20.04.25 Avyakt Bapdada Odia Murli 18.01.2005 Om Shanti Madhuban
“ଗୋଟିଏ ସେକେଣ୍ଡରେ
ଦେହର ସ୍ମୃତିଠାରୁ ମୁକ୍ତ ହୋଇ ଜୀବନମୁକ୍ତ ସ୍ଥିତିର ଅନୁଭବ କର ଏବଂ ମାଷ୍ଟର
ମୁକ୍ତି-ଜୀବନମୁକ୍ତିଦାତା ହୁଅ”
ଆଜି ବାପଦାଦା ଚାରିଆଡର
ଭାଗ୍ୟବାନ ଗେହ୍ଲା ପିଲାମାନଙ୍କୁ ଦେଖୁଛନ୍ତି । ଏଠାରେ ପ୍ରତ୍ୟେକ ସନ୍ତାନ ସ୍ନେହରେ ସମାହିତ
ହୋଇଯାଇଛନ୍ତି । ଏହି ପରମାତ୍ମ ସ୍ନେହ ଅଲୌକିକ ସ୍ନେହ ଅଟେ । ଏହି ସ୍ନେହ ହିଁ ପିଲାମାନଙ୍କୁ
ବାବାଙ୍କର କରିଦେଇଛି । ସ୍ନେହ ହିଁ ପିଲାମାନଙ୍କୁ ସହଜ ବିଜୟୀ କରିଦେଇଛି । ଆଜି ଅମୃତବେଳାଠାରୁ
ଚାରିଆଡର ପ୍ରତ୍ୟେକ ସନ୍ତାନ ନିଜର ସ୍ନେହର ମାଳା ବାପଦାଦାଙ୍କୁ ପିନ୍ଧାଇ ଦେଇଛନ୍ତି କାହିଁକି ନା
ପ୍ରତ୍ୟେକ ସନ୍ତାନ ଜାଣିଛି ଯେ ଏହି ପରମାତ୍ମ ସ୍ନେହ କ’ଣରୁ କ’ଣ କରିଦେଉଛି । ସ୍ନେହର ଅନୁଭୂତି
ହିଁ ଅନେକ ପରମାତ୍ମ ସମ୍ପତ୍ତିର ମାଲିକ କରିଦେଇଛି ଏବଂ ଏହି ସମ୍ପତ୍ତିର ସୁବର୍ଣ୍ଣ ଚାବୀ ବାବା
ସବୁ ପିଲାଙ୍କୁ ଦେଇଛନ୍ତି । ଜାଣିଛ ନା ସେହି ସୁବର୍ଣ୍ଣ ଚାବୀଟି କ’ଣ? ସେହି ଚାବିଟୀ ହେଲା -
“ମେରା ବାବା” । ମେରା ବାବା କହିବା ମାତ୍ରକେ ସର୍ବ ସମ୍ପତ୍ତିର ଅଧିକାରୀ ହୋଇଗଲ । ସର୍ବ
ପ୍ରାପ୍ତିଗୁଡିକର ଅଧିକାରରେ ସମ୍ପନ୍ନ ହୋଇଗଲ, ସର୍ବ ଶକ୍ତିରେ ସମ୍ପନ୍ନ ହୋଇଗଲ, ମାଷ୍ଟର ସର୍ବ
ଶକ୍ତିବାନ ଆତ୍ମା ହୋଇଗଲ । ଏହିଭଳି ସମ୍ପନ୍ନ ଆତ୍ମାମାନଙ୍କ ଦିଲ୍ରୁ କେଉଁ ଗୀତ ବାହାରୁଛି? ଆମ
ବ୍ରାହ୍ମଣମାନଙ୍କ ଭଣ୍ଡାରରେ କୌଣସି ବସ୍ତୁ ଅପ୍ରାପ୍ତ ନୁହେଁ ।
ଆଜିର ଦିନକୁ ସ୍ମୃତି
ଦିବସ ବୋଲି କହୁଛ ନା, ଆଜି ସବୁ ପିଲାଙ୍କୁ ବିଶେଷ କରି ଆଦିଦେବ ବ୍ରହ୍ମାବାବାଙ୍କର ସ୍ମୃତି ଅଧିକ
ଆସୁଛି । ବ୍ରହ୍ମାବାବା ମଧ୍ୟ ତୁମ ବ୍ରାହ୍ମଣ ପିଲାମାନଙ୍କୁ ଦେଖି ହର୍ଷିତ ହେଉଛନ୍ତି, କାହିଁକି
ଜାଣିଛ? ପ୍ରତ୍ୟେକ ବ୍ରାହ୍ମଣ ସନ୍ତାନ କୋଟିକ ଭିତରେ କେହି, ଭାଗ୍ୟବାନ ସନ୍ତାନ ଅଟେ । ତେବେ
ତୁମେମାନେ ନିଜର ଭାଗ୍ୟକୁ ତ ଜାଣିଛ ନା! ବାପଦାଦା ପ୍ରତ୍ୟେକ ସନ୍ତାନର ମସ୍ତକରେ ଚମକୁଥିବା
ଭାଗ୍ୟର ତାରକାକୁ ଦେଖି ହର୍ଷିତ ହେଉଛନ୍ତି । ଆଜିର ସ୍ମୃତି ଦିବସରେ ବିଶେଷ କରି ବାପଦାଦା ବିଶ୍ୱ
ସେବାର ଦାୟିତ୍ୱର ମୁକୁଟ ପିଲାମାନଙ୍କୁ ଅର୍ପଣ କରିଥିଲେ । ତେଣୁ ଏହି ସ୍ମୃତି ଦିବସ ତୁମମାନଙ୍କର
