16.04.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ନିଜର
ଅବସ୍ଥାକୁ ଦେଖ, ମୋର ମନ ସର୍ବଦା ଏକମାତ୍ର ବାବାଙ୍କ ସହିତ ଲାଗୁଛି, ନା କୌଣସି କର୍ମ ସମ୍ବନ୍ଧ
ସହିତ ଲାଗି ରହୁଛି ।”
ପ୍ରଶ୍ନ:-
ନିଜର କଲ୍ୟାଣ
କରିବା ପାଇଁ କେଉଁ ଦୁଇଟି କଥାର ଚାର୍ଟ ପ୍ରତିଦିନ ଦେଖିବା ଦରକାର?
ଉତ୍ତର:-
“ଯୋଗ ଏବଂ ଚାଲି ଚଳନ’’ର ଚାର୍ଟ ପ୍ରତିଦିନ ଦେଖ । ଚେକ୍ କର କୌଣସି ଅପସେବା କରି ନାହିଁ ତ?
ସର୍ବଦା ନିଜର ମନକୁ ପଚାର ମୁଁ କେତେ ସମୟ ବାବାଙ୍କୁ ମନେପକାଉଛି? ନିଜର ସମୟକୁ କିଭଳି ଭାବରେ
ସଫଳ କରୁଛି? ମୁଁ ଅନ୍ୟ କାହାକୁ ଅନୁକରଣ କରୁନାହିଁ ତ? କାହାର ନାମ-ରୂପ ସହିତ ମୋର ମନ ଲାଗି ନାହିଁ
ତ?
ଗୀତ:-
ମୁଖଡା ଦେଖଲେ
ପ୍ରାଣୀ....
ଓମ୍ ଶାନ୍ତି ।
ଏକଥା କିଏ କହିଲେ?
ବେହଦର ବାବା କହିଲେ ହେ ଆତ୍ମାମାନେ । ପ୍ରାଣୀ ଅର୍ଥାତ୍ ଆତ୍ମା । କହୁଛନ୍ତି ନା - ଆତ୍ମା
ବାହାରିଗଲା ଅର୍ଥାତ୍ ପ୍ରାଣ ବାହାରିଗଲା । ଏବେ ବାବା ସମ୍ମୁଖରେ ବସି ବୁଝାଉଛନ୍ତି ହେ ଆତ୍ମାମାନେ
ମୋତେ ମନେପକାଅ । କେବଳ ଏହି ଜନ୍ମକୁ ଦେଖ ନାହିଁ କିନ୍ତୁ ଯେବେଠାରୁ ତୁମେ ତମୋପ୍ରଧାନ ହୋଇଛ,
ସିଡିରୁ ତଳକୁ ଖସି ପତିତ ହୋଇଛ ତାହା ମଧ୍ୟ ଚିନ୍ତାକର । ପାପ ନିଶ୍ଚିତ କରିଥିବ, ଏହା ବୁଝିବାର
କଥା । ଜନ୍ମ-ଜନ୍ମାନ୍ତରର ପାପ ମୁଣ୍ଡ ଉପରେ ରହିଛି, ଏହା କିପରି ଜଣା ପଡିବ । ନିଜକୁ ଦେଖିବାକୁ
ହେବ ମୋର କେତେ ଯୋଗ ଲାଗୁଛି! ବାବାଙ୍କ ସହିତ ଯେତେ ଭଲ ଯୋଗ ଲାଗିବ ସେତେ ବିକର୍ମ ବିନାଶ ହେବ ।
ବାବା କହିଛନ୍ତି ମୋତେ ମନେପକାଅ, ମୁଁ ତୁମମାନଙ୍କୁ ଗ୍ୟାରେଣ୍ଟି ଦେଉଛି ତୁମର ବିକର୍ମ ବିନାଶ
ହେବ । ତେଣୁ ପ୍ରତ୍ୟେକ ନିଜର ହୃଦୟ ଭିତରକୁ ଦେଖ ଆମର ବାବାଙ୍କ ସହ କେତେ ଯୋଗ ରହୁଛି? ଯେତେ ଆମେ
ଯୋଗ ଲଗାଇବା, ପବିତ୍ର ହେବା, ସେତେ ପାପ କଟିବ, ସେତେ ଯୋଗଯୁକ୍ତ ହୋଇ ରହିବ । ଯଦି ପବିତ୍ର ନ
ହେବ ତେବେ ଯୋଗ ମଧ୍ୟ ଲାଗିବ ନାହିଁ । ଏପରି ମଧ୍ୟ କେତେକ ଅଛନ୍ତି ଯେଉଁମାନେ ସାରା ଦିନରେ ୧୫
ମିନିଟ୍ ମଧ୍ୟ ଯୋଗଯୁକ୍ତ ହୋଇ ରହୁ ନାହାଁନ୍ତି । ତେବେ ନିଜକୁ ପଚାରିବା ଦରକାର - ମୋର ହୃଦୟ
ଶିବବାବାଙ୍କ ସହିତ ଅଛି ନା କୌଣସି ଦେହଧାରୀ ସହିତ ଅଛି? କର୍ମ ସମ୍ବନ୍ଧୀମାନଙ୍କ ସହ ଅଛି? ମାୟା
ସନ୍ତାନମାନଙ୍କୁ ହିଁ ବିଘ୍ନ ପକାଇବ ନା! ନିଜେ ମଧ୍ୟ ବୁଝିପାରିବ ଯେ ମୋର ଅବସ୍ଥା କିପରି ଅଛି?
ଶିବବାବାଙ୍କ ସହିତ ମନ ଲାଗୁଛି ନା କୌଣସି ଦେହଧାରୀ ସହିତ ମନ ଲାଗି ରହିଛି? ଯଦି କର୍ମ
ସମ୍ବନ୍ଧୀମାନଙ୍କ ସହିତ ଅଛି ତେବେ ବୁଝିଯିବା ଦରକାର ମୋର ବିକର୍ମ ବହୁତ ଅଛି । ତେଣୁ ମାୟା ଖାଲରେ
ପକାଇ ଦେଉଛି । ଛାତ୍ର ଛାତ୍ରୀମାନେ ନିଜେ ମଧ୍ୟ ଜାଣି ପାରନ୍ତି ଯେ, ଆମେ ପାସ୍ ହେବୁ ନା ନାହିଁ?
ଭଲ ଭାବରେ ପାଠ ପଢୁଛୁ ନା ନାହିଁ? କ୍ରମ ଅନୁସାରେ ତ ଥା’ନ୍ତି ନା । ଆତ୍ମାକୁ ନିଜର କଲ୍ୟାଣ
କରିବାକୁ ହେବ । ବାବା ନିର୍ଦ୍ଦେଶ ଦେଉଛନ୍ତି, ଯଦି ତୁମେ ପୂଣ୍ୟ ଆତ୍ମା ହୋଇ ଉଚ୍ଚ ପଦ ପାଇବାକୁ
ଚାହୁଁଛ ତେବେ ସେଥିରେ ପବିତ୍ରତା ହେଉଛି ପ୍ରଥମ । ଆସିଥିଲ ମଧ୍ୟ ପବିତ୍ର ହୋଇ ପୁଣି ଯିବ ମଧ୍ୟ
ପବିତ୍ର ହୋଇ । ପତିତ କେବେ ବି ଉଚ୍ଚ ପଦ ପାଇପାରିବେ ନାହିଁ । ତେଣୁ ସବୁବେଳେ ନିଜର ହୃଦୟକୁ
ପଚାରିବା ଦରକାର - ମୁଁ ବାବାଙ୍କୁ କେତେ ମନେପକାଉଛି ନା ଆଉ କାହାକୁ ମନେପକାଉଛି? ଏକଥା ତ
ନିଶ୍ଚିତ ଯେ ପଛରେ ବସିଥିବା ବିଦ୍ୟାର୍ଥୀମାନଙ୍କର ମନ ବିଚଳିତ ହେଉଥାଏ । ପୁରୁଷାର୍ଥ କରୁଛନ୍ତି
ଉଚ୍ଚ ପଦ ପାଇବା ପାଇଁ ତେବେ ସେଥିପାଇଁ ଚାଲି ଚଳନ (କାର୍ଯ୍ୟକଳାପ) ମଧ୍ୟ ଭଲ ହେବା ଆବଶ୍ୟକ ନା!
ବାବାଙ୍କୁ ସ୍ମରଣ କରି ନିଜର ମୁଣ୍ଡରୁ ପାପର ବୋଝକୁ ଓହ୍ଲାଇବାକୁ ହେବ । ପାପର ବୋଝକୁ ବାବାଙ୍କ
ସ୍ମୃତି ବ୍ୟତୀତ ହାଲୁକା କରାଯାଇପାରିବ ନାହିଁ । ତେଣୁ ବାବାଙ୍କ ସହିତ କେତେ ଯୋଗ ରହିବା ଦରକାର
। ଉଚ୍ଚରୁ ଉଚ୍ଚ ବାବା ଆସି କହୁଛନ୍ତି ମୋତେ ମନେପକାଅ ତେବେ ବିକର୍ମ ବିନାଶ ହୋଇଯିବ । ସମୟ
ପାଖେଇ ଆସୁଛି । ଶରୀର ଉପରେ କୌଣସି ଭରସା ନାହିଁ । ଅଚାନକ କିପରି ସବୁ ଦୁର୍ଘଟଣା ହୋଇଯାଉଛି ।
ଏବେ ତ’ ଅକାଳ ମୃତ୍ୟୁର ସମୟ ଚାଲିଛି । ତେଣୁ ପ୍ରତ୍ୟେକ ନିଜକୁ ଯାଞ୍ଚ କରି ନିଜର କଲ୍ୟାଣ
କରିବାକୁ ହେବ । ସାରା ଦିନର ଯୋଗ ଏବଂ କାର୍ଯ୍ୟକଳାପର ଚାର୍ଟ ଦେଖିବା ଦରକାର । ମୁଁ ସାରା ଦିନରେ
କେତେ ପାପ କରିଛି? ମନ ଓ ବାଣୀ ଦ୍ୱାରା ପ୍ରଥମେ ବିକର୍ମ ହୋଇଥାଏ ତାପରେ କର୍ମରେ ହୋଇଯାଏ ।
ବର୍ତ୍ତମାନ ସନ୍ତାନମାନଙ୍କୁ ନ୍ୟାୟ ସଂଗତ ବୁଦ୍ଧି ମିଳିଛି କି ଆମକୁ ଭଲ କାମ କରିବାକୁ ହେବ ।
ତେଣୁ ନିଜକୁ ଦେଖିବା ଦରକାର ମୁଁ କାହାକୁ ଧୋକା ଦେଉ ନାହିଁ ତ? ଫାଲ୍ତୁ ବା ମିଛ କଥା କହୁନାହିଁ
ତ? ଅପସେବା କରୁ ନାହଁ ତ? ଯଦି କେହି କାହାର ନାମ-ରୂପରେ ବାନ୍ଧି ହୋଇଯାଉଛନ୍ତି, ତେବେ ଯଜ୍ଞ
ପିତାଙ୍କର ନିନ୍ଦା କରାଉଛନ୍ତି ।
