23.04.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ଏବେ
ନାଟକ ଶେଷ ହେବାକୁ ଯାଉଛି, ଘରକୁ ଫେରିବାର ଅଛି, କଳିଯୁଗ ଶେଷ ହେବା ପରେ ପୁଣି ସତ୍ୟଯୁଗର
ପୁନରାବୃତ୍ତି ହେବ, ଏହି ରହସ୍ୟ ସମସ୍ତଙ୍କୁ ବୁଝାଅ ।”
ପ୍ରଶ୍ନ:-
ଆତ୍ମା ଅଭିନୟ
କରି-କରି ଥକିଯାଇଛି, ଥକିଯିବାର ମୁଖ୍ୟ କାରଣ କ’ଣ?
ଉତ୍ତର:-
ବହୁତ ଭକ୍ତି କଲେ, ଅନେକ ମନ୍ଦିର ନିର୍ମାଣ କଲେ, ପଇସା ଖର୍ଚ୍ଚ କଲେ, ଧକ୍କା ଖାଇ-ଖାଇ
ସତ୍ୱପ୍ରଧାନ ଆତ୍ମା ତମଃପ୍ରଧାନ ହୋଇଗଲା । ତମଃପ୍ରଧାନ ହେବା କାରଣରୁ ଦୁଃଖୀ ହେଲା । ଯଦି କେହି
କୌଣସି କଥାରେ ହଇରାଣ ହୁଅନ୍ତି, ତେବେ ଥକି ଯାଆନ୍ତି । ଏବେ ସମସ୍ତ କ୍ଲାନ୍ତିକୁ ଦୂର କରିବା ପାଇଁ
ବାବା ଆସିଛନ୍ତି ।
ଓମ୍ ଶାନ୍ତି ।
ରୁହାନୀ ପିତା
ସନ୍ତାନମାନଙ୍କୁ ବୁଝାଉଛନ୍ତି, ତାଙ୍କର ନାମ କ’ଣ? ଶିବ । ଏଠାରେ ବସିଥିବା ପିଲାମାନଙ୍କୁ ଭଲ
ଭାବରେ ମନେ ରଖିବା ଦରକାର । ଏହି ଡ୍ରାମାରେ ସମସ୍ତଙ୍କର ଯେଉଁ ପାର୍ଟ ରହିଛି, ଏବେ ତାହା ସବୁ
ଶେଷ ହେଉଛି । ନାଟକ ସରିଲା ବେଳକୁ ସମସ୍ତ ଅଭିନେତା ବୁଝି ନେଇଥାଆନ୍ତି ଯେ ଆମର ଅଭିନୟ ଏବେ ପୂରା
ହେଉଛି । ଏବେ ଘରକୁ ଯିବାର ଅଛି । ତୁମମାନଙ୍କୁ ମଧ୍ୟ ବାବା ଏବେ ଜ୍ଞାନ ଦେଇଛନ୍ତି, ଏହି ବୁଦ୍ଧି
ଆଉ କାହା ମଧ୍ୟରେ ନାହିଁ । ଏବେ ତୁମମାନଙ୍କୁ ବାବା ବୁଦ୍ଧିମାନ କରୁଛନ୍ତି । ପିଲାମାନେ, ଏବେ
ନାଟକ ଶେଷ ହେଉଛି, ଏବେ ପୁଣି ନୂଆ ସୃଷ୍ଟିଚକ୍ର ଆରମ୍ଭ ହେବାର ଅଛି । ନୂଆ ଦୁନିଆରେ ସତ୍ୟଯୁଗ
ଥିଲା । ଏବେ ଏହି ପୁରୁଣା ଦୁନିଆରେ କଳିଯୁଗର ଅନ୍ତିମ ସମୟ । ଯେଉଁମାନଙ୍କୁ ବାବା ମିଳିଛନ୍ତି,
ଏହି କଥା ସେମାନେ ହିଁ ଜାଣନ୍ତି । ଯେଉଁ ନୂଆ ପିଲାମାନେ ଆସୁଛନ୍ତି, ତାଙ୍କୁ ମଧ୍ୟ ଏହା
ବୁଝାଇବାର ଅଛି - ଏବେ ନାଟକ ଶେଷ ହେଉଛି, କଳିଯୁଗ ସମାପ୍ତ ହେବା ପରେ ପୁଣି ସତ୍ୟଯୁଗର
ପୁନରାବୃତ୍ତି ହେବାର ଅଛି । ଏତେ ସବୁ ଯେଉଁ ମନୁଷ୍ୟ ଆତ୍ମା ଅଛନ୍ତି, ସମସ୍ତଙ୍କୁ ନିଜ ଘରକୁ
ଫେରିବାର ଅଛି । ଏବେ ନାଟକ ଶେଷ ହେବାକୁ ଯାଉଛି, ଏଥିରୁ ମନୁଷ୍ୟ ବୁଝି ନିଅନ୍ତି ଯେ ପ୍ରଳୟ ହେବ
। ଏବେ ତୁମେ ଜାଣିପାରୁଛ ଯେ, ପୁରୁଣା ଦୁନିଆର ବିନାଶ କିପରି ହୁଏ । ଭାରତ ଅବିନାଶୀ ଖଣ୍ଡ, ବାବା
ମଧ୍ୟ ଏହିଠାକୁ ହିଁ ଆସନ୍ତି । ବାକି ଆଉ ସବୁ ଖଣ୍ଡ ବିନାଶ ହୋଇଯିବ । ଏହି ଖିଆଲ ଆଉ କାହାର
