26.04.25 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ତୁମେ
ପୁରୁଷୋତ୍ତମ ସଂଗମଯୁଗୀ ବ୍ରାହ୍ମଣ ସନ୍ତାନମାନେ ବର୍ତ୍ତମାନ ଈଶ୍ୱରଙ୍କ କୋଳକୁ ଆସିଛ । ତୁମକୁ
ମନୁଷ୍ୟରୁ ଦେବତା ହେବାର ଅଛି ତେଣୁ ଦୈବୀଗୁଣ ମଧ୍ୟ ଧାରଣ କରିବା ଆବଶ୍ୟକ ।”
ପ୍ରଶ୍ନ:-
ତୁମମାନଙ୍କୁ
କେଉଁ କଥାରେ ବହୁତ ବହୁତ ସାବଧାନ ରହିବାକୁ ହେବ ଏବଂ କାହିଁକି?
ଉତ୍ତର:-
ସାରା ଦିନର ଦିନଚର୍ଯ୍ୟାରେ ଯେପରି କୌଣସି ପାପ କର୍ମ ନ ହେଉ ସେଥିପ୍ରତି ସାବଧାନ ରହିବାକୁ ହେବ ।
କାହିଁକି ନା ତୁମ ସମ୍ମୁଖରେ ବାବା ଧର୍ମରାଜ ରୂପରେ ଉପସ୍ଥିତ ଅଛନ୍ତି, ତେଣୁ ଚେକ୍ କର ମୁଁ
କାହାକୁ ଦୁଃଖ ଦେଇନାହିଁ ତ’? ମୁଁ ଶ୍ରୀମତ ଅନୁସାରେ ଚାଲୁଛି? ରାବଣ ମତରେ ଚାଲୁନାହିଁ ତ’?
କାହିଁକି ନା ବାବାଙ୍କର ହେବା ପରେ ଯଦି କୌଣସି ବିକର୍ମ ହୁଏ ତେବେ ଗୋଟିଏର ଶହେ ଗୁଣା ଦଣ୍ଡ
ଭୋଗିବାକୁ ପଡିବ ।
ଓମ୍ ଶାନ୍ତି ।
ଭଗବାନୁବାଚ ।
ଏହା ତ ପିଲାମାନଙ୍କୁ ବୁଝାଯାଇଛି, ଯେକୌଣସି ମନୁଷ୍ୟ ଅଥବା ଦେବତାମାନଙ୍କୁ ଭଗବାନ କୁହାଯାଇପାରିବ
ନାହିଁ । ଏଠାରେ ଯେତେବେଳେ ବସୁଛନ୍ତି ତେବେ ବୁଦ୍ଧିରେ ଏ କଥା ରହୁଛି ଯେ ଆମେ ସଂଗମଯୁଗୀ
ବ୍ରାହ୍ମଣ ଅଟୁ । ଏ କଥା ମଧ୍ୟ ସର୍ବଦା କାହାର ମନେ ରହୁନାହିଁ । ବାସ୍ତବରେ ନିଜକୁ ବ୍ରାହ୍ମଣ
ଭାବୁଛନ୍ତି, ଏକଥା ମଧ୍ୟ ନୁହେଁ । ବ୍ରାହ୍ମଣ ସନ୍ତାନମାନଙ୍କୁ ପୁଣି ଦୈବୀଗୁଣ ମଧ୍ୟ ଧାରଣ
କରିବାକୁ ହେବ । ଆମେ ସଂଗମଯୁଗୀ ବ୍ରାହ୍ମଣ ଅଟୁ । ଆମେ ଶିବବାବାଙ୍କ ଦ୍ୱାରା ପୁରୁଷୋତ୍ତମ ହେଉଛୁ
। ଏହି କଥା ମଧ୍ୟ ସମସ୍ତଙ୍କର ମନେ ରହୁନାହିଁ । ପ୍ରତି ମୂହୁର୍ତ୍ତରେ ଏକଥା ଭୁଲିଯାଉଛନ୍ତି ଯେ
ଆମେ ପୁରୁଷୋତ୍ତମ ସଂଗମଯୁଗୀ ବ୍ରାହ୍ମଣ ଅଟୁ । ଯଦି ଏକଥା ମଧ୍ୟ ବୁଦ୍ଧିରେ ମନେ ରହିବ ତେବେ ମଧ୍ୟ
ଅହୋ ସୌଭାଗ୍ୟ । କିନ୍ତୁ ସର୍ବଦା କ୍ରମ ଅନୁସାରେ ତ ରହିବେ ନା । ପ୍ରତ୍ୟେକ ନିଜ ନିଜର ବୁଦ୍ଧି
ଅନୁସାରେ ପୁରୁଷାର୍ଥ କରିଥା’ନ୍ତି । ବର୍ତ୍ତମାନ ତୁମେ ସଂଗମଯୁଗୀ ଅଟ । ଏବେ ପୁରୁଷୋତ୍ତମ ହେବାକୁ
