31.12.24 Morning Odia Murli Om Shanti BapDada Madhuban
“ମିଠେ ବଚ୍ଚେ:- ବାବା
ପ୍ରତିଦିନ ଯାହାସବୁ ପଢାଉଛନ୍ତି, ତାହାକୁ କେବେହେଲେ ବନ୍ଦ କରିବାର ନାହିଁ କାରଣ ଏହି ପାଠପଢା
ଦ୍ୱାରା ହିଁ ମନର ସନ୍ଦେହ ଦୂର ହୋଇଥାଏ ।”
ପ୍ରଶ୍ନ:-
ବାବାଙ୍କର
ହୃଦୟକୁ ଜିତିବାର ଉପାୟ କ’ଣ?
ଉତ୍ତର:-
ବାବାଙ୍କ ହୃଦୟକୁ ଜିତିବାକୁ ହେଲେ ଯେ ପର୍ଯ୍ୟନ୍ତ ସଂଗମଯୁଗ ରହିଛି ସେ ପର୍ଯ୍ୟନ୍ତ ବାବାଙ୍କୁ
କିଛି ବି ଲୁଚାଅ ନାହିଁ । ନିଜର ଚରିତ୍ର ଉପରେ ପୂରା-ପୂରା ଧ୍ୟାନ ଦିଅ । ଯଦି କୌଣସି ପାପ କର୍ମ
ହୋଇଗଲା ତେବେ ଅବିନାଶୀ ସର୍ଜନ ଅର୍ଥାତ୍ ଡାକ୍ତରଙ୍କୁ ଶୁଣାଇଦିଅ ତେବେ ହାଲୁକା ହୋଇଯିବ । ବାବା
ଯାହା ଶିକ୍ଷା ଦେଉଛନ୍ତି ତାହା ହିଁ ତାଙ୍କର ଦୟା, କୃପା ବା ଆଶୀର୍ବାଦ ଅଟେ । ତେଣୁ ବାବାଙ୍କୁ
ଦୟା କିମ୍ବା କୃପା ମାଗିବା ବଦଳରେ ନିଜେ ନିଜ ଉପରେ କୃପା କର । ଏହିଭଳି ପୁରୁଷାର୍ଥ କରି
ବାବାଙ୍କର ହୃଦୟକୁ ଜିତିଯାଅ ।
ଓମ୍ ଶାନ୍ତି ।
ଏବେ ଆତ୍ମିକ
ପିଲାମାନେ ତ ଏକଥା ଜାଣିଛନ୍ତି କି ନୂଆ ଦୁନିଆରେ ସୁଖ, ପୁରୁଣା ଦୁନିଆରେ ଦୁଃଖ ରହିଛି । ଦୁଃଖରେ
ସମସ୍ତେ ଦୁଃଖୀ ହୋଇଯା’ନ୍ତି ଏବଂ ସୁଖରେ ସମସ୍ତେ ସୁଖୀ ହୋଇଥାନ୍ତି । ସୁଖର ଦୁନିଆରେ ଦୁଃଖର
ଚିହ୍ନ ବର୍ଣ୍ଣ ରହିବ ନାହିଁ, ପୁଣି ଯେଉଁଠି ଦୁଃଖ ଅଛି ସେଠାରେ ସୁଖର ଚିହ୍ନ-ବର୍ଣ୍ଣ ରହିବ ନାହିଁ
। ଯେଉଁଠି ପାପ ଅଛି ସେଠାରେ ପୁଣ୍ୟର ଚିହ୍ନବର୍ଣ୍ଣ ନାହିଁ, ଯେଉଁଠି ପୁଣ୍ୟ ରହିଛି ସେଠାରେ ପାପର
ଚିହ୍ନବର୍ଣ୍ଣ ରହିବ ନାହିଁ । ତାହା କେଉଁ ସ୍ଥାନ ଅଟେ? ଗୋଟିଏ ହେଉଛି ସତ୍ୟଯୁଗ, ଅନ୍ୟଟି ହେଉଛି
କଳିଯୁଗ । ଏହା ତ ପିଲାମାନଙ୍କ ବୁଦ୍ଧିରେ ନିଶ୍ଚୟ ରହିଥିବ । ଏବେ ଦୁଃଖର ସମୟ ପୁରା ହେଉଛି ଏବଂ
ସତ୍ୟଯୁଗ ପାଇଁ ପ୍ରସ୍ତୁତି ଚାଲିଛି । ଆମେ ଏବେ ଏହି ପତିତ ଛି-ଛି ଦୁନିଆରୁ ସେ ପାରି ସତ୍ୟଯୁଗ
