24.04.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ବୈଜୟନ୍ତୀ ମାଳା ଅର୍ଥାତ୍ ବିଜୟ ମାଳାରେ ଆସିବା ପାଇଁ ବାବାଙ୍କୁ ନିରନ୍ତର ମନେପକାଅ, ନିଜର ସମୟ
ନଷ୍ଟ କର ନାହିଁ, ପାଠପଢା ପ୍ରତି ପୂରା ପୂରା ଧ୍ୟାନ ଦିଅ ।”
ପ୍ରଶ୍ନ:-
ବାବା ନିଜର
ସନ୍ତାନମାନଙ୍କୁ କେଉଁ ଗୋଟିଏ ଅନୁରୋଧ କରୁଛନ୍ତି?
ଉତ୍ତର:-
ବାବା ଏହି ଅନୁରୋଧ କରୁଛନ୍ତି - ମିଠା ମିଠା ପିଲାମାନେ ଭଲ ଭାବରେ ପାଠ ପଢ । ବାବାଙ୍କର ଇଜ୍ଜତ
ରଖ । ଏପରି କୌଣସି ଖରାପ କାମ କର ନାହିଁ ଯାହା ଦ୍ୱାରା ବାବାଙ୍କ ନାମ ବଦନାମ ହେବ । ସତ୍ୟ ପିତା,
ସତ୍ୟ ଶିକ୍ଷକ, ସତ୍ଗୁରୁଙ୍କର କେବେ ହେଲେ ନିନ୍ଦା କରାଅ ନାହିଁ । ପ୍ରତିଜ୍ଞା କର ଯେ – ଯେ
ପର୍ଯ୍ୟନ୍ତ ପାଠପଢା ଚାଲିଥିବ ସେ ପର୍ଯ୍ୟନ୍ତ ପବିତ୍ର ନିଶ୍ଚିତ ରହିବୁ ।
ଗୀତ:-
ତୁହ୍ମେଁ ପାକେ
ହମନେ ଜହାଁ ପା ଲିୟା ହୈ....
ଓମ୍ ଶାନ୍ତି ।
ଏକଥା କିଏ
କହୁଛନ୍ତି ଯେ ତୁମକୁ ପାଇ ଆମେ ସାରା ଜଗତର ରାଜତ୍ୱ ପାଉଛୁ? ଏବେ ତୁମେମାନେ ବିଦ୍ୟାର୍ଥୀ ହେବା
ସହିତ ସନ୍ତାନ ମଧ୍ୟ ହୋଇଛ । ତୁମେମାନେ ହିଁ ଏବେ ଜାଣୁଛ ବେହଦର ବାବା ଆମମାନଙ୍କୁ ବିଶ୍ୱର ମାଲିକ
କରିବା ପାଇଁ ଆସିଛନ୍ତି । ତାଙ୍କ ସମ୍ମୁଖରେ ବସି ଆମେମାନେ ରାଜଯୋଗ ଶିଖୁଛୁ ଅର୍ଥାତ୍ ବିଶ୍ୱର
ଦ୍ୱିମୁକୁଟଧାରୀ ରାଜକୁମାର କୁମାରୀ ହେବା ପାଇଁ ଏଠାକୁ ପାଠ ପଢିବାକୁ ଆସିଛୁ । ଭକ୍ତିମାର୍ଗରେ
ଏହି ଗୀତର ଗାୟନ କରାଯାଉଛି । ବୁଦ୍ଧିବଳ ଦ୍ୱାରା ତୁମେମାନେ ଜାଣୁଛ ଯେ ଆମେ ବିଶ୍ୱର
ମହାରାଜା-ମହାରାଣୀ ହେବୁ । ବାବା ଜ୍ଞାନର ସାଗର, ପରମ ଶିକ୍ଷକ ଆତ୍ମାମାନଙ୍କୁ ପାଠ ପଢାଉଛନ୍ତି ।
ଆତ୍ମା ଏହି ଶରୀର ରୂପୀ କର୍ମେନ୍ଦ୍ରିୟ ଦ୍ୱାରା ଜାଣିଛି ଯେ ଆମେ ବାବାଙ୍କଠାରୁ ବିଶ୍ୱର ଦ୍ୱି-ମୁକୁଟଧାରୀ
ରାଜକୁମାର-ରାଜକୁମାରୀ ହେବା ପାଇଁ ପାଠଶାଳାରେ ବସିଛୁ । ତେଣୁ ତୁମମାନଙ୍କର କେତେ ନିଶା ରହିବା
ଉଚିତ୍ । ତେଣୁ ନିଜ ମନକୁ ପଚାର - ଆମ ବିଦ୍ୟାର୍ଥୀମାନଙ୍କ ପାଖରେ ଏତିକି ନିଶା ରହିଛି? ଏହା
କୌଣସି ନୁଆ କଥା ବି ନୁହେଁ । ଆମେ କଳ୍ପ କଳ୍ପ ବିଶ୍ୱର କ୍ରାଉନ୍ ପ୍ରିନ୍ସ-ପ୍ରିନ୍ସସେଜ୍ ହେବା
ପାଇଁ ବାବାଙ୍କ ପାଖକୁ ଆସୁଛୁ । ସେହି ଯେଉଁ ବାବା, ପିତା ବି ଅଟନ୍ତି ଏବଂ ଶିକ୍ଷକ ମଧ୍ୟ ଅଟନ୍ତି
। ଯଦି ବାବା ପଚାରୁଛନ୍ତି, ତେବେ ସମସ୍ତେ କହୁଛନ୍ତି, ଯେ ଆମେ ସୂର୍ଯ୍ୟବଂଶୀ କ୍ରାଉନ ପ୍ରିନ୍ସ
