25.04.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:-
ବାବାଙ୍କର ଶ୍ରୀମତ ତୁମମାନଙ୍କୁ ସଦା ସୁଖୀ କରାଇଦେବ, ସେଥିପାଇଁ ଦେହଧାରୀମାନଙ୍କର ମତକୁ ଛାଡ଼ି
ଏକମାତ୍ର ବାବାଙ୍କର ଶ୍ରୀମତରେ ଚାଲ” ।
ପ୍ରଶ୍ନ:-
କେଉଁ
ସନ୍ତାନମାନଙ୍କର ବୁଦ୍ଧିର ଚଞ୍ଚଳତା ଏବେ ପର୍ଯ୍ୟନ୍ତ ବନ୍ଦ ହୋଇନାହିଁ?
ଉତ୍ତର:-
ଯେଉଁମାନଙ୍କୁ ଉଚ୍ଚରୁ ଉଚ୍ଚ ବାବାଙ୍କ ମତ ବା ଈଶ୍ୱରୀୟ ମତରେ ଭରସା ନାହିଁ, ସେମାନଙ୍କର ବୁଦ୍ଧିର
ଚଞ୍ଚଳତା ଏ ପର୍ଯ୍ୟନ୍ତ ବନ୍ଦ ହୋଇନାହିଁ । ବାବାଙ୍କ ପ୍ରତି ପୁରା ନିଶ୍ଚୟ ନ ଥିବା କାରଣରୁ
ସେମାନେ ଦୁଇ ଆଡେ ପାଦ ରଖିଥା’ନ୍ତି । ଭକ୍ତି ମଧ୍ୟ କରିବେ, ଗଙ୍ଗା ସ୍ନାନ ମଧ୍ୟ କରିବେ ଏବଂ
ବାବାଙ୍କ ମତରେ ମଧ୍ୟ ଚାଲିବେ । ଏପରି ସନ୍ତାନମାନଙ୍କର ଅବସ୍ଥା କ’ଣ ହେବ! ସମ୍ପୂର୍ଣ୍ଣ ରୂପେ
ଶ୍ରୀମତରେ ନ ଚାଲିବା କାରଣରୁ ଧକ୍କା ଖାଇଥା’ନ୍ତି ।
ଗୀତ:-
ଇସ୍ ପାପ କି
ଦୁନିଆ ସେ....
ଓମ୍ ଶାନ୍ତି ।
ପିଲାମାନେ
ଭକ୍ତମାନଙ୍କର ଏହି ଗୀତ ଶୁଣିଲେ । ଏବେ ତୁମେମାନେ ଏପରି କହୁ ନାହଁ କାରଣ ତୁମେ ଜାଣିଛ ସେହି
ଏକମାତ୍ର ସର୍ବୋଚ୍ଚ ପିତା ଆମମାନଙ୍କୁ ମିଳିଛନ୍ତି । ବାକି ଆଉ ଯେତେ ବି ମନୁଷ୍ୟ ଅଛନ୍ତି,
ସେମାନେ ସମସ୍ତେ ନୀଚ୍ଚରୁ ନୀଚ୍ଚ ଅଟନ୍ତି । ଉଚ୍ଚରୁ ଉଚ୍ଚ ମନୁଷ୍ୟ ମଧ୍ୟ ଭାରତରେ ଏହି
ଦେବୀ-ଦେବତାମାନେ ହିଁ ଥିଲେ । ସେମାନଙ୍କର ମହିମା ହେଉଛି - ସର୍ବଗୁଣ ସମ୍ପର୍ଣ୍ଣ ... ଏବେ
ମନୁଷ୍ୟମାନଙ୍କୁ ଏକଥା ଜଣା ନାହିଁ ଯେ ଏହି ଦେବତାମାନଙ୍କୁ ଏତେ ଉଚ୍ଚ କିଏ କରିଥିଲା । ଏବେ ତ’
ବିଲ୍କୁଲ୍ ପତିତ ହୋଇଯାଇଛନ୍ତି । ବାବା ଉଚ୍ଚରୁ ଉଚ୍ଚ ଅଟନ୍ତି । ଯାହାଙ୍କୁ ପାଇବା ପାଇଁ ସାଧୁ
ସନ୍ଥମାନେ ମଧ୍ୟ ସାଧନା କରୁଛନ୍ତି । କିନ୍ତୁ ଏପରି ସାଧୁମାନଙ୍କ ପଛରେ ମନୁଷ୍ୟ ଅଧାକଳ୍ପ ହେବ
ଭ୍ରମିତ ହେଉଛନ୍ତି । ଏବେ ତୁମେମାନେ ଜାଣିଛ ଯେ ବାବା ଆସିଛନ୍ତି, ଆମେ ବାବାଙ୍କ ନିକଟକୁ ଯାଉଛୁ
