15.11.26 Avyakt Bapdada Odia Murli 20.03.2012 Om Shanti Madhuban
“ସନ୍ତୁଷ୍ଟତାର ଶକ୍ତିକୁ
ଚେହେରା ଏବଂ ଚାଲିଚଳନରେ ଧାରଣ କରି ବ୍ରହ୍ମାବାବାଙ୍କର ସମାନ ହୁଅ, ସର୍ବଦା ଖୁସିରେ ରୁହ ଏବଂ
ଖୁସି ବାଣ୍ଟ”
ଆଜି ବାପଦାଦା ସମ୍ମୁଖରେ
ବସିଥିବା ଏବଂ ଦୂରରେ ରହୁଥିବା ସନ୍ତୁଷ୍ଟମଣୀ ପିଲାମାନଙ୍କୁ ଦେଖୁଛନ୍ତି । ପ୍ରତ୍ୟେକ ସନ୍ତାନ
ନିଜର ସନ୍ତୁଷ୍ଟତାର ଶକ୍ତି ଦ୍ୱାରା ଚମକୁଛନ୍ତି ଏବଂ ହର୍ଷିତ ଚେହେରାରେ ମିଳନ କରୁଛନ୍ତି । ତେବେ
ଏହି ସନ୍ତୁଷ୍ଟତାର ଶକ୍ତି ସବୁଠାରୁ ମହାନଶକ୍ତି ଅଟେ, ସେଥିପାଇଁ ହିଁ ଏହା ଭିତରେ ସର୍ବପ୍ରାପ୍ତି
ଭରି ରହିଛି । ସନ୍ତୁଷ୍ଟତାର ଶକ୍ତିକୁ ଧାରଣ କରିଥିବା ସନ୍ତୁଷ୍ଟମଣି ଆତ୍ମାମାନେ ନିଜକୁ ମଧ୍ୟ
ପ୍ରିୟ, ବାବାଙ୍କୁ ମଧ୍ୟ ପ୍ରିୟ ଏବଂ ପରିବାରକୁ ମଧ୍ୟ ପ୍ରିୟ ଅଟନ୍ତି, କାହିଁକିନା ଯେଉଁଠାରେ
ସନ୍ତୁଷ୍ଟତା ରହିଛି ସେଠାରେ ସର୍ବଶକ୍ତି ଗୁଡିକ ମଧ୍ୟ ସନ୍ତୁଷ୍ଟତା ଭିତରେ ହିଁ ଅନ୍ତର୍ନିହିତ
ଅଟନ୍ତି । ସେଥିପାଇଁ ସନ୍ତୁଷ୍ଟତାର ଶକ୍ତିର ବାୟୁମଣ୍ଡଳ ଚାରିଆଡେ ବିଚ୍ଛୁରିତ ହୋଇଥାଏ । ତେବେ
ସନ୍ତୁଷ୍ଟମଣି ଆତ୍ମାମାନେ କେବେ ବି ମାୟାଠାରୁ ହାରିନଥା’ନ୍ତି, ବରଂ ମାୟା ସେମାନଙ୍କ ପାଖରେ
ହାରିଯାଇଥାଏ । ସନ୍ତୁଷ୍ଟମଣି ଆତ୍ମାମାନେ ସମସ୍ତଙ୍କର ଦିଲ୍କୁ ନିଜର କରି ପାରନ୍ତି ।
ସନ୍ତୁଷ୍ଟମଣି ଆତ୍ମାମାନେ ମାୟା ତଥା ପ୍ରକୃତିର ଭିନ୍ନ ଭିନ୍ନ ହଲ୍ଚଲ୍କୁ ଏଭଳି ଅନୁଭବ
କରିଥା’ନ୍ତି, ଯେପରି ଗୋଟିଏ କାର୍ଟୁନ ସୋ ଦେଖୁଛନ୍ତି, ଅର୍ଥାତ୍ ମନୋରଞ୍ଜନର ଅନୁଭବ କରିଥା’ନ୍ତି
। ଏହି ଭଳି ପ୍ରତ୍ୟେକ ସନ୍ତାନ ନିଜକୁ ସନ୍ତୁଷ୍ଟତାର ଶକ୍ତିରେ ସମ୍ପନ୍ନ ମନେ କରୁଛ ତ ? ନିଜେ
ନିଜକୁ ପଚାର ଯେ ମୁଁ ସନ୍ତୁଷ୍ଟମଣି ଅଟେ ତ? କେତେକ ପିଲା କହୁଛନ୍ତି ଆମେ କେବେ କେବେ ସନ୍ତୁଷ୍ଟ
ରହୁଛୁ, ସର୍ବଦା ନୁହେଁ କିନ୍ତୁ ବାପଦାଦାଙ୍କୁ ଏହି କେବେ ଶଦ୍ଦ ଭଲ ଲା ଗେନାହିଁ । ବାପଦାଦା ତ
ପ୍ରତ୍ୟେକ ସନ୍ତାନକୁ ସର୍ବଦା ୟାଦ୍ପ୍ୟାର ମଧ୍ୟ ଦେଉଛନ୍ତି ଏବଂ ଖୁସି ମଧ୍ୟ ଦେଉଛନ୍ତି । ତେଣୁ
ବାପଦାଦାଙ୍କୁ ଏହି କେବେ କେବେ ଶଦ୍ଦ ଆଦୈା ଭଲ ଲାଗୁନାହିଁ, ସେଥିପାଇଁ ସର୍ବଦା ଖୁସିବାସିଆ
ସ୍ଥିତି ରହୁ । ତେଣୁ ବାପଦାଦା ଚାହୁଁଛନ୍ତି ଯେ ଏହି କେବେ କେବେ ଶଦ୍ଦକୁ କ’ଣ ତୁମେମାନେ
ପରିବର୍ତ୍ତନ କରିପାରିବ ନାହିଁ ! ତେବେ ଏହି କେବେ କେବେ ଶଦ୍ଦଟି ବ୍ରାହ୍ମଣମାନଙ୍କ ଶଦ୍ଦକୋଶରେ
ହିଁ ନାହିଁ, ତେଣୁ ସଦା କୁହ । ତେଣୁ ତୁମେ ସମସ୍ତେ ଯେଉଁମାନେ କି ବାବାଙ୍କର ପ୍ରିୟ ଏବଂ ମାୟାର
ପ୍ରଭାବଠାରୁ ମୁକ୍ତ ଅଟ, କ’ଣ ଆଜି ଏହି କେବେ କେବେ ଶଦ୍ଦକୁ ସମାପ୍ତ କରିପାରିବ ? କରିପାରିବ?