ବୁଦ୍ଧିରେ ଆସିପାରିବ ନାହିଁ । ବାବା ତୁମମାନଙ୍କୁ ବୁଝାଉଛନ୍ତି, ଏବେ ନାଟକ ଶେଷ ହେଉଛି, ପୁଣି
ପୁନରାବୃତ୍ତି ହେବାର ଅଛି । ଏହା ପୂର୍ବରୁ ନାଟକର ନାଁ ମଧ୍ୟ ତୁମ ବୁଦ୍ଧିରେ ନ ଥିଲା । କହିବା
ଛଳରେ କହୁଥିଲ ଯେ ଏହି ଦୁନିଆ ହେଲା ନାଟକଶାଳା, ଯେଉଁଥିରେ ଆମେ ସବୁ ଅଭିନେତା । ପୂର୍ବରୁ ଯେବେ
ଏ ସବୁ କଥା କହୁଥିଲୁ, ସେତେବେଳେ ନିଜକୁ ଶରୀର ବୋଲି ଭାବୁଥିଲୁ । ଏବେ ବାବା କହୁଛନ୍ତି, ନିଜକୁ
ଆତ୍ମା ବୋଲି ଭାବ ଓ ବାବାଙ୍କୁ ମନେ ପକାଅ । ଏବେ ଆମକୁ ଘରକୁ ଫେରିବାର ଅଛି, ତାହା ହେଲା ମିଠା
ଘର । ସେହି ନିରାକାରୀ ଦୁନିଆରେ ଆମେ ଆତ୍ମା ସବୁ ରହିଥାଉ । ଏହି ଜ୍ଞାନ କୌଣସି ମନୁଷ୍ୟ ପାଖରେ
ନାହିଁ । ଏବେ ତୁମେ ସଂଗମରେ ଅଛ । ଜାଣିଛ ଯେ, ଏବେ ଆମକୁ ଘରକୁ ଫେରିଯିବାର ଅଛି । ପୁରୁଣା
ଦୁନିଆ ଶେଷ ହେବ, ତେଣୁ ଭକ୍ତି ମଧ୍ୟ ଶେଷ ହେବ । ସର୍ବପ୍ରଥମେ କିଏ ଆସନ୍ତି, ଏହି ସବୁ ଧର୍ମ
କିପରି କ୍ରମାନୁସାରେ ଆସେ, ଏହି କଥା କୌଣସି ଶାସ୍ତ୍ରରେ ନାହିଁ । ଏହି ବାବା ହିଁ ନୂଆ କଥା
ବୁଝାଉଛନ୍ତି । ଆଉ କେହି ଏ କଥା ବୁଝାଇପାରିବେ ନାହିଁ । ବାବା ମଧ୍ୟ ଥରେ ଆସି ବୁଝାଉଛନ୍ତି ।
ନୂଆ ଦୁନିଆର ସ୍ଥାପନା, ପୁରୁଣା ଦୁନିଆର ବିନାଶ କରିବା ପାଇଁ ଜ୍ଞାନ ସାଗର ବାବା ଥରେ ମାତ୍ର
ଆସିଥାନ୍ତି । ତେଣୁ ବାବାଙ୍କ ସ୍ମୃତି ସହିତ ଏହି ଚକ୍ର ମଧ୍ୟ ବୁଦ୍ଧିରେ ରହିବା ଦରକାର । ଏବେ
ସୃଷ୍ଟି ନାଟକ ଶେଷ ହେଉଛି, ଆମେ ଘରକୁ ଯାଉଛୁ । ଅଭିନୟ କରି-କରି ଆମେ ଥକି ଯାଇଛୁ । ପଇସା ମଧ୍ୟ
ଖର୍ଚ୍ଚ କଲୁ, ଭକ୍ତି କରି-କରି ଆମେ ସତ୍ତ୍ୱପ୍ରଧାନରୁ ତମୋପ୍ରଧାନ ହୋଇଗଲୁ । ଏହି ଦୁନିଆ ହିଁ
ପୁରୁଣା ହୋଇଗଲା । ନାଟକକୁ ପୁରୁଣା କହିବା? ନା । ନାଟକ ତ କେବେ ପୁରୁଣା ହୁଏ ନାହିଁ । ନାଟକ
ସର୍ବଦା ନୂଆ । ଏହା ଚାଲିଥାଏ । କିନ୍ତୁ ଦୁନିଆ ପୁରୁଣା ହୁଏ, ଆମେ ଆକ୍ଟର (ଅଭିନେତା) ମାନେ
ତମଃପ୍ରଧାନ ଦୁଃଖୀ ହୋଇଯାଉ, ଥକି ଯାଉ । ସତ୍ୟଯୁଗରେ କ’ଣ ଥକିବା? ସେଠି କୌଣସି କଥାରେ ଥକିଯିବା
ବା ହଇରାଣ ହେବାର କଥା ନାହିଁ । ଏଠାରେ ତ ଅନେକ ପ୍ରକାର ଅସୁବିଧା ଦେଖିବାକୁ ମିଳୁଛି । ତୁମେ
ଜାଣିଛ ଏହି ପୁରୁଣା ଦୁନିଆ ଶେଷ ହେବାର ଅଛି । ଏବେ ମିତ୍ର ସମ୍ବନ୍ଧୀ ଆଦି କିଛି ମନେ ପଡିବା