ପ୍ରିନ୍ସସେସ୍ ଅଥବା ଲକ୍ଷ୍ମୀ-ନାରାୟଣ ହେବୁ । ତେଣୁ ନିଜର ମନକୁ ପଚାରିବା ଉଚିତ୍, ଆମେ ସେହିପରି
ପୁରୁଷାର୍ଥ କରୁଛୁ? ବେହଦର ବାବା ଯିଏ ସ୍ୱର୍ଗର ସମ୍ପତ୍ତି ଦେବାକୁ ଆସିଛନ୍ତି, ସେ ଆମର
ପିତା-ଶିକ୍ଷକ-ଗୁରୁ ମଧ୍ୟ ଅଟନ୍ତି ତେଣୁ ସର୍ବୋଚ୍ଚ ସମ୍ପତ୍ତି ମଧ୍ୟ ନିଶ୍ଚୟ ଦେଉଥିବେ । ତେବେ
ନିଜକୁ ଦେଖିବା ଦରକାର ମୋର ଏତିକି ଖୁସି ରହୁଛି କି ଆଜି ଯେଉଁ ପାଠ ମୁଁ ପଢୁଛି, କାଲି ମୁକୁଟଧାରୀ
ରାଜକୁମାର ହେବି? କାହିଁକି ନା ଏହା ସଂଗମ ଅଟେ ନା । ବର୍ତ୍ତମାନ ତୁମେମାନେ ଏ ପାରିରେ ଅଛ, ପୁଣି
ସେ ପାରିରେ ଥିବା ସ୍ୱର୍ଗକୁ ଯିବା ପାଇଁ ପାଠ ପଢୁଛ । ସେଠାକୁ ଆମେ ସର୍ବଗୁଣ ସମ୍ପନ୍ନ, ୧୬ କଳା
ସଂପୂର୍ଣ୍ଣ ହୋଇଯିବା । ତେଣୁ ନିଜକୁ ପଚାରିବା ଉଚିତ୍, ଆମେ ସେହିପରି ଯୋଗ୍ୟ ହୋଇଛୁ କି? ଏକଥା
କେବଳ ଜଣେ ନାରଦଙ୍କର ନୁହେଁ । ତୁମେ ସମସ୍ତେ ମଧ୍ୟ ଭକ୍ତ ଥିଲ । ଏବେ ବାବା ଭକ୍ତିରୁ ମୁକ୍ତ
କରାଉଛନ୍ତି । ତୁମେ ଜାଣିଛ ଆମେ ବାବାଙ୍କର ସନ୍ତାନ ହୋଇ ତାଙ୍କଠାରୁ ବର୍ସା ନେବା ପାଇଁ ଅର୍ଥାତ୍
ବିଶ୍ୱ ମୁକୁଟଧାରୀ ରାଜକୁମାର ହେବା ପାଇଁ ଆସିଛୁ । ବାବା କହୁଛନ୍ତି ନିଜର ଗୃହସ୍ଥ ବ୍ୟବହାରରେ
ରୁହ । ବାନପ୍ରସ୍ଥୀମାନେ ଗୃହସ୍ଥ ବ୍ୟବାହାରରେ ରହି ନ ଥାନ୍ତି ଏବଂ କୁମାର-କୁମାରୀମାନେ ମଧ୍ୟ
ଗୃହସ୍ଥ ବ୍ୟବହାରରେ ରହନ୍ତି ନାହିଁ । ସେମାନଙ୍କର ତାହା ହେଲା ଛାତ୍ର ଜୀବନ । ବ୍ରହ୍ମଚର୍ଯ୍ୟ
ଅବସ୍ଥାରେ ହିଁ ପାଠପଢିଥା’ନ୍ତି । ବର୍ତ୍ତମାନ ଏହା ମଧ୍ୟ ବହୁତ ଉଚ୍ଚ ପାଠପଢା, ଯେଉଁଥିରେ ସାରା
ଜୀବନ ପବିତ୍ର ରହିବାକୁ ପଡିବ । ଦୁନିଆର ବିଦ୍ୟାର୍ଥୀମାନେ ବ୍ରହ୍ମଚର୍ଯ୍ୟରେ ରହି ପାଠପଢି ପୁଣି
ବିକାରୀ ହୋଇଯାଇଥା’ନ୍ତି । ଏଠାରେ ତୁମେମାନେ ସଂପୂର୍ଣ୍ଣ ବ୍ରହ୍ମଚର୍ଯ୍ୟରେ ରହି ପାଠ ପଢୁଛ ।
ବାବା କହୁଛନ୍ତି ମୁଁ ହେଉଛି ପବିତ୍ରତାର ସାଗର, ତୁମମାନଙ୍କୁ ମଧ୍ୟ ସେହିପରି କରାଉଛି । ତୁମେମାନେ
ଜାଣିଛ ଅଧାକଳ୍ପ ଆମେ ପବିତ୍ର ଥିଲୁ । ବାସ୍ତବରେ ବାବାଙ୍କ ସହିତ ପ୍ରତିଜ୍ଞା କରିଥିଲୁ - ବାବା
ଆମେ କାହିଁକି ପବିତ୍ର ନ ହେବୁ ଆଉ ପବିତ୍ର ଦୁନିଆର ମାଲିକ ନ ହେବୁ । ଆମର ବାବା କେତେ ବଡ,
ସାଧାରଣ ଶରୀର ଥାଇ ମଧ୍ୟ, ଆତ୍ମାରେ ନିଶା ଚଢୁଛି ନା । ବାବା ପବିତ୍ର କରାଇବା ପାଇଁ ଆସିଛନ୍ତି ।
ପିଲାମାନଙ୍କୁ କହୁଛନ୍ତି ତୁମେ ବିକାରରେ ଯାଇ ଯାଇ ଏବେ ବେଶ୍ୟାଳୟରେ ଆସି ପଡିଛ । ତୁମେ