ଅର୍ଥାତ୍ ରାମରାଜ୍ୟକୁ ଯାଉଛୁ । ନୂଆ ଦୁନିଆରେ ସୁଖ, ପୁରୁଣା ଦୁନିଆରେ ଦୁଃଖ ରହିଛି । ଏପରି ନୁହେଁ
ଯେ, ଯିଏ ସୁଖ ଦେଇଥାନ୍ତି ସେ ହିଁ ଦୁଃଖ ମଧ୍ୟ ଦେଇଥା’ନ୍ତି । ନାଁ, ସୁଖ ତ ବାବା ଦେଉଛନ୍ତି,
କିନ୍ତୁ ଦୁଃଖ ମାୟା ରାବଣ ଦେଉଛି । ସେହି ଶତ୍ରୁର ପୁତୁଳାକୁ ପ୍ରତ୍ୟେକ ବର୍ଷ ଜଳାଇଥାନ୍ତି ।
ଯିଏ ଦୁଃଖ ଦେଇଥାଏ ତାକୁ ସର୍ବଦା ଜଳାଯାଇଥାଏ । ପିଲାମାନେ ଜାଣିଛନ୍ତି ଯେତେବେଳେ ତାର ରାଜ୍ୟ
ସମାପ୍ତ ହୋଇଯିବ ସେ ସବୁଦିନ ପାଇଁ ବିଦାୟ ନେଇଯିବ । ୫ ବିକାର ହିଁ ସମସ୍ତଙ୍କୁ ଆଦି-ମଧ୍ୟ-ଅନ୍ତ
ଦୁଃଖ ଦେଇ ଆସିଛି । ଏଠାରେ ତୁମେ ବସିଥିଲେ ମଧ୍ୟ ତୁମର ବୁଦ୍ଧିରେ ଏହା ରହୁ ଯେ ଆମେ ବାବାଙ୍କ
ପାଖକୁ ଯିବୁ । ରାବଣକୁ ତ ତୁମେ କେବେ ବାବା ବୋଲି କହିବ ନାହିଁ । ରାବଣକୁ କେହି ପରମପିତା
ପରମାତ୍ମା ବୋଲି କହିବାର କେବେ ଶୁଣିଛ? କେବେ ବି ନୁହେଁ । କେହି କେହି ଭାବିଥା’ନ୍ତି ଲଙ୍କାରେ
ରାବଣ ଥିଲା । ବାବା କହୁଛନ୍ତି ଏହି ସାରା ଦୁନିଆ ହିଁ ହେଉଛି ଲଙ୍କା । କହୁଛନ୍ତି ଭାସ୍କୋଡାଗାମା
ଷ୍ଟିମର ବା ବୋଟ୍ ଦ୍ୱାରା ସାରା ଦୁନିଆର ପରିଭ୍ରମଣ କରିଥିଲେ । ଯେଉଁ ସମୟରେ ସେ ପରିଭ୍ରମଣ
କରିଥିଲେ ସେ ସମୟରେ ଏରୋପ୍ଳେନ୍ ଆଦି ନ ଥିଲା । ଟ୍ରେନ୍ ମଧ୍ୟ ବାଷ୍ପରେ ଚାଲୁଥିଲା । ବିଜୁଳି
ଶକ୍ତି ଅଲଗା ଜିନିଷ ଅଟେ । ଏବେ ବାବା କହୁଛନ୍ତି ଦୁନିଆ ତ ଗୋଟିଏ । ନୂଆରୁ ପୁରୁଣା, ପୁରୁଣାରୁ
ନୂଆ ହୋଇଥାଏ । ଏପରି କୁହାଯିବ ନାହିଁ ଯେ ସ୍ଥାପନା, ପାଳନା, ବିନାଶ । ନା, ପ୍ରଥମେ ସ୍ଥାପନା
ପୁଣି ବିନାଶ, ପରେ ପାଳନା, ଏହା ହିଁ ଠିକ୍ ଅକ୍ଷର ଅଟେ । ପରେ ଅର୍ଥାତ୍ ଦ୍ୱାପରରୁ ରାବଣର ପାଳନା
ଆରମ୍ଭ ହୋଇଥାଏ । ତାହା ମିଥ୍ୟା ବିକାରୀ ପତିତ ହେବାର ପାଳନା ଅଟେ, ଯେଉଁଥିରେ ସମସ୍ତେ ଦୁଃଖୀ
ହୋଇଥାନ୍ତି । ବାବା ତ କେବେ କାହାକୁ ଦୁଃଖ ଦିଅନ୍ତି ନାହିଁ । ଏଠାରେ ତ ତମଃପ୍ରଧାନ ହୋଇଥିବା
