18.04.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ନିଜ
ଉପରେ ନିଜେ ଦୟା କର, ବାବା ଯେଉଁ ମତ ଦେଉଛନ୍ତି ତା’ ଅନୁସାରେ ଚାଲ ତେବେ ଅପାର ଖୁସିର ଅନୁଭବ
ହେବ ଏବଂ ମାୟାର ଅଭିଶାପଠାରୁ ବଞ୍ଚିଯିବ ।”
ପ୍ରଶ୍ନ:-
ମାୟାର ଅଭିଶାପ
କାହିଁକି ପଡୁଛି? ଅଭିଶପ୍ତ ଆତ୍ମାର ଗତି କ’ଣ ହେବ?
ଉତ୍ତର:-
(୧) ବାବା ଏବଂ ପାଠପଢ଼ାର ଅର୍ଥାତ୍ ଜ୍ଞାନ ରତ୍ନର ନିରାଦର କରିବା ଦ୍ୱାରା ଏବଂ ନିଜ ମତରେ ଚାଲିବା
ଦ୍ୱାରା ମାୟାର ଅଭିଶାପ ପଡିଯାଇଥାଏ । (୨) ଯଦି ଆସୁରୀ ଚାଲି ଚଳଣ ରହିଛି, ଦୈବୀଗୁଣ ଧାରଣ
ହେଉନାହିଁ, ତେବେ ନିଜ ପ୍ରତି ନିଷ୍ଠୁରତା କରୁଛନ୍ତି । ବୁଦ୍ଧିରେ ତାଲା ପଡିଯାଉଛି । ଏହିଭଳି
ପିଲାମାନେ ବାବାଙ୍କ ହୃଦୟରେ ସ୍ଥାନ ପାଇପାରିବେ ନାହିଁ ।
ଓମ୍ ଶାନ୍ତି ।
ଆତ୍ମିକ
ସନ୍ତାନମାନଙ୍କର ଏବେ ନିଶ୍ଚୟ ହେଉଛି ଯେ ଆମକୁ ଆତ୍ମ-ଅଭିମାନୀ ହୋଇ ବାବାଙ୍କୁ ମନେପକାଇବାକୁ ହେବ
। ମାୟା ରୂପୀ ରାବଣ ଏବେ ଶ୍ରାପିତ, ଦୁଃଖୀ କରିଦେଉଛି । ଅଭିଶାପ ଶବ୍ଦ ହିଁ ଦୁଃଖର ଶବ୍ଦ ଅଟେ ଏବଂ
ବର୍ସା ଶବ୍ଦ ସୁଖର ଅଟେ । ଯେଉଁ ସନ୍ତାନମାନେ ବିଶ୍ୱସ୍ତ, ଆଜ୍ଞାକାରୀ ଅଟନ୍ତି, ସେମାନେ ଏକଥା ଭଲ
ଭାବେ ଜାଣିଛନ୍ତି । ଯେଉଁମାନେ ଆଜ୍ଞାକାରୀ ନୁହଁନ୍ତି ସେମାନେ ସନ୍ତାନ ନୁହଁନ୍ତି । ସେମାନେ
ନିଜକୁ ଯାହା ଭାବୁଥାନ୍ତୁ କିନ୍ତୁ ବାବାଙ୍କ ହୃଦୟରେ ବସିପାରିବେ ନାହିଁ, ବର୍ସା ପାଇପାରିବେ ନାହିଁ
। ଯେଉଁମାନେ ମାୟାର କଥାରେ ଚାଲୁଛନ୍ତି, ବାବାଙ୍କୁ ମନେପକାଉନାହାଁନ୍ତି, ସେମାନେ କାହାକୁ ଜ୍ଞାନ
ବୁଝାଇ ପାରିବେ ନାହିଁ ଅର୍ଥାତ୍ ନିଜକୁ ନିଜେ ଶ୍ରାପିତ କରୁଛନ୍ତି । ପିଲାମାନେ ଜାଣିଛନ୍ତି ମାୟା
ବହୁତ ଶକ୍ତିଶାଳୀ । ଯଦି ବେହଦ ବାବାଙ୍କର କଥା ମାନୁ ନାହାଁନ୍ତି ତେବେ ନିଶ୍ଚିତ ମାୟାର କଥାରେ
ଚାଲୁଛନ୍ତି । ମାୟାର ବଶବର୍ତ୍ତୀ ହୋଇଯାଉଛନ୍ତି । କଥାରେ ରହିଛି ନା - ପ୍ରଭୁ କି ଶିର ମାଥେ ।
ତେଣୁ ବାବା କହୁଛନ୍ତି ପିଲାମାନେ, ପୁରୁଷାର୍ଥ କରି ବାବାଙ୍କୁ ମନେପକାଅ ତେବେ ମାୟାର କୋଳରୁ
ବାହାରି ପ୍ରଭୁଙ୍କର କୋଳକୁ ଆସିଯିବ । ବାବା ବୁଦ୍ଧିମାନମାନଙ୍କ ଠାରୁ ମଧ୍ୟ ଶ୍ରେଷ୍ଠ ବୁଦ୍ଧିମାନ
ଅଟନ୍ତି । ବାବାଙ୍କର କଥା ନ ମାନିଲେ ବୁଦ୍ଧିରେ ତାଲା ଲାଗିଯିବ ଏବଂ ସେହି ବୁଦ୍ଧିର ତାଲାକୁ
