17.04.25          Morning Odia Murli         Om Shanti         BapDada       Madhuban


“ମିଠେ ବଚ୍ଚେ:- ଏହି ଆତ୍ମିକ ଡାକ୍ତରଖାନା ତୁମମାନଙ୍କୁ ଅଧାକଳ୍ପ ପାଇଁ ସୁସ୍ଥ କରିଦେଉଛି, ସେଥିପାଇଁ ଏଠାରେ ତୁମେମାନେ ଦେହୀ- ଅଭିମାନୀ ହୋଇ ବସ ।”

ପ୍ରଶ୍ନ:-
ସମସ୍ତ କର୍ମ ଧନ୍ଦା କରୁଥିଲେ ମଧ୍ୟ ବାବାଙ୍କର କେଉଁ ନିର୍ଦ୍ଦେଶ ବୁଦ୍ଧିରେ ମନେ ରହିବା ଦରକାର?

ଉତ୍ତର:-
ବାବାଙ୍କର ନିର୍ଦ୍ଦେଶ ହେଲା ତୁମେ କୌଣସି ସାକାର ଅଥବା ଆକାରକୁ ମନେପକାଅ ନାହିଁ, ଏକମାତ୍ର ବାବାଙ୍କର ସ୍ମୃତି ରହିବା ଦ୍ୱାରା ତୁମର ବିକର୍ମ ବିନାଶ ହୋଇଯିବ । ଏଥିରେ କେହି ଏକଥା କହିପାରିବେ ନାହିଁ ଯେ ମୋତେ ଫୁରସତ୍ ନାହିଁ । ସବୁକିଛି କର୍ମଧନ୍ଦା କରି ମଧ୍ୟ ତୁମେମାନେ ବାବାଙ୍କ ସ୍ମୃତିରେ ରହିପାରିବ ।

ଓମ୍ ଶାନ୍ତି ।
ମିଠା ମିଠା ଆତ୍ମିକ ସନ୍ତାନମାନଙ୍କ ପ୍ରତି ଆତ୍ମିକ ପିତାଙ୍କର ଗୁଡ୍‌ମର୍ଣ୍ଟିଙ୍ଗ୍ ଅର୍ଥାତ୍ ସୁପ୍ରଭାତ । ସୁପ୍ରଭାତ କହିବା ପରେ ପିଲାମାନଙ୍କୁ କୁହାଯାଉଛି ବାବାଙ୍କୁ ମନେପକାଅ । ସମସ୍ତେ ଡାକୁଛନ୍ତି ମଧ୍ୟ ହେ ପତିତପାବନ ଆସ ଏଠାକୁ ଆସି ସମସ୍ତଙ୍କୁ ପବିତ୍ର କର । ତେଣୁ ବାବା ପ୍ରଥମେ କହୁଛନ୍ତି - ଆତ୍ମିକ ପିତାଙ୍କୁ ସ୍ମରଣ କର । ସମସ୍ତଙ୍କର ଆତ୍ମିକ ପିତା ହେଉଛନ୍ତି ଜଣେ । ତେଣୁ ପିତାଙ୍କୁ କେବେ ସର୍ବବ୍ୟାପୀ ବୋଲି କୁହାଯାଇପାରିବ ନାହିଁ । ତେବେ ଯେତେ ଦୂର ସମ୍ଭବ ପିଲାମାନେ ପ୍ରଥମେ ପ୍ରଥମେ ବାବାଙ୍କୁ ମନେପକାଇବା ଉଚିତ୍‌, କେବଳ ଏକମାତ୍ର ବାବାଙ୍କ ବ୍ୟତୀତ ଅନ୍ୟ କୌଣସି ସାକାର ଅଥବା ଆକାରକୁ ମନେପକାଇବା ଉଚିତ୍ ନୁହେଁ । ଏହା ବିଲ୍‌କୁଲ ସହଜ ଅଟେ ନା । ମନୁଷ୍ୟମାନେ କହିଥା’ନ୍ତି ଆମେ କାର୍ଯ୍ୟ ବ୍ୟସ୍ତ ରହୁଛୁ, ଫୁରସତ୍ ନାହିଁ । କିନ୍ତୁ ବାବାଙ୍କୁ ମନେ ପକାଇବାରେ ସର୍ବଦା ଫୁରସତ୍ ରହିଛି । ସେଥିପାଇଁ ବାବା ଉପାୟ ବତାଉଛନ୍ତି, ତୁମେ ଏକଥା ମଧ୍ୟ ଜାଣିଛ ଯେ ବାବାଙ୍କୁ ମନେ ପକାଇବା ଦ୍ୱାରା ଆମର ପାପ ଭସ୍ମ ହେବ । ଏହା ହିଁ ହେଉଛି ମୁଖ୍ୟ କଥା । ଧନ୍ଦା ଆଦି କରିବା ପାଇଁ ମନା କରାଯାଉନାହିଁ । ସେସବୁ କରି ମଧ୍ୟ କେବଳ ବାବାଙ୍କୁ ସ୍ମରଣ କରିଲେ ବିକର୍ମ ବିନାଶ ହେବ । ଏକଥା ମଧ୍ୟ ଜାଣିଛନ୍ତି ଯେ ଆମେ ପତିତ । ସାଧୁ ସନ୍ଥ ଋଷି ମୁନି ଆଦି ସବୁ ସାଧନା କରୁଛନ୍ତି । ତେବେ ଭଗବାନଙ୍କ ସହିତ ମିଶିବା ପାଇଁ ତ’ ସାଧନା କରାଯାଇଥାଏ ନା । କିନ୍ତୁ ଯେପର୍ଯ୍ୟନ୍ତ ତାଙ୍କର ପରିଚୟ ନ ମିଳିଛି ସେପର୍ଯ୍ୟନ୍ତ ତାଙ୍କ ସହିତ କେହି ବି ମିଶିପାରିବେ ନାହିଁ । ତୁମେମାନେ ଜାଣିଛ ବାବାଙ୍କର ପରିଚୟ ଦୁନିଆରେ କାହାକୁ ବି ଜଣାନାହିଁ । ଦେହର ପରିଚୟ ତ ସମସ୍ତଙ୍କୁ ଜଣା ଅଛି । ବଡ ଜିନିଷର ପରିଚୟ ତୁରନ୍ତ ମିଳିଯାଏ । କିନ୍ତୁ ଆତ୍ମାର ପରିଚୟ ଯେତେବେଳେ ବାବା ଆସିବେ ସେତେବେଳେ ବୁଝାଇବେ ନା । ଆତ୍ମା ଏବଂ ଶରୀର ଦୁଇଟି ଜିନିଷ । ଆତ୍ମା ଏକ ତାରକା ସଦୃଶ ଏବଂ ବହୁତ ସୂକ୍ଷ୍ମ । ତାକୁ କେହି ଦେଖିପାରି ନଥା’ନ୍ତି । ଏଠାରେ ଯେତେବେଳେ ଆସି ତୁମେମାନେ ବସୁଛ, ସେତେବେଳେ ଦେହୀ-ଅଭିମାନୀ ହୋଇ ବସିବାକୁ ହେବ । ଅଧାକଳ୍ପ ପାଇଁ ସୁସ୍ଥ ରହିବାର ଏହା ମଧ୍ୟ ଏକ ଡାକ୍ତରଖାନା ଅଟେ । ଆତ୍ମା ହେଉଛି ଅବିନାଶୀ, ଯାହାର କେବେ ବି ବିନାଶ ହୁଏ ନାହିଁ । ତେବେ ଆତ୍ମାରେ ହିଁ ସମସ୍ତ ପାର୍ଟ ରହିଛି । ଆତ୍ମା କହୁଛି ମୋର କେବେ ବିନାଶ ହେଉନାହିଁ । ଯେତେ ସବୁ ଆତ୍ମା ଅଛନ୍ତି ସମସ୍ତେ ଅବିନାଶୀ ଅଟନ୍ତି । ଶରୀର ବିନାଶୀ । ଏବେ ତୁମ ବୁଦ୍ଧିରେ ଏକଥା ରହୁଛି ଯେ ଆମେ ଆତ୍ମା ଅବିନାଶୀ ଅଟୁ । ଆମେ ୮୪ ଜନ୍ମ ନେଉଛୁ, ଏହା ହେଉଛି ଡ୍ରାମା । ଏଥିରେ ଧର୍ମସ୍ଥାପକମାନେ କିଏ କିଏ କେବେ ଆସୁଛନ୍ତି, କେତେ ଜନ୍ମ ନେଉଛନ୍ତି ଏକଥା ତୁମେ ଜାଣିଛ । ଯେହେତୁ ୮୪ ଜନ୍ମର ଗାୟନ ରହିଛି ତେବେ ନିଶ୍ଚିତ ସେମାନେ କୌଣସି ଗୋଟିଏ ଧର୍ମର ହୋଇଥିବେ ନା । ସମସ୍ତଙ୍କର ତ’ ୮୪ ଜନ୍ମ ହୋଇପାରିବ ନାହିଁ ଏବଂ ସବୁ ଧର୍ମ ମଧ୍ୟ ଏକତ୍ର ଆସୁନାହାଁନ୍ତି । ଆମେ ଅନ୍ୟର ହିସାବ କାହିଁକି ବାହାର କରିବୁ? ତୁମେମାନେ ଜାଣୁଛ ଅମୁକ ଅମୁକ ସମୟରେ ଅମୁକ ଧର୍ମସ୍ଥାପକମାନେ ଧର୍ମସ୍ଥାପନ କରିବାକୁ ଆସୁଛନ୍ତି । ତାର ପୁଣି ବୃଦ୍ଧି ହେଉଛି । ସମସ୍ତେ ସତ୍ତ୍ୱପ୍ରଧାନରୁ ତମଃପ୍ରଧାନ ନିଶ୍ଚୟ ହେବେ । ଦୁନିଆ ଯେତେବେଳେ ତମୋପ୍ରଧାନ ହୋଇଯାଏ ବାବା ଆସି ପୁଣି ସତ୍ତ୍ୱପ୍ରଧାନ ସତ୍ୟଯୁଗ ଦୁନିଆ ସ୍ଥାପନ କରନ୍ତି । ଏବେ ତୁମେମାନେ ଜାଣୁଛ ଆମେ ଭାରତବାସୀ ହିଁ ପୁଣି ନୂଆ ଦୁନିଆରେ ଆସି ରାଜ୍ୟ କରିବୁ, ସେତେବେଳେ ଅନ୍ୟ କୌଣସି ଧର୍ମ ରହିବ ନାହିଁ । ତୁମମାନଙ୍କ ଭିତରେ ମଧ୍ୟ ଯେଉଁମାନଙ୍କର ଉଚ୍ଚପଦ ନେବାର ଅଛି ସେମାନେ ଅଧିକ ଯୋଗଯୁକ୍ତ ହୋଇ ରହିବାର ପୁରୁଷାର୍ଥ କରୁଛନ୍ତି ଏବଂ ସେମାନେ ସମାଚାର ମଧ୍ୟ ଲେଖୁଛନ୍ତି ଯେ ବାବା ମୁଁ ଏତେ ସମୟ ଯୋଗଯୁକ୍ତ ହୋଇ ରହିଲି । କେହି ତ ଲଜ୍ୟାବଶତଃ ସମ୍ପୂର୍ଣ୍ଣ ସମାଚାର ଦେଉନାହାଁନ୍ତି । ଭାବୁଛନ୍ତି ବାବା କ’ଣ କହିବେ । କିନ୍ତୁ ଜଣାପଡିଯାଏ ନା । ସ୍କୁଲ୍‌ରେ ଶିକ୍ଷକ ଛାତ୍ରକୁ କହିଥା’ନ୍ତି ଯେ ତୁମେ ଯଦି ନପଢିବ ତେବେ ଫେଲ୍ ହୋଇଯିବ । ଲୌକିକ ମାତାପିତା ମଧ୍ୟ ପିଲାର ପାଠପଢାରୁ ବୁଝିଯାଇଥା’ନ୍ତି । ଏହା ହେଉଛି ବହୁତ ବଡ ସ୍କୁଲ୍ । ଏଠାରେ କ୍ରମାନୁସାରେ ବସାଯାଉନାହିଁ । ବୁଦ୍ଧି ଦ୍ୱାରା ଜାଣିପାରୁଛନ୍ତି ଯେ ସମସ୍ତେ କ୍ରମାନ୍ୱୟରେ ଅଛନ୍ତି । ବାବା ଭଲ ଭଲ ସନ୍ତାନମାନଙ୍କୁ କେଉଁଆଡେ ସେବାରେ ପଠାଇଦେଇଥା’ନ୍ତି, ସେମାନେ ଚାଲିଗଲା ପରେ ଅନ୍ୟମାନେ ପୁଣି ଚିଠି ଲେଖିଥା’ନ୍ତି ଆମର ମହାରଥୀ ସନ୍ତାନ ଆବଶ୍ୟକ, ତେଣୁ ନିଶ୍ଚୟ ବୁଝିଯାଆନ୍ତି ଯେ ସେ ଆମଠାରୁ ତୀକ୍ଷଣ ନାମୀଗ୍ରାମୀ ଅଟନ୍ତି । କ୍ରମାନୁସାରେ ସବୁ ତ’ ରହିଛନ୍ତି ନା । ପ୍ରଦର୍ଶନୀକୁ ମଧ୍ୟ ଅନେକ ପ୍ରକାରର ଆସୁଛନ୍ତି ତେଣୁ ଗାଇଡ୍ କରିବା ପାଇଁ ପ୍ରସ୍ତୁତ ରହିବା ଦରକାର । ସ୍ୱାଗତ କରୁଥିବା ବ୍ୟକ୍ତି ଜାଣିଥା’ନ୍ତି ଯେ ଇଏ କେଉଁ ପ୍ରକାରର ଲୋକ ଅଟନ୍ତି । ତେଣୁ ତାଙ୍କୁ ଈଶାରା କରିଦେବା ଉଚିତ୍ ଯେ ତୁମେ ଏମାନଙ୍କୁ ବୁଝାଅ । ତୁମେମାନେ ମଧ୍ୟ ବୁଝିପାରୁଛ ଯେ ପ୍ରଥମ, ଦ୍ୱିତୀୟ, ତୃତୀୟ ଶ୍ରେଣୀ ସବୁ ଅଛି । ସେଠାରେ ସମସ୍ତଙ୍କର ସେବା କରିବାକୁ ହିଁ ହେବ । ଯଦି କେହି ବଡ ଲୋକ ହୋଇଥିବେ ତେବେ ନିଶ୍ଚିତ ବଡ ଲୋକଙ୍କର ଖାତିରି ସମସ୍ତେ କରିଥା’ନ୍ତି । ଏହା ମଧ୍ୟ ଏକ କାଇଦା ଅଟେ । ବାପା ଅଥବା ଶିକ୍ଷକ ପିଲାମାନଙ୍କର ଶ୍ରେଣୀରେ ମହିମା କରିଥାନ୍ତି, ତେବେ ଏହା ମଧ୍ୟ ସବୁଠାରୁ ବଡ ସମ୍ମାନ ହେଲା ନା । ସୁନାମ କରୁଥିବା ପିଲାମାନଙ୍କର ମହିମା ଅଥବା ସମ୍ମାନ କରାଯାଇଥାଏ । ଅମୁକ ଧନବାନ ଅଟନ୍ତି, ଧାର୍ମିକ ଅଟନ୍ତି, ଏହା ମଧ୍ୟ ସମ୍ମାନ ଦେବା ହେଲା ନା । ବର୍ତ୍ତମାନ ତୁମେ ଏକଥା ଜାଣିଛ ଯେ ସର୍ବୋଚ୍ଚ କର୍ତ୍ତା ହେଉଛନ୍ତି ଭଗବାନ । ଭଗବାନଙ୍କୁ ଉଚ୍ଚରୁ ଉଚ୍ଚ ବୋଲି କହୁଛନ୍ତି, କିନ୍ତୁ ସେମାନଙ୍କୁ ଯଦି ପଚାରିବ ତାଙ୍କର ଜୀବନକାହାଣୀ ବତାଅ ତେବେ ସେମାନେ କହିବେ ସିଏ ସର୍ବବ୍ୟାପୀ ଅଟନ୍ତି । ବାସ୍ ଏକଦମ୍ ଭଗବାନଙ୍କୁ ତଳକୁ କରିଦେଉଛନ୍ତି । ଏବେ ତୁମେ ବୁଝାଇପାରିବ ଭଗବାନ ହେଉଛନ୍ତି ସର୍ବୋଚ୍ଚ ଯିଏକି ବ୍ରହ୍ମଲୋକ ନିବାସୀ ଅଟନ୍ତି । ସୂକ୍ଷ୍ମଲୋକରେ ତ’ ଦେବତାମାନେ ରହିଛନ୍ତି । ଏଠାରେ ମନୁଷ୍ୟମାନେ ରହୁଛନ୍ତି । ସର୍ବୋଚ୍ଚ ଭଗବାନ ନିରାକାର ଅଟନ୍ତି ।