ଯାଉଛ । ଜାଣୁଛ, ଆମେ ପୁରୁଷୋତ୍ତମ ସେତେବେଳେ ହେବୁ, ଯେତେବେଳେ ବାବାଙ୍କୁ ଅର୍ଥାତ୍ ଅତିପ୍ରିୟ
ପିତାଙ୍କୁ ମନେ ପକାଇବୁ । ବାବାଙ୍କର ସ୍ମୃତି ଦ୍ୱାରା ହିଁ ପାପ ନାଶ ହେବ । ଯଦି କେହି ପାପ କରେ
ତେବେ ତାର ଶହେଗୁଣା ହିସାବ ଚଢିଯାଏ । ଆଗରୁ ଯେଉଁ ପାପ କରୁଥିଲ ତାହାର ୧୦ ଶତକଡା ପାପ ଚଢୁଥିଲା
। ବର୍ତ୍ତମାନ ତ ଶତ ପ୍ରତିଶତ (୧୦୦%) ପାପ ଚଢୁଛି କାହିଁକି ନା ଈଶ୍ୱରଙ୍କ କୋଳକୁ ଆସି ପୁଣି ପାପ
କରୁଛ ନା । ତୁମେ ସନ୍ତାନମାନେ ଜାଣିଛ ବାବା ଆମକୁ ପୁରୁଷୋତ୍ତମ ଅର୍ଥାତ୍ ଦେବତା କରିବା ପାଇଁ
ପାଠ ପଢାଉଛନ୍ତି । ଏହି ସ୍ମୃତି ଯାହାଙ୍କ ଭିତରେ ସ୍ଥାୟୀ ହୋଇ ରହିଥାଏ ସେମାନେ ଅଲୌକିକ ସେବା
ମଧ୍ୟ ବହୁତ କରିଥା’ନ୍ତି । ସର୍ବଦା ହର୍ଷିତମୁଖ ରହିବା ପାଇଁ ଅନ୍ୟମାନଙ୍କୁ ମଧ୍ୟ ରାସ୍ତା
ବତାଇବାକୁ ହେବ । କେଉଁଠାକୁ ବି ଯାଅ, ବୁଦ୍ଧିରେ ଏକଥା ମନେ ରହୁ ଯେ ଆମେ ସଂଗମଯୁଗରେ ଅଛୁ । ଏହା
ହେଉଛି ପୁରୁଷୋତ୍ତମ ସଂଗମଯୁଗ । ସେମାନେ ପୁରୁଷୋତ୍ତମ ମାସ ବା ବର୍ଷ କହିଥା’ନ୍ତି । କିନ୍ତୁ ତୁମେ
କହୁଛ ଆମେ ପୁରୁଷୋତ୍ତମ ସଂଗମଯୁଗୀ ବ୍ରାହ୍ମଣ ଅଟୁ । ଏହା ଭଲ ଭାବରେ ବୁଦ୍ଧିରେ ଧାରଣ କରିବାକୁ
ହେବ - ବର୍ତ୍ତମାନ ଆମେ ପୁରୁଷୋତ୍ତମ ହେବାର ଯାତ୍ରାରେ ଅଛୁ । ଏକଥା ମନେ ରହିବା ମଧ୍ୟ ମନମନାଭବ
ଅଟେ । ତୁମେ ନିଜର ପୁରୁଷାର୍ଥ ଏବଂ କର୍ମ ଅନୁସାରେ ପୁରୁଷୋତ୍ତମ ହେଉଛ । ସେଥିପାଇଁ ଦୈବୀଗୁଣ
ମଧ୍ୟ ଆବଶ୍ୟକ ଏବଂ ଶ୍ରୀମତରେ ମଧ୍ୟ ଚାଲିବାକୁ ପଡିବ । ଏବେ ତ’ ସମସ୍ତେ ନିଜ ମତରେ ଚାଲୁଛନ୍ତି ।
ତାହା ହେଉଛି ରାବଣ ମତ । ଏମିତି ମଧ୍ୟ ନୁହେଁ ଯେ ତୁମେ ସମସ୍ତେ ଶ୍ରୀମତରେ ଚାଲୁଛ । ବହୁତ ଅଛନ୍ତି
ଯେଉଁମାନେ କି ରାବଣ ମତରେ ମଧ୍ୟ ଚାଲୁଛନ୍ତି । ଶ୍ରୀମତରେ କେହି କେତେ ପରସେଣ୍ଟ, କେହି କେତେ
ପରସେଣ୍ଟ ଚାଲୁଛନ୍ତି । କେହି-କେହି ତ ୨ (ଦୁଇ) ପରସେଣ୍ଟ ମଧ୍ୟ ଚାଲୁଥିବେ । ଯଦିଓ ଏଠାରେ
ବସିଛନ୍ତି କିନ୍ତୁ ଶିବବାବାଙ୍କର ସ୍ମୃତିରେ ରହୁନାହାଁନ୍ତି । ବୁଦ୍ଧିଯୋଗ କେଉଁଠି ନା କେଉଁଠି
ଘୂରି ବୁଲୁଛି । ତେଣୁ ପ୍ରତିଦିନ ନିଜକୁ ଦେଖିବାକୁ ହେବ ଯେ ଆଜି କୌଣସି ପାପ କର୍ମ କରିନାହିଁ ତ?