କାହିଁକିନା ବାପଦାଦା ବହୁତ ସମୟରୁ କହି ଆସୁଛନ୍ତି ଯେ କୈାଣସି ବି ହଲଚଲ ଅଚାନକ ଆସିବ । ତା’ର
ପ୍ରସ୍ତୁତି ପାଇଁ, ଯଦି ଏବେ ମଧ୍ୟ କେବେ କେବେର ସଂସ୍କାର ରହିଛି, ତେବେ କ’ଣ ସଦାକାଳର ରାଜ୍ୟ
ଭାଗ୍ୟର ଅଧିକାରୀ ହୋଇପାରିବ ? ତେବେ ବ୍ରହ୍ମାବାବାଙ୍କ ସହିତ ସମସ୍ତଙ୍କର ହାର୍ଦ୍ଦିକ ସ୍ନେହ
ରହିଛି ଏବଂ ବ୍ରହ୍ମାବାବାଙ୍କ ସହିତ ପ୍ରତିଜ୍ଞା କରିଛ ଯେ ସାଥିରେ ଅଛୁ, ସାଥିରେ ଯିବୁ ଏବଂ ସାଥି
ହୋଇ ରାଜ୍ୟ କରିବୁ । ଏହି ପ୍ରତିଜ୍ଞା ତ ପକ୍କା ଅଟେ ନା ! ମୁଣ୍ଡ ହଲାଅ । ପକ୍କା ତ ? କେତେ
ପକ୍କା ! ବ୍ରହ୍ମାବାବା କେବେ କେବେ ଶଦ୍ଦ କହୁଥିଲେ କି ! ତୁମ ସମସ୍ତଙ୍କୁ ମଧ୍ୟ ସବୁଦିନ
ଅମୃତବେଳାରେ ୟାଦ୍ପ୍ୟାର ଦେଉଛନ୍ତି ସର୍ବଦା ବାବାଙ୍କ ସହିତ ମିଶି ଜ୍ଞାନର କଥା, ସ୍ନେହର କଥା,
ଉମଙ୍ଗ-ଉତ୍ସାହର କଥା ଶୁଣାଇ ଆସିଛନ୍ତି । ଏବେ ଯଦି ସମସ୍ତଙ୍କୁ ହାତ ଉଠାଇବା ପାଇଁ କୁହାଯିବ ଯେ,
ବାପଦାଦାଙ୍କ ସହିତ ସ୍ନେହ ଅଛି କି ନାହିଁ ତେବେ ସମସ୍ତେ ଦୁଇଦୁଇଟା ହାତ ଉଠାଇବେ । ଠିକ୍ କଥା ନା
! ପକ୍କା ନା ? ଯଦି ସ୍ନେହ ଅଛି, ତେବେ ସ୍ନେହୀ ଆତ୍ମାର ଗୋଟିଏ ଗୋଟିଏ ଶଦ୍ଦ ପ୍ରତି ମଧ୍ୟ ସ୍ନେହ
ଥାଏ । ବ୍ରହ୍ମାବାବା କେବେ ବି ଶିବବାବାଙ୍କୁ ଏକଥା କହୁନାହାନ୍ତି ଯେ କେବେ କେବେ ହେଉଛି ।
ସର୍ବଦା ଫଲୋ ଫାଦର କରୁଥିଲେ ଏବଂ ତୁମମାନଙ୍କୁ ମଧ୍ୟ କରାଉଥିଲେ କାହିଁକିନା ବ୍ରହ୍ମାବାବାଙ୍କର
ପିଲାମାନଙ୍କ ପ୍ରତି ଆନ୍ତରିକ ସ୍ନେହ ରହିଛି ସେଥିପାଇଁ ତୁମମାନଙ୍କର ନାମ ମଧ୍ୟ କ’ଣ ରଖାଯାଇଛି ?
ବ୍ରହ୍ମାକୁମାରୀ, ଶିବ କୁମାରୀ ନୁହେଁ, ତେଣୁ ବ୍ରହ୍ମାବାବାଙ୍କ ପ୍ରତି ସ୍ନେହ ରଖିବାର ଅର୍ଥ ହେଲା,
ବ୍ରହ୍ମାବାବାଙ୍କର କହିବା ଏବଂ ବ୍ରହ୍ମାକୁମାର କୁମାରୀଙ୍କର ମାନିବା । ସ୍ନେହର ଅର୍ଥ ହେଲା
ସ୍ୱାହା । ତେବେ କାହା ଉପରେ ସ୍ୱାହା ହେବ ? ତାଙ୍କର ଆଜ୍ଞା ଉପରେ ସେ ଯାହା କହୁଥିଲେ ତାହା
କରୁଥିଲେ କାହିଁକି ନା ବ୍ରହ୍ମାବାବାଙ୍କ ସହିତ ଶିବବାବା ମଧ୍ୟ ଥିଲେ । ଜଣେ ନ ଥିଲେ, ବାପଦାଦା,
ବାପଦାଦା କହୁଛ ନା !
ତେବେ ଆଜି ବାପଦାଦା କେବେ
କେବେ ଶଦ୍ଦକୁ ସବୁପିଲାଙ୍କ ମୁଖରୁ ସମାପ୍ତ କରିବାକୁ ଚାହୁଁଛନ୍ତି । ତେଣୁ ତୁମେ ସମସ୍ତେ
ବାବାଙ୍କର ସାଥୀ ମଧ୍ୟ ଅଟ । ସ୍ନେହ ଅଛି ନା! ସ୍ନେହରେ ତ ନିଜକୁ ମଧ୍ୟ ସ୍ୱାହା କରିଦେଇଥା’ନ୍ତି,
ଏଠାରେ ତ କେବଳ ଗୋଟିଏ ଶଦ୍ଦକୁ ସ୍ୱାହା କରିବାକୁ ହେବ କାହିଁକି ନା ବାପଦାଦା ପ୍ରତ୍ୟେକ ସନ୍ତାନକୁ
ମାଳାର ବିଜୟୀ ରତ୍ନ କରିବାକୁ ଚାହିଁଛନ୍ତି । ତେବେ ତୁମେମାନେ ନିଜକୁ ମାଳାର ଦାନା ମନେ କରୁଛ ତ
? ବିଜୟୀ ମନେ କରୁଛ ତ ? କେହି କେହି କହୁଛନ୍ତି ବ୍ରାହ୍ମଣମାନଙ୍କର ସଂଖ୍ୟା ତ ଅନେକ ଅଟେ କିନ୍ତୁ
ମାଳା ତ କେବଳ ୧୦୮ ଜଣଙ୍କର ଅଟେ, ତେଣୁ ୧୦୮ ଜଣ ହିଁ ମାଳାରେ ଆସିବେ ନା ! କିନ୍ତୁ ତୁମେମାନେ ଯଦି
ସମ୍ପନ୍ନ ହୋଇଯିବ, ବିଜୟୀ ହୋଇଯିବ, ତେବେ ଏହାକୁ କେବଳ ୧୦୮ର ମାଳା ବୋଲି ଭାବନାହିଁ, ବାପଦାଦା
ମଝିରେ ମଝିରେ ଅତିରିକ୍ତ ଦାନା ମଧ୍ୟ ଲଗାଇ ଦେବେ କିନ୍ତୁ ତୁମେମାନେ ପ୍ରଥମେ ବିଜୟୀ ହୁଅ । କେହି
କେହି ପିଲା ତ ଭାବୁଛନ୍ତି କିଏ ଜାଣେ ଆମ ନମ୍ବର ଆସିବ କି ନାହିଁ । କିନ୍ତୁ ତୁମେମାନେ ଯଦି