ବାବା କହୁଛନ୍ତି, କାହାକୁ
ଦୁଃଖ ଦିଅ ନାହିଁ । ଏକମାତ୍ର ବାବାଙ୍କର ସ୍ମୃତିରେ ରୁହ । ଆମକୁ ଏହା ବହୁତ ଗୁରୁତ୍ୱପୂର୍ଣ୍ଣ
ଚିନ୍ତା ମିଳିଛି । ଯଦି ଆମେ ଯୋଗଯୁକ୍ତ ହୋଇ ରହିପାରିବା ନାହିଁ ତେବେ ଆମର ଗତି କ’ଣ ହେବ! ଏହି
ସମୟରେ ଅବହେଳା କଲେ ପଛରେ ବହୁତ ପଶ୍ଚାତାପ କରିବାକୁ ପଡିବ । ଏକଥା ମଧ୍ୟ ଜାଣିଛ ଯେ ଯେଉଁମାନେ
ନିଚ୍ଚ ପଦ ପାଇବାର ଥିବେ, ସେମାନେ ନିଚ୍ଚ ପଦ ହିଁ ପାଇବେ । ବୁଦ୍ଧି ଦ୍ୱାରା ବୁଝିପାରିବେ ଆମକୁ
କ’ଣ କରିବାକୁ ହେବ । ସମସ୍ତଙ୍କୁ ଏହି ମନ୍ତ୍ର ଦେବାକୁ ହେବ କି ବାବାଙ୍କୁ ସ୍ମରଣ କର । ଲକ୍ଷ୍ୟ
ତ ସନ୍ତାନମାନଙ୍କୁ ମିଳିଛି । ଏହି କଥାକୁ ଦୁନିଆବାଲା ବୁଝିପାରିବେ ନାହିଁ । ତେବେ ପ୍ରଥମ ଏବଂ
ମୁଖ୍ୟ କଥା ହେଉଛି ହିଁ ବାବାଙ୍କୁ ମନେପକାଇବା । ରଚୟିତା ଏବଂ ରଚନାର ଜ୍ଞାନ ତ ମିଳିଗଲା ।
ପ୍ରତିଦିନ କୌଣସି ନା କୌଣସି ନୂଆ ନୂଆ ବିଷୟ ତ ବୁଝାଇବା ପାଇଁ ଦିଆଯାଉଛି । ଯେପରି ବିରାଟ ରୂପର
ଚିତ୍ର ଅଛି, ଏହା ଉପରେ ମଧ୍ୟ ତୁମେମାନେ ବୁଝାଇପାରିବ । କିପରି ବର୍ଣ୍ଣରେ ଆସୁଛନ୍ତି - ଏହି ସିଡି
ଚିତ୍ର ମଧ୍ୟ ପାଖରେ ରଖିବାର ଚିତ୍ର ଅଟେ । ସାରା ଦିନ ବୁଦ୍ଧିରେ ଏହି ଚିନ୍ତନ ରହୁ କି କିପରି
କାହାକୁ ବୁଝାଇବି? ସର୍ଭିସ୍ କରିବା ଦ୍ୱାରା ମଧ୍ୟ ବାବାଙ୍କର ସ୍ମୃତି ରହିବ । ବାବାଙ୍କର ସ୍ମୃତି
ଦ୍ୱାରା ହିଁ ବିକର୍ମ ବିନାଶ ହେବ । ନିଜର ମଧ୍ୟ କଲ୍ୟାଣ କରିବାକୁ ହେବ । ବାବା ବୁଝାଉଛନ୍ତି ତୁମ
ଉପରେ ୬୩ ଜନ୍ମର ପାପର ବୋଝ ଅଛି । ପାପ କରି-କରି ସତ୍ତ୍ୱପ୍ରଧାନରୁ ତମୋପ୍ରଧାନ ହୋଇଯାଇଛ ।
ବର୍ତ୍ତମାନ ମୋର ହେଲା ପରେ ଆଉ କୌଣସି ପାପ କର୍ମ କର ନାହିଁ । ମିଛ, ସଇତାନୀ, ଘର ଭାଙ୍ଗିବା,
ପରର କଥାରେ ବିଶ୍ୱାସ କରିବା - ଏହିପରି ଚଞ୍ଚଳତା ବା ଚୁଗୁଲି ସଂସ୍କାର ବଡ କ୍ଷତିକାରକ ଅଟେ ।
ଏଭଳି କରିଲେ ବାବାଙ୍କ ସହିତ ଯୋଗ ଲାଗିନଥାଏ, ଏଭଳି କରିବା ଦ୍ୱାରା କେତେ ପାପ ହୋଇଯାଏ ।
ଗଭର୍ଣ୍ଣମେଣ୍ଟର ମଧ୍ୟ ବିଶ୍ୱାସଘାତକ ଥା’ନ୍ତି, ଗଭର୍ଣ୍ଣମେଣ୍ଟର କଥା କୌଣସି ଶତ୍ରୁକୁ ଶୁଣାଇ ବଡ
କ୍ଷତି କରିଥା’ନ୍ତି । ତେବେ ତାଙ୍କୁ ବଡ କଡା ଦଣ୍ଡ ମିଳିଥାଏ । ତେଣୁ ତୁମମାନଙ୍କ ମୁଖରୁ ସର୍ବଦା
ଜ୍ଞାନ ରତ୍ନ ବାହାରିବା ଦରକାର । ଓଲଟା ସିଧା ସମାଚାର ମଧ୍ୟ ଜଣେ-ଅନ୍ୟ ଜଣଙ୍କୁ ପଚାରିବା ଉଚିତ୍
ନୁହେଁ । ଜ୍ଞାନର କଥାବାର୍ତ୍ତା ହିଁ ହେବା ଦରକାର । ତୁମେ କିପରି ବାବାଙ୍କ ସହିତ ଯୋଗ ଲଗାଉଛ?
