୍କର ବୁଦ୍ଧିରେ ରହୁଛି । ସାହୁକାରମାନେ ତ ବହୁତ କଷ୍ଟରେ ବୁଝିବେ । ଗରୀବମାନେ ତ ତୁରନ୍ତ କହିଦେଉଛନ୍ତି - ବାବା ଏ ସବୁ କିଛି ଆପଣଙ୍କର ଅଟେ, ପୁଣି ସେମାନଙ୍କୁ ସେବା ମଧ୍ୟ କରିବାକୁ ହେବ । ପବିତ୍ର ହେବା ପାଇଁ ୟାଦ ମଧ୍ୟ ଆବଶ୍ୟକ । ନଚେତ୍ ବହୁତ ଦଣ୍ଡ ଭୋଗ କରିବାକୁ ପଡିବ । ଯଦି ଦଣ୍ଡ ପାଇବ, ତେବେ ପଦ ମଧ୍ୟ କମ୍ ହୋଇଯିବ । ସେହିମାନେ ହିଁ ଦଣ୍ଡ ପାଇବେ ଯେଉଁମାନେ ୟାଦ କରୁନାହାଁନ୍ତି । ଜ୍ଞାନ ଯେତେ ବି ଧାରଣ କର, ତା ଦ୍ୱାରା ବିକର୍ମ ବିନାଶ ହେବ ନାହିଁ । ଦଣ୍ଡ ପାଇ ପୁଣି ଅଳ୍ପ ପଦ ପାଇବା - ଏହା କ’ଣ କୌଣସି ପ୍ରାପ୍ତି ଅଟେ! ବାବାଙ୍କଠାରୁ ପୂରା ସମ୍ପତ୍ତି ନେବା ପାଇଁ ବାବାଙ୍କର ଆଜ୍ଞାକାରୀ ହେବା ଆବଶ୍ୟକ । ଉଚ୍ଚରୁ ଉଚ୍ଚ ବାବାଙ୍କର ମହାବାକ୍ୟକୁ ମଥା ଉପରେ ରଖିବା ଉଚିତ୍ ଅର୍ଥାତ୍ ପାଳନ କରିବା ଉଚିତ୍ । କୃଷ୍ଣଙ୍କର ଆତ୍ମା ବି ଏହି ସମୟରେ ସମ୍ପତ୍ତି ନେଉଛନ୍ତି । ଏହି ଲକ୍ଷ୍ମୀ-ନାରାୟଣଙ୍କର ବହୁତ ଜନ୍ମର ଶେଷରେ ମୁଁ ପୁଣି ଥରେ ସେମାନଙ୍କୁ ପାଠପଢାଇ ସମ୍ପତ୍ତି ଦେଉଛି । ତୁମମାନଙ୍କ ମଧ୍ୟରେ ବି ରାଜକୁମାର-ରାଜକୁମାରୀ ହେବା ଯୋଗ୍ୟ ଆତ୍ମା ଥିବେ ନା । ରାଜକୀୟ ପରିବାର ସଦସ୍ୟଙ୍କ ଚାଲି ଚଳନ ବହୁତ ଧେର୍ଯ୍ୟଶୀଳ ହୋଇଥାଏ । ସେମାନଙ୍କୁ ଗୁପ୍ତ ନିଶା ରହିଥାଏ । ବାବା କେତେ ସାଧାରଣ ରହୁଛନ୍ତି । ଜାଣିଛନ୍ତି ଯେ ଆଉ ଅଳ୍ପ ସମୟ ବାକି ରହିଛି । ମୋତେ ତ ଯାଇ ବିଶ୍ୱର ମହାରାଜା ହେବାର ଅଛି । ଇଏ ଅର୍ଥାତ୍ ବ୍ରହ୍ମା ମଧ୍ୟ ପତିତ ଥିଲେ । ଇଏ ତ ବାବାଙ୍କର ରଥ ଅଟନ୍ତି, ସେଥିପାଇଁ ଏହି ସନ୍ଦେଲୀ ଅର୍ଥାତ୍ ଆସ୍ଥାନରେ ବସିବାକୁ ପଡୁଛି । ନଚେତ୍ ବାବା କେଉଁଠାରେ ବସିବେ । ଇଏ ମଧ୍ୟ ତୁମ ପରି ଛାତ୍ର ଅଟନ୍ତି । ଏଠାରେ ପାଠ ପଢୁଛନ୍ତି । ଅନେକ ସନ୍ତାନ ଅଛନ୍ତି - ଯେଉଁମାନେ ବାବାଙ୍କୁ ଚିହ୍ନି ପାରୁ ନାହାଁନ୍ତି । ବାବାଙ୍କ ସହିତ ଧର୍ମରାଜ ମଧ୍ୟ ଅଛନ୍ତି । ବାବା କହୁଛନ୍ତି ଯଦି ମୋର ଆଜ୍ଞା ପାଳନ ନ କରୁଛ, ମୋର ନିନ୍ଦା କରାଉଛ ତେବେ ଧର୍ମରାଜ ବହୁତ ଦଣ୍ଡ ଦେବେ । ସିଧାସଳଖ ଭାବରେ ମୋର ଅଥବା ମୋର ସନ୍ତାନ ବ୍ରହ୍ମାଙ୍କର ତୁମେ ନିନ୍ଦା କରୁଛ । ବାବାଙ୍କର ଇଏ ଜଣେ ହିଁ ସିକିଲଧା ଅର୍ଥାତ୍ ଅତି ସ୍ନେହୀ ସନ୍ତାନ ଅଟନ୍ତି । ତାଙ୍କ ପ୍ରତି ସ୍ନେହ ତ ରହିଛି ନା । ଯଦି ଏହାଙ୍କର ନିନ୍ଦା କରୁଛ ତେବେ କେତେ ଦଣ୍ଡ ଭୋଗ କରିବାକୁ ପଡିବ । ଟିକିଏ ଆପଦ ଆସୁ ଦେଖିବ କେତେ ପଳାଇ ଆସିବେ । ତୁମେ ସମସ୍ତେ ଏଠାକୁ ଆସିଛ ନା, ଇଏ ବ୍ରହ୍ମା ଜାଦୁ ଆଦି କିଛି କରି ନାହାଁନ୍ତି । ଜାଦୁଗର ତ ଶିବବାବା ଅଟନ୍ତି । ବହୁତ ଅଛନ୍ତି - ଯେଉଁମାନଙ୍କର ଏକଥା ମଧ୍ୟ ଧ୍ୟାନରେ ଆସୁନାହିଁ ଯେ ଏହାଙ୍କ ଶରୀରରେ ଶିବବାବା ଆସୁଛନ୍ତି । ଯଦି ଶିବବାବାଙ୍କ ସମ୍ମୁଖରେ ଆମେ କିଛି ଓଲଟା କରିଦେବା ତେବେ ବାବା କହିବେ ଇଏ ଅଯୋଗ୍ୟ ସନ୍ତାନ ଅଟେ । ଏହାଙ୍କ ଶରୀରରେ ବାବା ଓ ଦାଦା ଦୁଇଜଣ ଅଛନ୍ତି ନା ସେଥିପାଇଁ ଚିଠିରେ ଲେଖୁଛନ୍ତି - ବାପଦାଦା କିନ୍ତୁ ଏକଥା ବି ପିଲାମାନେ ବୁଝିପାରୁ ନାହାଁନ୍ତି ଯେ ବାପଦାଦା ଏକତ୍ର କିପରି ଅଛନ୍ତି । ବାବା, ଦାଦାଙ୍କ ଦ୍ୱାରା ସମ୍ପତ୍ତି ଦେଉଛନ୍ତି । ନିଜେ ସେହି କଥା କହିଦେବା ଦରକାର । ତୁମ୍ଭେମାନେ ଜାଣିଛ ଯେ ବାପଦାଦା କିଏ? କେହି କେହି ମଧ୍ୟ ପଚାରୁଛନ୍ତି ଯେ ତୁମେ ବାପଦାଦା କାହାକୁ କହୁଛ? ଜଣଙ୍କର ତ ନାମ ବାପ-ଦାଦା ହୋଇପାରିବ ନାହିଁ । ତେଣୁ ପିଲାମାନଙ୍କୁ ଯୁକ୍ତିର ସହିତ ବୁଝାଇବା ଆବଶ୍ୟକ । ଯେବେ ତୁମେ କାହାକୁ ବୁଝାଉଛ, ତେବେ ତାଙ୍କର ବୁଦ୍ଧିରେ ଏହା ରହିବା ଆବଶ୍ୟକ ଯେ ଶିବବାବା ଦାଦାଙ୍କ ଦ୍ୱାରା ଆମକୁ ସମ୍ପତ୍ତି ଦେଉଛନ୍ତି । ଏବେ ବିନାଶ ତ ନିଶ୍ଚୟ ହେବ । ତା’ ପୂର୍ବରୁ ବାବା ରାଜଯୋଗ ଶିଖାଉଛନ୍ତି, ତୁମେ ବି ଶିଖ । ଅଧାକଳ୍ପ ଯେଉଁ ବାବାଙ୍କୁ ଡାକି ଆସିଛ, ସେହି