ସତ୍ୟଯୁଗରେ କେତେ ପବିତ୍ର ଥିଲ, ଏହି ରାଧା କୃଷ୍ଣ ପବିତ୍ର ରାଜକୁମାର-କୁମାରୀ ଅଟନ୍ତି ନା ।
ରୁଦ୍ରମାଳାକୁ ଦେଖ ଏବଂ ବିଷ୍ଣୁଙ୍କ ମାଳାକୁ ମଧ୍ୟ ଦେଖ । ରୁଦ୍ରମାଳା ପୁଣି ବିଷ୍ଣୁଙ୍କ ମାଳା
ହେବ । ବୈଜୟନ୍ତୀ ମାଳାରେ ଆସିବା ପାଇଁ ବାବା ବୁଝାଉଛନ୍ତି - ପ୍ରଥମେ ତୁମେ ନିରନ୍ତର ବାବାଙ୍କୁ
ସ୍ମରଣ କର, ନିଜର ସମୟ ନଷ୍ଟ କର ନାହିଁ । ଏହି କଉଡି ଅର୍ଥାତ୍ ବିନାଶୀ ଧନ ପଛରେ ଧାଇଁ ଧାଇଁ
ମାଙ୍କଡ ପରି ହୁଅ ନାହିଁ । ମାଙ୍କଡମାନେ ଚଣା ଖାଇଥା’ନ୍ତି । ଏବେ ତୁମକୁ ବାବା ରତ୍ନ ଦେଉଛନ୍ତି
। ପୁଣି ବି ଯଦି କଉଡି ଅଥବା ଚଣା ପଛରେ ଧାଇଁବ ଅର୍ଥାତ୍ ବିନାଶୀ ଧନ ପଛରେ ଧାଇଁବ ତେବେ କି
ଅବସ୍ଥା ହେବ? ରାବଣର ବନ୍ଧନକୁ ଚାଲିଯିବ । ବାବା ଆସି ରାବଣର ବନ୍ଧନରୁ ମୁକ୍ତ କରୁଛନ୍ତି ।
କହୁଛନ୍ତି - ଦେହ ସହିତ ଦେହର ସବୁ ସମ୍ବନ୍ଧକୁ ବୁଦ୍ଧିରୁ ତ୍ୟାଗ କର । ନିଜକୁ ଆତ୍ମା ନିଶ୍ଚୟ କର
। ବାବା କହୁଛନ୍ତି ମୁଁ କଳ୍ପ କଳ୍ପ ଭାରତକୁ ହିଁ ଆସୁଛି । ଭାରତବାସୀ ସନ୍ତାନମାନଙ୍କୁ ବିଶ୍ୱର
ମୁକୁଟଧାରୀ ରାଜକୁମାର-ରାଜକୁମାରୀ କରାଉଛି । ବାବା କେତେ ସହଜ ପାଠ ପଢାଉଛନ୍ତି, ଏପରି ମଧ୍ୟ
କହୁନାହାଁନ୍ତି ଯେ ୪-୮ ଘଣ୍ଟା ଆସି ବସ । ନା । ଗୃହସ୍ଥ ବ୍ୟବହାରରେ ରହି ନିଜକୁ ଆତ୍ମା ନିଶ୍ଚୟ
କରି ମୋତେ ମନେ ପକାଅ ତେବେ ତୁମେ ପତିତରୁ ପବିତ୍ର ହୋଇଯିବ । ବିକାରୀକୁ ପତିତ କୁହାଯାଇଥାଏ ।
ଦେବତାମାନେ ପବିତ୍ର ଅଟନ୍ତି, ସେଥିପାଇଁ ତାଙ୍କର ମହିମାର ଗାୟନ କରାଯାଉଛି । ବାବା ବୁଝାଉଛନ୍ତି,
ଦୁନିଆରେ ଅଳ୍ପକାଳ କ୍ଷଣଭଙ୍ଗୁର ସୁଖ ରହିଛି । ସନ୍ନ୍ୟାସୀମାନେ ଠିକ୍ କହୁଛନ୍ତି, ସଂସାରର ସୁଖ
କାଗ ବିଷ୍ଠା ସମାନ ଅଟେ । କିନ୍ତୁ ସେମାନଙ୍କୁ ଜଣାନାହିଁ ଯେ ଦେବତାମାନେ କେତେ ସୁଖରେ ରହୁଛନ୍ତି
। ନାମ ହିଁ ହେଉଛି ସୁଖଧାମ । ଏହା ହେଉଛି ଦୁଃଖଧାମ । ଏହି କଥାକୁ ଦୁନିଆରେ କେହି ବି
ଜାଣିନାହାଁନ୍ତି । ବାବା ହିଁ ଆସି କଳ୍ପ କଳ୍ପ ବୁଝାଉଛନ୍ତି ଏବଂ ଦେହୀ-ଅଭିମାନୀ କରାଉଛନ୍ତି ।
ତୁମେମାନେ ନିଜକୁ ଆତ୍ମା ମନେକର । ତୁମେ ଆତ୍ମା, ନା କି ଦେହ । ଏହି ଦେହର ତୁମେ ମାଲିକ, ଦେହ
ତୁମର ମାଲିକ ନୁହେଁ । ତୁମେମାନେ ୮୪ ଜନ୍ମ ନେଇ ନେଇ ଏବେ ତମଃପ୍ରଧାନ ହୋଇଯାଇଛ । ତୁମର ଆତ୍ମା
ଏବଂ ଶରୀର ଉଭୟ ପତିତ ହୋଇଯାଇଛି । ତୁମେମାନେ ଦେହ-ଅଭିମାନୀ ହୋଇ ବହୁତ ପାପ କରିଛ । ଏବେ ତୁମକୁ