କିପରି କାହାକୁ ବୁଝାଉଛ? ସାରା ଦିନ ଏହି ବିଚାର ଆସିବା ଦରକାର । ଚିତ୍ରମାନଙ୍କ ସମ୍ମୁଖରେ ଯାଇ
ବସିଯିବା ଦରକାର । ତୁମ ବୁଦ୍ଧିରେ ତ ଜ୍ଞାନ ଅଛି ନା । ଭକ୍ତିମାର୍ଗରେ ତ ଅନେକ ପ୍ରକାରର ଚିତ୍ରକୁ
ପୂଜା କରୁଛନ୍ତି । କିନ୍ତୁ ତାଙ୍କ ସମ୍ବନ୍ଧରେ କିଛି ବି ଜାଣି ନାହାଁନ୍ତି । ଅନ୍ଧ ବିଶ୍ୱାସ,
ମୂର୍ତ୍ତି ପୂଜା ଏହିସବୁ କଥାରେ, ଭାରତ ବହୁତ ପ୍ରସିଦ୍ଧ । ବର୍ତ୍ତମାନ ତୁମେ ଏହିସବୁ କଥା
ବୁଝାଇବା ପାଇଁ କେତେ ପରିଶ୍ରମ କରୁଛ । ପ୍ରଦର୍ଶନୀକୁ କେତେ ମନୁଷ୍ୟ ଆସୁଛନ୍ତି । ଭିନ୍ନ-ଭିନ୍ନ
ପ୍ରକାର ଅଛନ୍ତି, କେହି ତ ବୁଝିଥା’ନ୍ତି ଯେ ଏହା ଦେଖିବା ଓ ବୁଝିବା ଯୋଗ୍ୟ ଅଟେ । ବାହାରେ
ପ୍ରଦର୍ଶନୀ ଦେଖିବେ କିନ୍ତୁ ସେଣ୍ଟରକୁ କେବେ ଯିବେ ନାହିଁ । ଦିନକୁ ଦିନ ଦୁନିଆର ଅବସ୍ଥା ମଧ୍ୟ
ଖରାପ ହୋଇଚାଲିଛି । ଝଗଡା ବହୁତ ହେଉଛି - ବିଦେଶରେ ତ କ’ଣ କ’ଣ ହେଉଛି - ସେକଥା ନକହିଲେ ଭଲ ।
କେତେ ମନୁଷ୍ୟ ମୃତ୍ୟୁବରଣ କରୁଛନ୍ତି । ତମୋପ୍ରଧାନ ଦୁନିଆ ଅଟେ ନା । ଯଦିଓ କହୁଛନ୍ତି ବୋମା
ତିଆରି କରିବା ଉଚିତ୍ ନୁହେଁ । କିନ୍ତୁ ସେମାନେ କହୁଛନ୍ତି ତୁମ ପାଖରେ ତ ବହୁତ ରଖିଛ ତେବେ ଆମେ
କାହିଁକି ତିଆରି ନ କରିବୁ । ନଚେତ୍ ତୁମର ଗୋଲାମ ହୋଇ ରହିବାକୁ ପଡିବ । ଯାହା କିଛି ବିଚାର ଆସୁଛି
ସବୁ ବିନାଶ ପାଇଁ । ତେବେ ବିନାଶ ତ ନିଶ୍ଚୟ ହେବ । କହୁଛନ୍ତି ଶଙ୍କର ପ୍ରେରକ ଅଟନ୍ତି କିନ୍ତୁ
ଏଥିରେ ପ୍ରେରଣା ଆଦିର ତ କୌଣସି କଥା ହିଁ ନାହିଁ । ଆମେ ତ ଡ୍ରାମା ଜ୍ଞାନରେ ବିଶ୍ୱାସ କରୁଛୁ ।
ମାୟା ମଧ୍ୟ ବହୁତ ଶକ୍ତିଶାଳୀ । ମୋର ପିଲାମାନଙ୍କୁ ମଧ୍ୟ ବିକାରୀ କରିଦେଉଛି । କେତେ ବୁଝାଯାଉଛି
ଯେ ଦେହ ସହିତ ପ୍ରୀତି ରଖ ନାହିଁ, ନାମ-ରୂପରେ ବାନ୍ଧି ହୁଅ ନାହିଁ । କିନ୍ତୁ ମାୟା ମଧ୍ୟ ଏପରି
ତମୋପ୍ରଧାନ ଅଟେ ଯାହାକି, ଦେହର ବନ୍ଧନରେ ବାନ୍ଧି ଦେଉଛି । ଏକଦମ୍ ନାକରୁ ଧରି ପକାଉଛି । କିଛି
ବି ଜଣା ପଡୁନାହିଁ । ବାବା କେତେ ବୁଝାଉଛନ୍ତି - ଶ୍ରୀମତରେ ଚାଲ, କିନ୍ତୁ ଚାଲୁ ନାହାଁନ୍ତି ।
ରାବଣର ମତ ତୁରନ୍ତ ବୁଦ୍ଧିରେ ଆସିଯାଉଛି । ରାବଣ ଜେଲ୍ରୁ ଛାଡୁନାହିଁ ।
ବାବା କହୁଛନ୍ତି ନିଜକୁ
ଆତ୍ମା ନିଶ୍ଚୟ କର ଏବଂ ବାବାଙ୍କୁ ମନେପକାଅ । ବାସ୍ ଏବେ ତ ଆମେ ଘରକୁ ଫେରିଯିବୁ । ଅଧାକଳ୍ପର
ରୋଗରୁ ଆମେ ମୁକ୍ତ ହେଉଛୁ । ସେଠାରେ ତ ନିରୋଗୀ କାୟା ହେବ, ଏଠାରେ କେତେ ରୋଗୀ ହୋଇଯାଇଛନ୍ତି ।