ସମ୍ପନ୍ନ ହୋଇଯିବ, ତେବେ ଶିବବାବା ମଧ୍ୟ ନମ୍ବର ଦେଇ ଦେବେ, କାହିଁକିନା ବାବାଙ୍କର ସବୁପିଲାଙ୍କ
ପ୍ରତି ସ୍ନେହ ଅଛି । ପୂର୍ବରୁ ମଧ୍ୟ ଶୁଣାଇଛୁ ଯଦିଓ କେହି ଶେଷ ନମ୍ବରର ସନ୍ତାନ ମଧ୍ୟ ହୋଇଥାଉ
ନା କାହିଁକି ତା’ ପ୍ରତି ମଧ୍ୟ ବାବାଙ୍କର ସ୍ନେହ ଅଛି କାହିଁକିନା ଯଦିଓ ସେହି ପିଲାଟି ନିଜର
ସ୍ୱଭାବ ସଂସ୍କାର ଅଧୀନ ଅଟେ କିନ୍ତୁ ବାବାଙ୍କୁ ଚିହ୍ନି ମେରା ବାବା ତ କହିଛିନା । ଦୁନିଆରେ କେତେ
ବଡ ବଡ ପଦ ପଦବୀବାଲା ଅଛନ୍ତି କିନ୍ତୁ ସେମାନେ ବାବାଙ୍କୁ ଚିହ୍ନି ପାରିନାହାନ୍ତି କିନ୍ତୁ ସେ ତ
ଚିହ୍ନି ପାରିଛି ନା, ହୁଏ ତ କୈାଣସି ଦୁର୍ବଳତାର ବଶୀଭୂତ ଅଟେ, ପୁଣି ବି ବାବାଙ୍କୁ ତ ଜାଣି
ପାରିଛି ନା । ଆଦରର ସହିତ ମେରା ବାବା ତ କହୁଛି, ସେଥିପାଇଁ ବାବା ପୂର୍ବରୁ ମଧ୍ୟ କହୁଛନ୍ତି
ବାବାଙ୍କର ଶେଷ ନମ୍ବରର ପିଲା ପ୍ରତି ମଧ୍ୟ ସ୍ନେହ ତ ରହିଛି କିନ୍ତୁ ତା ଉପରେ ବିଶେଷ କଲ୍ୟାଣର
ଦୃଷ୍ଟି ଏବଂ କଲ୍ୟାଣର ବୃତ୍ତି ମଧ୍ୟ ରହିଛି ଯେ ଏହି ପିଲାଟି କିଛି ନା କିଛି ଆଗକୁ ବଢିଯାଉ ।
ତେଣୁ ବାପଦାଦା ଆଜି ସ୍ପଷ୍ଟ ଭାବରେ ଶୁଣାଇ ଦେଉଛନ୍ତି ଯେ ତୁମେ ଅନ୍ୟ କୈାଣସି କଥା ଚିନ୍ତାକର
ନାହିଁ ଏହା କ’ଣ ହେବ, କିପରି ହେବ, ତୁମେ କେବଳ ନିଜକୁ ଯୋଗ୍ୟ କର । କର୍ମଯୋଗୀ ଆତ୍ମା କରିଦିଅ ।
ବାକି ବାବା ପ୍ରତ୍ୟେକ ସନ୍ତାନକୁ ଯେଉଁମାନେ କି ଏହି ଭଳି ଅଯୋଗ୍ୟ ହୋଇଥିବେ, ସେମାନଙ୍କୁ
ସର୍ବପ୍ରାପ୍ତିର ବରଦାନ ଦେଇ ଆଗକୁ ବଢାଇ ଦେବେ, ପଛରେ ରଖିବେ ନାହିଁ ।
ତେବେ ବାପଦାଦା ଆଜି
ଅମୃତବେଳାରେ ଦେଶ-ବିଦେଶ ଚାରିଆଡେ ଚକ୍ର ଲଗାଇବା ପାଇଁ ଯାଇଥିଲେ । ଏମିତି ତ ବାପଦାଦା ଅଧିକାଂଶ
ସମୟରେ ଚକ୍ର ଲଗାଉଛନ୍ତି କିନ୍ତୁ ଆଜି ଯେତେବେଳେ ଚକ୍ର ଲଗାଇଲେ, ପୂର୍ବରୁ ଶୁଣାଇଥିଲୁ ନା
ବାପଦାଦା ଯେତେବେଳେ ଚକ୍ର ଲଗାଇବା ପାଇଁ ଯାଆନ୍ତି ତୁମମାନଙ୍କର ପୂର୍ବଜ ଦାଦୀମାନେ ମଧ୍ୟ ତାଙ୍କ
ସହିତ ଚକ୍ର ଲଗାଇବା ପାଇଁ ଯାଇଥାନ୍ତି । ତେବେ ଚକ୍ର ଲଗାଇ କ’ଣ ଦେଖିଲେ ? ଏମିତି ତ ତୁମେମାନେ
ମଧ୍ୟ ଜାଣିଛ । ପିଲାମାନେ ବହୁତ ଭଲ ଭଲ ସଂକଳ୍ପ ମଧ୍ୟ କରୁଛନ୍ତି, କରି ଦେଖାଇବି, ହୋଇକରି
ଦେଖାଇବି, ହାତରେ ହାତ ଦେଇ ଚାଲିବି ..... । ତେବେ ହାତ ଧରିବାର ଅର୍ଥ କ’ଣ ଶିବବାବାଙ୍କର ତ
ଫରିସ୍ତା ରୂପ ମଧ୍ୟ ନାହିଁ । ତେବେ ହାତ ପୁଣି କ’ଣ ? ଶ୍ରୀମତ ହିଁ ହାତ ଅଟେ । ବିଦେଶରେ ତ ହାତ
ଧରା ଧରି ହୋଇ ଚାଲିବାର ଫେସନ ମଧ୍ୟ ରହିଛି । ତେବେ ଏଠାରେ ହାତ ହେଲା ଶ୍ରୀମତ, ତେଣୁ ସମସ୍ତେ
ହାତରେ ହାତ ମିଶାଇ ଚାଲିବାବାଲା ଅଟ ନା ! ଶକ୍ତି ଅଛି ତ ? ବ୍ରହ୍ମାବାବାଙ୍କୁ ଦେଖ ପ୍ରତିପାଦ
ଶ୍ରୀମତ ଅନୁସାରେ ଚାଲି ତୁମମାନଙ୍କୁ ଦେଖାଇଛନ୍ତି । କ’ଣ କରିବାକୁ ହେବ, କିପରି କରିବାକୁ ହେବ,
ତା’ର ଦୃଷ୍ଟାନ୍ତ ହୋଇଯାଇଛନ୍ତି । ସାକାର ରୂପରେ ଦୃଷ୍ଟାନ୍ତ ଅଟନ୍ତି ନା । ନିରାକାର ପିତାଙ୍କ
କଥା ଛାଡିଦିଅ କିନ୍ତୁ ବ୍ରହ୍ମାବାବା ତ ସାକାରରେ ତୁମମାନଙ୍କର ସାଥୀ ଥିଲେ ନା ! ତେବେ
ବ୍ରହ୍ମାବାବା ଯେପରି ଶ୍ରୀମତ ରୂପକ ହାତରେ ହାତ ମିଶାଇ ଫରିସ୍ତା ହୋଇଗଲେ ସେହିପରି ଫଲୋଫାଦର
ଅର୍ଥାତ୍ ପିତାଙ୍କୁ ଅନୁକରଣ ତ କରିବ ନା ! କ’ଣ ଫଲୋଫାଦର ମନେ ଅଛି ନା ! ତେବେ ଫଲୋ କ’ଣ କରିବ ?