ଦେହୀ-ଅଭିମାନୀ ହେବାକୁ ପଡିବ । ଏବେ ମୋ ସହିତ ଘରକୁ ଫେରିବାକୁ ହେବ । ଆତ୍ମା ଏବଂ ଶରୀର ଉଭୟକୁ
ଶୁଦ୍ଧ କରିବା ପାଇଁ ବାବା କହୁଛନ୍ତି ମନମନାଭବ । ଅଧାକଳ୍ପ ହେବ ବାବା ତୁମକୁ ରାବଣଠାରୁ ସ୍ୱାଧୀନ
କରି ଦେଇଥିଲେ, ଏବେ ପୁଣି ସେହି ସ୍ୱାଧୀନତା ଦେଉଛନ୍ତି । ଅଧାକଳ୍ପ ତୁମେ ସ୍ୱାଧୀନ ରାଜ୍ୟ କର ।
ସେଠାରେ ୫ ବିକାରର ନାମ ହିଁ ରହିବ ନାହିଁ । ଏବେ ଶ୍ରୀମତରେ ଚାଲି ଶ୍ରେଷ୍ଠ ହେବାକୁ ପଡିବ । ତେଣୁ
ନିଜକୁ ପଚାର - ଆମ ଭିତରେ ବିକାର କେତେ ରହିଛି? ବାବା କହୁଛନ୍ତି ପ୍ରଥମେ ତ’ କେବଳ ମୋତେ
ମନେପକାଅ ଆଉ କୌଣସି ଲଢେଇ ଝଗଡା ବି କରିବା ଉଚିତ୍ ନୁହେଁ । ନଚେତ୍ ତୁମେ ପବିତ୍ର କିପରି ହେବ ।
ତୁମେ ଏଠାକୁ ପୁରୁଷାର୍ଥ କରି ମାଳାରେ ଗୁନ୍ଥା ହେବା ପାଇଁ ଆସିଛ । ଯଦି ଫେଲ୍ ହୋଇଯିବ ତେବେ
ମାଳାରେ ଗୁନ୍ଥା ହୋଇପାରିବ ନାହିଁ । କଳ୍ପ କଳ୍ପର ବାଦଶାହୀ ମଧ୍ୟ ହରାଇ ଦେବ । ପୁଣି ଶେଷ ସମୟରେ
ବହୁତ ପଶ୍ଚାତାପ କରିବାକୁ ପଡିବ । ସ୍କୁଲରେ ପାଠ ପଢାର ରେଜିଷ୍ଟର ରହିଥାଏ । ଶିକ୍ଷକ
ପିଲାମାନଙ୍କର ଲକ୍ଷଣ ମଧ୍ୟ ଦେଖିଥା’ନ୍ତି । ଏହା ମଧ୍ୟ ପାଠପଢା, ସକାଳୁ ଉଠି ତୁମେ ସ୍ୱତଃ ଏହାକୁ
ପଢ । ଦିନ ବେଳେ ତ’ କର୍ମ କରିବାକୁ ହେବ । ଫୁରସତ ମିଳୁନାହିଁ, ତେଣୁ ମନୁଷ୍ୟ ଭକ୍ତି ମଧ୍ୟ ସକାଳୁ
ଉଠି କରିଥା’ନ୍ତି । ଏହା ହେଲା ଜ୍ଞାନମାର୍ଗ । ଭକ୍ତିରେ ମଧ୍ୟ ପୂଜା କରୁ କରୁ ବୁଦ୍ଧିରେ କେହି
ନା କେହି ଦେହଧାରୀଙ୍କର ସ୍ମୃତି ଆସିଯାଇଥାଏ । ଏଠାରେ ମଧ୍ୟ ତୁମେମାନେ ବାବାଙ୍କୁ ମନେପକାଇବା
ସମୟରେ ଧନ୍ଦା ଆଦି ମନେପଡିଯାଉଛି । ତେବେ ଯେତେ ଯେତେ ତୁମେ ବାବାଙ୍କ ସ୍ମୃତିରେ ରହିବ ସେତେ ସେତେ
ପାପ ମଧ୍ୟ କଟିବାରେ ଲାଗିବ ।
ତୁମେମାନେ ଯେତେବେଳେ
ପୁରୁଷାର୍ଥ କରି କରି ସଂପୂର୍ଣ୍ଣ ପବିତ୍ର ହୋଇଯିବ ସେତେବେଳେ ଏହି ମାଳା ତିଆରି ହେବ । ଯଦି ପୂରା
ପୁରୁଷାର୍ଥ ନକରିବ ତେବେ ପ୍ରଜାରେ ଚାଲିଯିବ । ଯଦି ଭଲ ଭାବରେ ବାବାଙ୍କ ସହିତ ଯୋଗ ଲଗାଇବ, ପାଠ
ପଢିବ, ନିଜର ସବୁକିଛି ଭବିଷ୍ୟତ ପାଇଁ ଟ୍ରାନ୍ସଫର କରିଦେବ ତେବେ ଭବିଷ୍ୟରେ ସବୁକିଛି ମିଳିଯିବ ।
ତୁମେମାନେ ଯାହାକିଛି ଈଶ୍ୱର ଅର୍ଥେ ଦେଉଛ ପରଜନ୍ମରେ ତାର ରିଟର୍ଣ୍ଣ ମିଳୁଛି ନା । ଏବେ ବାବା
କହୁଛନ୍ତି ମୁଁ ଡାଇରେକ୍ଟ ଆସିଛି । ଏବେ ତୁମେ ଯାହା କିଛି କରୁଛ ସବୁ ନିଜ ପାଇଁ । ମନୁଷ୍ୟ ଦାନ
ପୁଣ୍ୟ କରୁଛନ୍ତି ତାହା ହେଉଛି ଇନ୍ଡାଇରେକ୍ଟ (ପରୋକ୍ଷରେ) । ବର୍ତ୍ତମାନ ତୁମେ ବାବାଙ୍କର