ଉଚିତ୍ ନୁହେଁ । ଏକା ବାବାଙ୍କୁ ହିଁ ମନେ ପକାଇବା ଉଚିତ୍, ଯାହାଦ୍ୱାରା ବିକର୍ମ ବିନାଶ ହେବ,
ବିକର୍ମ ବିନାଶ ହେବାର ଆଉ କୌଣସି ଉପାୟ ନାହିଁ । ଗୀତାରେ ମଧ୍ୟ ମନମନାଭବର ଅକ୍ଷର ରହିଛି ।
କିନ୍ତୁ ଅର୍ଥ କେହି ବୁଝିପାରୁ ନାହାଁନ୍ତି । ବାବା କହୁଛନ୍ତି, ମୋତେ ମନେପକାଅ ଏବଂ ବର୍ସାକୁ ମନେ
ପକାଅ । ତୁମେ ବିଶ୍ୱର ଅଧିକାରୀ ଅର୍ଥାତ୍ ମାଲିକ ଥିଲ । ପୁଣି ଏବେ ତୁମେ ବିଶ୍ୱର ମାଲିକ ହେବାକୁ
ଯାଉଛ । ତେବେ କେତେ ଖୁସି ହେବା ଦରକାର । ଏବେ ତୁମେ କଉଡିରୁ ହୀରା ସଦୃଶ ହେଉଛ । ବାବାଙ୍କଠାରୁ
ବର୍ସା ନେବା ପାଇଁ ତୁମେ ଏଠାକୁ ଆସିଛ ।
ତୁମେ ଜାଣିଛ, କଳା କମ୍
ହେଲେ ଫୁଲର ବଗିଚା ଝାଉଁଳି ଯାଏ । ଏବେ ତୁମେ ସେହି ଫୁଲର ବଗିଚା ହେଉଛ । ସତ୍ୟଯୁଗ ହେଲା ବଗିଚା,
ତେଣୁ ତାହା କେତେ ସୁନ୍ଦର ହୋଇଥାଏ ପୁଣି ଧିରେ ଧିରେ କଳା କମିଯାଇଥାଏ । ଦୁଇ କଳା କମ୍ ହୋଇଗଲା,
ବଗିଚା ଝାଉଁଳିଗଲା । ଏବେ କଣ୍ଟାର ଜଙ୍ଗଲ ହୋଇଯାଇଛି । ଏବେ ତୁମେ ଜାଣୁଛ, ଏ ଦୁନିଆର ଲୋକଙ୍କୁ
କିଛି ମଧ୍ୟ ଜଣାନାହିଁ । ଏହି ଜ୍ଞାନ ତୁମକୁ ମିଳୁଛି । ଏହା ନୂଆ ଦୁନିଆ ପାଇଁ ଜ୍ଞାନ । ନୂଆ
ଦୁନିଆ ସ୍ଥାପନ ହେଉଛି ଏବଂ ତାହା ବାବା କରୁଛନ୍ତି । ବାବା ସୃଷ୍ଟିର ରଚୟିତା ଅଟନ୍ତି । ବାବାଙ୍କୁ
ହିଁ ମନେ ପକାଇଥାଆନ୍ତି ଯେ ଆସି ସ୍ୱର୍ଗ ରଚନା କର । ସୁଖଧାମ ରଚନା କର, ତେବେ ନିଶ୍ଚୟ ଦୁଃଖଧାମର
ବିନାଶ ହେବ ନା । ବାବା ପ୍ରତିଦିନ ଯାହାସବୁ ବୁଝାଉଛନ୍ତି, ତାହା ଧାରଣ କରି ଅନ୍ୟମାନଙ୍କୁ
ବୁଝାଇବାର ଅଛି । ସର୍ବପ୍ରଥମେ ମୁଖ୍ୟ କଥା ବୁଝାଇବାର ଅଛି - ଆମର ପିତା କିଏ, ଯାହାଙ୍କଠାରୁ
ବର୍ସା ପାଇବାର ଅଛି । ଭକ୍ତିମାର୍ଗରେ ମଧ୍ୟ ଗଡ୍ ଫାଦର (ଭଗବାନ)ଙ୍କୁ ମନେ ପକାନ୍ତି ଯେ ଆମର
ଦୁଃଖ ହରଣ କରି ସୁଖ ଦିଅ ତେବେ ତୁମମାନଙ୍କର ବୁଦ୍ଧିରେ ମଧ୍ୟ ଭଗବାନ ପିତାଙ୍କର ସ୍ମୃତି ରହିବା
ଦରକାର । ସ୍କୁଲରେ ଷ୍ଟୁଡେଣ୍ଟମାନଙ୍କ ବୁଦ୍ଧିରେ ଜ୍ଞାନ (ପାଠପଢା) ରହିଥାଏ, ଘର କଥା ନ ଥାଏ ।
ଷ୍ଟୁଡେଣ୍ଟ ଲାଇଫ୍ (ଛାତ୍ର ଜୀବନ)ରେ କାମଧନ୍ଦାର ଚିନ୍ତା ନ ଥାଏ । କେବଳ ପାଠପଢା ହିଁ ସ୍ମୃତିରେ
ଥାଏ । ବାବା କହୁଛନ୍ତି, ଏଠାରେ କର୍ମ କରି, ଘର ଗୃହସ୍ଥରେ କାର୍ଯ୍ୟ ବ୍ୟବହାରରେ ରହି ମଧ୍ୟ ଏହି
ପାଠ ପଢ । ଏପରି କହୁନାହାଁନ୍ତି ଯେ ସନ୍ନ୍ୟାସୀମାନଙ୍କ ପରି ଘରଦ୍ୱାର ଛାଡ । ଏହା ହିଁ ହେଉଛି