। ସିଏ ଆମକୁ ଶ୍ରୀମତ ଦେଇ ଶ୍ରେଷ୍ଠ, ସଦା ସର୍ବଦା ସୁଖୀ କରୁଛନ୍ତି । ରାବଣ ମତରେ ଚାଲି ତୁମେ
କେତେ ତୁଚ୍ଛ ବୁଦ୍ଧି ହୋଇଯାଇଛ । ଏବେ ତୁମେ ଆଉ କାହାରି ମତରେ ଚାଲିବା ଉଚିତ୍ ନୁହେଁ । ତୁମେମାନେ
ପତିତ-ପାବନ ପିତା ପରମାତ୍ମାଙ୍କୁ ଡାକି ଆସିଛ, ପୁଣି ବୁଡେଇଲାବାଲା ଅର୍ଥାତ୍ ପତିତ କରୁଥିବା
ଆତ୍ମାମାନଙ୍କ ପାଖକୁ କାହିଁକି ଯାଉଛ! ଜଣଙ୍କର ମତକୁ ଛାଡ଼ି, ଅନେକଙ୍କ ପାଖକୁ ଯାଇ ଧକ୍କା କାହିଁକି
ଖାଉଛ? କେତେକ ସନ୍ତାନ ଜ୍ଞାନ ମଧ୍ୟ ଶୁଣୁଛନ୍ତି ପୁଣି ଗଙ୍ଗାରେ ଯାଇ ସ୍ନାନ ମଧ୍ୟ କରୁଛନ୍ତି,
ଗୁରୁମାନଙ୍କ ପାଖକୁ ମଧ୍ୟ ଯାଉଛନ୍ତି... । ବାବା କହୁଛନ୍ତି, ସେହି ପାଣିର ଗଙ୍ଗା କୌଣସି
ପତିତ-ପାବନୀ ନୁହେଁ । ତଥାପି ଯଦି ତୁମେ ମନୁଷ୍ୟମାନଙ୍କ ମତରେ ଯାଇ ସ୍ନାନ ଆଦି କରିବ ତେବେ ବାବା
କହିବେ ତୁମକୁ ମୋର ଉଚ୍ଚରୁ ଉଚ୍ଚ ମତ ଉପରେ କି ଭରସା ନାହିଁ କି? ଗୋଟିଏ ପାର୍ଶ୍ୱରେ ଈଶ୍ୱରୀୟ ମତ,
ଅନ୍ୟ ପାର୍ଶ୍ୱରେ ଆସୁରୀ ମତ । ତେବେ ସେମାନଙ୍କ ଅବସ୍ଥା କ’ଣ ହେବ! ଉଭୟ ପାର୍ଶ୍ୱରେ ପାଦ ଦେଲେ
ଚିରି ହୋଇଯିବେ । ବାବାଙ୍କଠାରେ ମଧ୍ୟ ପୁରା ନିଶ୍ଚୟ ରଖୁ ନାହାଁନ୍ତି । କହୁଛନ୍ତି ମଧ୍ୟ, ବାବା
ମୁଁ ଆପଣଙ୍କର ଅଟେ । ଆପଣଙ୍କ ଶ୍ରୀମତରେ ଚାଲି ମୁଁ ଶ୍ରେଷ୍ଠ ହେବି । ତେଣୁ ଆମକୁ ଉଚ୍ଚରୁ ଉଚ୍ଚ
ପିତାଙ୍କର ମତରେ ନିଜର ପାଦ ରଖିବାକୁ ହେବ । ଶାନ୍ତିଧାମ, ସୁଖଧାମର ମାଲିକ ତ ବାବା ହିଁ କରାଇବେ
। ପୁଣି ବାବା କହୁଛନ୍ତି - ଯାହାଙ୍କ ଶରୀରରେ ମୁଁ ପ୍ରବେଶ କରିଛି, ସିଏ ତ ୧୨ ଜଣ ଗୁରୁ କରିଥିଲେ,
ତଥାପି ମଧ୍ୟ ତମଃପ୍ରଧାନ ହୋଇଛନ୍ତି, ଲାଭ ତ କିଛି ବି ହେଲା ନାହିଁ । ଏବେ ବାବା ମିଳିଛନ୍ତି,
ତେଣୁ ସମସ୍ତଙ୍କୁ ଛାଡ଼ି ଦେଲେ । ଉଚ୍ଚରୁ ଉଚ୍ଚ ପିତା ମିଳିଗଲେ, ବାବା କହିଲେ - ଖରାପ କଥା ଶୁଣ
ନାହିଁ, ଖରାପ ଦେଖ ନାହିଁ ... କିନ୍ତୁ ମନୁଷ୍ୟମାନଙ୍କର ବୁଦ୍ଧି ତ ବିଲ୍କୁଲ୍ ପତିତ ତମଃପ୍ରଧାନ
ହୋଇଯାଇଛି । ଏଠାରେ ମଧ୍ୟ ବହୁତ ଅଛନ୍ତି, ଯେଉଁମାନେ ଶ୍ରୀମତରେ ଚାଲି ପାରନ୍ତି ନାହିଁ କାରଣ