କାରଣରୁ ବାବାଙ୍କୁ ହିଁ ସର୍ବବ୍ୟାପୀ କହିଦେଉଛନ୍ତି । ଦେଖ, କିଭଳି ହୋଇଯାଇଛନ୍ତି! ଏହି କଥା ତ
ତୁମ ପିଲାମାନଙ୍କର ଚାଲିବା-ବୁଲିବା ସମୟରେ ବୁଦ୍ଧିରେ ରହିବା ଦରକାର । ବହୁତ ସହଜ ଅଟେ । କେବଳ
ଅଲଫ ଅର୍ଥାତ୍ ବାବାଙ୍କ କଥା । ମୁସଲମାନମାନେ ମଧ୍ୟ କହିଥା’ନ୍ତି ଉଠିବା ମାତ୍ରେ ଆଲ୍ଲାଙ୍କୁ ମନେ
ପକାଅ । ନିଜେ ବି ସକାଳୁ ଉଠନ୍ତି । ସେ କହିଥାନ୍ତି ଆଲ୍ଲା ଅଥବା ଖୁଦାଙ୍କୁ ୟାଦ କର । ତୁମେ
କହିବ ବାବାଙ୍କୁ ୟାଦ କର । ବାବା ଅକ୍ଷର ବହୁତ ମିଠା ଅଟେ । ଆଲ୍ଲା କହିଲେ ସମ୍ପତ୍ତି ମନେ ପଡେ
ନାହିଁ । ବାବା କହିଲେ ସମ୍ପତ୍ତି ମନେ ପଡୁଛି । ମୁସଲମାନମାନେ ବାବା କୁହନ୍ତି ନାହିଁ । ସେମାନେ
ଆଲ୍ଲା ମିଆଁ କହିଥାନ୍ତି । ମିୟାଁ-ବିବି । ଏସବୁ ଅକ୍ଷର ଭାରତରେ ରହିଛି । ପରମପିତା ପରମାତ୍ମା
କହିଲେ ହିଁ ଶିବଲିଙ୍ଗ ମନେ ପଡିବ । ୟୁରୋପବାସୀମାନେ ଗଡ୍ ଫାଦର କହିଥାନ୍ତି । ଭାରତରେ ତ ଗୋଡି
ମାଟି ପଥର ଆଦିକୁ ମଧ୍ୟ ଭଗବାନ ବୋଲି ବୁଝିଥା’ନ୍ତି । ଶିବଲିଙ୍ଗ ମଧ୍ୟ ପଥରରେ ନିର୍ମିତ ହୋଇଥାଏ
। ଭାବିଥା’ନ୍ତି ଏହି ପଥରରେ ହିଁ ଭଗବାନ ଅଛନ୍ତି । ଭଗବାନଙ୍କୁ ମନେ ପକାଇଲେ ପଥର ହିଁ ସମ୍ମୁଖକୁ
ଆସିଯାଏ । ପଥରକୁ ଭଗବାନ ଭାବି ପୂଜା କରନ୍ତି । ପଥର କେଉଁଠୁ ଆସିଥାଏ? ପାହାଡର ଝରଣାରୁ ଗଡି-ଗଡି
ଗୋଲ ଚିକ୍କଣ ହୋଇଯାଏ । ପୁଣି କିପରି ଆପେ ଆପେ ଚିହ୍ନ ଆଦି ଆଙ୍କି ହୋଇଯାଇଥାଏ ।
ଦେବୀ-ଦେବତାଙ୍କର ମୂର୍ତ୍ତି ଏପରି ହୁଏ ନାହିଁ । ପଥର କାଟି-କାଟି କାନ, ମୁହଁ, ନାକ, ଆଖି ଆଦି
ବହୁତ ସୁନ୍ଦର ତିଆରି କରନ୍ତି । ଖର୍ଚ୍ଚ ବହୁତ କରନ୍ତି । ଶିବବାବାଙ୍କର ମୂର୍ତ୍ତିରେ କୌଣସି
ଖର୍ଚ୍ଚ ଆଦିର କଥା ନାହିଁ । ଏବେ ତୁମେ ବୁଝୁଛ ଆମେ ଚୈତନ୍ୟରେ ସେହି ଦେବୀ-ଦେବତା ହେଉଛୁ ।
ଚୈତନ୍ୟରେ ରହିଲେ ପୂଜା ଆଦି ହେବ ନାହିଁ । ଯେତେବେଳେ ପଥରବୁଦ୍ଧି ହୋଇଯା’ନ୍ତି ସେତେବେଳେ ପଥରର