କାହାକୁ ଦୁଃଖ ଦେଇନାହିଁ ତ? ନିଜ ଉପରେ ବହୁତ ଧ୍ୟାନ ଦେବାକୁ ପଡିବ, କାହିଁକି ନା ଧର୍ମରାଜ ମଧ୍ୟ
ଏଠାରେ ଉପସ୍ଥିତ ଅଛନ୍ତି ନା । ବର୍ତ୍ତମାନ ସମୟ ହିସାବ କିତାବ ଚୁକ୍ତ କରିବାର ସମୟ । ତେଣୁ ଦଣ୍ଡ
ମଧ୍ୟ ଭୋଗ କରିବାକୁ ପଡିବ । ପିଲାମାନେ ଜାଣିଛନ୍ତି ଯେ ଆମେ ଜନ୍ମ ଜନ୍ମାନ୍ତରର ପାପୀ ଅଟୁ ।
କେଉଁଠାରେ ବି କୌଣସି ବି ମନ୍ଦିରକୁ ବା ଗୁରୁଙ୍କ ପାଖକୁ କିମ୍ବା କୌଣସି ଇଷ୍ଟ ଦେବତାଙ୍କ ପାଖକୁ
ଗଲେ କହିଥାନ୍ତି ମୁଁ ତ ଜନ୍ମ ଜନ୍ମାନ୍ତରର ପାପୀ ଅଟେ, ମୋତେ ରକ୍ଷା କରନ୍ତୁ, ଦୟା କରନ୍ତୁ ।
ସତ୍ୟଯୁଗରେ କେବେ ବି ଏଭଳି ଶବ୍ଦ ମୁଖରୁ ବାହାରିବ ନାହିଁ । ଦୁନିଆରେ କେହି ତ ସତ୍ୟ କହିଥା’ନ୍ତି,
କେହି ମିଥ୍ୟା ମଧ୍ୟ କହିଥା’ନ୍ତି । ଏଠାରେ ମଧ୍ୟ ସେହିଭଳି ଅଛନ୍ତି । ବାବା ସବୁବେଳେ କହୁଛନ୍ତି,
ନିଜର ଜୀବନ କାହାଣୀ ବାବାଙ୍କ ପାଖକୁ ଲେଖି ପଠାଅ । କେହି ତ ସମ୍ପୂର୍ଣ୍ଣ ସତ୍ୟ ଲେଖିଥା’ନ୍ତି,
କେହି-କେହି ମଧ୍ୟ ଲୁଚାଇଥା’ନ୍ତି । ଲଜ୍ୟା ଆସିଥାଏ । ଏ କଥା ତ ସମସ୍ତେ ଜାଣିଛନ୍ତି - ଖରାପ
କର୍ମ କଲେ ତାର ଫଳ ମଧ୍ୟ ଖରାପ ମିଳିବ । ତାହା ତ ହେଲା ଅଳ୍ପ ସମୟର କଥା । ଏହା ତ ବହୁତ ସମୟର କଥା
। ଖରାପ କର୍ମ କଲେ ଦଣ୍ଡ ମଧ୍ୟ ଭୋଗ କରିବାକୁ ପଡିବ । ପୁଣି ସ୍ୱର୍ଗରେ ମଧ୍ୟ ବହୁତ ପଛରେ ଆସିବ ।
ବର୍ତ୍ତମାନ ସବୁ କିଛି ଜଣାପଡିଯାଉଛି ଯେ କିଏ କିଏ ପୁରୁଷୋତ୍ତମ ହେବାକୁ ଯାଉଛନ୍ତି । ତାହା ହେଉଛି
ପୁରୁଷୋତ୍ତମ ଦୈବୀ ରାଜ୍ୟ । ତୁମେମାନେ ଏବେ ଉତ୍ତମରୁ ଉତ୍ତମ ପୁରୁଷ ହେଉଛ ନା । ଆଉ କୌଣସି
ସ୍ଥାନରେ ଏଭଳି କାହାର ମହିମା କରିବେ ନାହିଁ । ମନୁଷ୍ୟ ତ ଦେବତାମାନଙ୍କର ଗୁଣକୁ ମଧ୍ୟ ଜାଣନ୍ତି
ନାହିଁ । ଯଦିଓ ମହିମା ଗାନ କରୁଛନ୍ତି, କିନ୍ତୁ ତାହା ଶୁଆ ଭଳି, ସେଥିପାଇଁ ବାବା କହୁଛନ୍ତି,
ଭକ୍ତମାନଙ୍କୁ ବୁଝାଅ । ଭକ୍ତମାନେ ନିଜକୁ ନୀଚ୍ଚ ପାପୀ ବୋଲି କହୁଛନ୍ତି, ତେଣୁ ତାଙ୍କୁ ପଚାର ଯେ
କ’ଣ ତୁମେ ଯେତେବେଳେ ଶାନ୍ତିଧାମରେ ଥିଲ, ସେଠାରେ ମଧ୍ୟ ପାପ କରୁଥିଲ? ସେଠାରେ ତ ସବୁ ଆତ୍ମା
ପବିତ୍ର ରହନ୍ତି । ଏଠାରେ ଅପବିତ୍ର ହୋଇଯାଇଛନ୍ତି, କାହିଁକି ନା ଏହା ତମଃପ୍ରଧାନ ଦୁନିଆ । ନୂଆ
