19.04.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ବେହଦର
ପିତାଙ୍କ ସହିତ ବିଶ୍ୱସ୍ତ ହୋଇ ରୁହ ତେବେ ତାଙ୍କଠାରୁ ସମ୍ପୂର୍ଣ୍ଣ ଶକ୍ତି ପ୍ରାପ୍ତ ହେବ, ମାୟା
ଉପରେ ବିଜୟୀ ହୋଇପାରିବ ।”
ପ୍ରଶ୍ନ:-
ବାବାଙ୍କ ପାଖରେ
କେଉଁ ମୁଖ୍ୟ ଅଥୋରିଟୀ ଅର୍ଥାତ୍ କ୍ଷମତା ରହିଛି? ତା’ର ଲକ୍ଷଣ କ’ଣ?
ଉତ୍ତର:-
ବାବାଙ୍କ ପାଖରେ ମୁଖ୍ୟତଃ ଜ୍ଞାନର ଅଥୋରିଟୀ ରହିଛି । ଜ୍ଞାନର ସାଗର ହୋଇଥିବା କାରଣରୁ
ତୁମମାନଙ୍କୁ ଜ୍ଞାନର ପାଠ ପଢ଼ାଉଛନ୍ତି, ନିଜ ସମାନ ଜ୍ଞାନବାନ କରୁଛନ୍ତି । ତୁମ ଭିତରେ ପାଠପଢ଼ାର
ଲକ୍ଷ୍ୟ ଓ ଉଦ୍ଦେଶ୍ୟ ରହିଛି । ପାଠପଢ଼ା ଆଧାରରେ ହିଁ ତୁମେ ଉଚ୍ଚ ପଦ ପାଉଛ ।
ଗୀତ:-
ବଦଲ୍ ଯାଏ
ଦୁନିଆ ...
ଓମ୍ ଶାନ୍ତି ।
ଭକ୍ତମାନେ
ଭଗବାନଙ୍କର ମହିମା କରୁଛନ୍ତି । ବର୍ତ୍ତମାନ ତ’ ତୁମେ ଭକ୍ତ ନୁହଁ । ତୁମେ ସେହି ଭଗବାନଙ୍କର
ସନ୍ତାନ ହୋଇଯାଇଛ । ବାବାଙ୍କୁ ତ’ ବିଶ୍ୱସ୍ତ ସନ୍ତାନ ଦରକାର । ସେଥିପାଇଁ ପ୍ରତ୍ୟେକ କଥାରେ
ବିଶ୍ୱସ୍ତ ରହିବା ଆବଶ୍ୟକ । ସ୍ତ୍ରୀ ବ୍ୟତୀତ ସ୍ୱାମୀର ଅଥବା ସ୍ୱାମୀ ବ୍ୟତୀତ ସ୍ତ୍ରୀର ଯଦି
ଅନ୍ୟ ଆଡ଼କୁ ଦୃଷ୍ଟି ଯାଉଛି, ତେବେ ତାଙ୍କୁ ମଧ୍ୟ ବେୱଫା (ବିଶ୍ୱାସଘାତୀ) କୁହାଯିବ । ତେବେ ଇଏ
ମଧ୍ୟ ବେହଦର ବାବା ଅଟନ୍ତି । ତାଙ୍କ ସାଥିରେ ମଧ୍ୟ ବିଶ୍ୱସ୍ତ ଏବଂ ଅବିଶ୍ୱସ୍ତ ଉଭୟ ରହୁଛନ୍ତି ।
ବିଶ୍ୱସ୍ତ ହୋଇ ପୁଣି ଅବିଶ୍ୱସ୍ତ ହୋଇଯାଉଛନ୍ତି । ବାବା ତ ହେଉଛନ୍ତି ହାଇଏଷ୍ଟ ଅଥୋରିଟୀ ଅର୍ଥାତ୍
ସର୍ବୋଚ୍ଚ ଅଧିକାରୀ, ସର୍ବଶକ୍ତିମାନ ଅଟନ୍ତି ନା । ତେଣୁ ତାଙ୍କର ସନ୍ତାନମାନେ ମଧ୍ୟ ସେହିପରି
ହେବା ଉଚିତ୍ । ବାବାଙ୍କ ପାଖରେ ଶକ୍ତି ଅଛି, ପିଲାମାନଙ୍କୁ ରାବଣ ଉପରେ ବିଜୟ ପ୍ରାପ୍ତ କରିବାର
ଯୁକ୍ତି (ଉପାୟ) ବତାଉଛନ୍ତି ସେଥିପାଇଁ ତାଙ୍କୁ ସର୍ବଶକ୍ତିମାନ୍ କୁହାଯାଉଛି । ତୁମେ ମଧ୍ୟ
ଶକ୍ତିସେନା ଅଟ ନା । ତେଣୁ ତୁମେମାନେ ନିଜକୁ ମଧ୍ୟ ସର୍ବଶକ୍ତିମାନ୍ କହିପାରିବ । ବାବାଙ୍କ ପାଖରେ
ଯେଉଁ ଶକ୍ତି ଅଛି ସେହି ଶକ୍ତି ସେ ଆମକୁ ଦେଉଛନ୍ତି । ତୁମେ ମାୟା ରାବଣ ଉପରେ ବିଜୟ କିପରି
ପାଇପାରିବ ସେହି ଉପାୟ ବତାଉଛନ୍ତି, ତେଣୁ ତୁମକୁ ମଧ୍ୟ ଶକ୍ତିବାନ୍ ହେବାକୁ ପଡ଼ିବ । ବାବା
ହେଉଛନ୍ତି ଜ୍ଞାନର ଅଥୋରିଟୀ, ନଲେଜ୍ଫୁଲ (ଜ୍ଞାନର ଭଣ୍ଡାର) ଅଟନ୍ତି ନା । ଯେପରି ସେମାନେ
ଶାସ୍ତ୍ର ଏବଂ ଭକ୍ତିମାର୍ଗର ଅଥୋରିଟୀ ଅଟନ୍ତି, ସେହିପରି ଏବେ ତୁମେ ଅଲ୍ମାଇଟୀ ଅଥୋରିଟୀ ନଲେଜ୍ଫୁଲ୍
(ସର୍ବଶକ୍ତିରେ ସମ୍ପନ୍ନ, ଜ୍ଞାନବାନ) ହେଉଛ । ତୁମକୁ ମଧ୍ୟ ଜ୍ଞାନ ମିଳୁଛି । ଏହା ହେଉଛି
ପାଠଶାଳା । ଏଠାରେ ଯେଉଁ ଜ୍ଞାନ ତୁମେ ପଢ଼ୁଛ, ତାହା ଦ୍ୱାରା ଉଚ୍ଚ ପଦ ପାଇପାରିବ । ଏହା ଏକମାତ୍ର
ପାଠ ଶାଳା ଅଟେ । ତୁମକୁ ଏଠାରେ ପାଠ ପଢ଼ିବାକୁ ହେବ ଆଉ କୌଣସି ପ୍ରାର୍ଥନା ଆଦି କରିବାର ନାହିଁ ।
ତୁମକୁ ପାଠପଢ଼ା ଦ୍ୱାରା ବର୍ସା ମିଳୁଛି, ଲକ୍ଷ୍ୟ ଓ ଉଦ୍ଦେଶ୍ୟ ମଧ୍ୟ ରହିଛି । ତୁମେ ଜାଣିଛ ବାବା
ହେଉଛନ୍ତି ଜ୍ଞାନର ସାଗର, ତାଙ୍କର ପାଠପଢ଼ା ସମ୍ପୂର୍ଣ୍ଣ ଅଲଗା । ସିଏ ଜ୍ଞାନର ସାଗର, ତେଣୁ ସିଏ
ହିଁ ଏହି ଜ୍ଞାନକୁ ଜାଣିଛନ୍ତି ଏବଂ ସେ ହିଁ ଆମକୁ ସୃଷ୍ଟିର ଆଦି-ମଧ୍ୟ-ଅନ୍ତର ଜ୍ଞାନ ଦେଉଛନ୍ତି
। ଅନ୍ୟ କେହି ଦେଇପାରିବେ ନାହିଁ । ବାବା ସମ୍ମୁଖକୁ ଆସି ଜ୍ଞାନ ଦେଇ ପୁଣି ଚାଲିଯାଉଛନ୍ତି । ଏହି
ପାଠପଢ଼ା ଦ୍ୱାରା ପ୍ରାରବ୍ଧ କ’ଣ ମିଳୁଛି, ଏ କଥା ମଧ୍ୟ ତୁମେ ହିଁ ଜାଣିଛ । ବାକି ଯେଉଁ ସବୁ ସତ୍ସଙ୍ଗ
ଅଥବା ଗୁରୁ ଗୋସେଇଁ ଆଦି ଅଛନ୍ତି ସେ ସବୁ ହେଉଛନ୍ତି ଭକ୍ତିମାର୍ଗର । ଏବେ ତୁମକୁ ଜ୍ଞାନ ମିଳୁଛି
। ଏ କଥା ମଧ୍ୟ ତୁମେମାନେ ଜାଣିଛ ଯେ ସେମାନଙ୍କ ଭିତରୁ ଯଦି ଏହି ଧର୍ମର କେହି ଥିବେ ତେବେ ସେମାନେ
ମଧ୍ୟ ବାହାରି ଆସିବେ । ତୁମମାନଙ୍କୁ ସେବାର ଭିନ୍ନ ଭିନ୍ନ ଉପାୟମାନ ବାହାର କରିବା ଉଚିତ୍ ।
ନିଜର ଅନୁଭବ ଶୁଣାଇ ଅନେକଙ୍କର ଭାଗ୍ୟ ଗଢ଼ିବା ଉଚିତ୍ । ତୁମ ସେବାଧାରୀ ସନ୍ତାନମାନଙ୍କର ଅବସ୍ଥା
ବହୁତ ନିର୍ଭୟ, ଅଟଳ ଏବଂ ଯୋଗଯୁକ୍ତ ହେବା ଆବଶ୍ୟକ । ଯୋଗଯୁକ୍ତ ହୋଇ ସେବା କରିଲେ ସଫଳତା ଅବଶ୍ୟ
ମିଳିପାରିବ ।
ପିଲାମାନେ, ତୁମେ ନିଜକୁ
ସମ୍ପୂର୍ଣ୍ଣ ସଂଯତ ରଖିବା ଦରକାର । କେବେ ହେଲେ କ୍ରୋଧ ଆଦି ନ ଆସୁ, ପକ୍କା ଯୋଗଯୁକ୍ତ ହୋଇ ରହିବା