ଏହା ହେଲା ରୌରବ ନର୍କ । ଯଦିଓ ସେମାନେ ଗରୁଡ ପୁରାଣ ଇତ୍ୟାଦି ପଢୁଛନ୍ତି କିନ୍ତୁ ପଢିବା ଅଥବା
ଶୁଣିଲାବାଲାଙ୍କୁ ମଧ୍ୟ କିଛି ହେଲେ ଜଣା ନାହିଁ । ବାବା ନିଜେ କହୁଛନ୍ତି ଆଗରୁ ଭକ୍ତିର କେତେ
ନିଶା ଥିଲା । ଭକ୍ତି ଦ୍ୱାରା ଭଗବାନ ମିଳିବେ, ଏହାକୁ ଶୁଣି ଖୁସି ହୋଇ ଭକ୍ତି କରୁଥିଲେ । ପତିତ
ହେଉଛନ୍ତି ତେଣୁ ତ ଡାକୁଛନ୍ତି - ହେ ପତିତ-ପାବନ ଆସ । ଭକ୍ତି କରୁଛ ଏହା ତ ଭଲ କଥା ପୁଣି
ଭଗବାନଙ୍କୁ କାହିଁକି ମନେପକାଉଛ! ଭାବୁଛନ୍ତି ଭଗବାନ ଆସି ଭକ୍ତିର ଫଳ ଦେବେ । କ’ଣ ଫଳ ଦେବେ -
ତାହା କାହାକୁ ଜଣା ନାହିଁ । ବାବା କହୁଛନ୍ତି ଗୀତା ପଢୁଥିବା ଲୋକମାନଙ୍କୁ ମଧ୍ୟ ବୁଝାଇବା ଦରକାର,
ସେହିମାନେ ହିଁ ଆମ ଧର୍ମର ଅଟନ୍ତି । ଗୀତାରେ ପ୍ରଥମେ ଏବଂ ମୁଖ୍ୟ କଥା ହେଉଛି ଭଗବାନୁବାଚ । ତେବେ
ଗୀତାର ଭଗବାନ କିଏ? ଭଗବାନଙ୍କର ତ ପରିଚୟ ଦରକାର ନା । ତୁମେ ଏବେ ଜାଣିଗଲଣି - ଆତ୍ମା କ’ଣ,
ପରମାତ୍ମା କ’ଣ? ମନୁଷ୍ୟ ଜ୍ଞାନର କଥାକୁ କେତେ ଡରୁଛନ୍ତି । ସେମାନଙ୍କୁ ଭକ୍ତି ବହୁତ ଭଲ ଲାଗୁଛି
। ଜ୍ଞାନଠାରୁ ୩ କୋସ ଦୂରକୁ ଚାଲିଯାଉଛନ୍ତି । ଆରେ, ପବିତ୍ର ରହିବା ତ ବହୁତ ଭଲ, ଏବେ ପାବନ
ଦୁନିଆର ସ୍ଥାପନା, ପତିତ ଦୁନିଆର ବିନାଶ ହେବାକୁ ଯାଉଛି । କିନ୍ତୁ ଏକଥା ବିଲ୍କୁଲ୍
ଶୁଣୁନାହାଁନ୍ତି । ବାବାଙ୍କର ନିର୍ଦ୍ଦେଶ ହେଉଛି ଖରାପ କଥା ଶୁଣ ନାହିଁ... ମାୟା ପୁଣି କହୁଛି
ବାବାଙ୍କ କଥା ଶୁଣ ନାହିଁ । ମାୟାର ନିର୍ଦ୍ଦେଶ ହେଉଛି ଶିବବାବାଙ୍କର ଜ୍ଞାନ ଶୁଣ ନାହିଁ । ମାୟା
ଏପରି ଜୋରରେ ଚାପୁଡା ମାରୁଛି ଯେ ବୁଦ୍ଧିରେ ବାବାଙ୍କ ସ୍ମୃତି ହିଁ ରହୁ ନାହିଁ । ବାବାଙ୍କୁ
ସ୍ମରଣ ହିଁ କରିପାରୁ ନାହାଁନ୍ତି । କେବଳ ମିତ୍ର ସମ୍ବନ୍ଧୀ ଦେହଧାରୀ ମନେ ପଡିଯାଉଛନ୍ତି ।
ବାବାଙ୍କର ଆଜ୍ଞା ମାନୁ ନାହାଁନ୍ତି । ବାବା କହୁଛନ୍ତି କେବଳ ମୋତେ ମନେ ପକାଅ କିନ୍ତୁ ସେମାନେ
ଅବଜ୍ଞାକାରୀ ହୋଇ କହୁଛନ୍ତି କି ଆମକୁ ଅମୁକର ସ୍ମୃତି ଆସୁଛି । ଦେହଧାରୀ ମନେ ପଡିଲେ ପୁଣି
ଅଧୋଗତି ହେବ । ଏହି କଥା ପ୍ରତି ତ ଘୃଣା ଆସିବା ଦରକାର । ଏହା ବିଲ୍କୁଲ୍ ଛି-ଛି ଦୁନିଆ । ଆମ
ପାଇଁ ତ ନୂଆ ସ୍ୱର୍ଗ ଦୁନିଆର ସ୍ଥାପନା ହେଉଛି । ତୁମକୁ ବାବା ଏବଂ ସୃଷ୍ଟି ଚକ୍ରର ପରିଚୟ ମିଳିଛି
ତେଣୁ ଏହି ପାଠପଢାରେ ଲାଗିଯିବା ଉଚିତ୍ । ବାବା କହୁଛନ୍ତି ନିଜ ଭିତରକୁ ଦେଖ । ନାରଦର ଉଦାହରଣ
ମଧ୍ୟ ରହିଛି ନା । ତେଣୁ ବାବା ମଧ୍ୟ କହୁଛନ୍ତି - ନିଜକୁ ଦେଖ, ମୁଁ ବାବାଙ୍କୁ ସ୍ମରଣ କରୁଛି?