ଦୁନିଆରେ ତ ସମସ୍ତେ ପବିତ୍ର ଥା’ନ୍ତି । ଅପବିତ୍ର ରାବଣ କରୁଛି ।
ବର୍ତ୍ତମାନ ସମୟରେ
ବିଶେଷ କରି ଭାରତରେ ତଥା ସାରା ଦୁନିଆରେ ରାବଣର ରାଜ୍ୟ ଚାଲିଛି । ଏଠାରେ ଯେଉଁଭଳି ରାଜାରାଣୀ
ସେହିଭଳି ପ୍ରଜା । ଉଚ୍ଚତମ ଏବଂ କନିଷ୍ଠତମ । ଏଠାରେ ସମସ୍ତେ ପତିତ । ବାବା କହୁଛନ୍ତି ମୁଁ ତୁମକୁ
ପବିତ୍ର କରି ଯାଉଛି, ପୁଣି ତୁମକୁ ପତିତ କିଏ କରୁଛି? ରାବଣ । ଏବେ ପୁନର୍ବାର ତୁମେ ମୋ ମତରେ
ପବିତ୍ର ହେଉଛ ପୁଣି ଅଧାକଳ୍ପ ପରେ ରାବଣର ମତରେ ପତିତ ହେବ ଅର୍ଥାତ୍ ଦେହ-ଅଭିମାନରେ ଆସି ବିକାରର
ବଶୀଭୂତ ହୋଇଯାଉଛ । ତାକୁ ଆସୁରୀ ମତ କୁହାଯାଏ । ଭାରତ ପାବନ ଥିଲା, ଆଜି ତାହା ପତିତ ହୋଇଯାଇଛି,
ପୁଣି ଏବେ ପାବନ ହେବାକୁ ଯାଉଛି । ପାବନ କରିବା ପାଇଁ ପତିତ-ପାବନ ବାବାଙ୍କୁ ଏଠାକୁ ଆସିବାକୁ
ପଡିଥାଏ । ବର୍ତ୍ତମାନ ଦେଖନ୍ତୁ କେତେ ଢେର ମନୁଷ୍ୟ ଅଛନ୍ତି । ପୁଣି ଭବିଷ୍ୟତରେ କେତେ ହେବେ!
ଲଢେଇ ଲାଗିବ । ମୃତ୍ୟୁ ତ ସମ୍ମୁଖରେ ଉପସ୍ଥିତ । ତେବେ ଏତେ ସବୁ ଆତ୍ମା କୁଆଡେ ଯିବେ?
ସମସ୍ତଙ୍କର ଶରୀର ଏବଂ ଏହି ପୁରୁଣା ଦୁନିଆ ବିନାଶ ହୋଇଯିବ । ଏହି ରହସ୍ୟ ବର୍ତ୍ତମାନ ତୁମମାନଙ୍କ
ବୁଦ୍ଧିରେ ଅଛି - କିନ୍ତୁ ପୁରୁଷାର୍ଥର କ୍ରମ ଅନୁସାରେ । ଆମେ କାହା ସମ୍ମୁଖରେ ବସିଛୁ । ଏକଥା
ମଧ୍ୟ ଅନେକ ବୁଝିପାରୁ ନାହାଁନ୍ତି । ତେବେ ସେମାନେ ଅତି କମ୍ରୁ କମ ପଦ ପାଇବେ । ଡ୍ରାମା
ଅନୁସାରେ କ’ଣ କରାଯାଇ ପାରିବ । ସେମାନଙ୍କର ଭାଗ୍ୟରେ ହିଁ ନାହିଁ । ବର୍ତ୍ତମାନ ତ ପିଲାମାନଙ୍କୁ
ସେବା କରିବାକୁ ହେବ, ବାବାଙ୍କୁ ମନେ ପକାଇବାକୁ ପଡିବ । ତୁମେ ସଂଗମଯୁଗୀ ବ୍ରାହ୍ମଣ ଅଟ, ତୁମକୁ
ବାବାଙ୍କ ସମାନ ଜ୍ଞାନର ସାଗର, ସୁଖର ସାଗର ହେବାକୁ ପଡିବ । କରିଲାବାଲା ବାବା ମଧ୍ୟ ଏବେ
ମିଳିଛନ୍ତି ନା । ଦେବତାମାନଙ୍କର ମହିମାର ଗାୟନ କରାଯାଏ - ସର୍ବଗୁଣ ସମ୍ପନ୍ନ... ବର୍ତ୍ତମାନ ତ
ଏହିପରି ଗୁଣବାନ୍ କେହି ନାହାଁନ୍ତି । ତେଣୁ ସର୍ବଦା ନିଜକୁ ପଚାର - ମୁଁ ଉଚ୍ଚପଦ ପାଇବାର ଯୋଗ୍ୟ
କେତେ ପର୍ଯ୍ୟନ୍ତ ହୋଇଛି? ସଂଗମଯୁଗକୁ ଭଲ ଭାବରେ ମନେ ପକାଅ । ଆମେ ସଂଗମଯୁଗୀ ବ୍ରାହ୍ମଣ
ପୁରୁଷୋତ୍ତମ ହେବାକୁ ଯାଉଛୁ । ଶ୍ରୀକୃଷ୍ଣ ନୂଆ ଦୁନିଆର ଉତ୍ତମ ପୁରୁଷ ଅଟନ୍ତି ନା । ପିଲାମାନେ