ଏକମାତ୍ର ବାବା ହିଁ ଖୋଲିପାରିବେ । ଶ୍ରୀମତରେ ଚାଲୁ ନ ଥିବା ପିଲାମାନଙ୍କର ଅବସ୍ଥା କ’ଣ ହେବ ।
ମାୟାର ମତରେ ଚାଲୁଥିବା ପିଲାମାନେ କିଛି ହେଲେ ପଦ ପାଇପାରିବେ ନାହିଁ । ଶୁଣୁଛନ୍ତି କିନ୍ତୁ
ଧାରଣା କରିପାରିବେ ନାହିଁ, ନା ଅନ୍ୟକୁ କରାଇପାରିବେ । ତେବେ ସେମାନଙ୍କର ଅବସ୍ଥା କଣ ହେବ! ବାବା
ଦୀନବନ୍ଧୁ ଅଟନ୍ତି । ମନୁଷ୍ୟ ଗରୀବମାନଙ୍କୁ ଦାନ କରିଥାନ୍ତି ସେହିପରି ବାବା ମଧ୍ୟ ଆସି କେତେ ବଡ
ବେହଦର ଦାନ କରୁଛନ୍ତି । ଯଦି ଶ୍ରୀମତରେ ନ ଚାଲିବ ତେବେ ଏକଦମ୍ ବୁଦ୍ଧିକୁ ତାଲା ଲାଗିଯିବ । ପୁଣି
କ’ଣ ପ୍ରାପ୍ତି କରିବ! ଶ୍ରୀମତରେ ଚାଲିଲେ ହିଁ ବାବାଙ୍କର ସନ୍ତାନ ହୋଇପାରିବ । ବାବା ହେଉଛନ୍ତି
ଦୟାର ସାଗର । ଜାଣିଛନ୍ତି ବାହାରକୁ ଗଲେ ମାୟା ଏକଦମ୍ ଶେଷ କରିଦେବ । କେହି ଯଦି ଆତ୍ମହତ୍ୟା
କରୁଛନ୍ତି ତେବେ ନିଜର ହିଁ ସତ୍ୟାନାଶ କରୁଛନ୍ତି । ତେଣୁ ବାବା ବୁଝାଉଛନ୍ତି - ପିଲାମାନେ ନିଜ
ଉପରେ ଦୟା କର, ଶ୍ରୀମତରେ ଚାଲ, ନିଜ ମତରେ ଚାଲ ନାହିଁ । ଶ୍ରୀମତରେ ଚାଲିଲେ ଖୁସିର ନିଶା ଚଢିବ
। ଲକ୍ଷ୍ମୀ-ନାରାୟଣଙ୍କର ଚେହେରାକୁ ଦେଖ କେତେ ଖୁସିମୟ ଅଟେ । ତେଣୁ ଭଲ ଭାବରେ ପୁରୁଷାର୍ଥ କରି
ଏହିପରି ଉଚ୍ଚ ପଦ ପାଇବା ଉଚିତ୍ ନା । ବାବା ଯେଉଁ ଅବିନାଶୀ ଜ୍ଞାନ ରତ୍ନ ଦେଉଛନ୍ତି ତାର ନିରାଦର
କରିବା ଉଚିତ୍ ନୁହେଁ । ଜ୍ଞାନରତ୍ନରେ ନିଜର ବୁଦ୍ଧି ରୂପୀ ଝୁଲା ଭରିବା ଦରକାର । ସମସ୍ତେ
ଶୁଣୁଛନ୍ତି କିନ୍ତୁ ଝୁଲା ଭରୁ ନାହାଁନ୍ତି କାହିଁକି ନା ବାବାଙ୍କୁ ମନେପକାଉନାହାଁନ୍ତି । କାରଣ
ଆସୁରୀ ଚଳଣି ଚାଲୁଛନ୍ତି । ବାବା ବାରମ୍ବାର ବୁଝାଉଛନ୍ତି - ନିଜ ଉପରେ ଦୟା କର, ଦୈବୀଗୁଣ ଧାରଣ
କର । ତାହା ହେଉଛି ଆସୁରୀ ସମ୍ପ୍ରଦାୟ । ତାହାକୁ ବାବା ଆସି ପରିସ୍ତାନ କରାଉଛନ୍ତି । ସ୍ୱର୍ଗକୁ
ପରିସ୍ତାନ କୁହାଯାଏ । ମନୁଷ୍ୟ କେତେ ଧକ୍କା ଖାଇ ଚାଲିଛନ୍ତି । ସନ୍ନ୍ୟାସୀମାନଙ୍କ ପାଖକୁ
ଯାଉଛନ୍ତି, ଭାବୁଛନ୍ତି ମନକୁ ଶାନ୍ତି ମିଳିବ । ବାସ୍ତବରେ ଏହି ଶବ୍ଦ ହିଁ ଭୁଲ୍ ଅଟେ, ଏହାର
କୌଣସି ଅର୍ଥ ନାହିଁ । ଶାନ୍ତି ତ ଆତ୍ମାକୁ ମିଳିବା ଦରକାର ନା । ଆତ୍ମା ସ୍ୱୟଂ ଶାନ୍ତ ସ୍ୱରୂପ
ଅଟେ । ଏପରି ମଧ୍ୟ କହୁ ନାହାଁନ୍ତି ଯେ ଆତ୍ମାକୁ କିପରି ଶାନ୍ତି ମିଳିବ? କହୁଛନ୍ତି ମନକୁ ଶାନ୍ତି
