21.04.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ବାବା
ତୁମମାନଙ୍କୁ କରେଣ୍ଟ ଅର୍ଥାତ୍ ଶକ୍ତି ଦେବା ପାଇଁ ଆସିଛନ୍ତି ଯଦି ତୁମେମାନେ ଦେହୀ-ଅଭିମାନୀ
ଅବସ୍ଥାରେ ରହିବ, ବୁଦ୍ଧିଯୋଗ ଏକମାତ୍ର ବାବାଙ୍କ ସହିତ ଲାଗି ରହିଥିବ, ତେବେ ବାବାଙ୍କଠାରୁ
ନିରନ୍ତର କରେଣ୍ଟ ମିଳୁଥିବ ।”
ପ୍ରଶ୍ନ:-
ସବୁଠାରୁ ବଡ
ଆସୁରୀ ସ୍ୱଭାବ କ’ଣ, ଯାହାକି ତୁମମାନଙ୍କ ଭିତରେ ରହିବା ଉଚିତ୍ ନୁହେଁ?
ଉତ୍ତର:-
ଅଶାନ୍ତି ସୃଷ୍ଟି କରିବା ହିଁ ସବୁଠାରୁ ବଡ ଆସୁରୀ ସ୍ୱଭାବ ଅଟେ । ଅଶାନ୍ତି ସୃଷ୍ଟି କରୁଥିବା
ବ୍ୟକ୍ତି ଉପରେ ସମସ୍ତେ ବିରକ୍ତ ହୋଇଯାଆନ୍ତି । ସେମାନେ ଯେଉଁ ଆଡେ ଯିବେ, ସେଠାରେ ଅଶାନ୍ତି
ସୃଷ୍ଟି କରିବେ । ସେଥିପାଇଁ ଭଗବାନଙ୍କଠାରୁ ସମସ୍ତେ ଶାନ୍ତିର ବର ମାଗୁଛନ୍ତି ।
ଗୀତ:-
ୟହ କାହାନୀ ହେ
ଦୀୱେ ଓର ତୁଫାନ କୀ....
ଓମ୍ ଶାନ୍ତି ।
ବହୁତ ଦିନରୁ
ଦୂରେଇ ରହିଥିବା ମିଠା-ମିଠା ସନ୍ତାନମାନେ ଗୀତାର ଲାଇନ୍ ଶୁଣିଲ । ଏହି ଗୀତ ହେଉଛି ଭକ୍ତିମାର୍ଗର,
ତଥାପି ଏହାକୁ ଜ୍ଞାନରେ ପରିବର୍ତ୍ତିତ କରାଯାଉଛି । ତୁମ ବିନା ଏ ଗୀତକୁ ଆଉ କେହି ପରିବର୍ତ୍ତନ
କରିପାରିବେ ନାହିଁ । ତୁମ ମଧ୍ୟରେ ପୁରୁଷାର୍ଥର କ୍ରମ ଅନୁସାରେ ଜାଣିପାରିବେ, ଦୀପ ଏବଂ ତୋଫାନ
କ’ଣ! ପିଲାମାନେ ଜାଣିଛନ୍ତି ଆତ୍ମାର ଜ୍ୟୋତି ଲିଭିଯାଇଛି । ଏବେ ବାବା ଆସିଛନ୍ତି ଜ୍ୟୋତି
ଜାଗ୍ରତ କରାଇବା ପାଇଁ । କେହି ମରିଗଲେ ଦୀପ ଜାଳିଥା’ନ୍ତି । ସେଥିପ୍ରତି ବହୁତ ସାବଧାନ ଥାନ୍ତି
। ଭାବିଥା’ନ୍ତି ଯେ ଦୀପ ଲିଭିଗଲେ ଆତ୍ମାକୁ ଅନ୍ଧାରରେ ଯିବାକୁ ପଡିବ, ସେଥିପାଇଁ ଦୀପ
ଜଳାଇଥା’ନ୍ତି । ସତ୍ୟଯୁଗରେ ଏସବୁ କଥା ନଥାଏ, ସେଠାରେ ସମସ୍ତେ ଆଲୋକରେ ରହିବେ । ଭୋକ ଆଦିର
କୌଣସି କଥା ନଥାଏ । ସେଠାରେ ଭୋଜନ ପାଇଁ ବହୁତ ଖାଦ୍ୟ ମିଳିବ । ଏଠାରେ ଘୋର ଅନ୍ଧକାର ରହିଛି ।
ଏହା ଛି-ଛି ଦୁନିଆ ଅଟେ ନା । ସବୁ ଆତ୍ମାମାନଙ୍କର ଜ୍ୟୋତି ଲିଭିଯାଇଛି । କେବଳ ତୁମ ପାଇଁ ହିଁ
ବାବା ଆସୁଛନ୍ତି । ତୁମର ଜ୍ୟୋତି ଲିଭିଯାଇଛି ଏବେ କରେଣ୍ଟ କେଉଁଠାରୁ ମିଳିବ? ପିଲାମାନେ
ଜାଣିଛନ୍ତି କରେଣ୍ଟ ବାବାଙ୍କଠାରୁ ହିଁ ମିଳିବ । କରେଣ୍ଟ ଅଧିକ ହେଲେ ବଲ୍ବରେ ପ୍ରକାଶ ଅଧିକ