ଶକ୍ତି ନାହିଁ । ମାୟା ଏଣେ ତେଣେ ଧକ୍କା ଖୁଆଉଛି, କାହିଁକି ନା ରାବଣ ହେଉଛି ଶତ୍ରୁ, ରାମ (ବାବା)
ମିତ୍ର ଅଟନ୍ତି । ତାଙ୍କୁ କେହି ରାମ କୁହନ୍ତି, କେହି ଶିବ କୁହନ୍ତି । ପ୍ରକୃତ ନାମ ହେଉଛି ଶିବ
ବାବା । ମୁଁ ପୁନର୍ଜନ୍ମରେ ଆସେ ନାହିଁ । ମୋର ନାମ ଡ୍ରାମାରେ ଶିବ ହିଁ ରଖାଯାଇଛି । ଜଣଙ୍କର
୧୦ଟା ନାମ ରଖି ଦେଇଛନ୍ତି ତେଣୁ ମନୁଷ୍ୟମାନେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି, ଯାହାକୁ ଯାହା ଆସିଲା ସେହି
ନାମ ରଖିଦେଲେ । ପ୍ରକୃତରେ ମୋର ନାମ ହେଲା ଶିବ । ମୁଁ ଏଇ ଶରୀରରେ ପ୍ରବେଶ କରେ । ମୁଁ କୌଣସି
କୃଷ୍ଣଙ୍କ ଶରୀରରେ ଆସେ ନାହିଁ । ସେମାନେ ଭାବନ୍ତି, ବିଷ୍ଣୁ ତ ସୂକ୍ଷ୍ମଲୋକ ନିବାସୀ ଅଟନ୍ତି ।
ବାସ୍ତବରେ ତାହା ହେଉଛି ପ୍ରବୃତ୍ତିମାର୍ଗର ଯୁଗଳ ରୂପ । ବାକି ୪ ଭୁଜା ଥିବା କେହି ମନୁଷ୍ୟ ନ
ଥାଆନ୍ତି । ଚାରି ଭୂଜା ଅର୍ଥାତ୍ ପ୍ରବୃତ୍ତିମାର୍ଗ (ଗୃହସ୍ଥ ମାର୍ଗ), ଦୁଇ ଭୂଜା ହେଉଛି
ନିବୃତ୍ତିମାର୍ଗ (ସନ୍ନ୍ୟାସମାର୍ଗ) । ବାବା ଏବେ ପ୍ରବୃତ୍ତିମାର୍ଗର ଧର୍ମ ସ୍ଥାପନ କରୁଛନ୍ତି ।
ସନ୍ନ୍ୟାସୀମାନେ ନିବୃତ୍ତିମାର୍ଗର ଅଟନ୍ତି । ପ୍ରବୃତ୍ତିମାର୍ଗୀ ହିଁ ପାବନରୁ ପତିତ ହୁଅନ୍ତି,
ତେଣୁ (ବାବା ଆସିବା ପର୍ଯ୍ୟନ୍ତ) ସୃଷ୍ଟିକୁ ଅଟକାଇ ରଖିବା ପାଇଁ ସନ୍ନ୍ୟାସୀମାନଙ୍କର ପବିତ୍ର
ହେବାର ପାର୍ଟ ରହିଛି । ସେମାନେ ମଧ୍ୟ ଲକ୍ଷ-ଲକ୍ଷ, କୋଟି-କୋଟି ଅଛନ୍ତି । ଯେବେ କେଉଁଠାରେ ମେଳା
ଲାଗିଥାଏ, ତେବେ ବହୁତ ଆସିଥା’ନ୍ତି, ସେମାନେ ଭୋଜନ ପ୍ରସ୍ତୁତ କରନ୍ତି ନାହିଁ, ଗୃହସ୍ଥୀମାନଙ୍କ
ପାଳନାରେ ଚାଲନ୍ତି । କର୍ମ ସନ୍ନ୍ୟାସ କରିଥା’ନ୍ତି ପୁଣି ଭୋଜନ କେଉଁଠୁ ଖାଇବେ । ତେଣୁ
ଗୃହସ୍ଥୀଙ୍କ ଠାରୁ ଖାଆନ୍ତି । ଗୃହସ୍ଥୀମାନେ ଭାବନ୍ତି - ଏହା ମଧ୍ୟ ଆମେ ଦାନ କଲୁ । ଇଏ (ବ୍ରହ୍ମା)
ମଧ୍ୟ ପତିତ ପୂଜାରୀ ଥିଲେ, ପୁଣି ଏବେ ଶ୍ରୀମତରେ ଚାଲି ପାବନ ହେଉଛନ୍ତି । ପିତାଙ୍କଠାରୁ