ପୂଜା କରନ୍ତି । ଯେବେ ଚୈତନ୍ୟରେ ଥା’ନ୍ତି ସ୍ୱୟଂ ପୂଜ୍ୟ ଅଟନ୍ତି ପୁଣି ପୂଜାରୀ ହୋଇଥାନ୍ତି ।
ସେଠାରେ ନା କେହି ପୂଜାରୀ ଥାଆନ୍ତି, ନା କୌଣସି ପଥରର ମୂର୍ତ୍ତି ରହିଥାଏ । ଆବଶ୍ୟକ ହିଁ ନାହିଁ
। ଯିଏ ଚୈତନ୍ୟରେ ଥିଲେ ତାଙ୍କର ସ୍ମୃତି ଚିହ୍ନ ସ୍ୱରୂପ ପଥରର ମୂର୍ତ୍ତି ରଖିଥାନ୍ତି । ଏବେ ଏହି
ଦେବତାମାନଙ୍କର କାହାଣୀ ତୁମେ ଜାଣିଗଲ ଯେ ଏହି ଦେବତାମାନଙ୍କର ଜୀବନ କାହାଣୀ କଣ ଥିଲା? ପୁଣି
ତାହାର ପୁନରାବୃତ୍ତି ହେଉଛି । ଆଗରୁ ଏହି ଜ୍ଞାନ ଚକ୍ଷୁ ନ ଥିଲା ତେଣୁ ଯେପରି ପଥରବୁଦ୍ଧି ଥିଲ ।
ବର୍ତ୍ତମାନ ବାବାଙ୍କ ଦ୍ୱାରା ଯେଉଁ ଜ୍ଞାନ ମିଳିଛି ତାହା ସମସ୍ତଙ୍କ ପାଇଁ, ସେହି ଜ୍ଞାନ ତ
ଗୋଟିଏ ପ୍ରକାରର, କିନ୍ତୁ କ୍ରମାନୁସାରେ ଧାରଣ କରୁଛନ୍ତି ଏହି ଧାରଣା ଅନୁସାରେ ହିଁ ତୁମର
ରୁଦ୍ରମାଳା ହେଉଛି । ଗୋଟିଏ ହେଉଛି ରୁଦ୍ରମାଳା, ଅନ୍ୟଟି ହେଉଛି ରୁଣ୍ଡ ମାଳା ଅର୍ଥାତ୍
ବିଷ୍ଣୁମାଳା । ଗୋଟିଏ ହେଉଛି ଆତ୍ମା ଭାଇମାନଙ୍କର ଅନ୍ୟଟି ହେଉଛି ଜୀବାତ୍ମା ଭାଇ ଏବଂ
ଭଉଣୀମାନଙ୍କର । ଏହା ତ ବୁଦ୍ଧିରେ ଆସିଥାଏ ଯେ ଆମେ ଆତ୍ମାମାନେ ବହୁତ ଛୋଟ-ଛୋଟ ବିନ୍ଦୁ ସଦୃଶ ଅଟୁ
। ଗାୟନ ମଧ୍ୟ ରହିଛି ଭ୍ରୃକୁଟୀ ମଧ୍ୟରେ ଚମକୁଛି ଅଜବ ସିତାରା । ଏବେ ତୁମେ ବୁଝୁଛ ଆମେ ଆତ୍ମା
ଚୈତନ୍ୟ ଅଟୁ । ଗୋଟିଏ ଛୋଟ ତାରକା ସଦୃଶ । ପୁଣି ଯେତେବେଳେ ଗର୍ଭରେ ପ୍ରବେଶ କରିଥାଏ ପ୍ରଥମେ
କେତେ ଛୋଟ ପିଣ୍ଡ ହୋଇଥାଏ । ପିଣ୍ଡ ପୁଣି କେତେ ବଡ ହୋଇଯାଏ । ସେହି ଆତ୍ମା ପୁଣି ନିଜର ଶରୀର
ଦ୍ୱାରା ଅବିନାଶୀ ପାର୍ଟ କରିଥାଏ । ଏହି ଶରୀରକୁ ପୁଣି ସମସ୍ତେ ମନେ ପକାଇଥା’ନ୍ତି । ଏହି ଶରୀର
ସୁନ୍ଦର ଅସୁନ୍ଦର ହେବା କାରଣରୁ ସମସ୍ତଙ୍କୁ ଆକର୍ଷିତ କରିଥାଏ । ସତ୍ୟଯୁଗରେ ଏପରି କୁହାଯିବ ନାହିଁ
ଯେ ଆତ୍ମ-ଅଭିମାନୀ ହୁଅ, ନିଜକୁ ଆତ୍ମା ଭାବ । ଏହି ଜ୍ଞାନ ବର୍ତ୍ତମାନ ତୁମକୁ ମିଳୁଛି କାରଣ ତୁମେ