ରାଜ୍ୟ ତିଳକ ଧାରଣ କରିବାର ଦିବସ ମଧ୍ୟ ଅଟେ । ପିଲାମାନଙ୍କୁ ସାକାର ସ୍ୱରୂପରେ ବିଶେଷ ୱିଲ୍
ପାୱାରର ଅର୍ଥାତ୍ ଇଚ୍ଛା ଶକ୍ତିକୁ ୱିଲ୍ କରିବାର ଅର୍ଥାତ୍ ହସ୍ତାନ୍ତର କରିବାର ଦିବସ ଅଟେ । ସନ୍
ସୋଜ୍ ଫାଦର ଅର୍ଥାତ୍ “ପୁତ୍ର ଦ୍ୱାରା ପିତାର ପ୍ରତ୍ୟକ୍ଷତା” - ଏହି ଗାୟନକୁ ସାକାର କରିବାର
ଦିବସ ମଧ୍ୟ ଅଟେ । ବାପଦାଦା ପିଲାମାନଙ୍କର ନିମିତ୍ତ ହୋଇ ନିଃସ୍ୱାର୍ଥ ଭାବରେ କରୁଥିବା ବିଶ୍ୱ
ସେବାକୁ ଦେଖି ଖୁସି ହେଉଛନ୍ତି । ବାପଦାଦା ନିଜେ କରାବନହାର ଅର୍ଥାତ୍ ନିର୍ଦ୍ଦେଶକର୍ତ୍ତା ହୋଇ
କରନହାର ଅର୍ଥାତ୍ କର୍ମକର୍ତ୍ତା ପିଲାମାନଙ୍କର ପ୍ରତ୍ୟେକ କର୍ମରୂପୀ ପଦକ୍ଷେପକୁ ଦେଖି ଖୁସି
ହେଉଛନ୍ତି କାହିଁକି ନା ସେବାର ସଫଳତାର ବିଶେଷ ଆଧାର ହିଁ ହେଉଛି - କରାବନହାର ବାବା ମୁଁ କରନହାର
ଆତ୍ମା ଦ୍ୱାରା ସେବା କରାଉଛନ୍ତି । ମୁଁ ଆତ୍ମା ନିମିତ୍ତ ଅଟେ, କାହିଁକି ନା ନିମିତ୍ତ ଭାବ
ଦ୍ୱାରା ନିର୍ମାନ ସ୍ଥିତି ସ୍ୱତଃ ହିଁ ହୋଇଯାଇଥାଏ । ମୁଁ ପଣିଆ ଯାହାକି ଦେହର ସ୍ମୃ୍ତିକୁ ନେଇ
ଆସିଥାଏ, ତାହା ନିର୍ମାନ ଭାବ ଦ୍ୱାରା ଆପେ ଆପେ ସମାପ୍ତ ହୋଇଯାଏ । ଏହି ବ୍ରାହ୍ମଣ ଜୀବନରେ
ସବୁଠାରୁ ଅଧିକ ବିଘ୍ନ ରୂପ ଯଦି କେହି ହେଉଥାଏ ତେବେ ତାହା ହେଲା ଦେହ-ଅଭିମାନଯୁକ୍ତ ମୁଁ ପଣିଆ ।
କରାବନହାର ବାବା କରାଉଛନ୍ତି, ମୁଁ ନିମିତ୍ତ କରନହାର ହୋଇ କର୍ମ କରୁଛି, ଯଦି ସର୍ବଦା ଏହି ସ୍ମୃତି
ରହିବ ତେବେ ସହଜରେ ଦେହଭାନଠାରୁ ମୁକ୍ତ ହୋଇଯିବ ଏବଂ ଜୀବନମୁକ୍ତିର ମଜା ଅନୁଭବ କରିବ ।
ଜୀବନମୁକ୍ତି ତ ଭବିଷ୍ୟତରେ ନିଶ୍ଚିତ ପ୍ରାପ୍ତ ହେବ କିନ୍ତୁ ଏବେ ସଂଗମଯୁଗରେ ଜୀବନମୁକ୍ତିର
ଅଲୌକିକ ଆନନ୍ଦ ଆହୁରି ଅଧିକ ଅଲୌକିକ ଅଟେ । ଯେପରି ବ୍ରହ୍ମାବାବାଙ୍କୁ ଦେଖିଛ - କର୍ମ କରୁଥିଲେ
ମଧ୍ୟ କର୍ମର ବନ୍ଧନରୁ ସ୍ୱତନ୍ତ୍ର ବା ମୁକ୍ତ ଥିଲେ । ଜୀବନରେ ଥାଇ କମଳପୁଷ୍ପ ସମାନ ନ୍ୟାରା ଏବଂ
ପ୍ୟାରା ରହୁଥିଲେ । ଏତେ ବଡ ପରିବାରର ଦାୟିତ୍ୱ, ନିଜର ଜୀବନର ଦାୟିତ୍ୱ, ଯୋଗୀ ହେବାର ଦାୟିତ୍ୱ,
ଫରିସ୍ତାରୁ ଦେବତା ହେବାର ଦାୟିତ୍ୱ ଥାଇ ମଧ୍ୟ ଚିନ୍ତାମୁକ୍ତ ସମ୍ରାଟ ହୋଇଥିଲେ । ଏହାକୁ ହିଁ
ଜୀବନମୁକ୍ତ ସ୍ଥିତି କୁହାଯାଏ । ସେଥିପାଇଁ ହିଁ ଭକ୍ତିମାର୍ଗରେ ବ୍ରହ୍ମାଙ୍କର ଆସନକୁ ପଦ୍ମଫୁଲର