ହୋଇଯାଏ । ଏବେ ତୁମେ ବଡ ମେସିନରୁ କରେଣ୍ଟ ନେଉଛ । ଦେଖ, ବମ୍ବେ ପରି ସହରରେ କେତେ ଅଧିକ ଲୋକ
ରହୁଛନ୍ତି । ତେବେ ସେଠାରେ କେତେ ଅଧିକ କରେଣ୍ଟ ଦରକାର । ନିଶ୍ଚୟ ବହୁତ ବଡ ମେସିନ ରହିଥିବ । ଏହା
ହେଉଛି ବେହଦର କଥା । ସାରା ଦୁନିଆର ଆତ୍ମାମାନଙ୍କର ଜ୍ୟୋତି ଲିଭିଯାଇଛି । ତାଙ୍କୁ କରେଣ୍ଟ
ଦେବାକୁ ହେବ । ମୂଳ କଥା ବାବା ବୁଝାଉଛନ୍ତି, ବୁଦ୍ଧିଯୋଗ ବାବାଙ୍କ ସହିତ ଲଗାଅ । ଦେହୀ-ଅଭିମାନୀ
ହୁଅ । କେତେ ବଡ ବାବା, ସାରା ଦୁନିଆର ପତିତ ମନୁଷ୍ୟମାନଙ୍କୁ ପବିତ୍ର କରାଇବା ପାଇଁ, ସମସ୍ତଙ୍କର
ଜ୍ୟୋତି ଜାଗ୍ରତ କରାଇବା ପାଇଁ ସୁପ୍ରିମ ବାବା ଆସିଛନ୍ତି । ସାରା ଦୁନିଆର ମନୁଷ୍ୟମାନଙ୍କର
ଜ୍ୟୋତି ଜାଗ୍ରତ କରାଉଛନ୍ତି । ବାବା କିଏ, କିପରି ଜ୍ୟୋତି ଜାଗ୍ରତ କରୁଛନ୍ତି? ଏକଥା ଦୁନିଆରେ
କେହି ଜାଣିନାହାଁନ୍ତି । ତାଙ୍କୁ ଜ୍ୟୋତି ସ୍ୱରୂପ କୁହାଯାଉଛି, ପୁଣି ସର୍ବବ୍ୟାପୀ ମଧ୍ୟ
କହିଦେଉଛନ୍ତି । ଜ୍ୟୋତିକୁ ଡାକୁଛନ୍ତି କାହିଁକି ନା ସମସ୍ତଙ୍କ ଜ୍ୟୋତି ଲିଭିଯାଇଛି । ଅଖଣ୍ଡ
ଜ୍ୟୋତିର ସାକ୍ଷାତ୍କାର ମଧ୍ୟ ହୋଇଯାଏ । ଶାସ୍ତ୍ରରେ ଦେଖାଇଛନ୍ତି ଯେ ଅର୍ଜୁନ କହିଲେ ମୁଁ ଏତେ
ତେଜ ସହନ କରିପାରୁ ନାହିଁ । ବହୁତ ଶକ୍ତି ରହିଛି । ଏହି କଥାକୁ ଏବେ ତୁମେମାନେ ହିଁ ବୁଝୁଛ ।
ସମସ୍ତଙ୍କୁ ବୁଝାଇବାକୁ ହେବ ଯେ ତୁମେ ସବୁ ହେଉଛ ଆତ୍ମା । ଆତ୍ମାମାନେ ଉପରୁ ଏଠାକୁ ଆସୁଛନ୍ତି ।
ପ୍ରଥମେ ଆତ୍ମା ପବିତ୍ର ଥିବାରୁ ସେଥିରେ କରେଣ୍ଟ ଅର୍ଥାତ୍ ଶକ୍ତି ଥାଏ । ଆତ୍ମା ସତ୍ତ୍ୱପ୍ରଧାନ
ଥାଏ । ସତ୍ୟଯୁଗରେ ଆତ୍ମାମାନେ ପବିତ୍ର ଥିଲେ, ପୁଣି ସେମାନଙ୍କୁ ଅପବିତ୍ର ମଧ୍ୟ ହେବାକୁ ପଡିଥାଏ
। ଅପବିତ୍ର ହେବାରୁ ଗଡ ଫାଦର (ଇଶ୍ୱର ପିତା)ଙ୍କୁ ଡାକୁଛନ୍ତି ଯେ ଆସି ମୁକ୍ତ କର ଅର୍ଥାତ୍
ଦୁଃଖରୁ ମୁକ୍ତ କର । ମୁକ୍ତ କରିବା ଏବଂ ପାବନ କରିବା ଉଭୟର ଅର୍ଥ ଅଲଗା । ତେବେ ନିଶ୍ଚୟ
କାହାଦ୍ୱାରା ପତିତ ହୋଇଛନ୍ତି ସେଥିପାଇଁ କହୁଛନ୍ତି ବାବା ଆସ, ଆସି ମୁକ୍ତ କରି ପବିତ୍ର ମଧ୍ୟ
କରାଅ । ଏଠାରୁ ଆମକୁ ଶାନ୍ତିଧାମକୁ ନେଇଚାଲ । ଶାନ୍ତିର ବରଦାନ ଦିଅ । ଏବେ ବାବା ବୁଝାଉଛନ୍ତି