ସହଯୋଗୀ ହୋଇଛ । ଜାଣିଛ ଏହି ପଇସା ସବୁ ମାଟିରେ ମିଶିଯିବ । ତେଣୁ କାହିଁକି ଆମେ ବାବାଙ୍କର
ସହଯୋଗୀ ନ ହେବା । ନଚେତ୍ ବାବା ରାଜଧାନୀ କିପରି ସ୍ଥାପନ କରିବେ । ନା ତାଙ୍କର କୌଣସି ସେନା ଦଳ
ଆଦି ଅଛନ୍ତି, ନା ହତିଆର ଅଛି । ସବୁ କିଛି ଗୁପ୍ତ । ଯେପରି କନ୍ୟାକୁ କେହି କେହି ଗୁପ୍ତରେ
ଯୌତୁକ ଦେଇଥା’ନ୍ତି । ପେଟୀ ବନ୍ଦ କରି କନ୍ୟା ହାତରେ, ଚାବି ଦେଇଥା’ନ୍ତି । କେହି କେହି ତ’
ବହୁତ ଶୋ କରନ୍ତି, କେହି ଗୁପ୍ତରେ ଦେଇଥା’ନ୍ତି । ବାବା ମଧ୍ୟ କହୁଛନ୍ତି ତୁମେ ସବୁ ହେଉଛ ସଜନୀ
। ମୁଁ ତୁମମାନଙ୍କୁ ବିଶ୍ୱର ମାଲିକ କରାଇବାକୁ ଆସିଛି । ତୁମେ ଗୁପ୍ତରେ ମୋତେ ସାହାଯ୍ୟ କରୁଛ ।
ଏକଥା ଆତ୍ମା ଜାଣିଛି - ବାହାରର ଆକର୍ଷଣ ଆଡମ୍ବର କିଛି ହେଲେ ନାହିଁ । ଏହା ହେଉଛି ବିକାରୀ ପତିତ
ଦୁନିଆ । ପୁଣି ବି ସୃଷ୍ଟିର ବୃଦ୍ଧି ନିଶ୍ଚୟ ହେବ । ଆତ୍ମାମାନଙ୍କୁ ନିଶ୍ଚୟ ଏଠାକୁ ଆସିବାକୁ
ପଡିବ । ଆଗକୁ ଆହୁରି ଜନ୍ମସଂଖ୍ୟା ବୃଦ୍ଧି ହେବ । ଏକଥା ମଧ୍ୟ କହୁଛନ୍ତି ଯେ, ସେହି ହିସାବରେ
ପୁରା ଶସ୍ୟ ଉତ୍ପନ୍ନ ହେବ ନାହିଁ । ଏବେ ସମସ୍ତଙ୍କର ଆସୁରୀ ବୁଦ୍ଧି ହୋଇଯାଇଛି । ତୁମକୁ
ବର୍ତ୍ତମାନ ଈଶ୍ୱରୀୟ ବୁଦ୍ଧି ମିଳୁଛି । ଭଗବାନ ପାଠ ପଢାଉଛନ୍ତି ତେଣୁ ତାଙ୍କର କେତେ ସମ୍ମାନ
ରଖିବା ଦରକାର । ଏହି ପାଠ କେତେ ଭଲ ଭାବରେ ପଢିବା ଦରକାର । କିନ୍ତୁ କେତେ ପିଲାଙ୍କର ପାଠପଢାରେ
ସଉକ ନ ଥାଏ । ଏ କଥା ତୁମମାନଙ୍କର ବୁଦ୍ଧିରେ ରହିବା ଦରକାର ଯେ ଆମେ ବାବାଙ୍କ ଦ୍ୱାରା ମୁକୁଟଧାରୀ
ରାଜକୁମାର-ରାଜକୁମାରୀ ହେଉଛୁ । ଏବେ ବାବା କହୁଛନ୍ତି ମୋ ମତରେ ଚାଲ, ମୋତେ ମନେପକାଅ । ବାବା
ବାରମ୍ବାର କହୁଛନ୍ତି କିନ୍ତୁ ଆମେ ଭୁଲିଯାଉଛୁ । ଛାତ୍ର ଯଦି କହିବେ ଆମେ ପାଠ ଭୁଲିଯାଉଛୁ, ତେବେ
ଶିକ୍ଷକ କ’ଣ କରିବେ! ଯୋଗ ନ କରିଲେ ବିକର୍ମ ବିନାଶ ହେବ ନାହିଁ । ଶିକ୍ଷକ କ’ଣ ସମସ୍ତଙ୍କ ଉପରେ
କୃପା ଅଥବା ଆଶୀର୍ବାଦ କରିବେ ଯେ ଇଏ ପାସ୍ ହୋଇଯାଉ । ଏଠାରେ ଏହି ଆଶୀର୍ବାଦ କିମ୍ବା କୃପାର କଥା
ନାହିଁ । ବାବା କହୁଛନ୍ତି ପାଠପଢ । ଯଦିଓ ଧନ୍ଦା ଆଦି କରୁଛ, କିନ୍ତୁ ପାଠ ପଢିବା ଜରୁରୀ ।
ତମଃପ୍ରଧାନରୁ ସତ୍ୱପ୍ରଧାନ ହୁଅ, ଅନ୍ୟମାନଙ୍କୁ ମଧ୍ୟ ରାସ୍ତା ଦେଖାଅ । ନିଜ ମନକୁ ପଚାରିବା
ଉଚିତ୍ ଯେ, ମୁଁ ବାବାଙ୍କର କେତେ ସହଯୋଗୀ ହୋଇଛି? କେତେ ଜଣଙ୍କୁ ନିଜ ସମାନ କରାଇଛି?