ଆସନ ଉପରେ ଦେଖାଇଛନ୍ତି । ବ୍ରହ୍ମାଙ୍କୁ କମଳ ଆସନଧାରୀ ରୂପରେ ଦେଖାଇଛନ୍ତି । ତେଣୁ ତୁମ
ସମସ୍ତଙ୍କୁ ଏହି ସଂଗମଯୁଗରେ ଜୀବନମୁକ୍ତିର ଅନୁଭବ କରିବାକୁ ହିଁ ପଡିବ । ତେବେ ବାପଦାଦାଙ୍କର
ମୁକ୍ତି-ଜୀବନମୁକ୍ତିର ସମ୍ପତ୍ତି ମଧ୍ୟ ଏହି ସମୟରେ ହିଁ ପ୍ରାପ୍ତ ହୋଇଥାଏ । ଏହି ସମୟରେ ହିଁ
ତୁମାମନଙ୍କୁ ମାଷ୍ଟର ମୁକ୍ତି-ଜୀବନମୁକ୍ତିର ଦାତା ହେବାକୁ ପଡିବ । ହୋଇଛ ମଧ୍ୟ ଏବଂ ହେବ ମଧ୍ୟ ।
ତେବେ ମୁକ୍ତି-ଜୀବନମୁକ୍ତିର ମାଷ୍ଟର ଦାତା ହେବାର ବିଧି ହେଲା - ଗୋଟିଏ ସେକେଣ୍ଡରେ ଦେହଭାନଠାରୁ
ମୁକ୍ତ ହୋଇଯାଉଥିବ । ଏହି ଅଭ୍ୟାସର ଏବେ ହିଁ ଆବଶ୍ୟକତା ରହିଛି । ତେବେ ନିଜର ମନ ଉପରେ ଏଭଳି
ନିୟନ୍ତ୍ରଣ ଶକ୍ତି ରହିବା ଦରକାର ଯେପରି ସ୍ଥୁଳ ହାତ, ଗୋଡକୁ ଯେବେ ଇଚ୍ଛା, ଯେପରି ଇଚ୍ଛା
ସେହିପରି କରିପାରୁଛ, ଏଥିପାଇଁ କ’ଣ ସମୟ ଲାଗୁଛି କି? ଯଦି ଏବେ ଭାବିବ ହାତକୁ ଉପରକୁ କରିବାର ଅଛି,
ତେବେ ଏଥିପାଇଁ କ’ଣ ସମୟ ଲାଗିବ? କରିପାରିବ ନା! ଏବେ ଯଦି ବାପଦାଦା କହିବେ ହାତକୁ ଉପରକୁ କର,
ତେବେ କରିଦେବ ନା! ଏବେ କରିବା ଦରକାର ନାହିଁ, କିନ୍ତୁ କରି ତ ପାରିବ ନା! ସେହିପରି ନିଜର ମନ
ଉପରେ ମଧ୍ୟ ସେତିକି ନିୟନ୍ତ୍ରଣ ରହିବା ଦରକାର, ଯେଉଁଠି ଯେତେବେଳେ ଏକାଗ୍ର କରିବାକୁ ଚାହିଁବ,
କରିପାରୁଥିବ । ଯଦିଓ ମନ ହାତ ଗୋଡଠାରୁ ସୂକ୍ଷ୍ମ ଅଟେ କିନ୍ତୁ ତୁମର ତ ଅଟେ ନା । ମୋ’ର ମନ କହୁଛ
ନା, ତୋ’ର ମନ ତ କହୁ ନାହଁ ନା! ତେଣୁ ଯେପରି ଏହି ସ୍ଥୂଳ କର୍ମେନ୍ଦ୍ରିୟ ଗୁଡିକ ତୁମର
ନିୟନ୍ତ୍ରଣରେ ରହୁଛନ୍ତି, ସେହିପରି ମନ-ବୁଦ୍ଧି-ସଂସ୍କାର ମଧ୍ୟ ନିୟନ୍ତ୍ରଣରେ ରହୁଥିବେ ତେବେ
କୁହାଯିବ ନମ୍ବରୱାନ ବିଜୟୀ । ବୈଜ୍ଞାନିକ ମାନେ ତ ରକେଟ୍ ଦ୍ୱାରା ବା ନିଜର କୌଣସି ସାଧନ ଦ୍ୱାରା
ଏହି ଦୁନିଆ ଭିତରେ ପହଞ୍ଚିଯାଇ ପାରୁଛନ୍ତି । ଅଧିକରୁ ଅଧିକ କୌଣସି ଗ୍ରହ ପର୍ଯ୍ୟନ୍ତ ମଧ୍ୟ
ପହଞ୍ଚି ଯାଉଛନ୍ତି, କିନ୍ତୁ ତୁମେ ବ୍ରାହ୍ମଣ ଆତ୍ମାମାନେ ତିନିଲୋକ ପର୍ଯ୍ୟନ୍ତ ପହଞ୍ଚି
ଯାଇପାରିବ । ଗୋଟିଏ ସେକେଣ୍ଡ ଭିତରେ ସୂକ୍ଷ୍ମଲୋକ, ନିରାକାରୀ ଲୋକ ଏବଂ ସ୍ଥୂଳରେ ମଧୁବନ
ପର୍ଯ୍ୟନ୍ତ ତ ପହଞ୍ଚି ଯାଇପାରିବ ନା! ଯଦି ମନକୁ ଆଦେଶ ଦେବ ମୋତେ ମଧୁବନରେ ପହଞ୍ଚିବାର ଅଛି ତେବେ
ଗୋଟିଏ ସେକେଣ୍ଡରେ ପହଞ୍ଚି ଯାଇପାରିବ ତ? ଶରୀର ଦ୍ୱାରା ନୁହେଁ, ମନ ଦ୍ୱାରା । ଆଦେଶ ଦିଅ ମୋତେ