କାରଣ ଯୋଗ ଦ୍ୱାରା ହିଁ ପାପ ଭସ୍ମ ହେବ । ଯେକୌଣସି ପରିସ୍ଥିତିରେ ଶିବବାବାଙ୍କୁ ମନେପକାଇବାକୁ
ହେବ, ଆଉ କାହା ସହିତ ସ୍ନେହ ରଖିବା ଅନୁଚିତ୍ । ଅନ୍ତିମ ସମୟରେ ଶିବବାବାଙ୍କ ସ୍ମୃତିରେ ଶରୀରରୁ
ପ୍ରାଣ ବାହାରିଯାଉ । ଶିବବାବାଙ୍କର ସ୍ମୃତି ରହୁ ଏବଂ ସ୍ୱଦର୍ଶନ ଚକ୍ରର ଜ୍ଞାନ ବୁଦ୍ଧିରେ ଥାଉ ।
ସ୍ୱଦର୍ଶନ ଚକ୍ରଧାରୀ କିଏ, ଏକଥା ମଧ୍ୟ କାହାକୁ ଜଣା ନାହିଁ । ବ୍ରାହ୍ମଣମାନଙ୍କୁ ମଧ୍ୟ ଏହି
ଜ୍ଞାନ କିଏ ଦେଲା? ବ୍ରାହ୍ମଣମାନଙ୍କୁ ଏହି ସ୍ୱଦର୍ଶନ ଚକ୍ରଧାରୀ କିଏ କରାଉଛନ୍ତି? ପରମପିତା
ପରମାତ୍ମା ଜ୍ୟୋର୍ତିବିନ୍ଦୁ । ତେବେ କ’ଣ ସେ ମଧ୍ୟ ସ୍ୱଦର୍ଶନ ଚକ୍ରଧାରୀ ଅଟନ୍ତି? ହଁ ପ୍ରଥମେ
ସେ ହିଁ ସ୍ୱଦର୍ଶନ ଚକ୍ରଧାରୀ ଅଟନ୍ତି । ନଚେତ୍ ବ୍ରାହ୍ମଣମାନଙ୍କୁ କିଏ ସ୍ୱଦର୍ଶନ ଚକ୍ରଧାରୀ
କରାଇବ । ସାରା ସୃଷ୍ଟିର ଆଦି, ମଧ୍ୟ, ଅନ୍ତର ଜ୍ଞାନ ତାଙ୍କ ପାଖରେ ଅଛି । ତୁମମାନଙ୍କର ଆତ୍ମା
ମଧ୍ୟ ଏବେ ସ୍ୱଦର୍ଶନ ଚକ୍ରଧାରୀ ହେଉଛି, ସେ ମଧ୍ୟ ଆତ୍ମା ଅଟନ୍ତି । ଭକ୍ତିମାର୍ଗରେ ବିଷ୍ଣୁଙ୍କୁ
ଚକ୍ରଧାରୀ କରିଦେଇଛନ୍ତି । ପରମାତ୍ମା ତ୍ରିକାଳଦର୍ଶୀ, ତ୍ରିମୂର୍ତ୍ତି, ତ୍ରିନେତ୍ରୀ ଅଟନ୍ତି ।
ସେ ଆମକୁ ସ୍ୱଦର୍ଶନ ଚକ୍ରଧାରୀ କରାଉଛନ୍ତି । ତେବେ ସେ ନିଶ୍ଚିତ କୌଣସି ମନୁଷ୍ୟ ଶରୀରରେ ଆସି
ଶୁଣାଇବେ । ରଚନାର ଆଦି- ମଧ୍ୟ-ଅନ୍ତର ଜ୍ଞାନ ନିଶ୍ଚୟ ରଚୟିତା ହିଁ ଶୁଣାଇବେ ନା । ରଚୟିତାଙ୍କ
ବିଷୟରେ ହିଁ କାହାକୁ ଜଣା ନାହିଁ ତେବେ ରଚନାର ଜ୍ଞାନ କେଉଁଠାରୁ ମିଳିବ । ଏବେ ତୁମେ ଜାଣୁଛ
ଶିବବାବା ହିଁ ସ୍ୱଦର୍ଶନ ଚକ୍ରଧାରୀ, ଜ୍ଞାନର ସାଗର ଅଟନ୍ତି । ସେ ଜାଣିଛନ୍ତି ଆମେ କିପରି ଏହି
୮୪ ଜନ୍ମର ଚକ୍ରରେ ଆସିଛୁ । ନିଜେ ତ ପୁନର୍ଜନ୍ମ ନେଉ ନାହାଁନ୍ତି । ତାଙ୍କ ପାଖରେ ସୃଷ୍ଟିର
ଜ୍ଞାନ ରହିଛି ଯାହାକି ଆମକୁ ଶୁଣାଉଛନ୍ତି । ତେଣୁ ପ୍ରଥମେ ତ ଶିବବାବା ହିଁ ସ୍ୱଦର୍ଶନ ଚକ୍ରଧାରୀ
ଅଟନ୍ତି । ଯିଏକି ଆମକୁ ସ୍ୱଦର୍ଶନ ଚକ୍ରଧାରୀ କରୁଛନ୍ତି । ପବିତ୍ର କରୁଛନ୍ତି, କାହିଁକି ନା
ପତିତ-ପାବନ ସେ ହିଁ ଅଟନ୍ତି । ସେ ରଚୟିତା ମଧ୍ୟ ଅଟନ୍ତି । ବାବା ପିଲାମାନଙ୍କର ଜୀବନୀକୁ
ଜାଣିଛନ୍ତି ନା । ଶିବବାବା ବ୍ରହ୍ମା ଦ୍ୱାରା ସ୍ଥାପନା କରାଉଛନ୍ତି । କରନ କରାବନହାର (କରିକରାଇଲାବାଲା)