ଏବେ ତୁମେ ଜାଣୁଛ, ଆମେ ଯିଏ ଦିନେ ହୀରା ସଦୃଶ ଥିଲୁ ପୁଣି କଉଡି ସଦୃଶ ହୋଇଯାଇଛୁ ପୁଣି ଭଗବାନଙ୍କୁ ନିଜଠାରୁ ମଧ୍ୟ ଅଧିକ ତଳକୁ ନେଇଯାଇଛୁ । ତାଙ୍କର ଯଥାର୍ଥ ପରିଚୟ ହିଁ ନାହିଁ । ଏବେ କେବଳ ଭାରତବାସୀମାନଙ୍କୁ ହିଁ ତାଙ୍କର ପରିଚୟ ମିଳୁଛି ପୁଣି ପରିଚୟ କମ୍ ହୋଇଯାଉଛି । ଏବେ ତୁମେମାନେ ବାବାଙ୍କ ପରିଚୟ ସମସ୍ତଙ୍କୁ ଦେଇଚାଲିଛ । ଅନେକଙ୍କୁ ବାବାଙ୍କର ପରିଚୟ ମିଳିବ । ତୁମର ମୁଖ୍ୟ ଚିତ୍ର ହେଉଛି ତ୍ରିମୂର୍ତ୍ତି, ଗୋଲା ଏବଂ କଳ୍ପବୃକ୍ଷ । ଏଥିରେ କେତେ ଜ୍ଞାନ ରହିଛି । ଏକଥା କେହି ହେଲେ ବି କହିବେ ଯେ ଏହି ଲକ୍ଷ୍ମୀ-ନାରାୟଣ ସତ୍ୟଯୁଗର ମାଲିକ ଥିଲେ । ଆଚ୍ଛା, ସତ୍ୟଯୁଗ ପୂର୍ବରୁ କ’ଣ ଥିଲା? ଏକଥା ମଧ୍ୟ ବର୍ତ୍ତମାନ ତୁମେ ଜାଣୁଛ, ବର୍ତ୍ତମାନ କଳିଯୁଗର ଅନ୍ତିମ ସମୟ ଏବଂ ଏଠାରେ ପ୍ରଜାଙ୍କର ପ୍ରଜା ଉପରେ ରାଜ୍ୟ ଚାଲିଛି । ଏବେ ରାଜତ୍ୱ ନାହିଁ, କେତେ ଫରକ ରହିଛି । ସତ୍ୟଯୁଗ ଆରମ୍ଭରେ ରାଜାମାନେ ଥିଲେ ଏବଂ ଏବେ କଳିଯୁଗରେ ମଧ୍ୟ ରାଜା ଅଛନ୍ତି ଯଦିଓ ସେମାନେ କେହି ପବିତ୍ର ନୁହଁନ୍ତି କିନ୍ତୁ ପଇସା ଦେଇ ମଧ୍ୟ ଉପାଧି ନେଉଛନ୍ତି । ଏଠାରେ ମହାରାଜା କେହି ବି ନାହାଁନ୍ତି, ଉପାଧି ସବୁ କିଣି ନେଉଛନ୍ତି । ଯେପରି ପଟିୟାଲା, ଯୋଧପୁର, ବିକାନୀରର ମହାରାଜା... ଏହିଭଳି ନାମ ନେଉଛନ୍ତି ନା । ଏହି ନାମ ଅବିନାଶୀ ଚାଲିଆସୁଛି । ପୂର୍ବରୁ ପବିତ୍ର ମହାରାଜାମାନେ ଥିଲେ, ଏବେ ଅପବିତ୍ରତା ରହିଛି । ରାଜା, ମହାରାଜା ଶବ୍ଦ ତ ଚାଲି ଆସୁଛି । ଏହି ଲକ୍ଷ୍ମୀ ନାରାୟଣଙ୍କ ନିମନ୍ତେ କୁହାଯିବ ଇଏ ସତ୍ୟଯୁଗର ମାଲିକ ଥିଲେ, ତେବେ ତାଙ୍କଠାରୁ କିଏ ରାଜ୍ୟ ନେଲେ? ଏବେ ତୁମେ ଜାଣୁଛ ରାଜ୍ୟର ସ୍ଥାପନା କିପରି ହେଉଛି । ବାବା କହୁଛନ୍ତି - ମୁଁ ତୁମକୁ ଏବେ ୨୧ ଜନ୍ମ ପାଇଁ ପାଠ ପଢାଉଛି । ସେମାନେ ପାଠପଢି ଏହି ଜନ୍ମରେ ବାରିଷ୍ଟର ଆଦି ହେଉଛନ୍ତି । କିନ୍ତୁ ତୁମେ ଏବେ ପାଠ ପଢି ଭବିଷ୍ୟତରେ ମହାରାଜା-ମହାରାଣୀ ହେଉଛ । ଡ୍ରାମା ପ୍ଳାନ୍ ଅନୁସାରେ ନୂଆ ଦୁନିଆର ସ୍ଥାପନା ହେଉଛି । ଏବେ ଏହା ହେଲା ପୁରୁଣା ଦୁନିଆ । କେତେ ଭଲ-ଭଲ ବଡ ବଡ ମହଲ ଆଦି ଅଛି କିନ୍ତୁ ହୀରା ନୀଳାର ମହଲ ତିଆରି କରିବାର ଶକ୍ତି କାହା ପାଖରେ ନାହିଁ । ସତ୍ୟଯୁଗରେ ହୀରା-ନୀଳାର ମହଲ ସବୁ ତିଆରି ହେବ ଏବଂ ତାହା କରିବାରେ କୌଣସି ଡେରି ଲାଗିବ ନାହିଁ । ଏଠାରେ ମଧ୍ୟ ଭୂମିକମ୍ପ ଆଦି ହେଲେ ବହୁତ କାରିଗର ଲଗାଇଥାନ୍ତି, ଗୋଟିଏ ଦୁଇ ବର୍ଷରେ ସାରା ସହର ଛିଡା କରିଦେଇଥା’ନ୍ତି । ନୂଆ ଦିଲ୍ଲୀ ତିଆରି କରିବାରେ ୮-୧୦ ବର୍ଷ ଲାଗୁଛି କିନ୍ତୁ ଏଠାକାର କାରିଗର ଏବଂ ସେଠାକାର କାରିଗର ମଧ୍ୟରେ ଫରକ ରହିଛି । ଆଜିକାଲି ନୂଆ ନୂଆ ଇନ୍‌ବେନ୍‌ସନ୍ (ଉଦ୍ଭାବନ) ମଧ୍ୟ ବାହାର କରିବାରେ ଲାଗିଛନ୍ତି । ଭବନ ନିର୍ମାଣ କରିବାରେ ମଧ୍ୟ ବିଜ୍ଞାନର ବହୁତ ଭଲ କୌଶଳ ରହିଛି । ସବୁକିଛି ପ୍ରସ୍ତୁତ ଅବସ୍ଥାରେ ମିଳୁଛି । ତୁରନ୍ତ ଭବନ ନିର୍ମାଣ ହୋଇଯାଉଛି । ବହୁତ ଜଲ୍‌ଦି ଜଲ୍‌ଦି ତିଆରି ହୋଇଯାଉଛି, ତେବେ ଏହିସବୁ ସଂସ୍କାର ମଧ୍ୟ ସେଠାରେ କାମରେ ଆସିବ ନା । ଏହିସବୁ ସଂସ୍କାର ମଧ୍ୟ ସାଥିରେ ସତ୍ୟଯୁଗକୁ ଯିବ । ଆତ୍ମାରେ ସଂସ୍କାର ରହିଛି ନା । ତେଣୁ ବିଜ୍ଞାନର ସଂସ୍କାର ମଧ୍ୟ ସାଥିରେ ଯିବ । ଏବେ ବାବା ପିଲାମାନଙ୍କୁ ଶିକ୍ଷା ଦେଉଛନ୍ତି । ପବିତ୍ର ହେବାକୁ ହେଲେ ବାବାଙ୍କୁ ମନେପକାଇବାକୁ ହେବ । ବାବା ମଧ୍ୟ ସୁପ୍ରଭାତ କହୁଛନ୍ତି ଏବଂ ପିଲାମାନଙ୍କୁ ଶିକ୍ଷା ଦେଉଛନ୍ତି । କହୁଛନ୍ତି, ପିଲାମାନେ ବାବାଙ୍କ ସ୍ମୃତିରେ ବସିଛ? ଚାଲିବା ବୁଲିବା ସମୟରେ ମଧ୍ୟ ବାବାଙ୍କୁ ମନେପକାଅ କାହିଁକି ନା ଜନ୍ମ-ଜନ୍ମାନ୍ତରର ପାପର ବୋଝ ମୁଣ୍ଡ ଉପରେ ରହିଛି । ସିଡି ଓହ୍ଲାଇ-ଓହ୍ଲାଇ ୮୪ ଜନ୍ମ ନେଉଛନ୍ତି । ଏବେ ପୁଣି ଏହି ଗୋଟିଏ ଜନ୍ମରେ ଆରୋହଣ କଳା ହେଉଛି । ତେବେ ଯେତେ ବାବାଙ୍କୁ ମନେପକାଇବ ସେତେ ଖୁସିରେ ରହିବ ଏବଂ ଶକ୍ତି ମଧ୍ୟ ମିଳିବ । ଏମିତି ବହୁତ ସନ୍ତାନ ଅଛନ୍ତି ଯେଉଁମାନଙ୍କୁ ଆଗ ନମ୍ବରରେ ରଖାଯାଉଛି କିନ୍ତୁ ସେମାନେ ମଧ୍ୟ ବିଲ୍‌କୁଲ୍ ଯୋଗଯୁକ୍ତ ହୋଇ ରହୁନାହାଁନ୍ତି । ଜ୍ଞାନରେ ତୀକ୍ଷଣ ହେଲେ ମଧ୍ୟ ଯୋଗର ଯାତ୍ରା ନାହିଁ । ବାବା ପିଲାମାନଙ୍କର ମହିମା କରୁଛନ୍ତି । ଇଏ ନମ୍ବର ୱାନରେ ଅଛନ୍ତି ତେବେ ନିଶ୍ଚୟ ମେହନତ କରୁଥିବେ ନା । ତୁମେ ସର୍ବଦା ଏକଥା ଭାବ ଯେ ଆମମାନଙ୍କୁ ଶିବବାବା ବୁଝାଉଛନ୍ତି, ତେବେ ବୁଦ୍ଧିଯୋଗ ସେଠାରେ ଲାଗି ରହିବ । ଇଏ (ବ୍ରହ୍ମାବାବା) ମଧ୍ୟ ଶିଖୁଛନ୍ତି ନା । ତଥାପି କହୁଛନ୍ତି ବାବାଙ୍କୁ ମନେପକାଅ । ଅନ୍ୟମାନଙ୍କୁ ବୁଝାଇବା ପାଇଁ ଚିତ୍ର ସବୁ ରହିଛି । ନିରାକାରଙ୍କୁ ଭଗବାନ କୁହାଯାଉଛି । ଯିଏକି ଏଠାକୁ ଆସି ଶରୀର ଧାରଣ କରୁଛନ୍ତି । ସମସ୍ତେ ଏକ ଭଗବାନଙ୍କ ସନ୍ତାନ, ଭାଇ ଭାଇ ଅଟନ୍ତି । ଏବେ ଏହି ଶରୀରରେ ବିରାଜମାନ କରିଛନ୍ତି । ସମସ୍ତେ ଅକାଳମୂର୍ତ୍ତ ଅଟନ୍ତି । ଏହା ଅକାଳମୂର୍ତ୍ତ (ଆତ୍ମା)ର ସିଂହାସନ । ଅକାଳତଖତ୍ ଆଉ କୌଣସି ଖାସ୍ ଜିନିଷ ନୁହେଁ । ଏହି ତଖତ୍ (ଆସନ) ହେଉଛି ଅକାଳମୂର୍ତ୍ତର ଅଟେ । ଭ୍ରୃକୁଟୀ ମଧ୍ୟରେ ଆତ୍ମା ବିରାଜମାନ କରୁଛି, ଯାହାକୁ ଅକାଳତଖତ୍ କୁହାଯାଉଛି । ଅକାଳତଖତ୍‌, ଅକାଳମୂର୍ତ୍ତର । ଆତ୍ମାମାନେ ସବୁ ଅକାଳ ଅଟନ୍ତି, ଅତି ସୂକ୍ଷ୍ମ ଅଟନ୍ତି । ବାବା ହେଉଛନ୍ତି ନିରାକାର । ସେ ନିଜର ତଖତ୍ କେଉଁଠାରୁ ଆଣିବେ । ବାବା କହୁଛନ୍ତି ଏହା ମୋର ସିଂହାସନ । ମୁଁ ଆସି ଏହି ତଖତ୍‌ର ଲୋନ୍ ନେଉଛି । ମୁଁ ବ୍ରହ୍ମାଙ୍କର ସାଧାରଣ ବୁଢା ଶରୀରର ଅକାଳତଖତ୍‌ରେ ଆସି ବସୁଛି । ଏବେ ତୁମେ ଜାଣିଗଲଣି ସବୁ ଆତ୍ମାମାନଙ୍କର ଏହା ହେଉଛି ତଖତ୍ । ଏସବୁ ହେଲା ମନୁଷ୍ୟମାନଙ୍କର କଥା, ଜୀବଜନ୍ତୁଙ୍କର ନୁହେଁ । ପ୍ରଥମେ ଯେଉଁ ମନୁଷ୍ୟମାନେ ଜୀବଜନ୍ତୁଙ୍କଠାରୁ ମଧ୍ୟ ହୀନ ହୋଇଯାଇଛନ୍ତି, ସେମାନେ ସୁଧୁରିଯାଆନ୍ତୁ । କେହି ଯଦି କୌଣସି ଜୀବଜନ୍ତୁଙ୍କ କଥା ପଚାରୁଛନ୍ତି ତେବେ କୁହ ପ୍ରଥମେ ନିଜକୁ ସୁଧାର । ସତ୍ୟଯୁଗରେ ଜୀବଜନ୍ତୁ ମଧ୍ୟ ବହୁତ ଫାଷ୍ଟକ୍ଲାସ୍ ହେବେ । ସେଠାରେ ଆବର୍ଜନା ଆଦି କିଛି ରହିବ ନାହିଁ । ସେଠାରେ ରାଜାଙ୍କ ମହଲରେ ପାରାମାନଙ୍କର ଆବର୍ଜନା ରହିଲେ ମଧ୍ୟ ଦଣ୍ଡ ଦେଇଦେବେ । ଟିକିଏ ହେଲେ ଆର୍ବଜନା ରହିବ ନାହିଁ । ସେଠାରେ ତ ବହୁତ ସତର୍କତା ରହିଥାଏ । ପ୍ରହରୀମାନେ ରହିଥା’ନ୍ତି, କେବେ କୌଣସି ଜୀବଜନ୍ତୁ ଆଦି ଭିତରକୁ ଯେପରି ପଶି ନଯାଆନ୍ତି । ବହୁତ ପରିଷ୍କାର ରହିଥାଏ । ଲକ୍ଷ୍ମୀ-ନାରାୟଣଙ୍କର ମନ୍ଦିର ମଧ୍ୟ କେତେ ପରିଷ୍କାର ରହିଥାଏ । ଶଙ୍କର ପାର୍ବତୀଙ୍କର ମନ୍ଦିରରେ ପାରା ଦେଖାଇଥାନ୍ତି । ତେବେ ନିଶ୍ଚୟ ମନ୍ଦିରକୁ ମଧ୍ୟ ଅପରିଷ୍କାର କରୁଥିବେ । ଶାସ୍ତ୍ରରେ ବହୁତ କାଳ୍ପନିକ କଥା ଲେଖି ଦେଇଛନ୍ତି ।