ରାଜଯୋଗ । ଏହା ପ୍ରବୃତ୍ତି ମାର୍ଗ । ସନ୍ନ୍ୟାସୀମାନଙ୍କୁ ତୁମେ କହିପାରିବ ଯେ ତୁମର ହେଉଛି
ହଠଯୋଗ । ତୁମେମାନେ ଘର ଦ୍ୱାର ଛାଡୁଛ, ଏଠାରେ କିନ୍ତୁ ସେ କଥା ନାହିଁ । ଏହି ଦୁନିଆ କିପରି ମଇଳା
ହୋଇଛି । କେତେ ଖରାପ ହୋଇଯାଇଛି! ଗରିବ ଲୋକମାନେ କିପରି ଅବସ୍ଥାରେ ରହିଛନ୍ତି । ଦେଖିଲେ ହିଁ
ଘୃଣା ଆସିଥାଏ । ବାହାରୁ ବିଦେଶରୁ ଯେଉଁ ପର୍ଯ୍ୟଟକମାନେ ଆସନ୍ତି, ସେମାନଙ୍କୁ ଭଲ-ଭଲ ସ୍ଥାନ
ଦେଖାନ୍ତି, ଗରିବମାନେ କିପରି ଦୁର୍ଗନ୍ଧରେ ପଡି ରହିଛନ୍ତି, ତାହା କ’ଣ କେହି ଦେଖାନ୍ତି । ଏହା ତ
ହେଲା ନର୍କ କିନ୍ତୁ ରହିବାରେ ମଧ୍ୟ ବହୁତ ଫରକ ଅଛି ନା । ସାହୁକାରମାନେ କେଉଁଠି ରହନ୍ତି, ଗରିବ
କେଉଁଠି ରହନ୍ତି, ସେଥିରେ ମଧ୍ୟ କର୍ମର ହିସାବ ଅଛି ନା । ସତ୍ୟଯୁଗରେ ଏପରି ଅଳିଆ ଆବର୍ଜନା ଆଦି
ନ ଥାଏ । ସେଠାରେ ପ୍ରଭେଦ ରହିଥାଏ ନା । କେହି ସୁନାର ମହଲ ତିଆରି କରିବେ, ତ କେହି ରୂପାର, କେହି
ଇଟାର । ଏଠାରେ କେତୋଟି ଖଣ୍ଡ (ରାଷ୍ଟ୍ର) ରହିଛି । ଗୋଟିଏ ୟୁରୋପ ଖଣ୍ଡ କେତେ ବଡ ଅଟେ । ସେଠାରେ
(ସତ୍ୟଯୁଗରେ) କେବଳ ଆମେ ହିଁ ରହିବା । ଏହା ମଧ୍ୟ ବୁଦ୍ଧିରେ ରହିଲେ ଅବସ୍ଥା ବହୁତ ହର୍ଷିତ ରହିବ
। ତୁମମାନଙ୍କ (ଷ୍ଟୁଡେଣ୍ଟ)ର ବୁଦ୍ଧିରେ ପାଠପଢା ହିଁ ରହେ କେବଳ ବାବା ଏବଂ ବର୍ସା । ଏହା
ବୁଝାଯାଇଛି ଯେ ବାକି କିଛି ଅଳ୍ପ ସମୟ ରହିଛି । ସେମାନେ କହିଦେଉଛନ୍ତି ଲକ୍ଷ-ଲକ୍ଷ, ହଜାର ହଜାର
ବର୍ଷ । ଏଠାରେ କିନ୍ତୁ ୫ ହଜାର ବର୍ଷର କଥା କୁହାଯାଉଛି । ତୁମେମାନେ ବୁଝିପାରୁଛ, ଏବେ ଆମର
ରାଜଧାନୀ ସ୍ଥାପନ ହେଉଛି । ବାକି ସାରା ଦୁନିଆ ଶେଷ ହେବାର ଅଛି । ଏହା ପାଠପଢା ଅଟେ ନା ।
ବୁଦ୍ଧିରେ ଏହି ସ୍ମୃତି ରହୁ ଯେ ଆମେ ଷ୍ଟୁଡେଣ୍ଟ, ଆମକୁ ଭଗବାନ ପଢାଉଛନ୍ତି । ତେବେ କେତେ ଖୁସି
ରହିବ । ଏହା କାହିଁକି ଭୂଲି ଯାଉଛ! କାରଣ ମାୟା ବହୁତ ପ୍ରବଳ, ସିଏ ଭୁଲାଇ ଦେଉଛି । ସ୍କୁଲରେ ସବୁ
ଷ୍ଟୁଡେଣ୍ଟ ପଢୁଛନ୍ତି । ସମସ୍ତେ ଜାଣୁଛନ୍ତି ଯେ ଆମକୁ ଭଗବାନ ପଢାଉଛନ୍ତି, ସେଠାରେ (ସ୍କୁଲମାନଙ୍କରେ)
ତ ଅନେକ ପ୍ରକାରର ବିଦ୍ୟା ପଢାଯାଇଥାଏ । ଅନେକ ଶିକ୍ଷକ ଥାଆନ୍ତି । ଏଠାରେ କେବଳ ଜଣେ ଶିକ୍ଷକ,
ପାଠପଢା ମଧ୍ୟ ଗୋଟିଏ, ବାକି ନାୟବ (ସହକାରୀ) ଶିକ୍ଷକ ନିଶ୍ଚୟ ଦରକାର । ଗୋଟିଏ ମାତ୍ର ସ୍କୁଲ,