କିପରି ମିଳିବ? କିନ୍ତୁ ମନ, ବୁଦ୍ଧି, ଆତ୍ମା କ’ଣ, ଏ କଥା କିଛି ହେଲେ ଜାଣି ନାହାଁନ୍ତି । ଯାହା
କିଛି କହୁଛନ୍ତି ଅଥବା କରୁଛନ୍ତି ସବୁ ହେଉଛି ଭକ୍ତିମାର୍ଗ । ଭକ୍ତିମାର୍ଗବାଲା ସିଡିରେ ତଳକୁ
ଓହ୍ଲାଇ ଓହ୍ଲାଇ ତମଃପ୍ରଧାନ ହୋଇଯାଇଛନ୍ତି । ଯଦିଓ କାହାର ବହୁତ ଧନ, ସମ୍ପତ୍ତି ଆଦି ଅଛି କିନ୍ତୁ
ସେମାନେ ମଧ୍ୟ ରାବଣ ରାଜ୍ୟରେ ତ ଅଛନ୍ତି ନା ।
ତୁମେମାନଙ୍କୁ ଚିତ୍ର
ଉପରେ ବୁଝାଇବା ନିମନ୍ତେ ବହୁତ ଭଲ ଭାବରେ ଅଭ୍ୟାସ କରିବା ଉଚିତ୍ । ବାବା ସମସ୍ତ ସେଣ୍ଟରର
ସନ୍ତାନମାନଙ୍କୁ ବୁଝାଉଛନ୍ତି, ସମସ୍ତେ କ୍ରମାନ୍ୱୟରେ ଅଛନ୍ତି ନା । କେତେକ ସନ୍ତାନ ରାଜପଦ ପାଇବା
ପାଇଁ ପୁରୁଷାର୍ଥ କରୁ ନାହାଁନ୍ତି ତେଣୁ ପ୍ରଜାରେ ଯାଇ କ’ଣ ହେବେ! ସେବା କରୁ ନାହାଁନ୍ତି, ନିଜ
ଉପରେ ଦୟା ଆସୁନାହିଁ ଯେ ଆମେ କ’ଣ ହେବୁ ତେବେ ଜଣା ପଡିଯାଉଛି ଯେ ଡ୍ରାମାରେ ଏହାଙ୍କର ଏତିକି
ହିଁ ପାର୍ଟ ରହିଛି । ନିଜର କଲ୍ୟାଣ କରିବା ପାଇଁ ଜ୍ଞାନ ସହିତ ଯୋଗବଳ ମଧ୍ୟ ଆବଶ୍ୟକ । ଯୋଗଯୁକ୍ତ
ହୋଇ ନ ରହିଲେ କିଛି ହେଲେ କଲ୍ୟାଣ ହେବ ନାହିଁ । ଯୋଗବଳ ବ୍ୟତୀତ ପବିତ୍ର ହୋଇପାରିବ ନାହିଁ ।
ଜ୍ଞାନ ତ ବହୁତ ସହଜ କିନ୍ତୁ ନିଜର କଲ୍ୟାଣ ମଧ୍ୟ କରିବାକୁ ହେବ । ଯୋଗରେ ନ ରହିଲେ କିଛି କଲ୍ୟାଣ
ହେବ ନାହିଁ । ଯୋଗ ବିନା ପବିତ୍ର କିପରି ହେବ? ଜ୍ଞାନ ଅଲଗା ଜିନିଷ ଏବଂ ଯୋଗ ଅଲଗା ଜିନିଷ ।
ଯୋଗରେ ବହୁତ ଦୁର୍ବଳ ଅଛନ୍ତି । ଯୋଗ କରିବାର ବୁଦ୍ଧି ମଧ୍ୟ ଆସୁନାହିଁ । ତେବେ ଯୋଗ ବିନା
ବିକର୍ମ କିପରି ବିନାଶ ହେବ । ପୁଣି ବହୁତ ଦଣ୍ଡ ଭୋଗିବାକୁ ହେବ ଏବଂ ପଶ୍ଚାତାପ ମଧ୍ୟ କରିବାକୁ
ପଡିବ । ଦୁନିଆରେ ସ୍ଥୂଳ ରୋଜଗାର ନ କରିଲେ କେହି ଦଣ୍ଡ ମଧ୍ୟ ପାଇ ନ ଥା’ନ୍ତି । କିନ୍ତୁ
ବର୍ତ୍ତମାନ ତ ପାପର ବୋଝ ମୁଣ୍ଡ ଉପରେ ରହିଛି, ଏହାର ଦଣ୍ଡ ବହୁତ ଦଣ୍ଡ ଭୋଗ କରିବାକୁ ହେବ ।
ବାବାଙ୍କର ସନ୍ତାନ ହୋଇ ବେନିୟମ ଚଳଣି ହେଲେ ବହୁତ ଦଣ୍ଡ ମିଳିବ । ବାବା କହୁଛନ୍ତି ନିଜ ଉପରେ ଦୟା
କର, ଯୋଗଯୁକ୍ତ ହୋଇ ରୁହ । ନଚେତ୍ ଅଯଥାରେ ନିଜର ହିଁ କ୍ଷତି କରୁଛ । ଯଦି କେହି ବହୁତ ଉଚ୍ଚରୁ
ପଡିଗଲେ ଏବଂ ତାଙ୍କର ମୃତ୍ୟୁ ନ ହେଲା ତେବେ ଡାକ୍ତରଖାନାରେ ପଡି ରହି ଚିତ୍କାର କରିଥା’ନ୍ତି ।
ଅଯଥାରେ ନିଜକୁ ଧକ୍କା ଦେଲି, ମରିଲି ନାହିଁ, ବାକି କେଉଁ କାମର ରହିଲି । ଏଠାରେ ମଧ୍ୟ ସେହିପରି
ହେଉଛି । ବହୁତ ଉଚ୍ଚକୁ ଚଢିବାକୁ ହେବ କିନ୍ତୁ ଶ୍ରୀମତରେ ନ ଚାଲିଲେ ପୁଣି ତଳକୁ ପଡିଯାଆନ୍ତି ।
ଆଗକୁ ଗଲେ ସମସ୍ତେ ନିଜ ନିଜର ପଦକୁ ଦେଖିପାରିବେ ଯେ ଆମେ କେଉଁ ପଦ ପାଇବୁ? ଯିଏ ସେବା ଯୋଗ୍ୟ,
ଆଜ୍ଞାକାରୀ ହୋଇଥିବେ ସେମାନେ ହିଁ ଉଚ୍ଚ ପଦ ପାଇବେ । ନଚେତ୍ ଯାଇ ଦାସ-ଦାସୀ ହେବେ । ପୁଣି
ବହୁତ କଡା ଦଣ୍ଡ ମିଳିବ । ସେ ସମୟରେ ଉଭୟ (ବାବା ଏବଂ ଦାଦା) ଯେପରି ଧର୍ମରାଜ ରୂପରେ ଥିବେ ।
କିନ୍ତୁ ପିଲାମାନେ ସେକଥା ବୁଝିପାରୁ ନାହାଁନ୍ତି, ଭୁଲ୍ କରିଚାଲିଛନ୍ତି । ତେବେ ଦଣ୍ଡ ମଧ୍ୟ
ଏହିଠାରେ ହିଁ ଭୋଗ କରିବାକୁ ପଡିବ ନା । ଯିଏ ଯେତେ ସେବା କରିବେ ତାଙ୍କର ଶୋଭା ବଢିବ । ନଚେତ୍
କୌଣସି କାମର ଯୋଗ୍ୟ ହେବେ ନାହିଁ । ବାବା କହୁଛନ୍ତି ଅନ୍ୟର କଲ୍ୟାଣ ନ କରିପାରିଲେ, ନିଜର ତ
କଲ୍ୟାଣ କର । ବନ୍ଧନଯୁକ୍ତ ମାତାମାନେ ମଧ୍ୟ ନିଜର କଲ୍ୟାଣ କରୁଛନ୍ତି । ବାବା ତଥାପି
ପିଲାମାନଙ୍କୁ କହୁଛନ୍ତି ଖବରଦାର ରୁହ । ନାମ-ରୂପରେ ବାନ୍ଧି ହୋଇଗଲେ ମାୟା ବହୁତ ଧୋକା ଦେଇଥାଏ
। କହୁଛନ୍ତି ବାବା ଅମୁକକୁ ଦେଖିଲେ ମୋର ଖରାପ ସଂକଳ୍ପ ଚାଲୁଛି । ବାବା ବୁଝାଉଛନ୍ତି -
କର୍ମେନ୍ଦ୍ରିୟ ଦ୍ୱାରା କେବେ ହେଲେ ଖରାପ କାମ କର ନାହିଁ । କୌଣସି ଖରାପ ଲୋକ ଯାହାର ଚଳଣି ଠିକ୍
ନ ଥିବ ତାଙ୍କୁ ସେଣ୍ଟରକୁ ଆସିବାକୁ ଦିଅ ନାହିଁ । ସ୍କୁଲରେ କେହି ଚଳଣି ଖରାପ କଲେ ବହୁତ ମାଡ
ଖାଇଥା’ନ୍ତି । ଶିକ୍ଷକ ସମସ୍ତଙ୍କ ଆଗରେ କହିଥା’ନ୍ତି, ଇଏ ଏପରି ଖରାପ କାମ କରିଛନ୍ତି, ସେଥିପାଇଁ
ତାଙ୍କୁ ସ୍କୁଲ୍ରୁ ବାହାର କରାଯାଉଛି । ତୁମ ସେଣ୍ଟରକୁ ମଧ୍ୟ ଏପରି ଖରାପ ଦୃଷ୍ଟ ବାଲା ଆସୁଛନ୍ତି,
ତେଣୁ ତାଙ୍କୁ ବାହାର କରିଦେବା ଉଚିତ୍ । ବାବା କହୁଛନ୍ତି କେବେ କୁଦୃଷ୍ଟି ରଖିବା ଉଚିତ୍ ନୁହେଁ
। ସେବା କରୁ ନାହାଁନ୍ତି, ବାବାଙ୍କୁ ସ୍ମରଣ କରୁ ନାହାଁନ୍ତି ତେବେ ନିଶ୍ଚିତ କିଛି ନା କିଛି
ଖରାପ ଗୁଣ ରହିଛି । ଯିଏ ଭଲ ସେବା କରିଥା’ନ୍ତି, ତାଙ୍କର ସୁନାମ ମଧ୍ୟ ହୋଇଥାଏ । ଟିକିଏ ବି
ସଂକଳ୍ପ ଆସିଲା, କୁଦୃଷ୍ଟି ଗଲା ତେବେ ବୁଝିଯିବା ଦରକାର ଯେ ମାୟାର ଆକ୍ରମଣ ହେଉଛି । ସେସବୁ
ଏକଦମ୍ ଛାଡି ଦେବା ଉଚିତ୍ । ନଚେତ୍ ତାହା ବୃଦ୍ଧି ହୋଇ ନିଜର ବହୁତ କ୍ଷତି କରିଦେବ । ବାବାଙ୍କୁ