ଏଠାରେ ସମ୍ପୂର୍ଣ୍ଣ ଶାନ୍ତିରେ ତ ରହିପାରିବ ନାହିଁ । ଶାନ୍ତି, ତ ଶାନ୍ତିଧାମରେ ହିଁ ଥାଏ ।
ସତ୍ୟଯୁଗରେ ଏକ ଧର୍ମ, ଏକ ରାଜ୍ୟ ହୋଇଥିବାରୁ ସେଠାରେ ଶାନ୍ତି ଥାଏ । କୌଣସି ବିଶୃଙ୍ଖଳା
ହୋଇନଥାଏ । ଏଠାରେ ମନୁଷ୍ୟ ଅଶାନ୍ତି କାରଣରୁ ହଇରାଣ ହୋଇଯାଉଛନ୍ତି, ଘରେ ଘରେ କେତେ ଝଗଡା ହେଉଛି
। ଧରି ନିଅ ସ୍ତ୍ରୀ ପୁରୁଷଙ୍କର ଝଗଡା ହେଲେ ମା ବାପ ସନ୍ତାନ, ଭାଇ-ଭଉଣୀ ଆଦି ସବୁ ହଇରାଣ
ହୋଇଯା’ନ୍ତି । ଅଶାନ୍ତ ମନୁଷ୍ୟ ଯେଉଁଆଡେ ବି ଯିବ ଅଶାନ୍ତି ହିଁ ସୃଷ୍ଟି କରିବ କାହିଁକି ନା
ଆସୁରୀ ସ୍ୱଭାବ ରହିଛି ନା । ଏବେ ତୁମେ ଜାଣୁଛ, ସତ୍ୟଯୁଗ ହେଉଛି ସୁଖଧାମ । ସେଠାରେ ସୁଖ ଶାନ୍ତି
ଉଭୟ ରହିଛି ଏବଂ ପରମଧାମରେ କେବଳ ଶାନ୍ତି ରହିଛି, ତାକୁ ସୁଇଟ୍ ସାଇଲେନ୍ସ ଘର କୁହାଯାଉଛି,
ମୁକ୍ତିଧାମ ଯିବାକୁ ଚାହୁଁଥିବା ଆତ୍ମାକୁ କେବଳ ଏତିକି ବୁଝାଇବାକୁ ହେବ ଯେ ତୁମର ମୁକ୍ତି ଦରକାର
ନା, ତେବେ ବାବାଙ୍କୁ ମନେପକାଅ ।
ମୁକ୍ତି ପରେ ଜୀବନମୁକ୍ତି
ନିଶ୍ଚୟ ରହିଛି । ପ୍ରଥମେ ଜୀବନମୁକ୍ତ ହୋଇ ପରେ ଜୀବନ ବନ୍ଧନରେ ଆସୁଛନ୍ତି । ଉଭୟ ଅଧା ଅଧା ଅଟେ
ନା । ସତ୍ତ୍ୱପ୍ରଧାନରୁ ପୁଣି ସତ୍ତ୍ୱ, ରଜୋ, ତମୋରେ ନିଶ୍ଚୟ ଆସିବାକୁ ହେବ । ପଛକୁ ଯେଉଁମାନେ
ଗୋଟେ ଅଧେ ଜନ୍ମ ନେଇ ଆସୁଛନ୍ତି, ସେମାନେ ବା କ’ଣ ସୁଖ-ଦୁଃଖର ଅନୁଭବ କରିବେ! ତୁମେ ସାରା ସୁଖ
ଦୁଃଖର ଅନୁଭବ କରୁଛ । ତୁମେ ଜାଣୁଛ ଏତେ ଜନ୍ମ ଆମେ ସୁଖରେ ଏବଂ ଏତେ ଜନ୍ମ ଆମେ ଦୁଃଖରେ ରହୁଛୁ ।
ଅମୁକ-ଅମୁକ ଧର୍ମ ନୂଆ ଦୁନିଆକୁ ଆସିପାରିବେ ନାହିଁ । ତାଙ୍କର ପାର୍ଟ ପରେ ରହିଛି । ଯଦିଓ ନୂଆ
ଦୁନିଆ ହେବ କିନ୍ତୁ ତାଙ୍କ ନିମନ୍ତେ ତାହା ଯେପରି ନୂଆ ଦୁନିଆ ଅଟେ । ଯେପରି ବୌଦ୍ଧି,
ଖ୍ରୀଷ୍ଟିୟାନ ଖଣ୍ଡ ସେମାନଙ୍କ ପାଇଁ ନୂଆ ହେଲା ନା । ତାଙ୍କୁ ମଧ୍ୟ ସତ୍ତ୍ୱ, ରଜୋ, ତମୋରେ ପାସ୍
କରିବାକୁ ହେବ । ବୃକ୍ଷର ମଧ୍ୟ ଏପରି ବୃଦ୍ଧି ହୋଇଯାଏ । ଧୀରେ-ଧୀରେ ବୃଦ୍ଧି ହୋଇଚାଲେ । ପ୍ରଥମେ
ଯେଉଁମାନେ ଆସିଛନ୍ତି, ସେମାନେ ତଳେ ହିଁ ରହିଥା’ନ୍ତି । ତୁମେମାନେ ଦେଖିଛ ନା ନୂଆ ନୂଆ ପତ୍ର
କିପରି ବାହାରୁଛି । ଛୋଟ ଛୋଟ ସବୁଜ ପତ୍ର ବାହାରି ପୁଣି ଫୁଲ ବାହାରିଥାଏ, ନୂଆ ବୃକ୍ଷ ହେଉଛି