ସମ୍ପତ୍ତି ନେବାର ପୁରୁଷାର୍ଥ କରୁଛନ୍ତି । ତେଣୁ କୁହାଯାଉଛି, ପିତାଙ୍କୁ ଅନୁକରଣ କର । କିନ୍ତୁ
ମାୟା ପ୍ରତ୍ୟେକ କଥାରେ ହରାଇ ଦେଉଛି । ଦେହ-ଅଭିମାନ ଆସିବା ଦ୍ୱାରା ହିଁ ମନୁଷ୍ୟ ଭୁଲ୍
କରିଥା’ନ୍ତି । ଗରିବ ହୁଅନ୍ତୁ ବା ସାହୁକାର ହୁଅନ୍ତୁ କିନ୍ତୁ ଦେହ-ଅଭିମାନ ଛାଡ଼ିଲେ ସିନା ।
ଦେହ-ଅଭିମାନକୁ ଛାଡ଼ିବାକୁ ହିଁ ବହୁତ କଷ୍ଟ ହୋଇଥାଏ । ବାବା କହୁଛନ୍ତି, ତୁମେ ନିଜକୁ ଆତ୍ମା
ମନେକରି ଶରୀର ଦ୍ୱାରା ଅଭିନୟ କର । ତୁମେ ଦେହ-ଅଭିମାନରେ କାହିଁକି ଆସୁଛ! ଡ୍ରାମାନୁସାରେ,
ଦେହ-ଅଭିମାନରେ ମଧ୍ୟ ଆସିବାର ହିଁ ଅଛି । ଏହି ସମୟରେ ତ ସମସ୍ତେ ପକ୍କା ଦେହ-ଅଭିମାନୀ ହୋଇ
ଯାଇଛନ୍ତି । ବାବା କହୁଛନ୍ତି, ତୁମେ ହେଲ ଆତ୍ମା । ଆତ୍ମା ହିଁ ସବୁକିଛି କରିଥାଏ । ଯଦି ଆତ୍ମା
ଶରୀରରୁ ଅଲଗା ହୋଇଯାଏ, ତେବେ ଶରୀରକୁ କାଟିଲେ କ’ଣ କିଛି ଶବ୍ଦ ବାହାରିବ? ନା । ଆତ୍ମା ହିଁ
କହିଥାଏ-ମୋ ଶରୀରକୁ ଦୁଃଖ ଦିଅ ନାହିଁ । ଆତ୍ମା ଅବିନାଶୀ, ଶରୀର ହେଉଛି ବିନାଶୀ । ନିଜକୁ ଆତ୍ମା
ଭାବି ମୋତେ ମନେପକାଅ । ଦେହ-ଅଭିମାନକୁ ଛାଡ଼ ।
ତୁମେମାନେ ଯେତେ ଦେହୀ (ଆତ୍ମ)-ଅଭିମାନୀ
ହେବ, ସେତେ ସୁସ୍ଥ ଏବଂ ନିରୋଗୀ ହେବ । ଏହି ଯୋଗବଳ ଦ୍ୱାରା ହିଁ ତୁମେ ୨୧ ଜନ୍ମ ପର୍ଯ୍ୟନ୍ତ
ନିରୋଗୀ ହେବ । ଯେତେ ଦେହୀ-ଅଭିମାନୀ ହେବ, ସେତେ ଉଚ୍ଚପଦ ମଧ୍ୟ ମିଳିବ ଏବଂ ଦଣ୍ଡରୁ ରକ୍ଷା
ପାଇଯିବ । ନଚେତ୍ ଦଣ୍ଡ ବହୁତ ଖାଇବାକୁ ପଡ଼ିବ । ତେବେ କେତେ ଦେହୀ-ଅଭିମାନୀ ହେବାକୁ ପଡିବ ।
କେତେକଙ୍କର ଭାଗ୍ୟରେ ଏହି ଜ୍ଞାନ ହିଁ ନାହିଁ । ଯେ ପର୍ଯ୍ୟନ୍ତ ତୁମ କୁଳକୁ ଆସିନାହାଁନ୍ତି
ଅର୍ଥାତ୍ ବ୍ରହ୍ମାମୁଖ ବଂଶାବଳୀ ହୋଇନାହାନ୍ତି, ତେବେ ବ୍ରାହ୍ମଣ ନ ହୋଇ ଦେବତା କିପରି ହେବେ ।
ଯଦିଓ ବହୁତ ଆସୁଛନ୍ତି, ବାବା-ବାବା ଲେଖୁଛନ୍ତି ଅଥବା କହୁଛନ୍ତି, କିନ୍ତୁ କେବଳ କଥାକୁ ମାତ୍ର
କହିଦିଅନ୍ତି । କେତେ ଜଣ ଗୋଟିଏ ଦୁଇଟି ଚିଠି ଲେଖି ମଧ୍ୟ ପୁଣି ହଜିଯା’ନ୍ତି (ଛାଡି ଦିଅନ୍ତି) ।