ବ୍ରହ୍ମାବାବା ସବୁ ଶ୍ରୀମତକୁ ସ୍ପଷ୍ଟ ଭାବରେ କରି ଦେଖାଇଛନ୍ତି, ତାଙ୍କର ଚେହେରା ଏବଂ ଚାଲିଚଳନ
କିପରି ଥିଲା ତାହା ତ ସମସ୍ତେ ଜାଣିଛ ନା ! ନିଜର ବୁଦ୍ଧି ଦ୍ୱାରା ତ ବ୍ରହ୍ମାବାବାଙ୍କୁ ପ୍ରକଟ
କରିପାରିବ ନା ! ଯେଉଁସବୁ ଦିନଚର୍ଯ୍ୟାଗୁଡିକୁ ଯେପରି ଭାବରେ ବ୍ରହ୍ମାବାବା କରି ଦେଖାଇଛନ୍ତି,
ସାକାର ଶରୀର ଭିତରେ ଥାଇ, ସାକାରରେ ହିଁ ସବୁକିଛି ଅନୁଭବ କରିଛନ୍ତି । ବ୍ରହ୍ମାବାବାଙ୍କର
ଚରିତ୍ରକୁ ତ ସମସ୍ତେ ଜାଣିଛ, ତେଣୁ ଫଲୋଫାଦର କର । ତୁମମାନଙ୍କୁ ପକ୍କା କରାଇବା ପାଇଁ
ବ୍ରହ୍ମାବାବାଙ୍କର ପ୍ରତ୍ୟେକ କଦମ କ’ଣ ଥିଲା ତାହା ମଧ୍ୟ ଶୁଣାଇ ଦିଆଯାଇଛି । ବ୍ରହ୍ମାଙ୍କର ୮
କଦମ ବିଷୟରେ ତ ପଢୁଛ ନା, କ’ଣ କ’ଣ ସବୁ କରିଛନ୍ତି ! ବାସ୍ କେବଳ ସେତିକିକୁ ଅନୁକରଣ କର । ଫଲୋ
କରିବା ଅର୍ଥ ବ୍ରହ୍ମାବାବାଙ୍କ ସମାନ ହେବା । ଏବେ ଚିନ୍ତାକର ଦୁଇଜଣ ଯାକ ପିତାଙ୍କ ପ୍ରତି ସ୍ନେହ
ତ ଅଛି ନା ! ତେବେ ସ୍ନେହର ଅର୍ଥ ହେଲା ପୂର୍ବରୁ ମଧ୍ୟ ଶୁଣାଇ ସାରିଛୁ ଯେ ସ୍ନେହର ବାସ୍ତବିକ
ସ୍ୱରୂପ ହେଲା ବ୍ରହ୍ମାବାବାଙ୍କର କହିବା ଏବଂ ପିଲାମାନଙ୍କୁ ବାବାଙ୍କ ଭଳି କରି ଦେଖାଇବା, ଏହା
ହିଁ ହେଉଛି ଦିଲ୍ର ସଚ୍ଚା ପ୍ୟାର । କିନ୍ତୁ କେତେକ ପିଲା କ’ଣ କରୁଛନ୍ତି ଜାଣିଛ ?
ବ୍ରହ୍ମାବାବାଙ୍କ ଭଳି କରିବି, ଏହି ଭଳି ଭାବୁଛନ୍ତି କିନ୍ତୁ ପ୍ରଥମେ କରି ଦେଉଛନ୍ତି ତା’ପରେ
ଭାବୁଛନ୍ତି, ବ୍ରହ୍ମାବାବାଙ୍କ ଭଳି ତ କରିପାରିଲି ନାହିଁ । କିନ୍ତୁ କରିସାରିଛନ୍ତି । ତେଣୁ ଯଦି
ଫଲୋ କରିବାକୁ ଚାହୁଁଛୁ ତେବେ ପ୍ରଥମେ ଚିନ୍ତା କର, ସଂକଳ୍ପ କରିବା ପୂର୍ବରୁ ଚିନ୍ତାକର ଯେ ଏହି
ଭଳି ସଂକଳ୍ପ ବ୍ରହ୍ମାବାବାଙ୍କର ଥିଲା ତ ! ଯଦି ହିଁ ତେବେ ତାକୁ କାର୍ଯ୍ୟକାରୀ କର । କରିସାରିବା
ପରେ ଚିନ୍ତା କରନାହିଁ । ପ୍ରଥମେ ଚିନ୍ତାକର ତା’ପରେ ତାକୁ ଅନୁକରଣ କର । ବ୍ରହ୍ମାବାବାଙ୍କୁ ଫଲୋ
କରିବା ଅର୍ଥ ବ୍ରହ୍ମାବାବାଙ୍କ ସମାନ ହେବା । ସାହାସ ଅଛି ତ ? ଫଲୋ କରିବାର ସାହାସ ଅଛି ତ ?