ବହୁତ ଛୋଟ । ନୂଆ ମଞ୍ଜି ପୋତାଯାଏ ପୁଣି ତାର ସଂପୂର୍ଣ୍ଣ ପାଳନା ନ ହେଲେ ତାହା ସଢିଯାଇଥାଏ ।
ତୁମେ ମଧ୍ୟ ଆତ୍ମାମାନଙ୍କର ସଂପୂର୍ଣ୍ଣ ପାଳନା ନକଲେ ଜ୍ଞାନରେ ତିଷ୍ଠି ପାରନ୍ତି ନାହିଁ । ବାବା
ଆସି ମନୁଷ୍ୟରୁ ଦେବତା କରାଉଛନ୍ତି, ପୁଣି ସେଥିରେ କ୍ରମାନ୍ୱୟରେ ହେଉଛନ୍ତି । ରାଜଧାନୀ ସ୍ଥାପନ
ହେଉଛି ନା । ବହୁତ ଫେଲ ମଧ୍ୟ ହୋଇଯାଆନ୍ତି ।
ପିଲାମାନଙ୍କର ଯେପରି
ଅବସ୍ଥା ରହିଥାଏ ବାବାଙ୍କଠାରୁ ମଧ୍ୟ ସେହିପରି ସ୍ନେହ ମିଳିଥାଏ । କେତେକ ସନ୍ତାନମାନଙ୍କୁ ଲୋକ
ଦେଖାଣିଆ ମଧ୍ୟ ସ୍ନେହ କରିବାକୁ ପଡିଥାଏ । କେହି-କେହି ଲେଖୁଛନ୍ତି ବାବା ଆମେ ଫେଲ୍ ହୋଇଗଲୁ ।
ପତିତ ହୋଇଗଲୁ । ଏବେ ସେମାନଙ୍କୁ କିଏ ସାହାଯ୍ୟ କରିବ? ସେମାନେ ବାବାଙ୍କ ହୃଦୟରେ ରହିପାରିବେ
ନାହିଁ । ପବିତ୍ର ଆତ୍ମାକୁ ହିଁ ବାବା ସମ୍ପତ୍ତି ଦେଇପାରିବେ । ପ୍ରଥମେ ଜଣ-ଜଣଙ୍କଠାରୁ ପୂରା
ସମାଚାର ପଚାରି ଚାର୍ଟ ନେଉଛନ୍ତି । ଯେପରି ଅବସ୍ଥା ସେହିପରି ସ୍ନେହ । ବାହାରୁ ଯଦିଓ ସ୍ନେହ
କରୁଛନ୍ତି, ଭିତରେ ଜାଣିଛନ୍ତି ଇଏ ବିଲକୁଲ୍ ବୁଦ୍ଦୁ, ସେବା କରିପାରିବ ନାହିଁ । ଖିଆଲ ରହୁଛି ନା
। ଅଜ୍ଞାନ କାଳରେ ପିଲା ରୋଜଗାର କରୁଥିଲେ ବାପା ମଧ୍ୟ ବହୁତ ସ୍ନେହରେ ତାଙ୍କ ସହିତ ମିଶିଥାନ୍ତି
। କେହି ବେଶି ରୋଜଗାର ନକଲେ ବାବାଙ୍କର ମଧ୍ୟ ଏତେ ସ୍ନେହ ରହିନଥାଏ । ତେଣୁ ଏଠାରେ ମଧ୍ୟ ସେହିପରି
ହେଉଛି । ପିଲାମାନେ ବାହାରେ ମଧ୍ୟ ସେବା କରୁଛନ୍ତି ନା । ଯେ କୌଣସି ଧର୍ମାବଲମ୍ବୀ ହୋଇଥିଲେ
ମଧ୍ୟ, ତାଙ୍କୁ ବୁଝାଇବା ଦରକାର । ବାବାଙ୍କୁ ମୁକ୍ତିଦାତା କୁହାଯାଉଛି ନା । ଲିବରେଟର୍ ଏବଂ
ଗାଇଡ୍ କିଏ, ତାଙ୍କର ପରିଚୟ ଦେବାକୁ ହେବ । ସୁପ୍ରିମ ଗଡ୍ ଫାଦର ଆସୁଛନ୍ତି, ସମସ୍ତଙ୍କୁ ମୁକ୍ତ
କରୁଛନ୍ତି । ବାବା କହୁଛନ୍ତି ତୁମେ କେତେ ପତିତ ହୋଇଯାଇଛ । ପବିତ୍ରତା ବିଲ୍କୁଲ୍ ନାହିଁ । ଏବେ
ମୋତେ ମନେପକାଅ । ବାବା ସଦା ପବିତ୍ର ଅଟନ୍ତି । ବାକି ସମସ୍ତେ ପବିତ୍ରରୁ ଅପବିତ୍ର ନିଶ୍ଚିତ
ହେଉଛନ୍ତି । ପୁନର୍ଜନ୍ମ ନେଇ ନେଇ ଓହ୍ଲାଇ ଚାଲିଛନ୍ତି । ବର୍ତ୍ତମାନ ସମସ୍ତେ ପତିତ ତେଣୁ ବାବା