ସେମାନେ ମଧ୍ୟ ସତ୍ୟଯୁଗକୁ ଆସିବେ କିନ୍ତୁ ପ୍ରଜାରେ । ପ୍ରଜା ତ ବହୁତ ହୁଅନ୍ତି ନା । ଏହା ପରେ
ଯେତେବେଳେ ବହୁତ ଦୁଃଖ ପଡିବ, ସେତେବେଳେ ପୁଣି ବହୁତ ଆସିବେ । ଯେତେବେଳେ ଶୁଣିବେ - ଭଗବାନ
ଆସିଛନ୍ତି, ତୁମର ମଧ୍ୟ ବହୁତ ସେଣ୍ଟର ଖୋଲିଯିବ । ଏବେ ମଧ୍ୟ ତୁମମାନଙ୍କର ବହୁତ ଦୁର୍ବଳତା ଅଛି,
ଦେହୀ-ଅଭିମାନୀ ହେଉନାହଁ, ବହୁତ ଦେହ-ଅଭିମାନ ରହିଛି । ଯଦି ଶେଷ ସମୟରେ ଟିକିଏ ବି ଦେହ-ଅଭିମାନ
ଥିବ, ତେବେ ପଦ ମଧ୍ୟ କମ୍ ହୋଇଯିବ, ପୁଣି ସେଠାରେ ଯାଇ ଦାସ-ଦାସୀ ହେବ । ଦାସ-ଦାସୀମାନେ ମଧ୍ୟ
କ୍ରମାନୁସାରେ ବହୁତ ଥା’ନ୍ତି । ରାଜାମାନଙ୍କୁ ମଧ୍ୟ ଯୌତୁକରେ ଦାସୀମାନେ ମିଳିଥା’ନ୍ତି,
ସାହୁକାରମାନଙ୍କୁ ମିଳନ୍ତି ନାହିଁ । ସନ୍ତାନମାନେ ଦେଖିଛନ୍ତି, ରାଧା ଯୌତୁକରେ କେତେ
ଦାସୀମାନଙ୍କୁ ନେଇ ଆସିଥିଲେ । ଆଗକୁ ଗଲେ ତୁମକୁ ବହୁତ ସାକ୍ଷାତ୍କାର ହେବ । ସାଧାରଣ ଦାସୀ ହେବା
ଅପେକ୍ଷା ସାହୁକାର ପ୍ରଜା ହେବା ଭଲ । ଦାସୀ ଶବ୍ଦ ବହୁତ ଖରାପ । ପ୍ରଜାମାନଙ୍କ ମଧ୍ୟରେ ସାହୁକାର
ହେବା ତଥାପି ଭଲ । ବାବାଙ୍କର ହେଲା ପରେ ମାୟା ଆହୁରି ଭଲ ଭାବରେ ହଇରାଣ କରିଥାଏ । ବଳବାନଙ୍କ
ସହିତ ବଳବାନ ହୋଇ ଲଢ଼େ । ଦେହ-ଅଭିମାନ ଆସିଯାଏ । ଶିବବାବାଙ୍କ ପାଖରୁ ମଧ୍ୟ ମୁହଁ ମୋଡ଼ି ଦିଅନ୍ତି
। ବାବାଙ୍କୁ ମନେପକାଇବା ମଧ୍ୟ ଛାଡ଼ି ଦିଅନ୍ତି । ଆରେ, ଖାଇବା ପାଇଁ ଫୁର୍ସତ୍ ଅଛି ଆଉ ଏପରି
ବାବା, ଯିଏ ବିଶ୍ୱର ମାଲିକ କରୁଛନ୍ତି, ତାଙ୍କୁ ମନେପକାଇବା ପାଇଁ ଫୁର୍ସତ୍ ନାହିଁ । ଭଲ-ଭଲ
ପିଲାମାନେ ଶିବବାବାଙ୍କୁ ଭୁଲି ଦେହ-ଅଭିମାନରେ ଆସିଯାଉଛନ୍ତି । ନଚେତ୍ ଏପରି ବାବା, ଯିଏକି ଜୀବ
ଦାନ ଦେଉଛନ୍ତି, ତାଙ୍କୁ ମନେ ପକାଇ ପତ୍ର ତ’ ଲେଖ! କିନ୍ତୁ ଏଠିକାର କଥା ନ କହିବା ଭଲ । ମାୟା
ପୂରା ନାକରୁ ଧରି ଉଡ଼ାଇ ଦେଉଛି । ସେଥିପାଇଁ ପ୍ରତିପାଦରେ ଶ୍ରୀମତରେ ଚାଲ, ତେବେ ପଦ୍ମର ରୋଜଗାର