ଯେଉଁମାନେ ଭାବୁଛନ୍ତି ଆମେ ନିଶ୍ଚିତ କରିବୁ ସେମାନେ ତାହ ଉଠାଅ । ତେବେ ପ୍ରଥମେ ଭାବିବ ତା’ପରେ
କରିବ । କରିସାରି ଭାବିବ ନାହିଁ ।
ତେବେ ଆଜି ବାପଦାଦା
ପ୍ରତ୍ୟେକ ସନ୍ତାନକୁ ସନ୍ତୁଷ୍ଟତାର ଶକ୍ତିରେ ବ୍ରହ୍ମାବାବାଙ୍କ ସମାନ ଦେଖିବାକୁ ଚାହୁଁଛନ୍ତି ।
ଏହି ଗୋଟିଏ ସନ୍ତୁଷ୍ଟତା ଶକ୍ତି ଭିତରେ ସବୁ ଶକ୍ତି ଆସିଯିବ । ତେଣୁ ଆଜି ବାପଦାଦାଙ୍କର ବିଶେଷ
ବରଦାନ ହେଲା ସନ୍ତୁଷ୍ଟତାର ଶକ୍ତିରେ ସମ୍ପନ୍ନ ଭବ ! ଯାହାବି ହୋଇଯାଉ ନିଜର ସନ୍ତୁଷ୍ଟତାକୁ କେବେ
ବି ଛାଡିବ ନାହିଁ । କେତେକ ପିଲା ବାର୍ତ୍ତାଳାପ କରିବା ସମୟରେ କହୁଛନ୍ତି ସନ୍ତୁଷ୍ଟ ରହିବା ସହଜ
କଥା କିନ୍ତୁ ଅନ୍ୟମାନଙ୍କୁ ସନ୍ତୁଷ୍ଟ କରିବା ବହୁତ ମୁସିକିଲ୍ । ଯଦି ବି କେହି କିଛି କରୁଛି ଏବଂ
ତୁମେ ଭାବୁଛ ଏହା ଠିକ୍ ନୁହେଁ ପୁଣି ବି ମନ ଭିତରେ କ’ଣ ରଖୁଛ ? ଇଏ ଏମିତି କରୁଛି, ସେ ସେମିତି
କରୁଛି, ଏହାର ସ୍ୱଭାବ ଏହିଭଳି, ଏହାର ସ୍ୱାଭାବ ଏହିଭଳି..... । ଏସବୁ ଦିଲ୍ ଭିତରେ ରଖ ନାହିଁ
କାହିଁକିନା ତ ତୁମେ ମାନେ ଦିଲ୍ ଭିତରେ ବାବାଙ୍କୁ ବସାଇଛ । ବସାଇଛ ନା ? ମୁଣ୍ଡ ହଲାଅ । ପକ୍କା
ତ ? ନା କେବେ ବସାଉଛ, କେବେ ବାହାର କରିଦେଉଛ ? ଯଦି ବାବାଙ୍କୁ ରଖିଛ, ତେବେ କ’ଣ ବାବାଙ୍କ ସହିତ
ସେହି ସବୁକଥାଗୁଡିକୁ ମଧ୍ୟ ରଖିବ ? ତେଣୁ ସେଗୁଡିକୁ ଦିଲ୍ ଭିତରେ ରଖ ନାହିଁ । ବାପଦାଦା ପୂର୍ବରୁ
ମଧ୍ୟ ଏହାର ଉପାୟ ଶୁଣାଇ ସାରିଛନ୍ତି ଯେ ସର୍ବଦା ଏହି ଭଳି ଆତ୍ମାଙ୍କ ପ୍ରତି ଶୁଭଭାବନା,
ଶୁଭକାମନା ରଖି ନିଜର ଶୁଭକାମନାକୁ କାର୍ଯ୍ୟରେ ଲଗାଅ ଏବଂ ଏମିତି ବି ଦେଖ ତୁମେ ଭାବୁଛ ଇଏ କିଛି
ଭଲ କରୁନାହିଁ, ତେବେ ତାହା ତ ଖରାପ ଜିନିଷ ହେଲା ନା, ତେଣୁ କେହି ଯଦି ତୁମକୁ ଖରାପ ଜିନିଷ ଦେବ
ତେବେ କ’ଣ ତୁମେ ତାକୁ ଗ୍ରହଣ କରିବ ? ଯଦି ତାକୁ ଖରାପ ବୋଲି ଭାବୁଛ ତେବେ ତାକୁ ବୁଦ୍ଧିରେ ରଖିବା,
ବା ଦିଲ୍ ଭିତରେ ରଖିବା କ’ଣ ଠିକ୍ କି ? ପ୍ରଥମେ ତା’କୁ ନେଲ କାହିଁକି ? ଏହିଭଳି ବିଧି ଦ୍ୱାରା
ନିଜର ଦିଲ୍ ଭିତରେ ସର୍ବଦା ବାବାଙ୍କୁ ରଖିବା ଦ୍ୱାରା, ବାବାଙ୍କ ସମାନ ହୋଇଯିବ । ପ୍ରତିଶ୍ରୁତି
ତ ଦେଇଛନା, ବାବାଙ୍କ ସମାନ ତ ହେବ ନା ! କ’ଣ ପକ୍କା ହେବ ତ ? ନା, କିଏ ଜାଣେ ହେବି କି ନ ହେବି
? ଏହି ଭଳି ଭାବୁ ନାହିଁ ତ ? ତେବେ ସ୍ନେହର ଅର୍ଥ ହେଲା ଫଲୋଫାଦର କରିବା । ତେଣୁ ବାପଦାଦା ଏବେ
ପ୍ରତ୍ୟେକ ସନ୍ତାନଙ୍କୁ ଶୁଭଭାବନା, ଶୁଭକାମନା ସମ୍ପନ୍ନ ଆତ୍ମା ରୂପରେ ଦେଖିବାକୁ ଚାହୁଁଛନ୍ତି ।
କ’ଣ ଟୀଚରମାନେ ହେବ ତ ?
ଟୀଚରମାନଙ୍କ ସହିତ ବାପଦାଦାଙ୍କର ବିଶେଷ ସ୍ନେହ ରହିଛି । କାହିଁକି ଜାଣିଛ ? କାହିଁକି ନା
ବାବାଙ୍କର ଆସନ ଉପରେ ବସିବାର ସାହାସ କରିଛନ୍ତି । ତେବେ ଟୀଚରମାନଙ୍କ ଭିତରେ ସାହାସ ଅଛି ନା !