ମନେ ପକାଇଲେ ସେଥିରୁ ବଞ୍ଚିଯିବ । ବାବା ସମସ୍ତ ସନ୍ତାନଙ୍କୁ ସାବଧାନ କରାଉଛନ୍ତି - ଖବରଦାର ରୁହ,
କେବେ ବି ନିଜ କୁଳର ନାମ ବଦନାମ କର ନାହିଁ । କେହି ଗନ୍ଧର୍ବ ବିବାହ କରି ଏକତ୍ର ରହି କେତେ
ସୁନାମ ଅର୍ଜନ କରୁଛନ୍ତି, କେହି କେହି ପୁଣି ବିକାରଗ୍ରସ୍ତ ହୋଇଯାଉଛନ୍ତି । ଏଠାକୁ ତୁମେ ଆସିଛ
ନିଜର ସଦ୍ଗତି କରିବା ପାଇଁ, ଖରାପ ଗତି କରିବା ପାଇଁ ନୁହେଁ । ସବୁଠାରୁ ଖରାପ ହେଉଛି କାମ
ବିକାର, ପୁଣି କ୍ରୋଧ । ଆସୁଛନ୍ତି ବାବାଙ୍କଠାରୁ ବର୍ସା ନେବା ପାଇଁ କିନ୍ତୁ ମାୟା ଆକ୍ରମଣ କରି
ଅଭିଶାପ ଦେଇ ଦେଉଛି ତେଣୁ ଏକଦମ୍ ପତିତ ହୋଇଯାଉଛନ୍ତି ଅର୍ଥାତ୍ ନିଜକୁ ଶ୍ରାପିତ କରି ଦେଉଛନ୍ତି
। ତେଣୁ ବାବା ବୁଝାଉଛନ୍ତି ବହୁତ ଯତ୍ନବାନ ହୋଇ ରହିବାକୁ ହେବ, ଏପରି କେହି ଆସିଲେ ତାଙ୍କୁ ବିଦା
କରିଦେବା ଉଚିତ୍ । ଦୃଷ୍ଟାନ୍ତ ମଧ୍ୟ ଅଛି ଅମୃତ ପିଇବାକୁ ଆସିଲେ ପୁଣି ବାହାରକୁ ଯାଇ ଅସୁର ହୋଇ
ଖରାପ କାମ କଲେ । ସେମାନେ ପୁଣି ଏହି ଜ୍ଞାନ ଶୁଣାଇ ପାରିବେ ନାହିଁ । ବୁଦ୍ଧିର ତାଲା ବନ୍ଦ
ହୋଇଯିବ । ବାବା କହୁଛନ୍ତି ସେବାରେ ତତ୍ପର ରହିବା ଦରକାର । ବାବାଙ୍କ ସ୍ମୃତିରେ ରହି ରହି ଶେଷରେ
ଘରକୁ ଚାଲିଯିବ । ଗୀତ ମଧ୍ୟ ଅଛି - ରାତ କେ ରାହୀ ଥକ ମତ ଜାନା... ଆତ୍ମାକୁ ଏବେ ଘରକୁ ଯିବାକୁ
ହେବ । ଆତ୍ମା ହିଁ ଯାତ୍ରୀ ଅଟେ । ବାବା ଆତ୍ମାମାନଙ୍କୁ ପ୍ରତିଦିନ ବୁଝାଉଛନ୍ତି ଯେ ଏବେ ତୁମେ
ଶାନ୍ତିଧାମ ଯିବାର ଯାତ୍ରୀ ଅଟ । ତେଣୁ ଏବେ ବାବା, ଘର ଏବଂ ବର୍ସାକୁ ମନେପକାଅ । ନିଜକୁ ଦେଖ
କେଉଁଠି ମାୟା ଧୋକା ଦେଉ ନାହିଁ ତ? ମୁଁ ନିଜର ପିତାଙ୍କୁ ସ୍ମରଣ କରୁଛି ତ?
ଉଚ୍ଚରୁ ଉଚ୍ଚ ବାବାଙ୍କ
ଆଡକୁ ହିଁ ଦୃଷ୍ଟି ରହୁ - ଏହା ହିଁ ହେଉଛି ବହୁତ ଉଚ୍ଚ ପୁରୁଷାର୍ଥ । ବାବା କହୁଛନ୍ତି ପିଲାମାନେ,
କୃଦୃଷ୍ଟି ଛାଡିଦିଅ । ଦେହ-ଅଭିମାନ ଅର୍ଥାତ୍ କୁଦୃଷ୍ଟି, ଦେହୀ-ଅଭିମାନୀ ଅର୍ଥାତ୍ ପବିତ୍ର
ଦୃଷ୍ଟି, ତେଣୁ ପିଲାମାନଙ୍କର ଦୃଷ୍ଟି ବାବାଙ୍କ ଆଡକୁ ରହିବା ଦରକାର । ବର୍ସା ଅର୍ଥାତ୍ ସମ୍ପତ୍ତି
ବହୁତ ଉଚ୍ଚ - ବିଶ୍ୱର ବାଦଶାହୀ କ’ଣ କମ୍ କଥା! ସ୍ୱପ୍ନରେ ମଧ୍ୟ କାହାର ଏକଥା ନ ଥିବ ଯେ ପାଠପଢା
ଏବଂ ଯୋଗ ଦ୍ୱାରା ବିଶ୍ୱର ବାଦଶାହୀ ମିଳିପାରିବ । ତେବେ ପାଠ ଭଲ ଭାବରେ ପଢି ଉଚ୍ଚ ପଦ ପାଇଲେ