ଜମା ହୋଇଯିବ । ତୁମେ ଅସରନ୍ତି ଧନ ସମ୍ପତ୍ତିର ମାଲିକ ହେଉଛ । ସେଠାରେ ସମ୍ପତ୍ତିର କୌଣସି ଗଣତି
ହୁଏ ନାହିଁ । ଧନ - ଦୌଲତ କ୍ଷେତ-ବାଡ଼ି ସବୁ ମିଳିଥାଏ । ସେଠାରେ ତମ୍ବା, ଲୁହା, ପିତଳ ଆଦି ନ
ଥାଏ । ସୁନାର ହିଁ ମୁଦ୍ରା ଥାଏ । ଯଦି ସୁନାର ଘର କରୁଛନ୍ତି, ତେବେ ସେଠାରେ କ’ଣ ନ ଥିବ । ଏଠାରେ
ତ ଭ୍ରଷ୍ଟାଚାରୀ ରାଜ୍ୟ ଚାଲିଛି, ଯଥା ରାଜା-ରାଣୀ ତଥା ପ୍ରଜା ସମସ୍ତେ ଭ୍ରଷ୍ଟାଚାରୀ ।
ସତ୍ୟଯୁଗରେ ଯଥା ରାଜା-ରାଣୀ ତଥା ପ୍ରଜା, ସମସ୍ତେ ଶ୍ରେଷ୍ଠାଚାରୀ ହୁଅନ୍ତି । କିନ୍ତୁ
ମନୁଷ୍ୟଙ୍କ ବୁଦ୍ଧିରେ କ’ଣ ଏକଥା ରହୁଛି । କାରଣ ତମଃପ୍ରଧାନ ଅଟନ୍ତି । ବାବା ବୁଝାଉଛନ୍ତି -
ତୁମେ ମଧ୍ୟ ଏପରି ଥିଲ । ଇଏ (ବ୍ରହ୍ମା) ମଧ୍ୟ ଏପରି ଥିଲେ । ଏବେ ମୁଁ ଆସି ଦେବତା କରୁଛି, ତଥାପି
ମଧ୍ୟ ହେଉନାହାନ୍ତି । ନିଜ ନିଜ ମଧ୍ୟରେ ଲଢ଼େଇ-ଝଗଡ଼ା କରୁଛନ୍ତି । ମୁଁ ବହୁତ ଭଲ, ମୁଁ ଏପରି...
। ଏହା କ’ଣ କେହି ବୁଝୁଛନ୍ତି, ଯେ ଆମେ ରୌରବ ନର୍କରେ ପଡ଼ିଛୁ । ଏ କଥା ମଧ୍ୟ ତୁମେମାନେ
ପୁରୁଷାର୍ଥର କ୍ରମାନୁସାରେ ଜାଣୁଛ । ମନୁଷ୍ୟମାନେ ବର୍ତ୍ତମାନ ବିଲ୍କୁଲ୍ ନର୍କରେ ପଡ଼ିଛନ୍ତି,
ରାତି - ଦିନ ଚିନ୍ତାରେ ପଡ଼ିରହିଛନ୍ତି । ଜ୍ଞାନ ମାର୍ଗରେ ଯେଉଁମାନେ ନିଜ ସମାନ କରିବା ପାଇଁ ସେବା
କରି ପାରନ୍ତି ନାହିଁ, ତୋର-ମୋରର ଚିନ୍ତାରେ ରହିଥା’ନ୍ତି, ସେମାନେ ହେଉଛନ୍ତି ରୋଗୀ । ଯଦି
ବାବାଙ୍କ ବ୍ୟତୀତ ଅନ୍ୟ କାହାକୁ ମନେପକାଇବ, ତେବେ ବ୍ୟଭିଚାରୀ କୁହାଯିବ ନା । ବାବା କହୁଛନ୍ତି,
ଆଉ କାହାଠାରୁ ଶୁଣ ନାହିଁ, କେବଳ ମୋ’ଠାରୁ ହିଁ ଶୁଣ, ମୋତେ ମନେପକାଅ । ଦେବତାଙ୍କୁ ମନେପକାଇଲେ
ମଧ୍ୟ ଭଲ । କିନ୍ତୁ ମନୁଷ୍ୟମାନଙ୍କୁ ମନେପକାଇଲେ କିଛି ପ୍ରାପ୍ତି ହୁଏ ନାହିଁ । ଏଠାରେ ତ ବାବା
କହୁଛନ୍ତି, ତୁମେ ମୁଣ୍ଡ କାହିଁକି ନୁଆଉଛ! ତୁମେ ଏହି ବାବା (ବ୍ରହ୍ମା)ଙ୍କ ପାଖକୁ ଆସିଲେ ମଧ୍ୟ
ଶିବବାବାଙ୍କ ସ୍ମୃତିରେ ରୁହ । ଯଦି ଶିବବାବାଙ୍କୁ ମନେପକାଉନାହଁ, ତେବେ ପାପ କରୁଛ । ବାବା