ଦରକାର । ବାବା ବୁଝାଉଛନ୍ତି ବାସ୍ତବରେ ତୁମେ ସବୁ ହେଉଛ ବାନପ୍ରସ୍ଥୀ, ବାଣୀରୁ ଉର୍ଦ୍ଧ୍ୱରେ
ରହୁଥିବା ଆତ୍ମା । ବାନପ୍ରସ୍ଥୀ ଅର୍ଥାତ୍ ବାଣୀରୁ ଉର୍ଦ୍ଧ୍ୱରେ ଥିବା ଘରକୁ ଅର୍ଥାତ୍
ନିର୍ବାଣଧାମକୁ ଏବଂ ବାବାଙ୍କୁ ମନେପକାଉଥିବା ଆତ୍ମା । ଏହା ବ୍ୟତୀତ ଅନ୍ୟ କୌଣସି ଇଚ୍ଛା ନାହିଁ
। ମୋତେ ଭଲ କପଡ଼ା ଦରକାର, ଏସବୁ ହେଉଛି ଛି ଛି ଅର୍ଥାତ୍ ନିକୃଷ୍ଟ ଇଚ୍ଛା । ଦେହ-ଅଭିମାନୀ କେବେ
ବି ସେବା କରିପାରିବେ ନାହିଁ । ତେଣୁ ଦେହୀ-ଅଭିମାନୀ ହେବାକୁ ପଡ଼ିବ । ଭଗବାନଙ୍କ ସନ୍ତାନମାନଙ୍କୁ
ତ ଶକ୍ତି ଆବଶ୍ୟକ ଏବଂ ତାହା ହେଉଛି ଯୋଗର ଶକ୍ତି । ବାବା ତ ସମସ୍ତ ସନ୍ତାନମାନଙ୍କୁ ଜାଣିପାରିବେ
ନା । ବାବା ତୁରନ୍ତ କହିଦେବେ, ଏହି ସବୁ ଦୁର୍ବଳତାକୁ ବାହାର କର । ବାବା ବୁଝାଉଛନ୍ତି ଶିବ
ମନ୍ଦିରକୁ ଯାଅ, ସେଠାରେ ତୁମକୁ ମୋର ବହୁତ ଭକ୍ତ ମିଳିବେ । ବହୁତ ଅଛନ୍ତି ଯେଉଁମାନେ ଯାଇ କାଶୀରେ
ବାସ କରୁଛନ୍ତି । ଭାବୁଛନ୍ତି କାଶୀନାଥ ଆମର କଲ୍ୟାଣ କରିବେ । ସେଠାରେ ତୁମକୁ ବହୁତ ଗ୍ରାହକ
ମିଳିବେ କିନ୍ତୁ ତାଙ୍କୁ ବୁଝାଇବା ପାଇଁ ବୁଦ୍ଧି ବହୁତ ତୀକ୍ଷ୍ଣ ହୋଇଥିବା ଦରକାର । ଗଙ୍ଗା
ସ୍ନାନ କରୁଥିବା ବ୍ୟକ୍ତି ମଧ୍ୟ ଯାଇ ବୁଝାଇପାରିବ । ମନ୍ଦିରମାନଙ୍କୁ ଯାଇ ବୁଝାଅ । ଗୁପ୍ତ ବେଶରେ
ମଧ୍ୟ ଯାଇପାରିବ । ହନୁମାନଙ୍କର ଉଦାହରଣ ରହିଛି । ବାସ୍ତବରେ ସିଏ ତୁମେ ହିଁ ଅଟ ନା । ଜୋତା ଉପରେ
ଯାଇ ବସିବାର କଥା କିଛି ନାହିଁ । (ଗାୟନ ଅଛି ହନୁମାନ ଗୁପ୍ତ ରୂପରେ ଯାଇ ସତସଙ୍ଗରେ ଜୋତା ରଖିବା
ସ୍ଥାନରେ ବସି ଜ୍ଞାନ ଶୁଣନ୍ତି) । ଏଥିରେ ବହୁତ ବୁଦ୍ଧିମାନ ହେବା ଆବଶ୍ୟକ । ବାବା ବୁଝାଉଛନ୍ତି
ଏବେ କେହି ହେଲେ କର୍ମାତୀତ ହୋଇନାହାନ୍ତି । କିଛି ନା କିଛି ଦୁର୍ବଳତା ନିଶ୍ଚିତ ରହିଛି ।
ତୁମମାନଙ୍କର ନିଶା ରହିବା
ଉଚିତ୍ ଯେ ଏହା ହିଁ ଏକମାତ୍ର ଦୋକାନ, ଯେଉଁଠାକୁ ସମସ୍ତଙ୍କୁ ଆସିବାକୁ ପଡ଼ିବ । ଦିନେ
ସନ୍ନ୍ୟାସୀମାନେ ମଧ୍ୟ ଏଠାକୁ ଆସିବେ । ଦୋକାନ ତ’ ଗୋଟିଏ ତେଣୁ ଯିବେ କୁଆଡ଼େ । ଯିଏ ବହୁତ ଏଣେ
ତେଣେ ଘୁରି ବୁଲିଥିବେ ତାଙ୍କୁ ହିଁ ରାସ୍ତା ମିଳିବ ଏବଂ ସେମାନେ ବୁଝିଯିବେ ଯେ ଏହା ହେଉଛି