ସୂକ୍ଷ୍ମବତନକୁ ଯିବାର ଅଛି ବା ନିରାକାରୀ ବତନକୁ ଯିବାର ଅଛି, ତେବେ ତିନୋଟିଯାକ ଲୋକରେ ଅର୍ଥାତ୍
ତିନୋଟିଯାକ ଦୁନିଆରେ ଯେବେ ଇଚ୍ଛା ମନକୁ ପହଞ୍ଚାଇ ଦେଇପାରିବ ତ? ଅଭ୍ୟାସ ଅଛି ତ? ତେବେ
ବର୍ତ୍ତମାନ ଏହି ଅଭ୍ୟାସ କରିବାର ଅଧିକ ଆବଶ୍ୟକତା ରହିଛି । ବାପଦାଦା ଦେଖୁଛନ୍ତି ଅଭ୍ୟାସ ତ
କରୁଛ କିନ୍ତୁ ଯେବେ ଇଚ୍ଛା, ଯେତେ ସମୟ ଇଚ୍ଛା ମନ ବୁଦ୍ଧି ଏକାଗ୍ର ହୋଇଯାଉ, ଅଚଳ ହୋଇଯାଉ, ହଲଚଲ୍ରେ
ନ ଆସୁ ଏହା ଉପରେ ଆହୁରି ଅଧିକ ଧ୍ୟାନ ଦିଅ । ଦୁ୍ନିଆରେ ଯେଉଁ ଗାୟନ ରହିଛି ମନକୁ ଜିତିଲେ ଜଗତକୁ
ଜିତିବ କିନ୍ତୁ ଏବେ ତ ମନ କେବେ କେବେ ଧୋକା ମଧ୍ୟ ଦେଇ ଦେଉଛି ।
ତେବେ ବାପଦାଦା ଆଜିର
ସମର୍ଥ ଦିବସରେ ଏହି ସମର୍ଥୀ ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି । ହେ ସ୍ୱରାଜ୍ୟ ଅଧିକାରୀ
ପିଲାମାନେ ଏବେ ଏହି ବିଶେଷ ଅଭ୍ୟାସକୁ ଚାଲିବା ବୁଲିବା ସମୟରେ ଚେକ୍ କର କାହିଁକି ନା ସମୟ
ଅନୁସାରେ ଏବେ ଅଚାନକର ଖେଳ ବହୁତ ଦେଖିବ । ଏଥିପାଇଁ ଏକାଗ୍ରତାର ଶକ୍ତି ଆବଶ୍ୟକ । ଏକାଗ୍ରତାର
ଶକ୍ତି ଆଧାରରେ ଦୃଢତାର ଶକ୍ତି ମଧ୍ୟ ସହଜରେ ଆସିଯାଏ ଏବଂ ଦୃଢତା ସଫଳତାକୁ ସ୍ୱତଃ ହିଁ ପ୍ରାପ୍ତ
କରାଇ ଦିଏ । ତେଣୁ ଏହି ସମର୍ଥୀ ଦିବସରେ ବିଶେଷ ଭାବରେ ଏହିଭଳି ସମର୍ଥୀର ଅଭ୍ୟାସ ଉପରେ ବିଶେଷ
ଧ୍ୟାନ ଦିଅ ସେଥିପାଇଁ ଭକ୍ତିମାର୍ଗରେ ମଧ୍ୟ କୁହାଯାଉଛି ମନରେ ହାରିଯିବା ଏବଂ ମନରେ ଜିତିଯିବା
ହିଁ ହାର ଜିତ୍ ଅଟେ । ତେଣୁ ଯେହେତୁ ମୋ’ର ମନ ବୋଲି କହୁଛ ତେବେ ମୋ’ରର ମାଲିକ ହୋଇ ସର୍ବଶକ୍ତିର
ଲଗାମ ଦ୍ୱାରା ମନ ଉପରେ ବିଜୟ ପ୍ରାପ୍ତ କର । ଏହି ନୂତନ ବର୍ଷରେ ଏହି ପାଠ ଉପରେ ବିଶେଷ ଧ୍ୟାନ
ଦିଅ । ଏହାକୁ ହିଁ କୁହାଯାଉଛି ଯୋଗୀ ତ ଅଟ କିନ୍ତୁ ଏବେ ପ୍ରୟୋଗୀ ହୁଅ ।
ବାକି ଆଜିର ଦିନରେ
ସ୍ନେହର ବାର୍ତ୍ତାଳାପ, ସ୍ନେହପୂର୍ଣ୍ଣ ଉଲୁଗୁଣା ବା ଅଭିଯୋଗ ଏବଂ ସମାନ ହେବାର ଉମଙ୍ଗ-ଉତ୍ସାହ -
ଏହି ତିନି ପ୍ରକାରର ବାର୍ତ୍ତାଳାପ ବାପଦାଦାଙ୍କ ପାଖରେ ପହଞ୍ଚି ଯାଇଛି । ଚାରିଆଡର ପିଲାମାନଙ୍କର
ସ୍ନେହଭରା ସ୍ମୃତି ଏବଂ ସ୍ନେହଭରା ଭଲ ପାଇବା ମଧ୍ୟ ବାପଦାଦାଙ୍କ ପାଖରେ ପହଞ୍ଚିଯାଇଛି । ପତ୍ର
ମଧ୍ୟ ପହଞ୍ଚିଛି, ବାର୍ତ୍ତାଳାପ ମଧ୍ୟ ପହଞ୍ଚିଛି ଏବଂ ସନ୍ଦେଶ ମଧ୍ୟ ପହଞ୍ଚିଛି । ବାପଦାଦା ମଧ୍ୟ