ଜାଣିଛ ଏବେ ଆତ୍ମା ପତିତ ହୋଇ ଯାଇଛି । ପତିତ ହେବା କାରଣରୁ ଯେଉଁ କାମ କରୁଛି ତାହା ସବୁ ଓଲଟା
ହୋଇଯାଉଛି । ବାବା ସତ କର୍ମ କରାଇଥା’ନ୍ତି, ମାୟା ଓଲଟା କାମ କରାଇଥାଏ । ସବୁଠାରୁ ଓଲଟା କାମ
ହେଉଛି ବାବାଙ୍କୁ ସର୍ବବ୍ୟାପୀ କହିବା । ଆତ୍ମା ଯିଏ ଅଭିନୟ କରୁଛି ତାହା ଅବିନାଶୀ ଅଟେ ।
ଆତ୍ମାକୁ ଜଳାଯାଏ ନାହିଁ, ଆତ୍ମାର ତ ପୂଜା କରାଯାଇଥାଏ । ଶରୀରକୁ ଜଳାଯାଏ । ଆତ୍ମା ଯେତେବେଳେ
ଶରୀର ତ୍ୟାଗ କରିଥାଏ ସେତେବେଳେ ଶରୀରକୁ ଜଳାଯାଇଥାଏ । ଆତ୍ମା ଅନ୍ୟ ଶରୀରରେ ପ୍ରବେଶ କରିଯାଏ ।
ଆତ୍ମା ବ୍ୟତୀତ ଶରୀରକୁ ୨-୪ ଦିନ ମଧ୍ୟ ରଖି ହେବ ନାହିଁ । କେହି ତ ପୁଣି ଶରୀରରେ ଔଷଧ ଆଦି ଲଗାଇ
ରଖି ଦେଇଥାନ୍ତି । କିନ୍ତୁ ଲାଭ କଣ? ଖ୍ରୀଷ୍ଟିୟାନଙ୍କର ଜଣେ ସେଣ୍ଟ୍ ଜେଭିୟର୍ ଥିଲେ, କୁହନ୍ତି
ତାଙ୍କର ଶରୀର ଏ ପର୍ଯ୍ୟନ୍ତ ରଖାଯାଇଛି । ତାଙ୍କ ପାଇଁ ମଧ୍ୟ ଯେପରି ମନ୍ଦିର ତିଆରି ହୋଇଛି ।
କାହାକୁ ଦେଖାନ୍ତି ନାହିଁ କେବଳ ତାଙ୍କର ପାଦ ଦେଖାନ୍ତି । କହିଥାନ୍ତି କେହି ପାଦ ଛୁଇଁ ଦେଲେ
କେବେହେଲେ ବେମାର ହେବେ ନାହିଁ । ପାଦ ଛୁଇଁ ବେମାରୀରୁ ମୁକ୍ତ ହୋଇଗଲେ ଭାବନ୍ତି ତାଙ୍କର କୃପା
ହୋଇଛି । ବାବା କହୁଛନ୍ତି ସେମାନଙ୍କୁ ଭାବନାର ଭଡା ମିଳିଯାଇଥାଏ । ନିଶ୍ଚୟ ବୁଦ୍ଧି ହେବା ଦ୍ୱାରା
କିଛି ଫାଇଦା ମିଳିଥାଏ । ବାକି ଏପରି ଯଦି ବାସ୍ତବରେ ହେଉଥା’ନ୍ତା ତେବେ ଢେର ଲୋକ ସେଠାକୁ
ଯାଆନ୍ତେ ଏବଂ ମେଳା ଲାଗିଯାଆନ୍ତା । ବାବା ବି ଏଠାକୁ ଆସିଛନ୍ତି ତଥାପି ବି ଏତେ ଭିଡ ହେଉ ନାହିଁ
। ବହୁତ ଆସିଲେ ଏଠାରେ ସ୍ଥାନ ମଧ୍ୟ ନାହିଁ । ଏଠାକୁ ବହୁତ ଆସିବାର ସମୟ ହୋଇଗଲେ ବିନାଶ ହୋଇଯିବ
। ଏହା ମଧ୍ୟ ଡ୍ରାମାରେ ନିଧାର୍ଯ୍ୟ ରହିଛି । ଏହାର ଆଦି ବା ଅନ୍ତ ନାହିଁ । ହଁ, ବୃକ୍ଷର ଯେବେ
ଜଡଜଡିଭୂତ ଅବସ୍ଥା ହୋଇଥାଏ ଅର୍ଥାତ୍ ତମଃପ୍ରଧାନ ହୋଇଥାଏ ତେବେ ଏହି ବୃକ୍ଷର ପରିବର୍ତ୍ତନ
ହୋଇଥାଏ । କେତେ ବଡ ଏହି ଅସୀମ ବିଶାଳ ବୃକ୍ଷ ଅଟେ । ପ୍ରଥମେ ସିଏ ଆସିବେ, ଯାହାଙ୍କୁ ପ୍ରଥମ
ନମ୍ବରରେ ଯିବାକୁ ଅଛି । କ୍ରମାନୁସାରେ ଆସିବେ ନା? ସବୁ ସୂର୍ଯ୍ୟବଂଶୀ ତ ଏକାଠି ଆସିବେ ନାହିଁ ।
ଚନ୍ଦ୍ରବଂଶୀ ମଧ୍ୟ ସମସ୍ତେ ଏକ ସମୟରେ ଆସିବେ ନାହିଁ । ମାଳାର କ୍ରମାନୁସାରେ ହିଁ ଆସିବେ ।
ପାର୍ଟଧାରୀ ସମସ୍ତେ ଏକାଠି କିପରି ଆସିବେ । ଖେଳ ହିଁ ବିଗିଡିଯିବ । ଏହି ଖେଳ ବହୁତ ସଠିକ୍ ଭାବେ
ତିଆରି ହୋଇଛି, ଏଥିରେ କୌଣସି ପରିବର୍ତ୍ତନ ହୋଇପାରିବ ନାହିଁ ।
ମିଠା ମିଠା ପିଲାମାନେ
ଯେତେବେଳେ ଏଠାରେ ବସୁଛ ତେବେ ବୁଦ୍ଧିରେ ଏହି କଥା ମନେ ରହିବା ଉଚିତ୍ । ଅନ୍ୟ ସତସଙ୍ଗରେ ତ ଅଲଗା
ଅଲଗା କଥା ବୁଦ୍ଧିରେ ଆସିଥାଏ । ଏହା ତ ଏକମାତ୍ର ପାଠପଢା, ଯେଉଁଥିରେ ତୁମର ରୋଜଗାର ହେଉଛି ।
ସେହି ଶାସ୍ତ୍ର ଆଦି ପଢିବା ଦ୍ୱାରା ରୋଜଗାର ହୁଏ ନାହିଁ । ହଁ, କିଛି ନା କିଛି ଭଲ ଗୁଣ ଧାରଣ
ହୋଇଥାଏ । ଏପରି ନୁହେଁ ଯେ ଗ୍ରନ୍ଥ ପଢୁଥିବା ସବୁ ଆତ୍ମା ନିର୍ବିକାରୀ ହୋଇଥା’ନ୍ତି । ବାବା
କହୁଛନ୍ତି ଏହି ଦୁନିଆରେ ସମସ୍ତେ ଭ୍ରଷ୍ଟାଚାରରୁ ଜନ୍ମ ହୋଇଥା’ନ୍ତି । ତୁମ ପିଲାମାନଙ୍କୁ କେହି
କେହି ପଚାରୁଛନ୍ତି ସେଠାରେ ସନ୍ତାନ କିପରି ଜନ୍ମ ହେବ? କୁହ, ସେଠାରେ ତ ୫ ବିକାର ହିଁ ନାହିଁ,
ଯୋଗବଳ ଦ୍ୱାରା ପିଲା ଜନ୍ମ ହୋଇଥାନ୍ତି । ପିଲା ଜନ୍ମ ହେବା ପୂର୍ବରୁ ହିଁ ସାକ୍ଷାତ୍କାର
ହୋଇଥାଏ ଯେ ସନ୍ତାନ ଜନ୍ମ ନେବ । ସେଠାରେ ବିକାରର କଥା ହିଁ ନାହିଁ । ଏଠାରେ ତ ପିଲାମାନଙ୍କୁ
ମଧ୍ୟ ମାୟା ହରାଇ ଦେଉଛି । କେହି-କେହି ତ ବାବାଙ୍କୁ ମଧ୍ୟ ଆସି ଶୁଣାଇଥାନ୍ତି । ଶୁଣାଇବେ ନାହିଁ
ତ ଶହେଗୁଣା ଦଣ୍ଡ ମିଳିବ । ବାବା ତ ସବୁ ପିଲାମାନଙ୍କୁ କହୁଛନ୍ତି କୌଣସି ବି ପାପ କର୍ମ ହୋଇଗଲେ