ଏକମାତ୍ର ଦୋକାନ । ସମସ୍ତଙ୍କର ସଦ୍ଗତି ଦାତା ଏକମାତ୍ର ବାବା ଅଟନ୍ତି ନା । ଏପରି ନିଶା ଚଢ଼ିଲେ
ଯାଇ କାମ ହେବ । ବାବାଙ୍କୁ ଚିନ୍ତା ରହିଛି ନା - ମୁଁ ଆସିଛି ପତିତମାନଙ୍କୁ ପବିତ୍ର କରି
ଶାନ୍ତିଧାମ ଓ ସୁଖଧାମର ବର୍ସା ଅର୍ଥାତ୍ ସମ୍ପତ୍ତି ଦେବା ପାଇଁ । ତେଣୁ ତୁମେମାନଙ୍କୁ ମଧ୍ୟ ଏହି
କର୍ତ୍ତବ୍ୟ କରିବା ଦରକାର । ସମସ୍ତଙ୍କର କଲ୍ୟାଣ କରିବାକୁ ହେବ । ଏହା ହେଉଛି ପୁରୁଣା ଦୁନିଆ ।
ଏହାର ଆୟୁଷ କେତେ? ଆଉ ଅଳ୍ପ ସମୟ ମଧ୍ୟରେ ବୁଝିଯିବେ ଯେ ଏହି ପୁରୁଣା ଦୁନିଆ ଶେଷ ହୋଇଯିବ ।
ସମସ୍ତ ଆତ୍ମାମାନଙ୍କର ବୁଦ୍ଧିରେ ଏ କଥା ଆସିଯିବ ଯେ, ନୂଆ ଦୁନିଆର ସ୍ଥାପନା ହୋଇଗଲା ପରେ ଏହି
ପୁରୁଣା ଦୁନିଆର ବିନାଶ ହୋଇଯିବ । ଆଗକୁ ଗଲେ ସମସ୍ତେ କହିବେ ବାସ୍ତବରେ ଭଗବାନ ଏଠାରେ ଅଛନ୍ତି ।
ଏବେ ତ’ ରଚୟିତା ବାବାଙ୍କୁ ହିଁ ଭୁଲି ଯାଇଛନ୍ତି । ତ୍ରିମୂର୍ତ୍ତି ଚିତ୍ରରେ ଶିବଙ୍କ ଚିତ୍ରକୁ
ଉଡ଼ାଇ ଦେଇଛନ୍ତି, ତେଣୁ ତାହା କୌଣସି କାମର ନୁହେଁ । ସେ ହିଁ ରଚୟିତା ଅଟନ୍ତି ନା । ଶିବଙ୍କ
ଚିତ୍ର ରହିବା ଦ୍ୱାରା ସ୍ପଷ୍ଟ ହୋଇଯାଉଛି - ବ୍ରହ୍ମାଙ୍କ ଦ୍ୱାରା ସ୍ଥାପନା । ପ୍ରଜାପିତା
ବ୍ରହ୍ମା ଅଛନ୍ତି, ତେଣୁ ନିଶ୍ଚିତ ବି.କେ. ମଧ୍ୟ ରହିବା ଦରକାର । ବ୍ରାହ୍ମଣ କୁଳ ସବୁଠାରୁ ଉଚ୍ଚ
କୁଳ । ବ୍ରାହ୍ମଣମାନେ ବ୍ରହ୍ମାଙ୍କର ସନ୍ତାନ ଅଟନ୍ତି । ବ୍ରାହ୍ମଣମାନଙ୍କୁ କିପରି ରଚନା
କରୁଛନ୍ତି, ଏକଥା ମଧ୍ୟ କେହି ଜାଣିନାହାଁନ୍ତି । ବାବା ହିଁ ଆସି ତୁମକୁ ଶୂଦ୍ରରୁ ବ୍ରାହ୍ମଣ
କରାଉଛନ୍ତି, ଏହା ବହୁତ ସୂକ୍ଷ୍ମକଥା ଏବଂ ବୁଝିବାର କଥା । ବାବା ଯେତେବେଳେ ସମ୍ମୁଖରେ ଆସି
ବୁଝାଇବେ, ତେବେ ବୁଝିଯିବେ । ଯେଉଁମାନେ ଦେବତା ଥିଲେ ସେହିମାନେ ହିଁ ଏବେ ଶୂଦ୍ର ହୋଇଯାଇଛନ୍ତି
। ଏବେ ସେମାନଙ୍କୁ କିପରି ଖୋଜିବା ସେଥିପାଇଁ ଯୁକ୍ତି ବାହାର କରିବାକୁ ହେବ, ଯାହାଦ୍ୱାରା ସେମାନେ
ବୁଝିପାରିବେ ଯେ ବି.କେ.ମାନେ ତ ବଡ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରୁଛନ୍ତି । କେତେ ପରିଚୟ ପତ୍ର