ବାକି ଆଉ ସବୁ ଶାଖା, ପଢାଇଲାବାଲା ମଧ୍ୟ ଏକମାତ୍ର ବାବା ଅଟନ୍ତି । ସିଏ ଆସି ସମସ୍ତଙ୍କୁ ସୁଖ
ଦେଉଛନ୍ତି । ତୁମେ ଏବେ ଜାଣିଛ - ଆମେ ଅଧାକଳ୍ପ ସୁଖରେ ରହିବା । ତେବେ ଖୁସି ମଧ୍ୟ ରହିବା ଦରକାର
ଯେ, ଶିବବାବା (ଭଗବାନ) ଆମକୁ ପଢାଉଛନ୍ତି । ଶିବବାବା ସ୍ୱର୍ଗର ରଚନା କରୁଛନ୍ତି । ଆମେ ସେହି
ସ୍ୱର୍ଗର ମାଲିକ ହେବା ପାଇଁ ପଢୁଛୁ । ତେଣୁ ମନରେ କେତେ ଖୁସି ରହିବା ଦରକାର । ସେହି ସ୍କୁଲର
ଷ୍ଟୁଡେଣ୍ଟମାନେ ମଧ୍ୟ ଖାଇପିଇ ସବୁକିଛି ଘରର କାମ ଆଦି କରିଥାନ୍ତି । ହଁ କେତେକ ପାଠପଢାରେ ଅଧିକ
ଧ୍ୟାନ ରଖିବା ପାଇଁ ହଷ୍ଟେଲରେ ରହିଥାନ୍ତି । ଚାକିରୀ କରିବା ପାଇଁ ଝିଅମାନେ ବାହାରେ ରହନ୍ତି ।
ସେଠାକୁ ଅନେକ ପ୍ରକାରର ଲୋକସବୁ ଆସିଥାନ୍ତି । ଏଠାରେ ତୁମେ କେତେ ନିରାପଦରେ ବସିଛ । କେହି
ଭିତରକୁ ପ୍ରବେଶ କରିପାରିବେ ନାହିଁ । ଏଠାରେ ଆଉ କାହା ସହିତ ସାଙ୍ଗ ନାହିଁ । ପତିତ ଆତ୍ମାଙ୍କ
ସହିତ କଥା ହେବା ଦରକାର ନାହିଁ । ତୁମକୁ କାହାର ମୁହଁ ଦେଖିବା ଦରକାର ନାହିଁ । ତଥାପି ବାହାରେ
ରହୁଥିବା ସନ୍ତାନମାନେ ଆଗକୁ ଚାଲିଯାଉଛନ୍ତି । ଏହା କେତେ ଆଶ୍ଚର୍ଯ୍ୟଜନକର କଥା ଯେ ବାହାରେ
ରହୁଥିବା ପିଲାମାନେ, ଅନେକଙ୍କୁ ପଢାଇ, ନିଜ ସମାନ କରି ଏଠାକୁ ନେଇ ଆସୁଛନ୍ତି । ବାବା ସମାଚାର
ପଚାରିଥାନ୍ତି - କିପରି ପେସେଣ୍ଟ (ରୋଗୀ)କୁ ନେଇ ଆସିଛ, କେହି ବହୁତ ଖରାପ ପେସେଣ୍ଟ (ଆତ୍ମା)
ହୋଇଥିଲେ, ତାଙ୍କୁ ୭ ଦିନ ଭଟ୍ଟୀରେ ରଖାଯାଏ । ଏଠାକୁ କୌଣସି ଶୁଦ୍ରକୁ ଆଣିବାର ନିୟମ ନାହିଁ ।
ଏହା ମଧୁବନ, ଯେପରିକି ତୁମ ବ୍ରାହ୍ମଣମାନଙ୍କର ଏକ ଗାଁ । ଏଠାରେ ବାବା, ତୁମମାନଙ୍କୁ ହିଁ
ବୁଝାଉଛନ୍ତି, ବିଶ୍ୱର ମାଲିକ କରୁଛନ୍ତି । ଯଦି କୌଣସି ଶୁଦ୍ରକୁ ନେଇ ଆସିବ, ସିଏ ବାତାବରଣକୁ
ଖରାପ କରିବ । ତୁମମାନଙ୍କର ଚାଲିଚଳଣି ବହୁତ ରାଜକୀୟ ହେବା ଦରକାର ।
ଆଗାମୀ ସମୟରେ ତୁମକୁ
ବହୁତ ସାକ୍ଷାତ୍କାର ହେବ - ସେଠାରେ କ’ଣ-କ’ଣ ହେବ । ପଶୁ-ପକ୍ଷୀ ମଧ୍ୟ କିପରି ବହୁତ ଭଲ
ପ୍ରଜାତିର ରହିବ । ସବୁ ଭଲ ଭଲ ଜିନିଷ ରହିବ । ଏଠାକାର କୌଣସି ଜିନିଷ ସତ୍ୟଯୁଗର ଜିନିଷ ସହ ସମାନ
ହୋଇପାରିବ ନାହିଁ । ସେଠାରେ ପୁଣି ଏଠାକାର ଜିନିଷ ହୋଇପାରିବ ନାହିଁ । ତୁମ ବୁଦ୍ଧିରେ ଅଛି, ଆମେ
ସ୍ୱର୍ଗକୁ ଯିବା ପାଇଁ ପରୀକ୍ଷାରେ ଏବେ ପାସ୍ ହେଉଛୁ । ସେଥିପାଇଁ ଯେତେ ପଢିବା ଆଉ ଅନ୍ୟମାନଙ୍କୁ
ପଢାଇବା । ଶିକ୍ଷକ ହୋଇ ଅନ୍ୟମାନଙ୍କୁ ରାସ୍ତା ଦେଖାଇଥାନ୍ତି । ସମସ୍ତେ ଶିକ୍ଷକ ଅଟନ୍ତି ।
ସମସ୍ତଙ୍କୁ ପଢାଇବାର ଅଛି । ସର୍ବପ୍ରଥମେ ବାବାଙ୍କର ପରିଚୟ ଦେଇ କହିବାର ଅଛି ଯେ ବାବାଙ୍କ ଠାରୁ
ଏହି ବର୍ସା ମିଳୁଛି । ବାବା ହିଁ ଗୀତା ଶୁଣାଇଛନ୍ତି । ଇଏ ପ୍ରଜାପିତା ବ୍ରହ୍ମା ଅଟନ୍ତି, ତେବେ
ତାଙ୍କ ସହିତ ଏଠାରେ ବ୍ରାହ୍ମଣ ମଧ୍ୟ ଥିବେ । ବ୍ରହ୍ମା ମଧ୍ୟ ଶିବବାବାଙ୍କ ଠାରୁ ପଢୁଛନ୍ତି ।
ତୁମେ ଏବେ ବିଷ୍ଣୁପୁରୀକୁ ଯିବା ପାଇଁ ପାଠ ପଢୁଛ । ଏହା ତୁମର ଅଲୌକିକ ଘର ଅଟେ । ଲୌକିକ,
ପାରଲୌକିକ ଏବଂ ଅଲୌକିକ । ଏ ସବୁ ନୂଆ କଥା ନା । ଭକ୍ତିମାର୍ଗରେ କେହି ବ୍ରହ୍ମାଙ୍କୁ ମନେ
ପକାନ୍ତି ନାହିଁ । କାହାକୁ ବ୍ରହ୍ମାବାବା ମଧ୍ୟ କହିବା ଜଣାନାହିଁ । ଶିବବାବାଙ୍କୁ ମନେପକାନ୍ତି
ଯେ ଦୁଃଖରୁ ମୁକ୍ତ କର । ସିଏ ହେଲେ ପାରଲୌକିକ ପିତା, ଇଏ ହେଲେ ଅଲୌକିକ ପିତା । ୟାଙ୍କୁ (ବ୍ରହ୍ମାଙ୍କୁ)
ତୁମେ ସୂକ୍ଷ୍ମବତନରେ ମଧ୍ୟ ଦେଖୁଛ ପୁଣି ଏଠାରେ ମଧ୍ୟ ଦେଖୁଛ । ଲୌକିକ ପିତା ତ ଏଠାରେ ଦେଖିବାକୁ
ମିଳିଥାନ୍ତି । ପାରଲୌକିକ ପିତାଙ୍କୁ ତ ପରଲୋକରେ ଦେଖିପାରିବ । ପୁଣି ଇଏ ହେଉଛନ୍ତି ଅଲୌକିକ ୱାଣ୍ଡରଫୁଲ
ପିତା । ଏହି ଅଲୌକିକ ପିତାଙ୍କୁ ବୁଝିବାରେ ହିଁ ଦ୍ୱନ୍ଦ୍ୱରେ ପଡନ୍ତି । ଶିବବାବାଙ୍କୁ ତ
ନିରାକାର କହିବେ । ତୁମେ କହିବ, ସିଏ (ଶିବ) ବିନ୍ଦୁ ଅଟନ୍ତି । ସେମାନେ ଅଖଣ୍ଡ ଜ୍ୟୋତି ବା
ବ୍ରହ୍ମ କହିଦେଇଥାଆନ୍ତି । ଅନେକ ମତ ରହିଛି । ତୁମର ତ ଗୋଟିଏ ମତ । ବାବା, ଜଣଙ୍କ ଦ୍ୱାରା ମତ
ଦେବା ଆରମ୍ଭ କରିଛନ୍ତି ପୁଣି ସନ୍ତାନମାନଙ୍କର ବୃଦ୍ଧି କେତେ ହେଉଛି । ତେଣୁ ତୁମମାନଙ୍କ
ବୁଦ୍ଧିରେ ଏହା ରହିବା ଦରକାର - ଆମକୁ ଏବେ ଶିବବାବା ପଢାଉଛନ୍ତି । ପତିତରୁ ପାବନ କରୁଛନ୍ତି ।
ପୁଣି ରାବଣ ରାଜ୍ୟରେ ନିଶ୍ଚୟ ପତିତ ତମଃପ୍ରଧାନ ହେବାର ଅଛି । ନାମ ହିଁ ହେଉଛି ପତିତ ଦୁନିଆ ।
ସମସ୍ତେ ଦୁଃଖୀ ଅଟନ୍ତି, ତେଣୁ ବାବାଙ୍କୁ ମନେ ପକାଉଛନ୍ତି ଯେ ବାବା ଆମ ଦୁଃଖ ଦୂର କରି ସୁଖ ଦିଅ
। ଆମ ସମସ୍ତଙ୍କର ଜଣେ ହିଁ ପିତା ଅଟନ୍ତି । ସିଏ ତ ସମସ୍ତଙ୍କୁ ସୁଖ ଦେବେ ନା । ନୂଆ ଦୁନିଆରେ