ରାୟ ଦେଉଛନ୍ତି - ପିଲାମାନେ, ତୁମେ ମୋତେ ମନେପକାଇଲେ ପାବନ ହୋଇଯିବ । ଏବେ ମୃତ୍ୟୁ ସମ୍ମୁଖରେ
ଦଣ୍ଡାୟମାନ । ପୁରୁଣା ଦୁନିଆ ଏବେ ସମାପ୍ତ ହେବ । କିନ୍ତୁ ମାୟାର ଆଡମ୍ବର ରହିଥିବାରୁ ମନୁଷ୍ୟ
ଭାବୁଛନ୍ତି ଏହା ହିଁ ସ୍ୱର୍ଗ । ଉଡାଜାହାଜ, ବିଜୁଳି ଆଦି କ’ଣ-କ’ଣ ରହିଛି, ଏସବୁ ହେଉଛି ମାୟାର
ଆଡମ୍ବର ଏସବୁ ବର୍ତ୍ତମାନ ଶେଷ ହୋଇଯିବ । ଏହି ବିଜୁଳି ଆଦି ସ୍ୱର୍ଗରେ ତ ଥାଏ । ବର୍ତ୍ତମାନ ଏସବୁ
କିପରି ସ୍ୱର୍ଗକୁ ଯିବ । ନିଶ୍ଚୟ ଏହି କଳା କୌଶଳ ଜାଣିଲାବାଲା ଆବଶ୍ୟକ ନା । ତୁମ ପାଖକୁ ବହୁତ
ଭଲ ଭଲ କାରିଗରମାନେ ମଧ୍ୟ ଆସିବେ । ସେମାନେ ରାଜ ଗଦିରେ ବସିବେ ନାହିଁ ତଥାପି ମଧ୍ୟ ତୁମର ପ୍ରଜା
ହେବେ, ଭଲ ଭଲ ଇଂଜିନିୟର ଓ କାରିଗର ଆସିବେ । ଏହି ଫେସନ ବାହାରୁ ବିଲାତରୁ ଆସୁଛି । ତେଣୁ ବାହାର
ଲୋକଙ୍କୁ ମଧ୍ୟ ତୁମକୁ ଶିବବାବାଙ୍କର ପରିଚୟ ଦେବାକୁ ହେବ । ସେମାନଙ୍କୁ କୁହ ବାବାଙ୍କୁ ମନେପକାଅ
। ତୁମକୁ ମଧ୍ୟ ଯୋଗରେ ରହିବା ପାଇଁ ବହୁତ ପୁରୁଷାର୍ଥ କରିବାକୁ ହେବ, ଏଥିରେ ହିଁ ମାୟାର ବହୁତ
ତୋଫାନ ଆସୁଛି, ବାବା କହୁଛନ୍ତି କେବଳ ମୋତେ ମନେପକାଅ । ତେବେ ଏହା ଭଲ କଥା ନା । ଖ୍ରୀଷ୍ଟ ମଧ୍ୟ
ତାଙ୍କର ରଚନା ଅଟନ୍ତି, ରଚୟିତା ସୁପ୍ରିମ୍ ସୋଲ୍ କେବଳ ଜଣେ ହିଁ ଅଟନ୍ତି । ବାକି ସବୁ ହେଉଛନ୍ତି
ରଚନା । ବର୍ସା ରଚୟିତାଙ୍କଠାରୁ ହିଁ ମିଳେ । ଏହିପରି ଯେଉଁ ଭଲ ଭଲ ପଏଣ୍ଟସ୍ ବାହାରିଛି, ତାକୁ
ନୋଟ୍ କରିବା ଦରକାର ।
ବାବାଙ୍କର ମୁଖ୍ୟ
କର୍ତ୍ତବ୍ୟ ହେଉଛି ସମସ୍ତଙ୍କୁ ଦୁଃଖରୁ ମୁକ୍ତ କରିବା । ସେ ସୁଖଧାମ ଏବଂ ଶାନ୍ତିଧାମର ଗେଟ୍
ଖୋଲୁଛନ୍ତି । ତାଙ୍କୁ କହୁଛନ୍ତି ହେ ମୁକ୍ତିଦାତା ଦୁଃଖରୁ ମୁକ୍ତ କରି ଆମକୁ
ଶାନ୍ତିଧାମ-ସୁଖଧାମକୁ ନେଇଚାଲ । ଯେବେ ଏଠାରେ ସୁଖଧାମ ଥାଏ ତେବେ ବାକି ଆତ୍ମାମାନେ ଶାନ୍ତିଧାମରେ
ରହିଥା’ନ୍ତି । ସ୍ୱର୍ଗର ଗେଟ୍ ବାବା ହିଁ ଖୋଲିବେ । ନୂଆ ଦୁନିଆ ପାଇଁ ଗୋଟିଏ ଗେଟ୍ ଖୋଲିବ,
ଅନ୍ୟଟି ଶାନ୍ତିଧାମ ପାଇଁ । ଯେଉଁ ଆତ୍ମାମାନେ ଅପବିତ୍ର ହୋଇଯାଇଛନ୍ତି ତାଙ୍କୁ ବାବା ଶ୍ରୀମତ
ଦେଉଛନ୍ତି ନିଜକୁ ଆତ୍ମା ମନେକର ଏବଂ ମୋତେ ସ୍ମରଣ କର ତେବେ ତୁମର ପାପ କଟିଯିବ । ଯେଉଁମାନେ