ବାବା ଆସିଛନ୍ତି ଜ୍ଞାନ ଦେବା ପାଇଁ । ତଥାପି କହୁଛନ୍ତି - ବୁଝିବା ପାଇଁ ଫୁରସତ୍ ନାହିଁ । ତେବେ ତୁମେ କହିବ ଯେ ଆପଣ ଦେବୀ-ଦେବତା ଧର୍ମର ନୁହଁନ୍ତି । ଆପଣଙ୍କ ଭାଗ୍ୟରେ ସ୍ୱର୍ଗ ସୁଖ ନାହିଁ । ବାକି ଏଠାରେ ମୁଣ୍ଡିଆ ମାରିବାର ଆବଶ୍ୟକତା ନାହିଁ । ସନ୍ନ୍ୟାସୀମାନଙ୍କର ସମ୍ମୁଖରେ ଯାଇ ପାଦ ତଳେ ନିଶ୍ଚୟ ପଡୁଛନ୍ତି । କିନ୍ତୁ ଇଏ ତ ଗୁପ୍ତ ଅଟନ୍ତି ନା । ଆଗକୁ ଗଲେ ବହୁତ ପ୍ରଭାବ ବିସ୍ତାର ହେବ । ସେ ସମୟରେ ବହୁତ ଭିଡ ହେବ । ଭିଡ ସ୍ଥାନ ମାନଙ୍କରେ କେତେ ମନୁଷ୍ୟ ମରିଯାଇଥାନ୍ତି । ପ୍ରଧାନ ମନ୍ତ୍ରୀ ଆଦିଙ୍କର ଦର୍ଶନ କରିବା ପାଇଁ କେତେ ଭିଡ ହୋଇଯାଇଥାଏ । ଏଠାରେ ବାବା କେତେ ଗୁପ୍ତ ରୂପରେ ପିଲାମାନଙ୍କ ସାଥିରେ ବସିଛନ୍ତି । ଏଠାରେ କାହାକୁ ଦେଖିବେ? ବ୍ରହ୍ମାଙ୍କୁ ତ ଭାବୁଛନ୍ତି ଯେ ଇଏ ଜୋହରୀ ଅର୍ଥାତ୍ ଅଳଙ୍କାର ବ୍ୟବସାୟୀ ଥିଲେ । ଶାସ୍ତ୍ରଗୁଡିକରେ ମଧ୍ୟ ରହିଛି ବ୍ରହ୍ମାଙ୍କ ଦ୍ୱାରା କିପରି ମନୁଷ୍ୟ ସୃଷ୍ଟି ରଚନା କଲେ? ବାବା କହୁଛନ୍ତି ମୁଁ ଏହାଙ୍କର ଶରୀରରେ ପ୍ରବେଶ କରି ସୃଷ୍ଟି ରଚନା କରୁଛି । ଏକଥା ମଧ୍ୟ ଲେଖାଯାଇଛି କିନ୍ତୁ ପଥରବୁଦ୍ଧି ମାନେ ବୁଝିପାରୁ ନାହାଁନ୍ତି ।

ବାବା ଆସି ପିଲାମାନଙ୍କୁ ପତିତରୁ ପାବନ କରାଇ ପରିବର୍ତ୍ତନ କରୁଛନ୍ତି । ଆଉ କୌଣସି ନୂଆ ରଚନା କରୁନାହାଁନ୍ତି । ଏହା ହେଉଛି ପତିତମାନଙ୍କୁ ପବିତ୍ର କରିବାର ଯୁକ୍ତି । ବିରାଟ ରୂପର ଚିତ୍ର ନିଶ୍ଚିତ ରହିବା ଆବଶ୍ୟକ । ଯଦି ଚିତ୍ର ବଡ ହେବ, ତେବେ ବୁଝାଇବା ମଧ୍ୟ ସହଜ ହେବ । ପଥରବୁଦ୍ଧିରୁ ପାରସବୁଦ୍ଧି କରିବା, କୌଣସି ସହଜ କଥା ନୁହେଁ । କେହି କେହି ତ ଏପରି ଅନ୍ୟମନସ୍କ ହୋଇ ଦେଖି ଚାଲିଯାଉଛନ୍ତି । ଯଦି ପ୍ରଜା ହେବାର ଥିବ ତେବେ ବି କିଛି ନା କିଛି ବୁଦ୍ଧିରେ ରହିବ । ଆମେମାନେ ହିଁ ବ୍ରାହ୍ମଣ ଅଟୁ, ପୁଣି ଦେବତା ହେବୁ, ହମ-ସୋର ଅର୍ଥ ବାବା କେତେ ଭଲ ଭାବରେ ବୁଝାଇଛନ୍ତି । ସେମାନେ କହୁଛନ୍ତି ଆତ୍ମା ହିଁ ପରମାତ୍ମା । ବାସ୍‌, ଏଠାରେ ତୁମେ ଜାଣୁଛ ଆମେ ଆତ୍ମା ହିଁ ଅଟୁ । ଆମେ ଆତ୍ମା ପ୍ରଥମେ ବ୍ରାହ୍ମଣ ପୁଣି ଦେବତା, ପୁଣି କ୍ଷତ୍ରିୟ.... ହେଉଛୁ । ଆମେ କେତେ ପ୍ରକାରର ବର୍ଣ୍ଣରେ ଆସୁଛୁ! ୮୪ ଜନ୍ମର ଚକ୍ର ଲଗାଉଛୁ । ଆଉ ଯେଉଁମାନେ ପଛରେ ଆସୁଛନ୍ତି - ତାଙ୍କର ପ୍ରାୟତଃ କେତେ ଜନ୍ମ ହୋଇଥିବ! ଏହାର ହିସାବ ବାହାର କରିପାରିବ । ଚିତ୍ର ବହୁତ ଭଲ ଏବଂ ବାବାଙ୍କର ମନ ପସନ୍ଦର ହେବା ଆବଶ୍ୟକ । ଦୁଇ ଚାରି ଜଣ ଭଲ ଭଲ ସନ୍ତାନ ରହିବା ଦରକାର, ଯେଉଁମାନେ ଚିତ୍ର ତିଆରି କରିବାରେ ସାହଯ୍ୟ କରିବେ । ବାବା ଖର୍ଚ୍ଚ ଦେବା ପାଇଁ ପ୍ରସ୍ତୁତ ଅଛନ୍ତି, ପୁଣି ହୁଣ୍ଡି ସ୍ୱତଃ ବାବା ଭରାଇବେ । ବାବା କହୁଛନ୍ତି ମୁଖ୍ୟ ଚିତ୍ର ଟ୍ରାନସଲାଇଟର ଅର୍ଥାତ୍ ସ୍ୱଚ୍ଛ ଉଜ୍ଜ୍ୱଳ ଆଲୁଅ ସହିତ ହେବା ଦରକାର । ଯାହାକୁ ଲୋକମାନେ ଦେଖିଲେ ଖୁସି ହେବେ । ସାରା ପ୍ରଦର୍ଶନୀ ଏହିପରି ହେବା ଦରକାର । ପିଲାମାନଙ୍କୁ ସେଥିପାଇଁ ଯୋଗ୍ୟ କରାଇବା ପାଇଁ ବାବାଙ୍କୁ ପରିଶ୍ରମ କରିବାକୁ ପଡୁଛି ।

ମୁଖ୍ୟ କଥା ହେଉଛି ବାବାଙ୍କୁ ମନେ ପକାଇବା । ଏହା ଦ୍ୱାରା ହିଁ ତୁମେମାନେ ପତିତରୁ ପବିତ୍ର ସୃଷ୍ଟିର ମାଲିକ ହୋଇଯିବ । ପବିତ୍ର ହେବାର ଆଉ କୌଣସି ଉପାୟ ନାହିଁ । ଚାଲି-ବୁଲି ବାବାଙ୍କୁ ମନେ ପକାଅ । ଚକ୍ରକୁ ସ୍ମୃତିରେ ଆଣିବାକୁ ହେବ । ତୁମମାନଙ୍କର ସ୍ୱଭାବ ବହୁତ ରାଜକୀୟ ହେବା ଦରକାର । ଚାଲୁ-ଚାଲୁ କାହାର ଲୋଭ, କାହାର ମୋହ ଆସିଯାଉଛି । କେହି କେହି ମନ ପସନ୍ଦ ଜିନିଷ ପ୍ରତି ଏତେ ଆକୃଷ୍ଟ ହୋଇଯାଆନ୍ତି ଯେ, ତାହା ନ ମିଳିଲେ ଯେପରି ବେମାର ହୋଇଯାଇଥାଆନ୍ତି । ତେଣୁ ଏହି କାରଣରୁ କୌଣସି ପ୍ରକାରର ଅଭ୍ୟାସ ରଖିବା ଉଚିତ୍ ନୁହେଁ । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ନିଜର କଲ୍ୟାଣ କରିବା ପାଇଁ ବାବାଙ୍କର ଆଜ୍ଞାକୁ ମାନିବାକୁ ହେବ । ବାପଦାଦାଙ୍କର କେବେ ବି ଅବଜ୍ଞା କରିବାର ନାହିଁ । କୌଣସି ପ୍ରକାରର ଲୋଭ, ମୋହର ଅଭ୍ୟାସ ରଖିବା ଉଚିତ୍ ନୁହେଁ ।