ପ୍ରତ୍ୟେକ ଟୀଚରଙ୍କଠାରୁ ବାପଦାଦା ଏହି କଥା ଚାହୁଁଛନ୍ତି ଯେ ପ୍ରତ୍ୟେକଙ୍କର ଚେହେରାରେ ଭବିଷ୍ୟତ
ଦେଖାଯାଉ । ଯଦିଓ ଟୀଚରମାନଙ୍କ ଉଦ୍ଦେଶ୍ୟରେ କୁହାଯାଉଛି କିନ୍ତୁ ତୁମେ ସମସ୍ତେ ତ ତାଙ୍କ ସହିତ
ଅଛ ନା ! ବାପଦାଦା ଆରମ୍ଭ ସମୟରେ ଯଜ୍ଞରେ ରହୁଥିବା ଛୋଟ ଛୋଟ ପିଲାମାନଙ୍କୁ ମଧ୍ୟ ଏହି ଶିକ୍ଷା
ଦେଇଥିଲେ ଯେ ସମସ୍ତଙ୍କର ଚେହେରା ସୈାଭାଗ୍ୟ ଶାଳୀ ତଥା ଖୁସି ବାସିଆ ଦେଖାଯାଉ । ତେଣୁ ଏବେ ମଧ୍ୟ
ବାପଦାଦା ଏହି କଥା ଚାହୁଁଛନ୍ତି ଯେ ପ୍ରତ୍ୟେକ ସନ୍ତାନର ଚେହେରାରୁ ଦେଖାଯାଉ ଯେ ଇଏ ଖୁସିବାସିଆ
ଏବଂ ସୈାଭାଗ୍ୟଶାଳୀ ଆତ୍ମା ଅଟେ । ବାଣୀ ଦ୍ୱାରା ସେବା ତ ବହୁତ କରିଛ ଏବଂ ଭଲ ମଧ୍ୟ କରିଛ, ତା’ର
ସାର୍ଟିଫିକେଟ୍ ତ ନେଇଛ କିନ୍ତୁ ଏବେ ନିଜର ଚେହେରା ଏବଂ ଚାଲିଚଳନ ଦ୍ୱାରା ସେବାରେ ଆଗକୁ ବଢ ।
ଯେପରି କେହି ଗରୀବ ଲୋକକୁ ଯଦି ଲଟେରୀ ମିଳିଯାଏ ତେବେ ତା’ର ଚେହେରା ଏବଂ ଚାଲିଚଳନ କହି ଦିଏ ନା!
ତା’ର ଚେହେରାକୁ ଦେଖି ସମସ୍ତେ ଅନୁଭବ କରିନିଅନ୍ତି ଯେ ଆଜି ଏହାକୁ କିଛି ମିଳି ଯାଇଛି । ସେହିଭଳି
ତୁମମାନଙ୍କର ଚେହେରା ଏବଂ ଚାଲିଚଳନକୁ ଦେଖି ମାନି ଯାଆନ୍ତୁ ଯେ ଏମାନଙ୍କୁ କିଛି ବିଶେଷ ପ୍ରାପ୍ତି
ମିଳିଛି ।
ତେବେ ଆଜି ବାପଦାଦା କ’ଣ
ଚାହୁଁଛନ୍ତି ? ବ୍ରହ୍ମାବାବାଙ୍କ ସମାନ ହୁଅ । ଫଲୋଫାଦର, କାହିଁକି ନା ସମୟର ଅବସ୍ଥା ତ ହଲଚଲ
ହେବାରେ ଲାଗଛି ଏବଂ ଆହୁରୀ ମଧ୍ୟ ଅଧିକ ହେବ ସେଥିପାଇଁ ବାପଦାଦା ପ୍ରତ୍ୟେକ ସନ୍ତାନକୁ ଏହି
ଶିକ୍ଷା ଦେବାକୁ ଚାହୁଁଛନ୍ତି ଯେ ସର୍ବଦା ଖୁସିରେ ରୁହ ଏବଂ ଖୁସି ବାଣ୍ଟ । ଯେତିକି ଖୁସି
ବାଣ୍ଟିବ, ସେତିକି ବଢି ଚାଲିବ । ତୁମମାନଙ୍କର ଖୁସିକୁ ଦେଖି ଅନ୍ୟମାନେ ୫ ମିନିଟ୍ ପାଇଁ ତ ଖୁସି
ହୋଇଯାଆନ୍ତୁ । ଦୁଃଖି ଆତ୍ମାମାନେ ତୁମକୁ ଦେଖି ଯଦି ୫ ମିନିଟ୍ ପାଇଁ ମଧ୍ୟ ଖୁସି ହୋଇଗଲେ, ତେବେ
ସେମାନଙ୍କ ପାଇଁ ଏହା ତ ବହୁତ ମନପସନ୍ଦ କଥା ନା । ତେଣୁ ବାପଦାଦା ଆଜି ପ୍ରତ୍ୟେକ ସନ୍ତାନକୁ
ବିଶେଷ କରି ସନ୍ତୁଷ୍ଟତାର ଶକ୍ତିକୁ ନିଜର ଚେହେରା ଏବଂ ଚାଲିଚଳନର ଧାରଣ କରିବା ସହିତ
ଅନ୍ୟମାନଙ୍କୁ ମଧ୍ୟ ଧାରଣ କରାଇବା ପାଇଁ ବିଶେଷ ଧ୍ୟାନ ଆକର୍ଷଣ କରାଉଛନ୍ତି । ଆଚ୍ଛା ।
ଆଜି ଯେଉଁମାନେ ପ୍ରଥମଥର
ପାଇଁ ଆସିଛ ସେମାନେ ଉଠ । ଦେଖ, ତୁମମାନଙ୍କୁ ଦେଖାଯାଉଛି, ଅଧା କ୍ଲାସ୍ ତ ପ୍ରଥମ ଥର ବାଲା
ଅଛନ୍ତି । ହାତ ଉଠାଅ । ଦେଖ, ସମସ୍ତଙ୍କର ହାତକୁ ଦେଖ କେତେ କେତେ ନୂଆ ନୂଆ ଭାଇ-ଭଉଣୀମାନେ ତୁମର
ସାଥୀ ହୋଇଯାଇଛନ୍ତି । ଅଭିନନ୍ଦନ, ବହୁତ ବହୁତ ଅଭିନନ୍ଦନ ଏବେ ଯେପରି ମଧୁବନ ପର୍ଯ୍ୟନ୍ତ ପହଞ୍ଚି
ଯାଇଛ ନା, ବାପଦାଦାଙ୍କ ସହିତ ମିଶିବା ପର୍ଯ୍ୟନ୍ତ ପହଞ୍ଚି ଯାଇଛ, ତେବେ ଆଗକୁ ଆଉ କ’ଣ କରିବ ?