ବାବା ମଧ୍ୟ ଖୁସି ହେବେ, ଶିକ୍ଷକ ଏବଂ ସତଗୁରୁ ମଧ୍ୟ ଖୁସି ହେବେ । ବାବାଙ୍କୁ ସ୍ମରଣ କରିଲେ ବାବା
ମଧ୍ୟ ସ୍ନେହ କରିବେ । ବାବା କହୁଛନ୍ତି - ପିଲାମାନେ, ଏହି ଦୁର୍ବଳତା ବାହାର କରିଦିଅ । ନଚେତ୍
ଅଯଥାରେ ନାମ ବଦନାମ କରିଦେବ । ବାବା ବିଶ୍ୱର ମାଲିକ କରାଇବା ପାଇଁ ତୁମମାନଙ୍କର ଭାଗ୍ୟର ତାଲାକୁ
ଖୋଲୁଛନ୍ତି । ଭାରତବାସୀ ହିଁ ଶତ ପ୍ରତିଶତ ସୌଭାଗ୍ୟଶାଳୀ ଥିଲେ ପୁଣି ଏବେ ଶତ ପ୍ରତିଶତ
ଦୁର୍ଭାଗ୍ୟଶାଳୀ ହୋଇଯାଇଛନ୍ତି, ପୁଣି ତୁମକୁ ସୌଭାଗ୍ୟଶାଳୀ କରିବା ପାଇଁ ବାବା ପାଠ ପଢାଉଛନ୍ତି
।
ବାବା ବୁଝାଉଛନ୍ତି ଯେଉଁ
ବଡ ବଡ ଧର୍ମାତ୍ମାମାନେ ସବୁ ରହିଛନ୍ତି, ସେମାନେ ମଧ୍ୟ ତୁମ ପାଖକୁ ଆସିବେ । ଯୋଗ ଶିଖିବେ ।
ମ୍ୟୁଜିୟମ୍କୁ ଯେଉଁ ଟୁରିଷ୍ଟ (ଯାତ୍ରୀ)ମାନେ ଆସୁଛନ୍ତି, ତାଙ୍କୁ ମଧ୍ୟ ତୁମେ ବୁଝାଇପାରିବ, ଏବେ
ସ୍ୱର୍ଗର ଦ୍ୱାର ଖୋଲିବାର ଅଛି । କଳ୍ପବୃକ୍ଷ ଉପରେ ମଧ୍ୟ ବୁଝାଅ, ଦେଖ ତୁମେ ଅମୁକ ସମୟରେ ଆସିଛ
। ଭାରତବାସୀଙ୍କର ପାର୍ଟ ଅମୁକ ସମୟରେ ରହିଛି । ତୁମେ ଏହି ଜ୍ଞାନ ଶୁଣୁଛ ପୁଣି ନିଜ ଦେଶରେ ଯାଇ
ବତାଅ ଯେ ବାବାଙ୍କୁ ସ୍ମରଣ କରିଲେ ତମଃପ୍ରଧାନରୁ ସତ୍ୱପ୍ରଧାନ ହୋଇଯିବ । ସେମାନେ ମଧ୍ୟ ଯୋଗର
ଇଚ୍ଛା ରଖୁଛନ୍ତି । ହଠଯୋଗୀ, ସନ୍ନ୍ୟାସୀମାନେ ତ’ ତାଙ୍କୁ ଯୋଗ ଶିଖାଇପାରିବେ ନାହିଁ । ତୁମର
ମିଶନ (ସଂସ୍ଥା) ମଧ୍ୟ ବାହାର ଦେଶକୁ ଯିବ । ତେଣୁ ବୁଝାଇବା ପାଇଁ ବହୁତ ଯୁକ୍ତି ଆବଶ୍ୟକ । ବଡ
ବଡ ଧର୍ମାତ୍ମାମାନଙ୍କୁ ଆସିବାକୁ ହିଁ ପଡିବ । ତୁମ ପାଖରୁ ଯଦି ଜଣେ ବି ଭଲ ଭାବରେ ଏହି ଜ୍ଞାନ
ନେବ, ତେବେ ଜଣଙ୍କଠାରୁ କେତେ ଢେର ବୁଝିବେ । ଜଣଙ୍କର ବୁଦ୍ଧିରେ ଆସିଗଲେ ପୁଣି ଖବରକାଗଜରେ ମଧ୍ୟ
ବାହାର କରିବେ । ଏହା ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ ଅଛି । ନଚେତ୍ ବାବାଙ୍କୁ ସ୍ମରଣ କରିବା କିପରି
ଶିଖିବେ । ବାବାଙ୍କର ସନ୍ଦେଶ ସମସ୍ତଙ୍କୁ ମିଳିବ । କେହି ନା କେହି ବାହାରିବେ । ମ୍ୟୁଜିୟିମ୍କୁ
ବହୁତ ପୁରୁଣା ଜିନିଷ ଦେଖିବାକୁ ଯାଇଥାଆନ୍ତି । ଏଠାକୁ ପୁଣି ତୁମର ପୁରୁଣା ଜ୍ଞାନ ଶୁଣିବାକୁ
ଢେର ଆସିବେ । ତାଙ୍କ ମଧ୍ୟରେ କେହି ଭଲ ଭାବରେ ବୁଝିଯିବେ । ଏହିଠାରୁ ହିଁ ଦୃଷ୍ଟି ମିଳିବ ଅଥବା