ଅଟନ୍ତି ନା । ଏହି କଥାକୁ ତୁମେମାନେ ମଧ୍ୟ ଶିଖ ଏବଂ ଅନ୍ୟମାନଙ୍କୁ ମଧ୍ୟ ଶିଖାଅ । ବାବା ପାଠ
ପଢାଉଛନ୍ତି ଏବଂ କହୁଛନ୍ତି ଅନ୍ୟମାନଙ୍କୁ ମଧ୍ୟ ପଢାଅ । ତେଣୁ ଶିବବାବା ହିଁ ତୁମକୁ ସ୍ୱଦର୍ଶନ
ଚକ୍ରଧାରୀ କରୁଛନ୍ତି । କହୁଛନ୍ତି ମୋ ପାଖରେ ସୃଷ୍ଟି ଚକ୍ରର ଜ୍ଞାନ ଥିବାରୁ ତ ମୁଁ ତୁମମାନଙ୍କୁ
ଶୁଣାଉଛି । ତେବେ ତୁମେ ୮୪ ଜନ୍ମ କିପରି ନେଉଛ - ଏହି ୮୪ ଜନ୍ମର କାହାଣୀ ବୁଦ୍ଧିରେ ରହିବା
ଦରକାର । ଏହିକଥା ବୁଦ୍ଧିରେ ରହିଲେ ମଧ୍ୟ ତୁମେମାନେ ଚକ୍ରବର୍ତ୍ତୀ ରାଜା ହୋଇପାରିବ । ଏହା ହେଉଛି
ଜ୍ଞାନ । ବାକି ଯୋଗ ଦ୍ୱାରା ହିଁ ପାପ କଟିଥାଏ । ଦିନ ସାରା ଚାର୍ଟ ବାହାର କର । ଯୋଗ ନ କଲେ
ଚାର୍ଟ କ’ଣ ବାହାର କରିବ! ସାରା ଦିନରେ କ’ଣ କ’ଣ କରିଲ - ଏକଥା ତ ମନେ ରହୁଛି ନା । ଏପରି
ମନୁଷ୍ୟ ମଧ୍ୟ ଅଛନ୍ତି, ଯେଉଁମାନେ ନିଜର ଚାର୍ଟ ରଖିଥା’ନ୍ତି - କେତେ ଶାସ୍ତ୍ର ପଢିଲି, କେତେ
ପୁଣ୍ୟ କଲି? ତୁମେମାନେ ମଧ୍ୟ ଚାର୍ଟ ରଖୁଛ - କେତେ ସମୟ ବାବାଙ୍କୁ ମନେପକାଇଲି? କେତେ ଖୁସିରେ
ରହି ବାବାଙ୍କର ପରିଚୟ ଦେଲି?
ବାବାଙ୍କ ଦ୍ୱାରା ଯାହା
ଜ୍ଞାନ ମିଳୁଛି, ତାକୁ ବାରମ୍ବାର ଚିନ୍ତନ ମନ୍ଥନ କର । ଯେଉଁ ଜ୍ଞାନ ମିଳୁଛି ତାକୁ ବୁଦ୍ଧିରେ ରଖ,
ପ୍ରତିଦିନ ମୁରଲୀ ପଢ । ଏହା ମଧ୍ୟ ବହୁତ ଭଲ । ମୁରଲୀରେ ଯାହା ପଏଣ୍ଟସ୍ ଅଛି ତାକୁ ସବୁବେଳେ
ମନ୍ଥନ କରିବା ଉଚିତ୍ । ଭାରତବାସୀଙ୍କ ଅପେକ୍ଷା ବିଦେଶୀ ଅଧିକ ଯୋଗଯୁକ୍ତ ହୋଇ ରହୁଛନ୍ତି । କେତେ
ବନ୍ଧନଯୁକ୍ତ ମାତାମାନେ ଅଛନ୍ତି, ବାବାଙ୍କୁ କେବେ ଦେଖି ମଧ୍ୟ ନାହାଁନ୍ତି, କିନ୍ତୁ ବାବାଙ୍କୁ
କେତେ ମନେପକାଉଛନ୍ତି, ତାଙ୍କର ନିଶା ସବୁବେଳେ ଚଢି ରହୁଛି । ଘରେ ବସି ସାକ୍ଷାତ୍କାର ହେଉଛି
ଅଥବା ଅଚାନକ ଶୁଣି-ଶୁଣି ନିଶ୍ଚୟ ହୋଇଯାଉଛି । ତେଣୁ ବାବା କହୁଛନ୍ତି ନିଜ ଭିତରେ ଯାଞ୍ଚ କର ଯେ
ମୁଁ କେତେ ଉଚ୍ଚ ପଦ ପାଇବି? ମୋର ଚଳଣି କିପରି ? କୌଣସି ଖାଦ୍ୟ-ପାନୀୟର ଲାଳସା ନାହିଁ ତ? ସେଭଳି
କୌଣସି ଅଭ୍ୟାସ ରହିବା ଉଚିତ୍ ନୁହେଁ । ମୁଳ କଥା ହେଉଛି ଅବ୍ୟଭିଚାରୀ ସ୍ମୃତିରେ ରହିବା । ତେଣୁ
ନିଜ ମନକୁ ପଚାର ମୁଁ କାହାକୁ ସ୍ମରଣ କରୁଛି? କେତେ ସମୟ ଅନ୍ୟକୁ ସ୍ମରଣ କରୁଛି? ଜ୍ଞାନ ମଧ୍ୟ