ଆଦି ବାଣ୍ଟୁଛନ୍ତି । ବାବା ଉଡ଼ାଜାହାଜରୁ ମଧ୍ୟ ପର୍ଚ୍ଚା ପକାଇବା ପାଇଁ କହୁଛନ୍ତି । ଅତି କମ୍ରେ
ଖବରକାଗଜ ପରି ଗୋଟିଏ କାଗଜରେ, ହୋଇଥିବା ଦରକାର । ସେଥିରେ ମୁଖ୍ୟ ମୁଖ୍ୟ ବିଷୟ ସିଡି ଚିତ୍ର
ଇତ୍ୟାଦି ମଧ୍ୟ ଛପାଯାଇ ପାରିବ । ମୁଖ୍ୟ ହେଉଛି ଇଂରାଜୀ ଏବଂ ହିନ୍ଦୀ ଭାଷା । ତେଣୁ ତୁମମାନଙ୍କୁ
ସାରା ଦିନ ବିଚାର ସାଗର ମନ୍ଥନ କରିବାକୁ ହେବ - ସେବାକୁ କିପରି ବଢ଼ାଇବୁ? ଏ କଥା ମଧ୍ୟ ଜାଣିଛନ୍ତି
ଡ୍ରାମାନୁସାରେ ପୁରୁଷାର୍ଥ ହେଉଛି । ବୁଝିବାକୁ ହୁଏ ଇଏ ଭଲ ସେବା କରୁଛନ୍ତି, ଏହାଙ୍କର ପଦ ମଧ୍ୟ
ଉଚ୍ଚ ହୋଇଥିବ । ପ୍ରତ୍ୟେକ ଅଭିନେତାମାନଙ୍କର ପାର୍ଟ ନିଜସ୍ୱ ଅଟେ, ଏହି ଧାଡ଼ି ମଧ୍ୟ ଲେଖିବା
ଜରୁରୀ । ବାବା ମଧ୍ୟ ଏହି ଡ୍ରାମାରେ ନିରାକାରୀ ଦୁନିଆରୁ ଆସି ସାକାରୀ ଶରୀରର ଆଧାର ନେଇ ପାର୍ଟ
କରୁଛନ୍ତି । ଏବେ ତୁମ ବୁଦ୍ଧିରେ ଅଛି, କିଏ କିଏ କେତେ ପାର୍ଟ କରୁଛନ୍ତି? ତେଣୁ ଏହି ଲାଇନ୍
ମଧ୍ୟ ମୁଖ୍ୟ ଅଟେ । ଏହି କଥାକୁ ସିଦ୍ଧ କରି ବତାଇବାକୁ ହେବ । ଏହି ସୃଷ୍ଟିଚକ୍ରର ରହସ୍ୟକୁ
ଜାଣିଲେ ମନୁଷ୍ୟ ସ୍ୱଦର୍ଶନ ଚକ୍ରଧାରୀ ହୋଇ ଚକ୍ରବର୍ତ୍ତୀ ରାଜା ବିଶ୍ୱର ମାଲିକ ହୋଇପାରିବେ ।
ତୁମ ପାଖରେ ତ ସମସ୍ତ ଜ୍ଞାନ ରହିଛି ନା । ବାବାଙ୍କ ପାଖରେ ଗୀତାର ଜ୍ଞାନ ରହିଛି, ଯାହା ଦ୍ୱାରା
ମନୁଷ୍ୟ ନରରୁ ନାରାୟଣ ହେଉଛନ୍ତି । ସମ୍ପୂର୍ଣ୍ଣ ଜ୍ଞାନ ବୁଦ୍ଧିରେ ଆସିଗଲେ ପୁଣି ସମ୍ପୂର୍ଣ୍ଣ
ବାଦଶାହୀ ଦରକାର । ତେଣୁ ପିଲାମାନଙ୍କୁ ଏପରି ଏପରି ବିଚାର କରି ବାବାଙ୍କ ସେବାରେ ଲାଗିଯିବା
ଉଚିତ୍ ।
ଜୟପୁରରେ ମଧ୍ୟ ଏହି
ଆଧ୍ୟାତ୍ମିକ ମ୍ୟୁଜିୟମ ସ୍ଥାୟୀ ହୋଇ ରହିବ । ଲେଖାଯାଇଛି - ଏହାକୁ ବୁଝିବା ଦ୍ୱାରା ମନୁଷ୍ୟ
ବିଶ୍ୱର ମାଲିକ ହୋଇପାରିବେ । ଯିଏବି ଦେଖିବେ ପରସ୍ପରକୁ ଶୁଣାଇବେ । ତେବେ ପିଲାମାନେ ସର୍ବଦା
ସେବାରେ ଉପସ୍ଥିତ ରହିବା ଉଚିତ୍ । ମମ୍ମା ମଧ୍ୟ ସେବାରେ ରହିଛନ୍ତି, ତାଙ୍କୁ ମଧ୍ୟ ଏହି ସେବାରେ
ନିୟୋଜିତ କରାଯାଇଥିଲା । ଏ କଥା କୌଣସି ଶାସ୍ତ୍ରରେ ନାହିଁ ଯେ ସରସ୍ୱତୀ କିଏ? ପ୍ରଜାପିତା
ବ୍ରହ୍ମାଙ୍କର କ’ଣ କେବଳ ଜଣେ ମାତ୍ର କନ୍ୟା ଥିବେ କି? ଅନେକ କନ୍ୟା ଅନେକ ନାମଧାରୀ ଥିବେ ନା ।