ପିଲାମାନଙ୍କର ସ୍ନେହକୁ ସ୍ୱୀକାର କରିଛନ୍ତି ଏବଂ ତା’ର ପ୍ରତିଦାନରେ ସ୍ନେହ ସମ୍ପନ୍ନ ଶୁଭେଚ୍ଛା
ମଧ୍ୟ ଦେଇଛନ୍ତି । ଆନ୍ତରିକ ଆଶୀର୍ବାଦ ମଧ୍ୟ ଦେଉଛନ୍ତି । ଜଣ ଜଣଙ୍କର ନାମ ତ ଶୁଣାଇପାରିବୁ ନାହିଁ
ନା, କାରଣ ବହୁତ ଅଛନ୍ତି । କିନ୍ତୁ କୋଣ-ଅନୁକୋଣରେ, ଗାଁ-ଗାଁର, ସହର-ସହରର ସବୁଆଡର
ପିଲାମାନଙ୍କର, ବାନ୍ଧେଲୀ ମାତାମାନଙ୍କର, ବିଳାପ କରୁଥିବା ଆତ୍ମାମାନଙ୍କର, ସମସ୍ତଙ୍କର ଶୁଭେଚ୍ଛା
ବାର୍ତ୍ତା ମଧ୍ୟ ପହଞ୍ଚିଛି । ତେଣୁ ଏବେ ବାପଦାଦା ଏହି କଥା କହୁଛନ୍ତି ଯେ - ସ୍ନେହର ପ୍ରତିଦାନରେ
ଏବେ ନିଜକୁ ପରିବର୍ତ୍ତନ କର, ଏବେ ବିଶ୍ୱ ରୂପୀ ମଞ୍ଚ ଉପରେ ନିଜର ସମ୍ପନ୍ନ ସ୍ୱରୂପକୁ
ପ୍ରତ୍ୟକ୍ଷ କର । ତୁମମାନଙ୍କର ସମ୍ପନ୍ନତା ଆଧାରରେ ହିଁ ଦୁଃଖ-ଅଶାନ୍ତି ସମାପ୍ତ ହେବ । ଏବେ
ନିଜର ଭାଇ ଭଉଣୀମାନଙ୍କୁ ଅଧିକ ଦୁଃଖ ଦେଖିବାକୁ ଦିଅ ନାହିଁ । ଏହି ଦୁଃଖ ଅଶାନ୍ତିରୁ ମୁକ୍ତ
କରାଅ । ସେମାନେ ବହୁତ ଭୟଭୀତ ଅବସ୍ଥାରେ ଅଛନ୍ତି । କ’ଣ କରିବୁ .... କ’ଣ ହେବ.... ଏହିଭଳି
ଅନ୍ଧକାର ଭିତରେ ଭଟକୁଛନ୍ତି । ଏବେ ସେହି ଆତ୍ମାମାନଙ୍କୁ ଆଲୋକର ରାସ୍ତା ଦେଖାଅ । କ’ଣ
ତୁମମାନଙ୍କ ଭିତରେ ଉମଙ୍ଗ-ଉତ୍ସାହ ଆସୁଛି ତ? ଦୟା ଆସୁଛି ତ? ଏବେ ସମସ୍ତେ ବେହଦକୁ ଦେଖ, ବେହଦ
ଉପରେ ଦୃଷ୍ଟି ପକାଅ । ଆଚ୍ଛା! ଦିଆଯାଇଥିବା ପାଠ ତ ମନେ ରହିବ ନା! ଭୁଲିଯିବ ନାହିଁ ତ? ପ୍ରାଇଜ୍
ଦିଆଯିବ । ଯେଉଁମାନେ ଏକମାସ ଭିତରେ ମନକୁ ସମ୍ପୂର୍ଣ୍ଣ ନିଜର କଣ୍ଟ୍ରୋଲିଙ୍ଗ୍ ପାୱାର ଦ୍ୱାରା
ପୂରା ମାସ ଯେଉଁଠି ଚାହିଁବ, ଯେତେବେଳେ ଚାହିଁବ ଏକାଗ୍ର କରି ପାରୁଥିବ, ଏହିଭଳି ଫଳାଫଳର ଚାର୍ଟ
ଥିଲେ ପ୍ରାଇଜ୍ ମଧ୍ୟ ଦିଆଯିବ । ଠିକ୍ ଅଛି ତ? ତେବେ କିଏ ସବୁ ଏହି ପୁରଷ୍କାର ନେବ? ପ୍ରଥମେ
ପାଣ୍ଡବ । ପାଣ୍ଡବମାନଙ୍କୁ ଏବଂ ଶକ୍ତିମାନଙ୍କୁ ଅଭିନନ୍ଦନ । ଏ ୱାନ ନମ୍ବର ଅଟ ନା? ତେବେ
ପାଣ୍ଡବମାନେ ନମ୍ବରୱାନ ହେଲେ ଶକ୍ତିମାନେ ଏ ୱାନ ଅଟନ୍ତି । ଯଦି ଶକ୍ତିମାନେ ଏ ୱାନ ନ ହେବେ ତେବେ
ପାଣ୍ଡବମାନେ ଏ ୱାନ ହେବେ । ତେଣୁ ଏବେ ପୁରୁଷାର୍ଥର ବେଗକୁ ଟିକିଏ ତୀବ୍ର କର । ଆରାମ ଯୁକ୍ତ
ପୁରୁଷାର୍ଥ ନୁହେଁ । ତୀବ୍ରଗତିର ପୁରୁଷାର୍ଥ ଦ୍ୱାରା ହିଁ ଆତ୍ମାମାନଙ୍କର ଦୁଃଖ-ଦରଦ ସମାପ୍ତ
ହେବ । ଏବେ ଦୟାର ଛତ୍ରଛାୟା ଆତ୍ମାମାନଙ୍କ ଉପରେ ପକାଅ । ଆଚ୍ଛା!