ପୁରୁଷାର୍ଥ କରିବେ ନିଜ ଧର୍ମରେ ଉଚ୍ଚ ପଦ ପାଇବେ । ପୁରୁଷାର୍ଥ ନ କଲେ କମ ପଦ ପାଇବେ । ଭଲ ଭଲ
ପଏଣ୍ଟସ୍ ନୋଟ୍ କରିଲେ ଠିକ୍ ସମୟରେ କାମରେ ଆସିବ । କୁହ, ଶିବବାବାଙ୍କର କାର୍ଯ୍ୟକୁ ଆମେ ଜଣାଇ
ଦେଲୁ ତେବେ ମନୁଷ୍ୟ କହିବେ ଏମାନେ ପୁଣି କିଏ ଯିଏକି ଗଡ୍ ଫାଦର ଶିବଙ୍କର କର୍ତ୍ତବ୍ୟ ବିଷୟରେ
ଆମକୁ ଜଣାଉଛନ୍ତି । କୁହ, ତୁମେ ଆତ୍ମା ରୂପରେ ସମସ୍ତେ ଭାଇ-ଭାଇ । ପୁଣି ପ୍ରଜାପିତା
ବ୍ରହ୍ମାଙ୍କ ଦ୍ୱାରା ରଚନା ହେଉଥିବାରୁ ଏବେ ଭାଇ-ଭଉଣୀ ହେଉଛ । ଗଡ୍ ଫାଦର ଯାହାଙ୍କୁ ଲିବରେଟର୍,
ଗାଇଡ୍ କହୁଛନ୍ତି ତାଙ୍କର କାର୍ଯ୍ୟ ଆମେ ତୁମକୁ ବତାଉଛୁ । ତେବେ ନିଶ୍ଚିତ ଆମକୁ ପରମପିତା
ନିର୍ଦ୍ଦେଶ ଦେଇଛନ୍ତି, ସେଥିପାଇଁ ଆମେ ତୁମକୁ କହୁଛୁ । ସନ୍ ସୋଜ୍ ଫାଦର (ପୁଅ ବାପାର
ପ୍ରତ୍ୟକ୍ଷତା କରେ) ଏକଥା ମଧ୍ୟ ବୁଝାଇବାକୁ ହେବ । ଆତ୍ମା ବିଲ୍କୁଲ୍ ଏକ ଛୋଟ ତାରକା ଅଟେ । ଏହି
ଆଖି ଦ୍ୱାରା ତାଙ୍କୁ ଦେଖାଯାଇପାରିବ ନାହିଁ । ଦିବ୍ୟଦୃଷ୍ଟି ଦ୍ୱାରା କେବଳ ସାକ୍ଷାତ୍କାର
ହୋଇପାରିବ । କିନ୍ତୁ ସୁକ୍ଷ୍ମ ବିନ୍ଦୁ ହୋଇଥିବା କାରଣରୁ ଦେଖିଲେ ମଧ୍ୟ କୌଣସି ଫାଇଦା ହେବ ନାହିଁ
। ବାବା ମଧ୍ୟ ଏହିପରି ବିନ୍ଦୁ, ତାଙ୍କୁ ପରମ ଆତ୍ମା କୁହାଯାଉଛି । ଆତ୍ମା ଦେଖିବାକୁ ଏକା ସଦୃଶ
କିନ୍ତୁ ସେ ହେଲେ ସୁପ୍ରିମ, ଜ୍ଞାନର ଭଣ୍ଡାର, ଆନନ୍ଦର ଉଣ୍ଡାର, ମୁକ୍ତିଦାତା ଏବଂ ପଥ ପ୍ରଦର୍ଶକ
। ତାଙ୍କର ବହୁତ ମହିମା କରିବାକୁ ପଡିବ । ନିଶ୍ଚୟ ବାବାଙ୍କୁ ଆସିବାକୁ ପଡେ ତେବେ ଯାଇ ସାଥିରେ
ନେଇଯିବେ ନା । ସିଏ ଏଠାକୁ ଆସିଲେ ହିଁ ଜ୍ଞାନ ଦେବେ ନା । ବାବା ହିଁ କହୁଛନ୍ତି ଆତ୍ମା ଏତେ ଛୋଟ,
ମୁଁ ମଧ୍ୟ ସେହିପରି ଅଟେ । ବାବା ଜ୍ଞାନ ମଧ୍ୟ ନିଶ୍ଚୟ କାହା ଶରୀରରେ ପ୍ରବେଶ କରି ହିଁ ଦେବେ ।
ଭ୍ରୁକୁଟୀ ମଧ୍ୟରେ ଏହାଙ୍କ ଆତ୍ମାର ପାଖରେ ଆସି ବସିବି । ମୋ ପାଖରେ ଶକ୍ତି ଅଛି, ମୋତେ ଶରୀର
ମିଳିଗଲା, ତେଣୁ ମୁଁ ଏହାର ମାଲିକ ହୋଇଗଲି । ଏହି ଶରୀର ଦ୍ୱାରା ବସି ତୁମମାନଙ୍କୁ ବୁଝାଉଛି,
ଏହାଙ୍କୁ ଆଦମ ମଧ୍ୟ କୁହାଯାଉଛି । ଆଦମ ହେଉଛନ୍ତି ବିଶ୍ୱର ପ୍ରଥମ ମନୁଷ୍ୟ । ମନୁଷ୍ୟମାନଙ୍କର
ବଂଶ ରହିଛି ନା । ଇଏ ମାତା-ପିତା ମଧ୍ୟ ଅଟନ୍ତି, ଏହାଙ୍କ ଦ୍ୱାରା ରଚନା ହେଉଛି, ପୁରୁଣା ହେଲେ