ସୁଖ ହିଁ ସୁଖ । ବାକି ସମସ୍ତେ ଶାନ୍ତିଧାମରେ ରହିଥାନ୍ତି । ଏହା ବୁଦ୍ଧିରେ ରହିବା ଦରକାର - ଏବେ
ଆମେ ଶାନ୍ତିଧାମକୁ ଯିବା । ଯେତେ ବିନାଶ ନିକଟତର ହେବ, ତେବେ ଆଜିର ଦୁନିଆ କଣ, କାଲିର ଦୁନିଆରେ
କଣ ହେବ, ସବୁ ଦେଖି ଚାଲିବ । ସ୍ୱର୍ଗର ବାଦଶାହୀକୁ ନିକଟରୁ ଦେଖିବ । ସେଥିପାଇଁ ସନ୍ତାନମାନଙ୍କୁ
ମୁଖ୍ୟ କଥା ବୁଝାଉଛନ୍ତି - ବୁଦ୍ଧିରେ ଏହି ସ୍ମୃତି ରହୁ ଯେ ଆମେ ଏବେ ସ୍କୁଲରେ ବସିଛୁ । ଆମକୁ
ପଢାଇବା ପାଇଁ ଶିବବାବା ଏହି ରଥରେ ଆରୋହଣ କରି ଆସିଛନ୍ତି । ଇଏ ଭାଗୀରଥ ଅଟନ୍ତି । ବାବା
ନିଶ୍ଚିତ ଥରେ ମାତ୍ର ଆସିଥାନ୍ତି । ଭାଗୀରଥର ନାମ କଣ, ଏହା ମଧ୍ୟ କାହାକୁ ଜଣାନାହିଁ ।
ତୁମେ ସନ୍ତାନମାନେ
ଯେତେବେଳେ ବାବାଙ୍କ ସମ୍ମୁଖରେ ବସୁଛ, ତେବେ ବୁଦ୍ଧିରେ ରହିବା କଥା ଯେ ବାବା ଏବେ ଆସିଛନ୍ତି -
ଆମକୁ ସୃଷ୍ଟି ଚକ୍ରର ରହସ୍ୟ ବତାଉଛନ୍ତି । ବର୍ତ୍ତମାନ ନାଟକ ଶେଷ ହେଉଛି, ଏବେ ଆମକୁ ଘରକୁ
ଯିବାର ଅଛି । ଏହା ବୁଦ୍ଧିରେ ରଖିବା କେତେ ସହଜ କିନ୍ତୁ ଏହାକୁ ମଧ୍ୟ ଭୁଲି ଯାଉଛନ୍ତି ।
ବର୍ତ୍ତମାନ ସୃଷ୍ଟିଚକ୍ର ଶେଷ ହେଉଛି, ଏବେ ଆମକୁ ଘରକୁ ଯିବାର ଅଛି, ପୁଣି ନୂଆ ଦୁନିଆରେ ଆସି
ଅଭିନୟ କରିବାର ଅଛି, ପୁଣି ଆମ ପରେ ଅମୁକ-ଅମୁକ ଆସିବେ । ତୁମେମାନେ ଜାଣୁଛ ଏହି ଚକ୍ର କିପରି
ଘୂରୁଛି, ଦୁନିଆର ବୃଦ୍ଧି କିପରି ହେଉଛି । ଦୁନିଆ ନୂଆରୁ ପୁରୁଣା ପୁଣି ପୁରୁଣାରୁ ନୂଆ ହୁଏ ।
ବିନାଶ ପାଇଁ ପ୍ରସ୍ତୁତି ହେଉଥିବା ମଧ୍ୟ ଦେଖୁଛ । ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ହେବାର ଅଛି ।
ଏତେ ସବୁ ବୋମା ତିଆରି କରି ରଖିଛନ୍ତି, ସେସବୁ କାମରେ ଆସିବାର ଅଛି ନା । ବୋମା ଦ୍ୱାରା ଏତେ କାମ
ହେବ ଯାହାକି ମନୁଷ୍ୟମାନଙ୍କୁ ଲଢିବା ଦରକାର ପଡିବ ନାହିଁ । ସେନ୍ୟବାହିନୀକୁ ପୁଣି ଛାଡି ଦେବେ ।
ବୋମା ସବୁ ପକାଇ ଚାଲିବେ । ପୁଣି ବହୁତ ସଂଖ୍ୟକ ମନୁଷ୍ୟ ଚାକିରିରୁ ବାହାରିଯିବେ, ତେବେ ଭୋକରେ
ମରିବେ ନା । ଏହା ସବୁ ହେବାର ଅଛି । ପୁଣି ସିପାହୀ ଆଦି କ’ଣ କରିବେ । ଭୂମିକମ୍ପ ହେଉଥିବ, ବୋମା
ମଧ୍ୟ ପଡୁଥିବ, ଜଣେ-ଜଣଙ୍କୁ ମାରୁଥିବେ । ଖୁନେ ନାହେକ ଖେଳ ହେବାର ଅଛି ନା । ତେଣୁ ଏଠାରେ ଯେବେ
ଆସି ବସୁଛ, ତେବେ ଏଇ କଥା ସବୁକୁ ଚିନ୍ତନ କରିବାର ଅଛି । ଶାନ୍ତିଧାମ, ସୁଖଧାମକୁ ମନେ ପକାଉଥାଅ