ଜାଣିଛନ୍ତି ଆମେ ବାବାଙ୍କ ସମ୍ମୁଖରେ ବସିଛୁ, ତେଣୁ ଆହୁରି ଅଧିକ ପାଠ ପଢିବା ଦରକାର ଏବଂ
ଅନ୍ୟମାନଙ୍କୁ ମଧ୍ୟ ପଢାଇବାକୁ ପଡିବ । ଯଦି ପାଠ ପଢାଉ ନାହାଁନ୍ତି ତେବେ ସିଦ୍ଧ ହେଉଛି ଯେ ନିଜେ
ପଢୁନାହାଁନ୍ତି । ବୁଦ୍ଧିରେ ଜ୍ଞାନର ଧାରଣା ହେଉନାହିଁ । ପାଞ୍ଚ ପ୍ରତିଶତ ମଧ୍ୟ ଧାରଣା
କରୁନାହାଁନ୍ତି । ଏକଥା ମଧ୍ୟ ମନେ ରହୁନାହିଁ ଯେ ମୁଁ ସଂଗମଯୁଗୀ ବ୍ରାହ୍ମଣ ଅଟେ । ବୁଦ୍ଧିରେ
ବାବାଙ୍କର ସ୍ମୃତି ରହୁ ଓ ସୃଷ୍ଟିଚକ୍ରର ଜ୍ଞାନ ଘୁରିଚାଲୁ ଥାଉ । ବୁଝାଇବା ତ ବହୁତ ସହଜ । ନିଜକୁ
ଆତ୍ମା ଭାବି ବାବାଙ୍କୁ ମନେ ପକାଇବାକୁ ହେବ । ସେ ସବୁଠାରୁ ଶ୍ରେଷ୍ଠ ପିତା ଅଟନ୍ତି । ବାବା
କହୁଛନ୍ତି ମୋତେ ମନେ ପକାଇଲେ ତୁମର ସମସ୍ତ ବିକର୍ମ ବିନାଶ ହୋଇଯିବ । ଆମେ ହିଁ ପୂଜ୍ୟ ଆମେ ହିଁ
ପୂଜାରୀ, ଏହା ସବୁଠାରୁ ଶ୍ରେଷ୍ଠ ମନ୍ତ୍ର ଅଟେ । ସେମାନେ ପୁଣି ଆତ୍ମା ହିଁ ପରମାତ୍ମା
କହିଦେଇଛନ୍ତି । ତେବେ ସେମାନେ ଯାହା କିଛି ବି କହିଛନ୍ତି ତାହା ସମ୍ପୂର୍ଣ୍ଣ ଭୁଲ୍ । ଆମେ
ପବିତ୍ର ଥିଲୁ, ୮୪ ଜନ୍ମର ଚକ୍ରରେ ଆସି ବର୍ତ୍ତମାନ ଏହିଭଳି ହୋଇଯାଇଛୁ । ଆମେ ପୁଣି ଘରକୁ
ପ୍ରତ୍ୟାବର୍ତ୍ତନ କରୁଛୁ । ବର୍ତ୍ତମାନ ଏଠାରେ ଅଛୁ, କାଲି ଘରକୁ ଯିବୁ । ଆମେ ବେହଦ ବାବାଙ୍କର
ଘରକୁ ଯାଉଛୁ । ଏହା ବେହଦର ନାଟକ ଯାହାର କି ବର୍ତ୍ତମାନ ପୁନରାବୃତ୍ତି ହେବାକୁ ଯାଉଛି । ବାବା
କହୁଛନ୍ତି ଦେହ ସହିତ ଦେହର ସମସ୍ତ ସମ୍ବନ୍ଧକୁ ଭୁଲି ନିଜକୁ ଆତ୍ମା ମନେକର । ବର୍ତ୍ତମାନ ମୁଁ ଏହି
ଶରୀରକୁ ଛାଡି ଘରକୁ ଯାଉଛି - ଏହି କଥା ପକ୍କା ମନେ ରଖ, ମୁଁ ଆତ୍ମା ଅଟେ - ଏକଥା ମଧ୍ୟ ମନେ ରହୁ
ଏବଂ ନିଜର ଘର ମଧ୍ୟ ମନେ ରହୁ ତେବେ ବୁଦ୍ଧିରୁ ସାରା ଦୁନିଆର ସନ୍ନ୍ୟାସ ହୋଇଯିବ । ଶରୀରର
ସନ୍ନ୍ୟାସ, ତ ସମସ୍ତଙ୍କ ଠାରୁ ସନ୍ନ୍ୟାସ । ସେହି ହଠଯୋଗୀ ସନ୍ନ୍ୟାସୀମାନେ କ’ଣ ସାରା ସୃଷ୍ଟିର
ସନ୍ନ୍ୟାସ କରନ୍ତି! ତାଙ୍କର ହେଲା ଅଧା ସନ୍ନ୍ୟାସ । ତୁମକୁ ତ ସାରା ଦୁନିଆକୁ ତ୍ୟାଗ କରିବାକୁ
ପଡିବ । ନିଜକୁ ଦେହ ଭାବୁଛନ୍ତି, ତେଣୁ କାମ ମଧ୍ୟ ସେହିପରି କରୁଛନ୍ତି । ଦେହ-ଅଭିମାନୀ ହେବା