ଡବଲ ବିଦେଶୀ ଭାଇ
ଭଉଣୀମାନଙ୍କ ସହିତ:-
ବାପଦାଦା କହୁଛନ୍ତି ଡବଲ
ବିଦେଶୀ ଅର୍ଥ ହେଲା ନିଜର ଡବଲ ପୁରୁଷାର୍ଥ ଦ୍ୱାରା ଆଗକୁ ବଢୁଥିବା ଆତ୍ମାମାନେ । ଯେପରି ଡବଲ
ବିଦେଶୀ ତୁମମାନଙ୍କର ଉପାଧି ବା ସଂକେତ ଅଟେ ନା! ସେହିପରି ନମ୍ବରୱାନ ପଦ ନେବାରେ ମଧ୍ୟ ଡବଲ
ବିଦେଶୀମାନେ ଡବଲ ସ୍ପିଡ୍ରେ ଆଗକୁ ବଢିବାବାଲା ଅଟନ୍ତି । ବହୁତ ଭଲ କଥା । ପ୍ରତ୍ୟେକ ଗ୍ରୃପରେ
ବାପଦାଦା ଡବଲ ବିଦେଶୀମାନଙ୍କୁ ଦେଖି ଖୁସି ହେଉଛନ୍ତି କାହିଁକି ନା ଭାରତବାସୀ ପିଲାମାନେ ମଧ୍ୟ
ତୁମମାନଙ୍କୁ ଦେଖି ଖୁସି ହେଉଛନ୍ତି । ବାପଦାଦା ମଧ୍ୟ ନିଜର ବିଶ୍ୱ କଲ୍ୟାଣକାରୀ ଉପାଧିକୁ ଦେଖି
ଖୁସି ହେଉଛନ୍ତି । ଏବେ ଡବଲ ବିଦେଶୀମାନେ କେଉଁ ଯୋଜନା କରୁଛ? ବାପଦାଦାଙ୍କୁ ଖୁସି ଲାଗୁଛି ଯେ
ଆଫ୍ରିକାବାଲା ତୀବ୍ର ପୁରୁଷାର୍ଥ କରୁଛନ୍ତି, ତେଣୁ ତୁମେମାନେ ମଧ୍ୟ ତୁମର ଆଖ ପାଖରେ ଥିବା ଯେଉଁ
ଭାଇ-ଭଉଣୀମାନେ ରହିଯାଇଛନ୍ତି, ସେମାନଙ୍କୁ ସନ୍ଦେଶ ଦେବାର ଉମଙ୍ଗ-ଉତ୍ସାହ ରଖ । ଯେପରି କାହାର
ଉଲୁଗୁଣା ରହି ନ ଯାଉ । ବୃଦ୍ଧି ତ ହେଉଛି ଏବଂ ହୋଇ ଚାଲିବ ମଧ୍ୟ କିନ୍ତୁ ଏବେ ଉଲୁଗୁଣାକୁ
ସମାପ୍ତ କରିବାକୁ ହେବ । ଡବଲ ବିଦେଶୀମାନଙ୍କର ଏହି ବିଶେଷତାକୁ ତ ଶୁଣାଇ ଆସୁଛ ଯେ ଭୋଳାବାବାଙ୍କୁ
ସନ୍ତୁଷ୍ଟ କରିବାର ଯେଉଁ ସାଧନ ରହିଛି -ସଚ୍ଚା ଦିଲ୍ ଉପରେ ସାହେବ ବାବା ସର୍ବଦା ରାଜି
ରହିଥାଆନ୍ତି । ଏହା ହିଁ ଡବଲ ବିଦେଶୀ ପିଲାମାନଙ୍କର ବିଶେଷତା । ବାବାଙ୍କୁ ରାଜି କରିବାର କଳା
ବହୁତ ଭଲ ଭାବରେ ଜଣା ଅଛି । ତେବେ ସଚ୍ଚା ଦିଲ୍ ବାବାଙ୍କୁ କାହିଁକି ପ୍ରିୟ ଲାଗିଥାଏ? କାହିଁକି
ନା ବାବାଙ୍କୁ ସମସ୍ତେ ସତ୍ୟ ବୋଲି କହିଥାଆନ୍ତି । ଗଡ୍ ଇଜ୍ ଟ୍ରୁଥ୍ କହିଥାଆନ୍ତି ନା! ତେଣୁ
ବାପଦାଦାଙ୍କୁ ସ୍ୱଚ୍ଛ ହୃଦୟ, ସଚ୍ଚା ହୃଦୟବାଲା ବହୁତ ପ୍ରିୟ ଅଟନ୍ତି ଏହା ଠିକ୍ କଥା ନା!