ମଧ୍ୟ ପୋଷ୍ୟ କରୁଛନ୍ତି, ନଚେତ୍ ବ୍ରହ୍ମା କେଉଁଠାରୁ ଆସିଲେ । ବ୍ରହ୍ମାଙ୍କ ପିତାଙ୍କ ନାମ କେହି
କୁହନ୍ତୁ । ବ୍ରହ୍ମା, ବିଷ୍ଣୁ, ଶଙ୍କର ଏମାନେ କାହାର ରଚନା ତ ହୋଇଥିବେ ନା! ରଚୟିତା ହେଉଛନ୍ତି
ଜଣେ, ବାବା ବ୍ରହ୍ମାଙ୍କୁ ପୋଷ୍ୟ କରିଛନ୍ତି, ଛୋଟ ପିଲା ବସି ଶୁଣାଇଲେ କହିବେ ଏହା ହେଉଛି ବହୁତ
ଶ୍ରେଷ୍ଠ ଜ୍ଞାନ ।
ଯେଉଁ ସନ୍ତାନମାନଙ୍କର
ଭଲ ଧାରଣା ହୋଇଥାଏ ସେ ବହୁତ ଖୁସିରେ ରହନ୍ତି, ଆଦୌ ହାଇ ମାରନ୍ତି ନାହିଁ । କିନ୍ତୁ ଯଦି ନବୁଝି
ପାରିବେ ତେବେ ହାଇମାରିବେ । ଏଠାରେ ତୁମକୁ କେବେ ହାଇ ଆସିବା ଉଚିତ୍ ନୁହେଁ । ରୋଜଗାର ସମୟରେ
କେବେ ହାଇ ଆସି ନଥାଏ । ଗ୍ରାହକ ନଥିଲେ, ଧନ୍ଦା ଥଣ୍ଡା ହେଲେ ହାଇ ଆସିଥାଏ । ସେହିପରି ଏଠାରେ
ମଧ୍ୟ ଧାରଣା ହେଉ ନାହିଁ । କେହି ତ ବିଲ୍କୁଲ୍ ବୁଝୁ ନାହାଁନ୍ତି । କାହିଁକି ନା ଦେହ ଅଭିମାନ
ରହିଛି । ସେମାନେ ଦେହୀ-ଅଭିମାନୀ ହୋଇ ବସିପାରିବେ ନାହିଁ । କୌଣସି ନା କୌଣସି ବାହାର କଥା ମନେ
ପଡିବ । ପଏଣ୍ଟସ୍ ଆଦି ମଧ୍ୟ ନୋଟ୍ କରିପାରିବେ ନାହିଁ । ତୀକ୍ଷଣ ବୁଦ୍ଧିଯୁକ୍ତ ଆତ୍ମା ତୁରନ୍ତ
ନୋଟ୍ କରିବେ ଏହି ପଏଣ୍ଟସ୍ ବହୁତ ଭଲ । ଛାତ୍ରମାନଙ୍କର ଚଳଣି ଶିକ୍ଷକ ଦେଖିଥା’ନ୍ତି ନା । ସେନ୍ସିବୁଲ୍
ଅର୍ଥାତ୍ ବୁଦ୍ଧିମାନ ଶିକ୍ଷକଙ୍କର ନଜର ସବୁଆଡେ ଯାଇଥାଏ ସେଥିପାଇଁ ହିଁ ପାଠପଢାର ପ୍ରମାଣ ପତ୍ର
ଦେଉଛନ୍ତି । ମ୍ୟାନର୍ସ ଅର୍ଥାତ୍ ଚାଲି ଚଳଣିର ପ୍ରମାଣ ପତ୍ର ବାହର କରୁଛନ୍ତି । କେତେ
ଅନୁପସ୍ଥିତ ରହୁଛନ୍ତି, ତାକୁ ମଧ୍ୟ ବାହାର କରୁଛନ୍ତି । କିନ୍ତୁ ଏଠାରେ ଉପସ୍ଥିତ ରହି ମଧ୍ୟ କିଛି
ବି ବୁଝୁ ନାହାଁନ୍ତି, ଧାରଣା ହେଉନାହିଁ । କେହି କହୁଛନ୍ତି ମାନ୍ଦା ବୁଦ୍ଧି ଅଟେ, ଧାରଣା ହେଉ
ନାହିଁ । ଏହା ମଧ୍ୟ ତୁମର କର୍ମର ହିସାବ କିତାବ । କେବଳ ବାବା ପୁରୁଷାର୍ଥ କରାଉଛନ୍ତି । କିନ୍ତୁ
ଯଦି ଭାଗ୍ୟରେ ନଥିବ ତେବେ କ’ଣ କରିବେ । ସ୍କୁଲ୍ରେ ମଧ୍ୟ କେହି ପାସ୍ କେହି ଫେଲ୍ ହୋଇଥା’ନ୍ତି
। ଏହା ହେଉଛି ବେହଦର ପାଠପଢା, ଯାହାକୁ ବେହଦର ବାବା ପଢାଉଛନ୍ତି । ଅନ୍ୟ ଧର୍ମାବଲମ୍ବୀମାନେ
ଗୀତାର କଥା ବୁଝିବେ ନାହିଁ । ତେଣୁ ସ୍ଥାନ ଦେଖି ବୁଝାଇବାକୁ ପଡୁଛି । ପ୍ରଥମେ-ପ୍ରଥମେ