ଏବେ ବାବା ପିଲାମାନଙ୍କୁ ବୁଝାଉଛନ୍ତି, ଏଥିରେ ମଧ୍ୟ ବହୁତ କମ୍ ରହିଛନ୍ତି ଯେଉଁମାନେ ଧାରଣା କରିପାରିବେ । ବାକି ଏମିତି ବହୁତ ଅଛନ୍ତି ଯେଉଁମାନେ କି କିଛି ହେଲେ ବୁଝୁ ନାହାଁନ୍ତି । ବାବା ପିଲାମାନଙ୍କୁ କେତେ ସ୍ନେହର ସହିତ ବୁଝାଉଛନ୍ତି - ପିଲାମାନେ, ବହୁତ ବହୁତ ମିଠା ହୁଅ । ତୁମମାନଙ୍କର ମୁଖରୁ ସର୍ବଦା ରତ୍ନ ବାହାରିବା ଉଚିତ୍ । ତୁମେ ହେଉଛ ରୂପ-ବସନ୍ତ । ତୁମ ମୁଖରୁ ପଥର ବାହାରିବା ଉଚିତ୍ ନୁହେଁ । ତେବେ ଆତ୍ମାର ହିଁ ମହିମା କରାଯାଇଥାଏ । ଆତ୍ମା କହୁଛି - ମୁଁ ପ୍ରେସିଡେଣ୍ଟ, ଅମୁକ ଅଟେ... । ଏହା ହେଉଛି ମୋର ଶରୀରର ନାମ । ଆଚ୍ଛା, ଆତ୍ମାମାନେ କାହାର ସନ୍ତାନ? ଏକମାତ୍ର ପରମାତ୍ମାଙ୍କର ସନ୍ତାନ । ତେବେ ନିଶ୍ଚୟ ତାଙ୍କଠାରୁ ବର୍ସା ମିଳୁଥିବ । ତେବେ ସିଏ ସର୍ବବ୍ୟାପୀ କିପରି ହୋଇପାରିବେ! ତୁମେମାନେ ବୁଝିପାରୁଛ ଯେ ଆମେ ମଧ୍ୟ ପୂର୍ବରୁ କିଛି ଜାଣିନଥିଲୁ । ଏବେ ତୁମମାନଙ୍କର କେତେ ବୁଦ୍ଧି ଖୋଲିଗଲାଣି । ତୁମେ ଯେକୌଣସି ମନ୍ଦିରକୁ ଗଲେ, ବୁଝିଯିବ ଯେ ଏସବୁ ମିଥ୍ୟା ଚିତ୍ର ଅଟେ । ୧୦ ଭୁଜଧାରୀ, ହାତୀ ଶୁଣ୍ଢବାଲା, କୌଣସି ଚିତ୍ର ଥାଏ କି! ଏସବୁ ଭକ୍ତିମାର୍ଗର ସାମଗ୍ରୀ । ବାସ୍ତବରେ ଏକମାତ୍ର ଶିବବାବାଙ୍କର ଭକ୍ତି କରିବା ଉଚିତ୍ । ଯିଏକି ସମସ୍ତଙ୍କର ସଦ୍‌ଗତି ଦାତା ଅଟନ୍ତି । ତୁମ ବୁଦ୍ଧିରେ ଅଛି - ଏହି ଲକ୍ଷ୍ମୀ-ନାରାୟଣ ମଧ୍ୟ ୮୪ ଜନ୍ମ ନେଉଛନ୍ତି । ପୁଣି ଉଚ୍ଚରୁ ଉଚ୍ଚ ବାବା ଆସି ସମସ୍ତଙ୍କୁ ସଦ୍‌ଗତି ଦେଉଛନ୍ତି । ତାଙ୍କଠାରୁ ବଡ ଆଉ କେହି ନାହାଁନ୍ତି । କିନ୍ତୁ ଏହି ଜ୍ଞାନର କଥାକୁ ତୁମମାନଙ୍କ ଭିତରେ ମଧ୍ୟ କ୍ରମାନ୍ୱୟରେ ଧାରଣା କରିପାରିବେ । ଯଦି ଧାରଣା ନ କରି ପାରିଲେ ତେବେ ସେମାନେ କେଉଁ କାମର! କେହି କେହି ଅନ୍ଧର ଲାଠି ହେବା ବଦଳରେ ନିଜେ ଅନ୍ଧ ହୋଇଯାଉଛନ୍ତି । ଯେଉଁ ଗାଈ କ୍ଷୀର ଦିଏ ନାହିଁ ତାକୁ ପିଞ୍ଜରପୁରରେ (ଅଲଗା) ରଖିଥା’ନ୍ତି । ଇଏ ମଧ୍ୟ ଜ୍ଞାନର କ୍ଷୀର ଦେଇପାରିବେ ନାହିଁ । ବହୁତ ସନ୍ତାନ ଅଛନ୍ତି, ଯେଉଁମାନେ କିଛି ବି ପୁରୁଷାର୍ଥ କରୁ ନାହାଁନ୍ତି । ବୁଝିପାରୁ ନାହାଁନ୍ତି ଯେ ଆମେ କିଛି ତ କାହାର କଲ୍ୟାଣ କରିବା କଥା । ନିଜ ଭାଗ୍ୟର ଖିଆଲ ମଧ୍ୟ ରହୁ ନାହିଁ । ବାସ୍‌, ଯାହା କିଛି ମିଳିଲା ତାହା ଭଲ । ତେଣୁ ବାବା କହୁଛନ୍ତି, ସେମାନଙ୍କ ଭାଗ୍ୟରେ ନାହିଁ । ତେଣୁ ନିଜର ସଦ୍‌ଗତି ପାଇଁ ପୁରୁଷାର୍ଥ କରିବା ଦରକାର । ତେଣୁ ଦେହୀ-ଅଭିମାନୀ ହେବାକୁ ପଡିବ । ବାବା କେତେ ଉଚ୍ଚ ହୋଇ ମଧ୍ୟ ଦେଖ, କିପରି ପତିତ ଦୁନିଆ, ପତିତ ଶରୀରରେ ଆସୁଛନ୍ତି । ତାଙ୍କୁ ଏହି ପତିତ ଦୁନିଆକୁ ଆସିବା ପାଇଁ ହିଁ ଡାକୁଛନ୍ତି । ଯେବେ ରାବଣ ବିଲ୍‌‌କୁଲ୍ ବୁଦ୍ଧି ଭ୍ରଷ୍ଟ କରିଦେଉଛି, ସେତେବେଳେ ବାବା ଆସି ଶ୍ରେଷ୍ଠ କରାଉଛନ୍ତି । ଯିଏ ଭଲ ପୁରୁଷାର୍ଥ କରୁଛନ୍ତି, ସେ ରାଜା-ରାଣୀ ହୋଇଯାଉଛନ୍ତି, ଯିଏ ପୁରୁଷାର୍ଥ କରୁ ନାହାଁନ୍ତି ସେ ଗରୀବ ହୋଇଯାଉଛନ୍ତି, ଯଦି ଭାଗ୍ୟରେ ନ ଥିବ ତେବେ ପୁରୁଷାର୍ଥ କରିପାରିବେ ନାହିଁ । କେହି ତ ବହୁତ ଭଲ ଭାଗ୍ୟ ଗଢୁଛନ୍ତି । ପ୍ରତ୍ୟେକ ନିଜକୁ ଦେଖିପାରିବେ ଯେ ମୁଁ କେଉଁ ସେବା କରୁଛି । ଆଚ୍ଛା—

ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।

ଧାରଣା ପାଇଁ ମୁଖ୍ୟ ସାର :—
(୧) ରୂପ-ବସନ୍ତ ଅର୍ଥାତ୍ ଯୋଗୀ ଏବଂ ଜ୍ଞାନୀ ହୋଇ ମୁଖରୁ ସଦା ସର୍ବଦା ରତ୍ନ ବାହାର କରିବାକୁ ହେବ । ବହୁତ-ବହୁତ ମିଠା ହେବାକୁ ପଡିବ । ମୁଖରୁ କେବେ ହେଲେ ପଥର ଅର୍ଥାତ୍ କଟୁବଚନ ବାହାର କରିବା ଅନୁଚିତ୍ ।

(୨) ଜ୍ଞାନ ଏବଂ ଯୋଗରେ ପ୍ରବୀଣ ହୋଇ ନିଜର ଏବଂ ଅନ୍ୟମାନଙ୍କର କଲ୍ୟାଣ କରିବାକୁ ହେବ । ନିଜର ଭାଗ୍ୟକୁ ଶ୍ରେଷ୍ଠ କରିବା ପାଇଁ ପୁରୁଷାର୍ଥ କରିବାକୁ ହେବ । ଅନ୍ଧମାନଙ୍କର ଲାଠି ଅର୍ଥାତ୍ ସାହାରା ହେବାକୁ ପଡିବ ।

ବରଦାନ:-
ତ୍ରି-ସ୍ମୃତି ସ୍ୱରୂପର ତିଳକ ଧାରଣ କରୁଥିବା ସମ୍ପୂର୍ଣ୍ଣ ବିଜୟୀ ଭବ ।

ନିଜର ସ୍ମୃତି, ବାବାଙ୍କର ସ୍ମୃତି ଏବଂ ଡ୍ରାମା ଜ୍ଞାନର ସ୍ମୃତି - ଏହି ତିନୋଟି ସ୍ମୃତି ଭିତରେ ସାରା ଜ୍ଞାନର ବିସ୍ତାର ସମାହିତ ଅଟେ । ଜ୍ଞାନ ରୂପୀ ବୃକ୍ଷର ସାରାଂଶ ଏହି ତିନୋଟି ସ୍ମୃତି ଅଟେ । ଯେପରି କୌଣସି ବୃକ୍ଷର ପ୍ରଥମେ ବୀଜ ଥାଏ ଏବଂ ସେଥିରୁ ଦୁଇଟି ପତ୍ର ବାହାରିଥାଏ, ତା’ପରେ ବୃକ୍ଷର ବିସ୍ତାର ହୋଇଥାଏ, ସେହିପରି ଏହି ସୃଷ୍ଟିରୂପୀ ବୃକ୍ଷର ମୁଖ୍ୟ ହେଲା - ବୀଜ ସ୍ୱରୂପ ବାବାଙ୍କର ସ୍ମୃତି, ତା’ପରେ ପ୍ରଥମ ଦୁଇଟି ପତ୍ର ଅର୍ଥାତ୍ ଆତ୍ମା ଏବଂ ଡ୍ରାମାର ସାରା ଜ୍ଞାନ । ଏହି ତିନୋଟି ସ୍ମୃତିକୁ ଧାରଣ କରିଥିବା ଆତ୍ମା ସ୍ମୃତି ସ୍ୱରୂପ ଭବ ବା ସମ୍ପୂର୍ଣ୍ଣ ବିଜୟୀ ଭବର ବରଦାନୀ ହୋଇଯାଆନ୍ତି ।

ସ୍ଲୋଗାନ:-
ଯଦି ପ୍ରାପ୍ତିଗୁଡିକୁ ସର୍ବଦା ସମ୍ମୁଖରେ ରଖିବ ତେବେ ଦୁର୍ବଳତା ଗୁଡିକ ସହଜରେ ସମାସ୍ତ ହୋଇଯିବ ।