ସ୍ୱଚ୍ଛ ହୃଦୟ, ସଚ୍ଚା ହୃଦୟ, ସତ୍ୟତା ହିଁ ବ୍ରାହ୍ମଣ ଜୀବନର ମହାନତା । ସେଥିପାଇଁ ଡବଲ
ବିଦେଶୀମାନଙ୍କୁ ବାପଦାଦା ସର୍ବଦା ମନେ ପକାଉଛନ୍ତି । ଭିନ୍ନ ଭିନ୍ନ ଦେଶରେ ଆତ୍ମାମାନଙ୍କୁ
ସନ୍ଦେଶ ଦେବାର ନିମିତ୍ତ ହୋଇ ଯାଇଛ । ଦେଖ ଆଜି କେତେ ଦେଶରୁ ପିଲାମାନେ ଆସୁଛନ୍ତି । ତେବେ ଏତେ
ସବୁ ଦେଶର କଲ୍ୟାଣ ତ ହେଲା ନା! ଏଠାକୁ ତ ତୁମୋମନେ ନିମିତ୍ତ ରୂପରେ କେତେ ଜଣ ଆସିଛ କିନ୍ତୁ
ବାପଦାଦା ଚାରିଆଡର ନିମିତ୍ତ ହୋଇଥିବା ପିଲାମାନଙ୍କୁ, ଡବଲ ବିଦେଶୀ ପିଲାମାନଙ୍କୁ ଅଭିନନ୍ଦନ
ଦେଉଛନ୍ତି । ବଧାଇ ଦେଇଛନ୍ତି - ଉଡୁଥାଅ, ଉଡାଉଥାଅ । ତୁମମାନଙ୍କର ଉଡିବାର କଳା ଆଧାରରେ
ସମସ୍ତଙ୍କର ଭଲ ନିଶ୍ଚିତ ହୋଇଯିବ । ସମସ୍ତେ ତାଜା ହୋଇଯାଉଛ ତ? ସତେଜ ହୋଇଗଲ ତ? ଏହି ସତେଜତା
ସର୍ବଦା ଅମର ରହିବ, ନା ମଧୁବନରେ ହିଁ ଏଥିରୁ ଅଧା ଛାଡିଦେଇ ଯିବ? ସାଥୀରେ ରହିବ ତ? ସର୍ବଦା
ରହିବ ତ? ଅମର ଭବର ବରଦାନ ମିଳିଛି ନା! ତେଣୁ ଯାହା ସବୁ ପରିବର୍ତ୍ତନ କରିଛ ତାହା ସର୍ବଦା ବଢି
ବଢି ଚାଲିବ । ଅମର ରହିବ । ଆଚ୍ଛା! ବାପଦାଦା ମଧ୍ୟ ଖୁସି ଅଛନ୍ତି ଏବଂ ତୁମେମାନେ ମଧ୍ୟ ଖୁସି ଅଛ,
ତେଣୁ ଅନ୍ୟମାନଙ୍କୁ ମଧ୍ୟ ଖୁସି ଦେବ । ଆଚ୍ଛା!
ଜ୍ଞାନ ସରୋବରକୁ ୧୦
ବର୍ଷ ହୋଇଗଲା :-
ଆଚ୍ଛା! ଭଲ କଥା, ଜ୍ଞାନ ସରୋବର ଗୋଟିଏ ବିଶେଷ ସେବା ଆରମ୍ଭ କରିଛି । ଯେବେଠାରୁ ଜ୍ଞାନ ସରୋବର
ଆରମ୍ଭ ହେଲାଣି ସେବେଠାରୁ ବିଶେଷ କରି ଭି.ଆଇ.ପି., ଆଇ.ପି. ମାନଙ୍କର ବିଧି ପୂର୍ବକ ଭାବରେ
କାର୍ଯ୍ୟକ୍ରମ କରିବା ଆରମ୍ଭ ହୋଇଯାଇଛି । ସବୁ ବର୍ଗର କାର୍ଯ୍ୟକ୍ରମ ଗୁଡିକ ଗୋଟିଏ ପରେ ଗୋଟିଏ
ହୋଇଚାଲିଛି ଏବଂ ଏହା ମଧ୍ୟ ଦେଖାଯାଉଛି ଯେ ଜ୍ଞାନ ସରୋବରକୁ ଆସୁଥିବା ଆତ୍ମାମାନଙ୍କର ସ୍ଥୁଳ ସେବା
ଏବଂ ଅଲୌକିକ ସେବା ବହୁତ ଆଗ୍ରହର ସହିତ କରୁଛନ୍ତି, ସେଥିପାଇଁ ଜ୍ଞାନ ସରୋବରବାଲାଙ୍କୁ ବାପଦାଦା
ବିଶେଷ ଅଭିନନ୍ଦନ ଦେଉଛନ୍ତି, ଯାହାକି ସେବାର ଫଳାଫଳରେ ସମସ୍ତେ ଖୁସି ହୋଇଯାଉଛନ୍ତି ଏବଂ ଖୁସି
ମନରେ ଅନ୍ୟ ସାଥୀମାନଙ୍କୁ ମଧ୍ୟ ସାଥୀରେ ନେଇ ଆସୁଛନ୍ତି । ତେଣୁ ଜ୍ଞାନ ସରୋବର ଚାରିଆଡେ ସନ୍ଦେଶ
ଦେବାର ନିମିତ୍ତ ହୋଇଯାଇଛି । ତେଣୁ ସମସ୍ତଙ୍କୁ ଅଭିନନ୍ଦନ ଏବଂ ସଦାସର୍ବଦା ଏହିଭଳି ଅଭିନନ୍ଦନ
ନେଇ ଚାଲିଥାଅ । ଆଚ୍ଛା!