ମିଶନ ବାହାରକୁ ଯିବ । ତୁମେମାନେ କହିବ ଯେ ବାବାଙ୍କୁ ସ୍ମରଣ କରିଲେ ନିଜ ଧର୍ମରେ ଉଚ୍ଚ ପଦ ପାଇବ
। ପୁନର୍ଜନ୍ମ ନେଇ-ନେଇ ସମସ୍ତେ ତଳକୁ ଆସିଯାଇଛନ୍ତି । ତଳକୁ ଓହ୍ଲାଇବା ଅର୍ଥ ତମଃପ୍ରଧାନ ହେବା
। ପୋପ୍ ଆଦି ଏପରି କହିପାରିବେ ନାହିଁ ଯେ ବାବାଙ୍କୁ ମନେପକାଅ । ସେମାନେ ବାବାଙ୍କୁ ଜାଣି ହିଁ
ନାହାଁନ୍ତି । ତୁମ ପାଖରେ ବହୁତ ଭଲ ଜ୍ଞାନ ଅଛି । ସୁନ୍ଦର ଚିତ୍ର ମଧ୍ୟ ତିଆରି ହୋଇଛି । ସୁନ୍ଦର
ଜିନିଷ ଥିଲେ ମ୍ୟୁଜିୟମ୍ ଆହୁରି ସୁନ୍ଦର ଲାଗିବ । ବହୁତ ଦେଖିବା ପାଇଁ ଆସିବେ । ଯେତେ ବଡ ଚିତ୍ର
ହେବ ସେତେ ଭଲ ଭାବରେ ବୁଝାଇପାରିବ । ବୁଝାଇବା ପାଇଁ ସଉକ ରହିବା ଦରକାର, ମୁଁ ଏପରି ବୁଝାଇବି ।
ସର୍ବଦା ତୁମ ବୁଦ୍ଧିରେ ରହୁ ଯେ ଆମେ ବ୍ରାହ୍ମଣ ହୋଇଛୁ ତେଣୁ ଯେତେ ସେବା କରିବୁ ସେତେ ବହୁତ ମାନ
ରହିବ । ଏଠାରେ ମାନ ରହିଲେ ସେଠାରେ ମଧ୍ୟ ରହିବ । ତୁମେ ପୂଜ୍ୟ ହେବ । ଏହି ଈଶ୍ୱରୀୟ ଜ୍ଞାନକୁ
ଧାରଣ କରିବାକୁ ହେବ । ବାବା କହୁଛନ୍ତି ସେବାରେ ତୁମେ ତତ୍ପର ରୁହ । ବାବା ଯେଉଁ ସ୍ଥାନକୁ ସେବା
ପାଇଁ ପଠାଇଲେ, ସେଥିରେ କଲ୍ୟାଣ ରହିଛି । ସାରା ଦିନ ବୁଦ୍ଧିରେ ସେବାର ଖିଆଲ ଚାଲିବା ଦରକାର ।
ବିଦେଶୀମାନଙ୍କୁ ମଧ୍ୟ ବାବାଙ୍କର ପରିଚୟ ଦେବାକୁ ହେବ । ସବୁଠାରୁ ପ୍ରିୟ ବାବାଙ୍କୁ ମନେପକାଅ,
କୌଣସି ଦେହଧାରୀକୁ ଗୁରୁ କର ନାହିଁ । ସମସ୍ତଙ୍କର ସଦ୍ଗତି ଦାତା ଏକମାତ୍ର ବାବା ଅଟନ୍ତି । ଏବେ
ହୋଲସେଲ୍ ମୃତ୍ୟୁ ସମ୍ମୁଖରେ ଉପସ୍ଥିତ, ହୋଲ୍ସେଲ୍ ଏବଂ ରିଟେଲ୍ ବ୍ୟାପାର ହୋଇଥାଏ ନା । ବାବା
ହେଉଛନ୍ତି ହୋଲସେଲ୍, ବର୍ସା ମଧ୍ୟ ହୋଲ୍ସେଲ୍ରେ ଦେଉଛନ୍ତି । ୨୧ ଜନ୍ମ ପାଇଁ ବିଶ୍ୱର ରାଜତ୍ୱ
ନିଅ । ମୁଖ୍ୟ ଚିତ୍ର ହେଉଛି ତ୍ରିମୂର୍ତ୍ତି, ଗୋଲା (ସୃଷ୍ଟିଚକ୍ର), ବୃକ୍ଷ, ସିଡି, ବିରାଟ ରୂପର
ଚିତ୍ର ଏବଂ ଗୀତାର ଭଗବାନ କିଏ...? ଏହି ଚିତ୍ର ଫାଷ୍ଟକ୍ଳାସ୍ ଅଟେ, ଏଥିରେ ବାବାଙ୍କର
ସଂପୂର୍ଣ୍ଣ ମହିମା ରହିଛି । ବାବା ହିଁ କୃଷ୍ଣଙ୍କୁ ଏପରି ଯୋଗ୍ୟ କରୁଛନ୍ତି, ଏହି ବର୍ସା ଗଡ୍
ଫାଦର (ଈଶ୍ୱର ପିତା) ଦେଇଛନ୍ତି । କଳିଯୁଗରେ ଏତେ ଢେର ମନୁଷ୍ୟ ଅଛନ୍ତି, ସତ୍ୟଯୁଗରେ ଅଳ୍ପ ରହିବେ
। ଏହି ଅଦଳ-ବଦଳ କିଏ କରିଲା? ଏ କଥା ଟିକିଏ ହେଲେ କେହି ଜାଣି ନାହାଁନ୍ତି । ଟୁରିଷ୍ଟମାନେ ବଡ