କହୁଛନ୍ତି - ପ୍ରଥମେ ତ ପବିତ୍ର ହେବାର ପ୍ରତିଜ୍ଞା କର ଏବଂ ଶିବବାବାଙ୍କୁ ମନେପକାଅ । ଏଥିରେ
ବହୁତ ସଂଯତ ହେବାକୁ ପଡିବ । କିନ୍ତୁ ଏ କଥାକୁ ବହୁତ କଷ୍ଟରେ କେହି ବୁଝିଥା’ନ୍ତି । ଏତେ ବୁଦ୍ଧି
ନାହିଁ । ବାବାଙ୍କ ସହିତ କିପରି ଚାଲିବାକୁ ହେବ, ଏଥିରେ ତ ବହୁତ ମେହନତ କରିବାକୁ ହେବ । ମାଳାର
ଦାନା ହେବା - ଏହା କ’ଣ ମାଉସୀ ଘର କଥା ହୋଇଛି କି! ମୁଖ୍ୟ କଥା ହେଲା ବାବାଙ୍କୁ ମନେପକାଇବା ।
ତୁମେ ବାବାଙ୍କୁ ମନେପକାଇପାରିବ ନାହିଁ । ଏପରି ବାବାଙ୍କର ସେବା ଏବଂ ବାବାଙ୍କୁ କେତେ ମନେପକାଇବା
ଦରକାର । ବାବା ପ୍ରତିଦିନ କହୁଛନ୍ତି, ଚାଲି-ଚଳନର ଚାର୍ଟ (ହିସାବ) ରଖ । ଯେଉଁ ସନ୍ତାନମାନଙ୍କୁ
ନିଜର କଲ୍ୟାଣ କରିବାର ଖିଆଲ ଥାଏ, ସେମାନେ ସବୁଥିରେ ସମ୍ପୂର୍ଣ୍ଣ ରୂପେ ସଂଯମତା ରକ୍ଷା କରି
ଚାଲିବେ । ତାଙ୍କର ଖାଇବା ପିଇବା ବଡ଼ ସ୍ୱାତ୍ତିକ ହୋଇଥିବ ।
ବାବା ପିଲାମାନଙ୍କର
କଲ୍ୟାଣ ପାଇଁ କେତେ ବୁଝାଉଛନ୍ତି । ଏଥିରେ ସବୁ ପ୍ରକାରର ସଂଯମ (ବାରଣ) ଦରକାର । ଯାଞ୍ଚ କରିବା
ଦରକାର - ମୋର ଖାଇବା ପିଇବା ଏପରି ନୁହେଁ ତ’? ମୁଁ ଲୋଭୀ ନୁହେଁ ତ? ଯେ ପର୍ଯ୍ୟନ୍ତ କର୍ମାତୀତ
ଅବସ୍ଥା ହୋଇ ନାହିଁ, ସେ ପର୍ଯ୍ୟନ୍ତ ମାୟା ଓଲଟା-ସୋଲଟା କାମ କରାଉଥିବ । ବାକି ଆଉ ଅଳ୍ପ ସମୟ ଅଛି,
ପୁଣି ସବୁକିଛି ଜଣା ପଡ଼ିଯିବ - ଏବେ ତ’ ବିନାଶ ସମ୍ମୁଖରେ ଉପସ୍ଥିତ । ନିଆଁ ଲାଗିଗଲାଣି । ସମୟ
ଆସିବ ତୁମେମାନେ ଦେଖିବ କିପରି ବୋମା ସବୁ ପଡିବ଼ । ଭାରତରେ ତ ରକ୍ତର ନଦୀ ବହିବ । ସେଠାରେ
ଅର୍ଥାତ୍ ବିଦେଶରେ ବୋମା ଦ୍ୱାରା ଦେଶ ଦେଶକୁ ଧ୍ୱଂସ କରିଦେବେ । ପ୍ରାକୃତିକ ବିପର୍ଯ୍ୟୟ ହେବ ।
ସବୁଠାରୁ ଅଧିକ ବିପଦ ଭାରତ ଉପରେ ଅଛି । ତେଣୁ ନିଜ ପ୍ରତି ବହୁତ ଦୃଷ୍ଟି ଦେବାର ଅଛି, ମୁଁ କି
ସେବା କରୁଛି? କେତେ ଜଣଙ୍କୁ ନିଜ ସମାନ ନରରୁ ନାରାୟଣ କରୁଛି? କେହି କେହି ଭକ୍ତିରେ ବହୁତ ବାନ୍ଧି