ବାବାଙ୍କୁ ତୁରନ୍ତ ବତାଇବା ଦରକାର । ବାବା ଅବିନାଶୀ ବୈଦ୍ୟ ଅଟନ୍ତି । ବୈଦ୍ୟଙ୍କୁ ଶୁଣାଇଲେ ତୁମେ
ହାଲୁକା ହୋଇଯିବ । ଯେ ପର୍ଯ୍ୟନ୍ତ ସଂଗମଯୁଗ ରହିଛି ସେ ପର୍ଯ୍ୟନ୍ତ ବାବାଙ୍କୁ କିଛି ବି ଲୁଚାଅ
ନାହିଁ । କେହି କେହି ଲୁଚାଇଥା’ନ୍ତି ତେଣୁ ସେମାନେ ବାବାଙ୍କ ହୃଦୟକୁ ଜିତି ପାରିବେ ନାହିଁ । ସବୁ
କିଛି ପୁରୁଷାର୍ଥ ଉପରେ ଆଧାରିତ । ସ୍କୁଲକୁ ଆସିବ ନାହିଁ ତ ଚରିତ୍ର କିପରି ସୁଧୁରିବ? ଏହି ସମୟରେ
ସମସ୍ତଙ୍କର ଚରିତ୍ର ଖରାପ ହୋଇଯାଇଛି । ବିକାର ହିଁ ହେଉଛି ପ୍ରଥମ ନମ୍ବରର ଖରାପ ଚରିତ୍ର ତେଣୁ
ବାବା କହୁଛନ୍ତି - ପିଲେ, କାମ ବିକାର ତୁମର ମହାଶତ୍ରୁ ଅଟେ । ଆଗରୁ ମଧ୍ୟ ଗୀତାରେ ଏହି ଜ୍ଞାନ
ଶୁଣିଥିଲେ କିନ୍ତୁ ଏହିସବୁ କଥା ବୁଝି ହେଉ ନ ଥିଲା । ଏବେ ବାବା ଡାଇରେକ୍ଟ ଗୀତା ଶୁଣାଉଛନ୍ତି ।
ଏବେ ବାବା ତୁମ ପିଲାମାନଙ୍କୁ ଦିବ୍ୟବୁଦ୍ଧି ଦେଇଛନ୍ତି, ତେଣୁ ଏବେ ଭକ୍ତିର ନାମ ଶୁଣିଲେ ହସ
ଲାଗୁଛି ଯେ ଭକ୍ତିରେ କ’ଣ କ’ଣ କରୁଥିଲେ! ଏବେ ତ ବାବା ଶିକ୍ଷା ଦେଉଛନ୍ତି, ଏଥିରେ ଦୟା, କୃପା
କିମ୍ବା ଆଶୀର୍ବାଦର କଥା ହିଁ ନାହିଁ । ନିଜ ଉପରେ ହିଁ ଦୟା, କୃପା ଅଥବା ଆଶୀର୍ବାଦ କରିବାକୁ
ହେବ । ବାବା ତ ପ୍ରତ୍ୟେକ ପିଲାଙ୍କୁ ପୁରୁଷାର୍ଥ କରାଇଥାନ୍ତି । କେହି ତ ପୁରୁଷାର୍ଥ କରି
ବାବାଙ୍କ ହୃଦୟକୁ ଜିତି ଯାଆନ୍ତି, ଆଉ କେହି ତ ପୁରୁଷାର୍ଥ କରି-କରି ମରିଯାଇଥାଆନ୍ତି । ବାବା ତ
ପ୍ରତ୍ୟେକ ପିଲାଙ୍କୁ ଏକାପରି ପାଠପଢାଉଛନ୍ତି ପୁଣି କୌଣସି ସମୟରେ ଏପରି ଗୁହ୍ୟ କଥା ଶୁଣିଥା’ନ୍ତି
ଯାହାକି ପୁରୁଣା ସଂଶୟ ସବୁ ଚାଲିଯାଏ, ପୁଣି ଦୃଢ ହୋଇଯା’ନ୍ତି ତେଣୁ ବାବାଙ୍କ ପାଠପଢା କେବେ
ବନ୍ଦ କରିବା ଅନୁଚିତ୍ । ମୁଖ୍ୟ ହେଉଛି ବାବାଙ୍କର ୟାଦ । ଦୈବୀଗୁଣ ମଧ୍ୟ ଧାରଣ କରିବାକୁ ହେବ ।
କେହି କିଛି ଛି-ଛି (ବିକାରୀ) କଥା କହିଲେ ତୁମେ ଶୁଣି ନ ଶୁଣିବା ପରି ରୁହ । ଖରାପ କଥା ଶୁଣ ନାହିଁ...