ବଡ ସହରକୁ ଯାଇଥା’ନ୍ତି, ସେମାନେ ମଧ୍ୟ ଆସି ବାବାଙ୍କର ପରିଚୟ ପାଇବେ । ତୁମକୁ ସେବାର ବହୁତ
ପଏଣ୍ଟସ୍ ମଧ୍ୟ ମିଳୁଛି । ବିଲାତକୁ ମଧ୍ୟ ଯିବାକୁ ହେବ । ଗୋଟିଏ ପଟେ ତୁମେ ବାବାଙ୍କର ପରିଚୟ
ଦେଉଥିବ ଅନ୍ୟପଟେ ଗଣ୍ଡଗୋଳ ଚାଲୁଥିବ । ସତ୍ୟଯୁଗରେ ଅଳ୍ପ ମନୁଷ୍ୟ ରହିବେ ତେଣୁ ନିଶ୍ଚୟ ବାକି
ମନୁଷ୍ୟଙ୍କର ବିନାଶ ହେବ ନା । ବିଶ୍ୱର ଇତିହାସ-ଭୂଗୋଳର ପୁନରାବୃତ୍ତି ହେଉଛି । ଯାହା ହୋଇଗଲା
ତାହାର ପୁଣି ରିପିଟ୍ ହେବ । କିନ୍ତୁ କାହାକୁ ବୁଝାଇବା ପାଇଁ ବୁଦ୍ଧି ଦରକାର । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ସର୍ବଦା
ଏକମାତ୍ର ବାବାଙ୍କ ଉପରେ ହିଁ ଦୃଷ୍ଟି ରଖିବାକୁ ହେବ । ଦେହୀ-ଅଭିମାନୀ ହେବାର ପୁରୁଷାର୍ଥ କରି
ମାୟାର ଧୋକାଠାରୁ ନିଜକୁ ସୁରକ୍ଷିତ ରଖିବାକୁ ହେବ । କେବେ ବି କାହା ପ୍ରତି କୁଦୃଷ୍ଟି ରଖି ନିଜର
କୁଳକୁ ବଦନାମ କରିବା ଅନୁଚିତ୍ ।
(୨) ସଦାସର୍ବଦା ସେବାରେ
ତତ୍ପର ରହିବାକୁ ହେବ । ସର୍ଭିସଏବୁଲ୍ ଅର୍ଥାତ୍ ଯୋଗ୍ୟ ସେବାଧାରୀ ଏବଂ ଆଜ୍ଞାକାରୀ ହେବାକୁ ପଡିବ
। ନିଜର ଏବଂ ଅନ୍ୟମାନଙ୍କର କଲ୍ୟାଣ କରିବାକୁ ହେବ । କୌଣସି ପ୍ରକାରର ଚରିତ୍ରହୀନ କାର୍ଯ୍ୟ କରିବା
ଅନୁଚିତ୍ ।
ବରଦାନ:-
ଫୁଲଷ୍ଟପ୍
ଅର୍ଥାତ୍ ବିନ୍ଦୁ ଲଗାଇବାର ସ୍ଥିତି ଦ୍ୱାରା ପ୍ରକୃତିର ହଲଚଲ୍କୁ ଷ୍ଟପ୍ କରୁଥିବା ମାଷ୍ଟର
ପ୍ରକୃତିପତି ଭବ ।
ବର୍ତ୍ତମାନର ସମୟ ହଲ୍ଚଲ୍
ବଢିବାର ସମୟ ଅଟେ । ଫାଇନାଲ୍ ପରୀକ୍ଷା ସମୟରେ ଗୋଟିଏ ପଟେ ପ୍ରକୃତିର ଏବଂ ଅନ୍ୟ ପଟେ ପାଞ୍ଚ
ବିକାରର ବିକରାଳ ରୂପ ଦେଖାଯାଉଥିବ । ତମଃଗୁଣୀ ଆତ୍ମାମାନଙ୍କର ଆକ୍ରମଣ ସହିତ ପୁରୁଣା
ସ୍ୱଭାବ-ସଂସ୍କାର ମଧ୍ୟ ଶେଷ ସମୟରେ ପରୀକ୍ଷା ନେବେ । ଏହିଭଳି ସମୟରେ ଏକତ୍ରିକରଣର ଶକ୍ତି ଦ୍ୱାରା
ଏବେ ଏବେ ସାକାରୀ, ଏବେ ଏବେ ଆକାରୀ, ଏବଂ ଏବେ ଏବେ ନିରାକାରୀ ସ୍ଥିତିରେ ସ୍ଥିତ ହେବାର ଅଭ୍ୟାସ
ଥିବା ଦରକାର । ଦେଖୁଥିଲେ ମଧ୍ୟ ଦେଖ ନାହିଁ, ଶୁଣୁଥିଲେ ମଧ୍ୟ ଶୁଣ ନାହିଁ । ଯେତେବେଳେ ଏହିଭଳି
ଫୁଲ୍ଷ୍ଟପ୍ ଲଗାଇବାର ଷ୍ଟେଜ୍ରେ ପହଞ୍ଚିଯିବ ସେତେବେଳେ ପ୍ରକୃତିପତି ହୋଇ ପ୍ରକୃତିର ହଲ୍ଚଲ୍କୁ
ଷ୍ଟପ୍ ଅର୍ଥାତ୍ ବନ୍ଦ କରିପାରିବ ।
ସ୍ଲୋଗାନ:-
ନିର୍ବିଘ୍ନ
ରାଜ୍ୟ ଅଧିକାରୀ ହେବା ପାଇଁ ନିର୍ବିଘ୍ନ ସେବାଧାରୀ ହୁଅ ।