ଧାରଣା କରିବାକୁ ହେବ, ପାପ ମଧ୍ୟ ନାଶ କରିବାକୁ ହେବ । କେହି-କେହି ତ ଏପରି ପାପ କରିଛନ୍ତି ସେ
କଥା ନ କହିଲେ ଭଲ । ଭଗବାନ କହୁଛନ୍ତି ଏହିଭଳି ଏହିଭଳି କର କିନ୍ତୁ ସେମାନେ କହିଦେଉଛନ୍ତି ପରବଶ
ଅର୍ଥାତ୍ ମାୟାର ଅଧୀନ ଅଟୁ । ଆଚ୍ଛା, ମାୟାର ବଶରେ ରୁହ । ତୁମକୁ ଶ୍ରୀମତରେ ଅଥବା ନିଜ ମତରେ
ଚାଲିବାକୁ ହେବ । ଦେଖିବାକୁ ହେବ ଏହି ଅବସ୍ଥାରେ ମୁଁ କେତେ ଦୂର ପାସ୍ ହୋଇପାରିବି? କ’ଣ ପଦ
ପାଇବି? ଏଭଳି କରିବା ଦ୍ୱାରା ୨୧ ଜନ୍ମର କ୍ଷତି ହୋଇଯାଏ । ଯେତେବେଳେ କର୍ମାତୀତ ଅବସ୍ଥା ହୋଇଯିବ,
ସେତେବେଳେ ଦେହ-ଅଭିମାନର ନାମ ଗନ୍ଧ ରହିବ ନାହିଁ । ସେଥିପାଇଁ କୁହାଯାଉଛି ଦେହୀ- ଅଭିମାନୀ ହୁଅ
। ଆଚ୍ଛା —
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଏପରି କୌଣସି
କର୍ତ୍ତବ୍ୟ କରିବା ଉଚିତ୍ ନୁହେଁ ଯାହା ଦ୍ୱାରା ଯଜ୍ଞ ପିତାଙ୍କର ନିନ୍ଦା ହେବ । ବାବାଙ୍କଠାରୁ
ଯେଉଁ ନ୍ୟାୟସଂଗତ ବୁଦ୍ଧି ମିଳିଛି ସେହି ବୁଦ୍ଧି ଦ୍ୱାରା ଭଲ କର୍ମ କରିବାକୁ ହେବ । କାହାକୁ ବି
ଦୁଃଖ ଦେବାର ନାହିଁ ।
(୨) ପରସ୍ପରକୁ ଅଯଥାର୍ଥ
ସମାଚାର ପଚାରିବା ପରିବର୍ତ୍ତେ ଜ୍ଞାନର ଆଲୋଚନା କରିବା ଉଚିତ୍ । ମିଥ୍ୟା, ଶୈତାନୀ, ଘର ଭାଙ୍ଗିବା
ଭଳି କଥାବାର୍ତ୍ତା ଛାଡି ମୁଖରୁ ସର୍ବଦା ରତ୍ନ ବାହାର କରିବା ଉଚିତ୍ । କୌଣସି ଶୈତାନୀ କଥା
ଶୁଣିବାର ନାହିଁ କି ଶୁଣାଇବାର ନାହିଁ ।
ବରଦାନ:-
ପାଞ୍ଚ ବିକାର
ରୂପୀ ଶତ୍ରୁକୁ ପରିବର୍ତ୍ତିତ କରି ସହଯୋଗୀ କରୁଥିବା ମାୟାଜିତ୍ ଜଗତ୍ଜିତ୍ ହୁଅ ।
ବିଜୟୀ, ନିଶ୍ଚିତ ଭାବରେ
ଶତ୍ରୁର ରୂପ ପରିବର୍ତ୍ତନ କରିଦେଇଥାଏ । ତେଣୁ ତୁମେମାନେ ବିକାର ରୂପୀ ଶତ୍ରୁମାନଙ୍କୁ
ପରିବର୍ତ୍ତିତ କରି ସହଯୋଗୀ ସ୍ୱରୂପ କରିଦିଅ, ଯାହାଦ୍ୱାରା ସେମାନେ ସର୍ବଦା ତୁମକୁ ନମସ୍କାର
କରିବେ । କାମ ବିକାରକୁ ଶୁଭକାମନା ରୂପରେ, କ୍ରୋଧକୁ ଆତ୍ମିକ ନିଶା ରୂପରେ, ଲୋଭକୁ ଅନାସକ୍ତ
ବୃତ୍ତି ରୂପରେ, ମୋହକୁ ସ୍ନେହ ରୂପରେ ଏବଂ ଦେହାଭିମାନକୁ ସ୍ୱାଭିମାନ ରୂପରେ ପରିବର୍ତ୍ତିତ
କରିଦିଅ, ତେବେ ମାୟାଜିତ୍ ଜଗତ୍ଜିତ୍ ହୋଇଯିବ ।
ସ୍ଲୋଗାନ:-
ସହି ସୁନାରେ
ମୋ’ର ପଣିଆ ହିଁ ଖାଦ ଅଟେ, ଯାହାକି ମୂଲ୍ୟକୁ କମ୍ କରିଦେଇଥାଏ ସେଥିପାଇଁ ମୋ’ର ପଣିଆକୁ ସମାପ୍ତ
କର ।