ଉଚ୍ଚ ପଦ ପାଇବାକୁ ହେଲେ ମାନ-ଅପମାନ, ଦୁଃଖ-ସୁଖ, ହାର-ଜିତ ସବୁ ନିଶ୍ଚିତ ରୂପେ ସହନ କରିବାକୁ
ହେବ । ବାବା କେତେ ଉପାୟ ବତାଉଛନ୍ତି । ପୁଣି ମଧ୍ୟ ପିଲାମାନେ ବାବାଙ୍କ କଥାକୁ ଶୁଣି ନ ଶୁଣିଲା
ପରି ରହୁଛନ୍ତି, ତେବେ ସେମାନେ କି ପଦ ପାଇବେ? ବାବା କହୁଛନ୍ତି ଯେ ପର୍ଯ୍ୟନ୍ତ ଅଶରୀରୀ ହୋଇନାହଁ
ସେ ପର୍ଯ୍ୟନ୍ତ କିଛି ନା କିଛି ମାୟାର ଚୋଟ ଲାଗୁଥିବ । ବାବାଙ୍କ କଥା ନ ମାନିବା ଅର୍ଥ ବାବାଙ୍କର
ଡିସ୍ରିଗାର୍ଡ ଅର୍ଥାତ୍ ଅସମ୍ମାନ କରୁଛ । ତଥାପି ମଧ୍ୟ ବାବା କହୁଛନ୍ତି ପିଲେ, ସର୍ବଦା ବଞ୍ଚି
ରୁହ, ଜାଗ୍ରତ ରୁହ ଏବଂ ବାବାଙ୍କୁ ୟାଦ କରି କରି ଉଚ୍ଚ ପଦ ପାଅ । ଆଚ୍ଛା—
ମିଠା ମିଠା ସିକିଲଧେ
ସନ୍ତାନମାନଙ୍କ ପ୍ରତି ମାତା-ପିତା, ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ
ସୁପ୍ରଭାତ । ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ।
ଧାରଣା ପାଇଁ ମୁଖ୍ୟ ସାର
:—
(୧) କେହି ବି
ଯଦି ଓଲଟା-ସୋଲଟା କଥା ଶୁଣାଉଛନ୍ତି, ତେବେ ଶୁଣି-ନ ଶୁଣିଲା ପରି ରହିବାକୁ ହେବ । ଖରାପ କଥା
ଶୁଣନାହିଁ... ଦୁଃଖ-ସୁଖ, ମାନ-ଅପମାନ ସବୁ କିଛି ସହନ କରିବାକୁ ପଡିବ ।
(୨) ବାବା ଯାହା ସବୁ
ଶୁଣାଉଛନ୍ତି ସେଗୁଡିକୁ କେବେ ବି ଶୁଣି-ନ ଶୁଣିବା ପରି କରି ବାବାଙ୍କର ଅସମ୍ମାନ କର ନାହିଁ ।
ମାୟାର ଆଘାତରୁ ସୁରକ୍ଷିତ ରହିବା ପାଇଁ ଅଶରୀରୀ ହେବାର ଅଭ୍ୟାସ ନିଶ୍ଚିତ କରିବାକୁ ହେବ ।
ବରଦାନ:-
ବାବାଙ୍କ ସମାନ
ଦୟାଶୀଳ ହୋଇ ସମସ୍ତଙ୍କୁ କ୍ଷମା କରିବା ସହିତ ସ୍ନେହ ଦେଉଥିବା ମାଷ୍ଟର ଦାତା ହୁଅ ।
ଯେପରି ବାବାଙ୍କୁ ଦୟାଳୁ,
କୃପାଳୁ ବୋଲି କହିଥାଆନ୍ତି ସେହିପରି ତୁମେମାନେ ମଧ୍ୟ ମାଷ୍ଟର ଦୟାଳୁ ଅଟ । ଯେଉଁମାନେ ଦୟାଳୁ
ଅଟନ୍ତି ସେହିମାନେ ହିଁ ଅନ୍ୟମାନଙ୍କର କଲ୍ୟାଣ କରିପାରିବେ, ଅକଲ୍ୟାଣ କରିବାବାଲାଙ୍କୁ ମଧ୍ୟ
କ୍ଷମା କରିପାରିବେ । ସେମାନେ ମାଷ୍ଟର ସ୍ନେହର ସାଗର ଅଟନ୍ତି ତେଣୁ ସେମାନଙ୍କ ପାଖରେ ସ୍ନେହ
ବ୍ୟତୀତ ଅନ୍ୟ କିଛି ବି ନ ଥାଏ । ବର୍ତ୍ତମାନ ସମୟରେ ସମ୍ପତ୍ତିଠାରୁ ମଧ୍ୟ ସ୍ନେହ ଅଧିକ ଆବଶ୍ୟକ
ସେଥିପାଇଁ ମାଷ୍ଟରଦାତା ହୋଇ ସମସ୍ତଙ୍କୁ ସ୍ନେହ ଦେଇଚାଲ, କେହି ବି ଖାଲି ହାତରେ ନ ଯାଆନ୍ତୁ ।
ସ୍ଲୋଗାନ:-
ଯଦି ତୀବ୍ର
ପୁରୁଷାର୍ଥୀ ହେବାର ଇଚ୍ଛା ଅଛି ତେବେ ଇଚ୍ଛା ଥିଲେ ଉପାୟ ନିଶ୍ଚିତ ମିଳିଥାଏ ।