ଫଲୋ ବ୍ରହ୍ମାବାବା ବାପଦାଦାଙ୍କୁ ମଧ୍ୟ ତୁମମାନଙ୍କୁ ଦେଖି ଖୁସି ଲାଗୁଛି, ବାଃ ମୋର ସନ୍ତାନ
ଆସିଗଲେ ! ସାରା ପରିବାର ମଧ୍ୟ ଖୁସି ଲାଗୁଛି, ଆମର ଭାଇ-ଭଉଣୀମାନେ ଆସିଗଲେ, ଆସିଗଲେ, ଆସିଗଲେ ।
ଏବେ ବ୍ରହ୍ମାବାବାଙ୍କୁ ଅନୁକରଣ କର । କେବେ ବି କିଛି ବି ହେଉଛି, ଯଦି କୈାଣସି ପ୍ରଶ୍ନ ଆସୁଛି
ବା କୈାଣସି ସମସ୍ୟା ଆସୁଛି, ତେବେ ଦୁନିଆ ତ ସମସ୍ୟା ବହୁଳ ହିଁ ଅଟେ, ତେଣୁ ତୁରନ୍ତ ହିଁ ନିଜ
ନିଜର ଟୀଚରମାନଙ୍କ ଦ୍ୱାରା ତା’ର ସମାଧାନ କରିଦିଅ । ଦୁଇଦିନ ହୋଇଗଲାଣି ଏହିଭଳି ସମସ୍ୟା ଭିତରେ
ଅଛି, ଏମିତି ନହେଉ, କାହିଁକି ନା ବହୁତ ପଛରେ ଆସିଛ ନା ଏବଂ ଆଗକୁ ଯିବାକୁ ତ ଚାହୁଁଛ ନା ! କ’ଣ
ପଛରେ ରହିବାକୁ ଚାହୁଁଛ କି ? ନା ଯଦି ଆଗକୁ ଯିବାକୁ ଚାହୁଁଛ, ତେବେ ଆଗକୁ ଯିବା ପାଇଁ ଏହି
ଗୋଟିଏ କାମ କରିବ, ମନ ଭିତରେ କୈାଣସି ବି ବ୍ୟର୍ଥ କଥାକୁ ରଖିବ ନାହିଁ । ସେଥିପାଇଁ ଅମୃତବେଳାରେ
ବାବାଙ୍କ ସହିତ ମିଳନ କରିସାରିବା ପରେ, ପ୍ରଥମେ ତ ଅମୃତବେଳା ଯୋଗ ନିଶ୍ଚିତ କରିବ ଏବଂ ତା’ପରେ
ନିଜର ସାରାଦିନର ଦିନଚର୍ଯ୍ୟା ଯେଉଁଥିରେ ମନବ୍ୟସ୍ତ ରହୁଥିବ, କୌଣସି ନା କୌଣସି ଡ୍ରିଲ୍,
ବାପଦାଦା ତ ଅନେକ ଡ୍ରିଲ୍ ଶିଖାଇଛନ୍ତି, ତେବେ ତା ସହିତ କୌଣସି ନା କୌଣସି ଡ୍ରିଲ୍ କରିଚାଲ ।
ବାପଦାଦା ସମସ୍ତଙ୍କ ପାଇଁ କହିଛନ୍ତି ଯେ ମଝିରେ ମଝିରେ ସମୟ ବାହାର କରି ଚାହେଁ ପୁରୁଣା, ଚାହେଁ
ନୂଆ ସମସ୍ତଙ୍କୁ ଏକଦମ୍ ଅଶରୀରୀ ହେବାର ଡ୍ରିଲ୍ ନିଶ୍ଚିତ କରିବାର ଅଛି କାହିଁକି ନା ଆଗାମୀ ସମୟରେ
ଗୋଟିଏ ସେକେଣ୍ଡ ଭିତରେ ଅଶରୀରୀ ହେବାକୁ ହିଁ ପଡିବ । ତେବେ ଏହି ଡ୍ରିଲ୍ କରିବା ପାଇଁ ଯଦି କେହି
କହିବ ମୋତେ ସମୟ ମିଳୁନାହିଁ, ଯିଏ ଯେତେ ବି ବ୍ୟସ୍ତ ରହିଥାଉ ନା କାହିଁକି ଶୋଷ ଲାଗିଲେ କ’ଣ ପାଣି
ପିଇବା ପାଇଁ ଉଠୁନାହଁ ! ଜରୁରୀ ମନେକରି ଉଠୁଛ ନା! ସେହିପରି ଏହି ଏକ ମିନିଟ୍ର ଅଶରୀରୀ ହେବାର
ଡ୍ରିଲ୍କୁ ଜରୁରୀ ମନେକରି ନିଶ୍ଚିତ ଅଭ୍ୟାସ କର । କାରଣ ସେତେବେଳେ ଆଉ ଅଭ୍ୟାସ କରିପାରିବ ନାହିଁ
। କେହି କେହି ଭାବୁଛନ୍ତି ନା, ସମୟ ଆସିଲେ କରିନେବି । କିନ୍ତୁ ନା । ଜନ୍ମଜନ୍ମାନ୍ତର ଏହି
ଦେହ-ଅଭିମାନୀ ହୋଇ ରହିବାର ଅଭ୍ୟାସ ତୁମକୁ ସେତିକି ବେଳେ ଅଶରୀରୀ ହେବା ପାଇଁ ଦେବ ନାହିଁ,
ସେଥିପାଇଁ ଏବେଠାରୁ କିପରି ବି ସମୟ ବାହାର କରି ସାରାଦିନ ଭିତରେ ସମୟ ନିଧାର୍ଯ୍ୟ କର, ମୁଁ
ଅଶରୀରୀ ଆତ୍ମା ଅଟେ, ଏହିଭଳି ଆତ୍ମା ସ୍ୱରୂପରେ ସ୍ଥିତ ହୋଇଯାଅ । ଦେହ-ଅଭିମାନ ନିଜ ଆଡକୁ ନ ଟାଣୁ
। ଏହି ଅଭ୍ୟାସ ସମସ୍ତଙ୍କୁ କରିବାକୁ ହେବ । ଚାହେଁ ପରୁଣା ହୋଇଥାଅ, ଚାହେଁ ନୂଆ ହୋଇଥାଅ
କାହିଁକିନା ବାପଦାଦା କିଛି ଦିନ ପୂର୍ବରୁ ମଧ୍ୟ ଏହିକଥା କହିଛନ୍ତି । ତେଣୁ କରିବା ଜରୁରୀ ଅଟେ ।
ନଚେତ୍ ଶ୍ରୀମତ ରୂପକ ହାତରେ ହାତ ଦେଇ ଚାଲିପାରିବ ନାହିଁ । ତୁମ ମାନଙ୍କର ତ ପ୍ରତିଜ୍ଞା ରହିଛି
ସାଥୀରେ ଯିବ ସାଥୀ ହୋଇ ରାଜ୍ୟକୁ ଆସିବୁ । ତେଣୁ ଏହି ଡ୍ରିଲ୍ ସମସ୍ତଙ୍କୁ କରିବାକୁ ହେବ । ବାକି
ଯେଉଁ ନୂଆ ପିଲାମାନେ ଆସିଛନ୍ତି ସେମାନେ ଖୁସିରେ ରୁହ, ଭରପୂର ରୁହ, ଆଗକୁ ଆଗକୁ ବଢି ଚାଲ, ଆଚ୍ଛା!