(୨) ନିଜର ସ୍ୱଭାବକୁ ବହୁତ ରାଜକୀୟ କରିବାକୁ ହେବ । ସକାଳୁ-ସକାଳୁ ଅମୃତବେଳାରୁ ଉଠି ବାବାଙ୍କୁ ମନେ ପକାଇବାର ଅଭ୍ୟାସ କରିବାକୁ ହେବ ।

ବରଦାନ:-
ସର୍ବ ଆତ୍ମାମାନଙ୍କୁ ଶକ୍ତିର ଦାନ ଦେଉଥିବା ମାଷ୍ଟର ବୀଜ ରୂପ ଭବ ।

ଅନେକ ଭକ୍ତ ଆତ୍ମାରୂପୀ ପତ୍ର ଗୁଡିକ ଯେଉଁମାନେ ବି ସୁଖି ଗଲେଣି, ଝାଉଁଳି ଗଲେଣି ସେମାନଙ୍କୁ ପୁନର୍ବାର ନିଜର ବୀଜରୂପ ସ୍ଥିତି ଦ୍ୱାରା ଶକ୍ତିର ଦାନ ଦିଅ । ସେମାନଙ୍କୁ ସର୍ବ ପ୍ରାପ୍ତି କରାଇବାର ଆଧାର ହେଲା ତୁମମାନଙ୍କର “ଇଚ୍ଛା ମାତ୍ରର ଅବିଦ୍ୟା” ସ୍ଥିତି । ଯେତେବେଳେ ନିଜେ ଇଚ୍ଛା ମାତ୍ରର ଅବିଦ୍ୟା ହୋଇଯିବ ସେତେବେଳେ ଅନ୍ୟ ଆତ୍ମାମାନଙ୍କର ସବୁ ଇଚ୍ଛା ପୂରଣ କରିପାରିବ । ତେବେ ଇଚ୍ଛା ମାତ୍ରର ଅବିଦ୍ୟା ଅର୍ଥାତ୍ ସମ୍ପୂର୍ଣ୍ଣ ଶକ୍ତିଶାଳୀ ବୀଜରୂପ ସ୍ଥିତି । ତେଣୁ ମାଷ୍ଟର ବୀଜରୂପ ହୋଇ ଭକ୍ତମାନଙ୍କର ଡାକରା ଶୁଣ ଏବଂ ପ୍ରାପ୍ତି କରାଅ ।

ସ୍ଲୋଗାନ:-
ସର୍ବଦା ପରମ ଆତ୍ମାଙ୍କର ଛତ୍ରଛାୟା ତଳେ ରହିବା ହିଁ ଅଲୌକିକ ଜୀବନର ସୁରକ୍ଷାର ଆଧାର ।

ଅବ୍ୟକ୍ତ ଈଶାରା:- ବ୍ରହ୍ମାବାବାଙ୍କ ସମାନ ସମ୍ପନ୍ନ ଏବଂ ସମ୍ପୂର୍ଣ୍ଣ ସ୍ଥିତିର ଅନୁଭବ କର ।

ଏହି ସମୟକୁ ଅମୂଲ୍ୟ ମନେ କରି ପ୍ରୟୋଗ କର ତେବେ ଯାଇ ସମ୍ପୂର୍ଣ୍ଣ ହୋଇପାରିବ । ସମ୍ପୂର୍ଣ୍ଣ ହେବାରେ ବ୍ୟର୍ଥ ସଂକଳ୍ପ ଯାହାକି ବାଧା ସୃଷ୍ଟି କରୁଛି ତା’ଠାରୁ ଦୂରେଇ ରହିବା ପାଇଁ କେବେ ବି ଭିତରେ କିମ୍ବା ବାହାରେ ରେଷ୍ଟ ଅର୍ଥାତ୍ ବିଶ୍ରାମ ନିଅ ନାହିଁ । ଯଦି ରେଷ୍ଟରେ ନ ରହିବ ତେବେ ସଂକଳ୍ପ ୱେଷ୍ଟ ଅର୍ଥାତ୍ ବ୍ୟର୍ଥରେ ଯିବ ନାହିଁ । ଆଉ ଗୋଟିଏ କଥା ହେଲା ନିଜକୁ ସର୍ବଦା ଗେଷ୍ଟ ଅର୍ଥାଁତ୍ ଅତିଥି ମନେ କର ।