ସେ (ମମ୍ମା) ମଧ୍ୟ ପୋଷ୍ୟ କନ୍ୟା ଥିଲେ । ଯେପରି ତୁମେ । ଜଣେ ମୁଖ୍ୟ ଚାଲିଗଲେ, ପୁଣି ଅନ୍ୟ
ଜଣଙ୍କୁ ନିଯୁକ୍ତ କରାଯାଇଥାଏ । ପ୍ରାଇମ୍ ମିନିଷ୍ଟର ମଧ୍ୟ ଆଉ ଜଣଙ୍କୁ ନିଯୁକ୍ତ କରାଯାଇଥାଏ ।
ଯୋଗ୍ୟ ମନେକଲେ, ତାଙ୍କୁ ପସନ୍ଦ କରିଥା’ନ୍ତି ପୁଣି ସମୟ ପୂରା ହୋଇଗଲେ, ଅନ୍ୟ ଜଣଙ୍କୁ ବାଛିବାକୁ
ପଡ଼ିଥାଏ । ବାବା ସନ୍ତାନମାନଙ୍କୁ ପ୍ରଥମେ ଏହି ମ୍ୟାନର୍ସ ଅର୍ଥାତ୍ ଶିଷ୍ଟାଚାର ଶିଖାଉଛନ୍ତି ଯେ
ତୁମେ କାହାକୁ କିପରି ସମ୍ମାନ ଦେବା ଦରକାର! ଅପାଠୁଆମାନଙ୍କୁ ସମ୍ମାନ ଦେବା ବି ଜଣା ନ ଥାଏ ।
ଯେଉଁମାନେ ଅଧିକ ତୀବ୍ର ପୁରୁଷାର୍ଥୀ ସେମାନଙ୍କୁ ସମ୍ମାନ ଦେବାକୁ ପଡ଼ିଥାଏ । ବଡ଼ମାନଙ୍କର
ରିଗାର୍ଡ (ସମ୍ମାନ) ରଖିଲେ ସେମାନେ ମଧ୍ୟ ଶିଖିଯିବେ । ଅପାଠୁଆମାନେ ବୁଦ୍ଧୁ ଅର୍ଥାତ୍ ବୋକା
ଥା’ନ୍ତି । ବାବା ଅପାଠୁଆମାନଙ୍କୁ ମଧ୍ୟ ଆଗରେ ରଖୁଛନ୍ତି । ଆଜିକାଲି ମହିଳାମାନଙ୍କୁ ସବୁ
କ୍ଷେତ୍ରରେ ଆଗରେ ରଖୁଛନ୍ତି । ତୁମେ ଜାଣିଛ ଆମ ଆତ୍ମାମାନଙ୍କର ନିର୍ବନ୍ଧ ପରମାତ୍ମାଙ୍କ ସହିତ
ହୋଇ ସାରିଛି । ତୁମେ ବହୁତ ଖୁସି ହେଉଛ ଯେ - ଆମେ ତ ଯାଇ ବିଷ୍ଣୁପୁରୀର ମାଲିକ ହେବୁ । କନ୍ୟା
ବରକୁ ନ ଦେଖିଥିଲେ ମଧ୍ୟ ବୁଦ୍ଧିଯୋଗ ତା’ ସହିତ ଲାଗିଯାଇଥାଏ ନା । ଏକଥା ମଧ୍ୟ ଆତ୍ମା ଜାଣିଛି -
ଏହି ଆତ୍ମା ଏବଂ ପରମାତ୍ମାଙ୍କର ନିର୍ବନ୍ଧ ୱାଣ୍ଡରଫୁଲ୍ (ଆଶ୍ଚର୍ଯ୍ୟଜନକ) ଅଟେ । ଏଠାରେ
ଏକମାତ୍ର ବାବାଙ୍କୁ ହିଁ ସ୍ମରଣ କରିବାକୁ ହେବ । ସେମାନେ କହନ୍ତି ଗୁରୁଙ୍କୁ ମନେପକାଅ, ଅମୁକ
ମନ୍ତ୍ରକୁ ଜପ କର । ଏଠାରେ ତ ବାବା ହିଁ ସବୁକିଛି ଅଟନ୍ତି । ବାବା ବ୍ରହ୍ମାଙ୍କ ଶରୀରରେ ଆସି
ନିର୍ବନ୍ଧ କରାଉଛନ୍ତି । କହୁଛନ୍ତି ମୁଁ ତୁମର ପିତା ମଧ୍ୟ ଅଟେ । ତୁମମାନଙ୍କୁ ମୋ’ଠାରୁ ହିଁ
ବର୍ସା ମିଳୁଛି । ଯେପରି କନ୍ୟାର ନିର୍ବନ୍ଧ ହୋଇଗଲା ପରେ ଆଉ ବରକୁ ଭୁଲି ନ ଥାଏ । ତୁମେ କାହିଁକି
ଭୁଲି ଯାଉଛ? କର୍ମାତୀତ ଅବସ୍ଥାକୁ ପ୍ରାପ୍ତ କରିବାକୁ ସମୟ ଲାଗୁଛି । କର୍ମାତୀତ ଅବସ୍ଥାକୁ ପାଇବା
ପରେ ମଧ୍ୟ ଘରକୁ ତ କେହି ଯାଇପାରିବେ ନାହିଁ । ସାଜନ ଅର୍ଥାତ୍ ବର ପ୍ରଥମେ ଯିବେ ତେବେ ଯାଇ
ବରଯାତ୍ରୀ ଯିବେ । ଶଙ୍କରଙ୍କର କଥା ନୁହେଁ, ବାସ୍ତବରେ ଏହା ଶିବଙ୍କର ବରଯାତ୍ରୀ । ଜଣେ ହେଲେ
ସାଜନ, ବାକି ସମସ୍ତେ ସଜନୀ । ତେବେ ଏହା ହେଉଛି ଶିବବାବାଙ୍କର ବରଯାତ୍ରୀ । ଶାସ୍ତ୍ରରେ
ବାବାଙ୍କର ସନ୍ତାନ (ଶଙ୍କର)ଙ୍କର ନାମ ଲେଖି ଦେଇଛନ୍ତି । ଦୃଷ୍ଟାନ୍ତ ଦେଇ ବୁଝାଯାଇଥାଏ । ବାବା
ଆସି ଗୁଲ୍ ଗୁଲ୍ ଅର୍ଥାତ୍ ଫୁଲ ଭଳି କରି ସମସ୍ତଙ୍କୁ ନେଇଯାଉଛନ୍ତି । ପିଲାମାନେ ଯିଏକି କାମଚିତା
ଉପରେ ବସି ପତିତ ହୋଇଯାଇଛନ୍ତି, ସେମାନଙ୍କୁ ଜ୍ଞାନଚିତା ଉପରେ ବସାଇ ଫୁଲ ଭଳି ଗୁଲ୍ଗୁଲ୍ କରି
ସାଥିରେ ନେଇଯିବେ । ଏହା ତ ପୁରୁଣା ଦୁନିଆ ନା । ବାବା କଳ୍ପ କଳ୍ପ ଆସୁଛନ୍ତି । ଆମ ଭଳି ଛି-ଛି
(ନିକୃଷ୍ଟ) ଆତ୍ମାମାନଙ୍କୁ ଆସି ଗୁଲ୍ ଗୁଲ୍ କରି ନେଇଯାଉଛନ୍ତି । ରାବଣ ଛି ଛି କରି ଦେଉଛି ପୁଣି
ଶିବବାବା ଗୁଲ୍ ଗୁଲ୍ କରି ଦେଉଛନ୍ତି । ତେବେ ବାବା ବହୁତ ଉପାୟ ସବୁ ବୁଝାଉଛନ୍ତି । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧)
ଖାଇବା-ପିଇବାର ନିକୃଷ୍ଟ ଇଚ୍ଛାକୁ ଛାଡ଼ି ଦେହୀ-ଅଭିମାନୀ ହୋଇ ସେବା କରିବାକୁ ହେବ । ଯୋଗବଳ
ଦ୍ୱାରା ବାବାଙ୍କଠାରୁ ଶକ୍ତି ଗ୍ରହଣ କରି ନିଜର ଅବସ୍ଥାକୁ ନିର୍ଭୟ ଏବଂ ଅଟଳ କରିବାକୁ ପଡ଼ିବ ।
(୨) ଯେଉଁମାନେ ପାଠପଢ଼ାରେ
ତୀକ୍ଷ୍ଣ ବୁଦ୍ଧିସମ୍ପନ୍ନ ଏବଂ ହୁସିଆର ଅର୍ଥାତ୍ ମେଧାବୀ ଅଟନ୍ତି, ସେମାନଙ୍କୁ ସମ୍ମାନ ଦେବାକୁ
ହେବ । ଯେଉଁମାନେ ବାଟବଣା ହୋଇଯାଇଛନ୍ତି, ସେମାନଙ୍କୁ ରାସ୍ତା ବତାଇବାର ଉପାୟ ବାହାର କରିବାକୁ
ହେବ । ସମସ୍ତଙ୍କର କଲ୍ୟାଣ କରିବାକୁ ପଡ଼ିବ ।
ବରଦାନ:-
ନିଜର ମହତ୍ୱକୁ
ବା କର୍ତ୍ତବ୍ୟକୁ ଜାଣିପାରିଥିବା ସଦା ଜାଗ୍ରତ ଜ୍ୟୋତି ଭବ ।
ତୁମେ ପିଲାମାନେ ଜଗତର
ଜ୍ୟୋତି ଅଟ, ତୁମମାନଙ୍କର ପରିବର୍ତ୍ତନର ଆଧାରରେ ବିଶ୍ୱର ପରିବର୍ତ୍ତନ ହେବ ସେଥିପାଇଁ
ବିତିଯାଇଥିବା କଥାକୁ ବିତି କରିଦେଇ ନିଜର ମହତ୍ୱକୁ ବା କର୍ତ୍ତବ୍ୟକୁ ଜାଣି ସଦା ଜାଗ୍ରତ ଜ୍ୟୋତି
ହୁଅ । ତୁମେମାନେ ଗୋଟିଏ ସେକେଣ୍ଡରେ ନିଜର ସ୍ୱ ପରିବର୍ତ୍ତନ ଦ୍ୱାରା ବିଶ୍ୱ ପରିବର୍ତ୍ତନ