ଦ୍ୱାରା ଚୋରି, ଡକାୟତି, ମିଥ୍ୟା କହିବା, ପାପ କରିବା... ଏହି ସବୁର ଅଭ୍ୟାସ ପଡିଯାଏ । ବଡ
ପାଟିରେ କଥା କହିବାର ମଧ୍ୟ ଅଭ୍ୟାସ ପଡିଯାଏ, ପୁଣି କହନ୍ତି ମୋର କଥା ହିଁ ସେହିଭଳି । ଗୋଟିଏ
ଦିନରେ ୨୫-୩୦ ପାପ ମଧ୍ୟ କରି ପକାନ୍ତି । ମିଥ୍ୟା କହିବା ମଧ୍ୟ ପାପ ହେଲା ନା । ଏହିଭଳି ଭାବରେ
ଅଭ୍ୟାସରେ ପଡିଯାଏ । ବାବା କହୁଛନ୍ତି ଆବାଜ କମ୍ କରିବା ଶିଖ । ଶବ୍ଦ କମ୍ କରିବାକୁ କୌଣସି ଡେରି
ଲାଗେ ନାହିଁ । ଯଦି କୁକୁରକୁ ବି ପାଳୁଛନ୍ତି, ତେବେ ସିଏ ମଧ୍ୟ ଭଲ ହୋଇଯାଉଛି, ମାଙ୍କଡ କେତେ
ଚଞ୍ଚଳ ପୁଣି କାହା ସହିତ ଯଦି ସାଥୀ ହୋଇଗଲା, ନାଚ କରିଥାଏ । ପଶୁ ମଧ୍ୟ ସୁଧୁରି ଯାଉଛନ୍ତି ।
ପଶୁମାନଙ୍କୁ ମଣିଷ ସୁଧାରିଥାଏ, ମନୁଷ୍ୟମାନଙ୍କୁ ବାବା ସୁଧାରିଥା’ନ୍ତି । ବାବା କହୁଛନ୍ତି
ତୁମେମାନେ ପଶୁ ଭଳି ହୋଇଯାଇଛ । ତେଣୁ ମୋତେ ମଧ୍ୟ କଇଁଛ ଅବତାର, ବରାହ ଅବତାର ବୋଲି କହି ଦେଉଛ ।
ଯେଭଳି ତୁମର ଚଳଣି, ତାଠାରୁ ମଧ୍ୟ ଅଧିକ ଖରାପ ମୋତେ କରିଦେଇଛ । ଏକଥା ମଧ୍ୟ ତୁମେ ଜାଣିଛ,
ଦୁନିଆ ଜାଣିନାହିଁ । ଶେଷ ସମୟରେ ତୁମକୁ ସାକ୍ଷାତ୍କାର ହେବ । କିଭଳି-କିଭଳି ଦଣ୍ଡ ପାଉଛନ୍ତି,
ତାହା ମଧ୍ୟ ତୁମକୁ ଜଣାପଡିବ । ଅଧାକଳ୍ପ ତୁମେମାନେ ଭକ୍ତି କରିଲ, ଏବେ ଜ୍ଞାନ ମିଳିଛି । ବାବା
କହୁଛନ୍ତି ଯଦି ମୋ ମତରେ ନ ଚାଲିବ ତେବେ ଆହୁରି ଦଣ୍ଡ ଭୋଗ କରିବ । ଏଥିପାଇଁ ଏବେ ପାପ କରିବା
ଛାଡିଦିଅ । ନିଜର ଚାର୍ଟ ରଖ ପୁଣି ତା ସହିତ ଜ୍ଞାନର ଧାରଣା ମଧ୍ୟ ଦରକାର । କାହାକୁ ବୁଝାଇବାର
ଅଭ୍ୟାସ ମଧ୍ୟ ଦରକାର । ପ୍ରଦର୍ଶନୀର ଚିତ୍ର ଉପରେ ବୁଦ୍ଧି ଚଲାଅ । କାହାକୁ ମୁଁ କେମିତି ବୁଝାଇବି
। ପ୍ରଥମେ ପ୍ରଥମେ ଏହି କଥା ବିଚାର କର କି ଗୀତାର ଭଗବାନ କିଏ? ଜ୍ଞାନର ସାଗର ତ ପତିତ-ପାବନ
ପରମପିତା ପରମାତ୍ମା ହିଁ ଅଟନ୍ତି ନା । ଯିଏକି ସମସ୍ତ ଆତ୍ମାଙ୍କର ପିତା ମଧ୍ୟ ଅଟନ୍ତି । ତେବେ
ପିତାଙ୍କର ପରିଚୟ ତ’ ଦରକାର ନା । ଋଷି-ମୁନି ଆଦି କାହାକୁ ମଧ୍ୟ, ନା ବାବାଙ୍କର ପରିଚୟ ଜଣାଅଛି,
ନା ରଚନାର ଆଦି-ମଧ୍ୟ-ଅନ୍ତର ଜ୍ଞାନ ଜଣା ଅଛି । ସେଥିପାଇଁ ପ୍ରଥମେ ପ୍ରଥମେ ଏକଥା ବୁଝାଅ ଏବଂ
ତାଙ୍କଠାରୁ ଲେଖାଇ ନିଅ କି ଭଗବାନ ଜଣେ ଅଟନ୍ତି । ଦ୍ୱିତୀୟ କେହି ହୋଇପାରିବେ ନାହିଁ । ମନୁଷ୍ୟ