ସର୍ବୋଚ୍ଚ ବାବାଙ୍କର ପରିଚୟ ଦେବାକୁ ପଡୁଛି । ସେ କିପରି ଲିବରେଟର, ଗାଇଡ୍ ଅଟନ୍ତି । ସ୍ୱର୍ଗରେ
ଏହି ସବୁ ବିକାର ରହିବ ନାହିଁ । ବର୍ତ୍ତମାନ ଏହାକୁ ଶୈତାନୀ ରାଜ୍ୟ କୁହାଯାଉଛି । ଏହା ପୁରୁଣା
ଦୁନିଆ ନା, ଏହାକୁ ଗୋଲଡେନ୍ (ସୁବର୍ଣ୍ଣ) ଦୁନିଆ କୁହାଯିବ ନାହିଁ । ନୂଆ ଦୁନିଆ ଥିଲା, ଏବେ
ପୁରୁଣା ହୋଇଯାଇଛି । ପିଲାମାନଙ୍କ ମଧ୍ୟରେ, ଯାହାଙ୍କର ସେବାର ସଉକ ରହିଛି ତେବେ ସେମାନେ ପଏଣ୍ଟସ୍
ନୋଟ୍ କରିବା ଦରକାର । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ପାଠପଢା
ଆଧାରରେ ବହୁତ ବହୁତ ରୋଜଗାର ହୋଇଥାଏ, ସେଥିପାଇଁ ଖୁସି-ଖୁସିରେ ଏହି ରୋଜଗାର କରିବାକୁ ହେବ ।
ପାଠପଢା ସମୟରେ କେବେବି ହାଇ ଅର୍ଥାତ୍ ଆଳସ୍ୟ ଆଦି ନ ଆସୁ ଏବଂ ବୁଦ୍ଧିଯୋଗ ଏଣେ ତେଣେ ନଯାଉ
ଏଥିପ୍ରତି ଧ୍ୟାନ ଦେବାକୁ ହେବ । ଜ୍ଞାନର ପଏଣ୍ଟଗୁଡିକୁ ଖାତାରେ ଲେଖିବା ସହିତ ସେଗୁଡିକୁ ଧାରଣା
କରିଚାଲ ।
(୨) ପବିତ୍ର ହୋଇ
ବାବାଙ୍କ ହୃଦୟର ସ୍ନେହ ପାଇବାର ଅଧିକାରୀ ହେବାକୁ ପଡିବ । ଈଶ୍ୱରୀୟ ସେବାରେ ପ୍ରବୀଣ ହେବାକୁ
ପଡିବ । ନିଜେ ଭଲ ରୋଜଗାର କରିବା ସହିତ ଅନ୍ୟମାନଙ୍କୁ ମଧ୍ୟ କରାଇବାକୁ ହେବ ।
ବରଦାନ:-
ମରଜୀବା ଜନ୍ମର
ସ୍ମୃତି ଦ୍ୱାରା ସର୍ବ କର୍ମବନ୍ଧନ ଗୁଡିକୁ ସମାପ୍ତ କରୁଥିବା କର୍ମଯୋଗୀ ହୁଅ ।
ତୁମମାନଙ୍କର
ବର୍ତ୍ତମାନର ଏହି ମରଜୀବା ଦିବ୍ୟ ଜନ୍ମ କର୍ମବନ୍ଧନୀ ଜନ୍ମ ନୁହେଁ, କର୍ମଯୋଗୀ ଜନ୍ମ ଅଟେ । ଏହି
ଅଲୌକକ ଦିବ୍ୟ ଜନ୍ମରେ ବ୍ରାହ୍ମଣ ଆତ୍ମା ସ୍ୱତନ୍ତ୍ର ଅଟେ, ପରତନ୍ତ୍ର ନୁହେଁ । ଏହି ଦେହ ମଧ୍ୟ
ତୁମକୁ ଉଧାର ସୂତ୍ରରେ ମିଳିଛି । ସାରା ବିଶ୍ୱରେ ସେବା କରିବା ପାଇଁ ପୁରୁଣା ଶରୀରରେ ଶକ୍ତି ଭରି
ବାବା ଏହାକୁ ଚଲାଉଛନ୍ତି, ତେଣୁ ସବୁ ଦାୟିତ୍ୱ ବାବାଙ୍କର ଅଟେ, ତୁମର ନୁହେଁ । ବାବା ତୁମକୁ
ନିର୍ଦ୍ଦେଶ ଦେଇଛନ୍ତି ଯେ କର୍ମ କର, ତୁମେ ସ୍ୱତନ୍ତ୍ର ଅଟ, ଚଲାଇଲାବାଲା ଚଲାଉଛନ୍ତି । ଏହି
ବିଶେଷ ଧାରଣା ଆଧାରରେ କର୍ମବନ୍ଧନ ଗୁଡିକୁ ସମାପ୍ତ କରି କର୍ମଯୋଗୀ ହୁଅ ।
ସ୍ଲୋଗାନ:-
ସମୟର ସମୀପତାର
ଆଧାର ହେଲା - ବେହଦର ବୈରାଗ୍ୟ ବୃତ୍ତି ।