। ନିଜକୁ ପଚାର ମୋର କ’ଣ ସବୁ ମନେ ପଡୁଛି । ଯଦି ବାବାଙ୍କ ସ୍ମୃତି ରହୁ ନାହିଁ ତେବେ ନିଶ୍ଚିତ
ବୁଦ୍ଧି ଏଣେ ତେଣେ ଭଟକୁଥିବ । ଯାହାଦ୍ୱାରା ବିକର୍ମ ବିନାଶ ହେବ ନାହିଁ ଏବଂ ପଦ ମଧ୍ୟ କମିଯିବ ।
ଆଚ୍ଛା, ଯଦି ବାବାଙ୍କ ସ୍ମୃତି ରହୁ ନାହିଁ ତେବେ ସୃଷ୍ଟିଚକ୍ରକୁ ସ୍ମରଣ କର, ତେବେ ମଧ୍ୟ ଖୁସି
ରହିବ । କିନ୍ତୁ ଶ୍ରୀମତରେ ନ ଚାଲିଲେ, ସେବା ନ କରିଲେ ବାପଦାଦାଙ୍କ ହୃଦୟରେ ବସି ପାରିବ ନାହିଁ
। ଯଦି ସେବା କରୁନାହାଁନ୍ତି, ତେବେ ଅପସେବା କରି ଅନେକଙ୍କୁ ହଇରାଣ କରୁଛନ୍ତି । କେହି ସନ୍ତାନ
ବହୁତଙ୍କୁ ନିଜ ସମାନ କରି ବାବାଙ୍କ ପାଖକୁ ନେଇଆସିଥାନ୍ତି । ତେଣୁ ସେମାନଙ୍କୁ ବାବା ଦେଖି ଖୁସି
ହୁଅନ୍ତି । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ସଦା
ହର୍ଷିତ ରହିବା ପାଇଁ ବୁଦ୍ଧିରେ ପାଠପଢା ଏବଂ ପଢାଉଥିବା ଶିକ୍ଷକଙ୍କର ସ୍ମୃତି ରହିବା ଉଚିତ୍ ।
ଖାଇ-ପିଇ ସବୁ କାମ କରି ମଧ୍ୟ ପାଠପଢା ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେବାର ଅଛି ।
(୨) ବାପଦାଦାଙ୍କ ଦିଲ୍ରେ
ବସିବା ପାଇଁ ଶ୍ରୀମତ ଆଧାରରେ ବହୁତଙ୍କୁ ନିଜ ସମାନ କରିବା ପାଇଁ ସେବା କରିବାର ଅଛି । କାହାକୁ
ମଧ୍ୟ ବିରକ୍ତ କରିବାର ନାହିଁ ।
ବରଦାନ:-
ଅଶରୀରୀ ପଣିଆର
ଇଞ୍ଜେକ୍ସନ୍ ଦ୍ୱାରା ମନକୁ ନିୟନ୍ତ୍ରଣ କରୁଥିବା ଏକାଗ୍ରଚିତ୍ତ ହୁଅ ।
ଯେପରି ଆଜିକାଲି କେହି
ଯଦି ନିୟନ୍ତ୍ରଣରେ ଆସୁନାହିଁ, ବହୁତ ବିରକ୍ତ କରୁଛି ବା ପାଗଳ ହୋଇଯାଉଛି, ତେବେ ତାକୁ ଏଭଳି
ଇଞ୍ଜେକ୍ସନ୍ ଲଗାଇ ଦେଉଛନ୍ତି ଯାହାଦ୍ୱାରା ସେ ଶାନ୍ତ ହୋଇଯାଉଛି । ସେହିପରି ତୁମର ସଂକଳ୍ପ
ଶକ୍ତି ଯଦି ନିୟନ୍ତ୍ରଣରେ ଆସୁନାହିଁ ତେବେ ତା’କୁ ଅଶରୀରୀ ପଣିଆର ଅର୍ଥାତ୍ ଅଶରୀରୀ ସ୍ଥିତିରେ
ସ୍ଥିତ ହେବାର ଇଞ୍ଜେକ୍ସନ୍ ଲଗାଇ ଦିଅ ଯାହା ଦ୍ୱାରା ସେ ଆଉ ବ୍ୟର୍ଥରେ ଉଚ୍ଛୁଳିବ ନାହିଁ, ସହଜରେ
ଏକାଗ୍ରଚିତ୍ତ ହୋଇଯିବ । କିନ୍ତୁ ବୁଦ୍ଧି ରୂପୀ ଲଗାମକୁ ବାବାଙ୍କ ହାତକୁ ଦେଇ ଦେବା ପରେ ଯଦି
ପୁନର୍ବାର ତାକୁ ନିଜ ହାତକୁ ନେଇ ଆସୁଛ, ତେବେ ମନ ତୁମକୁ ବ୍ୟର୍ଥରେ ମେହନତ କରାଇ ଦେଉଛି । ତେଣୁ
ଏବେ ବ୍ୟର୍ଥର ମେହନତରୁ ମୁକ୍ତ ହୋଇଯାଅ ।
ସ୍ଲୋଗାନ:-
ନିଜର ପୂର୍ବଜ
ସ୍ୱରୂପକୁ ସ୍ମୃତିରେ ରଖି ସର୍ବ ଆତ୍ମାଙ୍କ ଉପରେ ଦୟା କର ।