ନିଜକୁ ଭଗବାନ କହି ପାରିବ ନାହିଁ ।
ତୁମ ସନ୍ତାନମାନଙ୍କୁ ଏବେ
ନିଶ୍ଚୟ ଅଛି ଯେ ଭଗବାନ ନିରାକାର । ବାବା ଆମକୁ ପାଠ ପଢାଉଛନ୍ତି ଆମେ ତାଙ୍କର ଛାତ୍ର । ସେ ଆମର
ପିତା, ଶିକ୍ଷକ ଏବଂ ସଦ୍ଗୁରୁ ମଧ୍ୟ ଅଟନ୍ତି । ଯଦି ଜଣଙ୍କୁ ମନେ ପକାଇବା ତେବେ ଶିକ୍ଷକ ଏବଂ
ଗୁରୁ ଉଭୟ ମନେ ପଡିଯିବେ । ତେବେ ବୁଦ୍ଧି ଏଣେତେଣେ ଘୁରିବୁଲିବା ଉଚିତ୍ ନୁହେଁ । କେବଳ ଶିବ ବୋଲି
କହିବା ମଧ୍ୟ ଉଚିତ୍ ନୁହେଁ, ସିଏ ଆମର ପିତା ଏବଂ ପରମ ଶିକ୍ଷକ ମଧ୍ୟ ଅଟନ୍ତି, ଯିଏକି ଆମକୁ
ସାଥିରେ ନେଇଯିବେ । ସେହି ଜଣଙ୍କର କେତେ ମହିମା ରହିଛି । ଏବେ କେବଳ ତାଙ୍କୁ ହିଁ ମନେ ପକାଇବାକୁ
ହେବ । କେହି କେହି କହୁଛନ୍ତି ଇଏ ତ ଯାଇ ବ୍ରହ୍ମାକୁମାରୀଙ୍କୁ ଗୁରୁ କରିଛି । ତୁମେ ଗୁରୁ ତ
ହେଉଛ କିନ୍ତୁ ତୁମକୁ ବାବା କୁହାଯିବ ନାହିଁ । ଟୀଚର, ଗୁରୁ କୁହାଯିବ କିନ୍ତୁ ପିତା କୁହାଯିବ
ନାହିଁ । ଏହି ତିନୋଟି ସମ୍ବନ୍ଧ କେବଳ ସେହି ଜଣେ ବାବାଙ୍କ ପାଇଁ ହିଁ ଉଦ୍ଦିଷ୍ଟ । ସିଏ ସବୁଠାରୁ
ବଡ ବାବା ଅଟନ୍ତି, ୟାଙ୍କ (ବ୍ରହ୍ମା) ଠାରୁ ଉଚ୍ଚ ମଧ୍ୟ ସେହି ବାବା ଅଟନ୍ତି । ଏକଥା ଭଲ ଭାବରେ
ବୁଝାଇବାକୁ ହେବ । ପ୍ରଦର୍ଶନୀରେ ବୁଝାଇବା ପାଇଁ ଅକଲ ବା ବୁଦ୍ଧି ଥିବା ଆବଶ୍ୟକ । କିନ୍ତୁ ନିଜ
ଭିତରେ ଏତିକି ସାହସ କରିପାରନ୍ତି ନାହିଁ । ବଡ ବଡ ପ୍ରଦର୍ଶନୀ ହେଲେ ଯେଉଁମାନେ ଭଲ ସେବାଧାରୀ,
ସେମାନଙ୍କୁ ଯାଇ ସେବା କରିବା ଆବଶ୍ୟକ । ବାବା କ’ଣ ମନା କରୁଛନ୍ତି । ଆଗକୁ ଯାଇ ସାଧୁ ସନ୍ଥ
ଆଦିଙ୍କୁ ମଧ୍ୟ ତୁମେ ଜ୍ଞାନ ବାଣ ମାରି ଚାଲିବ । ଯିବେ କୁଆଡେ! ଗୋଟିଏ ହିଁ ହାଟ (ସଦଗତିର ସ୍ଥାନ)
ଅଛି । ସମସ୍ତଙ୍କର ସଦ୍ଗତି ଏହି ହାଟରେ ହିଁ ହେବ । ଏହି ହାଟ ହିଁ ଏଭଳି ଅଟେ । ତୁମେ ସମସ୍ତଙ୍କୁ
ପବିତ୍ର ହେବାର ରାସ୍ତା ବତାଉଛ । ପୁଣି କିଏ ପବିତ୍ର ହୁଅନ୍ତୁ ବା ନ ହୁଅନ୍ତୁ ।
ତୁମ ସନ୍ତାନମାନଙ୍କର
ବିଶେଷ ଧ୍ୟାନ ସେବା ଉପରେ ରହିବା ଆବଶ୍ୟକ । ଯଦିଓ ସନ୍ତାନମାନେ ଜ୍ଞାନୀ ଅଟନ୍ତି, କିନ୍ତୁ ଭଲ
ଭାବରେ ସେବା ନ କଲେ, ବାବା ବୁଝିଯା’ନ୍ତି ଯେ ଏହାଙ୍କ ଉପରେ ରାହୁର ଦଶା ପଡିଛି । ଦଶା ତ