ହୋଇଯାଇଛନ୍ତି, ତେଣୁ ଭାବୁଛନ୍ତି - ଏହି କନ୍ୟାମାନେ କ’ଣ ପାଠ ପଢ଼ାଇବେ? ସେମାନେ
ବୁଝିପାରୁନାହାନ୍ତି ଯେ ଏମାନଙ୍କୁ ପାଠ ପଢ଼ାଉଥିବା ଶିକ୍ଷକ ସ୍ୱୟଂ ବାବା (ଭଗବାନ) ଅଟନ୍ତି । ଯଦି
ଟିକିଏ ବି କିଛି ପାଠପଢ଼ିଥିବେ ବା କିଛି ଧନ ଥିବ ତେବେ ଲଢିବାରେ ଲାଗିପଡିଥା’ନ୍ତି । ଇଜ୍ଜତ ହିଁ
ହରାଇ ଦିଅନ୍ତି । ସତ୍ଗୁରୁଙ୍କୁ ନିନ୍ଦା କରାଇଲାବାଲାଙ୍କୁ ଠାବ ମିଳେ ନାହିଁ । ପୁଣି ସେଠାରେ
ଯାଇ ପାଇ ପାଇସାର ପଦ ପାଇବେ । ଆଚ୍ଛା-
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ତୋର-ମୋରର
ଚିନ୍ତାକୁ ଛାଡ଼ି ନିଜ ସମାନ କରିବାର ସେବା କରିବାକୁ ହେବ । ଏକମାତ୍ର ବାବାଙ୍କ ଠାରୁ ହିଁ
ଶୁଣିବାକୁ ହେବ ଏବଂ ଏକମାତ୍ର ବାବାଙ୍କୁ ହିଁ ମନେପକାଇବାକୁ ହେବ, ବ୍ୟଭିଚାରୀ ହେବା ଉଚିତ୍ ନୁହେଁ
।
(୨) ନିଜର କଲ୍ୟାଣ ପାଇଁ
ଖାଦ୍ୟ ପେୟରେ ବହୁତ ସଂଯମ ରଖିବାକୁ ହେବ - କୌଣସି ଜିନିଷ ପ୍ରତି ଲୋଭ ରଖିବାର ନାହିଁ । ଧ୍ୟାନ
ରଖ ଯେପରି ମାୟା କୌଣସି ଓଲଟା କାମ ନ କରାଉ ।
ବରଦାନ:-
ନିର୍ଣ୍ଣୟ ଶକ୍ତି
ଏବଂ ନିୟନ୍ତ୍ରଣ କରିବାର ଶକ୍ତି ଦ୍ୱାରା ସଦା ସଫଳତା ମୂରତ ଭବ ।
ଯେକୌଣସି ଲୌକିକ ବା
ଅଲୌକିକ କାର୍ଯ୍ୟରେ ସଫଳତା ପ୍ରାପ୍ତ କରିବା ପାଇଁ ବିଶେଷ କରି ନିୟନ୍ତ୍ରଣ କରିବାର ଏବଂ
ନିର୍ଣ୍ଣୟ କରିବାର ଶକ୍ତିର ଆବଶ୍ୟକତା ପଡିଥାଏ, କାହିଁକି ନା ଯେତେବେଳେ କୌଣସି ବି ଆତ୍ମା ତୁମର
ସମ୍ପର୍କରେ ଆସିଥାଏ ସେତେବେଳେ ପ୍ରଥମେ ନିର୍ଣ୍ଣୟ କରିବାକୁ ପଡିଥାଏ ଯେ ଏହାଙ୍କୁ କ’ଣ ଦରକାର,
ତାଙ୍କର ନାଡିକୁ ପରଖି ଅର୍ଥାତ୍ ଆନ୍ତରିକ ଇଚ୍ଛାକୁ ଜାଣି ସେହି ଅନୁସାରେ ତାଙ୍କୁ ତୃପ୍ତ କରିବା
ଏବଂ ନିଜର ନିୟନ୍ତ୍ରଣ କରିବାର ଶକ୍ତି ଆଧାରରେ ଅନ୍ୟ ଉପରେ ନିଜର ଅଚଳ ସ୍ଥିତିର ପ୍ରଭାବ ପକାଇବା
- ଏହି ଦୁଇଟି ଶକ୍ତି ସେବାକ୍ଷେତ୍ରରେ ସଫଳତା ମୂରତ କରିଦେଇଥାଏ ।
ସ୍ଲୋଗାନ:-
ଯଦି
ସର୍ବଶକ୍ତିମାନ ପିତାଙ୍କୁ ନିଜର ସାଥୀ କରିନେବ ତେବେ ମାୟା କାଗଜର ବାଘ ପାଲଟିଯିବ ।