ତ୍ରିମୂର୍ତ୍ତୀ ଚିତ୍ର ତ ସମ୍ମୁଖରେ ଅଛି । ଇଏ ଶିବବାବା, ଇଏ ବ୍ରହ୍ମାବାବା । ଏହି ପାଠପଢା
ଦ୍ୱାରା ଏହିପରି (ବିଷ୍ଣୁ) ହେଉଛନ୍ତି । ପୁଣି ୮୪ ଜନ୍ମ ପରେ ଏହିପରି (ବ୍ରହ୍ମା) ହେବେ ।
ଶିବବାବା ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କରି ବ୍ରାହ୍ମଣମାନଙ୍କୁ ଏହିପରି କରାଉଛନ୍ତି । ତୁମେ
ବ୍ରାହ୍ମଣ ହୋଇଛ । ଏବେ ନିଜ ମନକୁ ପଚାର ଆମେ ପବିତ୍ର ହୋଇଛୁ? ଦୈବୀଗୁଣ ଧାରଣ କରିଛୁ? ପୁରୁଣା
ଦେହକୁ ଭୁଲିଛୁ? ଏହା ହେଲା ପୁରୁଣା ଜୋତା ଅର୍ଥାତ୍ ପୁରୁଣା ଶରୀର । ଆତ୍ମା ପବିତ୍ର ହୋଇଗଲେ ଜୋତା
ମଧ୍ୟ ଫାଷ୍ଟକ୍ଳାସ୍ ମିଳିବ । ଏହି ପୁରୁଣା ଶରୀର ଛାଡି ନୂଆ ଶରୀର ଧାରଣ କରିବ, ଏହି ଚକ୍ର ଘୂରି
ଚାଲିଛି । ଆଜି ପୁରୁଣା ଜୋତାରେ ଅଛ, କାଲି ଏହିଭଳି ଦେବତା ହେବ । ବାବାଙ୍କ ଦ୍ୱାରା ଭବିଷ୍ୟତ
ଅଧାକଳ୍ପ ନିମନ୍ତେ ବିଶ୍ୱର କ୍ରାଉନ୍ ରାଜକୁମାର ହେଉଛ । ସେହି ରାଜତ୍ୱକୁ ଆମଠାରୁ କେହି ମଧ୍ୟ
ଛଡାଇ ନେଇପାରିବେ ନାହିଁ । ତେଣୁ ବାବାଙ୍କ ଶ୍ରୀମତରେ ଚାଲିବା ଦରକାର ନା । ତେଣୁ ନିଜକୁ ପଚାର
ଆମେ କେତେ ବାବାଙ୍କ ସ୍ମୃତିରେ ରହୁଛୁ? କେତେ ସ୍ୱଦର୍ଶନ ଚକ୍ରଧାରୀ ହୋଇଛୁ ଏବଂ ଅନ୍ୟମାନଙ୍କୁ
କରାଉଛୁ? ଯିଏ କରିବ ସିଏ ପାଇବ । ବାବା ପ୍ରତିଦିନ ପାଠ ପଢାଉଛନ୍ତି । ସମସ୍ତଙ୍କ ପାଖକୁ ମୁରଲୀ
ମଧ୍ୟ ଯାଉଛି । ଆଚ୍ଛା ନ ମିଳିଲେ ବି, ୭ ଦିନର କୋର୍ସ ମିଳିଗଲା ନା । ବୁଦ୍ଧିରେ ଜ୍ଞାନ ଆସିଗଲା
। ଆରମ୍ଭରେ ଭଟ୍ଟୀ ହୋଇଥିଲା ପୁଣି କେହି କଞ୍ଚା କେହି ପକ୍କା ହୋଇ ବାହାରିଲେ କାହିଁକି ନା ମାୟାର
ତୋଫାନ ମଧ୍ୟ ଆସୁଛି ନା । ୬-୮ ମାସ ପବିତ୍ର ହୋଇ ପୁଣି ଦେହ ଅଭିମାନରେ ଆସି ନିଜର ସର୍ବନାଶ କରି
ଦେଉଛନ୍ତି । ମାୟା ବହୁତ ଜବରଦସ୍ତ ଅଟେ । ଅଧାକଳ୍ପ ମାୟାଠାରୁ ହାରିଛ । ଯଦି ଏବେ ବି ହାରିଯିବ
ତେବେ ନିଜର ପଦ ହରାଇବ । କ୍ରମଅନୁସାରେ ପଦ ବହୁତ ରହିଛି ନା । କେହି ରାଜା ରାଣୀ, କେହି ମନ୍ତ୍ରୀ,
କେହି ପ୍ରଜା, କାହାର ହୀରା-ନୀଳାର ମହଲ ଥିବ । ପ୍ରଜାରେ ମଧ୍ୟ କେହି ବହୁତ ସାହୁକାର ହୋଇଥାଆନ୍ତି
। ତାଙ୍କର ମଧ୍ୟ ହୀରା-ନୀଳାର ମହଲ ରହିଥାଏ । ଏଠାରେ ମଧ୍ୟ ଦେଖ ରାଜାମାନେ ମଧ୍ୟ
ପ୍ରଜାମାନଙ୍କଠାରୁ କରଜ ନେଉଛନ୍ତି । ତେବେ ପ୍ରଜା ସାହୁକାର ହେଲେ ନା ରାଜା? ଗୋଟିଏ କାହାଣୀ
ରହିଛି, ଅନ୍ଧେର ନଗରୀ - ଏହା ବର୍ତ୍ତମାନର କଥା । ଏବେ ତୁମର ନିଶ୍ଚୟ ରହିବା ଦରକାର ଯେ ଆମେ
ବିଶ୍ୱର କ୍ରାଉନ୍ ପ୍ରିନ୍ସ ହେବା ପାଇଁ ପାଠ ପଢୁଛୁ । ଆମେ ବାରିଷ୍ଟର ଅଥବା ଇଞ୍ଜିନିୟର ହେବୁ, ଏ