କରିପାରିବ । କେବଳ ଅଭ୍ୟାସ କର ଏବେ ଏବେ କର୍ମଯୋଗୀ ସ୍ଥିତି, ଏବେ ଏବେ କର୍ମାତୀତ ସ୍ଥିତି ।
ଯେପରି ତୁମର ରଚନା କଇଁଛ ଗୋଟିଏ ସେକେଣ୍ଡରେ ନିଜର ସବୁ ଅଙ୍ଗକୁ ସଂକୁଚିତ କରିନେଉଛି । ସେହିଭଳି
ତୁମେ ମାଷ୍ଟର ରଚୟିତାମାନେ ନିଜର ଏକତ୍ରିତ କରଣ ଶକ୍ତି ଆଧାରରେ ଗୋଟିଏ ସେକେଣ୍ଡରେ ସର୍ବ
ସଂକଳ୍ପକୁ ନିଜ ଭିତରେ ସମାହିତ କରି ଗୋଟିଏ ସଂକଳ୍ପରେ ସ୍ଥିତ ହୋଇଯାଅ ।
ସ୍ଲୋଗାନ:-
ଲବଲୀନ ସ୍ଥିତିର
ଅନୁଭବ କରିବା ପାଇଁ ସ୍ମୃତି-ବିସ୍ମୃତିର ଯୁଦ୍ଧକୁ ସମାପ୍ତ କର ।
ମାତେଶ୍ୱରୀ ଜୀଙ୍କ ମଧୁର
ମହାବାକ୍ୟ
ଅଧାକଳ୍ପ ଜ୍ଞାନ ଅର୍ଥାତ୍
ବ୍ରହ୍ମାଙ୍କ ଦିନ ଏବଂ ଅଧାକଳ୍ପ ଭକ୍ତି ଅର୍ଥାତ୍ ବ୍ରହ୍ମାଙ୍କ ରାତ୍ରି
ଅଧାକଳ୍ପ ବ୍ରହ୍ମାଙ୍କର
ଦିନ, ଅଧାକଳ୍ପ ବ୍ରହ୍ମାଙ୍କର ରାତ୍ରି, ଏବେ ରାତ୍ରି ପାହି ସକାଳ ଆସିବାକୁ ଯାଉଛି । ଏବେ
ପରମାତ୍ମା ଆସି ଅନ୍ଧକାରର ଅନ୍ତ କରି ପ୍ରଭାତ ଆରମ୍ଭ କରୁଛନ୍ତି, ଜ୍ଞାନ ଦ୍ୱାରା ଆଲୋକ ଏବଂ ଭକ୍ତି
ଦ୍ୱାରା ଅନ୍ଧକାର ହେଉଛି । ଗୀତରେ ମଧ୍ୟ ଗାଆନ୍ତି ଏହି ପାପର ଦୁନିଆରୁ ଦୂରକୁ କୁଆଡେ ନେଇଚାଲ,
ଯେଉଁଠି ହୃଦୟକୁ ଶାନ୍ତି ମିଳିବ... ଏହା ହେଉଛି ଅଶାନ୍ତ ଦୁନିଆ, ଯେଉଁଠି ଶାନ୍ତି ନାହିଁ ।
ମୁକ୍ତି ଅର୍ଥାତ୍ ସ୍ଥିର ଓ ଅସ୍ଥିରତାରୁ ଉର୍ଦ୍ଧ୍ୱ । ସତ୍ୟଯୁଗ ତ୍ରେତାଯୁଗ ହେଉଛି ଶାନ୍ତିର
ଦୁନିଆ, ଯେଉଁ ସୁଖଧାମକୁ ସମସ୍ତେ ସ୍ମରଣ କରନ୍ତି । ଏବେ ତୁମେ ଶାନ୍ତିର ଦୁନିଆକୁ ଯାଉଛ, ସେଠାକୁ
କେହି ଅପବିତ୍ର ଆତ୍ମା ପ୍ରବେଶ କରିପାରିବେ ନାହିଁ, ସେମାନେ ଅନ୍ତିମ ସମୟରେ ଧର୍ମରାଜଙ୍କ ଠାରୁ
ଦଣ୍ଡ ପାଇ କର୍ମବନ୍ଧନରୁ ମୁକ୍ତ ହୋଇ ଶୁଦ୍ଧ ସଂସ୍କାର ନେଇ ଯାଆନ୍ତି କାହିଁକିନା ସେଠାରେ କୌଣସି
ଅଶୁଦ୍ଧ ସଂସ୍କାର ଥାଏ ନା ପାପ ହୁଏ । ଆତ୍ମା ନିଜର ଅସଲ ପିତାଙ୍କୁ ଭୁଲିଯାଇଛି । ଏହା ଭୁଲ୍
ଭୁଲୈୟାର ଅନାଦି ଖେଳ, ବିଜୟ ପରାଜୟର ଖେଳ ପୂର୍ବ ପ୍ରସ୍ତୁତ ଅଟେ, ସେଥିପାଇଁ ନିଜର ଏହି
ସର୍ବଶକ୍ତିମାନ୍ ପରମାତ୍ମାଙ୍କଠାରୁ ଶକ୍ତି ନେଇ ବିକାରଗୁଡିକ ଉପରେ ବିଜୟ ପ୍ରାପ୍ତ କରି ୨୧ ଜନ୍ମ
ପାଇଁ ରାଜ୍ୟଭାଗ୍ୟ ନେଉଛ । ଆଚ୍ଛା - ଓମ୍ ଶାନ୍ତି ।