ସମସ୍ତଙ୍କ ଉପରେ ଘୁରୁଛି ନା । ମାୟାର ଛାଇ ପଡୁଛି ପୁଣି ଦୁଇ ଦିନ ପରେ ଠିକ୍ ହୋଇଯାଉଛନ୍ତି ।
ପିଲାମାନଙ୍କୁ ସେବାର ଅନୁଭବ ନେଇ ଆସିବା ଦରକାର । ପ୍ରଦର୍ଶନୀ ତ କରି ଚାଲୁଛନ୍ତି, କିନ୍ତୁ
କାହିଁକି ମନୁଷ୍ୟ ବୁଝିବା ପରେ ତୁରନ୍ତ ଲେଖୁନାହାଁନ୍ତି କି ଗୀତା କୃଷ୍ଣଙ୍କର ନୁହେଁ, ଶିବ
ଭଗବାନଙ୍କ ଦ୍ୱାରା ଗାୟନ ହୋଇଛି । କେହି ତ କେବଳ କହିଦେଉଛନ୍ତି ଏହା ବହୁତ ଭଲ ଜ୍ଞାନ,
ମନୁଷ୍ୟମାନଙ୍କ ପାଇଁ ବହୁତ କଲ୍ୟାଣକାରୀ, ସମସ୍ତଙ୍କୁ ଦେଖାଇବା ଦରକାର । କିନ୍ତୁ ମୁଁ ମଧ୍ୟ ଏହି
ବର୍ସା ନେବି... ଏପରି କେହି କହୁ ନାହାଁନ୍ତି । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) ଦେହ
ଅଭିମାନରେ ଆସି ବଡ ପାଟିରେ କଥାବାର୍ତ୍ତା ହେବା ଉଚିତ୍ ନୁହେଁ । ଏହି ଅଭ୍ୟାସକୁ ଛାଡିବାକୁ ପଡିବ
। ଚୋରି କରିବା, ମିଥ୍ୟା କହିବା... ଏହିଭଳି ସବୁ ପାପ କର୍ମରୁ ମୁକ୍ତ ରହିବା ପାଇଁ ଦେହୀ-ଅଭିମାନୀ
ହୋଇ ରହିବାକୁ ହେବ ।
(୨) ମୃତ୍ୟୁ ସମ୍ମୁଖରେ
ଉପସ୍ଥିତ ତେଣୁ ବାବାଙ୍କର ଶ୍ରୀମତରେ ଚାଲି ପବିତ୍ର ହେବାକୁ ପଡିବ । ବାବାଙ୍କର ହେବା ପରେ କୌଣସି
ଖରାପ କର୍ମ କରିବାର ନାହିଁ । ଧର୍ମରାଜପୁରୀର ଦଣ୍ଡରୁ ମୁକ୍ତି ପାଇବାର ପୁରୁଷାର୍ଥ କରିବାକୁ ହେବ
।
ବରଦାନ:-
ଲୋକ ପସନ୍ଦ
ଅର୍ଥାତ୍ ଦୁନିଆ ପସନ୍ଦ ସଭାର ଟିକେଟ୍ ବୁକ୍ କରୁଥିବା ରାଜ୍ୟ ସିଂହାସନ ଅଧିକାରୀ ଭବ ।
ଯେତେବେଳେ କୌଣସି
ସଂକଳ୍ପ କରୁଛ ବା ବିଚାର କରୁଛ ତେବେ ପ୍ରଥମେ ଚେକ୍ କର ଯେ ଏହି ସଂକଳ୍ପ ବା ବିଚାର ବାବାଙ୍କୁ
ପସନ୍ଦ ଅଟେ ତ? ଯାହା ବାବାଙ୍କୁ ପସନ୍ଦ ତାହା ଲୋକ ପସନ୍ଦ ଆପେ ଆପେ ହୋଇଯାଇଥାଏ । ଯଦି କୌଣସି ବି
ସଂକଳ୍ପରେ ବ୍ୟର୍ଥ ରହିଛି ତେବେ ତାକୁ ମନ ପସନ୍ଦ କୁହାଯିବ ଏବଂ ବିଶ୍ୱ କଲ୍ୟାଣ ଅର୍ଥେ ହୋଇଥିଲେ
ତା’କୁ ଲୋକ ପସନ୍ଦ ବା ପ୍ରଭୁ ପସନ୍ଦ କୁହାଯିବ । ତେବେ ଲୋକ ପସନ୍ଦ ସଭାର ସଦସ୍ୟ ହେବା ଅର୍ଥ ଲ
ଆଣ୍ଡ୍ ଅର୍ଡର ଅର୍ଥାତ୍ ଆଇନ୍ ଶୃଂଙ୍ଖଳାଯୁକ୍ତ ରାଜ୍ୟ ଅଧିକାର ବା ରାଜ୍ୟ ସିଂହାସନ ପ୍ରାପ୍ତ
କରିନେବା ।
ସ୍ଲୋଗାନ:-
ଯଦି ସର୍ବଦା
ପରମାତ୍ମ ସଂଗର ଅନୁଭବ କରିବ, ତେବେ ସବୁ କିଛି ସହଜ ଅନୁଭବ କରିବା ସହିତ ନିଜେ ମଧ୍ୟ ସୁରକ୍ଷିତ
ରହିବ ।