କଥା କେବେ ସ୍କୁଲରେ କ’ଣ ଭୁଲିଯାଆନ୍ତି । କିନ୍ତୁ ଏଠାରେ କେହି ଚାଲୁ-ଚାଲୁ ମାୟାର ତୋଫାନ ଲାଗିବା
ଦ୍ୱାରା ପାଠପଢାକୁ ମଧ୍ୟ ଛାଡି ଦିଅନ୍ତି ।
ବାବା ସନ୍ତାନମାନଙ୍କୁ
ଗୋଟିଏ ଅନୁରୋଧ କରୁଛନ୍ତି - ଅମୃତ ସନ୍ତାନମାନେ, ଭଲ ଭାବରେ ପାଠ ପଢିଲେ ଭଲ ପଦ ପାଇପାରିବ ।
ବାବାଙ୍କ ଇଜ୍ଜତ ରଖ । ଯଦି ତୁମେ ଏପରି ଖରାପ କାମ କରିଲ ତେବେ ବାବାଙ୍କର ନାମ ବଦନାମ କରିଦେବ ।
ସତ୍ୟ ପିତା, ସତ୍ୟ ଶିକ୍ଷକ, ସତଗୁରୁଙ୍କର ନିନ୍ଦା କରୁଥିବା ଆତ୍ମା ଉଚ୍ଚ ପଦ ପାଇପାରିବେ ନାହିଁ
। ବର୍ତ୍ତମାନ ତୁମେମାନେ ହୀରା ତୁଲ୍ୟ ହେଉଛ ତେଣୁ କଉଡି ପଛରେ ପଡିବା ଉଚିତ୍ ନୁହେଁ । ବ୍ରହ୍ମା
ବାବାଙ୍କୁ ସାକ୍ଷାତ୍କାର ହେଲା ଏବଂ ତୁରନ୍ତ କଉଡିକୁ ଛାଡି ଦେଲେ । କହିଲେ ଆରେ, ୨୧ ଜନ୍ମ ପାଇଁ
ବାଦଶାହୀ ମିଳୁଛି ପୁଣି ଏହାକୁ କ’ଣ କରିବି! ସବୁ ଦେଇଦେଲେ । ଆମେ ତ ବିଶ୍ୱର ରାଜତ୍ୱ ପ୍ରାପ୍ତ
କରୁଛୁ । ଏ କଥା ମଧ୍ୟ ଜାଣିଛ ବିନାଶ ହେବାର ଅଛି । ଯଦି ଏବେ ନ ପଢିବ ତେବେ ଟୁଲେଟ୍ (ଅତି
ବିଳମ୍ବ) ହୋଇଯିବ, ପରେ ପୁଣି ପଶ୍ଚାତାପ କରିବାକୁ ପଡିବ । ପିଲାମାନଙ୍କୁ ସବୁ ସାକ୍ଷାତ୍କାର
ହେବ । ବାବା କହୁଛନ୍ତି ତୁମେ ଡାକୁଛ ମଧ୍ୟ ହେ ପତିତ-ପାବନ ଆସ । ଏବେ ମୁଁ ପତିତ ଦୁନିଆକୁ ତୁମ
ପାଇଁ ଆସିଛି ଏବଂ ତୁମକୁ କହୁଛି ପବିତ୍ର ହୁଅ । ତୁମେ ପୁଣି ବାରମ୍ବାର ବିକାରଗ୍ରସ୍ତ ହୋଇଯାଉଛ ।
ମୁଁ ତ କାଳର କାଳ । ସମସ୍ତଙ୍କୁ ନେଇଯିବି । ତେବେ ସ୍ୱର୍ଗକୁ ଯିବା ପାଇଁ ବାବା ଆସି ରାସ୍ତା
ବତାଉଛନ୍ତି । ଜ୍ଞାନ ଦେଉଛନ୍ତି ଯେ ଏହି ସୃଷ୍ଟିଚକ୍ର କିପରି ଘୂରୁଛି । ଏହା ବେହଦର ଜ୍ଞାନ ।
ଯିଏ କଳ୍ପ ପୂର୍ବରୁ ଏହି ପାଠ ପଢିଥିଲେ ସେହିମାନେ ହିଁ ଆସି ପଢିବେ, ଏ କଥା ମଧ୍ୟ ସାକ୍ଷାତ୍କାର
ହେଉଛି । ସମସ୍ତଙ୍କୁ ନିଶ୍ଚୟ ହୋଇଯାଉ ଯେ ବେହଦର ବାବା ଆସିଛନ୍ତି, ଯେଉଁ ଭଗବାନଙ୍କ ସହିତ ମିଶିବା
ପାଇଁ ଏତେ ଭକ୍ତି କରିଥିଲୁ ସେ ନିଜେ ଏଠାକୁ ଆସି ପାଠ ପଢାଉଛନ୍ତି । ତେବେ ଏପରି ଭଗବାନ ପିତାଙ୍କ
ସହିତ ଆମେ ସାକ୍ଷାତ୍ କରିବା ଉଚିତ୍ ନା । ଯଦି ପକ୍କା ନିଶ୍ଚୟ ଥିବ, ତେବେ କେତେ ଆନନ୍ଦରେ ଖୁସିରେ
ଦୌଡି ଦୌଡି ଯାଇ ବାବାଙ୍କ ସହିତ ମିଶିବେ । ଏଥିରେ କୌଣସି ଠକାମୀର କଥା ନାହିଁ । ଏପରି ମଧ୍ୟ
ବହୁତ ଅଛନ୍ତି ଯେଉଁମାନେ କି ପବିତ୍ର ହେଉ ନାହାଁନ୍ତି, ପାଠ ଭଲ ଭାବରେ ପଢୁ ନାହାଁନ୍ତି, ବାସ୍
ଚାଲ ବାବାଙ୍କ ପାଖକୁ । ଏପରି ବୁଲାବୁଲି କରିବାକୁ ଆସିଯାଉଛନ୍ତି । ବାବା ପିଲାମାନଙ୍କୁ