ଚାରିଆଡର ଦୂରରେ ବସିଥିଲେ
ମଧ୍ୟ ଦିଲ୍ ଭିତରେ ସମାହିତ ହୋଇ ରହିଥିବା ପିଲାମାନଙ୍କୁ ବାପଦାଦା ମଧ୍ୟ ଦେଖୁଛନ୍ତି ।
ସମସ୍ତଙ୍କର ସ୍ନେହର ସୁଗନ୍ଧ ମଧୁବନରେ ପହଁଚୁଛି । ତେବେ ସମସ୍ତଙ୍କୁ ଏବେ ତୀବ୍ର ଗତିରେ ଚାଲିବାକୁ
ହେବ, ତୀବ୍ର ପୁରୁଷାର୍ଥ କରିବାକୁ ପଡିବ, ଦୁନିଆର ଲୋକମାନଙ୍କ ଭିତରେ ସୁଖର ତୀବ୍ରତା ଆଣିବାକୁ
ହେବ । ଦୁଃଖୀକୁ ସୁଖୀ କରିବାକୁ ହେବ । ସୁଖୀ କରିବାର ଏହି ସନ୍ଦେଶ ଦେଇ ସମସ୍ତଙ୍କୁ ସୁଖୀ
କରିବାକୁ ହେବ, ଏହି ସେବାରେ ତୀବ୍ରତା ମଧ୍ୟ ରହିଛି ଏବଂ ଆହୁରି ଅଧିକ ତୀବ୍ରତା ଆଣିବାକୁ ହେବ,
ଆଚ୍ଛା ! ସମସ୍ତେ ବହୁତ ବହୁତ ଆନ୍ତରିକ ଶୁଭେଚ୍ଛା ସ୍ୱୀକାର କରିବା ହେବ ।
ବରଦାନ:-
ନିଜର ଆରାମକୁ
ମଧ୍ୟ ତ୍ୟାଗ କରି ସେବା କରୁଥିବା ସଦା ସନ୍ତୁଷ୍ଟ, ସଦା ହର୍ଷିତ ଭବ ।
ସେବାଧାରୀ ନିଜର ରାତି
ଦିନର ଆରାମକୁ ମଧ୍ୟ ତ୍ୟାଗ କରି ସେବାରେ ହିଁ ଆରାମ ଅନୁଭବ କରିଥା’ନ୍ତି, ସେମାନଙ୍କର ସମ୍ପର୍କରେ
ଆସୁଥିବା ବା ସମ୍ବନ୍ଧରେ ରହୁଥିବା ଆତ୍ମାମାନେ ଏଭଳି ଅନୁଭବ କରିଥା’ନ୍ତି, ଯେପରି କୈାଣସି
ଶାନ୍ତିର, ଶକ୍ତିର ବା ଶୀତଳତାର ଝରଣା ତଳେ ବସିଛନ୍ତି । ଶ୍ରେଷ୍ଠ ଚରିତ୍ରବାନ ସେବାଧାରୀ କାମଧେନୁ
ହୋଇ ସଦାକାଳ ପାଇଁ ସମସ୍ତଙ୍କର ମନୋକାମନା ଗୁଡିକୁ ପୂର୍ଣ୍ଣ କରିଦେଇଥା’ନ୍ତି । ଏହିଭଳି
ସେବାଧାରୀକୁ ସଦା ହର୍ଷିତ ଏବଂ ସଦା ସନ୍ତୁଷ୍ଟ ରହିବାର ବରଦାନ ସ୍ୱତଃ ହିଁ ପ୍ରାପ୍ତ ହୋଇଯାଏ ।
ସ୍ଲୋଗାନ:-
ଯଦି ଜ୍ଞାନ
ସ୍ୱରୂପ ହେବାକୁ ଚାହୁଁଛ, ତେବେ ସବୁ ସମୟରେ ପାଠପଢା ପ୍ରତି ଧ୍ୟାନ ଦିଅ, ବାବାଙ୍କ ପ୍ରତି ଏବଂ
ପାଠପଢା ପ୍ରତି ସମାନ ସ୍ନେହ ରହୁ ।
ଅବ୍ୟକ୍ତ ଇଶାରା:-
ବ୍ରହ୍ମାବାବାଙ୍କ ସମାନ ସମ୍ପନ୍ନ ଏବଂ ସମ୍ପୂର୍ଣ୍ଣ ସ୍ଥିତିର ଅନୁଭବ କର । ବ୍ୟର୍ଥ ସଂକଳ୍ପ ବା
ବିକଳ୍ପ ଯାହା ସବୁ ଚାଲୁଛି ତା ର କାରଣ ରୂପରେ ଗୋଟିଏ ହିଁ ଶଦ୍ଦ ବୁଦ୍ଧିକୁ ଆସିଥାଏ ଯେ ଏମିତି
କାହିଁକି ହେଲା, ଏହି କାହିଁକି ଶଦ୍ଦରୁ ହିଁ ବ୍ୟର୍ଥ ସଂକଳ୍ପର କ୍ୟୁ ଅର୍ଥାତ୍ ଧାଡି ଆରମ୍ଭ
ହୋଇଯାଇଥାଏ । ତେବେ ଏହି ଲମ୍ବା ଧାଡିର ସମାପ୍ତି ପରେ ଯାଇ ସମ୍ପୂର୍ଣ୍ଣତା ଆସିବ, ତା’ପରେ ଦୁଃଖୀ,
ଅଶାନ୍ତ ଆତ୍ମାମାନଙ୍କର ଧାଡି ଲାଗିବ । ଯେତେ ବେଳେ ଏହି କାହିଁକି ଶଦ୍ଦ ସମାପ୍ତ ହେବ, ସେତେ ବେଳେ
ଯାଇ ଡ୍ରାମାର ନିଧାର୍ଯ୍ୟ ଉପରେ ଏକରସ ଏବଂ ସ୍ଥିର ରହିପାରିବ । ବିଶେଷ ସୂଚନା:– “ମାସର ତୃତୀୟ
ରବିବାରର ଯୋଗାଭ୍ୟାସ” ଆଜି ମାସର ତୃତୀୟ ରବିବାର, ସବୁ ଭାଇଭଉଣୀମାନେ ସଂଗଠିତ ରୂପରେ ଏକତ୍ରିତ
ହୋଇ ସନ୍ଧ୍ୟା ୬.୩୦ ମିନିଟ୍ ଠାରୁ ୭.୩୦ ମିନିଟ୍ ପର୍ଯ୍ୟନ୍ତ ନିଜର ଶକ୍ତି ସ୍ୱରୂପ ସ୍ଥିତିରେ
ସ୍ଥିତ ହୋଇ ଜ୍ଞାନ ସୂର୍ଯ୍ୟଙ୍କର ଶକ୍ତିଶାଳୀ କିରଣଗୁଡିକୁ ନିଜ ଭିତରେ ଧାରଣ କରିବା ସହିତ ସେହି
କିରଣ ଦ୍ୱାରା ବିଶ୍ୱ ପରିବର୍ତ୍ତନର ସେବାରେ ସହଯୋଗୀ ହେବେ ।