ଏବେ ଗୋଟିଏ ସେକେଣ୍ଡରେ
ମନକୁ ଏକାଗ୍ର କରିପାରିବ? ସମସ୍ତେ ଗୋଟିଏ ସେକେଣ୍ଡରେ ବିନ୍ଦୁ ରୂପରେ ସ୍ଥିତ ହୋଇଯାଅ । (ବାପଦାଦା
ଡ୍ରିଲ୍ କରାଇଲେ) ଆଚ୍ଛା - ଏହିଭଳି ଅଭ୍ୟାସ ଚାଲିବା ବୁଲିବା ସମୟରେ କରୁଥାଅ ।
ଚାରିଆଡର ସ୍ନେହୀ ଏବଂ
ଲବଲୀନ ଆତ୍ମାମାନଙ୍କୁ, ସର୍ବଦା ଦୟାଶୀଳ ହୋଇ ପ୍ରତ୍ୟେକ ଆତ୍ମାକୁ ଦୁଃଖ ଅଶାନ୍ତିରୁ ମୁକ୍ତ
କରୁଥିବା ଶ୍ରେଷ୍ଠ ଆତ୍ମାମାନଙ୍କୁ, ସର୍ବଦା ନିଜର ମନ-ବୁଦ୍ଧି-ସଂସ୍କାରକୁ କଣ୍ଟ୍ରୋଲିଙ୍ଗ୍
ପାୱାର ଦ୍ୱାରା କଣ୍ଟ୍ରୋଲରେ ଅର୍ଥାତ୍ ନିୟନ୍ତ୍ରଣରେ ରଖୁଥିବା ମହାବୀର ଆତ୍ମାମାନଙ୍କୁ, ସର୍ବଦା
ସଂଗମଯୁଗର ଜୀବନମୁକ୍ତ ସ୍ଥିତିକୁ ଅନୁଭବ କରୁଥିବା ବାପ ସମାନ ଆତ୍ମାମାନଙ୍କୁ ବାପଦାଦାଙ୍କର
ପଦ୍ମଗୁଣା ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ ।
ବରଦାନ:-
ସମସ୍ତଙ୍କୁ
ଲକ୍ଷ୍ୟ ସ୍ଥଳରେ ପହଞ୍ଚାଉଥିବା ଦୟାଳୁ ପିତାଙ୍କର ସନ୍ତାନ ଦୟାଳୁ ଭବ ।
ଦୟାଳୁ ପିତାଙ୍କର ଦୟାଳୁ
ପିଲାମାନେ ଯଦି କାହାକୁ ବି ଭିକାରୀ ରୂପରେ ଦେଖିବେ, ତେବେ ତାଙ୍କୁ ନିଶ୍ଚିତ ଦୟା ଲାଗିବ ଯେ ଏହି
ଆତ୍ମାକୁ ମଧ୍ୟ ଲକ୍ଷ୍ୟ ମିଳିଯାଉ, ଏହାର ମଧ୍ୟ କଲ୍ୟାଣ ହୋଇଯାଉ । ସେମାନଙ୍କର ସମ୍ପର୍କରେ ଯିଏ
ବି ଆସିବ ତା’କୁ ବାବାଙ୍କର ପରିଚୟ ନିଶ୍ଚିତ ଦେବେ । ଯେପରି କେହି ଘରକୁ ଆସିଲେ ତା’କୁ ପ୍ରଥମେ
ପାଣି ପିଇବାକୁ ଦିଆଯାଏ, ଯଦି ସେମିତି ଚାଲିଯାଏ, ତେବେ ଖରାପ ମନେ କରିଥାଆନ୍ତି । ସେହିପରି
ଯେଉଁମାନେ ବି ତୁମର ସମ୍ବନ୍ଧ-ସମ୍ପର୍କରେ ଆସୁଛନ୍ତି ତାଙ୍କୁ ପ୍ରଥମେ ବାବାଙ୍କର ପରିଚୟ ରୂପୀ
ପାଣି ନିଶ୍ଚିତ ପିଇବାକୁ ଦିଅ ଅର୍ଥାତ୍ ଦାତାଙ୍କର ସନ୍ତାନ ଦାତା ହୋଇ କିଛି ନା କିଛି ଦିଅ
ଯାହାଦ୍ୱାରା ତାଙ୍କୁ ମଧ୍ୟ ଲକ୍ଷ୍ୟ ସ୍ଥଳର ରାସ୍ତା ମିଳିଯାଉ ।
ସ୍ଲୋଗାନ:-
ଯଥାର୍ଥ
ବୈରାଗ୍ୟ ବୃତ୍ତିର ସହଜ ଅର୍ଥ ହେଲା - ଯେତିକି ନିଆରା ସେତିକି ପ୍ରିୟ ।
ଅବ୍ୟକ୍ତ ଈଶାରା:-
“କମ୍ବାଇଣ୍ଡ ରୂପର ସ୍ମୃତି ଦ୍ୱାରା ସର୍ବଦା ବିଜୟୀ ହୁଅ । ମୁଁ ଏବଂ ମୋ’ର ବାବା, ଏହି ସ୍ମୃତି
ଦ୍ୱାରା ସର୍ବଦା କମ୍ବାଇଣ୍ଡ ଅର୍ଥାତ୍ ଯୁଗଳ ରୂପରେ ରୁହ ତେବେ ମାୟାଜିତ୍ ହୋଇଯିବ ।
କରନ-କରାବନହାର ଅର୍ଥାତ୍ କରିକରାଇବାବାଲା - ଏହି ଶବ୍ଦରେ ବାବା ଏବଂ ପିଲାମାନେ ଉଭୟ କମ୍ବାଇଣ୍ଡ
ଅଟନ୍ତି । ହାତ ପିଲାମାନଙ୍କର ଏବଂ କାମ ବାବାଙ୍କର । ହାତ ବଢାଇବାର ସୁବର୍ଣ୍ଣ ସୁଯୋଗ
ପିଲାମାନଙ୍କୁ ହିଁ ମିଳୁଛି, କିନ୍ତୁ ଅନୁଭବ ହେଉଛି ଯେ କରାଇବାବାଲା ଅର୍ଥାତ୍ ନିର୍ଦ୍ଦେଶକର୍ତ୍ତା
ବାବା ସବୁ କିଛି କରାଉଛନ୍ତି । ଆମକୁ ନିମିତ୍ତ କରି ଚଲାଉଛନ୍ତି - ଏହି ଶବ୍ଦ ମନ ଭିତରୁ ବାହାରୁଛି
।