ବୁଝାଉଛନ୍ତି - ତୁମକୁ ଗୁପ୍ତରେ ନିଜର ରାଜଧାନୀ ସ୍ଥାପନ କରିବାକୁ ହେବ । ପବିତ୍ର ହେଲେ ହିଁ
ତମଃପ୍ରଧାନରୁ ସତ୍ୱପ୍ରଧାନ ହୋଇପାରିବ । ଏହି ରାଜଯୋଗ ବାବା ହିଁ ଶିଖାଉଛନ୍ତି । ବାକି ସେମାନେ
ସବୁ ତ ହଠଯୋଗୀ । ବାବା କହୁଛନ୍ତି ନିଜକୁ ଆତ୍ମା ନିଶ୍ଚୟ କରି ମୋତେ ମନେପକାଅ । ଏହି ନିଶା ରଖ
ଆମେ ବେହଦ ବାବାଙ୍କ ପାଖକୁ ବିଶ୍ୱର କ୍ରାଉନ ପ୍ରିନ୍ସ ହେବା ପାଇଁ ଆସିଛୁ ତେଣୁ ଶ୍ରୀମତରେ ଚାଲିବା
ଦରକାର । କିନ୍ତୁ ମାୟା ଏପରି, ଯିଏକି ବୁଦ୍ଧିର ଯୋଗ ଭାଙ୍ଗି ଦେଉଛି । ଯେପରି ବାବା ସମର୍ଥ
ସେହିପରି ମାୟା ମଧ୍ୟ ସମର୍ଥ ଅଟେ । ଅଧାକଳ୍ପ ରାମଙ୍କର ରାଜ୍ୟ ଚାଲୁଛି ଏବଂ ଆଉ ଅଧାକଳ୍ପ ରାବଣର
ରାଜ୍ୟ ଚାଲୁଛି । ଏକଥା ମଧ୍ୟ କେହି ଜାଣି ନାହାଁନ୍ତି । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ସଦା ସର୍ବଦା
ଏହି ନିଶା ରହିବା ଉଚିତ୍ ଯେ ଆମେ ଆଜି ପାଠ ପଢୁଛୁ କାଲି ମୁକୁଟଧାରୀ ରାଜକୁମାର ରାଜକୁମାରୀ ହେବୁ
। ତେଣୁ ନିଜ ମନକୁ ପଚାରିବା ଦରକାର - ମୁଁ ଏହିଭଳି ପୁରୁଷାର୍ଥ କରୁଛି ତ’? ମୁଁ ବାବାଙ୍କୁ
ସେତିକି ସମ୍ମାନ ଦେଉଛି ତ’? ମୋର ପାଠପଢା ପ୍ରତି ସଉକ ଅଛି ତ’?
(୨) ବାବାଙ୍କ
କର୍ତ୍ତବ୍ୟରେ ଗୁପ୍ତ ସହଯୋଗୀ ହେବାକୁ ପଡିବ । ଭବିଷ୍ୟତ ପାଇଁ ନିଜର ବ୍ୟାଗ୍-ବ୍ୟାଗେଜ୍
ଟ୍ରାନ୍ସଫର କରିଦେବାକୁ ହେବ । କଉଡି ଅର୍ଥାତ୍ ବିନାଶୀ ପ୍ରାପ୍ତି ପଛରେ ସମୟ ନଷ୍ଟ ନ କରି ହୀରା
ତୁଲ୍ୟ ହେବାର ପୁରୁଷାର୍ଥ କରିବାକୁ ହେବ ।
ବରଦାନ:-
ମନ ବୁଦ୍ଧିକୁ
ମନମତରୁ ମୁକ୍ତ କରି ସୂକ୍ଷ୍ମବତନର ଅନୁଭବ କରୁଥିବା ଡବଲ ଲାଇଟ୍ ହୁଅ ।
କେବଳ ସଂକଳ୍ପ ଶକ୍ତିକୁ
ଅର୍ଥାତ୍ ନିଜର ମନ-ବୁଦ୍ଧିକୁ ଯଦି ସର୍ବଦା ମନମତରୁ ମୁକ୍ତ ରଖିବ ତେବେ ଏଠାରେ ରହି ମଧ୍ୟ
ସୂକ୍ଷ୍ମବତନର ସମସ୍ତ ସୀନ୍-ସିନେରୀ ଗୁଡିକୁ ଏଭଳି ସ୍ପଷ୍ଟ ଅନୁଭବ କରିବ ଯେପରି ଦୁନିଆର କୌଣସି
ବି ସୀନ୍କୁ ସ୍ପଷ୍ଟ ଭାବେ ଦେଖିପାରୁଛ । ଏହିଭଳି ଅନୁଭୂତି କରିବା ପାଇଁ କୌଣସି ବି ବୋଝ ନିଜ
ଉପରେ ରଖ ନାହିଁ, ସମସ୍ତ ବୋଝ ବାବାଙ୍କୁ ଦେଇ ଡବଲ ଲାଇଟ୍ ହୁଅ । ମନ-ବୁଦ୍ଧି ଦ୍ୱାରା ସର୍ବଦା
ଶୁଦ୍ଧ ସଂକଳ୍ପର ଭୋଜନ କର । କେବେ ବି ବ୍ୟର୍ଥ ସଂକଳ୍ପ ବା ବିକଳ୍ପ ରୂପୀ ଅଶୁଦ୍ଧ ଭୋଜନ ସ୍ୱୀକାର
କର ନାହିଁ, ତାହା ହେଲେ ସମସ୍ତ ବୋଝରୁ ମୁକ୍ତ ବା ହାଲୁକା ହୋଇ ଉଚ୍ଚ ସ୍ଥିତିର ଅନୁଭବ କରିପାରିବ
।
ସ୍ଲୋଗାନ:-
ବ୍ୟର୍ଥକୁ
ଫୁଲଷ୍ଟପ୍ ଲଗାଅ ଏବଂ ଶୁଭଭାବନାର ଷ୍ଟକ୍ ଫୁଲ୍ କର ଅର୍ଥାତ୍ ଭଣ୍ଡାର ଭରପୂର କର ।